ବାଲେଶ୍ୱର

୨ ନାବାଳିକାଙ୍କ ସହ ୧୦ ଶ୍ରମିକ ଉଦ୍ଧାର

୨ ନାବାଳିକାଙ୍କ ସହ ୧୦ ଶ୍ରମିକ ଉଦ୍ଧାର

ଆନନ୍ଦପୁର, ୫।୧୧(ସ୍ବ.ପ୍ର.): ଘସିପୁରା ବ୍ଲକ ଶାମୁକାନେଣ୍ଡି ଗ୍ରାମର ୧୦ ଦାଦନ ଶ୍ରମିକଙ୍କୁ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଉଦ୍ୟମକ୍ରମେ ଉଦ୍ଧାର କରାଯାଇଛି। ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଏଭଳି ଉଦ୍ୟମକୁ ସାଧାରଣରେ ସାଧୁବାଦ ଜଣାଯାଇଛି। ଗ୍ରାମର ଜଣେ ଦଲାଲଙ୍କ ସହ ଦୁଇ ମାସ ପୂର୍ବେ ଆନ୍ଧ୍ରପ୍ରଦେଶର କାକି ନାଡା ଅଞ୍ଚଳକୁ ଏକ କମ୍ପାନୀର ଦାଦନ ଶ୍ରମିକ ଭାବେ କାମ କରିବାକୁ ଶ୍ରମିକମାନେ ଯାଇଥିଲେ।

ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ତିହିଡ଼ି,୫।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଜାମଯୋଡି ପଞ୍ଚାୟତ ଗଦି ଗ୍ରାମର ଅଜୟ ବାରିକ(୨୪) ସୋମବାର ସକାଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।

ବାସୁଦେବପୁର ବ୍ଲକରେ କଂଗ୍ରେସର ଆମରଣ ଅନଶନ

ବାସୁଦେବପୁର ବ୍ଲକରେ କଂଗ୍ରେସର ଆମରଣ ଅନଶନ

ବାସୁଦେବପୁର,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ପରିସରରେ ରାଶନକାର୍ଡ ପ୍ରସ୍ତୁତିରେ ଜାଲିଆତି ହୋଇଥିବା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ସୋମବାର ଆମରଣ ଅନଶନ କରାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ତାଲିକାରୁ ବାଦ୍‌ ଦିଆଯାଇ ବିଡିଓ ଓ ଯୋଗାଣ ବିଭାଗ ଦଳୀୟ ଭିତ୍ତିରେ ହିତାଧିକାରୀ ଚୟନ କରାଯାଇଥିବା ଅଭିଯୋଗ କରାଯାଇଛି।

ତେଜରାତି ଦୋକାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି

ଧାମନଗର,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ନିକଟ ଧୂଷୁରୀ ବଜାରରେ ଥିବା ଏକ ତେଜରାତି ଦୋକାନରୁ ରବିବାର ରାତିରେ ଚୋରି ହୋଇଛି।

ସ୍ବାସ୍ଥ୍ୟଗତ କାରଣ ଦେଖାଇ ସନା ମହଲତ ନେଲେ

ସ୍ବାସ୍ଥ୍ୟଗତ କାରଣ ଦେଖାଇ ସନା ମହଲତ ନେଲେ

ରାଇସୁଆଁ, ୫।୧୧(ଡି.ଏନ.ଏ.)- କେନ୍ଦୁଝର ଜିଲ୍ଲା ସଦର ଥାନା ପକ୍ଷରୁ ବହୁ ଚର୍ଚ୍ଚିତ ବିଧାୟକ ସନା ମହାକୁଡ ଏବଂ ତାଙ୍କ ସହଯୋଗୀଙ୍କୁ ହାଜର ହେବା ଲାଗି ସମନ କରାଯାଇଥିଲା।

ମାରଣାସ୍ତ୍ର ଦେଖାଇ କାର୍‌ ଲୁଟ

ଭଣ୍ଡାରିପୋଖରୀ,୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥ ଯାମିନୀବନ୍ଧା ନିକଟରେ ରବିବାର ରାତି ସାଢ଼େ ୮ରେ ଏକ କାର୍‌ ଲୁଟ ହୋଇଛି। ସୁଇଫ୍ଟ ଡିଜାୟାର ନଂ.ଓଡ଼ି-୩୩-ୟୁ-୧୨୨୨ କାର୍‌କୁ ବନ୍ଧୁକ, ଖଣ୍ଡା ଦେଖାଇ ଦୁର୍ବୃତ୍ତ ଲୁଟି ନେଇଛନ୍ତି।

କ୍ଷିପ୍ର ଗତିରେ ଯାନବାହନ ଚଳାଚଳ: ରାସ୍ତାରୋକୋ

କ୍ଷିପ୍ର ଗତିରେ ଯାନବାହନ ଚଳାଚଳ: ରାସ୍ତାରୋକୋ

କେନ୍ଦୁଝର,୫।୧୧(ସ୍ବ.ପ୍ର.): କେନ୍ଦୁଝର ସହରରେ ବାରମ୍ବାର ଦୁର୍ଘଟଣା ଘଟିବାରୁ ଯାତାୟାତ ଅସୁରକ୍ଷିତ ହୋଇପଡୁଛି। ସହରର କଲେଜ ରାସ୍ତାରେ କ୍ରମାଗତ ଦୁର୍ଘଟଣା ଘଟୁଥିବା ଫଳରେ ଧନଜୀବନ ହାନି ହେଉଛି।

ଦେଶାତ୍ମବୋଧ ସମୂହ ସଙ୍ଗୀତ ପ୍ରତିଯୋଗିତା: ସଂସ୍କୃତରେ ଓଡ଼ିଶା ପ୍ରଥମ

ଦେଶାତ୍ମବୋଧ ସମୂହ ସଙ୍ଗୀତ ପ୍ରତିଯୋଗିତା: ସଂସ୍କୃତରେ ଓଡ଼ିଶା ପ୍ରଥମ

ବଡ଼ବିଲ, ୫।୧୧(ସ୍ବ.ପ୍ର.): ବଡ଼ବିଲସ୍ଥିତ ଟାଉନହଲରେ ଭାରତ ବିକାଶ ପରିଷଦ ପକ୍ଷରୁ ରବିବାର ସ୍କୁଲ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପୂର୍ବାଞ୍ଚଳ ଜାତୀୟ ଦେଶାମତ୍ବୋଧ ସମୂହ ସଙ୍ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ମୌଳିକ ସୁବିଧା ଅପହଞ୍ଚ

ମୌଳିକ ସୁବିଧା ଅପହଞ୍ଚ

ତେଲକୋଇ, ୫।୧୧(ଡି.ଏନ.ଏ.): ତେଲକୋଇ ବ୍ଲକ ଓରିଆ ପଞ୍ଚାୟତ ଅଧୀନ କାଳିଆପାଣି ଭୂୟାଁ ବସ୍ତିର ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି। ଗ୍ରାମକୁ ରାସ୍ତା ନ ଥିବା ବେଳେ ପାନୀୟଜଳ ସମସ୍ୟା ଲାଗି ରହିଛି।

ପ୍ରଦୂଷଣରେ ଜର୍ଜରିତ କେନ୍ଦୁଝର

କେନ୍ଦୁଝର, ୫ା୧୧(ସ୍ବ.ପ୍ର.): ପରିବେଶର ସୁରକ୍ଷା ନେଇ ସମଗ୍ର ବିଶ୍ୱରେ ତତ୍ପରତା ଦେଖାଦେଇଛି। ମାତ୍ର କେନ୍ଦୁଝର ଜିଲାରେ ତାହା ଫେଲ ମାରିଛି। ପ୍ରଦୂଷଣ ବଳୟରେ କେନ୍ଦୁଝର ରହିଛି। ଏହାର ସୁରକ୍ଷା ପାଇଁ ରାଜ୍ୟରେ ଥିବା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧ୍ୟକ୍ଷ ପଦବୀ ଦୀର୍ଘ ପ୍ରାୟ ୬ ବର୍ଷ ହେଲା ଖାଲି ପଡ଼ିଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।

ମହତାବଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପାଦଭୂମି ପୂଜାକୁ ପ୍ରଶାସନର ବିରୋଧ

ମହତାବଙ୍କ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପାଦଭୂମି ପୂଜାକୁ ପ୍ରଶାସନର ବିରୋଧ

ବନ୍ତ,୫।୧୧(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଆଗରପଡ଼ା ବଜାର ମୁଖ୍ୟ ଛକଠାରେ ଉତ୍କଳ କେଶରୀ ଡ. ହରେକୃଷ୍ଣ ମହତାବଙ୍କ ପୂର୍ଣ୍ଣାବୟବ ନିର୍ମାଣ ପାଇଁ ରବିବାର ସନ୍ଧ୍ୟାରେ ପାଦ ଭୂମିପୂଜାକୁ ପ୍ରଶାସନ ବିରୋଧ କରିବା ସହ ଏହାକୁ ବନ୍ଦ କରିଛି।

ଫ୍ୟାନ୍‌ସି ଆଗରେ ଫିକା ମାଟିଦୀପ

ଫ୍ୟାନ୍‌ସି ଆଗରେ ଫିକା ମାଟିଦୀପ

ଭଦ୍ରକ ଅଫିସ,୫।୧୧-ଦୀପାବଳିରେ ମାଟିଦୀପର ଚାହିଦା ନିଆରା। ଲୋକେ ବିଭିନ୍ନ ରଙ୍ଗବେରଙ୍ଗ ଦୀପ କିଣି ଘର ଆଗରେ ଏହାକୁ ଜଳାଇ ଉତ୍ସବ ମନାଇଥାନ୍ତି। ବର୍ତ୍ତମାନ ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ହାଟବଜାରରେ ବିଭିନ୍ନ ଡିଜାଇନ ଓ ରଙ୍ଗର ଫ୍ୟାନ୍‌ସି ଦୀପ ବିକ୍ରି ହେଉଛି।

ମୋରମ ମାଫିଆଙ୍କୁ ମିଳୁଛି ଅନୁକମ୍ପା

ମୋରମ ମାଫିଆଙ୍କୁ ମିଳୁଛି ଅନୁକମ୍ପା

ମୋରଡା, ୫।୧୧-ମୟୂରଭଞ୍ଜ ଜିଲାର ବଣପାହାଡ଼ ଘେରା ମୋରଡା ତହସିଲ ଅଞ୍ଚଳରେ ସକ୍ରିୟ ଥିବା ମୋରମ ମାଫିଆମାନେ ଅବାଧରେ ଚୋରା କାରବାର ଚଳାଇଛନ୍ତି। ପାହାଡିଆ ଅଞ୍ଚଳର ବିଭିନ୍ନ ସ୍ଥାନରୁ ମୋରମ ଖୋଳି ନିଆଯାଉଥିବାରୁ ଭୂପ୍ରକୃତି ଉଜୁଡି ଯାଉଛି।

ଭୋଳାଗଡ଼ିଆ ସର୍ବ ଭାରତୀୟ ଫୁଟବଲ ମହୋତ୍ସବ : ମୁମ୍ବାଇକୁ ହରାଇ ଆସାମ ଚାମ୍ପିୟନ

ଭୋଳାଗଡ଼ିଆ ସର୍ବ ଭାରତୀୟ ଫୁଟବଲ ମହୋତ୍ସବ : ମୁମ୍ବାଇକୁ ହରାଇ ଆସାମ ଚାମ୍ପିୟନ

ଖୁଣ୍ଟା,୫।୧୧- ମୟୂରଭଞ୍ଜ ଜିଲା ଖୁଣ୍ଟା ବ୍ଲକ ଅଧୀନ ଭୋଳାଗଡ଼ିଆ ମିନି ଷ୍ଟାଡିୟମ ରେ ଶିମିଳିପାଳ ସ୍ପୋଟର୍‌ସ ଆଣ୍ଡ ଆଥଲେଟିକ ଆସୋସିଏଶନର ୧୩ ତମ ବାର୍ଷିକ ତିନି ଦିନିଆ ସର୍ବ ଭାରତୀୟ ଫୁଟବଲ ମହୋତ୍ସବ ରବିବାର ଉଦଯାପିତ ହୋଇଯାଇଛି।

‘ଇତିହାସ, ସଂସ୍କୃତି ନେଇ ଅଧିକ ଗବେଷଣା ଲୋଡା’

‘ଇତିହାସ, ସଂସ୍କୃତି ନେଇ ଅଧିକ ଗବେଷଣା ଲୋଡା’

ଉଦଳା,୫।୧୧(ଡି.ଏନ.ଏ.)-ଓଡ଼ିଶାରେ ଗୌରବମୟ ଇତିହାସର ପୁନରାବଲୋକନ ଲୋଡା। ଏହା ନୂଆ ପିଢିକୁ ପ୍ରେରଣା ଯୋଗାଇବ । ମୟୂରଭଞ୍ଜର ଇତିହାସ ଏବଂ ସଂସ୍କୃତି ଅନନ୍ୟ ।

ପ୍ରୋତ୍ସାହନ ମିଳିଲେ ଆଗକୁ ବଢିବେ ଖେଳାଳୀ

ପ୍ରୋତ୍ସାହନ ମିଳିଲେ ଆଗକୁ ବଢିବେ ଖେଳାଳୀ

ବାରିପଦା ଅଫିସ,୫।୧୧- ମୟୂରଭଞ୍ଜ ଜିଲା ଫୁଟବଲର ଏନ୍ତୁଡି ଶାଳ ବୋଲି କୁହାଯାଏ। ପ୍ରୋତ୍ସାହନ ଅଭାବରୁ ଜିଲାରୁ ଫୁଟବଲ ପ୍ରତିଭା ଆଉ ବାହାରୁ ନାହାନ୍ତି। ଏଠାରେ ଫୁଟବଲ ଏକାଡେମୀ ପ୍ରତିଷ୍ଠା ଲାଗି ଦୀର୍ଘ ବର୍ଷ ହେବ ଦାବି ହୋଇ ଆସୁଛି।

ପ୍ରତିଭା ପରିବାର ପକ୍ଷରୁ ଜୋନ୍‌ସ୍ତରୀୟ ପ୍ରତିଯୋଗିତା

ପ୍ରତିଭା ପରିବାର ପକ୍ଷରୁ ଜୋନ୍‌ସ୍ତରୀୟ ପ୍ରତିଯୋଗିତା

ଖଇରା, ୫।୧୧(ଡି.ଏନ.ଏ.)-ଖଇରାର ଅଗ୍ରଣୀ ପୂଜ୍ୟପୂଜା ସଙ୍ଗଠନ ପ୍ରତିଭା ପରିବାର ପକ୍ଷରୁ ତୁଡ଼ିଗଡ଼ିଆ ଜୋନ୍‌ସ୍ତରୀୟ ପ୍ରତିଯୋଗିତା ଶନିବାର ନିଳାମ୍ବର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି।

ସରୁନି ବାଙ୍କତୀରା ଜଳସେଚନ ପ୍ରକଳ୍ପ ନିର୍ମାଣ

ସରୁନି ବାଙ୍କତୀରା ଜଳସେଚନ ପ୍ରକଳ୍ପ ନିର୍ମାଣ

ବାଲେଶ୍ୱର ଅଫିସ, ୫।୧୧-ବାଲେଶ୍ୱରସ୍ଥିତ ବୁଢ଼ାବଳଙ୍ଗ ନଦୀର ଅମୃତିଆ ନାଳର ମୁକୁଳା ମୁହଁକୁ ବନ୍ଦ କରିବା ସକାଶେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବାଙ୍କତୀରା ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ବାରମ୍ବାର ଦାବି ହୋଇଆସୁଥିଲା।

ସରୁନି ବାଙ୍କତୀରା ଜଳସେଚନ ପ୍ରକଳ୍ପ ନିର୍ମାଣ

ବାଲେଶ୍ୱର ଅଫିସ, ୫।୧୧-ବାଲେଶ୍ୱରସ୍ଥିତ ବୁଢ଼ାବଳଙ୍ଗ ନଦୀର ଅମୃତିଆ ନାଳର ମୁକୁଳା ମୁହଁକୁ ବନ୍ଦ କରିବା ସକାଶେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବାଙ୍କତୀରା ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ବାରମ୍ବାର ଦାବି ହୋଇଆସୁଥିଲା।

ସରୁନି ବାଙ୍କତୀରା ଜଳସେଚନ ପ୍ରକଳ୍ପ ନିର୍ମାଣ

ବାଲେଶ୍ୱର ଅଫିସ, ୫।୧୧-ବାଲେଶ୍ୱରସ୍ଥିତ ବୁଢ଼ାବଳଙ୍ଗ ନଦୀର ଅମୃତିଆ ନାଳର ମୁକୁଳା ମୁହଁକୁ ବନ୍ଦ କରିବା ସକାଶେ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ବାଙ୍କତୀରା ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ବାରମ୍ବାର ଦାବି ହୋଇଆସୁଥିଲା।

ବ୍ଲକ୍‌ସ୍ତରୀୟ ଜନଜାତି ଫୁଟ୍‌ବଲ୍‌ : ଚୟନ ହେଲେ ୪୦୦ରୁ ଊର୍ଦ୍ଧ୍ୱ ପ୍ରତଯୋଗୀ

ବ୍ଲକ୍‌ସ୍ତରୀୟ ଜନଜାତି ଫୁଟ୍‌ବଲ୍‌ : ଚୟନ ହେଲେ ୪୦୦ରୁ ଊର୍ଦ୍ଧ୍ୱ ପ୍ରତଯୋଗୀ

କପ୍ତିପଦା,୪ା୧୧(ଡି.ଏନ୍‌.ଏ)- କପ୍ତିପଦା ନୂତନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ସ୍ବତନ୍ତ୍ର ଉନ୍ନୟନ ପରିଷଦ ମୟୂରଭଞ୍ଜ ଆନୁକୂଲ୍ୟରେ ଏକ ବ୍ଲକ୍‌ ସ୍ତରୀୟ ଫୁଟ୍‌ବଲ୍‌ ଖେଳାଳି ଚୟନ ଶିବିର କ୍ରୀଡ଼ା ଅନୁଷ୍ଠିତ ହୋଇଯାଇଛି।

ବଦ୍ରିନାଥଙ୍କ ଦର୍ଶନ ଲାଗି ଯାଇଥିଲେ, ବରଫାଚ୍ଛନ୍ନରେ ଫସିଲେ ଭୋଗରାଇର ୩୩ ତୀର୍ଥଯାତ୍ରୀ

ବଦ୍ରିନାଥଙ୍କ ଦର୍ଶନ ଲାଗି ଯାଇଥିଲେ, ବରଫାଚ୍ଛନ୍ନରେ ଫସିଲେ ଭୋଗରାଇର ୩୩ ତୀର୍ଥଯାତ୍ରୀ

ଭୋଗରାଇ, ୪।୧୧(ଡି.ଏନ.ଏ.)-ଉତ୍ତରାଖଣ୍ଡର ବଦ୍ରିନାଥଙ୍କ ଦର୍ଶନ ପାଇଁ ଯାଇଥିବା ବାଲେଶ୍ୱର ଜିଲା କମର୍ଦ୍ଦା ଥାନା ଅଞ୍ଚଳର ୩୩ଜଣ ତୀର୍ଥଯାତ୍ରୀ ପ୍ରବଳ ବରଫପାତ ଯୋଗୁ ଫସି ରହିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରୁ ଜଣେ ତୀର୍ଥଯାତ୍ରୀ ରବିବାର ତାଙ୍କ ପରିବାରକୁ ଫୋନ ଯୋଗେ ଜଣାଇବା ପରେ ତୀର୍ଥଯାତ୍ରୀଙ୍କ ପରିବାର ଲୋକେ ନାନା ଦୁଶ୍ଚିନ୍ତା ମଧ୍ୟରେ ରହିଛି।

କବାଟ ଭାଙ୍ଗି ଘରୁ ଚୋରି କରିନେଲେ ସୁନା ଅଳଙ୍କାର

କବାଟ ଭାଙ୍ଗି ଘରୁ ଚୋରି କରିନେଲେ ସୁନା ଅଳଙ୍କାର

ଭଣ୍ଡାରିପୋଖରୀ,୪।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ବୟଁାବନାପୁର ଗ୍ରାମର ଶତ୍ରୁଘ୍ନ ଦାସଙ୍କ ଘରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଏନେଇ ଶତ୍ରୁଘ୍ନ ରବିବାର ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା (ନଂ.୧୯୦/୧୮) ରୁଜୁ କରି ତଦନ୍ତ ଚଳାଇଛି।

ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ମାଧବାନନ୍ଦଙ୍କ ପରଲୋକ

ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ମାଧବାନନ୍ଦଙ୍କ ପରଲୋକ

ଧାମନଗର,୪।୧୧(ଡି.ଏନ.ଏ.)-ଭଦ୍ରକ ଜିଲାର ବରିଷ୍ଠ ସ୍ବାଧୀନତା ସଂଗ୍ରାମୀ ମାଧବାନନ୍ଦ ବୈଶାଖଙ୍କର ୯୧ବର୍ଷ ବୟସରେ ହୃଦ୍‌ଘାତରେ ରବିବାର ପରଲୋକ ହୋଇଯାଇଛି। ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ବିଶିଷ୍ଟ ବ୍ୟକ୍ତି ଧାମନଗର ବ୍ଲକ ନଦୀଗଁ। ଗ୍ରାମ ବାସଭବନକୁ ଯାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ତାଙ୍କ ମରଶରୀରକୁ ଶୋଭାଯାତ୍ରାରେ ନିଆଯାଇ ଯାଜପୁର ଦଶାନନ ଶ୍ମଶାନ ଘାଟରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।