Dharitri News

ବାଲେଶ୍ୱର

ବିଲୁଆ କାମୁଡାରେ ୪ ଗୁରୁତର

ବାସୁଦେବପୁର, ୨୧।୧(ଡି.ଏନ୍‌.ଏ.) - ବାସୁଦେବପୁର ପୌରପାଳିକାର ଜାଫରପୁର ଓ ଗୁଆଗାଁ ଗ୍ରାମରେ ବିଲୁଆ କାମୁଡାରେ ୪ ଜଣବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।

ଅଜଣା ଗାଡି ଧକ୍କା, ହେଲ୍‌ପର ମୃତ୍ୟୁ

ଭଣ୍ଡାରିପୋଖରୀ, ୨୧।୧(ଡି.ଏନ୍‌.ଏ.) - ଭଣ୍ଡାରିପୋଖରୀ ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଛତାବରଛକଠାରେ ଏକ ଦୁର୍ଘଟଣାରେ ଜଣେ ହେଲ୍‌ପରଙ୍କ ମୃତ୍ୟୁ ଘଟିଛି।

ଆକାଂକ୍ଷା, ବିବେକ ପ୍ରଥମ

ଆକାଂକ୍ଷା, ବିବେକ ପ୍ରଥମ

ବାରିପଦା ଅଫିସ,୨୧।୧- ବାରିପଦା କଲ୍ୟାଣୀ ମହିଳା ସମିତିରେ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର କଳ୍ପନା ଷଡଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଜୁନିୟର ଦଳରେ କୌତୂକ ପୋଷାକ ଓ ସିନିୟର ଦଳରେ ଦେଶାତ୍ମବୋଧକ ସଙ୍ଗୀତ ଉପରେ ଆଧାରିତ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଗାଁରେ ବାର୍ଷିକ କ୍ରୀଡ଼ା

ଗାଁରେ ବାର୍ଷିକ କ୍ରୀଡ଼ା

ବଡ଼ସାହି,୨୧।୧(ସ୍ବ.ପ୍ର)- ମକରପର୍ବ ଅବସରରେ ସୁହାଗପୁର ପଞ୍ଚାୟତର ମୁକ୍ତେଶ୍ୱର କ୍ଲବ ସଂଘ ଆନୁକୂଲ୍ୟରେ ୨ୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି।

କିମ୍ବଦନ୍ତୀକୁ ଜୀବିତ ରଖିଛି ଭୀମ ମେଳା

କିମ୍ବଦନ୍ତୀକୁ ଜୀବିତ ରଖିଛି ଭୀମ ମେଳା

ବଡ଼ସାହି,୨୧। ୧(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ପାଉଁଶିଆ ଗ୍ରାମରେ କିମ୍ବଦନ୍ତୀ ପ୍ରସିଦ୍ଧ ଭୀମ ମେଳା ଏହି ଅଞ୍ଚଳ ବାସୀଙ୍କ ମଧ୍ୟରେ ସଂହତି, ସଂସ୍କୃତି ଓ ଭାଇଚାରାକୁ ସୁଦୃଢ କରିବା ସହ ସାମାଜିକ ଜୀବନକୁ ସରସ ସୁନ୍ଦର କରି ଆସିଛି। ୧୯୭୮ ମସିହାରୁ ଆରମ୍ଭ ହୋଇ ଥିବା ଏହି ମେଳା ଦୀର୍ଘ ୪୧ବର୍ଷ ଧରି ପାଳିତ ହୋଇ ହୋଇଆସୁଛି।

ପରିଚାଳନା କମିଟି ଅଧ୍ୟକ୍ଷ ଚୟନ ନେଇ ଉତ୍ତେଜନା: ସିଆର୍‌ସିସି ଅଟକ

ପରିଚାଳନା କମିଟି ଅଧ୍ୟକ୍ଷ ଚୟନ ନେଇ ଉତ୍ତେଜନା: ସିଆର୍‌ସିସି ଅଟକ

ଭୋଗରାଇ, ୨୧।୧(ଡି.ଏନ.ଏ.)-ଭୋଗରାଇ ବ୍ଲକ ଅଧିନ ସାତଗୋହଳିଆ ପ୍ରାଥମିକ ବିଦ୍ୟାଳୟରେ ସ୍କୁଲ ପରିଚାଳନା କମିଟି ଅଧ୍ୟକ୍ଷ ଚୟନ ନେଇ ଗ୍ରାମରେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଛି।

ଟ୍ରକ-କାର୍‌ ଧକ୍କା: ୪ ଆହତ

ସୋର, ୨୧।୧(ଡି.ଏନ.ଏ.)-ରବିବାର ସୋର ୫ନଂ. ଜାତୀୟ ରାଜପଥ ଆଇସ୍‌ ଫ୍ୟାକ୍ଟ୍ରି ଛକଠାରେ ଏକ ଟ୍ରକ ଓ କାର ମଧ୍ୟରେ ଦୁର୍ଘଟଣା ଘଟି କାର ଘଟଣାସ୍ଥଳରେ ୪ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ଜଳକଷ୍ଟ ଭୋଗୁଛନ୍ତି ୮୦୦ ଲୋକ

ଚମ୍ପୁଆ,୨୧।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ବ୍ଲକ କରିଆ ପଞ୍ଚାୟତର କାଟୁଳିକନାରେ ପାନୀୟ ଜଳକଷ୍ଟ ଏବେଠାରୁ ଦେଖାଦେଲାଣି। ସ୍ଥାନୀୟ ଲୋକେ ୧ କି.ମି. ଦୂର ବୈତରଣୀ ଉପରେ ନିର୍ଭର କରି ଚଳୁଛନ୍ତି। ବର୍ଷେ ପୂର୍ବରୁ ଗାଁରେ ଖୋଳାହୋଇଥିବା ବୋରିଙ୍ଗ ପଏଣ୍ଟକୁ ବିଦ୍ୟୁତ୍‌ ଯୋଗାଣ ହୋଇ ନ ଥିବା ଏବଂ ମୋଟର ବସି ନ ଲାଗିଥିବାରୁ ଏହା ଗ୍ରାମବାସୀଙ୍କ କାମରେ ଲାଗିପାରୁନାହିଁ।

ଅପପୁଷ୍ଟି, ଚିକିତ୍ସିତ ହେଲେ ୨ ଶିଶୁ

ଅପପୁଷ୍ଟି, ଚିକିତ୍ସିତ ହେଲେ ୨ ଶିଶୁ

ଚମ୍ପୁଆ, ୨୧।୧(ଡି.ଏନ୍‌.ଏ.)-ଉପାନ୍ତ ଅଞ୍ଚଳରେ ଅପପୁଷ୍ଟିର ଶିକାର ଶିଶୁ ଶୀର୍ଷକ ଖବର ଗତ ୨୦ରେ ଧରିତ୍ରୀରେ ପ୍ରକାଶିତ ହୋଇଥିଲା। ଫଳରେ ପ୍ରଶାସନିକ ତତ୍ପରତା ପରେ ଶିଶୁଙ୍କ ଚିକିତ୍ସା କରାଯାଇଛି।

ଝାଳବେଡାରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଝାଳବେଡାରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଭଞ୍ଜକିଆ, ୨୧।୧(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ ଝାଳବେଡା ଗ୍ରାମବାସୀଙ୍କ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ସ୍ଥାନୀୟ ଖେଳପଡିଆରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ପ୍ରତିଯୋଗୀ ଭାଗ ନେଇଥିଲେ। ଝାଡବେଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ମନୋଜ କୁମାର ମହାନ୍ତ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲା ପରିଷଦ ସଦସ୍ୟ ପରମେଶ୍ୱର ନାୟକ ମୁଖ୍ୟ ଅତିଥି, ପ୍ରଧାନ ଶିକ୍ଷକ ଦିଗାମ୍ବର ବାରିକ ସମ୍ପାଦକ ତପନ କୁମାର ବେହେରା, ସଭାପତି ଚୈତନ୍ୟ ନାୟକ , ଖବରଦାତା ବୃହଷ୍ପତ୍ତି ଦାସ ସମ୍ମାନନୀୟ ଅତିଥି ଭାବେ ଯୋଗ ଦେଇଥିଲେ।

ରାଜ୍ୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତା: ଭୁବନେଶ୍ୱର ଟିମ୍‌ ଚାମ୍ପିୟନ

ରାଜ୍ୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତା: ଭୁବନେଶ୍ୱର ଟିମ୍‌ ଚାମ୍ପିୟନ

ସିମୁଳିଆ,୨୧।୧(ଡି.ଏନ୍‌.ଏ.)-ସିମୁଳିଆ ବ୍ଲକ ସଦରମହକୁମା ମାର୍କୋଣାର ରଘୁନାରାୟଣ ବିଦ୍ୟାଳୟ ପରିସର ବିଜୁପଟ୍ଟନାୟକ ମିନି ଷ୍ଟାଡିୟମରେ ଗତ ଶୁକ୍ରବାର ଆରମ୍ଭ ହୋଇଥିବା ରାଜ୍ୟସ୍ତରୀୟ ୬୩ତମ ବିଦ୍ୟାଳୟସ୍ତରୀୟ ସଫ୍ଟବଲ ପ୍ରତିଯୋଗିତା ଶନିବାର ଅପରାହ୍ନରେ ଉଦ୍‌ଯାପିତ ହୋଇଛି ।

ବାହାନଗାକୁ ମଡେଲ ବ୍ଲକ କରିବାକୁ ଜିଲାପାଳଙ୍କ ଆହ୍ବାନ

ବାହାନଗାକୁ ମଡେଲ ବ୍ଲକ କରିବାକୁ ଜିଲାପାଳଙ୍କ ଆହ୍ବାନ

ବାହାନଗା,୨୧। ୧(ଡି.ଏନ.ଏ.)-ବାଲେଶ୍ୱର ଜିଲାର ନୂତନ ଜିଲାପାଳ ଭାବେ ରମେଶ ଚନ୍ଦ୍ର ରାଉତ ଦାୟିତ୍ୱ ନେବା ପରେ ପ୍ରଥମେ ସେ ଶନିବାର ବାହାନଗା ବ୍ଲକକୁ ଗସ୍ତ କରିଥିଲେ । ବ୍ଲକକୁ ଆସି ଲୋକପ୍ରତିନିଧି ଓ କର୍ମଚାରୀମାନଙ୍କୁ ସହଯୋଗ ଲୋଡିବା ସହିତ ବାହାନଗାକୁ ଜିଲାର ଏକ ମଡେଲ ବ୍ଲକ କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଥିଲେ।

ଟ୍ରେନ୍‌ରେ କଟି ମହିଳା ଗୁରୁତର

ଟ୍ରେନ୍‌ରେ କଟି ମହିଳା ଗୁରୁତର

ଭଦ୍ରକ ଅଫିସ,୨୧।୧: ଭଦ୍ରକ ଷ୍ଟେଶନର ୧ ନମ୍ବର ପ୍ଲାଟଫର୍ମ ନିକଟରେ ରବିବାର ମଧ୍ୟାହ୍ନରେ ଏକ ମାଲ୍‌ବାହି ଟ୍ରେନ୍‌ ଧକ୍କାରେ ଜଣେ ମହିଳା ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି।

ଝିଅକୁ ବଳାତ୍କାର କରିବା ଅଭିଯୋଗରେ ବାପା ଗିରଫ

ଝିଅକୁ ବଳାତ୍କାର କରିବା ଅଭିଯୋଗରେ ବାପା ଗିରଫ

ଭଦ୍ରକ ଅଫିସ,୨୧।୧: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ଅର୍ଣ୍ଣପାଳ ମଧୁସୁଦନପୁର ଗ୍ରାମରେ ନିଜ ଝିଅକୁ ବଳାତ୍କାର କରିବା ଅଭିଯୋଗରେ ବାପା ଲକ୍ଷ୍ମୀଧର ଜେନାଙ୍କୁ ପୋଲିସ ଗିରଫ କରିଛି।

ଜଳକା ବଞ୍ଚାଅ ଅଭିଯାନ

ଜଳକା ବଞ୍ଚାଅ ଅଭିଯାନ

ରୂପ୍‌ସା,୨୧।୧(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ସଦର ଓ ବସ୍ତା ବ୍ଲକର ଚାଷୀଙ୍କୁ ବର୍ଷ ତମାମ ଶସ୍ୟ ଉତ୍ପାଦନ ପାଇଁ ବସ୍ତା ବ୍ଲକରେ ନିର୍ମିତ ହୋଇଥିବା ଜଳକା ନଦୀର ମଥାନୀ ପ୍ରୋଜେକ୍ଟ ଏବେ ଅଚଳ ହୋଇ ପଡ଼ିଛି। ଜଳକା ନଦୀ ଓ ଚାଷୀଙ୍କ ବହୁବିଧ ସମସ୍ୟା ନେଇ ରବିବାର ଏହି ପ୍ରୋଜେକ୍ଟ ନିକଟରେ ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ ଏକ ବିଶାଳ କୃଷକ ସମାବେଶ ଏବଂ ଜଳକା ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି।

ଗେଙ୍ଗୁଟି ନଦୀ ଆଁରେ ଖଡିମାହାରା ଓ ଭାରତୀସାହି

ଗେଙ୍ଗୁଟି ନଦୀ ଆଁରେ ଖଡିମାହାରା ଓ ଭାରତୀସାହି

ଭଦ୍ରକ ଅଫିସ,୨୦।୧- ଭଦ୍ରକ ଜିଲା ଧାମନଗର ବ୍ଲକ କାସିମପୁର ପଞ୍ଚାୟତ ଭାରତୀସାହି ଓ ଖଡ଼ିମାହାରା ଗାଁ ଏବେ ଗେଙ୍ଗୁଟି ନଦୀ ଆଁରେ। ବୈତରଣୀର ଶାଖା ନଦୀ ଗେଙ୍ଗୁଟିରେ ବନ୍ୟା ଜଳ ପ୍ରବାହିତ ହୋଇ ଉଭୟ କୂଳରେ ଥିବା ଗାଁ ଗୁଡିକ ପର୍ଯ୍ୟାୟ କ୍ରମେ ନଦୀ ଗର୍ଭରେ ଲୀନ ହେବାକୁ ବସିଛି। ଏହାକୁ ନେଇ ଆତଙ୍କିତ ଅଛନ୍ତି ୫ ପରିବାରର ୩୦ରୁ ଊର୍ଦ୍ଧ୍ୱ ସଦସ୍ୟ।

ଧରିତ୍ରୀ ପ୍ରଭାବ: ବିଦ୍ୟାଳୟର ଗୋଟିଏ ସ୍ଥାନରେ ପାଠପଢ଼ା, ରୋଷେଇ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଧରିତ୍ରୀ ପ୍ରଭାବ: ବିଦ୍ୟାଳୟର ଗୋଟିଏ ସ୍ଥାନରେ ପାଠପଢ଼ା, ରୋଷେଇ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଆରଡ଼ି,୨୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକରେ ଥିବା ନୂଆସାହି ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟରେ ଏକ ଝାଟିମାଟି କୁଡ଼ିଆ ଘରେ ଗୋଟିଏ ସ୍ଥାନରେ ରୋଷେଇ ଓ ପାଠପଢ଼ା ଚାଲୁଥିବା ସଂକ୍ରାନ୍ତରେ ଖବର ପ୍ରକାଶିତ ହୋଇଥିଲା। ଏହି ଖବରକୁ ଭିତ୍ତିକରି ଚଳିତ ୧୫ ତାରିଖରେ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ଏହି ପ୍ରସଙ୍ଗରେ ବିଧିବଦ୍ଧ ତଦନ୍ତ କରି ରିପୋର୍ଟ ଦେବାକୁ ଚିଠି (ନଂ. ୧୨୪/୧୫।୧।୧୮)ରେ ଷ୍ଟେଟ ନୋଡାଲ ଅଫିସର (ଏମଡିଏମ) ତଥା ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗର ଆଡସିନାଲ ସେକ୍ରେଟାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଭଦ୍ରକ ପୋଲିସ କବ୍‌ଜାରେ ଗଞ୍ଜାମ ଲୁଟେରା

ଭଦ୍ରକ ଅଫିସ,୨୦।୧- ଗଞ୍ଜାମ ଜିଲାର ଲୁଟେରାମାନେ ଏବେ ଭଦ୍ରକ ତଥା ବାଲେଶ୍ୱର ମୁହାଁ ହୋଇଛନ୍ତି। ଗଞ୍ଜାମ ଜିଲା ପୋଲିସର ଏନକାଉଣ୍ଟର ଭୟରେ ଏବେ ସେଠାକାର ଲୁଟେରା ତଥା ଅପରାଧୀ ଏହି ଜିଲାକୁ ମୁହାଁଇଛନ୍ତି। ଶୁକ୍ରବାର ନୂଆବଜାର ଏସବିଆଇ ଶାଖା ସମ୍ମୁଖରୁ ଜଣେ ଜମାକାରୀଙ୍କଠାରୁ ୧୦ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣାରେ ଟାଉନପୋଲିସ ତଦନ୍ତ ଆରମ୍ଭ କରି ସୋର ଅଞ୍ଚଳର ଏକ ଲଜରୁ ଗଞ୍ଜାମଜିଲା ହିଞ୍ଜିଳିକାଟୁ ଅଞ୍ଚଳର ଜଣେ ଯୁବକକୁ ଅଟକ ରଖିଛି।

ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣେ ମୃତ: ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବିଦ୍ୟୁତ୍‌ ସଂସ୍ପର୍ଶରେ ଜଣେ ମୃତ: ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ବାସୁଦେବପୁର,୨୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ରାଜଘରପୋଖରୀ ପଞ୍ଚାୟତର ଗଦଳା ଗ୍ରାମରେ ଶନିବାର ମଧ୍ୟାହ୍ନରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଜଗବନ୍ଧୁ କୁଅଁରଙ୍କ ମୃତ୍ୟୁ ଘଟିଛି। ଜଗବନ୍ଧୁ ନିଜ ବାଡ଼ିରେ ଇଟାଭାଟି କାମ କରୁଥିବା ବେଳେ ତାଙ୍କ ଉପରେ ବିଦ୍ୟୁତ୍‌ ତାର ଛିଡ଼ି ପଡ଼ିଥିଲା।

ଏଟିଏମ୍‌ ଭାଙ୍ଗି ଚୋରି ଉଦ୍ୟମ

ଚାନ୍ଦବାଲି,୨୦।୧(ଡି.ଏନ.ଏ.)-ଭଦ୍ରକ ଜିଲା ଧାମରା-ବାସୁଦେବପୁର ରାସ୍ତାର ଡାହାଣ କଡ଼ରେ ଧାମରା ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆର ଏକ ଏଟିଏମ୍‌ ମେସିନ ଭାଙ୍ଗି ଶୁକ୍ରବାର ବିଳମ୍ବିତ ରାତିରେ ଟଙ୍କା ଲୁଟ୍‌ ଉଦ୍ୟମ ହୋଇଛି।

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଫାଇନାଲରେ ପ୍ରଗତି ସ୍ପାର୍ଟିଂ ଓ ଇଷ୍ଟ କୋଷ୍ଟ ରେଲଓ୍ବେ

ଘସିପୁରା,୨୦।୧(ଡି.ଏନ୍‌.ଏ.)-କେନ୍ଦୁଝର ଜିଲା ଘସିପୁରା ବ୍ଲକ ଅଳତୀ ଠାରେ ୨୫ତମ ରାଜ୍ୟସ୍ତରୀୟ ଗୋଲଡେନ୍‌ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି। ଆନନ୍ଦପୁର ଉପଜିଲାପାଳ ନିତ୍ୟାନନ୍ଦ ବାରିକ, ଆନନ୍ଦପୁର ବ୍ଲକ ବିଡିଓ ଉମାକାନ୍ତ ପରିଡା, ଘସିପୁରା ବ୍ଲକ ଅଧ୍ୟକ୍ଷା ସୁଜାତା ସାହୁ, ନିୟନ୍ତ୍ରିତ ବଜାର କମିଟି ଉପାଧ୍ୟକ୍ଷ ଦେବାଶିଷ ପାତ୍ର ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଆଉ ଜଣେ ଅସହାୟ ‘ଦ୍ରୋପଦୀ’

ଆଉ ଜଣେ ଅସହାୟ ‘ଦ୍ରୋପଦୀ’

ରାଇସୁଆଁ, ୨୦।୧(ସଞ୍ଜୀବ କୁମାର ସାହୁ)-କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଗୋପିନାଥପୁର ପଞ୍ଚାୟତର ଏକ ଅବହେଳିତ ଗାଁ ତଳଧାତିକା । ସଦର ବ୍ଲକଠାରୁ ଗାଁର ଦୂରତା ୧୨ କି.ମି. ହେବ । ଏହି ଗ୍ରାମରେ ରହୁଥିବା ୭୦ ବର୍ଷର ନିରାଶ୍ରୟ ବୃଦ୍ଧା ଦ୍ରୋପଦୀ ମହାକୁଡ ଏବେ ଭୋକ ଉପାସରେ ଦିନ ବିତାଉଛନ୍ତି।

 ୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

୧୬୫ କୋଟିର ବ୍ୟାଙ୍କ ଆକାଉଣ୍ଟ ଅଚଳ

ରାଇସୁଆଁ,୨୦।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ଇଣ୍ଡସ୍‌ ଇଣ୍ଡ ବ୍ୟାଙ୍କ ଶାଖାର ମ୍ୟାନେଜର ମାନସ ରାଉତ ଏକ କାରରେ ୫୦ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ପୋଲିସ ତାହାକୁ ଜବତ କରିବା ପରଠାରୁ ଏନେଇ ତନାଘନା ଜାରି ରଖିଛି। ବ୍ୟାଙ୍କ ମ୍ୟାନେଜରଙ୍କ ସମେତ କାରରେ ଯାଉଥିବା ବ୍ୟାଙ୍କ ଏକଜ୍‌କ୍ୟୁଟିଭ ଓ ଜଣେ ଗନ୍‌ମ୍ୟାନଙ୍କୁ ଗିରଫ କରି ଗତ୧୩ ତାରିଖରେ କୋର୍ଟ ଚାଲାଣ କରାଯାଇଛି।

ତାରିଣୀ ମନ୍ଦିରରୁ ଅଳଙ୍କାର ସହ ଟଙ୍କା ଚୋରି

ସୋର, ୨୦।୧(ଡି.ଏନ.ଏ.)-ସୋର ମ୍ୟୁନିସପାଲିଟି ଅନ୍ତର୍ଗତ ୩ ନମ୍ବର ୱାର୍ଡ଼ ସୋର ଷ୍ଟେସନ ନିକଟସ୍ଥ ଡିପାସାହି ଗ୍ରାମରେ ପ୍ରସିଦ୍ଧିଲାଭ କରିଥିବା ତାରିଣୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସୁନା, ରୁପା ଗହଣା ଓ ଟଙ୍କା ବାକ୍ସରୁ ଟଙ୍କା ଚୋରି ହୋଇଥିବା ନେଇ ମନ୍ଦିର ପରିଚାଳନା କମିଟି ତରଫରୁ ଅଭିଯୋଗ ହୋଇଛି।