ବାଲେଶ୍ୱର

ପାରିବାରିକ କଳହରୁ ମହିଳାଙ୍କ ଆମତ୍ହତ୍ୟା

ପାରିବାରିକ କଳହରୁ ମହିଳାଙ୍କ ଆମତ୍ହତ୍ୟା

ବଡ଼ସାହି,୨୭।୬(ସ୍ବ.ପ୍ର)-ପାରିବାରିକ ଅଶାନ୍ତିକୁ ନେଇ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଶାଳଗାଁ ଗ୍ରାମରେ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଛନ୍ତି । ମହିଳାଜଣକ ହେଲେ ଶ୍ରୀମତୀ ସିଂ(୫୧)। ମଙ୍ଗଳବାର ରାତିରେ କୌଣସି କାରଣକୁ ନେଇ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା ।

ମା’ ସାଙ୍ଗରେ ନ ନେବାରୁ ନାବାଳିକାଙ୍କ ଆମତ୍ହତ୍ୟା

ମା’ ସାଙ୍ଗରେ ନ ନେବାରୁ ନାବାଳିକାଙ୍କ ଆମତ୍ହତ୍ୟା

ବଡବିଲ, ୨୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ବାକଲ ହଟିଂ ନିକଟ ମହାରଣା ସାହିରେ ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବାକୁ ମା’ ସାଙ୍ଗରେ ନ ନେବାରୁ ଜଣେ ନାବାଳିକା ନିଜ ବେକରେ ଓଢଣୀ ଦ୍ୱାରା ଫାଶି ଦେଇ ଆମତ୍ହତ୍ୟା କରିଥିବା ଅଭିଯୋଗ ହୋଇଛି। ସେ ହେଲେ ପଦ୍ମିନୀ ଓରଫ୍‌ ଭାରତୀ ବିରୁଆ।

ନଦୀବନ୍ଧ କଡ଼ ପାଲଟିଛି ଡମ୍ପିଂୟାର୍ଡ

ନଦୀବନ୍ଧ କଡ଼ ପାଲଟିଛି ଡମ୍ପିଂୟାର୍ଡ

ଆନନ୍ଦପୁର, ୨୭।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ପୌରପରିଷଦ ୩ ନଂ ଓ୍ବାର୍ଡ଼ ଗାୟତ୍ରୀ ମନ୍ଦିର ନିକଟସ୍ଥ ବୈତରଣୀ ବନ୍ଧ କଡ ପାଲଟିଛି ପୌରପରିଷଦର ଡମ୍ପିଂୟାର୍ଡ। ପୌରପରିଷଦର ବିଭିନ୍ନ ସ୍ଥାନରୁ ସଂଗୃହିତ ହେଉଥିବା ଅଳିଆ ଆବର୍ଜନା ଗୁଡିକୁ ନଦୀ ବନ୍ଧ କଡରେ ପକାଯାଉଛି। ଫଳରେ ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ସ୍ବଚ୍ଛ ଭାରତ ମିଶନ ଓ ପରିମଳ ବ୍ୟବସ୍ଥାରେ ଆନନ୍ଦପୁର ପୌରପରିଷଦ ପକ୍ଷରୁ ବହୁ ଟଙ୍କା ବ୍ୟୟ କରାଯାଉଛି। ତର୍ଥାପି ପୌରପରିଷରେ ପରିମଳ ବ୍ୟବସ୍ଥାର ସୁଧାର ଆସୁପାରୁ ନ ଥିବା ଦେଖାଯାଇଛି। ଶାଳପଡାଠାରେ ଥିବା ଗ୍ରୀଡ ସନ୍ନିକଟରେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଏକ ଡମ୍ପିଂୟାର୍ଡ଼ ପୌରପରିଷଦ ପକ୍ଷରୁ କରାଯାଇଥିଲେ ବି ସେଠାରେ ଡମ୍ପିଂ କରା ନ ଯାଇ ଆନନ୍ଦପୁର ରିଂଗ ରୋଡର କଡେ କଡେ ବିଭିନ୍ନ ସ୍ଥାନରେ ଡମ୍ପିଂ କରାଯାଉଥିବା ଦେଖାଯାଇଛି।

ଦକ୍ଷତା ବୃଦ୍ଧି ପରାମର୍ଶ ଶିବିର

ଦକ୍ଷତା ବୃଦ୍ଧି ପରାମର୍ଶ ଶିବିର

ଚମ୍ପୁଆ,୨୭।୬(ଡି.ଏନ.ଏ): ଚମ୍ପୁଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭା ଗୃହଠାରେ ବ୍ଲକସ୍ତରୀୟ ନିଯୁକ୍ତି ଭିତ୍ତିକ ଦକ୍ଷତା ବୃଦ୍ଧି ଲାଗି ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଚମ୍ପୁଆ ବିଡିଓ ନୁପୁର ଚାନ୍ଦ ଗୋଟିଆ, ଏବିଡିଓ ଶରତ ଚନ୍ଦ୍ର ବାରିକ, ସିଆଇପିଇଟିର ଏମଆର ମଣ୍ଡଳ, ସିଟିଟିସିର ରଞ୍ଜୀତ ସ୍ବାଇଁ, ଆଇଏଚଏମ୍‌ର ଅଭିନାଶ ଦାସ, ଏସଆଇଏଚଏମର ଜୟୀ କିଶୋର ଭୋଇ ଯୋଗ ଦେଇଥିଲେ। ଚମ୍ପୁଆ ବ୍ଲକର ପ୍ରାୟ ୧୩୦ ଯୁବତୀଯୁବକ ଯୋଗ ଦେଇଥିଲେ। ଜିଲା ଖଣିଜ ପ୍ରତିଷ୍ଠାନ ପ୍ରଯୋଜିତ ଏହି ପରାମର୍ଶ ଶିବିରରେ ଯୁବତୀଯୁବକଙ୍କୁ ଜିଲା ଖଣିଜ ପାଣ୍ଠିରୁ ଅର୍ଥ ଯୋଗାଇ ଦେଇ ବୈଷୟିକ ଶିକ୍ଷା ପ୍ରଦାନ କରାଯିବ ବୋଲି ଜଣାଯାଇଛି।

ଅନଶନରେ ବସିଲେ ଅଧ୍ୟାପକ

ଅନଶନରେ ବସିଲେ ଅଧ୍ୟାପକ

ଚମ୍ପୁଆ,୨୭।୬(ଡି.ଏନ.ଏ): ଚମ୍ପୁଆ ଚନ୍ଦ୍ରଶେଖର ମହାବିଦ୍ୟାଳୟଠାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ବଦଳି ପରେ ବି ରିଲିଫ ନ କରିବାରୁ ମହାବିଦ୍ୟାଳୟର ଗଣିତ ଅଧ୍ୟାପକ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିଥିଲେ। ୨ ଘଣ୍ଟାର ଅନଶନ ପରେ ମହା ବିଦ୍ୟାଳୟର ଅଧ୍ୟକ୍ଷ ଓ ଅଧ୍ୟାପକମାନେ ବୁଝାଶୁଝା କରିବା ପରେ ଅନଶନରୁ ଅଧ୍ୟାପକ ଜଣକ ଓହରି ଥିଲେ। ଚନ୍ଦ୍ର ଶେଖର ମହା ବିଦ୍ୟାଳୟରେ ପ୍ରତାପ କୁମାର ଜେନାଙ୍କ ମେମ (ନଂ୨୧୯୧୭ତା୧୨ା୦୬ା୨୦୧୮ରିଖ)ରେ ବଡବିଲ କଲେଜକୁ ବଦଳି ନିର୍ଦ୍ଦେଶ ଆସିଥିଲା।

ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଯନ୍ତ୍ରୀ

ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଯନ୍ତ୍ରୀ

ହାଟଡିହୀ,୨୭।୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଶିଷ ବାନାର୍ଜୀ ବିଭିନ୍ନ ପଞ୍ଚାୟତ ବୁଲି ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି। ବାନାର୍ଜୀ ଆମ୍ବୋ, ଆଇତିପୁର, ଅଁରା, ବଡରମ୍ପାସ, କଳିଙ୍ଗା, ଇଂଚୋଳ, ସୁଲଣ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟର ସ୍ଥିତି ବାବଦରେ ଅନୁଧ୍ୟାନ କରିଥିଲେ। କେତେକ ପଞ୍ଚାୟତରେ କାର୍ଯ୍ୟ ଠିକ୍‌ ଭାବରେ ହୋଇପାରି ନ ଥିବାରୁ ଅସନ୍ତୋଷ ବ୍ୟକ୍ତ କରିବା ସହ ସମ୍ପୃକ୍ତ କାର୍ଯ୍ୟର ବିଲ ବନ୍ଦ କରିବା ପାଇଁ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଠିକ୍‌ ଭାବେ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। ଏଥିସହ ବିଭିନ୍ନ ପଞ୍ଚାୟତରେ ହେଉଥିବା ପୋଖରୀ ଖୋଳା, ରାସ୍ତା ଓ ପୋଲ ନିର୍ମାଣ କାର୍ଯ୍ୟକୁ ମାପଚୁପ କରି ବ୍ୟୟ ଅଟକଳ କରିଥିଲେ।

କଷ୍ଟ ଦେଉଛି ବିଦ୍ୟୁତ୍‌ ବିଭ୍ରାଟ

କଷ୍ଟ ଦେଉଛି ବିଦ୍ୟୁତ୍‌ ବିଭ୍ରାଟ

ହାଟଡିହୀ,୨୭।୬(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ୪ ଦିନ ହେଲା ବିଦ୍ୟୁତ୍‌ର ଲୁଚକାଳି ଖେଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବିଦ୍ୟୁତ୍‌ ସରବରାହରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଅଚଳ ହୋଇପଡିଛି। ଇଣ୍ଟରନେଟ୍‌ ଲିଙ୍କ ଓ ବ୍ରଡବ୍ୟାଣ୍ଡ ବି ଫେଲ ରହିଛି। ବିଭିନ୍ନ ସ୍ଥାନରେ ତାର ଛିଡିଥିବା ଓ ଟ୍ରାନ୍ସଫର୍ମର ଅଚଳ ହୋଇଥିବା କହି ବିଭାଗ ନିଜ ଉପରୁ ଦୋଷ ଖସାଇ ଚଲିଛି। ହାଟଡିହୀ ବ୍ଲକରେ କାମକାର୍ଯ୍ୟ ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ଏପରିକି ବ୍ୟାଟେରୀ ଚାଳିତ ପଙ୍ଖା ଲଗାଇ ବ୍ଲକ କାର୍ଯ୍ୟ କରୁଛନ୍ତି କର୍ମଚାରୀ। ଗୋଟିଏ ଦିନର ୨୪ ଘଣ୍ଟାରୁ ୩୦ ମିନିଟ୍‌ ବିଦ୍ୟୁତ୍‌ ରହିବା କଷ୍ଟକର ହୋଇପଡିଛି। ବ୍ୟାଙ୍କ ଓ ତହସିଲରେ ବି ଅଚଳାବସ୍ଥା ସୃଷ୍ଟି ହୋଇଛି। ଲୋକେ ନାନା ଦୁର୍ଦ୍ଦଶା ଭୋଗୁଥିବାବେଳେ ଅସନ୍ତୋଷ ବୃଦ୍ଧି ପାଉଛି।

ଭୁଶୁଡି ପଡିଛି ଡ୍ରେନେଜ ବ୍ୟବସ୍ଥା : ସାମାନ୍ୟ ବର୍ଷାରେ ରାସ୍ତା ଉବୁଟୁବୁ

ଭୁଶୁଡି ପଡିଛି ଡ୍ରେନେଜ ବ୍ୟବସ୍ଥା : ସାମାନ୍ୟ ବର୍ଷାରେ ରାସ୍ତା ଉବୁଟୁବୁ

ବଡ଼ସାହି,୨୭।୬(ସ୍ବ.ପ୍ର)-ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ବଡ଼ସାହି ବଜାରର ମୁଖ୍ୟ ସ୍ଥଳରେ ଥିବା ଡ୍ରେନ ପୋତି ହୋଇଯାଇବାରୁ ବର୍ଷାଜଳ ନିଷ୍କାସନ ନେଇ ସମସ୍ୟା ଉପୁଜିଛି। ସାମାନ୍ୟ ବର୍ଷାରେ ରାସ୍ତାଘାଟ, ତହସିଲ, ରାଜସ୍ବ ଅଫିସ ବର୍ଷା ଜଳରେ ଉବୁଟୁବୁ ହେଉଛି ।ବଜାରରେ ଥିବା ଦୋକାନଗୁଡିକରେ ପାଣି ପଶି ବହୁ ଜିନିଷ ନଷ୍ଟ ହେଉଛି ।

କାଠ ବୋଝେଇ ପିକଅପ୍‌ ଜବତ

ଉଦଳା, ୨୭।୬ (ଡି.ଏନ.ଏ.) - କପ୍ତିପଦା ବନବିଭାଗ ଅଧୀନ ଉଦଳା ବ୍ଲକ ଡିହିରାକୁଳ ଗ୍ରାମ ରାସ୍ତାରୁ ଏକ କାଠ ବୋଝେଇ ପିକ୍‌ଅପ ଗାଡିକୁ ମଙ୍ଗଳବାର ରାତିରେ ଉଦଳା ବନବିଭାଗ ଜବତ କରିଛି ।

‘ମୟୂରଭଞ୍ଜର  ଲୋକ ଜୀବନ’ ଶିର୍ଷକ ଆଲୋଚନାଚକ୍ର

‘ମୟୂରଭଞ୍ଜର ଲୋକ ଜୀବନ’ ଶିର୍ଷକ ଆଲୋଚନାଚକ୍ର

ବାରିପଦା ଅଫିସ,୨୭।୬-କଥାଶିଳ୍ପୀ ବସନ୍ତ କୁମାର ଶତପଥିଙ୍କ ୧୦୬ତମ ଜନ୍ମ ଦିବସ ପାଳନ ଅବସରରେ ବାଘରାରୋଡସ୍ଥିତ ତାଙ୍କ ବାସଭବନରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି।

ରାସ୍ତାରେ ଟଣାଓଟରା: ଥାନାକୁ କଥା ଗଲା

ଭୋଗରାଇ,୨୭।୬(ଡି.ଏନ.ଏ.)- ବାଲେଶ୍ୱର ଜିଲା ଭୋଗରାଇ ଥାନା ଗୋପୀନାଥପୁର ଅଞ୍ଚଳରେ ରାସ୍ତାରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ଟଣାଓଟରା କରିବା ଘଟଣା ଚର୍ଚ୍ଚାକୁ ଆସିଛି।

‘ଛାତ୍ରୀଛାତ୍ର ସଚେତନ ହେଲ ଭବିଷ୍ୟତ ସୁରକ୍ଷିତ ରହିବ’

‘ଛାତ୍ରୀଛାତ୍ର ସଚେତନ ହେଲ ଭବିଷ୍ୟତ ସୁରକ୍ଷିତ ରହିବ’

ବାଲେଶ୍ୱର ଅଫିସ,୨୭ା୬- ବାଲେଶ୍ୱର ଜିଲା ଅବକାରୀ ବିଭାଗ ଏବଂ ଜ୍ଞାନଶ୍ରୀ ପକ୍ଷରୁ ଅନ୍ତର୍ଜାତୀୟ ନିଶାସେବନ ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୧୮ ପାଳନ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା  କର୍ମଶାଳା

ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କର୍ମଶାଳା

ବାହାନଗା,୨୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ସଭାଗୃହରେ ମଙ୍ଗଳବାର ବ୍ଳକ ସ୍ତରୀୟ ଶିଶୁ ଶୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଛି ।

ନୂତନ ଓଡ଼ିଶା ନିର୍ମାଣ ପାଇଁ ତତ୍ପରତା

ଭଦ୍ରକ ଅଫିସ,୨୭।୬-ଜିଲା ଭାଜପା କାର୍ଯ୍ୟାଳୟରେ ଭଦ୍ରକ ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବନେତାଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ପର୍ଯ୍ୟବେକ୍ଷକ ପ୍ରବୀର ଶଙ୍କର ଦାଶ ଏଥିରେ ସଭାପତିତ୍ୱ କରିଥିଲେ।

୬୭୩ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

୬୭୩ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ

ଖଇରା, ୨୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକର ୩୭ ପଞ୍ଚାୟତ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫୨୮ ଗୃହ ଯୋଗାଇ ଦିଆଯାଇଛି।

ରେଳ ଓଭର ବ୍ରିଜ୍‌ ନିର୍ମାଣ ଆରମ୍ଭ ନହେଲେ ୭ରୁ ଜନ ଆନ୍ଦୋଳନ

ଜଳେଶ୍ୱର,୨୭।୬ (ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ସହର ମଧ୍ୟଦେଇ ଯାଇଥିବା ଜଳେଶ୍ୱର-ବାଟଗ୍ରାମ-ଚନ୍ଦନେଶ୍ୱର ୫୭ ନଂ. ରାଜ୍ୟ ରାଜପଥକୁ ରେଳପଥ ଅତିକ୍ରମ କରିଛି। ନୂଆବଜାରଠାରେ ରାସ୍ତା ପାର ହେବା ଲାଗି ଏକ ରେଳ ଫାଟକ ରହିଛି।

ପୂର୍ବତନ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ପରଲୋକ

ବାଲିଆପାଳ,୨୭।୬(ଡ.ଏନ.ଏ.)- ବାଲେଶ୍ୱର ଜିଲା ବାଲିଆପାଳ ଗ୍ରାମର ପୂର୍ବତନ ସ୍ବାସ୍ଥ୍ୟକର୍ମୀ ବସୁମତୀ ସାହୁ(୭୮)ଙ୍କର ସୋମବାର ପରଲୋକ ହୋଇଯାଇଛି ।

ଚାଷୀ ସଚେତନତା ଶିବିର

ସଜନାଗଡ଼ ୨୭।୬(ଡି.ଏନ.ଏ)- ମଙ୍ଗଳବାର ଅପରାହ୍ନରେ ନୀଳଗିରି ବ୍ଲକ ଅଧୀନ ପିଠାହତା ପଞ୍ଚାୟତର ଜାମୁନା ହାଟ ପଡ଼ିଆଠାରେ ମାଟିଆଳୀ ଲ୍ୟାମ୍ଫ ପକ୍ଷରୁ ଚାଷୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଲ୍ୟାମ୍ଫ ସଭାପତି ଯଶୋଦା ନାୟକ ଅଧ୍ୟକ୍ଷତା କରିଥିଲେ ।

ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଉନ୍ନୟନ କାର୍ଯ୍ୟ

ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ ଉନ୍ନୟନ କାର୍ଯ୍ୟ

ହାଟଡ଼ିହୀ,୨୭।୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଆଶିଷ ବାନାର୍ଜୀ ବୁଧବାର ବିଭିନ୍ନ ପଞ୍ଚାୟତ ବୁଲି ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି। ବାନାର୍ଜୀ ଆମ୍ବୋ, ଆଇତିପୁର, ଅଁରା, ବଡ଼ରମ୍ପାସ, କଳିଙ୍ଗା, ଇଞ୍ଚୋଳ, ସୁଲଣ ପ୍ରମୁଖ ପଞ୍ଚାୟତରେ ଉନ୍ନୟନ କାର୍ଯ୍ୟର ସ୍ଥିତି ବାବଦରେ ଅନୁଧ୍ୟାନ କରିଥିଲେ।

ବିଦ୍ୟୁତ ଆଘାତରେ ଚାଷୀ ମୃତ

ବିଦ୍ୟୁତ ଆଘାତରେ ଚାଷୀ ମୃତ

ବାହାନଗା,୨୭।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ତଳକରଞ୍ଜାବିନ୍ଧା ଗ୍ରାମର ଜଣେ ଚାଷୀଙ୍କର ବିଦ୍ୟୁତ୍‌ ଆଘାତରେ ବୁଧବାର ମୃତ୍ୟୁ ଘଟିଛି। ସେ ହେଲେ ପୁରୁଷୋତ୍ତମ ରାଉତ(୫୦)। ଗୋପାଳପୁର ଫାଣ୍ଡି ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଖାଲରେ ବୁଡି ମହିଳା ମୃତ

ମୋରଡା,୨୭ା୬(ଡି.ଏନ୍‌.ଏ)-ମୟୁରଭଞ୍ଜ ଜିଲା ମୋରଡା ବ୍ଲକ ତଥା ବାରିପଦା ସଦର ଥାନା ଅନ୍ତର୍ଗତ ନିଚୁଆପଦା ଗ୍ରାମର ଜଣେ ମହିଳାଙ୍କର ଖାଲରେ ବୁଡ଼ି ମୃତ୍ୟୁ ଘଟିଛି ।

୬ଷ୍ଠ ଜିଲା ପରିଷଦ ବୈଠକ

୬ଷ୍ଠ ଜିଲା ପରିଷଦ ବୈଠକ

ଭଦ୍ରକ ଅଫିସ,୨୭।୬: ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ବୁଧବାର ୬ଷ୍ଠ ଜିଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।

କଲେଜ ଛାତ୍ରୀଙ୍କୁ ରାସ୍ତାରେ ଟଣାଓଟରା କରି ଯୁବକ ଅଟକ

କଲେଜ ଛାତ୍ରୀଙ୍କୁ ରାସ୍ତାରେ ଟଣାଓଟରା କରି ଯୁବକ ଅଟକ

ବାସୁଦେବପୁର,୨୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ସହରର କଲେଜ ରୋଡ୍‌ରେ ମଙ୍ଗଳବାର ମଧ୍ୟାହ୍ନରେ ଜଣେ କଲେଜ ଛାତ୍ରୀଙ୍କୁ ଟଣାଓଟରା ସହ ଚାପୁଡ଼ା ମାରିବା ଘଟଣାରେ ପୋଲିସ ବୁଧବାର ଜଣେ ଯୁବକଙ୍କୁ ଥାନାରେ ଅଟକ ରଖିଛି।

ଆଇଆଇସିଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୨୭କୁ ବୃଦ୍ଧି

ଆଇଆଇସିଙ୍କୁ ଆକ୍ରମଣ ଘଟଣା: ଗିରଫ ସଂଖ୍ୟା ୨୭କୁ ବୃଦ୍ଧି

ବାସୁଦେବପୁର,୨୭।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଲୁଙ୍ଗା ଗ୍ରାମ ପଞ୍ଚାୟତରେ ରଜ ଭସାଣି ସମୟରେ ଡିଜେ ସାଉଣ୍ଡକୁ ନେଇ ଗଣ୍ଡଗୋଳ ଏବଂ ଆଇଆଇସି ନବକୃଷ୍ଣ ନାଏକଙ୍କୁ ଆକ୍ରମଣ କରାଯାଇଥିଲା। ଏହି ଘଟଣାରେ ପୋଲିସ ଆଉ ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।