ବାଲେଶ୍ୱର

 ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଅଙ୍ଗନୱାଡି କର୍ମୀଙ୍କ ବିକ୍ଷୋଭ ପ୍ରଦର୍ଶନ

ବଡ଼ସାହି,୨୦ା୯(ସ୍ବ.ପ୍ର)-ଅଙ୍ଗନୱାଡି କେନ୍ଦ୍ରରେ ଖେଳନା କିଣା ଦୁର୍ନିତୀକୁ ନେଇ ଅଲ ଓଡିଶା ଅଙ୍ଗନୱାଡି ୱାକର୍ସ ଆସୋସିଏସନ ପକ୍ଷରୁ ଗୁରୁବାର ସିଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିର

ବିଜୁ ଯୁବ ବାହିନୀର ପ୍ରଶିକ୍ଷଣ ଶିବିର

ବାରିପଦା ଅଫିସ,୨୦।୯-ରାଜ୍ୟ ସରକାରଙ୍କ ରାଜ୍ୟ  ଯୁବ କଲ୍ୟାଣ  ପରିଷଦ ପକ୍ଷରୁ ବାରିପଦା ସ୍ଥିତ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ମୟୂରଭଞ୍ଜ, କେଉଁଝର, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁର ଜିଲାର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। 

ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

ବାଲେଶ୍ୱର ଅଫିସ୨୦।୯- ବାଲେଶ୍ୱର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ୬୦ନଂ ଜାତୀୟ ରାଜପଥ ବାରୁଣି ପୋଲ ନିକଟରେ ଗୁରୁବାର ମଧ୍ୟାହ୍ନ ୧ଟା ୪୦ରେ ଏକ ବାଇକ୍‌ ଚାଳକ ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ବସ୍‌ ପଛପଟୁ ପିଟି ହୋଇଥିଲା। 

ମତଦାନ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ: ଭୋଟ ବର୍ଜନ କରିବେ ଗ୍ରାମବାସୀ

ମତଦାନ କେନ୍ଦ୍ର ସ୍ଥାନାନ୍ତରକୁ ବିରୋଧ: ଭୋଟ ବର୍ଜନ କରିବେ ଗ୍ରାମବାସୀ

ରୂପ୍‌ସା, ୨୦।୯(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ରସଲପୁର ପଞ୍ଚାୟତର ଉଲାଡ଼ି ପ୍ରାଥମିକ ବିଦ୍ୟାଳୟରେ ଥିବା ୧୦ନଂ. ବୁଥ୍‌ କେନ୍ଦ୍ର ସ୍ଥାନାନ୍ତରକୁ ଗ୍ରାମବାସୀ ବିରୋଧ କରିଛନ୍ତି। ଏ ସମ୍ପର୍କରେ ସରପଞ୍ଚ ସୁବେଶ ନାୟକ, ସମିତିସଭ୍ୟା ବାସନ୍ତୀ ପାଣି, ଗ୍ରାମବାସୀ ଭଗବାନ ନାୟକ, ରନତ୍ାକର ଦଳେଇ, ଲକ୍ଷ୍ମୀଧର ସିଂ, ସୂର୍ଯ୍ୟକାନ୍ତ ମାଝି ଓ ଧନଞ୍ଜୟ ମହାନ୍ତିଙ୍କ ସମେତ ଶତାଧିକ ଭୋଟର ଜିଲାପାଳ, ଉପଜିଲାପାଳ ଓ ବିଡିଓଙ୍କୁୁ ଲିଖିତ ଭାବେ ଜଣାଇଛନ୍ତି। ଏହି ମତଦାନ କେନ୍ଦ୍ରକୁ ସ୍ଥାନାନ୍ତର କରା ନ ଯିବା ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ଆସନ୍ତା ୨୦୧୯ ନିର୍ବାଚନରେ ଉଲାଡ଼ି ଓ ଗୋବିନ୍ଦପୁର ଗ୍ରାମବାସୀ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସଚେତନତା କର୍ମଶାଳା

ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସଚେତନତା କର୍ମଶାଳା

ବାହାନଗା, ୨୦।୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ କୋଚିଆକୁଇଲି ପଞ୍ଚାୟତ ପାଟଣା ଗ୍ରାମର ଥିବା ଚୈତନ୍ୟ ପ୍ରସାଦ ୟୁପି ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଛି। ସ୍ବେଚ୍ଛାସେବୀ ସଙ୍ଗଠନ ଜଗନ୍ନାଥ ସେବା ସଂସ୍ଥା ଓ ବାଲେଶ୍ୱର ଜିଲା ନାବାର୍ଡର ମିଳିତ ସହଯୋଗରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

ଶିକ୍ଷକସଂଘର ପଥପ୍ରାନ୍ତ ସଭା

ଶିକ୍ଷକସଂଘର ପଥପ୍ରାନ୍ତ ସଭା

ବସ୍ତା,୨୦।୯(ସ୍ବ.ପ୍ର.)- ବସ୍ତା ବ୍ଲକ ଅନ୍ତର୍ଗତ ସାହାଡ଼ା ହାଟପଡ଼ିଆରେ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଯାଇଛି। ପଥଦୁର୍ଗା ସଂସ୍କୃତ କଲେଜର ଅଧ୍ୟାପକ ସଦାନନ୍ଦ ଦିକ୍ଷୀତଙ୍କ ପରିଚାଳନାରେ ଜଗନ୍ନାଥ ଜୀଉ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟିର ରମେଶ ଚନ୍ଦ୍ର ଦାସ, ଶିକ୍ଷକ ନେତା ରମେଶ ନାୟକ, ମନ୍ମଥ ସେନାପତି, ଗଜେନ୍ଦ୍ର ସାହୁ, ଅଶୋକକୁମାର ଖଟୁଆ ପ୍ରମୁଖ ଏହି ଆନ୍ଦୋଳନକୁ ସମର୍ଥନ କରିବା ସହିତ ସରକାରଙ୍କ ଶିକ୍ଷକମାରଣ ନୀତିକୁ ତୀବ୍ର ସମାଲୋଚନା କରିଥିଲ। 

ମହିଳାଙ୍କ ଆତ୍ମହତ୍ୟା

ମହିଳାଙ୍କ ଆତ୍ମହତ୍ୟା

ବସ୍ତା,୨୦।୯(ସ୍ବ.ପ୍ର.)-ବାଲେଶ୍ୱର ଜିଲା ସିଂଲା ଥାନା ଅନ୍ତର୍ଗତ ନାବରା ପଞ୍ଚାୟତ ଜମାଳପୁର ଗାଁର ଜ୍ୟୋତିରେଖା ନାମ୍ନୀ ଜଣେ ମହିଳା ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।  ତାଙ୍କ ମୃତଦେହ ପାଇଖାନା ଭିତରୁ ଉଦ୍ଧାର କରାଯାଇଥିଲା। 

ଓକିଲ ସଂଘ ବନ୍ଦ କଲେ ବସ୍ତା ତହସିଲ

ଓକିଲ ସଂଘ ବନ୍ଦ କଲେ ବସ୍ତା ତହସିଲ

ବସ୍ତା,୨୦।୯(ସ୍ବ.ପ୍ର)- ହାଇକୋର୍ଟର ଆଇନଜୀବୀଙ୍କୁ ପୋଲିସ ଅନ୍ୟାୟ ଭାବେ ମାଡ଼ ମାରିବା ପ୍ରତିବାଦରେ ରାଜ୍ୟବ୍ୟାପୀ ଆଇନଜୀବୀମାନଙ୍କ ପକ୍ଷରୁ ଏହାର ଦୃଢ଼ ପ୍ରତିବାଦ ସହିତ ସମ୍ପୃକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ପରିପ୍ରେକ୍ଷୀରେ ଆଇନଜୀବୀମାନେ ବିଭିନ୍ନ ଢ଼ଙ୍ଗରେ ଆନ୍ଦୋଳନ ଜାରି ରଖିଛନ୍ତି। ବସ୍ତା ଓକିଲ ସଂଘ ପକ୍ଷରୁ ବୁଧବାର ତହସିଲ ସମ୍ମୁଖରେ ବିକ୍ଷୋଭ କରିବା ସହିତ ତହସିଲ କାର୍ଯ୍ୟାଳୟକୁ ବନ୍ଦ କରିଦେଇଥିଲେ।

କଟକ ଡିଭିଜନ୍‌ ବୀମା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ୨୧ରୁ

କଟକ ଡିଭିଜନ୍‌ ବୀମା କର୍ମଚାରୀ ସଂଘର ବାର୍ଷିକ ସମ୍ମିଳନୀ ୨୧ରୁ

ବାଲେଶ୍ୱର ଅଫିସ, ୨୦।୯- ବାଲେଶ୍ୱର ଏଲ୍‌ଆଇସି ଭବନରେ କଟକ ଡିଭିଜନ୍‌ ବୀମା କର୍ମଚାରୀ ସଂଘର ୬୨ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ପାଇଁ ଅଭ୍ୟର୍ଥନା କମିଟି ତରଫରୁ ବୁଧବାର ଅପରାହ୍ନ ୫ଘଟିକା ସମୟରେ ଖବରଦାତା ସମ୍ମିଳନୀ ଅନୁ୍‌ଷ୍ଠିତ ହୋଇଯାଇଛି। ଏଥିରେ ସମ୍ମିଳନୀକୁ ସଫଳ କରିବା ପାଇଁ ଆହ୍ବାନ ଦେବା ସହ ବାଲେଶ୍ୱରରେ ଜୀବନବୀମାର ଏକ ଡିଭିଜନ୍‌ ପ୍ରତିଷ୍ଠା ପାଇଁ ଅଭ୍ୟର୍ଥନା କମିଟି ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା। 

ସ୍ବଚ୍ଛତା ପ୍ରଦର୍ଶନୀରେ ୨୯ ପ୍ରକଳ୍ପ

ସ୍ବଚ୍ଛତା ପ୍ରଦର୍ଶନୀରେ ୨୯ ପ୍ରକଳ୍ପ

ଭଣ୍ଡାରିପୋଖରୀ,୨୦।୯(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦା ଉନ୍ନୀତ ଉ.ପ୍ରା. ବିଦ୍ୟାଳୟଠାରେ ବିଦ୍ୟାଳୟସ୍ତରୀୟ ସ୍ବଚ୍ଛତା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।  ଏଥିରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ଦ୍ୱାରା ସ୍ବଚ୍ଛତା ଉପରେ ୨୯ଟି ପ୍ରକଳ୍ପ ପ୍ରଦର୍ଶିତ  ହୋଇଥିଲା। ପ୍ରଧାନଶିକ୍ଷକ ପୁରୁଷୋତ୍ତମ ଧଳ ଏଥିରେ ପୌରୋହିତ୍ୟ କରିଥିଲେ।

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଅଜଣା ଗାଡ଼ି ଧକ୍କାରେ ଜଣେ ମୃତ

ଭଣ୍ଡାରିପୋଖରୀ,୨୦।୯(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ପୁରିପଡା ଛକଠାରେ ବୁଧବାର ବିଳମ୍ବିତ ରାତିରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରି ନାହିଁ। 

ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଗୃହ ସମୀକ୍ଷା

ଜିଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାସଗୃହ ସମୀକ୍ଷା

ହାଟଡିହୀ, ୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପ୍ରକଳ୍ପ ନିର୍ଦ୍ଦେଶକ ନୃସିଂହ ଚରଣ ସ୍ବାଇଁ ବୁଧବାର ହାଟଡିହୀ ବ୍ଲକରେ ପହଞ୍ଚି ସରକାରୀ ବାସଗୃହର ସମୀକ୍ଷା କରିଛନ୍ତି। ଖଣି କ୍ଷତିଗ୍ରସ୍ତ ହଦଗଡ ଓ ବାଲିବରେଇ ପଞ୍ଚାୟତକୁ ଯାଇ ହିତାଧିକାରୀଙ୍କୁ ମିଳିଥିବା ମଇନିଂ ଗୃହର ସ୍ଥିତି ବିଷୟରେ ଅନୁଧ୍ୟାନ କରିବା ସହ ଅସମ୍ପୂର୍ଣ୍ଣ ଗୃହ ତୁରନ୍ତ ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପ ନିର୍ଦ୍ଦେଶକ ସ୍ବାଇଁଙ୍କ ସହ  ବିଡିଓ ଆନନ୍ଦ ଚନ୍ଦ୍ର ସେଠୀ, ଜିଆରଏସ ବିନୟ କୁମାର ମଲ୍ଲିକ, ପୂର୍ଣ୍ଣେନ୍ଦୁ ଥାଟୋଇ, ଗୋଲଖ ବିହାରୀ ନାୟକ, ଭିଏଲଡବ୍ଲ୍ୟୁ ବେଣୁଧର ପୂର୍ତ୍ତି, ରୁରାଲ ହାଉସିଂ ଏପିଡି ରଶ୍ମୀରେଖା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ନିର୍ମାଣର ବର୍ଷେ ଗଲାନି ପୋଲ

ନିର୍ମାଣର ବର୍ଷେ ଗଲାନି ପୋଲ

ରାଇସୁଆଁ, ୨୦।୯(ଡି.ଏନ.ଏ.): କେନ୍ଦୁଝର ଜିଲାରେ ପୋଲ ଏବଂ ରାସ୍ତା ନିର୍ମାଣରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି। ପୋଲ ଏବଂ ରାସ୍ତା ନିର୍ମାଣ ନିମ୍ନମାନର ହେଉଥିବାରୁ ବର୍ଷେ ନ ଯାଉଣୁ ଭାଙ୍ଗି ଯାଉଛି। ଏପରି ଏକ ଘଟଣା କେନ୍ଦୁଝର ଜିଲା ସଦର ବ୍ଲକ ନୂଆଗାଁ ପଞ୍ଚାୟତର ଭାଲୁପାଳ ଗ୍ରାମର ମାଛକାନ୍ଦଣା ନଦୀର ପୋଲରେ ଦେଖିବାକୁ ମିଳିଛି। 

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

ଗିରଫ ପରେ ମନ୍ତ୍ରୀଙ୍କ ପୁଅ କୋର୍ଟ ଚାଲାଣ

କେନ୍ଦୁଝର, ୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଷିପୁରା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଏବଂ ପଦନାଠାରେ ପୋଲିସକୁ ମାଡ଼ ଘଟଣାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କୁ କେନ୍ଦୁଝର ପୋଲିସ ଗିରଫ କରି ଗୁରୁବାର ଜିଲା କୋର୍ଟକୁ ଚାଲାଣ କରିଛି। ଚାଲାଣ ବେଳେ ବହୁ ସଂଖ୍ୟାରେ ବିଜେଡି କର୍ମୀ ଓ ନେତା ଥାନା ନିକଟରେ ଭିଡ଼ ଜମାଇଥିଲେ।

ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର  ପ୍ରଦାନ

ମେଡିକାଲ କଲେଜ ପ୍ରତିଷ୍ଠା ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ତିହିଡ଼ି,୨୦।୯(ଡି.ଏନ୍‌.ଏ.): ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗୁରୁବାର ମଧ୍ୟାହ୍ନରେ ତିହିଡ଼ି ବ୍ଲକରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ଶୋଭାଯାତ୍ରା କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି। 

ଭାଲୁ ଆକ୍ରମଣରେ ଜଣେ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ,୨୦।୯(ଡି.ଏନ.ଏ.): କେନ୍ଦୁଝର ଜିଲା ଘଟଗାଁ ରେଞ୍ଜ ଦେଓବନ୍ଧ ପରେଷ୍ଟ ସେକ୍ସନ ବାରବରଙ୍କ ସଂରକ୍ଷିତ ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। 

ବଜ୍ରପାତରେ ଫାଟିଲା ଗ୍ୟାସ ଟାଙ୍କି: ଭୁଷୁଡ଼ିଲା ଘର, ୩ ଗୁରୁତର

ବଜ୍ରପାତରେ ଫାଟିଲା ଗ୍ୟାସ ଟାଙ୍କି: ଭୁଷୁଡ଼ିଲା ଘର, ୩ ଗୁରୁତର

ମୋରଡ଼ା,୨୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ବ୍ଲକ ତୁଟାପଡ଼ା ପଞ୍ଚାୟତ ଅଧୀନ ଅସନଖାଲି ଗ୍ରାମରେ ବୁଧବାର ବଜ୍ରପାତରେ ଗ୍ୟାସ ଟାଙ୍କି ଫାଟିଯିବା ଯୋଗୁ ୩ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାଲି ହେମ୍ରମ(୭୦), ହେମ୍ରମ(୧୦), ଝିଆରି ପୁଷ୍ପଲତା ମାରାଣ୍ଡି(୧୨)। 

ଭିଜିଲାନ୍ସ ଜାଲରେ କେନ୍ଦୁଝର ସଦର ଥାନା ଏଏସ୍‌ଆଇ

ଭିଜିଲାନ୍ସ ଜାଲରେ କେନ୍ଦୁଝର ସଦର ଥାନା ଏଏସ୍‌ଆଇ

କେନ୍ଦୁଝର,୨୦।୯(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଏଏସ୍‌ଆଇ ଗୌତମ ଦାସ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜବତ ଗାଡ଼ି ଛାଡ଼ି ଦେବା ପାଇଁ ସେ ହୃଦାନନ୍ଦ ନାୟକଙ୍କ ଠାରୁ ୨ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିବା ଭିଜିଲାନ୍ସ ଇନ୍ସପେକ୍ଟର ହେମାମାଳିନୀ ନାୟକ କହିଛନ୍ତି। 

୧୫ ଦିନ ଶିଶୁକୁ ଚେଙ୍କ

୧୫ ଦିନ ଶିଶୁକୁ ଚେଙ୍କ

କେନ୍ଦୁଝର, ୨୦।୯(ସ୍ବ.ପ୍ର.): ବାଂଶପାଳ ବ୍ଲକ ଅନ୍ତର୍ଗତ କାଞ୍ଜିପାଣି ଗ୍ରାମରେ ୧୫ ଦିନର ଶିଶୁଙ୍କୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଅଣ୍ଟା ଓ ପେଟ ବ୍ୟଥା ନକମିବାରୁ ଚେଙ୍କ ଦିଆଯାଇଥିବା ଜଣାପଡିଛି।

ବିପଦ ସଙ୍କୁଳ ସୁବର୍ଣ୍ଣରେଖା ଫେରିଘାଟ

ବିପଦ ସଙ୍କୁଳ ସୁବର୍ଣ୍ଣରେଖା ଫେରିଘାଟ

ଭୋଗରାଇ,୨୦।୯(ପ୍ରଦୀପ ଦାସ)- ବାଲେଶ୍ୱର ଜିଲାରେ ପ୍ରବାହିତ ସୁବର୍ଣ୍ଣରେଖା ନଦୀ ଭୌଗୋଳିକ ଦୃଷ୍ଟିରୁ ଭୋଗରାଇ ଓ ବାଲିଆପାଳ ବ୍ଲକକୁ ବିଚ୍ଛିନ୍ନ କରିଛି। ଉଭୟ ବ୍ଲକର ଅଞ୍ଚଳବାସୀଙ୍କ ଦୈନନ୍ଦିନ ଗମନାଗମନରେ ଏହା ପ୍ରତିବନ୍ଧକ ହୋଇ ରହି ଆସିଛି। 

ଡିପ୍ଲୋମା ଇଞ୍ଜିନିୟରଙ୍କ ଆନ୍ଦୋଳନ

ଡିପ୍ଲୋମା ଇଞ୍ଜିନିୟରଙ୍କ ଆନ୍ଦୋଳନ

କେନ୍ଦୁଝର/ଆନନ୍ଦପୁର/ହାଟଡିହୀ,୨୦।୯(ସ୍ବ.ପ୍ର./ଡି.ଏନ.ଏ.): କେନ୍ଦୁଝର ଜିଲାରେ କାର୍ଯ୍ୟରତ ଡିପ୍ଲୋମା ଇଞ୍ଜିନିୟରମାନେ ବିଭିନ୍ନ ଦାବି ନେଇ ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର ସେବା ସଂଘର ଡାକରାରେ ମଙ୍ଗଳବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

ମିଳିତ ମଞ୍ଚର ପଞ୍ଚାୟତ ପଦଯାତ୍ରା

ମିଳିତ ମଞ୍ଚର ପଞ୍ଚାୟତ ପଦଯାତ୍ରା

ପାଟଣା/ତେଲକୋଇ, ୨୦।୯(ସ୍ବ.ପ୍ର./ଡି.ଏନ.ଏ.): ରାଜ୍ୟ ବ୍ଲକଗ୍ରାଣ୍ଟ ସ୍କୁଲ କଲେଜ ମିଳିତ ମଞ୍ଚର ଆବାହକ ପ୍ରକାଶ ଚନ୍ଦ୍ର ମାହାନ୍ତିଙ୍କ ଆହ୍ବାନରେ ପାଟଣା ଓ ସାହାରପଡା ବ୍ଲକର  ବ୍ଲକଗ୍ରାଣ୍ଟ ପ୍ରାପ୍ତ ଶିକ୍ଷକ, ଅଧ୍ୟାପକ କର୍ମଚାରୀଙ୍କ ଦ୍ୱାରା ବୁଧବାର ଏକ ମୋଟରସାଇକେଲ ରାଲି ହୋଇଥିଲା।

ଖୋଲା ଶୌଚମୁକ୍ତ ନେଇ ପଦଯାତ୍ରା

ଖୋଲା ଶୌଚମୁକ୍ତ ନେଇ ପଦଯାତ୍ରା

ଚମ୍ପୁଆ,୨୦ା୯(ଡି.ଏନ.ଏ.): ଚମ୍ପୁଆ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ୧୩ ଗୋଟି ୱାର୍ଡକୁ ଖୋଲା ଶୌଚମୁକ୍ତ ୱାର୍ଡ ଭାବେ ଘୋଷଣା ପରିପ୍ରେକ୍ଷୀରେ ପଦଯାତ୍ରା ଆରମ୍ଭ କରାଯାଇଛି।

 ଦୁର୍ନୀତିର ତଦନ୍ତ  ନ ହେଲେ ଆନ୍ଦୋଳନ

ଦୁର୍ନୀତିର ତଦନ୍ତ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୨୦।୯-ରାଫେଲ ଯୁଦ୍ଧ ଜାହାଜ କିଣାରେ  ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି ।   କେନ୍ଦ୍ର ନେତୃତ୍ୱାଧୀନ ଭାଜପା ସରକାର ଏଥିରେ ସମ୍ପୃକ୍ତ ଥିବା ଅଭିଯୋଗ ନେଇ  ମୟୂରଭଞ୍ଜ ଜିଲା କଂଗ୍ରେସ ପକ୍ଷରୁ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିଶାଳ ଗଣ ବିକ୍ଷୋଭ କରାଯାଇଛି।  ଜିଲା ପ୍ରଶାସନ ଜରିଆରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।