ବାଲେଶ୍ୱର

ବାଲିଖାଦାନରେ ଜିଲା ପ୍ରଶାସନ ପକ୍ଷରୁ ଚଢ଼ାଉ:  ସ୍ବମ୍ପପମ୍ପ ମେଶିନ ଜବତ

ବାଲିଖାଦାନରେ ଜିଲା ପ୍ରଶାସନ ପକ୍ଷରୁ ଚଢ଼ାଉ: ସ୍ବମ୍ପପମ୍ପ ମେଶିନ ଜବତ

ଜଳେଶ୍ୱର, ୧୯ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ତହସିଲ ଅଧୀନ ସୁବର୍ଣ୍ଣରେଖା ନଦୀର ମହମ୍ମଦନଗର ପାଟଣା (ଗ) ବାଲିଖାଦାନରେ ରବିବାର ପୂର୍ବାହ୍ନରେ ଜିଲା ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଇଛି। 

ଆକର୍ଷଣ ଥାଇ ବି ଅବହେଳିତ:  ଏବେଠୁଁ ଡଙ୍ଗାଧର, ଧଳଧଳି ଓ ବାଙ୍କବୋଳ ବନ୍ଧ ଚଳଚଞ୍ଚଳ

ଆକର୍ଷଣ ଥାଇ ବି ଅବହେଳିତ: ଏବେଠୁଁ ଡଙ୍ଗାଧର, ଧଳଧଳି ଓ ବାଙ୍କବୋଳ ବନ୍ଧ ଚଳଚଞ୍ଚଳ

ବିଶୋଇ,୧୯।୧୧(ଅମିତ କୁମାର ଦାସ) - ମୟୂରଭଞ୍ଜ ଜିଲାରେ ପର୍ଯ୍ୟଟନ ବିକାଶ ଲାଗି ପ୍ରାକୃତିକ ଭିତ୍ତିଭୂମି ଥିଲେ ମଧ୍ୟ ଏହାର ଉପଯୁକ୍ତ ବିକାଶ ହୋଇପାରୁ ନାହିଁ । ଝାଡ଼ଖଣ୍ଡ, ପଶ୍ଚିମବଙ୍ଗକୁ ସଡ଼କ ପଥ  ସଂଯୋଗ କରୁଥିବା ମୟୂରଭଞ୍ଜ ଜିଲାର ବିଶୋଇ ଅଞ୍ଚଳରେ ଡଙ୍ଗାଧର, ଗେଣ୍ଡାଳୁ -ଧଳଧଳି ଓ ବାଙ୍କବୋଳ ବନ୍ଧ ପରି ଦର୍ଶନୀୟ ସ୍ଥାନ ଅବହେଳିତ ହୋଇ ରହିଛି।

ଗଣ୍ଡଗୋଳ ବେଳେ ଜଣେ ମୃତ

ଗଣ୍ଡଗୋଳ ବେଳେ ଜଣେ ମୃତ

ବାରିପଦା ଅଫିସ,୧୯।୧୧- ମୟୂରଭଞ୍ଜ ଜିଲା ବାଦାମପାହାଡ଼ ଥାନା ଅଙ୍ଗାରପଦା ଗାଁରେ ଗଣ୍ଡଗୋଳ ବେଳେ ଶିବ ହେମ୍ବ୍ରମ ନାମକ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ସୂଚନା ମୁତାବକ ଏହି ଗାଁର ୨ ପରିବାର ମଧ୍ୟରେ ରବିବାର ସନ୍ଧ୍ୟାରେ ଗଣ୍ଡଗୋଳ ହୋଇଥିଲା। ସେମାନଙ୍କୁ ବୁଝାଶୁଝା କରିବାକୁ ଶିବ ଯାଇଥିଲେ। 

ରାଜ୍ୟସ୍ତରୀୟ ବ୍ୟାଡମଣ୍ଟନ: ମୟୂରଭଞ୍ଜରୁ  ୪ ଖେଳାଳି

ରାଜ୍ୟସ୍ତରୀୟ ବ୍ୟାଡମଣ୍ଟନ: ମୟୂରଭଞ୍ଜରୁ ୪ ଖେଳାଳି

ବାରିପଦା ଅଫିସ,୧୯।୧୧- ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଚଳିତ ମାସ ୧୯ରୁ ୨୧ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲା ସ୍ଥିତ ଚନ୍ଦ୍ରଶେଖର ବେହେରା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। 

ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ ଚାମ୍ପିଅନଶିପ ପାଇଁ ଛାତ୍ରୀଛାତ୍ର ମନୋନୀତ

ଆନ୍ତଃ ବିଶ୍ୱବିଦ୍ୟାଳୟ ଚେସ୍‌ ଚାମ୍ପିଅନଶିପ ପାଇଁ ଛାତ୍ରୀଛାତ୍ର ମନୋନୀତ

ବାରିପଦା ଅଫିସ,୧୯।୧୧- ପୂର୍ବାଞ୍ଚଳ ଆନ୍ତଃ ବିଶ୍ୱବିଦ୍ୟାଳୟ ସ୍ତରୀୟ ଚେସ ଚମ୍ପିୟସିପ ପାଇଁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଚେସ ଟିମ ଘୋଷିତ ହୋଇଛି। ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି ଆଣ୍ଡ ମ୍ୟାନେଜମେଣ୍ଟର ପ୍ରଥମ ବର୍ଷ ଛାତ୍ର ଶ୍ରୀଦେବ ମହାନ୍ତି, ଛାତ୍ରୀ ମନ୍ଦାକିନୀ ସୋରେନ ଏବଂ ଦ୍ୱିତୀୟ ବର୍ଷ ଛାତ୍ରୀ ସଙ୍ଗୀତା ସାହୁ, ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ପକ୍ଷରୁ ମନୋନୀନ ହୋଇଥିବାରୁ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଏମବିଏ ବିଭାଗ ଅଧ୍ୟାପକ ଡ ସ୍ମୃତି ରଞ୍ଜନ ଦାସ, କଲେଜର ଅଧ୍ୟକ୍ଷ ପ୍ରଦୀପ ନାୟକ, ଉପାଧ୍ୟକ୍ଷା ସଂଘମିତ୍ରା ରାଉତ, କଲେଜ ପରିଚାଳନା ସମିତି ସଭାପତି ତଥା ବାରିପଦାର ପୂର୍ବତନ ବିଧାୟକ କିଶୋର ଦାଶ ମନୋନୀତ ଛାତ୍ରୀଛାତ୍ରମାନଙ୍କୁ ସ୍ବାଗତ ଜଣାଇଛନ୍ତି।

୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ: ହାତିମୋଡ଼ା ଟିମ୍‌ ଚାମ୍ପୟନ

୨ ଦିନିଆ ଫୁଟବଲ ଟୁର୍ନାମେଣ୍ଟ: ହାତିମୋଡ଼ା ଟିମ୍‌ ଚାମ୍ପୟନ

ବାଙ୍ଗିରିପୋଷି,୧୯।୧୧(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବ୍ଲକ ଅନ୍ତର୍ଗତ ବୁଢୀଖମାରୀ ପଞ୍ଚାୟତ ଜଳଡିହା ଗ୍ରାମରେ ଦୁଇ ଦିନିଆ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦଯାପିତ ହୋଇଯାଇଛି। ବିବିସି କ୍ଲବ ଆନୁକୂଲ୍ୟରେ ୨୮ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟରେ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ। 

ଚାନ୍ଦବାଲିକୁ ସବ୍‌ଡିଭିଜନ ଘୋଷଣା ଦାବି ତେଜିଲା:  ସଂଗ୍ରାମ ସେନା ପକ୍ଷରୁ ପୋଷ୍ଟକାର୍ଡ ଲେଖା ଅଭିଯାନ

ଚାନ୍ଦବାଲିକୁ ସବ୍‌ଡିଭିଜନ ଘୋଷଣା ଦାବି ତେଜିଲା: ସଂଗ୍ରାମ ସେନା ପକ୍ଷରୁ ପୋଷ୍ଟକାର୍ଡ ଲେଖା ଅଭିଯାନ

ଚାନ୍ଦବାଲି, ୧୯।୧୧ (ଡି.ଏନ.ଏ.)- ଭୌଗୋଳିକ ଅବସ୍ଥିତି, ଜନସଂଖ୍ୟା ଏବଂ ଯୋଗାଯୋଗ ସମସ୍ୟାକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲାର ନଈନାଳ ଘେରା ଉପକୂଳ ଅଞ୍ଚଳ ଚାନ୍ଦବାଲିକୁ ସବ୍‌ଡିଭିଜନ ମାନ୍ୟତା ଦେବା ଲାଗି ଦୀର୍ଘଦିନରୁ ଦାବି ହୋଇଆସୁଛି। 

ଏକଗୋଡ଼ିଆ ଶିଶୁକନ୍ୟା ଜନ୍ମ

ଏକଗୋଡ଼ିଆ ଶିଶୁକନ୍ୟା ଜନ୍ମ

ତିହିଡ଼ି, ୧୯।୧୧(ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ରବିବାର ସକାଳେ ଜଣେ ଗର୍ଭବତୀ ମହିଳା ଏକ ଶିଶୁକନ୍ୟା ଜନ୍ମ ଦେଇଛନ୍ତି। ଏହି ନବଜାତ ଶିଶୁକନ୍ୟାଙ୍କର ବାମଗୋଡ଼ ନାହିଁ। ତାଙ୍କ ଡାହାଣ ହାତରେ କେତୋଟି ଆଙ୍ଗୁଳି ମଧ୍ୟ ନାହିଁ। 

ବିବାହ ଶୋଭାଯାତ୍ରାରେ ବାହାରିଲେ ଶ୍ରୀ ବଳଦେବ ଜୀଉ

ବିବାହ ଶୋଭାଯାତ୍ରାରେ ବାହାରିଲେ ଶ୍ରୀ ବଳଦେବ ଜୀଉ

ବାସୁଦେବପୁର, ୧୯।୧୧(ଡି.ଏନ.ଏ.)- ବାସୁଦେବପୁର ଅଞ୍ଚଳ ନିକଟବର୍ତ୍ତୀ ଗୁଡ ଗ୍ରାମର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ବଳଦେବଜୀଉ ଦେବୀ ତୁଳସୀଙ୍କୁ ବିବାହ ପାଇଁ ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ା ଅଭିମୁଖେ ଯାତ୍ରା କରିଛନ୍ତି। ରବିବାର ଶ୍ରୀ ବଳଦେବଜୀଉ ବରଯାତ୍ରୀ ଧରି ଶୋଭାଯାତ୍ରାରେ ମନ୍ଦିର ପରିସରରୁ ବାହାରିଛନ୍ତି। 

ବରିଷ୍ଠ ନେତାଙ୍କ ସନ୍ଦେହଜନକ ମୃତ୍ୟୁ

ବରିଷ୍ଠ ନେତାଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣା, ୧୯।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ବଡ଼ପାଟଣା ପଞ୍ଚାୟତ ଟାଇଁସିରା ଗ୍ରାମରୁ ରବିବାର ସନ୍ଧ୍ୟାରେ ଜଣେ ବରିଷ୍ଠ ରାଜନେତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣଙ୍କ ହେଲେ ଦେବେନ୍ଦ୍ର କୁମାର ପାତ୍ର। ତାଙ୍କ ଶୋଇବା ଘରୁ ରକ୍ତାକ୍ତ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। 

ଗାଁକୁ ଛୁଇଁନି ବିକାଶର ଧାରା

ଗାଁକୁ ଛୁଇଁନି ବିକାଶର ଧାରା

ତେଲକୋଇ, ୧୯।୧୧(ଡି.ଏନ.ଏ.): ତେଲକୋଇ ବ୍ଲକ ଅଧୀନ କରଦାଙ୍ଗୀ ପଞ୍ଚାୟତର ଅନେକ ଗାଁକୁ ଅଦ୍ୟାବଧି ଛୁଇଁପାରିନି ବିକାଶର ଧାରା। ଲୋକେ ଅବହେଳିତ ଜୀବନ ବିତାଉଛନ୍ତି। ଉକ୍ତ ପଞ୍ଚାୟତରେ ଅନେକ ନେତା ରହିଥିଲେ ହେଁ ସରକାରଙ୍କ ସମସ୍ତ ଯୋଜନା ଅପହଞ୍ଚ ହୋଇଛି। 

ବିଜ୍ଞାନ ମେଳାରେ ଶ୍ରେଷ୍ଠ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବିଜ୍ଞାନ ମେଳାରେ ଶ୍ରେଷ୍ଠ ଛାତ୍ରଙ୍କୁ ସମ୍ବର୍ଦ୍ଧନା

ଖଇରା,୧୮।୧୧(ଡି.ଏନ.ଏ.)-ଖଇରା ବ୍ଲକସ୍ତରୀୟ ବିଜ୍ଞାନ ମେଳରେ ଖଇରା ବ୍ଲକ ପଳସା ପଞ୍ଚାୟତ ନଛିପୁର ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଚିରଞ୍ଜୀବୀ ମିଶ୍ର ସିନିୟରରେ ପ୍ରଥମ ହୋଇ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛନ୍ତି। 

ଚାଷଜମିରେ ହାତୀପଲ

ଚାଷଜମିରେ ହାତୀପଲ

ସଜନାଗଡ଼, ୧୮।୧୧(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ତିନିକୋଶିଆ ସଂରକ୍ଷିତ ଜଙ୍ଗଲରେ ୫୮ରୁ ଊର୍ଦ୍ଧ୍ୱ ହାତୀପଲ ଆସିବାର ଆଜକୁ ୫ଦିନ ବିତିଗଲାଣି।  ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ଗତ ରାତିରେ ହାତୀଗୁଡ଼ିକ କୌଣସି ଧନଜୀବନ ନଷ୍ଟ ନ କରିଥିଲେ ମଧ୍ୟ ଜଙ୍ଗଲକୁ ଲାଗି ରହିଥିବା ଏକର ଏକର ଚାଷଜମିର କ୍ଷୟକ୍ଷତି ଘଟାଇଛନ୍ତି।

୪୫ ବସ୍ତା ଚୋରା କୋଇଲା ଜବତ

୪୫ ବସ୍ତା ଚୋରା କୋଇଲା ଜବତ

ତିହିଡ଼ି, ୧୮।୧୧ (ଡି.ଏନ.ଏ.) - ଭଦ୍ରକ ଜିଲା ତିହିଡି ଥାନା ଅଧୀନ ମଙ୍ଗଳପୁର ଓ ତଳମୂଷାଙ୍ଗ ରାସ୍ତାରୁ ୪୫ ବସ୍ତା ଚୋରା କୋଇଲା ସ୍ଥାନୀୟ ପୋଲିସ ରବିବାର ମଧ୍ୟାହ୍ନରେ ଜବତ କରିଛି। ଏଥିସହ ୧୦ ସାଇକେଲ ମଧ୍ୟ ଜବତ କରାଯାଇଛି। 

୨ ବର୍ଷ ଧରି ମିଳିନି ଦରମା: ବାସୁଦେବପୁର ଜଳସେଚନ କର୍ମଚାରୀଙ୍କ ଧାରଣା ଚେତାବନୀ

୨ ବର୍ଷ ଧରି ମିଳିନି ଦରମା: ବାସୁଦେବପୁର ଜଳସେଚନ କର୍ମଚାରୀଙ୍କ ଧାରଣା ଚେତାବନୀ

ବାସୁଦେବପୁର, ୧୮।୧୧(ଡି.ଏନ.ଏ.) -ଭଦ୍ରକ ଜିଲା ବାସୁଦେବପୁର ଜଳସେଚନ ବିଭାଗରେ କାର୍ଯ୍ୟରତ ୫ ଅସ୍ଥାୟୀ କର୍ମଚାରୀଙ୍କୁ ୨ ବର୍ଷ ଧରି ମିଳି ନାହିଁ। ସେମାନେ ନିୟମିତ କାର୍ଯ୍ୟ କରିଆସୁଥିବାବେଳେ ବିଭାଗ ପକ୍ଷରୁ ସେମାନଙ୍କୁ ଦରମା ଦିଆଯାଉ ନ ଥିବା ଅଭିଯୋଗ କରିଛନ୍ତି। 

ହାତୀ ଉଜାଡୁଛନ୍ତି  ପାଚିଲା ଧାନ ଜମି

ହାତୀ ଉଜାଡୁଛନ୍ତି ପାଚିଲା ଧାନ ଜମି

କପ୍ତିପଦା,୧୮।୧୧(ଡି.ଏନ୍‌.ଏ)-ଶିମିଳିପାଳ ଅଭୟାରଣ୍ୟରୁ ଚାଲି ଆସିଥିବା ଏକ ହାତୀପଲ ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ଲାବଣ୍ୟଦେଇପୁର ପଞ୍ଚାୟତ ଓ ଏହା ଆଖପାଖ ଅଞ୍ଚଳରେ ଉପଦ୍ରବ ଚଳାଇଛନ୍ତି। ସେମାନେ ଜଙ୍ଗଲ ତଳି ଇଲକା ଚାଷ ଜମିରେ  ପଶି ପାଚିଲା ଧାନ ଖାଇ ନଷ୍ଟ କରିଦେଉଛନ୍ତି। ଜଙ୍ଗଲରେ ଖାଦ୍ୟାଭାବର ଶିକାର ହେଉଥିବା ହାତୀପଲ ପାଚିଲା ଧାନ ଖାଇବା ସକାଶେ ଗେଁଗଣ୍ଡା ଇଲାକାକୁ ପଶି ଫସଲ ନଷ୍ଟ କରୁଥିବାରୁ ଚାଷୀମାନେ ହତାଶ ହୋଇପଡିଛନ୍ତି। ବନ ବିଭାଗ ହାତୀପଲ ଘଉଡାଇବାକୁ  ଉଦ୍ୟମ କରୁଥିଲେ ମଧ୍ୟ ସେମାନେ ଜଙ୍ଗଲତଳି ଅଞ୍ଚଳ ଛାଡି ଯାଉ ନାହାନ୍ତି।

 ପ୍ରତିଭା ପରିବାରର ଜୋନସ୍ତରୀୟ ପ୍ରତିଯୋଗିତା: ନୃତ୍ୟ ଗୀତରେ କମ୍ପିଲା ବିଦ୍ୟାଳୟ ପରିସର

ପ୍ରତିଭା ପରିବାରର ଜୋନସ୍ତରୀୟ ପ୍ରତିଯୋଗିତା: ନୃତ୍ୟ ଗୀତରେ କମ୍ପିଲା ବିଦ୍ୟାଳୟ ପରିସର

ଖଇରା, ୧୮।୧୧(ଡି.ଏନ.ଏ.)-ଖଇରାର ପୂଜ୍ୟପୂଜା ସଙ୍ଗଠନ ପ୍ରତିଭା ପରିବାର ଆନୁକୂଲ୍ୟରେ ଶନିବାର କୁପାରୀ ହାଇସ୍କୁଲ ପରିସରରେ କୁପାରୀ ଜୋନସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନଶିକ୍ଷକ କରୁଣାକର ମହାନ୍ତି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସଭାପତି ଚିନ୍ତାମଣି ସାହାଣି, ସମ୍ପାଦକ ଉମେଶ ଚନ୍ଦ୍ର ନାୟକ ପ୍ରାରମ୍ଭିକ ବକ୍ତବ୍ୟରେ  ୨୦୦୨ରୁ ପ୍ରତିଷ୍ଠା ହୋଇଥିବା ଏହି ପ୍ରତିଭା ପରିବାରର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ବୁଦ୍ଧିରାମ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। 

ମେଧା ଅନ୍ବେଷଣ ପରୀକ୍ଷାରେ ୪୩୦୮ ଛାତ୍ରୀଛାତ୍ର

ମେଧା ଅନ୍ବେଷଣ ପରୀକ୍ଷାରେ ୪୩୦୮ ଛାତ୍ରୀଛାତ୍ର

ବାଲେଶ୍ୱର ଅଫିସ,୧୮।୧୧-ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ‘ଓଷ୍ଟା’ ତରଫରୁ ରବିବାର ମେଧା ଅନ୍ବେଷଣ ପରୀକ୍ଷା-୨୦୧୮ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ପ୍ରାୟ ୨୦ହଜାର ପରୀକ୍ଷାର୍ଥୀ ଏହି ପରୀକ୍ଷା ଦେଉଥିବାବେଳେ ବାଲେଶ୍ୱର ଜିଲାରେ ୪୩୦୮ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଜିଲାସଭାପତି ଜିତେନ୍ଦ୍ର କୁମାର ବେହେରା, କାର୍ଯ୍ୟକାରୀ ସଭାପତି ଦୀପକ କୁମାର ଆଚାର୍ଯ୍ୟ, ସମ୍ପାଦକ ବାଦଲ ଚନ୍ଦ୍ର ପାତ୍ର, ରାଜ୍ୟ ଯୁଗ୍ମ ସମ୍ପାଦକ ଅକ୍ଷୟ କୁମାର ମିଶ୍ର, ସଦସ୍ୟ ଜଗବନ୍ଧୁୁ ପଣ୍ଡା, ଉପଦେଷ୍ଟା ଇନ୍ଦୁମାଧବ ମହାନ୍ତି ପ୍ରମୁଖଙ୍କ ତତ୍ତ୍ୱାବଧାନରେ ଜିଲାର ୧୭ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଛି। ବାଲେଶ୍ୱର ପବ୍ଲିକ ସ୍କୁଲରେ ହୋଇଥିବା କେନ୍ଦ୍ରରେ ୨୮୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଜୟନ୍ତୀମଣି ସାହୁ କେନ୍ଦ୍ର ପରିଚାଳକ ଦାୟିତ୍ୱ ତୁଲାଇଥିଲେ।

ସହାୟତାର ହାତ ବଢାଇଲା ଗୋପାଳଗାଁ ଯୁବକ ସଂଘ

ସହାୟତାର ହାତ ବଢାଇଲା ଗୋପାଳଗାଁ ଯୁବକ ସଂଘ

ବାଲେଶ୍ୱର ଅଫିସ, ୧୮।୧୧-ବାଲେଶ୍ୱର ଗୋପାଳଗାଁ ଯୁବକ ସଂଘ ପକ୍ଷରୁ ଶନିବାର ବାଲେଶ୍ୱର ରେଳ ଷ୍ଟେଶନ ପରିସରରେ ଥିବା ଶତାଧିକ ଗରିବ, ବାସହରା, ନିରାଶ୍ରୟ ଲୋକମାନଙ୍କୁ ସଂଘର କର୍ମକର୍ତ୍ତାମାନେ କମ୍ବଳ, ଗାମୁଛା, ମହିଳାମାନଙ୍କୁ ଶାଢ଼ୀ ଓ ଖାଦ୍ୟ ପୁଡ଼ିଆ ବଣ୍ଟନ କରିଥିଲେ। 

କୋହ୍ଲରେ ପ୍ରତିଭା ଅନ୍ବେଷଣ

କୋହ୍ଲରେ ପ୍ରତିଭା ଅନ୍ବେଷଣ

ତିହିଡ଼ି, ୧୮।୧୧ (ଡି.ଏନ.ଏ.)- ତିହିଡି ବ୍ଲକ କୋହ୍ଲ ପଞ୍ଚାୟତରେ ‘ମୁଁ ହିରୋ ମୁଁ ଓଡ଼ିଶା’ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଉଦ୍‌ଘାଟନୀ ସଭାରେ ଏମ୍‌ପିଙ୍କ ପ୍ରତିନିଧି ସୁରେନ୍ଦ୍ର କୁମାର ନାୟକ ପୌରୋହିତ୍ୟ କରିଥିଲେ। ସରପଞ୍ଚ ତିଳୋତ୍ତମା ବେହେରା ମୁଖ୍ୟଅତିଥି, ଆଇନଜୀବୀ ବିପ୍ଳବ କୁମାର ନାୟକ ମୁଖ୍ୟବକ୍ତା, ସମାଜିକ କର୍ମୀ ବିଜୟ ନାୟକ, ଜିପିଓ ତରଣୀସେନ ବାରିକ, ସମିତିସଭ୍ୟ ସୌମ୍ୟରଞ୍ଜନ ପରିଡ଼ା, ନାଏବସରପଞ୍ଚ ନରହରି ନାୟକ, ଉମାକାନ୍ତ ସେଠୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଥିଲେ। 

ବାର୍ଷିକ କ୍ରୀଡ଼ାରେ  ୩ ଶହ ଛାତ୍ରୀଛାତ୍ର

ବାର୍ଷିକ କ୍ରୀଡ଼ାରେ ୩ ଶହ ଛାତ୍ରୀଛାତ୍ର

ଆନନ୍ଦପୁର, ୧୮।୧୧(ସ୍ବ.ପ୍ର.): ଆନନ୍ଦପୁର ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ କ୍ରୀଡ଼ା ଉତ୍ସବ ସ୍ଥାନୀୟ ଷ୍ଟାଡିୟମ୍‌ଠାରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ  ଦୌଡକୁଦ, ଉଚ୍ଚଡିଆଁ, ଲମ୍ବଡିଆଁ ଆଦି ବିଭିନ୍ନ ପ୍ରତିଯୋଗିତା ହୋଇଥିଲା।  ପ୍ରତିଯୋଗିତାରେ ୩ ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଅଂଶ ଗ୍ରହଣ କରିଥିଲେ। 

ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା

ଆନନ୍ଦପୁର, ୧୮।୧୧(ସ୍ବ.ପ୍ର.): ଘସିପୁରା ବ୍ଲକ କେଶଦୁରାପାଳ ରାଧାରମଣ କୁଞ୍ଜ ତରଫରୁ ବରିଷ୍ଠ ନାଗରିକମାନଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ନାମ ସଂକୀର୍ତ୍ତନ କରି ଗ୍ରାମରେ ଥିବା ବରିଷ୍ଠ ନାଗରିକଙ୍କୁ ନିମନ୍ତ୍ରଣ କରାଯାଇ ଏକ ସଭାର ଆୟୋଜନ କରାଯାଇଥିଲା। ସଭାରେ କୁଞ୍ଜର ଉପଦେଷ୍ଠା ଶିକ୍ଷାବିତ୍‌ ଅଶୋକ ବିନ୍ଧାଣି, ନିମାଇଁ ଚରଣ ମହାରଣା, ଶୁକଦେବ ଓଝା ପ୍ରମୁଖଙ୍କ ସଂଯୋଜନାରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। ବରିଷ୍ଠ ନାଗରିକଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। 

ଖୁଚୁରା ପଇସାକୁ ନେଇ ଉତ୍ତେଜନା

ଖୁଚୁରା ପଇସାକୁ ନେଇ ଉତ୍ତେଜନା

ଆନନ୍ଦପୁର, ୧୮।୧୧(ସ୍ବ.ପ୍ର.): ଘସିପୁରା ବ୍ଲକ କେଶଦୁରାପାଳଠାରେ ଥିବା ଏକ ବ୍ୟାଙ୍କ ଶାଖରେ ଖୁଚୁରା ପଇସାକୁ ନେଇ ଉତ୍ତେଜନା ଦେଖା ଦେଇଛି। ଖୁଚୁରା ପଇସା ବର୍ତ୍ତମାନ ଏକ ବଡ ସମସ୍ୟା ଭାବେ ଉଭା ହୋଇଥିବା ବେଳେ ବ୍ୟାଙ୍କ କର୍ମଚାରୀଙ୍କ ଅସହଯୋଗ ମନୋବୃତି  ଗ୍ରାହକଙ୍କୁ ବ୍ୟଥିତ କରିଛି। ଖୁଚୁରା ପାଇସା ବ୍ୟାଙ୍କ ଶାଖାରେ ଡିପୋଜିଟ୍‌ ନେଇ ସମସ୍ୟା ଦେଖା ଦେଇଛି। ବ୍ୟାଙ୍କ ପରିସରରେ କର୍ମଚାରୀଙ୍କ ଦ୍ୱାରା ପରିବା କାଟିବା ଭିଡିଓ ସୋସିଆଲ୍‌ ମୋଡିଆରେ ଭାରାଲ୍‌ ହୋଇଥିବା ବେଳେ ଏବେ ଖୁଚୁରା ପାଇସା କାରବାରକୁ ନେଇ ଗ୍ରାହକ ଓ କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହେବା ଭଳି ଘଟଣା ଘଟିଛି।

 ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ଜବରଦଖଲ ଉଚ୍ଛେଦ ବେଳେ ଉତ୍ତେଜନା

ଜଳେଶ୍ୱର, ୧୮।୧୧(ଡି.ଏନ.ଏ.)-ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ସୁଗୋ ପଞ୍ଚାୟତ ସୁଗୋ ଛକଠାରେ ଶନିବାର ପୂର୍ବାହ୍ନରେ ପ୍ରଶାସନ ତରଫରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ୫୭ ନଂ. ରାଜ୍ୟ ରାଜପଥ ଜଳେଶ୍ୱର-ବାଟଗ୍ରାମ-ଚନ୍ଦନେଶ୍ୱର  ଓ ପଶ୍ଚିମବଙ୍ଗ ଆଡ଼କୁ  ଯାଇଥିବା ମୁଖ୍ୟରାସ୍ତା କଡ଼ରେ ଥିବା ସରକାରୀ ଜମିକୁ ଜବରଦଖଲ କରି ସ୍ଥାୟୀ ତଥା ଅସ୍ଥାୟୀ ଦୋକାନ ଗୃହ ନିର୍ମାଣ କରାଯିବା ଯୋଗୁ ବିଭିନ୍ନ ସମୟରେ ନାନା ଦୁର୍ଘଟଣା ଘଟୁଥିଲା। ଏହି ସମସ୍ୟା ନେଇ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରିଆସୁଥିlଲେ।