ବାଲେଶ୍ୱର

ଚମ୍ପୁଆ ଲ୍ୟାମ୍ପରେ ବିହନ ଅଭାବ, ସାତଦିନ ଧରି ଖାଲି ହାତରେ ଫେରୁଛନ୍ତି ଚାଷୀ

ଚମ୍ପୁଆ ଲ୍ୟାମ୍ପରେ ବିହନ ଅଭାବ, ସାତଦିନ ଧରି ଖାଲି ହାତରେ ଫେରୁଛନ୍ତି ଚାଷୀ

ଚମ୍ପୁଆ,୫ା୬(ଡି.ଏନ୍‌.ଏ.): ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ ସମସ୍ତ ସହାୟତା ଯୋଗାଇଦେଉଥିଲେ ମଧ୍ୟ ଅନେକ ସମୟରେ ହିତାଧିକାରୀମାନେ ଏହି ସହାୟତାରୁ ବଞ୍ଚିତ ହେଉଥିବାର ଅନେକ ନଜିର ରହିଛି। ଏହି କ୍ରମରେ ମୟୂରଭଞ୍ଜ ଜିଲା ଚମ୍ପୁଆ ଲ୍ୟାମ୍ପ ଅଧିନରେ ଥିବା ଚାଷୀମାନେ ବିହନ ନ ପାଇ ଖାଲି ହାତରେ ଫେରୁଥିବା ଦେଖାଦେଇଛି।

ପରିବେଶ ଦିବସ ଅବସରରେ କ୍ଷୁଦ୍ର ଚଳଚ୍ଚିତ୍ର ଉନ୍ମୋଚିତ

ସଜନାଗଡ,୫।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିଠାରେ ମଙ୍ଗଳବାର ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଉପଜିଲାପାଳ ଆବୋଲି ସୁନୀଲ ନରଅଣେଙ୍କ ଦ୍ୱାରା ପରିବେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ସୋସିଆଲ ମିଡ଼ିଆ ଲାଗି ଉଦ୍ଦିଷ୍ଟ ଏକ କ୍ଷୁଦ୍ର ଚଳଚ୍ଚିତ୍ର ‘ମୁଁ ନୀଳଗିରିଆ, ପ୍ଲଷ୍ଟିକ ବ୍ୟାଗ୍‌ଠୁ ବହୁତ ଦୂରିଆ’ ଉନ୍ମୋଚିତ ହୋଇଯାଇଛି।

ବନ୍ତରେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ: ଶିଶୁ ଯୌନ ନିର୍ଯାତନା ବିରୋଧରେ ସ୍ବର ଉଠାଇବାକୁ ଆହ୍ବାନ

ବନ୍ତରେ ପରୀ ପାଇଁ କଥାଟିଏ କାର୍ଯ୍ୟକ୍ରମ: ଶିଶୁ ଯୌନ ନିର୍ଯାତନା ବିରୋଧରେ ସ୍ବର ଉଠାଇବାକୁ ଆହ୍ବାନ

ବନ୍ତ,୫।୬: ଓଡିଶା ପୋଲିସ ପକ୍ଷରୁ ସାରା ରାଜ୍ୟରେ ଶିଶୁ ଯୌନ ନିର୍ଯ୍ୟାତନା ବିରୋଧରେ ଅଭିନବ ଜନସଚେତନା ଅଭିଯାନ ଚାଲିଥିବା ବେଳେ ମଙ୍ଗଳବାର ଭଦ୍ରକ ଜିଲା ପୋଲିସ ପକ୍ଷରୁ ବନ୍ତଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲାପାଳ ଜ୍ଞାନ ଦାଶ ଓ ଜିଲା ଆରକ୍ଷୀ ଅଧିକ୍ଷକ ବାତୁଳ ଗଙ୍ଗାଧର ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ।

ଟ୍ରାକ୍ଟର ଧକ୍କାରେ ବାଇକ୍‌ ଆରୋହୀ ମୃତ

ଟ୍ରାକ୍ଟର ଧକ୍କାରେ ବାଇକ୍‌ ଆରୋହୀ ମୃତ

ବାସୁଦେବପୁର,୫।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ନାୟକାଣିଡିହୀ ଥାନା ଅନ୍ତର୍ଗତ କାଳିଦାସପୁର-କୁଆଳି ରାସ୍ତାରେ ମଙ୍ଗଳବାର ପୂର୍ବାହ୍ନରେ ଟ୍ରାକ୍ଟର ଧକ୍କାରେ ଜଣେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନାୟକାଣିଡିହୀ ଗ୍ରାମର ଉମାକାନ୍ତ ପରିଡ଼ା(୫୫)।

‘ପରୀ ପାଇଁ କଥାଟିଏ’ ଆୟୋଜିତ

‘ପରୀ ପାଇଁ କଥାଟିଏ’ ଆୟୋଜିତ

ହାଟଡିହୀ,୫।୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଛେନାପଦୀଠାରେ ୟୁନିସେଫ୍‌ ଓ ଓଡିଶା ସରକାର ତଥା ଓଡିଶା ପୋଲିସର ମିଳିତ ଅନୁକୂଲ୍ୟରେ ଶିଶୁ ନିର୍ଯାତନା ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ‘ପରୀ ପାଇଁ କଥାଟିଏ’ ଆୟୋଜିତ ହୋଇଯାଇଛି।

ଅଂଶୁଘାତରେ ବୃଦ୍ଧଙ୍କ ମୃତ୍ୟୁ ଅଭିଯୋଗ

ଧାମନଗର,୫।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ମିର୍ଘାହାଟକୂଳ ଗ୍ରାମର ରାମଚନ୍ଦ୍ର ମଳିକ(୬୨)ଙ୍କ ମଙ୍ଗଳବାର ଅଂଶୁଘାତରେ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ସେ ସକାଳେ ନସଲାପୁର ଗ୍ରାମକୁ ଘର ଛେଇବାକୁ ଯାଇଥିଲେ।

ରାଜସ୍ବ ଆଦାୟ ଶୂନ, ଜଙ୍ଗଲ ଧ୍ୱଂସ

ରାଜସ୍ବ ଆଦାୟ ଶୂନ, ଜଙ୍ଗଲ ଧ୍ୱଂସ

କେନ୍ଦୁଝର,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଆଦିବାସୀବହୁଳ ବାଂଶପାଳ ବ୍ଲକ ଅଞ୍ଚଳରେ ରାସ୍ତା କାମ ଆଳରେ ଜଙ୍ଗଲ ଓ ପରିବେଶ ନଷ୍ଟ କରାଯାଇ ମୋରମ ଖୋଳାଯାଉଛି। ମୋରମ ଖନନ ସ୍ଥାନରେ ବଡ଼ ବଡ଼ ଖାଲଖମା ହେଉଛି।

ଜଳ ଶୋଷୁଛି ଶିଳ୍ପାନୁଷ୍ଠାନ

ଜଳ ଶୋଷୁଛି ଶିଳ୍ପାନୁଷ୍ଠାନ

ବଡ଼ବିଲ, ୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ସହରର ଜୀବନରେଖା କାରୋ ନଦୀ ଓ ଦଲକି ନାଳ ଏବେ ସଙ୍କଟରେ। ଠାକୁରାଣୀ ପାହାଡ଼ରୁ ବାହାରିଥିବା ବିଭିନ୍ନ ଝରଣା, ନାଳଗୁଡିକର ଉତ୍ସ ଶୁଖିଗଲାଣି। ୧୯୩୯ରେ ନିର୍ମିତ ଦଲକି ନାଳ ଚେକ୍‌ଡ୍ୟାମ ଭାଙ୍ଗି ନଷ୍ଟ ହୋଇଯିବା ସହ ରିଜର୍ଭର ପୋତି ହୋଇଗଲାଣି। କାରୋ ନଦୀରୁ ଶିଳ୍ପାନୁଷ୍ଠାନଗୁଡିକ ପାଇପ ଯୋଗେ ଜଳ ଶୋଷି ନେଉଛନ୍ତି। ଶିଳ୍ପଗୁଡିକ ବର୍ଜ୍ୟବସ୍ତୁ ଓ ନର୍ଦ୍ଦମା ପାଣି ନଦୀକୁ ଛାଡୁଛନ୍ତି।

ନିଦାବିଷ୍ଣୁ ପାଲଟିଛି ପ୍ରଶାସନ

ଆନନ୍ଦପୁର,୫।୬(ସ୍ବ.ପ୍ର.): ଆନନ୍ଦପୁର ପୌର ପରିଷଦ ସୁଡୁସୁଡିଆ ବାଇପାସ୍‌ ଛକରୁ ଜନବସତିରେ ଦୀର୍ଘବର୍ଷ ଧରି ଗଢି ଉଠିଥିବା ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ଦାବିରେ ଆନନ୍ଦପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣା ୬ଷ୍ଠ ଦିନରେ ପହଞ୍ଚିଛି। ଅଦ୍ୟାବଧି ପ୍ରଶାସନର ଦେଖା ମିଳି ନ ଥିବା ଜଣାଯାଇଛି। ସୋମବାର ଆନ୍ଦୋଳନରେ ଆନନ୍ଦପୁର ବ୍ଲକ କାଠକଟା ପଞ୍ଚାୟତର ବହୁ ସଂଖ୍ୟାରେ ମଦ ବିରୋଧୀ ମହିଳା ସାମିଲ ହୋଇଥିଲେ।

ଗୁଜୁରାଣ ମେଣ୍ଟାଉଛି ଠେଲା ଗାଡି

ଗୁଜୁରାଣ ମେଣ୍ଟାଉଛି ଠେଲା ଗାଡି

ଯୋଡା, ୫।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର ବସଷ୍ଟାଣ୍ଡଠାରେ ଏକ ଠେଲା ଗାଡିରେ ମିଳେ ବାରମଜା, ମସଲା ବୁଟ, ତେନ୍ତୁଳି ମିଶା ଚଟପଟା ବୁଟ, ଗଜା ମୁଗ, ସୋଲା, ବାଦାମ ଭଜା। ସେହି ବ୍ୟବସାୟର ମାଲିକ ସଞ୍ଜୟ ପ୍ରସାଦ କେଶରୀ। ତିନି ପୁରୁଷ ଧରି ସେ ବ୍ୟବସାୟ କରୁଛନ୍ତି। ଝାଡ଼ଖଣ୍ଡ ରାଜ୍ୟର ରାମଗଡ଼ଠାରୁ ଆସି ଯୋଡ଼ାରେ ବ୍ୟବସାୟ ଆରମ୍ଭ କରିଥିଲେ ତାଙ୍କ ଜେଜେବାପା। ସେହିଦିନଠାରୁ ସଞ୍ଜୟ ଦୀର୍ଘ ୪୦ ବର୍ଷ ଧରି ଠେଲାରେ ତାଙ୍କର ଗୁଜୁରାଣ ମେଣ୍ଟାଉଛନ୍ତି। ପରିବାରରେ ମା’ଙ୍କ ସମେତ ୭ ସଦସ୍ୟ ରହିଛନ୍ତି।

ସୁନା ନଦୀରେ ବନ୍ଧ ନିର୍ମାଣକୁ ବିରୋଧ

ସୁନା ନଦୀରେ ବନ୍ଧ ନିର୍ମାଣକୁ ବିରୋଧ

ଯୋଡ଼ା, ୫।୬(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ବ୍ଲକ ଭୂୟାଁରୋଇଡ଼ା ପଞ୍ଚାୟତ ଖଣ୍ଡବନ୍ଧ ନିକଟ ସୁନା ନଦୀ ଉପରେ ଟାଟା ଷ୍ଟିଲ୍‌ ଦ୍ୱାରା ନିର୍ମାଣାଧୀନ ବନ୍ଧକୁ ରାଜ୍ୟ ମହାନଦୀ ବଞ୍ଚାଅ ଆନ୍ଦୋଳନ ମଞ୍ଚ, ଆଗାମୀ ଓଡ଼ିଶା ଓ ବଡ଼ବିଲ ସିଭିଲ ସୋସାଇଟି ବିରୋଧ କରିଛି।

ବିପଦସଙ୍କୁଳ ଗୃହରେ ରୋଗୀସେବା

ବିପଦସଙ୍କୁଳ ଗୃହରେ ରୋଗୀସେବା

ବନ୍ତ,୫।୬(ସ୍ବ.ପ୍ର.)-ଭଦ୍ରକ ଜିଲା ବନ୍ତ ବ୍ଲକ ଅଧୀନ ଅଡ଼ାଳପଙ୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଦୀର୍ଘଦିନ ଧରି ବିପଦସଙ୍କୁଳ ଅବସ୍ଥାରେ ରହିଥିବା ବହିର୍ବିଭାଗ ଗୃହରେ ରୋଗୀ ଦେଖା ଚାଲିଛି। ଏହି ଗୃହ କାନ୍ଥ ଫାଟି ଅଁା କରିଥିବା ବେଳେ ଉପର ଆଜବେଷ୍ଟସ ମଧ୍ୟ ଭାଙ୍ଗି ଯାଇଛି।

ସଙ୍ଗୀତ କହୁଛି ମାଟି ମମତାର କଥା

ଆରଡ଼ି,୫।୬(ଡି.ଏନ.ଏ.)-ସଙ୍ଗୀତରେ ଅଛି ନିଆରା ଯାଦୁ। ରୋମାଣ୍ଟିକ ହେଉ କି ଭଜନ, ଆଧୁନିକ ଗୀତ ଏହା ଶ୍ରୋତାଙ୍କ ମନ ଜିଣି ନିଏ। ଭାବ ଓ ଭାଷାରେ ଫୁଟି ଉଠେ ଜଣେ ଗୀତିକାରଙ୍କ ପ୍ରତିଭାର ଝଲକ।

ଗଠିତ ହେଲା ‘ମାସା ଆର୍ମୀ’

ବାରିପଦା ଅଫିସ,୫।୬- ମୟୂରଭଞ୍ଜ ଆଦିବାସୀ ଷ୍ଟୁଡେଣ୍ଟ ଆସୋସିଏସନ(ମାସା) କୁ ରାଜ୍ୟ ସ୍ତରିୟ ସଙ୍ଗଠନ ଭାବେ ଗଠନ କରିବା ପାଇଁ ମାସା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟର ସମସ୍ତ ଆଦିବାସୀ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯିବ। ଶିକ୍ଷା କ୍ଷେତ୍ରରେ ହେଉଥିବା ଅସୁବିଧା ପାଇଁ ମାସା ଆଗାମୀ ଦିନରେ ରାଜଧାନି ଭୁବନେଶ୍ୱରରେ ମଧ୍ୟ ଆନ୍ଦୋଳନ କରିବ।

କଳାହାଣ୍ଡି କପ ପାଇଁ ମୟୂରଭଞ୍ଜ ଦଳ ଘୋଷିତ

କଳାହାଣ୍ଡି କପ ପାଇଁ ମୟୂରଭଞ୍ଜ ଦଳ ଘୋଷିତ

ବାରିପଦା ଅଫିସ,୫।୬- ରାଜ୍ୟସ୍ତରୀୟ କଳାହାଣ୍ଡି କପ କ୍ରିକେଟ ଟୁର୍ନାମେଣ୍ଟ ପାଇଁ ମୟୂରଭଞ୍ଜ ଆଥଲେଟିକ ଆସୋସିଏସନ ପକ୍ଷରୁ ସୋମବାର ମୟୂରଭଞ୍ଜ ଦଳ ଘୋଷଣା କରାଯାଇଛି।

ମୟୂରଭଞ୍ଜ ଜିଲାରେ ପାସ୍‌ହାର ନୈରାଶ୍ୟଜନକ: ୧୨ ସୁଦ୍ଧା ସ୍ପଷ୍ଟିକରଣ ଦେବାକୁ ନିର୍ଦ୍ଦେଶ

ବାରିପଦା ଅଫିସ, ୫।୬- ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ହାଇସ୍କୁଲ ଶିକ୍ଷକଙ୍କ ଉପରେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ। ଯେଉଁ ବିଦ୍ୟାଳୟର ପାସ୍‌ହାର ୬୦ ପ୍ରତିଶତରୁ କମ୍‌ ଥିବ କିମ୍ବା ଜଣେ ବି ଛାତ୍ରୀଛାତ୍ର ପାସ୍‌ ହୋଇ ନ ଥିବେ, ତେବେ ସମ୍ପୃକ୍ତ ବିଦ୍ୟାଳୟର ଶିକ୍ଷକଙ୍କଠାରୁ ଏ ସମ୍ପର୍କରେ ସ୍ପଷ୍ଟୀକରଣ ମଗାଯିବ ।

ଗୋଡ଼ କଟିଗଲା, ତଥାପି ଚାଲିଛି ସଂଘର୍ଷ

ଗୋଡ଼ କଟିଗଲା, ତଥାପି ଚାଲିଛି ସଂଘର୍ଷ

ଔପଦା, ୫ା୬(ମନୋଜ ଦାଶ)-ମଣିଷ ଜୀବନରେ ସୁଖ ଦୁଃଖ ଲାଗି ରହିଛି। ଅନେକେ ସୁଖ ସମୟରେ ଜୀବନକୁ ବେଶ ଉପଭୋଗ କରୁଥିବା ବେଳେ ଦୁଃଖ ଆସିଲେ କ୍ଷଣକ ମଧ୍ୟରେ ଭାଙ୍ଗିପଡି ସବୁକିଛି ସରିଗଲା ବୋଲି ଭାବିନିଅନ୍ତି।

ସୋର ଡ଼ାକ୍ତରଖାନାରେ ଲଜ୍ଜା  ଡ଼ଷ୍ଟବିନ ଟ୍ରଲିରେ ବୁହାଗଲା ବୃଦ୍ଧାଙ୍କ ଶବ

ସୋର ଡ଼ାକ୍ତରଖାନାରେ ଲଜ୍ଜା ଡ଼ଷ୍ଟବିନ ଟ୍ରଲିରେ ବୁହାଗଲା ବୃଦ୍ଧାଙ୍କ ଶବ

ସୋର, ୫।୬(ଡି.ଏନ.ଏ.)-କଳାହାଣ୍ଡିର ଦାନ ମାଝି ତାଙ୍କ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହିବା ଓ ସୋର ଅଞ୍ଚଳର ରେଳଧାରଣାରୁ ଏକ ମୃତଦେହକୁ ଅଖାରେ ପୂରାଇ ଅମାନବିକ ଭାବେ ନିଆଯିବା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିଲା।

ରଥ ନିର୍ମାଣ ପାଇଁ କାଠ ଦେଲା ବନବିଭାଗ

ନୀଳଗିରି, ୫ା୬ (ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳ ପ୍ରକୋଷ୍ଠରେ ଠାକୁର ମାହାଲ ପକ୍ଷରୁ ଆୟୋଜିତ ରଥ ଯାତ୍ରା ପ୍ରସ୍ତୁତି ବୈଠକ ଉପଜିଲାପାଳ ଏ.ଏସ ନରୱଣେଙ୍କ ଅଧ୍ୟକ୍ଷତାରେ ସୋମବାର ଅନୁଷ୍ଠିତ ହୋଇଯାଇଛି।

ପୁଅ ମାଡ଼ରେ ବାପା ଗୁରୁତର

ପୁଅ ମାଡ଼ରେ ବାପା ଗୁରୁତର

ବାଲିଆପାଳ, ୫।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଖାଳପାଖ ଗ୍ରାମର ହେମନ୍ତ ବାରିକ ତାଙ୍କ ବାପା ଶମ୍ଭୁନାଥଙ୍କୁ ମାଡ ମାରି ଆହତ କରିଥିବା ଥାନାରେ ଅଭିଯୋଗ ହୋଇଛି। ଏନେଇ ପୋଲିସ ଏକ ମାମଲା (ନଂ.୧୬୦/୧୮) ରୁଜୁ କରି ତଦନ୍ତ କରୁଛି।

ଶାଶୁ ଘରକୁ ଯାଇ ମା’ ପୁଅ ନିଖୋଜ

ବାଲିଆପାଳ, ୫।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ଥାନା ଅନ୍ତର୍ଗତ କୁଶଡିହା ଗ୍ରାମର ସ୍ବର୍ଗତ ଶିବପ୍ରସାଦ ଜେନାଙ୍କ ଝିଅ କବିତା ଗିରି ଓ ତାଙ୍କର ଦେଢ ବର୍ଷର ନାତି ଗତ୨୬ ତାରିଖରେ ଶାଶୁଘରକୁ ଯାଇ ନିଖୋଜ ହୋଇଯାଇଛନ୍ତି ା ମା’ ଗୀତାଞ୍ଜଳି ଜେନା୨୭ ତାରିଖରେ ବାଲିଆପାଳ ଥାନାରେ ଜଣାଇଥିଲେ ା ମାତ୍ର ଆଜି ପର୍ଯ୍ୟନ୍ତ କବିତା ଓ ତାର ଦେଢବର୍ଷର ପୁଅର ପତ୍ତା ମିଳିନାହିଁ ।

ବ୍ୟବସାୟୀଙ୍କୁ ଅପହରଣ ଘଟଣା, ୪ ଗିରଫ

ବ୍ୟବସାୟୀଙ୍କୁ ଅପହରଣ ଘଟଣା, ୪ ଗିରଫ

ବାଲେଶ୍ୱର ଅଫିସ, ୫।୬-ବାଲେଶ୍ୱର ଜିଲା ରେମୁଣାସ୍ଥିତ ଓମଫେଡ୍‌ ଡାଏରୀ ଫାର୍ମକୁ ପରିବହନ ଟେଣ୍ଡର ପକାଇବା ପାଇଁ ଭୁବନେଶ୍ୱର ଅଞ୍ଚଳର ତାପସ କୁମାର ସାହୁ, ରୂପକ ମହାନ୍ତି, ସତ୍ୟରଞ୍ଜନ ସାହୁ ଆସୁଥିବା ବେଳେ ଶିଳ୍ପାଞ୍ଚଳ ଥାନା ନିକଟସ୍ଥ ଫକୀରମୋହନ ୟୁନିଭରସିଟି ପୁରୁଣା କ୍ୟାମ୍ପସ ସମ୍ମୁଖରୁ କେତେକ ଦୁର୍ବୃତ୍ତ ସେମାନଙ୍କୁ ଅପହରଣ କରିନେଇଥିଲେ। ଗତ ୨ ତାରିଖ ମଧ୍ୟାହ୍ନରେ ଥାନାର ମାତ୍ର ଅଳ୍ପ ଦୂରରେ ଏହି ଘଟଣା ଘଟିଥିଲା।

କାରଖାନା ସମ୍ମୁଖରେ ଧାରଣା

କାରଖାନା ସମ୍ମୁଖରେ ଧାରଣା

ବଡବିଲ, ୪।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡବିଲ ଥାନା ଉଲିବୁରୁସ୍ଥିତ ଶ୍ରୀଜଗନ୍ନାଥ ଷ୍ଟିଲ ଏଣ୍ଡ ପାୱାର ଡିଭିଜନ କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ସ୍ଥାନୀୟ ବାସିନ୍ଦା ଆନ୍ଦୋଳନ କରିଥିଲେ।

ମନ୍ଦିର ବାର୍ଷିକୋତ୍ସବରେ କଳସ ଶୋଭାଯାତ୍ରା

ମନ୍ଦିର ବାର୍ଷିକୋତ୍ସବରେ କଳସ ଶୋଭାଯାତ୍ରା

ବନ୍ତ,୪।୬-ବନ୍ତ ବ୍ଲକ ନିଳୋକ ପଞ୍ଚାୟତ ଘରପଦା ଶନିମନ୍ଦିରର ପ୍ରଥମ ବାର୍ଷିକୋତ୍ସବ ଅବସରରେ କଳସ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ଅଧିବାସ, ଅଙ୍କୁରାରୋପଣ କାର୍ଯ୍ୟ ପରେ ଘରପଦାସ୍ଥିତ ଧନିସା ପୁଷ୍କରିଣୀରୁ ୫୪ଟି କଳସ ଅଣାଯାଇ ଘଟସ୍ଥାପନା କରାଯାଇଥିଲା।