ବାଲେଶ୍ୱର

ଶକୁନ୍ତଳା ଟ୍ୟୁଟୋରିଆଲରେ ସ୍ବାଗତ ସମ୍ବର୍ଦ୍ଧନା

ଶକୁନ୍ତଳା ଟ୍ୟୁଟୋରିଆଲରେ ସ୍ବାଗତ ସମ୍ବର୍ଦ୍ଧନା

ବାହାନଗା,୨୩।୮(ଡି.ଏନ.ଏ.)-ବାହାନଗା ବ୍ଳକ ଗୋପାଳପୁରଠାରେ ଥିବା ଶକୁନ୍ତଳା ଟ୍ୟୁଟୋରିଆଲ ପରିସରରେ ନବାଗତ ଯୁକ୍ତ ଦଇ ବିଜ୍ଞାନ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ବୁଧବାର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଟ୍ୟୁଟୋରିଆଲର ଅଧ୍ୟକ୍ଷ ସଞ୍ଜୟ କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇ ସଭାପତିତ୍ୱ କରିଥିଲେ। ବରିଷ୍ଠ ଶିକ୍ଷାବିତ ବିଶ୍ୱନାଥ ମିଶ୍ର ଯୋଗ ଦେଇ ନବାଗତ ଛାତ୍ରୀଛାତ୍ରଙ୍କୁ ଜୀବନର ଭଲ ମଣିଷ ହେବାକୁ ହେଲେ ଛାତ୍ର ଜୀବନ ଶୃଙ୍ଖଳିତ ଓ କର୍ତ୍ତବ୍ୟ ନିଷ୍ଠା ହେବା ଦରକାର ବୋଲି ମତବ୍ୟକ୍ତ କରିଥିଲେ।

ସିମୁଳିଆ କଲେଜରେ ସ୍ବାଗତ ଉତ୍ସବ

ସିମୁଳିଆ କଲେଜରେ ସ୍ବାଗତ ଉତ୍ସବ

ସିମୁଳିଆ,୨୩।୮(ଡି.ଏନ.ଏ.)-ସିମୁଳିଆ କଲେଜ ପରିସରରେ ରାଜନୀତି ସମ୍ମାନ(ଅନର୍ସ) ବିଭାଗର ନବାଗତ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ବିଭାଗୀୟ ମୁଖ୍ୟ ଶରତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରୀଛାତ୍ରମାନେ ନବାଗତଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ। 

ସ୍ବାଗତ ତୋରଣ ଉଦ୍‌ଘାଟିତ

ସ୍ବାଗତ ତୋରଣ ଉଦ୍‌ଘାଟିତ

ଭଦ୍ରକ ଅଫିସ,୨୩।୮: ଭଦ୍ରକ ସହର ନିକଟସ୍ଥ ଅରଡ଼ି ଛକରେ ନବନିର୍ମିତ ସ୍ବାଗତ ତୋରଣକୁ ଗୁରୁବାର ଗେଲପୁର ସରପଞ୍ଚ ମାନସୀ ରାଉତ ଉଦ୍‌ଘାଟନ କରିଛନ୍ତି। ପ୍ରସିଦ୍ଧ ଆଖଣ୍ଡଳମଣୀ ଶୈବପୀଠକୁ ଯାଉଥିବା ଯାତ୍ରୀଙ୍କୁ ସ୍ବାଗତ କରିବା ପାଇଁ ତୋରଣଟି ନିର୍ମିତ ହୋଇଛି।

ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା

ତିହିଡ଼ି,୨୩।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ସୟା ପଞ୍ଚାୟତ ବାଉଁଶବାଗ ଗ୍ରାମର ଦୀପକ ପାତ୍ର(୩୨) ନାମକ ଜଣେ ଯୁବକ ଗୁରୁବାର ପୂର୍ବାହ୍ନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। 

ଯୌତୁକ ଦାବି କରି ମହିଳାଙ୍କୁ ନିର୍ଯ୍ୟାତନା: ଭଣ୍ଡାରିପୋଖରୀ ଥାନାରେ ମାମଲା ରୁଜୁ

ଯୌତୁକ ଦାବି କରି ମହିଳାଙ୍କୁ ନିର୍ଯ୍ୟାତନା: ଭଣ୍ଡାରିପୋଖରୀ ଥାନାରେ ମାମଲା ରୁଜୁ

ଭଣ୍ଡାରିପୋଖରୀ,୨୩।୮(ଡି.ଏନ୍‌.ଏ.): ତେସିଙ୍ଗା ପଞ୍ଚାୟତ ଚଡେଇଖୋଳା ଗ୍ରାମରେ ଜଣେ ମହିଳାଙ୍କୁ ଶାଶୁଘରଲୋକେ ଅଧିକ ଯୌତୁକ ଦାବି କରିବା ସହ ଶାରିରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ହୋଇଛି। ମହିଳା ହେଲେ ପରି ଦାସ(୨୫)। 

ପୂର୍ବଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ୮ ଗିରଫ

ପୂର୍ବଶତ୍ରୁତାରୁ ଗୋଷ୍ଠୀ ସଂଘର୍ଷ, ୮ ଗିରଫ

ତିହିଡ଼ି,୨୩।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ପାଳିଆବିନ୍ଧା ପଞ୍ଚାୟତ ଅଧୀନରେ ଥିବା ମୁସ୍‌ଲିମ ବସ୍ତିରେ ବୁଧବାର ଅପରାହ୍ନରେ ପୂର୍ବଶତ୍ରୁତାକୁ କେନ୍ଦ୍ରକରି ସଂଘର୍ଷ ଉପୁଜିଥିଲା। 

ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ

ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ

ଭଦ୍ରକ ଅଫିସ, ୨୩।୮ : ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଅଧୀନ ଜାଗଦଳପୁର ଗଁାରେ ଛେଳି ଫସଲ ଖାଇବା ନେଇ ଏକ ଅଭାବନୀୟ ଘଟଣା ଘଟିଛି। ଏହାକୁ ପତିରୋଧ କରିବାରୁ ପଦ୍ମାବତୀ ଦାସ ନାମକ ଜଣେ ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରାଯାଇଛି। 

ବିବାହିତା ମହିଳାଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ: ଯୁବକ ଗିରଫ

ବିବାହିତା ମହିଳାଙ୍କ ସହ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଭାଇରାଲ: ଯୁବକ ଗିରଫ

ପାଟଣା,୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳର  ଜଣେ ବିବାହିତା ମହିଳାଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଜଣେ ଯୁବକଙ୍କୁ କେନ୍ଦୁଝର ଟାଉନ ପୋଲିସ ବୁଧବାର ଅପରାହ୍ନରେ ଗିରଫ କରି କୋର୍ଟ ଚାଲାଣ କରିଛି। 

ସର୍ପାଘାତରେ ପୂର୍ବତନ ସରପଞ୍ଚଙ୍କ ପରଲୋକ

ସର୍ପାଘାତରେ ପୂର୍ବତନ ସରପଞ୍ଚଙ୍କ ପରଲୋକ

ଭଦ୍ରକ ଅଫିସ/ଧାମନଗର,୨୩।୮: ଭଦ୍ରକ ଜିଲା ଧାମନଗର ବ୍ଲକ ଖପରପଦା ପଞ୍ଚାୟତର ପୂର୍ବତନ ସରପଞ୍ଚ ଜୟଦେବ ସାହୁଙ୍କ ଗୁରୁବାର ଭଦ୍ରକ ମୁଖ୍ୟ ଚିକତ୍ସାଳୟରେ ପରଲୋକ ଘଟିଛି।

ନବବଧୂଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ, ଶାଶୁ, ଶ୍ୱଶୁର ଥାନାରେ ଅଟକ

ନବବଧୂଙ୍କୁ ହତ୍ୟା ଅଭିଯୋଗ: ସ୍ବାମୀ, ଶାଶୁ, ଶ୍ୱଶୁର ଥାନାରେ ଅଟକ

ବାହାନଗା,୨୩।୮(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ମଳଙ୍ଗ ଗ୍ରାମର ଜଣେ ନବବଧୂଙ୍କୁ ହତ୍ୟା କରାଯାଇଥିବା ଗୋପାଳପୁର ଫାଣ୍ଡିରେ ଅଭିଯୋଗ କରିଛନ୍ତି ।

ମହିଳାଙ୍କୁ ଋଣ ସହାୟତା ନାଁରେ ଠକେଇ

ମହିଳାଙ୍କୁ ଋଣ ସହାୟତା ନାଁରେ ଠକେଇ

ସଜନାଗଡ଼,୨୩।୮(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଞ୍ଚଳରେ ଏକ ଅର୍ଥଲଗାଣକାରୀ ସଂସ୍ଥା ରୋଜଗାର ସୁବିଧା ସୃଷ୍ଟି ଲାଗି ମହିଳାଙ୍କୁ ଋଣ ଦେବାର ପ୍ରଲୋଭନ ଦେଖାଇ ସ୍ବୟଂ ସହାୟିକା ଗୋଷ୍ଠୀଙ୍କଠାରୁ ମାସିକ ୧୦୦ ଟଙ୍କା ଲେଖାଏଁ ଆଦାୟ କରି ଠକିଥିବା ଘଟଣା ପଦାକୁ ଆସିଛି।

ପ୍ରତି ଗାଁରେ ବୈଠକ, ସମାବେଶ କରିବାକୁ ଗୁରୁତ୍ୱାରୋପ

ପ୍ରତି ଗାଁରେ ବୈଠକ, ସମାବେଶ କରିବାକୁ ଗୁରୁତ୍ୱାରୋପ

ଭୋଗରାଇ,୨୩।୮(ଡି.ଏନ.ଏ.)-ଦଳକୁ ଅଧିକ ମଜଭୁତ ଓ କ୍ରିୟାଶୀଳ କରିବା ଲାଗି ପ୍ରତି ଗାଁରେ ବୈଠକ, ସମାବେଶ କରିବା ସକାଶେ ବାଲେଶ୍ୱର ଜିଲା ଭୋଗରାଇ ନିର୍ବାଚନମଣ୍ଡଳୀରେ ବିଜେଡି କାର୍ଯ୍ୟକାରିଣୀ ବୈଠକରେ ଗୁରୁତ୍ୱାରୋପ କରାଯାଇଛି।

ବାରିପଦା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ମାମଲାର ତୁରନ୍ତ ସମାଧାନ ନିର୍ଦ୍ଦେଶ

ବାରିପଦା ଅର୍ବାନ କୋ ଅପରେଟିଭ ବ୍ୟାଙ୍କ ମାମଲାର ତୁରନ୍ତ ସମାଧାନ ନିର୍ଦ୍ଦେଶ

ବାରିପଦା ଅଫିସ,୨୩।୮-ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାର ଆଦିବାସୀ ଓ ପଛୁଆବର୍ଗଙ୍କୁ ସୁବିଧାରେ ବ୍ୟାଙ୍କ ସେବା ଯୋଗାଇବା ପାଇଁ ୧୯୫୮ ମସିହାରେ ବାରିପଦା ଅର୍ବାନ କୋ-ଅପରେଟିଭ ବ୍ୟାଙ୍କ ପ୍ରତିଷ୍ଠା ହୋଇଥିଲା।

ଇଦ୍‌-ଉଲ୍‌-ଜୁହା ପାଳିତ

ଇଦ୍‌-ଉଲ୍‌-ଜୁହା ପାଳିତ

ବାରିପଦା ଅଫିସ,୨୩।୮- ତ୍ୟାଗ ଓ ବଳିଦାନର ପର୍ବ ବକରି ଇଦ୍‌ ବୁଧବାର ମୟୂରଭଞ୍ଜ ଜିଲା ବାରିପଦାର ବିଭିନ୍ନ ମସ୍‌ଦିଜରେ ପାଳିତ ହୋଇଯାଇଛି।

ସଦ୍‌ଭାବନାର ବାର୍ତ୍ତା ବାଣ୍ଟୁଛନ୍ତି ଫକୀର ଧନୀ

ସଦ୍‌ଭାବନାର ବାର୍ତ୍ତା ବାଣ୍ଟୁଛନ୍ତି ଫକୀର ଧନୀ

ଧାମନଗର,୨୩।୮(ଡି.ଏନ.ଏ.)-ମଧ୍ୟଯୁଗରେ ମୋଗଲମାନେ ଓଡ଼ିଶା ଆକ୍ରମଣ କରି ବାଲେଶ୍ୱର, ଭଦ୍ରକ ସମେତ ଅନେକ ଅଞ୍ଚଳ ଦଖଲ କରି ନେଇଥିଲେ। ଏହାକୁ ‘ମୋଗଲବନ୍ଦୀ’ ଅଞ୍ଚଳ କୁହାଯାଉଥିଲା। ସେତେବେଳେ ହିନ୍ଦୁ ଓ ମୁସଲମାନ ଧର୍ମ ମଧ୍ୟରେ ସମନ୍ବୟ ରକ୍ଷା ଲାଗି ଉଦ୍ୟମ ହୋଇଥିଲା।

ଅପହୃତା ଶିକ୍ଷୟିତ୍ରୀ ଉଦ୍ଧାର: ଅପହରଣକାରୀ ଗିରଫ

ଅପହୃତା ଶିକ୍ଷୟିତ୍ରୀ ଉଦ୍ଧାର: ଅପହରଣକାରୀ ଗିରଫ

ଭଦ୍ରକ ଅଫିସ,୨୩।୮-୧୧ ଦିନ ପରେ ଅପହୃତା ଶିକ୍ଷୟିତ୍ରୀଙ୍କୁ ଭୁବନେଶ୍ୱର ଷ୍ଟେଶନରୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଉଦ୍ଧାର କରିଛି। ଏଥିସହ ଅପହରଣକାରୀ ତିହିଡ଼ି ଥାନା ଅଧୀନ କେରଡିହ ଗ୍ରାମର ଗାଡ଼ି ଡ୍ରାଇଭର ଦେବାଶିଷ ଜେନା(୨୫)ଙ୍କୁ ଗିରଫ କରାଯାଇଛି।

ମା’ଝିଅଙ୍କୁ ପୋଡ଼ି ହତ୍ୟା ଉଦ୍ୟମ

ମା’ଝିଅଙ୍କୁ ପୋଡ଼ି ହତ୍ୟା ଉଦ୍ୟମ

କେନ୍ଦୁଝର, ୨୩।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଟାଉନ ଥାନା ବ୍ରାହ୍ମଣୀ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଗ୍ରାମରେ ରହୁଥିବା ମହିଳାଙ୍କ ସହ ତାଙ୍କ ୨ ଝିଅଙ୍କୁ ନିଆଁରେ ପୋଡ଼ି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।

ଖତ ଖାଉଛି ବାଇକ୍‌ ଆମ୍ବୁଲାନ୍ସ

ଖତ ଖାଉଛି ବାଇକ୍‌ ଆମ୍ବୁଲାନ୍ସ

କେନ୍ଦୁଝର, ୨୩।୮(ସ୍ବ.ପ୍ର.): ସ୍ବାଧୀନତାର ୭୨ ବର୍ଷ ପରେ ବି ଆମ୍ବୁଲାନ୍ସ ସେବା ପହଞ୍ଚି ପାରୁ ନ ଥିବାରୁ ରୋଗୀଙ୍କୁ ଖଟ, ଝୁଡି, ଭାର କରି ଡାକ୍ତରଖାନା ନିଆଯାଉଛି। ଅପହଞ୍ଚ ଇଲାକାରେ ରୋଗୀଙ୍କୁ ଡାକ୍ତରଖାନା ଆଣିବା ପାଇଁ ସରକାରଙ୍କ ପକ୍ଷରୁ ଆସିଥିବା ବାଇକ୍‌ ଆମ୍ବୁଲାନ୍ସ ସ୍ଥାନୀୟ କେସିସିବି ବ୍ୟାଙ୍କ ପରିସରରେ ପଡ଼ି ଖତ ଖାଉଛି।

ହକ୍‌ ଦାବି କଲା ମୋଟର ଚାଳକ ସଂଘ

ହକ୍‌ ଦାବି କଲା ମୋଟର ଚାଳକ ସଂଘ

ଆନନ୍ଦପୁର,୨୩।୮(ସ୍ବ.ପ୍ର.): ଓଡ଼ିଶା ମୋଟର ଚାଳକ ସଂଘର ଆହ୍ବାନକ୍ରମେ ଆନନ୍ଦପୁରଠାରେ ନୂତନ ଭାବେ ଏକ ମୋଟର ଚାଳକ ସଂଘ ଗଠନ କରାଯାଇଥିଲା। ରାଜ୍ୟ ସଂଘର ନେତୃବୃନ୍ଦଙ୍କ ସଂଯୋଜନାରେ ସ୍ଥାନୀୟ ମୋଟର ଚାଳକ ସଂଘର ସଦସ୍ୟମାନେ ଉତ୍ତରେଶ୍ୱର ମହାପ୍ରଭୁଙ୍କ ମନ୍ଦିର ପ୍ରାଙ୍ଗଣରୁ ଏକ ସଚେତନତା ଶୋଭାଯାତ୍ରା କରିଥିଲେ।

ମାଙ୍ଗାନିଜ ଚୋରା ଚାଲାଣ, ଜଣେ ଗିରଫ

ମାଙ୍ଗାନିଜ ଚୋରା ଚାଲାଣ, ଜଣେ ଗିରଫ

ଯୋଡ଼ା, ୨୩।୮(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରୀ ଥାନା ନୟାଗଡ଼ଠାରେ  ପୋଲିସ ଚଢ଼ାଉ କରି ପିଲେଟ ଘୋଡାଇ ମାଙ୍ଗାନିଜ ଚୋରା ଚାଲାଣ ହେଉଥିବା ଏକ ୧୦ ଚକିଆ ଟ୍ରକ୍‌କୁ ଜବତ କରିଛି। 

ପ୍ରାଣୀ ଓ ଉଭିଦ ବିଜ୍ଞାନ ବିଭାଗ ସ୍ବାଗତ ଉତ୍ସବ

ପ୍ରାଣୀ ଓ ଉଭିଦ ବିଜ୍ଞାନ ବିଭାଗ ସ୍ବାଗତ ଉତ୍ସବ

ବାରିପଦା ଅଫିସ,୨୨।୮- ବାରିପଦା ମହାରାଜାପୁରସ୍ଥିତ ମୟୂରଭଞ୍ଜ କଲେଜ ଅଫ ଆକାଉଣ୍ଟାନ୍ସି  ଆଣ୍ଡ ମ୍ୟାନେଜମେଣ୍ଟ୍‌ ପ୍ରାଣୀ ଓ ଉଭିଦ ବିଜ୍ଞାନ ବିଭାଗରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କରାଯାଇଛି। 

ଜିଓଟ୍ୟାଗ ୟୁନିୟନ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

ଜିଓଟ୍ୟାଗ ୟୁନିୟନ ପକ୍ଷରୁ ଜିଲାପାଳଙ୍କୁ ସ୍ମାରକପତ୍ର

ଭଦ୍ରକ ଅଫିସ,୨୨।୮-ବିଭିନ୍ନ ଦାବି ପୂରଣ ପାଇଁ ଜିଓଟ୍ୟାଗ ୟୁଥସ୍‌ ଡିଷ୍ଟ୍ରିକ୍ଟ ୟୁନିୟନ ତରଫରୁ ଜିଲାପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରାଯାଇଛି। ପ୍ରମୁଖ ସମସ୍ୟା ମଧ୍ୟରୁ ଜିଆର୍‌ଏସ୍‌ମାନଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁ ସେମାନେ ଠିକ୍‌ ଭାବେ କାର୍ଯ୍ୟ କରିପାରୁ ନ ଥିବା ଅଭିଯୋଗରେ ଦର୍ଶାଇଛନ୍ତି।

ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ବିଭିନ୍ନ ସଂଘ

ଅଗ୍ନିବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ବିଭିନ୍ନ ସଂଘ

ତିହିଡ଼ି, ୨୨।୮(ଡି.ଏନ.ଏ.)- ତିହିଡ଼ି ବ୍ଲକ ଅଧୀନ ସୟା ପଞ୍ଚାୟତ ଧୂଳିପଦା ଗ୍ରାମର ଅଗ୍ନିବିପନ୍ନ କୃଷ୍ଣଚନ୍ଦ୍ର ମଳିକ ଓ ଦାମୋଦର ମଳିକଙ୍କ ପରିବାରକୁ ବିଭିନ୍ନ ସଂଘ ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି। ବୁଧବାର ଗୋପବନ୍ଧୁ ସେବା ସଂଘର କର୍ମକର୍ତ୍ତାମାନେ ଅଗ୍ନିବିପନ୍ନଙ୍କୁ ଭେଟି ସହାୟତା ପ୍ରଦାନ କରିଛନ୍ତି।

ନାଳ ପାଣିରେ ଭାସି ଯାଇ ବୃଦ୍ଧ ମୃତ

ନାଳ ପାଣିରେ ଭାସି ଯାଇ ବୃଦ୍ଧ ମୃତ

ବାଲିଆପାଳ,୨୨।୮(ଡି.ଏନ.ଏ.)- ବିଲରୁ କାମ ସାରି ଘରକୁ ଫେରୁଥିବାବେଳେ ଗାଁ ମୁଣ୍ଡ ନାଳ ପାଣି ସୁଅରେ ଭାସିଯାଇ ଜଣେ ବୃଦ୍ଧପ୍ରାଣ ହରାଇଛନ୍ତି।  ମୃତ ଚାଷୀ ହେଲେ  ବାଲିଆପାଳ ବ୍ଲକ ବଡ଼ାସ ପଞ୍ଚାୟତ କାଠଶଗଡ଼ା ଗ୍ରାମର ବୈକୁଣ୍ଠ ଦେ।