ବାଲେଶ୍ୱର

ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପଳାଶପଙ୍ଗା-ବାମେବାରୀ ରାସ୍ତା ଅବରୋଧ

ସ୍ବୟଂ ସହାୟକ ଗୋଷ୍ଠୀ ପକ୍ଷରୁ ପଳାଶପଙ୍ଗା-ବାମେବାରୀ ରାସ୍ତା ଅବରୋଧ

କେନ୍ଦୁଝର,୭।୨(ସ୍ବ.ପ୍ର.): ବହୁ ସଂଖ୍ୟାରେ ଲୁହାପଥର ଓ ପିଲେଟ ବୋଝେଇ ଟ୍ରକ ଚଳାଚଳ ଯୋଗୁଁ ଧୂଳି ଧୂଆଁ ଉଡିବା ସାଙ୍ଗକୁ ରାସ୍ତାରେ ପିଲେଟ ପଡ଼ି ଦୁର୍ଘଟଣା ଘଟୁଥିବା ପ୍ରତିବାଦରେ ଗୁରୁବାର ମା ଲକ୍ଷ୍ମୀ ସ୍ବୟଂ ସହାୟିକା ଗୋଷ୍ଠୀ ପକ୍ଷରୁ ପଳାଶପଙ୍ଗା-ବାମେବାରୀ ରାସ୍ତା ଅବରୋଧ କରାଯାଇଛି। 

ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ

ଏଟିଏମ ଭାଙ୍ଗି ଟଙ୍କା ଲୁଟ ଉଦ୍ୟମ

ବନ୍ତ,୭।୨(ସ୍ବ.ପ୍ର.): ଭଦ୍ରକ ଜିଲା ବନ୍ତ ଥାନା ଅଢାଳପଙ୍କ ବ୍ୟାଙ୍କ ଅଫ ବରୋଦା ଏଟିଏମକୁ ବୁଧବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଭାଙ୍ଗି ଟଙ୍କା ଲୁଟି ନେଇଛନ୍ତି।

କଲେଜ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବି

କଲେଜ କର୍ମଚାରୀଙ୍କୁ ଆକ୍ରମଣ ଘଟଣା: ଅଭିଯୁକ୍ତଙ୍କୁ ଗିରଫ ଦାବି

ଭଦ୍ରକ ଅଫିସ, ୭।୨ - ଭଦ୍ରକ ବରପଦାସ୍ଥିତ ଇଞ୍ଜିନିୟରିଂ କଲେଜର କର୍ମଚାରୀମାନେ ସୋମବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଆନ୍ଦୋଳନ ସାରି ଫେରୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ।

ଅତିରିକ୍ତ ତହସିଲଦାରଙ୍କୁ ଅଟକ, କର୍ମଚାରୀଙ୍କୁ ମାଡ଼ ଘଟଣା: ଗିରଫଦାରିକୁ ବିରୋଧ, ତହସିଲ କାର୍ଯ୍ୟାଳୟ ଘେରାଉ

ବାସୁଦେବପୁର, ୭।୨ (ଡି.ଏନ.ଏ.) - ଭଦ୍ରକ ଜିଲା ବାସୁସେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତ ଦେଇ ପ୍ରବାହିତ ଧଳା ନଦୀ ପୋଲ ସଂଲଗ୍ନ ଅଞ୍ଚଳରୁ ବେଆଇନ ମାଟି ଉଠାଣକୁ ବିରୋଧ କରିବାରୁ ସୋମବାର ସ୍ଥାନୀୟ ଅତିରିକ୍ତ ତହସିଲଦାରଙ୍କୁ ଅଟକ ସହ କର୍ମଚାରୀଙ୍କୁ ମାଡ଼ ଘଟଣା ଭିନ୍ନ ମୋଡ଼ ନେଉଛି। 

ମଣ୍ଡିରେ ଧାନ ବିକ୍ରି ସମସ୍ୟା: ବିଡିଓଙ୍କୁ ଭେଟିଲେ ଚାଷୀ

ମଣ୍ଡିରେ ଧାନ ବିକ୍ରି ସମସ୍ୟା: ବିଡିଓଙ୍କୁ ଭେଟିଲେ ଚାଷୀ

ଭଣ୍ଡାରିପୋଖରୀ, ୭।୨ (ଡି.ଏନ.ଏ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବିଭିନ୍ନ ସେବା ସମବାୟ ସମିତିରେ ଧାନ ବିକ୍ରିକୁ ନେଇ ଚାଷୀମାନେ ନାନା ସମସ୍ୟା ଭୋଗୁଛନ୍ତି। ମିଲର ମଣ୍ଡିରୁ ଉପଯୁକ୍ତ ସମୟରେ ଧାନ ଉଠାଉ ନ ଥିବା କାରଣରୁ ଚାଷୀଙ୍କୁ ମଣ୍ଡିରେ ସାରା ରାତି ଜଗି ରହିବାକୁ ପଡୁଛି। 

ଟ୍ରେନରୁ ପଡ଼ି ଯୁବକଙ୍କ ମୃତ୍ୟୁ

ଟ୍ରେନରୁ ପଡ଼ି ଯୁବକଙ୍କ ମୃତ୍ୟୁ

ବାଲେଶ୍ୱର ଅଫିସ,୭।୨- ବାଲେଶ୍ୱର ରେଳ ଷ୍ଟେଶନରେ ବୁଧବାର ଅପରାହ୍ନ ୪ ଟା ରେ ଜଣେ ଯୁବକ ନିଳାଚଳ ଏକ୍ସପ୍ରେସରୁ ଓହ୍ଲାଇବା ସମୟରେ ଗୋଡ ଖସି ଯିବାରୁ ତଳେ ପଡିଯାଇଥିଲେ। ଦୁର୍ଘଟଣାରେ ତାଙ୍କର ଦୁଇ ଗୋଡ କଟି ଯାଇଥିବା ବେଳେ ମୁଣ୍ଡ ମାଡ ହୋଇଥିଲା। 

ବ୍ଲାଷ୍ଟିଂ ବନ୍ଦ କଥା ଶୁଣିଲାନି ପ୍ରଶାସନ: ୧୦ରେ ଧାରଣା ଦେବେ ୩ଗ୍ରାମର ବାସିନ୍ଦା

ବ୍ଲାଷ୍ଟିଂ ବନ୍ଦ କଥା ଶୁଣିଲାନି ପ୍ରଶାସନ: ୧୦ରେ ଧାରଣା ଦେବେ ୩ଗ୍ରାମର ବାସିନ୍ଦା

ଖଇରା, ୭।୨(ଡି.ଏନ.ଏ.)-ଖଇରା ତହସିଲ ଅଧୀନ ଶାରିଶୁଆ ପାହାଡ ପାଦଦେଶରେ ଥିବା ଗଗୁଆ ,ଗୁଆପାଳ ଓ କଦଳୀଗଡିଆ ଗ୍ରାମବାସୀ ଏବେ ଭୟାତୁର ଅବସ୍ଥା ଜୀବିକା ନିର୍ବାହ କରୁଛନ୍ତି। ପାହାଡରେ ରାତିଦିନ ୨୪ଘଣ୍ଟା ଦିପାବଳିର ବାଣ ଫୁଟିଲା ଭଳି ୱାଗନ ବ୍ଲାଷ୍ଟିଂ ଚାଲୁଥିବା ଯୋଗୁଁ ଗ୍ରାମର ବାସିନ୍ଦା ଶାନ୍ତିରେ ନିଃଶ୍ୱାସ ଟିକେ ମାରି ପାରୁନାହାନ୍ତି। 

ଆନ୍ତଃ ଜିଲା ମହାବୀର କପ୍‌ କ୍ରିକେଟ:୪ର୍ଥ କ୍ୱାର୍ଟର ମ୍ୟାଚ୍‌ରେ ଉଦଳା ୟୁନିକ ବିଜୟୀ

ଆନ୍ତଃ ଜିଲା ମହାବୀର କପ୍‌ କ୍ରିକେଟ:୪ର୍ଥ କ୍ୱାର୍ଟର ମ୍ୟାଚ୍‌ରେ ଉଦଳା ୟୁନିକ ବିଜୟୀ

ଭଣ୍ଡାରିପୋଖରୀ,  ୬।୨ (ଡି.ଏନ.ଏ.) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନେରଡ଼ା ପଞ୍ଚାୟତ ଯଶୋଟିକିରି ଖେଳପଡ଼ିଆରେ ଚାଲିଥିବା ଆନ୍ତଃ ଜିଲା ମହାବୀର କପ୍‌ କ୍ରିକେଟ ଟୁର୍ନାମେଣ୍ଟର ବୁଧବାର ଥିଲା ୪ର୍ଥ କ୍ବାର୍ଟର ମ୍ୟାଚ୍‌। 

ନିଆଁରେ ପୋଡ଼ି ହୋଇ ଶିଶୁପୁତ୍ର ଗୁରୁତର

ନିଆଁରେ ପୋଡ଼ି ହୋଇ ଶିଶୁପୁତ୍ର ଗୁରୁତର

ସଜନାଗଡ଼,୬।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅନ୍ତର୍ଗତ ଜାମୁତିଆ ପଞ୍ଚାୟତ ଗୁଡ଼ିଶୁଳ ଗ୍ରାମରେ ବୁଧବାର ନିଆଁରେ ପୋଡ଼ି ହୋଇ ଜଣେ ଶିଶୁପୁତ୍ର ଗୁରୁତର ହୋଇଛନ୍ତି। 

ବେଆଇନ ମୋରମ ଆଣୁଥିବା ବେଳେ ଟ୍ରାକ୍ଟରରୁ ପଡ଼ି ଶ୍ରମିକ ମୃତ

ବେଆଇନ ମୋରମ ଆଣୁଥିବା ବେଳେ ଟ୍ରାକ୍ଟରରୁ ପଡ଼ି ଶ୍ରମିକ ମୃତ

କେନ୍ଦୁଝର,୬।୨(ସ୍ବ.ପ୍ର.): ବାଂଶପାଳ ବ୍ଲକ ଭଗତପୁରଠାରେ ବୁଧବାର ଟ୍ରାକ୍ଟରରୁ ପଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛିି। ସେ ହେଲେ ପର୍ଶୁରାମ ନାଏକ। ସ୍ଥାନୀୟ ଜଙ୍ଗଲରୁ ଟ୍ରାକ୍ଟରଟି ବେଆଇନ ମୋରମ ଆଣୁଥିବା ବେଳେ କୌଣସି କାରଣରୁ ପର୍ଶୁରାମ ଖସି ପଡ଼ିଥିଲେ। 

ପୁନଃ ନିଯୁକ୍ତି ଦାବିରେ ଡାକ୍ତରଖାନା କର୍ମଚାରୀଙ୍କ  ଆନ୍ଦୋଳନ

ପୁନଃ ନିଯୁକ୍ତି ଦାବିରେ ଡାକ୍ତରଖାନା କର୍ମଚାରୀଙ୍କ ଆନ୍ଦୋଳନ

କେନ୍ଦୁଝର, ୬ା୨ (ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାରେ ୨୦୦୮ ମସିହାରୁ ଅସ୍ଥାୟୀ ଭାବେ ଚାକିରି କରୁଥିବା ୨୧ଜଣ ୪ର୍ଥ ଶ୍ରେଣୀ କର୍ମଚାରୀଙ୍କୁ କାର୍ଯ୍ୟରୁ ନିବୃତ୍ତ କରାଯାଇଥିଲା। ଏହାର ପ୍ରତିବାଦରେ ବୁଧବାର ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ କର୍ମଚାରୀମାନେ ଧାରଣା ଦେଇଛନ୍ତି।

ତିହିଡ଼ି ଥାନା ସମ୍ମୁଖରେ ଭାଜପାର ପ୍ରତିବାଦ ସଭା

ତିହିଡ଼ି ଥାନା ସମ୍ମୁଖରେ ଭାଜପାର ପ୍ରତିବାଦ ସଭା

ତିହିଡି,୬।୨(ଡି.ଏନ୍‌.ଏ.) ଭଦ୍ରକ ଜିଲା ତିହିଡ଼ିି ଥାନା ସମ୍ମୁଖରେ  ବୁଧବାର ଭାଜପା ପକ୍ଷରୁ ପ୍ରତିବାଦ ସଭା କରାଯାଇଛି। ଭଦ୍ରକରେ ଜିଲାପରିଷଦ ବୈଠକରେ ଜିଲାପରିଷଦ ସଭ୍ୟା ରଞ୍ଜିତା ସ୍ବାଇଁଙ୍କୁ  ଦୁର୍ବ୍ୟବହାର ପ୍ରତିବାଦରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡିଛି।

 ନବନିର୍ମାଣ କୃଷକ ସଙ୍ଗଠନ ସମାବେଶ: ଚାଷୀଙ୍କ ଯୋଗଦାନକୁ ବିରୋଧ, ପ୍ରତିବାଦରେ ରାସ୍ତାରୋକୋ

ନବନିର୍ମାଣ କୃଷକ ସଙ୍ଗଠନ ସମାବେଶ: ଚାଷୀଙ୍କ ଯୋଗଦାନକୁ ବିରୋଧ, ପ୍ରତିବାଦରେ ରାସ୍ତାରୋକୋ

ଉଦଳା, ୬।୨(ଡି.ଏନ୍‌.ଏ.):  ଭୁବନେଶ୍ୱରଠାରେ  ନବନିର୍ମାଣ କୃଷକ ସଙ୍ଗଠନ ସମାବେଶ ବୁଧବାର ଅନୁଷ୍ଠିତ ହେଉଛି। ଏହି ସମାବେଶରେ ମୟୂରଭଞ୍ଜ ଜିଲା ବିଭିନ୍ନ ବ୍ଲକର ଚାଷୀଙ୍କ ଯୋଗଦାନକୁ ବିରୋଧ କରି ଉଦଳା ପୋଲିସ ସେମାନଙ୍କୁ ଅଟକ ରଖିଛି। ଏହାର ପ୍ରତିବାଦରେ ଉଦଳା- ବାରିପଦା ରାସ୍ତାର କଲେଜ ଛକ ନିକଟରେ ଶତାଧିକ ଚାଷୀ ରାସ୍ତା ଅବରୋଧ କରି ପୋଲିସର ଜୁଲମ୍‌ ନେଇ ନାରାବାଜି ଦେଉଛନ୍ତି। 

ଜମ୍ପିଙ୍ଗ୍‌ ଟାଇଗର କ୍ରିକେଟ ଟୁର୍ନାମେଣ୍ଟ: ସନ୍‌ରାଇଜ କ୍ଲବ ଚାମ୍ପିୟନ

ଜମ୍ପିଙ୍ଗ୍‌ ଟାଇଗର କ୍ରିକେଟ ଟୁର୍ନାମେଣ୍ଟ: ସନ୍‌ରାଇଜ କ୍ଲବ ଚାମ୍ପିୟନ

ବାସୁଦେବପୁର, ୬ା୨(ଡି.ଏନ.ଏ.)- ବାସୁଦେବପୁର ପୌରପାଳିକାର ଗୋପାଳପୁର ପଡିଆରେ ଜମ୍ପିଙ୍ଗ ଟାଇଗର କ୍ଲବ ଭୈରବପୁର ଆନୁକୂଲ୍ୟରେ ଦିବଂଗତ ମାୟାଧର ବେହେରା ଓ ଅଜୟ କୁମାର ନାୟକଙ୍କ ସ୍ମୃତିରେ ଜମ୍ପିଙ୍ଗ ଟାଇଗର କ୍ରିକେଟ ଟୁର୍ନାମେଣ୍ଟ ମଙ୍ଗଳବାର ଉଦ୍‌ଯାପିତ ହୋଇଛି।

ଦୋହଲୁଛି ଦୋହରାସାହି ପୋଲ

ଦୋହଲୁଛି ଦୋହରାସାହି ପୋଲ

ତିହିଡ଼ି, ୬ା୨(ଡି.ଏନ୍‌.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ବାହାବଳପୁର ପଞ୍ଚାୟତ ଅଧୀନ ଦୋହରାସାହି ଠାରେ ମନ୍ତେଇ ନଈ ଉପରେ ନୂତନ ସେତୁ ନିର୍ମାଣ କାର୍ଯ୍ୟ ଅସମ୍ପୂର୍ଣ୍ଣ ହୋଇ ରହିଛି। ଶିଳାନ୍ୟାସର ୬ବର୍ଷ ପରେ ସେତୁ ନିର୍ମାଣ ସମ୍ପୂର୍ଣ୍ଣ ନ ହେବା ପଞ୍ଚାୟତବାସୀଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। 

ପ୍ରଧାନଶିକ୍ଷକଙ୍କୁ ଆର୍ଥିକ କ୍ଷମତା ଦିଆଯାଉନି : ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

ପ୍ରଧାନଶିକ୍ଷକଙ୍କୁ ଆର୍ଥିକ କ୍ଷମତା ଦିଆଯାଉନି : ଛାତ୍ରୀଛାତ୍ର, ଅଭିଭାବକଙ୍କ ଧାରଣା

ବଡସାହି, ୬ା୨(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଳକ ଅଧୀନ ମାନଗୋବିନ୍ଦପୁର ଉଚ୍ଚ ପ୍ରାଥମିକ ସ୍କୁଲର ଫାଟକ ସମ୍ମୁଖରେ ମଙ୍ଗଳବାର ଛାତ୍ରୀଛାତ୍ରୀ ଓ ଅଭିଭାବକ ଧାରଣାରେ ବସିଛନ୍ତି। 

୮୭ଲକ୍ଷ ଟଙ୍କା ଠକେଇ: ଦିଲ୍ଲୀରୁ ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

୮୭ଲକ୍ଷ ଟଙ୍କା ଠକେଇ: ଦିଲ୍ଲୀରୁ ୨ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ବାରିପଦା ଅଫିସ, ୬।୨- ରିଏଲ ଇଷ୍ଟେଟ ବେପାର କରିବାକୁ ଯାଇ ମୟୂରଭଞ୍ଜ ଜିଲା ବାରିପଦା ୯ ନମ୍ବର ୱାର୍ଡର ତପନ କୁମାର ଦାସ ନାମକ ଯୁବକ  ୮୭ଲକ୍ଷ ଟଙ୍କା ଠକେଇର ଶିକାର ହୋଇଥିଲେ। 

୨୭ରେ ବାୟୁ ସେନା କର୍ମଚାରୀ ଚୟନ ଶିବିର: ୧୦ ଦିନିଆ ସ୍ବତନ୍ତ୍ର ତାଲିମ ଦେବ ଜିଲା ପ୍ରଶାସନ

୨୭ରେ ବାୟୁ ସେନା କର୍ମଚାରୀ ଚୟନ ଶିବିର: ୧୦ ଦିନିଆ ସ୍ବତନ୍ତ୍ର ତାଲିମ ଦେବ ଜିଲା ପ୍ରଶାସନ

ବାରିପଦା ଅଫିସ, ୬।୨: ମୟୂରଭଞ୍ଜ ଜିଲା ବାରିପଦା ଛଉ ପଡ଼ିଆରେ ୨୭ ତାରିଖରେ ବାୟୁ ସେନା କର୍ମଚାରୀ ଚୟନ ଶିବିର ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି। 

ବାଲିଆପାଳର ସଂସ୍କୃତି, ପରମ୍ପରା ଉଚ୍ଚକୋଟୀର

ବାଲିଆପାଳର ସଂସ୍କୃତି, ପରମ୍ପରା ଉଚ୍ଚକୋଟୀର

ବାଲିଆପାଳ, ୬ା୨(ଡି.ଏନ.ଏ.)-ଷଷ୍ଠ ବାଲିଆପାଳ ମହୋତ୍ସବ ମଙ୍ଗଳବାର ସ୍ଥାନୀୟ ନେତାଜୀ ଷ୍ଟାଡିୟମ୍‌ଠାରେ ଉଦ୍‌ଘାଟିତ ହୋଇଯାଇଛି| 

ବଧୂହତ୍ୟା ମାମଲା,  ଦୋଷୀ ଶାଶୁଙ୍କୁ ୫ବର୍ଷ ଜେଲ୍‌

ବଧୂହତ୍ୟା ମାମଲା, ଦୋଷୀ ଶାଶୁଙ୍କୁ ୫ବର୍ଷ ଜେଲ୍‌

ବାଲେଶ୍ୱର ଅଫିସ, ୬।୨-ଏକ ବଧୂହତ୍ୟା ମାମଲାର ବିଚାର କରି ମଙ୍ଗଳବାର ବାଲେଶ୍ୱର ଦ୍ୱିତୀୟ ଦୌରାଜଜ୍‌ ଦେବାଶିଷ ରାଉତ ଅଭିଯୁକ୍ତ ଶାଶୁଙ୍କୁ ଦୋଷୀଙ୍କୁ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୫ବର୍ଷ ସଶ୍ରମ କାରାଦଣ୍ଡ ସହ ୬ ହଜାର ଟଙ୍କା ଜରିମାନା କରାଯାଇଛି। 

୫ ଦିନ ହେଲା ଧାନ କିଣା ବନ୍ଦ: ଦାନା ବାନ୍ଧୁଛି ଆନ୍ଦୋଳନ

୫ ଦିନ ହେଲା ଧାନ କିଣା ବନ୍ଦ: ଦାନା ବାନ୍ଧୁଛି ଆନ୍ଦୋଳନ

ଖଇରା, ୬।୨(ଉତ୍କଳବନ୍ଧୁ ପଣ୍ଡା)-ଖଇରା ବ୍ଲକ ଅଧୀନ ୧୪ଟି ସେବା ସମବାୟ ସମିତି ଗତ ୧ତାରିଖରୁ ଧାନ କିଣା ବନ୍ଦ କରିଦେଇଥିବାରୁ ଚାଷୀଙ୍କ ମଧ୍ୟରେ ଭାଳେଣି ପଡିଲାଣି। ପ୍ରଶାସନକୁ ହାତ ବାରିସି କରି ମିଲର ଏଜେଣ୍ଟ କେତେକ ଦଲାଲଙ୍କ ନିକଟରୁ ଧାନକିଣି ଖାତାପତ୍ରରେ ଧାନକିଣା ଦେଖାଇବାକୁ ଉଦ୍ୟମ କରୁଥିବା ଯୋଗୁ ଖଇରା ବ୍ଲକର ଶହ ଶହ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।

ରୋହିଦାସ ସିଂନାଗ୍‌ଙ୍କ ଜୟନ୍ତୀ

ରୋହିଦାସ ସିଂନାଗ୍‌ଙ୍କ ଜୟନ୍ତୀ

ବଡ଼ସାହି,୫ା୨(ସ୍ବ.ପ୍ର)-ମୁଣ୍ଡାରୀବାନୀ ଲିପିର ସ୍ରଷ୍ଟା ଅଲଗୁରୁ ପଣ୍ଡିତ ରୋହିଦାସ ସିଂ ନାଗ୍‌ଙ୍କ ୮୬ତମ ଜୟନ୍ତୀ ବଡସାହି ବ୍ଲକ ନାଉପାଳ ପଞ୍ଚାୟତ ଅସ୍ତଝରଣ ଗ୍ରାମ ମା’ ଚିନ୍ତାମଣି ଯୁବକ ସଂଘ ଆନୁକୂଲ୍ୟରେ ପାଳିତ ହୋଇଯାଇଛି  । ଆଦିବାସୀ ଯୁବଛାତ୍ର ସଂଗ୍ରାମୀ ବାଜି ସିଂଙ୍କ ନେତୃତ୍ୱରେ ଶତାଧିକ ମୁଣ୍ଡାରୀ ସମ୍ପ୍ରଦାୟର ଲୋକମାନେ ଏକତ୍ରିତ ହୋଇଥିଲେ ।

ବିଦ୍ୟୁତ କାଟ ବନ୍ଦ ପାଇଁ ଦାବି

ବିଦ୍ୟୁତ କାଟ ବନ୍ଦ ପାଇଁ ଦାବି

ବଡ଼ସାହି, ୫ା୨(ସ୍ବ.ପ୍ର.)-ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଞ୍ଚଳରେ ପ୍ରତିଦିନ ହେଉଥିବା ବିଦ୍ୟୁତ କାଟ୍‌ ବନ୍ଦ କରିବା ପାଇଁ ନାଉପାଳ ପଞ୍ଚାୟତ ଅସ୍ତଝରଣ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।  ଏ ନେଇ ଶତାଧିକ ଗ୍ରାମବାସୀଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗପତ୍ର  ଖୁଣ୍ଟା ବିଦ୍ୟୁତ ସବ୍‌ଡିଭିଜନ ଉପଖଣ୍ଡ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । 

 କୃଷକ ସଂଘର ରାସ୍ତା ଅବରୋଧ, ୫ ଘଣ୍ଟା ଧରି ଅଟକି ରହିଲା ଯାନବାହନ

କୃଷକ ସଂଘର ରାସ୍ତା ଅବରୋଧ, ୫ ଘଣ୍ଟା ଧରି ଅଟକି ରହିଲା ଯାନବାହନ

ସଜନାଗଡ଼, ୫।୨(ଡି.ଏନ.ଏ.)-ନୀଳଗିରି ଥାନା ସଜନାଗଡ଼ ପଞ୍ଚାୟତର ୧୯ନଂ. ରାଜ୍ୟ ରାଜପଥ ସେରଗଡ଼ ଭାୟା ଉଦଳା ରାସ୍ତାର ଭାଲୁକାଶୁଣି ଛକଠାରେ ନବ ନିର୍ମାଣ କୃଷକ ସଙ୍ଗଠନ ନୀଳଗିରି ଶାଖା ପକ୍ଷରୁ ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ମଙ୍ଗଳବାର ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ଦୁଇ ପାର୍ଶ୍ୱରେ ଶହ ଶହ ଟ୍ରକ୍‌, ବସ୍‌, କାର୍‌ ଅଟକି ରହିଥିଲା।