ବାଲେଶ୍ୱର

ଜଳେଶ୍ୱରରେ ସ୍ଥାୟୀ କୋର୍ଟ ଗୃହ ନିର୍ମାଣ ବିବାଦ:  ଆନ୍ଦୋଳନ ଜୋରଦାର କରିବାକୁ କ୍ରିୟାନୁଷ୍ଠାନ କମିଟିର ଚେତାବନୀ

ଜଳେଶ୍ୱରରେ ସ୍ଥାୟୀ କୋର୍ଟ ଗୃହ ନିର୍ମାଣ ବିବାଦ: ଆନ୍ଦୋଳନ ଜୋରଦାର କରିବାକୁ କ୍ରିୟାନୁଷ୍ଠାନ କମିଟିର ଚେତାବନୀ

ଜଳେଶ୍ୱର, ୧୧।୧୦ (ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ସହରରେ ପ୍ରସ୍ତାବିତ ନୂତନ କୋର୍ଟ ଗୃହ ନିର୍ମାଣ ସକାଶେ ସ୍ଥାନ ନିରୂପଣ ବିବାଦ ପ୍ରଶାସନର ଚିନ୍ତା ବଢାଇଛି। ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଥିବା ୬୦ ନମ୍ବର ଜାତୀୟ ରାଜପଥ ସଂଲଗ୍ନ ପରିତ୍ୟକ୍ତ ତନଖି ଫାଟକ ଓ ବାଣିଜ୍ୟକର କୋଠାଘର ଜମି ଉପରେ ନୂତନ କୋର୍ଟ ଗୃହ ନିର୍ମାଣ ଲାଗି କେତେକେ ଦାବି କରୁଥିବାବେଳେ ଅନ୍ୟମାନେ  ସହର ମଧ୍ୟରେ ନିର୍ମାଣ କରାଯାଉ ବୋଲି ଦାବି କରୁଛନ୍ତି। 

ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ଜଳମଗ୍ନ

ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ଜଳମଗ୍ନ

ବାଲେଶ୍ୱର ଅଫିସ,୧୧।୧୦- ବାଲେଶ୍ୱରର ଯୁକ୍ତ୨ ସ୍ତରରେ ଫକୀରମୋହନ କନିଷ୍ଠ ମହାବିଦ୍ୟାଳୟ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ। କିନ୍ତୁ ପରିତାପର ବିଷୟ ବର୍ଷସାରା ବର୍ଷା ସମୟରେ ଉକ୍ତ ମହାବିଦ୍ୟାଳୟ ପରିସର ଜଳମଗ୍ନ ହୋଇରହୁଛି। 

ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରି, ଥାନାରେ ମାମଲା

ବିଦ୍ୟାଳୟରୁ କମ୍ପ୍ୟୁଟର ଚୋରି, ଥାନାରେ ମାମଲା

ବାଲେଶ୍ୱର ଅଫିସ,୧୧।୧୦- ବାଲେଶ୍ୱର ସଦର ବ୍ଲକ ରସାଳପୁର ଅଧୀନ ରସାଳପୁର ହାଇସ୍କୁଲର କମ୍ପ୍ୟୁଟର ଲାବ୍‌ରୁ ବୁଧବାର ବିଳମ୍ବିତ ରାତିରେ ୧୦ଟି କମ୍ପ୍ୟୁଟର ସେଟ୍‌ ଚୋରି ହୋଇଥିବା ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗୀତାଞ୍ଜଳୀ ଶତପଥୀ ନିକଟସ୍ଥ ଜୟଦେବକସବା ଫାଣ୍ଡିରେ ଗୁରୁବାର ଅଭିଯୋଗ କରିଛନ୍ତି। ୨୦୧୪ ମସିହା ଜାନୁୟାରୀ ୮ ତାରିଖରେ ବିଦ୍ୟାଳୟ ପରିସରରେ ଏକ ସ୍ବତନ୍ତ୍ର କମ୍ପ୍ୟୁଟର ଲାବ୍‌ ଖୋଲାଯାଇ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ପ୍ରଦାନ କରାଯାଉଥିଲା। ଏଥିରେ ୧୨ଟି କମ୍ପ୍ୟୁଟର ସେଟ୍‌ ରହିଥିଲା।

‘ତିତ୍‌ଲି’ ଦୁର୍ବଳ, ଟଳିନି ଭୟ : ଭୋଗରାଇରେ ସର୍ବାଧିକ ବର୍ଷା

‘ତିତ୍‌ଲି’ ଦୁର୍ବଳ, ଟଳିନି ଭୟ : ଭୋଗରାଇରେ ସର୍ବାଧିକ ବର୍ଷା

ଭୋଗରାଇ,୧୧।୧୦(ଡି.ଏନ.ଏ.)- ସାମୁଦ୍ରିକ ଝଡ଼ ‘ତିତ୍‌ଲି’ ଦୁର୍ବଳ ହୋଇଛି। ହେଲେ ଲୋକଙ୍କ ମଧ୍ୟରେ ଭୟ ଦୂର ହୋଇନାହଁି। ବୁଧବାର ସକାଳଠୁ ଗୁରୁବାର ସକାଳ ପର୍ଯ୍ୟନ୍ତ ଭୋଗରାଇ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ଏବଂ ଗଣମାଧ୍ୟମରେ ଘନଘନ ବାତ୍ୟାର ରୂପ ପ୍ରଚାର ହେବା ଏବଂ ପ୍ରଶାସନର ତତ୍ପରତା ଦେଇ ଲୋକେ ଭୟଭୀତ ହୋଇଥିଲେ। 

ପାଟଣାରେ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ଉତ୍ସବ

ପାଟଣାରେ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ଉତ୍ସବ

ପାଟଣା, ୧୧।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚିନାମାଳିପଶି ଫୁଟବଲ ପଡ଼ିଆରେ ଗୁରୁବାର ପୂର୍ବାହ୍ନରେ ଜିଲା ଉନ୍ନୟନ ପରିଷଦ ତରଫରୁ ବ୍ଲକସ୍ତରୀୟ ଜନଜାତି ସାଂସ୍କୃତିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିକଲେ ଗ୍ରାମବାସୀ

ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିକଲେ ଗ୍ରାମବାସୀ

ତିହିଡ଼ି, ୧୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଦୋଳସାହି  ହାଇସ୍କୁଲଠାରୁ କିଛି ଦୂରରେ ଥିବା ଏକ ଆମ୍ବତୋଟାରୁ ଗତ ୭ତାରିଖ ସକାଳେ ପୋଲିସ ପ୍ରେମୀ ଯୁଗଳଙ୍କ ମୃତଦେହ ଉଦ୍ଧାର କରିଥିଲା। 

ନାବାଳିକାଙ୍କୁ ହତ୍ୟା ଅଭିଯୋଗ: ସାବତ ମା’, ବାପା ଗିରଫ

ନାବାଳିକାଙ୍କୁ ହତ୍ୟା ଅଭିଯୋଗ: ସାବତ ମା’, ବାପା ଗିରଫ

ତିହିଡ଼ି,୧୧।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ବାରସର ପଞ୍ଚାୟତ ଅଧୀନ ଭଉଁରିଆବାଙ୍କ ଗ୍ରାମର ଜଣେ ନାବାଳିକାଙ୍କୁ ବୁଧବାର ରାତିରେ ବାପା ଓ ସାବତ ମା’ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ହେଲେ ପାର୍ବତୀ ବାରିକ(୧୭)।

ପୁଣି ଦବିଲା ୨୦ନଂ ଜାତୀୟ ରାଜପଥ

ପୁଣି ଦବିଲା ୨୦ନଂ ଜାତୀୟ ରାଜପଥ

ଆରଡ଼ି, ୧୧ା୧୦, (ଡି.ଏନ.ଏ.):  ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ବୋଡ଼କ - ଷାଠିବାଙ୍କୁଡ଼ା ମଧ୍ୟବର୍ତ୍ତୀ ସ୍ଥାନରେ କୁଆଖିଆରୁ ସାତଭାୟା ପର୍ଯ୍ୟନ୍ତ ନିର୍ମିତ ୨୦ ନଂ. ଜାତୀୟ ରାଜପଥ ପୁଣି ଥରେ ଅସୁରକ୍ଷିତ ହୋଇପଡ଼ିଛି।

ବଢ଼ିନି ପବନର ବେଗ, ୪୧ ଗଁା ଅଧୀର:ତିତ୍‌ଲିର ମୁକାବିଲା ପାଇଁ ପ୍ରସ୍ତୁତି

ବଢ଼ିନି ପବନର ବେଗ, ୪୧ ଗଁା ଅଧୀର:ତିତ୍‌ଲିର ମୁକାବିଲା ପାଇଁ ପ୍ରସ୍ତୁତି

ଭଦ୍ରକ ଅଫିସ,୧୧।୧୦- ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ ଏବଂ ୨୦୧୪ ହୁଡ୍‌ହୁଡ୍‌ର କ୍ଷତ ଏଯାଏ ଲିଭିନି କି କାହାରି ମନରୁ ଭୟ ତୁଟିନି।

ଷୋଡ଼ଶ ଶାରଦୀୟ ପୂଜା ମହୋତ୍ସବ

ଷୋଡ଼ଶ ଶାରଦୀୟ ପୂଜା ମହୋତ୍ସବ

କେନ୍ଦୁଝର, ୧୧ା୧୦(ସ୍ବ.ପ୍ର.): କେନ୍ଦୁଝର ସହର ଦୁର୍ଗାବଜା ଥିବା ଦୁର୍ଗା ମନ୍ଦିରରେ ଜଗତଜନନୀ ଶ୍ରୀଶ୍ରୀ ଦୁର୍ଗାଦେବୀଙ୍କର ୬୦ତମ ଷୋଡଶ ଦିବସ ବ୍ୟାପି ଶାରଦୀୟ ପୂଜା ମହୋତ୍ସବ ଆରମ୍ଭ ହୋଇଛି। 

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୫ କୋଟି ୪୦ ଲକ୍ଷ ମଞ୍ଜୁର, ଆମ ବିକାଶ’ କାର୍ଯ୍ୟକ୍ରମ: ୫ କୋଟି ୪୦ ଲକ୍ଷ ମଞ୍ଜୁର

‘ଆମ ଗାଁ, ଆମ ବିକାଶ’ କାର୍ଯ୍ୟକ୍ରମ: ୫ କୋଟି ୪୦ ଲକ୍ଷ ମଞ୍ଜୁର, ଆମ ବିକାଶ’ କାର୍ଯ୍ୟକ୍ରମ: ୫ କୋଟି ୪୦ ଲକ୍ଷ ମଞ୍ଜୁର

କେନ୍ଦୁଝର/ଝୁମ୍ପୁରା, ୧୧ା୧୦(ସ୍ବ.ପ୍ର): ସାରା ରାଜ୍ୟରେ ଲୋକଙ୍କ ସହ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଆମ ଗଁା, ଆମ ବିକାଶ’ କାଯର୍‌ୟକ୍ରମ ମାଧ୍ୟମରେ କଥା ହେଉଛନ୍ତି।

ଭୁଶୁଡ଼ିବ ବୈତରଣୀ ପୋଲ

ଭୁଶୁଡ଼ିବ ବୈତରଣୀ ପୋଲ

ଝୁମ୍ପୁରା, ୧୧।୧୦(ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ନୟାଗଡ଼ ପଞ୍ଚାୟତ ଦେଇ ପ୍ରବାହିତ ବୈତରଣୀ ଉପରେ ଥିବା ଏକ ପୋଲ ବିପଦସଙ୍କୁଳ ଅବସ୍ଥାରେ ରହିଛି। 

 ତାତିଲେ ମହିଳା, ଢାଳିଲେ ମଦ

ତାତିଲେ ମହିଳା, ଢାଳିଲେ ମଦ

ପାଟଣା, ୧୧।୧୦(ସ୍ବ.ପ୍ର.): ପାଟଣା ଥାନା ଖଡିକାପଡ଼ା ପଞ୍ଚାୟତ ଫୁଲପାହାଡ଼ି ସାପ୍ତାହିକ ହାଟରେ ବୁଧବାର ଅପରାହ୍ନରେ ସ୍ବୟଂସହାୟିକା ଗୋଷ୍ଠୀର  ଶତାଧିକ ମହିଳା ଏକାଠି ହୋଇ ବେଆଇନ ଦେଶୀ ମହୁଲୀ ମଦକୁ ନଷ୍ଟ କରିଥିଲେ।

ପ୍ରତିଭାଙ୍କୁ ଲୋକଲୋଚନକୁ ଆଣେ ‘ସୁରଭି’

ପ୍ରତିଭାଙ୍କୁ ଲୋକଲୋଚନକୁ ଆଣେ ‘ସୁରଭି’

ପାଟଣା, ୧୧।୧୦(ସ୍ବ.ପ୍ର.): ପାଟଣାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି ୨୦୧୮’ ବୁଧବାର ପୂର୍ବାହ୍ନରେ ମୁଖ୍ୟାଳୟସ୍ଥିତ ପାଟଣା ପ୍ରକଳ୍ପ ଉପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି।

 ଶାରଦୀୟ ଉତ୍ସବରେ ନିଆରା ପରମ୍ପରା

ଶାରଦୀୟ ଉତ୍ସବରେ ନିଆରା ପରମ୍ପରା

ବାରିପଦା ଅଫିସ,୧୧ା୧୦-ଶାରଦୀୟ ଉତ୍ସବରେ ମା’ ଦୁର୍ଗା ଧରାବତରଣ କରୁଥିବା ବେଳେ ତାଙ୍କୁ ଶାନ୍ତ ରଖିବା ପାଇଁ ହନୁମାନଙ୍କ ପୂଜା କରାଯିବା ଭଳି ଏକ ନିଆରା ପରମ୍ପରା ଏଠି ଅନୁସୃତ ହୋଇଆସୁଛି। 

ସର୍ବ ଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ

ସର୍ବ ଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ

ବାରିପଦା ଅଫିସ,୧୧।୧୦- ବାରିପଦା  ସହର ଛଉପଡିଆ ନିକଟ କଲେଜ ପଡିଆ ପରିସରରେ ସର୍ବ ଭାରତୀୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି ା

୩୧୧ ପ୍ରକଳ୍ପ ଲାଗି ୭ କୋଟି ମଞ୍ଜୁର

୩୧୧ ପ୍ରକଳ୍ପ ଲାଗି ୭ କୋଟି ମଞ୍ଜୁର

ବଡ଼ସାହି,୧୧ା୧୦(ସ୍ବ.ପ୍ର.)- ବୁଧବାର ପ୍ରତିକୂଳ ପାଗ ସତ୍ତ୍ୱେ ବଡ଼ସାହି ବ୍ଲକରେ ଆମ ଗଁା ଆମ ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

୬୫୩ ପରିବାରକୁ ଖାଦ୍ୟ ସୁରକ୍ଷା କାର୍ଡ ବଣ୍ଟନ

୬୫୩ ପରିବାରକୁ ଖାଦ୍ୟ ସୁରକ୍ଷା କାର୍ଡ ବଣ୍ଟନ

ଉଦଳା,୧୧ା୧୦(ଡି.ଏନ.ଏ.) - ଉଦଳା ବ୍ଲକ ଏବଂ ଏନଏସି ପାଇଁ ଉଦଳା ହାଇସ୍କୁଲ ପଡିଆରେ ନୂଆ ରାଶନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ା କାର୍ଯ୍ୟକ୍ରମରେ ବ୍ଲକ ଏବଂ ଏନଏସି ଅଧୀନରେ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚତ୍ତ ଥିବା ୬୫୩ ପରିବାରର ୧୭୭୬ ସଦସ୍ୟଙ୍କୁ ନୂତନ ଭାବେ ସାମିଲ କରାଯାଇଛି ା 

ଆଦିବାସୀ ମାନ୍ୟତା ଦାବିରେ ଧାରଣା

ଆଦିବାସୀ ମାନ୍ୟତା ଦାବିରେ ଧାରଣା

ବାରିପଦା ଅଫିସ,୧୧ା୧୦- ମୟୂରଭଞ୍ଜ ଜିଲା ମୋରଡା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ବସବାସ କରୁଥିବା ବଗାଳ ସମ୍ପ୍ରଦାୟ ଲୋକଙ୍କୁ ଆଦିବାସୀ ମାନ୍ୟତା ମିଳୁନାହିଁ। 

ଜାମବଣୀ ସ୍ବାସ୍ଥ୍ୟ ଉପକେନ୍ଦ୍ର : ଦୁଇବର୍ଷ  ହେବ ଝୁଲୁଛି ତାଲା

ଜାମବଣୀ ସ୍ବାସ୍ଥ୍ୟ ଉପକେନ୍ଦ୍ର : ଦୁଇବର୍ଷ ହେବ ଝୁଲୁଛି ତାଲା

କପ୍ତିପଦା,୧୧ା୧୦(ଡି.ଏନ.ଏ.)-କପ୍ତିପଦା ବ୍ଲକ୍‌ରେ ସ୍ବାସ୍ଥ୍ୟସେବା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି ା ଡାକ୍ତର ସମସ୍ୟା ସହ   ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ଅଭାବ ଗ୍ରାମାଞ୍ଚଳ ସ୍ବାସ୍ଥ୍ୟସେବାକୁ ପଙ୍ଗୁ କରିଦେଇଛି ା ଯାହାଫଳରେ ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ା

ଡାକ୍ତରଖାନା ସମ୍ମୁଖରେ ଗଣାଧାରଣା

ଡାକ୍ତରଖାନା ସମ୍ମୁଖରେ ଗଣାଧାରଣା

ଜଳେଶ୍ୱର,୧୧ା୧୦ (ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ସହରର ନୂଆବଜାର ସ୍ଥିତ ଗୋପୀକିଷନ ଭଟ୍ଟର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଆବଶ୍ୟକ ଡାକ୍ତର ନ ଥିବା  ଏବଂ ରାତ୍ରିକାଳୀନ ଚିକିତ୍ସା ସେବା ବିପର୍ଯ୍ୟସ୍ତ ହୋଇପଡିଛି। 

ପରମ୍ପରା ଓ ଐତିହ୍ୟର ମୂକସାକ୍ଷୀ: ୧୬୫ ବର୍ଷରେ ବାରବାଟୀ ଦୁର୍ଗାପୂଜା

ପରମ୍ପରା ଓ ଐତିହ୍ୟର ମୂକସାକ୍ଷୀ: ୧୬୫ ବର୍ଷରେ ବାରବାଟୀ ଦୁର୍ଗାପୂଜା

ବାଲେଶ୍ୱର ଅଫିସ, ୧୧।୧୦-ବାଲେଶ୍ୱର ଜିଲା ବୁଢ଼ାବଳଙ୍ଗ ଅବବାହିକାରେ ଅବସ୍ଥିତ ବାରବାଟୀ ଅଞ୍ଚଳରେ ଦୁର୍ଗାପୂଜାର ସ୍ବାତନ୍ତ୍ର୍ୟ ବାରି ହୋଇପଡ଼େ। ଶତାଧିକ ବର୍ଷର ଐତିହ୍ୟ ବହନ କରୁଥିବା ଏହି ପୂଜା ଜନମାନସରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି।

ବାତୋରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ

ବାତୋରେ ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ

ଆନନ୍ଦପୁର, ୧୦।୧୦(ସ୍ବ.ପ୍ର.): ଘସିପୁରା ବ୍ଲକ ବାତୋସ୍ମୃତି ନିଳୟରେ ଉତ୍କଳମଣି ଗୋପବନ୍ଧୁଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। 

ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସରେ ରୋଗୀଙ୍କୁ ଫଳ ବଣ୍ଟନ

ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସରେ ରୋଗୀଙ୍କୁ ଫଳ ବଣ୍ଟନ

ବଡ଼ବିଲ, ୧୦।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆଇନ ସେବା ପ୍ରାଧିକରଣ ଅଧୀନରେ ଥିବା ବଡ଼ବିଲ ତାଲୁକ ଆଇନ ସେବା ସମିତି ପକ୍ଷରୁ ଅକ୍ଟୋବର ୧୦ ତାରିଖ ବୁଧବାର ବିଶ୍ୱ ମାନସିକ ସ୍ବାସ୍ଥ୍ୟ ଦିବସ ପାଳନ କରାଯାଇଛି।