ବାଲେଶ୍ୱର

ମାଗଣା ସ୍ବାସ୍ଥ୍ୟ ସେବା ଶିବିର

ଚମ୍ପୁଆ,୯।୬(ଡି.ଏନ.ଏ.)- କେନ୍ଦୁଝର ଜିଲା ଚମ୍ପୁଆ ସଦର ମହାକୁମା ପ୍ରଥମ ନିର୍ମାଣ ହୋଇଥିବା ବେସରକାରୀ ତାରିଣୀ ଡାକ୍ତରଖାନା ପକ୍ଷରୁ ନିଃସନ୍ତାନ ଦମ୍ପତିଙ୍କ ପାଇଁ ମାଗଣା ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ କରାଯାଛି ।

 ରଜ ଉତ୍ସବ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ

ରଜ ଉତ୍ସବ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ

ବଡବିଲ, ୯।୬ (ସ୍ବ.ପ୍ର.)-କେନ୍ଦୁଝର ଜିଲା ବଡବିଲର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ନିଳାଦ୍ରୀ ପକ୍ଷରୁ ପ୍ରତିବର୍ଷ ଭଳି ରଜ ଉତ୍ସବ ଜାକଜମକର ସହ ପାଳନ ହେବ। ସେଥିନିମନ୍ତେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଥିବା ଶନିବାର ପୂର୍ବାହ୍ନରେ ନିଳାଦ୍ରୀ କାର୍ଯ୍ୟାଳୟରେ ଅନୁଷ୍ଠିତ ଅନ୍ତିମ ପସ୍ତୁତି ବୈଠକରୁ ଜଣାପଡିଛି।

ପଳସା ମାରୁତି କ୍ଲବର କର୍ମକର୍ତ୍ତା ଚୟନ

ଯୋଡ଼ା, ୯।୬(ଡି.ଏନ.ଏ.)-ଯୋଡା ବ୍ଲକ ପଳସା ପଞ୍ଚାୟତ ନିକଟସ୍ଥ ପଳସା(କ)ଗ୍ରାମ ଠାରେ ଥିବା ମାରୁତି କ୍ଲବର କର୍ମକର୍ତ୍ତା ଚୟନ ହୋଇଛି। ଦୀର୍ଘ ୨୨ବର୍ଷ ଧରି ସ୍ଥାନୀୟ ଅଞ୍ଚଳରେ ସାମାଜିକ କାର୍ଯ୍ୟରେ କରିଆସୁଥିବା

କୂଅରେ ଖସି ପଡିଥିବା ମହିଳା ଉଦ୍ଧାର

କୂଅରେ ଖସି ପଡିଥିବା ମହିଳା ଉଦ୍ଧାର

ଝୁମ୍ପୁରା ୯।୬ (ଡି.ଏନ.ଏ)- କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ରାଇକଳା ଗ୍ରାମର ମହିଳା ଲକ୍ଷ୍ମୀ ମହାରଣା (୪୦ବର୍ଷ) ଅସାବଧାନତା ବଶତଃ ଘର ପାଖରେ ଥିବା ଏକ କୂଅରେ ଶନିବାର ସକାଳ ସମୟରେ ଖସି ପଡିଥିଲେ।

କଲେଜ ଛାତ୍ରୀ ଅପହରଣ ଅଭିଯୋଗ

ଜଳେଶ୍ୱର, ୯।୬(ଡି.ଏନ.ଏ.)-ଜଳେଶ୍ୱର ସହର ନୂଆବଜାରସ୍ଥିତ ଏକ ବିୟୁଟି ପାର୍ଲରକୁ ଆସିଥିବା ଶାଳିକୋଠା ଗ୍ରାମର ଜଣେ କଲେଜ ଛାତ୍ରୀଙ୍କୁ ଅପହରଣ କରାଯାଇଥିବା ତାଙ୍କ ବାପା ଜଳେଶ୍ୱର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ପାହାଡ ତଳି ଗ୍ରାମରୁ ନାଗ ଉଦ୍ଧାର

ସୋର, ୯।୬(ଡି.ଏନ.ଏ.)-ସୋର ବ୍ଲକ ଅଧୀନ କେଶରୀପୁର ଗ୍ରାମର ରବୀନ୍ଦ୍ର ନାୟକଙ୍କ ରୋଷେଇ ଘରେ ଶୁକ୍ରବାର ସକାଳେ ଏକ ୧୦ ଫୁଟ ଲମ୍ବର ନାଗ ଦେଖି ଭୟଭୀତ ହୋଇ ପଡିଶାଙ୍କୁ ଡାକିଥିଲେ।

ଶିଶୁପରୀଙ୍କ ପାଇଁ ଦସ୍ତଖତ ସଂଗ୍ରହ

ଶିଶୁପରୀଙ୍କ ପାଇଁ ଦସ୍ତଖତ ସଂଗ୍ରହ

ବାସୁଦେବପୁର,୯।୬(ଡି.ଏନ.ଏ.)-ଭଦ୍ରକ ଜିଲା ବାସୁଦେବପୁର ପୋଲିସ ପକ୍ଷରୁ ଶନିବାର ସହରସ୍ଥିତ କାର୍‌ଷ୍ଟାଣ୍ଡଠାରେ ଏକ ଜନସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ନାବାଳିକା ଶିଶୁ ନିର୍ଯାତନା ବିରୋଧରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି।

ମୋ ସ୍କୁଲ ଅଭିଯାନ: ଭିତ୍ତିଭୂମି ବିକାଶ ପ୍ରତି ଗୁରୁତ୍ୱ

ଭଦ୍ରକ ଅଫିସ,୯।୬-ସ୍ଥାନୀୟ ଜଳଙ୍ଗାସ୍ଥିତ ଉଦୟ ନାରାୟଣ ନୋଡାଲ ହାଇସ୍କୁଲ ପରିସରରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଯୋଗେନ୍ଦ୍ର ସାହୁଙ୍କ ପୌରାହିତ୍ୟରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ

ଜଳେଶ୍ୱର, ୯।୬(ଡି.ଏନ.ଏ.)-ଶନିବାର ଅପରାହ୍ନ ୪ଟାରେ ବାଲେଶ୍ୱର ଜିଲା ଜଳେଶ୍ୱର ସହର ଝାଡ଼େଶ୍ୱରପୁର ଗ୍ରାମ ରାସ୍ତାରୁ ଜଣେ ଯୁବକଙ୍କଠାରୁ ୩୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ କରାଯାଇଛି। ଯାହାର ମୂଲ୍ୟ ୩ଲକ୍ଷ ଟଙ୍କା ହେବ। ଅବକାରୀ ବିଭାଗର ସ୍ବତନ୍ତ୍ର ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଇ ଉକ୍ତ ଯୁବକଙ୍କୁ ଗିରଫ କରାଯିବା ସହ ତାଙ୍କଠାରୁ ଏକ ସ୍କୁଟି (ନଂ.ଡବ୍ଲ୍ୟୁବି ୩୨ ଇ-୫୬୭୯) ମଧ୍ୟ ଜବତ କରାଯାଇଛି। ଗିରଫ ଯୁବକ ହେଲେ ପଶ୍ଚିମବଙ୍ଗ ରାଜ୍ୟ ପୂର୍ବ ମେଦିନୀପୁର ଜିଲା ଏଗ୍ରା ଥାନା ଅଧୀନ ଏକଲାବାର୍ଡ଼ ଗ୍ରାମର ଦୁଲାଲ ମାଝୀ (୨୧)। ଜିଲା ଅବକାରୀ ଅଧୀକ୍ଷକ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଜଳେଶ୍ୱର ଅବକାରୀ ବିଭାଗର ସବ୍‌ଇନ୍ସପେକ୍ଟର ହରପ୍ରସାଦ ରଣା, ଏଏସ୍‌ଆଇ ଦଳଗୋବିନ୍ଦ ଧଳ, କନଷ୍ଟେବଳ ରାଜୀବ ଭଞ୍ଜ, ମିନତୀ ଜେନା, ହୃଷିକେଶ ବାରିକ, ମଙ୍ଗଳ ସିଂ ଓ ଶଶୀଭୂଷଣ ସ୍ବାଇଁ ପ୍ରମୁଖ କର୍ମଚାରୀ ଏହି ଚଢ଼ାଉରେ ସାମିଲ ହୋଇଥିଲେ।

ଚାକିରି ନ ପାଇବାରୁ ଯୁବକଙ୍କ ଆତ୍ମହତ୍ୟା

ବସ୍ତା, ୯।୬(ସ୍ବ.ପ୍ର.)-ବସ୍ତା ବ୍ଲକ ଆମ୍ବକୁଡୁଚି ଗ୍ରାମର ଅଜୟ ବେହେରା ନାମକ ଯୁବକ ଶୁକ୍ରବାର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଚାକିରି ପାଇଁ ବାରମ୍ବାର ଚେଷ୍ଟା କରି ସଫଳ ନ ହେବାରୁ ସେ ଏଭଳି ପଦକ୍ଷେପ ନେଇଥିବା ପୋଲିସ ପ୍ରାରମ୍ଭିକ ତଦନ୍ତରୁ ଜାଣିବାକୁ ପାଇଛି।

ଭୂମିହୀନଙ୍କୁ ଘରଡିହ ଦାବିରେ ଧାରଣା

ଭୂମିହୀନଙ୍କୁ ଘରଡିହ ଦାବିରେ ଧାରଣା

ବସ୍ତା, ୯।୬(ସ୍ବ.ପ୍ର.)-ଭୂମିହୀନମାନଙ୍କୁ ଘରଡିହ ଦାବି କରି ଜଳେଶ୍ୱର ବିକାଶ ମଞ୍ଚ ଓ ଆଗାମୀ ଓଡ଼ିଶା ପକ୍ଷରୁ ଶୁକ୍ରବାର ବସ୍ତା ତହସିଲ ଅଫିସ ସମ୍ମୁଖରେ ମୌନ ସତ୍ୟାଗ୍ରହ ଆନ୍ଦୋଳନ ହୋଇଥିଲା। ଶତାଧିକ ଭୂମିହୀନ ଲୋକେ ଗାନ୍ଧିଛକଠାରୁ ଶୋଭାଯାତ୍ରାରେ ବାହାରି ତହସିଲ ସାମନାରେ ପହଞ୍ଚତ୍ବା ପରେ ବିକାଶ ମଞ୍ଚ ସଭାପତି ସୁଦର୍ଶନ ଦାସ ମୌନ ସତ୍ୟାଗ୍ରହର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରି ଆନ୍ଦୋଳନରେ ବସିଥିଲେ। ତାଙ୍କ ସହିତ ଭୂମିହୀନ ଲୋକ ଓ ଜଳେଶ୍ୱର ବିକାଶ ମଞ୍ଚର କର୍ମୀମାନେ ସାମିଲ ହୋଇଥିଲେ। ପ୍ରଚଣ୍ଡ ଖରା ସତ୍ତ୍ୱେ ତହସିଲ ଫାଟକ ସାମନାରେ ପ୍ରାୟ ୩ ଘଣ୍ଟା ଧରି ଆନ୍ଦୋଳନକାରୀ ବସି ରହିଥିଲେ।

ବସ୍ତାରେ ନିୟମିତ ଶିକ୍ଷକଙ୍କ ନିଯୁକ୍ତିପତ୍ର ମିଳିଲା

ବସ୍ତାରେ ନିୟମିତ ଶିକ୍ଷକଙ୍କ ନିଯୁକ୍ତିପତ୍ର ମିଳିଲା

ବସ୍ତା, ୯।୬(ଡି.ଏନ.ଏ.)-ଶିକ୍ଷା ସହାୟକରୁ ନିୟମିତ ଶିକ୍ଷକ ହୋଇଥିବା ବସ୍ତା ବ୍ଲକର ୭୭ଜଣ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ ଶୁକ୍ରବାର ବ୍ଲକ ଶିକ୍ଷାଧିକାରୀଙ୍କ ପକ୍ଷରୁ ନିଯୁକ୍ତିପତ୍ର ପ୍ରଦାନ ଅବସରରେ ସ୍ବତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା। ବିଇଓ ପ୍ରାଚୀତନୟା ଗିରି ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ବିଧାୟକ ନିତ୍ୟାନନ୍ଦ ସାହୁ, ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଦସ୍ୟ ତ୍ରିଲୋଚନ ବେହେରା, ସରପଞ୍ଚ ଅନୀଲ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ହରଗୋପାଳ ସିଂହ ପ୍ରମୁଖ ବକ୍ତବ୍ୟ ଦେଇଥିଲେ।

କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ

କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ

ବିଶୋଇ,୯।୬-ବିଶୋଇ ଥାନା ବିଶୋଇ ବଜାର ଛକଠାରେ ଶୁକ୍ରବାର ସନ୍ଧ୍ୟାରେ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ ହୋଇଛି। ସମ୍ବଲପୁରରୁ ନଂ (ଡବ୍ଲୁବି-୩୩ସି-୧୨୯୯) ବିଶିଷ୍ଟ ଟ୍ରକଟି କଲିକତା ଯାଉଥିବା ବେଳେ ବିଶୋଇ ବନ ବିଭାଗ ଅଧିକାରୀ ଏନେଇ ସୂଚନା ପାଇଛନ୍ତି। ଅଧିକାରୀମାନେ ଟ୍ରକଟିକୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛନ୍ତି।

ବଜ୍ରପାତରେ ମହିଳା ମୃତ

ମୋରଡା,୯।୬ -ମୋରଡା ଥାନା ଅନ୍ତର୍ଗତ ଧଡାସାହି ପଞ୍ଚାୟତ କୁକୁଡାପାଦା ଗ୍ରାମରେ ବଜ୍ରପାତରେ ଶନିବାର ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତା ମହିଳାଜଣକ ହେଲେ ଭିମ ସିଙ୍କ ସ୍ତ୍ରୀ ତ୍ରିବଣୀ ସି (୪୩) ।

ବୀର ବିର୍ସା ମୁଣ୍ଡାଙ୍କ ସହିଦ ଦିବସ

ବୀର ବିର୍ସା ମୁଣ୍ଡାଙ୍କ ସହିଦ ଦିବସ

ଯଶିପୁର,୯।୬(ଡ଼ି.ଏନ୍‌.ଏ)- ମହାନ୍‌ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କର ସହିଦ ଦିବସ ଯଶିପୁର ବ୍ଲକ ନାବୁଡ଼ାଣି ଗ୍ରାମରେ ପାଳିତ ହୋଇଯାଇଛି। ନାବୁଡ଼ାଣି ଗ୍ରାମବାସୀ, ଯଶିପୁର ମହାବିଦ୍ୟାଳୟର ଛାତ୍ରନେତା ନିତାଇ ପୂର୍ତ୍ତି ପ୍ରମୁଖ ବିର୍ସା ମୁଣ୍ଡାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ।

  ହୋ ଭାଷା ସଚେତନତା ରଥ

ହୋ ଭାଷା ସଚେତନତା ରଥ

ଭଞ୍ଜକିଆ,୯।୬ : ହୋ ଭାଷା ସଚେତନତା ରଥ ଶନିବାର ରରୁଅଁ। ବ୍ଲକ ଅଞ୍ଚଳରେ ପହଞ୍ଚତ୍ବା ପରେ ଏହାକୁ ସ୍ବାଗତ କରାଯାଇଛି। ରରୁଆଁ ବ୍ଲକର ତିଳକୁଟିଠାରେ ହୋ ଭାଷା ରଥକରୁ ସ୍ବାଗତ ଅବସରରେ ସଚେତନତା ସଭା ଆୟୋଜନ କରାଯାଇଥିଲା।

ଚାନ୍ଦବାଲିରେ ‘ପରୀ ଏକ୍ସପ୍ରେସ୍‌’

ଚାନ୍ଦବାଲିରେ ‘ପରୀ ଏକ୍ସପ୍ରେସ୍‌’

ଚାନ୍ଦବାଲି,୯।୬(ଡି.ଏନ.ଏ.)-ଶିଶୁକନ୍ୟାଙ୍କ ପ୍ରତି ଯୌନ ନିର୍ଯାତନା ବିରୋଧରେ ଓଡ଼ିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ପରୀ ପାଇଁ କଥାଟିଏ’ ଅଭିଯାନ ତଥା ‘ପରୀ ଏକ୍ସପ୍ରେସ୍‌’ ଶନିବାର ଚାନ୍ଦବାଲି ବ୍ଲକ ପରିକ୍ରମା କରିଛି। ଏଠାରେ ବିଭିନ୍ନ ସ୍ଥାନରେ ଏହି ରଥକୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା।

ପ୍ରତିଯୋଗିତାରେ ଜମିବ ରଜ ଉତ୍ସବ

ପ୍ରତିଯୋଗିତାରେ ଜମିବ ରଜ ଉତ୍ସବ

ଭଦ୍ରକ ଅଫିସ,୯।୬-ସ୍ଥାନୀୟ ଚରମ୍ପା କୁଡିଆମାଳ ନାଲଗରା ପଲ୍ଲିଶ୍ରୀ ପରିଷଦ ପକ୍ଷରୁ ରଜ ଉତ୍ସବ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ସାମୁହିକ ବିକାଶକୁ ଅଣଦେଖା: ଆନ୍ଦୋଳନ ଚେତାବନୀ

ସାମୁହିକ ବିକାଶକୁ ଅଣଦେଖା: ଆନ୍ଦୋଳନ ଚେତାବନୀ

ଭଦ୍ରକ ଅଫିସ,୯।୬-ଐତିହ୍ୟ ସମ୍ପୂର୍ଣ୍ଣ ଭଦ୍ରକ ଜିଲାକୁ ରାଜ୍ୟ ସରକାର ଅବହେଳା କରି ଆସୁଛନ୍ତି। ଭଦ୍ରକ ଜିଲାର ସାମୁହିକ ବିକାଶ ପାଇଁ ୧୨ଦଫା ଦାବି ପୂରଣ ଦିଗରେ ପଦକ୍ଷେପ ନିଆ ନ ଗଲେ ଉତ୍କଳ ବିକାଶ ମଞ୍ଚ ଓ ଓଡ଼ିଶା ସାମ୍ବାଦିକ ସୁରକ୍ଷା ସଙ୍ଗଠନ ଆଗାମୀ ଦିନରେ ଆମରଣ ଅନଶନ ଭଳି ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଭଦ୍ରକ ଓକିଲ ସଂଘ ସମ୍ମିଳନୀ ଗୃହରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଚେତାବନୀ ଦିଆଯାଇଛି।

ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଡ଼ବିଲ, ୯।୬(ସ୍ବ.ପ୍ର.): ଶନିବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ କୌଶଳ କେନ୍ଦ୍ର ବଡ଼ବିଲ ଶାଖା ମ୍ୟାନେଜରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।

 ବିର୍ସାମୁଣ୍ଡା ସହୀଦ ଦିବସ ପାଳିତ

ବିର୍ସାମୁଣ୍ଡା ସହୀଦ ଦିବସ ପାଳିତ

ବଡ଼ସାହି,୯ା୬(ସ୍ବ.ପ୍ର.): ମା’ ଚିନ୍ତାମଣି ଆଦିବାସୀ ଯୁବକ ସଂଘ ଆନୁକୂଲ୍ୟରେ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅସ୍ତଝରଣ ଗ୍ରାମରେ ବୀର ବିର୍ସାମୁଣ୍ଡାଙ୍କ ସହୀଦ ଦିବସ ଶନିବାର ପାଳିତ ହୋଇଯାଇଛ। ସହୀଦ ବିର୍ସାମୁଣ୍ଡା କିପରି ମୁଣ୍ଡା ଆଦିବାସୀମାନଙ୍କୁ ଏକଜୁଟ କରି ଇଂରେଜମାନଙ୍କ ବିରୋଧରେ ଆନ୍ଦୋଳନ କରିଥିଲେ ସେ ସମ୍ପର୍କରେ ଉପସ୍ଥିତ ବରିଷ୍ଠ ନାଗରିକମାନେ ମତବ୍ୟକ୍ତ କରିଛନ୍ତ।

ବାସୁଦେବପୁରରେ ସଚେତନତା ସଭା

ବାସୁଦେବପୁରରେ ସଚେତନତା ସଭା

ବାସୁଦେବପୁର,୯।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ସହରସ୍ଥିତ କାର୍‌ ଷ୍ଟାଣ୍ଡଠାରେ ଶନିବାର ପୂର୍ବାହ୍ନରେ ସ୍ଥାନୀୟ ବାସୁଦେବପୁର ପୋଲିସ ସହଯୋଗରେ ନାବାଳିକା ଶିଶୁକନ୍ୟାଙ୍କ ପ୍ରତି ହେଉଥିବା ଅସଦାଚରଣ, ବଳାତ୍କାର ତଥା ନିର୍ଯ୍ୟାତନା ବିରୋଧରେ ଏକ ଜନ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।

ଗୋପାଳପୁରରେ ପରୀ ଏକ୍ସପ୍ରେସର ସଚେତନ ସଭା

ଗୋପାଳପୁରରେ ପରୀ ଏକ୍ସପ୍ରେସର ସଚେତନ ସଭା

ବାହାନଗା,୯।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡ଼ା ଥାନା ଅଧିନ ଗୋପାଳପୁର ମଣିଭଦ୍ର ନୋଡାଲ ଉଚ୍ଚ ବିଦ୍ୟାଳୟ ପଡିଆରେ ପରୀ ଏକ୍ସପ୍ରେସର ଏକ ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି।

ବୈତରଣୀ ନଦୀରେ ଗାଧୋଇବାବେଳେ ବାଳକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ବୈତରଣୀ ନଦୀରେ ଗାଧୋଇବାବେଳେ ବାଳକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି

ଭଣ୍ଡାରିପୋଖରୀ,୯।୬(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବନ୍ଦାଳୋ ମଢିଆଳି ପଞ୍ଚାୟତ ନିକଟ ବୈତରଣୀ ନଦୀରେ ବୁଡି ୧୨ ବର୍ଷର ବାଳକ ନିଖୋଜ ହୋଇଯାଇଛନ୍ତି। ଘଟଣାସ୍ଥଳରେ କୋରେଇ ଦମକଳ ଓ ଭଣ୍ଡାରିପୋଖରୀ ଦମକଳ ବାହିନୀ କର୍ମଚାରୀ ଏବଂ ଗ୍ରାମବାସୀ ପହଞ୍ଚି ଖୋଜାଖୋଜି କରୁଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ନିଖୋଜ ବାଳକଙ୍କୁ ଉଦ୍ଧାର କରାଯାଇପାରିନାହିଁ।