ବାଲେଶ୍ୱର

ଚାଷଜମିକୁ ପାଣି ନେବା ଆଳରେ ଦୁଇଭାଇଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଚାଷଜମିକୁ ପାଣି ନେବା ଆଳରେ ଦୁଇଭାଇଙ୍କୁ ହତ୍ୟା, ଅଭିଯୁକ୍ତ ଗିରଫ

ଭୋଗରାଇ,୧୨।୨(ଡି.ଏନ୍‌.ଏ.): କମର୍ଦ୍ଦା ଥାନା ଅନ୍ତର୍ଗତ ଆରୁହାବୃତ୍ତି ଗ୍ରାମର ଜଣେ ଯୁବକ ରବିଚାଷ ପାଇଁ ଧାନଜମିକୁ ପାଣି ନେବା ଆଳରେ ସୋମବାର ଦୁଇଭାଇଙ୍କୁ ଭୁଜାଲିରେ ହାଣି ନିର୍ମମ ଭାବେ ହତ୍ୟା କରିଛନ୍ତି।

ବାହାନଗା ବ୍ଲକରେ ମିଳିତ ଜନଶୁଣାଣି ଶିବିର

ବାହାନଗା ବ୍ଲକରେ ମିଳିତ ଜନଶୁଣାଣି ଶିବିର

ବାହାନଗା,୧୨।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ସୋମବାର ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିରରେ ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ, ବିଭିନ୍ନ ଯୋଜନାରେ କାର୍ଯ୍ୟ କରି ଏପର୍ଯ୍ୟନ୍ତ ବିଲ ନ ପାଇବା ବାବଦରେ ବିଶେଷ ଭାବେ ଅଭିଯୋଗ ଥିଲା।

ସ୍ବାଧିନତା ସଂଗ୍ରାମୀଙ୍କ ୧୦୭ ତମ ଜୟନ୍ତୀ ପାଳିତ

ସ୍ବାଧିନତା ସଂଗ୍ରାମୀଙ୍କ ୧୦୭ ତମ ଜୟନ୍ତୀ ପାଳିତ

ବାଲେଶ୍ୱର ଅଫିସ,୧୨।୨: ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଡ. ରବୀନ୍ଦ୍ର ମୋହନ ଦାସଙ୍କ ୧୦୭ତମ ଜୟନ୍ତୀ ସୋମବାର ପୂର୍ବାହ୍ନ ୧୧ଟାରେ ଫକିର ମୋହନ ବିଶ୍ୱବିଦ୍ୟାଳୟର ପୂରୁଣା କ୍ୟାମ୍ପସ ପରିସରରେ ପାଳିତ ହୋଇଯାଇଛି। ଡ. ରବୀନ୍ଦ୍ର ମୋହନ ଦାସ ଫାଉଣ୍ଡେଶନ ଓ ଫକିର ମୋହନ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଉକ୍ତ ଜୟନ୍ତୀ ସମାରୋହ ପାଳିତ ହୋଇଛି।

ଡିବି ନିଆଁରୁ ଅଘଟଣ:  ମା’ ଓ ଶିଶୁକନ୍ୟା ମୃତ, ଆଈମା’ ଗୁରୁତର

ଡିବି ନିଆଁରୁ ଅଘଟଣ: ମା’ ଓ ଶିଶୁକନ୍ୟା ମୃତ, ଆଈମା’ ଗୁରୁତର

କେନ୍ଦୁଝର,୧୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଘଟଗାଁ ଥାନା ମଶିଣାବିଲା ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଡିବି ନିଆଁରେ ପୋଡି ହୋଇ ମା’ ଓ ଶିଶୁକନ୍ୟାଙ୍କର ମୃତ୍ୟୁ ହୋଇଛି। ସେମାନେ ହେଲେ କୁନିଲତା ନାୟକ ଓ ତାଙ୍କର ଏକମାସର ଶିଶୁକନ୍ୟା ସାବିତ୍ରୀ। ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ଆଈମା’ ରାଧିକା ନାୟକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଡାକ୍ତରଖାନା ପରିସରରୁ ମୃତ ଶିଶୁ ଉଦ୍ଧାର

କେନ୍ଦୁଝର,୧୨।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସିଡିଏମ୍‌ଓଙ୍କ ବାସଗୃହ ନିକଟରୁ ସୋମବାର ଏକ ନବଜାତ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଉକ୍ତ ଶିଶୁକୁ ସେଠାରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।

କୁଅରୁ ଗାଡ଼ଭାଲୁ ଉଦ୍ଧାର

ପାଟଣା, ୧୧।୨(ସ୍ବ.ପ୍ର.)-ପାଟଣାରେ ସାହାରପଡ଼ା ବ୍ଲକ ଶଙ୍ଖୁଆ ପଞ୍ଚାୟତ ବୁଢ଼ାବଣ ଗ୍ରାମର ଏକ କୂଅରେ ରବିବାର ଗାଡ଼ଭାଲୁ ପଡ଼ି ଯାଇଥିଲା। ଦୀର୍ଘ ଏକ ଘଣ୍ଟା ପରିଶ୍ରମ ପରେ ଭାଲୁକୁ ଉଦ୍ଧାର କରାଯାଇଥିଲା।

ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଆଦିବାସୀ

ସ୍ବାସ୍ଥ୍ୟସେବାରୁ ବଞ୍ଚିତ ଆଦିବାସୀ

ହରିଚନ୍ଦନପୁର,୧୧।୨(ଡି.ଏନ.ଏ.)-ଗ୍ରାମଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ସରକରଙ୍କ ପକ୍ଷରୁ ବହୁ ଟଙ୍କା ବ୍ୟୟ କରାଯାଉଛି। ତାହାର ଠିକ ପରିଚାଳାନ ହେଉ ନ ଥିବାରୁ ଅନେକ ସ୍ଥାନରେ ସ୍ବାସ୍ୟାସେବା ବିପଯର୍‌ୟସ୍ତ ହୋଇପଡ଼ିଛି। ଯାହାର ଉଦାହରଣ କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ସୁନାପେଣ୍ଠ ପଞ୍ଚାୟତରେ ଥିବା ସରକାରୀ ହୋମିଓପାଥିକ ଚିକିତ୍ସାଳୟରେ ଦେଖିବାକୁ ମିଳିଛି।

ଆଣ୍ଡା ମାଡ଼କୁ ଅତିଥିଙ୍କ ଭୟ

ଆଣ୍ଡା ମାଡ଼କୁ ଅତିଥିଙ୍କ ଭୟ

ଝୁମ୍ପୁରା, ୧୧।୨-(ଡି.ଏନ.ଏ.)-ଝୁମ୍ପୁରା ପଞ୍ଚାୟତ ସମିତି ମହାବିଦ୍ୟାଳୟରେ ବାର୍ଷିକୋତ୍ସବ ଯେଣତେଣ ଢଙ୍ଗରେ ଶେଷ ହୋଇଛି। ବାର୍ଷିକୋତ୍ସବକୁ ନିମନ୍ତ୍ରିତ ହୋଇଥିବା ସଦର ବିଧାୟକ ଅଭିରାମ ନାଏକଙ୍କ ସହ ୨ ଜଣ ତଥାକଥିତ ସମାଜସେବୀ ତଥା ନେତା ବାର୍ଷିକୋତ୍ସବରେ ଯୋଗଦେଇ ନ ଥିଲେ। ଅଣ୍ଡାମାଡ଼ ଭୟରେ ଅତିଥିମାନେ ଯୋଗ ଦେଇ ନ ଲୋକେ କୁହାକୁହି ହେଉଛନ୍ତି।

ବଧୂହତ୍ୟା ଅଭିଯୋଗ: ସ୍ବାମୀ ଗିରଫ

ଚାନ୍ଦବାଲି,୧୧।୨(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଧୀନ ମତୋ ମାଳବାଡ଼ ଗ୍ରାମରେ ବଧୂହତ୍ୟା ମାମଲାରେ ସ୍ବାମୀ ତପନ ମହାଳିକଙ୍କୁ ପୋଲିସ ରବିବାର ଗିରଫ କରିଛି। ଘଣ୍ଟେଶ୍ୱର ଫାଣ୍ଡି ଅଧୀନ କୁଳିଆଡ଼ିଆ ଗ୍ରାମର ରବୀନ୍ଦ୍ର ମହାଳିକଙ୍କ ଝିଅ ଭାରତୀ(୨୪) ୨୦୧୬ରେ ମତୋ ମାଳବାଡ଼ ଗ୍ରାମର ତପନ ମହାଳିକଙ୍କୁ ବିବାହ କରିଥିଲେ।

ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟସେବା

ରୋଗୀଙ୍କୁ ମିଳୁନି ସ୍ବାସ୍ଥ୍ୟସେବା

ଭଦ୍ରକ ଅଫିସ,୧୧।୨-ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଡାକ୍ତରଖାନାରେ ସୀମିତ ଶଯ୍ୟାକୁ ତିନିଗୁଣା ରୋଗୀ। ଶହ ଶହ ରୋଗୀ ଶଯ୍ୟା ଅଭାବରୁ ଚଟାଣରେ ଶୋଇ ରହି ଚିକିତ୍ସିତ ହେଉଛନ୍ତି। ଏପରିକି ଚଟାଣରେ ଥିବା ରୋଗୀଙ୍କୁ ରକ୍ତ ଓ ସାଲାଇନ ଦିଆଯିବା ଦୃଶ୍ୟ ନିତିଦିନିଆ ହୋଇଗଲାଣି। ଡାକ୍ତର ଅଭାବ କାରଣରୁ କାମଚଳା ନ୍ୟାୟରେ ରୋଗୀସେବା କରାଯାଉଛି।

ଅଲୋଡ଼ା ହୋଇଯାଇଛି ଲଣ୍ଠନ

ଆରଡ଼ି,୧୧।୨ (ଡି.ଏନ.ଏ.)- ଦିନ ଥିଲା ଘରେ ଘରେ ସନ୍ଧ୍ୟା ହେଲେ ଜଳୁଥିଲା ଲଣ୍ଠନ। ଡିବିରି ବତୀଠାରୁ ଲଣ୍ଠନର ବ୍ୟବହାରିକ ଉପଯୋଗିତା ଅଧିକ ରହିଥିଲା। ସାଧାରଣ ପରିବାରଠାରୁ ଆରମ୍ଭ କରି ମଧ୍ୟବିତ୍ତ ଓ ଧନୀକ ପରିବାର ଲୋକେ ଲଣ୍ଠନ ବ୍ୟବହାର କରୁଥିଲେ। ଏହାର ଚାହିଦା ଓ ଆଦର ରହିଥିଲା। ବିଜୁଳି ଆଲୋକ ଆସିବା ପରେ ଅଦରକାରୀ ହୋଇପଡ଼ିଲା ଆଲୋକ ସାଥୀ ଲଣ୍ଠନ। ଟିଣରେ ତିଆରି ହେଉଥିବା ଲଣ୍ଠନରେ କାଚ ଓ କଳ ଫିତା ଲାଗୁଥିଲା। ଇନ୍ଧନ ଭାବେ କିରୋସିନି ବ୍ୟବହାର କରାଯାଉଥିଲା। ବିଜୁଳି ନ ଥିବା ଗଁ। ର ଏବେ ବି ଲୋକେ ଲଣ୍ଠନ ଆଲୋକକୁ ବ୍ୟବହାର କରୁଛନ୍ତି।

ଗନ୍ଧାଳି ନାବାଳିକା ଅପହରଣ ଘଟଣାର ପର୍ଦ୍ଦାଫାସ : ଧରାପଡିଲା କୁଖ୍ୟାତ ଅପରାଧୀ ସବିର

ଖଇରା, ୧୧।୨(ଡି.ଏନ.ଏ.)-ଖଇରା ଥାନା ଗନ୍ଧାଳି ଗ୍ରାମର ନାବାଳିକା ଅପହରଣ ଘଟଣାର ପର୍ଦ୍ଦାଫାସ ହୋଇଛି। ଖଇରା ଥାନା ଆଇଆଇସି ଲୋପାମୁଦ୍ରା ନାୟକ, ବାଲିଆପାଳ ଥାନା ଅଧିକାରୀ କ୍ଷମା ସାଗର ପଣ୍ଡାଙ୍କ ସହଯୋଗରେ ଉକ୍ତ ଅପରାଧୀଙ୍କୁ ବାଲିଆପାଳ ଥାନା ଦେଉଳି ଗ୍ରାମର ଏକ ମୁସଲିମ ବସ୍ତିରୁ ଗିରଫ କରିଛନ୍ତି। ପଶ୍ଚିମବଙ୍ଗ ପୂର୍ବ ମେଦିନୀପୁର ଜିଲାର ରାମନଗର ଥାନା ସନ୍ତୋଷପୁର ଗ୍ରାମର ସେକ୍‌ ସବିର (୨୭) ଓ ତାଙ୍କ ଭାଇ ସେକ୍‌ ଇମାମୁନ ଅନ୍ୟ ସହଯୋଗୀଙ୍କ ସହ ମିଶି ପଶ୍ଚିମବଙ୍ଗ ଓ ଓଡିଶାରେ ବିଭିନ୍ନ ଚୋରି, ଡକାୟତି, ଅପହରଣ, ଛିନତାଇ ଘଟଣା ଘଟାଉଥିଲେ। ଯୁବତୀମାନଙ୍କୁ ପ୍ରଲୋଭିତ କରି ଶାରିରୀକ ନିର୍ଯାତନା ମଧ୍ୟ ଦେଉଥିଲେ।

ରାଜ୍ୟସ୍ତରୀୟ ଜନଜାତି ଖୋ-ଖୋ ପ୍ରତିଯୋଗିତା ଆରମ୍ଭ

ରାଜ୍ୟସ୍ତରୀୟ ଜନଜାତି ଖୋ-ଖୋ ପ୍ରତିଯୋଗିତା ଆରମ୍ଭ

ବାଲେଶ୍ୱର ଅଫିସ,୧୧।୨-ରାଜ୍ୟସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବାଲେଶ୍ୱର ଜିଲା ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା ପ୍ରକଳ୍ପ ପ୍ରଶାସକଙ୍କ ତତ୍ତ୍ୱାବଧାନରେ ରବିବାର ରାଜ୍ୟସ୍ତରୀୟ ଜନଜାତି ଖୋ-ଖୋ ପ୍ରତିଯୋଗିତା ସ୍ଥାନୀୟ ଖ୍ରୀଷ୍ଟିଆନ ହାଇସ୍କୁଲ ଖେଳ ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ କ୍ରୀଡ଼ା ପ୍ରତିଯୋଗିତାକୁ ଉଦ୍‌ଘାଟନ କରି ଆସନ୍ତା ୧୦ବର୍ଷ ମଧ୍ୟରେ ରାଜ୍ୟର ସବୁ ଅଞ୍ଚଳରେ ଉପଯୁକ୍ତ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ସହ ଖେଳକୁ ସାର୍ବଜନୀନ କରିବା ପାଇଁ ରାଜ୍ୟସରକାର ସମସ୍ତ ଉଦ୍ୟମ କରୁଥିବା କହିଥିଲେ।

ସିମୁଳିଆ ଖଇରା ଯୁବ ମହୋସତ୍ବ ଉଦ୍‌ଘାଟିତ

ସିମୁଳିଆ ଖଇରା ଯୁବ ମହୋସତ୍ବ ଉଦ୍‌ଘାଟିତ

ସିମୁଳିଆ,୧୧।୨(ଡି.ଏନ.ଏ.)-ସିମୁଳିଆ ବ୍ଲକ ସଦର ମହକୁମା ମାର୍କୋଣାରେ ତୃତୀୟ ବାର୍ଷିକ ସିମୁଳିଆ ଖଇରା ଯୁବମହୋତ୍ସବର ଉଦ୍‌ଘାଟନୀ ଉସତ୍ବ ଶନିବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଛି। ଜ୍ଞାନେନ୍ଦ୍ର ସାଗରଙ୍କ ମଞ୍ଚ ସଞ୍ଚଳନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ମୁଖ୍ୟବକ୍ତା ରୂପେ ପୂର୍ବତନ ଏମ୍‌.ପି ଅର୍ଜୁନ ଚରଣ ସେଠୀ, ପୂର୍ବତନ ମନ୍ତ୍ରୀ ବିଜୟ ଲକ୍ଷ୍ମୀ ସାହୁ ପ୍ରମୁଖ ଯୋଗଦେଇ ବଞ୍ଚତ୍ବା ପାଇଁ ମଣିଷ ସ୍ବପ୍ନ ଦେଖେ ବୋଲି ମତବ୍ୟକ୍ତ କରିଥିଲେ।

ଲକ୍ଷ୍ମୀଧର ହତ୍ୟା ଘଟଣାର ପର୍ଦ୍ଦାଫାଶ, ଜଣେ ଗିରଫ

ବହଳଦା, ୧୧।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବହଳଦା ବ୍ଲକ ଅନ୍ତର୍ଗତ ମଲ୍ଲୀକେଡମ (ଢିପାସାହି) ଗାଁରେ ଗତ ୨ ତାରିଖରେ ଲକ୍ଷ୍ମୀଧର ମୁଣ୍ଡାଙ୍କୁ ହତ୍ୟା କରାଯିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ଫେରାର ରହିଛି। ଏ ନେଇ ତିରିଂ ଥାନାରେ ଏକ ମାମଲା (ନଂ. ୮/୧୮) ରୁଜୁ ହୋଇଛି।

ପ୍ରକଳ୍ପ ଥାଇ ଲୋକେ ଭୋଗୁଛନ୍ତି ଜଳକଷ୍ଟ

ପ୍ରକଳ୍ପ ଥାଇ ଲୋକେ ଭୋଗୁଛନ୍ତି ଜଳକଷ୍ଟ

କପ୍ତିପଦା,୧୧।୨(ଡି.ଏନ୍‌.ଏ.)- ବଣପାହାଡ ଘେରା ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକର ବିଭିନ୍ନ ଅଞ୍ଚଳରେ ଖରାଦିନ ଆସିବା ଆଗରୁ ପାନୀୟ ଜଳାଭାବ ସମସ୍ୟା ମୁଣ୍ଡ ଟେକିଲାଣି। ଭୂତଳ ଜଳସ୍ତର ହ୍ରାସ ପାଇବା ଲକ୍ଷ୍ୟ କରାଯାଉଛି। ଜେଏସ ଜାମୁଡିହା ପଞ୍ଚାୟତର ପୋଡ଼ାଡ଼ିହା ଗ୍ରାମରେ ପ୍ରତିଷ୍ଠା ହୋଇଥିବା ଏକ ପ୍ରକଳ୍ପ ଏକପ୍ରକାର ଅଚଳ ହୋଇ ପଡିଥିବାରୁ ଲୋକେ ପିଇବା ପାଣି ନ ପାଇ ହଇରାଣ ହେଉଛନ୍ତି। ୨୫ ଲକ୍ଷ ଟଙ୍କା ବ୍ୟୟରେ ୧୦ ବର୍ଷ ସ୍ଥଳେ ସ୍ଥାପନ ହୋଇଥିବା ଏହି ପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବ, ଫାଇପ ଫାଟିବା ଆଦି କାରଣରୁ ଏବେ ଜରାଜୀର୍ଣ୍ଣ ହୋଇପଡିଛି।

ନ୍ୟାୟ ନ ମିଳିଲେ ଅନଶନ ଚେତାବନୀ

ବେତନଟୀ, ୧୧।୨(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା ବେତନଟୀ ବ୍ଲକ ଅଧୀନ ପାଟୁଳିପୁରା ପଞ୍ଚାୟତର ବଡ଼ କ୍ଷୀରିପଦା ଗ୍ରାମର ଗଣ୍ଡବାଙ୍କ ସାହିରେ କଙ୍କିଟ ରାସ୍ତା ନିର୍ମାଣ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ନାମଫଳକରେ କଙ୍କ୍ରିଟ ରାସ୍ତା ଓ କଲଭର୍ଟ ନିର୍ମାଣ କଥା ଉଲ୍ଲେଖ ଥିଲେ ମଧ୍ୟ ଅଦ୍ୟାବଧି କଲଭର୍ଟ ନିର୍ମାଣ ହୋଇ ନାହିଁ। ଏଥିପାଇଁ ୨ ଲକ୍ଷ ୫ହଜାର ଟଙ୍କା ବ୍ୟୟବରାଦ ହୋଇଥିଲା।

ଅସହାୟତା ମଧ୍ୟରେ ଦିନ କାଟୁଛନ୍ତି ସଂଗ୍ରାମୀ ଡମ୍ବରୁଧର

ଭଞ୍ଜକିଆ,୧୧।୨(ଡି.ଏନ.ଏ)-ସ୍ବାଧୀନତା ସଂଗ୍ରାମୀ ଡମ୍ବରୁଧର ମହାନ୍ତ ବାର୍ଦ୍ଧକ୍ୟର ଅସହାୟତା ଭିତରେ ବର୍ତ୍ତମାନ ଦିନ ବିତାଉଛନ୍ତି। ୯୮ ବର୍ଷରେ ପାଦ ଦେଇଥିବା ଏହି ସଂଗ୍ରାମୀ ଭଲରେ ଚଲାବୁଲା କରିପାରୁ ନାହାନ୍ତି। ସ୍ମରଣ ଶକ୍ତି କମି ଗଲାଣି। ତଥାପି ସ୍ବାଧୀନତା ସଂଗ୍ରାମ ବେଳର କଥା ମନେ ପକାଇ ଗୋଟିଗୋଟି କରି ସବୁ କହି ବସନ୍ତି। ସରକାରୀ ଓ ବିଭିନ୍ନ ବେସରକାରୀ ସଂସ୍ଥାରୁ ଅନେକ ମାନପତ୍ର ଓ ପ୍ରଶଂସା ପାଇଛନ୍ତି।

କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ

କ୍ରୀଡ଼ା ସଂସଦର ବାର୍ଷିକ ଉତ୍ସବ

ବାଲିଆପାଳ, ୧୧।୨-ବାଲିଆାପାଳ ବ୍ଲକ ଜାମଶୂଳୀସ୍ଥିତ ଲକ୍ଷ୍ମୀନାରାୟଣ କଲେଜର ଯୁକ୍ତ ୩ କ୍ରୀଡ଼ା ସଂସଦର ବାର୍ଷିକ କ୍ରୀଡ଼ା ଉତ୍ସବ ଶନିବାର ପାଳିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ଶଶିକାନ୍ତ ପରିଡ଼ାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଉତ୍ସବରେ ପୂବର୍ର୍ତନ ବିଧାୟକ ଦେବୀପ୍ରସନ୍ନ ଚନ୍ଦ ମୁଖ୍ୟଅତିଥି, ବାଲିଆପାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ବିଜନ କୁମାର ନାୟକ ମୁଖ୍ୟବକ୍ତା, ବାଲିଆପାଳ କ୍ରୀଡ଼ା କଲେଜ ଅଧ୍ୟକ୍ଷ ସୁଶାନ୍ତ କୁମାର ଦେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସୁସ୍ଥ ଜୀବନଯାପନ ପାଇଁ କ୍ରୀଡ଼ାର ଆବଶ୍ୟକ ରହିଛି ବୋଲି କହିଥିଲେ।

ପ୍ରଥମ ଏବିସିସି କ୍ରିକେଟ୍‌: ସିଭିଲ୍‌ କୋର୍ଟ ଚାମ୍ପିୟନ

ପ୍ରଥମ ଏବିସିସି କ୍ରିକେଟ୍‌: ସିଭିଲ୍‌ କୋର୍ଟ ଚାମ୍ପିୟନ

ଘସିପୁରା,୧୧।୨(ଡି.ଏନ.ଏ.)-ଆନନ୍ଦପୁର ଷ୍ଟାଡିୟମ୍‌ଠାରେ ପ୍ରଥମ ବନ୍ଧୁତ୍ୱପୂର୍ଣ୍ଣ ଏବିସିସି କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଆନନ୍ଦପୁର ସିଭିଲ୍‌ କୋର୍ଟ ଏବଂ ଓକିଲ ସଂଘ ମଧ୍ୟରେ ମ୍ୟାଚ୍‌ ହୋଇଥିଲା। ସିଭିଲ କୋର୍ଟ ପକ୍ଷରୁ ଅତିରିକ୍ତ ଜିଲା ଦୌରାଜଜ୍‌ ବିଶ୍ୱଜିତ୍‌ ମହାନ୍ତି ଖେଳର ନେତୃତ୍ୱ ଭାର ସମ୍ଭାଳିଥିଲେ। ଓକିଲ ସଂଘ ଫକ୍ଷରୁ ସଭାପତି ସଞ୍ଜୟ ମିଶ୍ର ନେଇଥିଲେ।

ମା’ଙ୍କୁ ହତ୍ୟା, ପୁଅ ଥାନାରେ ଅଟକ

ହରିଚନ୍ଦନପୁର, ୧୧।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଦୈତାରୀ ଥାନା ରେବଣାପଳାଶପାଳ ମହାନ୍ତ ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଶାସକ୍ତ ହୋଇ ପୁଅ ନିଜ ମା’ଙ୍କ ଜୀବନ ନେଇଥିବା ଅଭିଯୋଗ ହୋଇଛି। ଫଳରେ ପୁଅ ବିଦ୍ୟାଧର ନାଏକ(୩୫)ଙ୍କୁ ରବିବାର ପୋଲିସ ଅଟକ ରଖି ପଚାରଉଚରା କରୁଛି।

‘ଅଥଚ ଈଶ୍ୱର’ ଲୋକାର୍ପିତ

‘ଅଥଚ ଈଶ୍ୱର’ ଲୋକାର୍ପିତ

ବାଲେଶ୍ୱର ଅଫିସ,୧୧।୨-ଶ୍ରୀପ୍ରଦୀପଙ୍କ ପ୍ରଥମ କବିତା ଗ୍ରନ୍ଥ ‘ଅଥଚ ଈଶ୍ୱର’ରେ ଈଶ୍ୱରଙ୍କ ସମ୍ପର୍କରେ କୌଣସି ତଥ୍ୟ ଉଲ୍ଲିଖିତ ହୋଇ ନ ଥିଲେ ମଧ୍ୟ କୌଣସି ଏକ ସୂକ୍ଷ୍ମସତ୍ତା ମଣିଷକୁ ତାର ମୂଲ୍ୟବୋଧକୁ ବଜାୟ ରଖିବାରେ ଅନୁପ୍ରେରିତ କରୁଛି ବୋଲି ସୂଚନା ଦିଆଯାଇଛି।

ଆର୍ଯ୍ୟବ୍ରହ୍ମ ପରିଷଦର ବାର୍ଷିକ ସମ୍ମିଳନୀ

ଆର୍ଯ୍ୟବ୍ରହ୍ମ ପରିଷଦର ବାର୍ଷିକ ସମ୍ମିଳନୀ

ବାହାନଗା,୧୧।୨(ଡି.ଏନ.ଏ.)-ବାହାନଗା ବ୍ଲକ ଓଡଶାଳ ଗ୍ରାମରେ ଥିବା ସୁଲୋଚନା ଗୋଦାବରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର ବ୍ରାହ୍ମଣ ସମିତିର ଆର୍ଯ୍ୟବ୍ରହ୍ମ ପରିଷଦର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପଣ୍ଡିତ ରମାକାନ୍ତ ଦାଶଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା।

ଅଗ୍ନିକାଣ୍ଡରେ ୯ ବଖରା ଭସ୍ମୀଭୂତ

ଅଗ୍ନିକାଣ୍ଡରେ ୯ ବଖରା ଭସ୍ମୀଭୂତ

ଖଇରା,୧୧।୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଭୂଦେଇଶୁଳ ଗ୍ରାମରେ ରବିବାର ପୂର୍ବାହ୍ନରେ ଅଗ୍ନିକାଣ୍ଡ ଘଟି ୩ ପରିବାରର ୯ ବଖରା ଘର ଜଳିଯାଇଛି। ଅଗ୍ନିକାଣ୍ଡ ବିପନ୍ନମାନେ ହେଲେ ରଞ୍ଜନ ପାତ୍ର, ବିନ ପାତ୍ର ଏବଂ ଉପେନ୍ଦ୍ର ପାତ୍ର। ଏଥିରେ ୪ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଉଛି।