ବାଲେଶ୍ୱର

ବାଘ ଗଣନା ଲାଗି ତାଲିମ

ଚମ୍ପୁଆ,୧୦। ୨(ଡି.ଏନ.ଏ)-କେନ୍ଦୁଝର ଜିଲା ଚମ୍ପୁଆ ବନାଞ୍ଚଳ କାର୍ଯ୍ୟାଳୟଠାରେ ଶନିବାର ବାଘ ଗଣନା ଓ ବିଭିନ୍ନ ବନ୍ୟପ୍ରାଣୀ ସହିତ ବୃକ୍ଷରାଜି ଗଣନା ସମ୍ପର୍କିତ ତାଲିମ ଶିବିର ଆୟୋଜିତ ହୋଇଥିଲା। ରେଞ୍ଜର ଘନଶ୍ୟାମ ବାରିକ ଅଧ୍ୟକ୍ଷତା କରିଥିଲେ। ଚମ୍ପୁଆ ଅଧୀନ ୫ଟି ସେକ୍ସନର ୧୫ ଫରେଷ୍ଟ ଗାର୍ଡ ଓ ୫ ଫରେଷ୍ଟରଙ୍କ ସମେତ ଜଣେ ଡେପୁଟି ରେଞ୍ଜର ଯୋଗ ଦେଇଥିଲେ। ଆସନ୍ତା ୧୯,୨୦,୨୧ ତିନିଦିନ ଧରି ଗଣନା କାର୍ଯ୍ୟକ୍ରମ ଜିଓ ଟାଗିଙ୍ଗ ମାଧ୍ୟମରେ କରାଯିବ।

ତ୍ରିଶକ୍ତି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ : ମୋରଡା ଇଲେଭେନ ଷ୍ଟାର ଚାମ୍ପିୟନ

ତ୍ରିଶକ୍ତି ଟି-୨୦ କ୍ରିକେଟ ଟୁର୍ନାମେଣ୍ଟ : ମୋରଡା ଇଲେଭେନ ଷ୍ଟାର ଚାମ୍ପିୟନ

ବାଲିଆପାଳ, ୧୦।୨(ଡି.ଏନ.ଏ.)-ବାଲିଆପାଳ ବ୍ଲକ ଟଣାପଦା ପଡ଼ିଆରେ ଟି-୨୦ ଟୁର୍ନାମେଣ୍ଟ ବୁଧବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଫାଇନାଲ ଖେଳ ଚାନ୍ଦିପୁର ବିକାଶ କ୍ଲବ ଓ ମୋରଡା ଇଲେଭେନ ଷ୍ଟାର କ୍ଲବ ମଧ୍ୟରେ ହୋଇଥିଲା।

 ଟିକାକରଣ ଅଭିଯାନ ନେଇ ଟାସ୍କଫୋର୍ସ କମିଟି ବୈଠକ

ଟିକାକରଣ ଅଭିଯାନ ନେଇ ଟାସ୍କଫୋର୍ସ କମିଟି ବୈଠକ

ବାଲେଶ୍ୱର ଅଫିସ, ୧୦।୨-ବାଲେଶ୍ୱର ଜିଲାରେ ଚାଲିଥିବା ମିଳିମିଳା-ରୁବେଲା ଟିକାକରଣ ଅଭିଯାନର ଅଗ୍ରଗତି ସମ୍ପର୍କରେ ଶୁକ୍ରବାର ଜିଲାସ୍ତରୀୟ ଟାସ୍କଫୋର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।

କୁଣ୍ଡା ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

କୁଣ୍ଡା ବୋଝେଇ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

ନୀଳଗିରି, ୧୦।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଏନ୍‌ଏସି ଅଧୀନ ଘଟଘରସାହିସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ କୁଣ୍ଡା ବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭର ଓ ହେଲପର୍‌ ଗୁରୁତର ହୋଇଛନ୍ତି।

ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା

ଭଦ୍ରକ ଅଫିସ,୯।୨-ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଶୁକ୍ରବାର ଏହି ଥାନା ଅଧୀନ ଗୋବିନ୍ଦପୁରର ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା କରାଇଛି।

ଆରଡିରେ ନିଆରା ପରମ୍ପରା

ଆରଡିରେ ନିଆରା ପରମ୍ପରା

ଆରଡ଼ି,୯।୨ (ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡି ମହାଶିବରାତ୍ରି ଲାଗି ଏବେଠାରୁ ଚଳଚଞ୍ଚଳ ହୋଇ ଉଠିଛି। ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ ଲାଗି ପ୍ରତିଦିନ ଭକ୍ତ, ଶ୍ରଦ୍ଧାଳୁ, ମାନସିକଧାରୀଙ୍କ ଭିଡ ଜମୁଛି। ମହାଶିବରାତ୍ରି ପାଳନ ଲାଗି ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ଭୌଗୋଳିକ ସ୍ଥିତି ବିକାଶକୁ ବାଧକ

ଭୌଗୋଳିକ ସ୍ଥିତି ବିକାଶକୁ ବାଧକ

ଚାନ୍ଦବାଲି,୯।୨-ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଏକ ବଡ଼ ଅଞ୍ଚଳର ନାମ ‘ଜଳଦେଶ’। ସାଳନ୍ଦୀ, ବୈତରଣୀ ନଦୀ ଓ ଏହାର ଶାଖା କେନାଲ ଏହି ଅଞ୍ଚଳକୁ ବର୍ଷର ୬ମାସ ଜଳବନ୍ଦୀ କରି ରଖିଥାଏ।

 ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା ବିରୋଧରେ ଧାରଣା

ଆଦର୍ଶ ବିଦ୍ୟାଳୟରେ ଅବ୍ୟବସ୍ଥା ବିରୋଧରେ ଧାରଣା

କପ୍ତିପଦା,୯।୨(ଡି଼.ଏନ୍‌.ଏ)-କପ୍ତିପଦା ବ୍ଲକର ବଡବିଶୋଳ ଗ୍ରାମ ପଞ୍ଚାୟତର ଭାଲୁବସା ଆଦର୍ଶ ବିଦ୍ୟାଳୟଟି ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି ା ତେଣୁ ସମସ୍ୟାର ସମାଧାନ ପାଇଁ ଅଭିଭାବକ ମାନେ ବହୁବାର ଉଚ୍ଚ ପ୍ରଶାସନ ଅଧିକାରୀଙ୍କ ନିକଟରେ ଦାବୀ କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହଁ। ତେଣୁ ବାଧ୍ୟ ହୋଇ ଅବିଭାବକମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ପୂର୍ବ ନିଷ୍ପତି ମୁତାବକ ଶୁକ୍ରବାର ଅଭିଭାବକମାନେ ସେମାନଙ୍କର ପିଲାମାନଙ୍କୁ ନେଇ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି।

ଟ୍ରେନ୍‌ରୁ ଖସି ଜଣେ ମୃତ

କୁଳିଅଣା,୯।୨(ଡି.ଏନ.ଏ.)-ଚାନ୍ଦୁଆ ଥାନାର ସାନବଡତଳିଆଠାରେ ଥିବା କୁଅଁର ପୋଲ ନିକଟରେ ଶୁକ୍ରବାର ଡିଏମ୍‌ୟୁ ଟ୍ରେନ୍‌ରୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବହଳଦା ଥାନା କେନ୍ଦାଶର ଗଁ। ର ସୁରେନ୍ଦ୍ର ସିଂ ପୁର୍ତ୍ତୂ।

ପିଆରଏମରେ ବେଆଇନ ନିଯୁକ୍ତି  ବିରୋଧରେ  ଆନ୍ଦୋଳନ ଡାକରା

ପିଆରଏମରେ ବେଆଇନ ନିଯୁକ୍ତି ବିରୋଧରେ ଆନ୍ଦୋଳନ ଡାକରା

ବାରିପଦା ଅଫିସ,୯।୨- ମୟୂରଭଞ୍ଜ ଜିଲା ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ବେଆଇନ ନିଯୁକ୍ତିକୁ ନେଇ ବିବାଦ ଥମିବାରେ ନାଁ ନେଉନାହିଁ। ଶୁକ୍ରବାର ଏହାର ତଦନ୍ତ ଦାବି କରି ଯୁବ କଂଗ୍ରେସ ନେତା ଅଂଶୁମାନ ଦାସଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଭାରାପ୍ରାପ୍ତ ଏଡିଏମ ଶତ୍ରୁଘ୍ନ କରଙ୍କୁ ସାକ୍ଷାତ କରି ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରେରିତ କରିଛନ୍ତି।

ତାଲିମ ବେଳେ ଅଘଟଣ: ଗୁଳି ବାଜି ଯୁବକ ଗୁରୁତର

ତାଲିମ ବେଳେ ଅଘଟଣ: ଗୁଳି ବାଜି ଯୁବକ ଗୁରୁତର

ବାରିପଦା ଅଫିସ,୯।୨-ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷୀ ଥାନା ଅଧୀନ ବୁଢ଼ାମରା ଟେଷ୍ଟିଂ ରେଞ୍ଜରେ ଶୁକ୍ରବାର ଗୁଳି ଚାଳନା ତାଲିମ ବେଳେ ଅଘଟଣ ଘଟିଛି। ବାରିପଦା ଲକ୍ଷ୍ମିପୋଷୀସ୍ଥିତ ଓଡିଶା ଷ୍ଟେଟ ଆର୍ମ ପୋଲିସର ପଞ୍ଚମ ବାଟାଲିୟନ ପକ୍ଷରୁ ଏହି ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଖୋଲା ପଡିଆରେ ଯବାନମାନଙ୍କୁ ଗୁଳି ଚାଳନା ତାଲିମ ଦିଆଯାଉଥିବା ବେଳେ କିଛି ଦୂରରେ ପୋଖରିକୁ ଗାଧୋଇବାକୁ ଯାଉଥିବା ଜଣେ ଯୁବକଙ୍କ ଦେହରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପିଆରଏମ ମେଡିକାଲ କଳେଜରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବକ ଜଣକ ହେଉଛନ୍ତି ମୁଣ୍ଡାବଣୀ ଗ୍ରାମର ଲଛମନ ସିଂ।

ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ଆଜି ବାଲେଶ୍ୱର ବନ୍ଦ

ବାଲେଶ୍ୱର ଅଫିସ, ୯।୨-ବାଲେଶ୍ୱର ଜିଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡିଛି। ଏହାର ପ୍ରତିବାଦ କରି ବିଭିନ୍ନ ସଙ୍ଗଠନ ପକ୍ଷରୁ ଶନିବାର ବାଲେଶ୍ୱର ସହର ପୂର୍ବାହ୍ନ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।

୨ ଏଟିଏମ୍‌ ଲୁଟେରା ଗିରଫ: ୟୁଟ୍ୟୁବ୍‌ରୁ ଶିଖିଥିଲେ ଲୁଟ୍‌ କୌଶଳ

୨ ଏଟିଏମ୍‌ ଲୁଟେରା ଗିରଫ: ୟୁଟ୍ୟୁବ୍‌ରୁ ଶିଖିଥିଲେ ଲୁଟ୍‌ କୌଶଳ

ବାଲେଶ୍ୱର ଅଫିସ, ୯।୨-ବାଲେଶ୍ୱର ଜିଲା ପୋଲିସକୁ ଏଟିଏମ୍‌ ଲୁଟେରାମାନେ କିଛିଦିନ ହେଲା ଚକ୍‌ମା ଦେଖାଇ ଲୁଟ୍‌ କରିବାରେ ସଫଳ ହେଉଥିଲେ। ଶିଳ୍ପାଞ୍ଚଳ ଥାନା ପୋଲିସ ଶୁକ୍ରବାର ୨ଜଣ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି। ଉକ୍ତ ଦୁଇ ଲୁଟେରାଙ୍କୁ କୋର୍ଟଚାଲାଣ କରାଯାଇଛି। ଅଭିଯୁକ୍ତମାନେ ଲୁଟ୍‌ କୌଶଳ ୟୁଟ୍ୟୁବ୍‌ରୁ ଶିଖିଥିବା ପ୍ରକାଶ କରିଛନ୍ତି। ଏଟିଏମ୍‌ ଲୁଟ୍‌ ପାଇଁ ଏକ ର଼୍ୟାକେଟ କାମ କରୁଥିବା ପୋଲିସ ସନ୍ଦେହ କରୁଛି।

ପାଖର  ବନ୍ଦ ଶାନ୍ତିପୂର୍ଣ୍ଣ

ପାଖର ବନ୍ଦ ଶାନ୍ତିପୂର୍ଣ୍ଣ

ସୋର, ୯।୨(ଡ଼ି.ଏନ୍‌.ଏ.)-ସୋର ବ୍ଲକ ପାଖର ପଞ୍ଚାୟତ ପକ୍ଷରୁ ପାଖରଛକ ଉନ୍ନତୀକରଣ ଦାବିରେ ୬ ଦଫା ଦାବି ନେଇ ଶୁକ୍ରବାର ହୋଇଥିବା ବନ୍ଦ ଶାନ୍ତିପୁର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି ।

ଜବରଦଖଲ ଉଚ୍ଛେଦ କଲେ ତହସିଲଦାର: ୬୯ ପରିବାର ବାସଚ୍ୟୁତ

ଜବରଦଖଲ ଉଚ୍ଛେଦ କଲେ ତହସିଲଦାର: ୬୯ ପରିବାର ବାସଚ୍ୟୁତ

ସଜନାଗଡ଼, ୯।୨(ଡି.ଏନ.ଏ.)-ନୀଳଗିରି ବ୍ଲକ ଜାମୁଡ଼ିହା ପଞ୍ଚାୟତ ଜାମୁଡ଼ିହା ଗ୍ରାମର ଗୋଚର ଜମିକୁ ଜବରଦଖଲ କରିରଖିଥିବା ୬୯ ପରିବାରକୁ ଶୁକ୍ରବାର ନୀଳଗିରି ତହସିଲଦାର ମନୋରମା ଭୂୟଁ ଉଚ୍ଛେଦ କରିଛନ୍ତି।

ରାସ୍ତା ମଝିରେ ଜଳିଗଲା ବୋଲେରୋ

ରାସ୍ତା ମଝିରେ ଜଳିଗଲା ବୋଲେରୋ

ସୋର, ୯।୨(ଡ଼ି.ଏନ୍‌.ଏ.)-ସୋର ଥାନା ୫ନଂ. ଜାତୀୟ ରାଜପଥ ଚପରପଦାଠାରେ ଗୁରୁବାର ବିଳମ୍ବିତ ରାତିରେ ଏକ ବୋଲେରୋ ଗାଡ଼ି (ନଂ.ଓଡ଼ି୦୧ଏଲ୨୮୭୪) ଜଳିଯାଇଛି।

ଟ୍ରେନ୍‌ରୁ ଖସି ଯୁବକ ମୃତ

ଖଇରା, ୯।୨(ଡି.ଏନ.ଏ.)-କୁର୍ଲା ସୁପରଫାଷ୍ଟ ଏକ୍ସପ୍ରେସ୍‌ରେ ବମ୍ବେରୁ କଟକ ଫେରୁଥିବା ଖଇରା ଥାନା ଭଦଳି ଗ୍ରାମର ପ୍ରଫୁଲ୍ଲ ମହାପାତ୍ର (୩୦) ଗୁରୁବାର ଜିନ୍ଦଲ ଷ୍ଟେଶନ ନିକଟରେ ଖସିପଡ଼ି ମୃତ୍ୟୁବରଣ କରିଛନ୍ତି।

୩ ଦିନ ପରେ ବି ମିଳିନି କଟାହାତ: ମୃତା ମହିଳାଙ୍କ ସ୍ବାମୀଙ୍କୁ କୋର୍ଟ ଚାଲାଣ

ତିହିଡ଼ି, ୯।୨(ଡି.ଏନ.ଏ.)- ଭଦ୍ରକ ଜିଲା ତିହିଡ଼ି ଥାନା ଫତେପୁର ପଞ୍ଚାୟତ ଅଧୀନ ଗୋଳାପୋଖରୀ ଗ୍ରାମର ମାଳତୀ ସାହୁ (୪୫)ଙ୍କୁ ହତ୍ୟା କରାଯିବା ଘଟଣାର ରହସ୍ୟ ଘେରରେ ରହିଛି। ମୃତଦେହ ଉଦ୍ଧାର ହେବାର ୩ ଦିନ ବିତିଥିଲେ ବି ତାଙ୍କର ଦୁଇ କଟା ହାତର ସନ୍ଧାନ ଏଯାଏ ମିଳିନି ।

ଭାରତ ଶିକ୍ଷାରତ୍ନ ଅମିତାଭ ମିଶ୍ରଙ୍କ ‘ସ୍ମୃତି ମଞ୍ଜୁଳା’ ଉନ୍ମୋଚିତ

ଭାରତ ଶିକ୍ଷାରତ୍ନ ଅମିତାଭ ମିଶ୍ରଙ୍କ ‘ସ୍ମୃତି ମଞ୍ଜୁଳା’ ଉନ୍ମୋଚିତ

ବାରିପଦା ଅଫିସ,୯।୨- ୟୁନିଭର୍ସାଲ ଏଜୁକେସନ ପଏଣ୍ଟ ତରଫରୁ ପ୍ରକାସିତ ଭାରତ ଶିକ୍ଷାରତ୍ନ ଅମିତାଭ ମିଶ୍ରଙ୍କ ପ୍ରଥମ କବିତା ସଂକଳନ ‘ସ୍ମୁତି ମଞ୍ଜୁଳା’ ମହାସମାରୋହରେ ଉନ୍ମୋଚିତ ହୋଇଯାଇଛି।

ଘରୁ ଅଳଙ୍କାର ଲୁଟ

ବେତନଟୀ, ୯।୨ (ଡ଼ି.ଏନ.ଏ)-ବୈଶିଙ୍ଗା ଥାନା ଅଧୀନ କେନ୍ଦୁଆ ଗ୍ରାମର ରବୀନ୍ଦ୍ର ମିଶ୍ରଙ୍କ ଘରୁ ଗୁରୁବାର ସୁନା ଅଳଙ୍କାର ଲୁଟ ହୋଇଛି।

ପଲିଥିନ ବ୍ୟବହାର ନେଇ କଟକଣା

ପଲିଥିନ ବ୍ୟବହାର ନେଇ କଟକଣା

ଯୋଡ଼ା, ୯।୨(ଡି.ଏନ.ଏ.)-ଯୋଡ଼ା ପୌରପାଳିକା ପକ୍ଷରୁ କଲ୍ୟାଣ ମଣ୍ଡପଠାରେ ସ୍ବଚ୍ଛତା ନେଇ ଏକ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା। ଯୋଡ଼ା ବିକାଶ ପରିଷଦ, ବ୍ୟବସାୟ କମିଟି, ବରିଷ୍ଠ ନାଗରିକ ମଞ୍ଚ, ମହିଳା ସଂଙ୍ଗଠନ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ଛାତ୍ରଙ୍କ ବିପଦ ମହୁଫେଣା

ଘସିପୁରା,୯।୨(ଡି.ଏନ.ଏ.)-କେନ୍ଦୁଝର ଜିଲା ଆନନ୍ଦପୁର ବିଏନ ହାଇସ୍କୁଲର ଛାତ୍ରଙ୍କ ପାଇଁ ମହୁଫେଣା ଆସନ୍ନ ବିପଦ ସୃଷ୍ଟି କରିଛି। ଉକ୍ତ ହାଇସ୍କୁଲ ଛାତରେ ବିରାଟକାୟ ମହୁଫେଣା ରହିଛି।

କାମରେ ଆସୁନି ପାନୀୟଜଳ ପ୍ରକଳ୍ପ

କାମରେ ଆସୁନି ପାନୀୟଜଳ ପ୍ରକଳ୍ପ

ତିହିଡ଼ି,୯।୨(ଡି.ଏନ.ଏ.)-୨୦୦୮-୦୯ବର୍ଷରେ ନିର୍ମିତ ହୋଇଥିବା ପାନୀୟ ଜଳପ୍ରକଳ୍ପ ରକ୍ଷଣାବେକ୍ଷଣ ଅଭାବ ଓ ବିଦ୍ୟୁତ୍‌ ସମସ୍ୟା ଆଦି କାରଣରୁ କାମରେ ଆସୁନି।

ନାଟ୍ୟ ସଂସଦର ବାର୍ଷିକ ଉତ୍ସବ

ନାଟ୍ୟ ସଂସଦର ବାର୍ଷିକ ଉତ୍ସବ

ବାଲିଆପାଳ,୯।୨(ଡି.ଏନ.ଏ.)-ବାଲିଆପାଳ ବ୍ଲକ ଜାମଶୂଳୀସ୍ଥିତ ଲକ୍ଷ୍ମୀନାରାୟଣ କଲେଜର ନାଟ୍ୟ ସଂସଦର ବାର୍ଷିକ ଉତ୍ସବ ଶୁକ୍ରବାର ପାଳିତ ହୋଇଯାଇଛି। ସାମାଜିକ କର୍ମୀ ସଞ୍ଜୀବ ଗିରି ମୁଖ୍ୟ ଅତିଥି, ରଞ୍ଜନ ଦାସ ମୁଖ୍ୟବକ୍ତା, କଂଗ୍ରେସ ନେତା ସତ୍ୟନାରାୟଣ ଗୁପ୍ତା, ପୂର୍ବତନ ସରପଞ୍ଚ ସତ୍ୟରଞ୍ଜନ ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳା ଓ ସଂସ୍କୃତିର ବିକାଶ ପାଇଁ ଆମ ମାନସିକତାରେ ପରିବର୍ତ୍ତନ ଲୋଡ଼ା ବୋଲି କହିଥିଲେ।