ବାଲେଶ୍ୱର

ଧାନ ତଳିରୁଆ ଯନ୍ତ୍ର କ୍ଷେତ୍ର ପ୍ରଦର୍ଶନୀ

ଧାନ ତଳିରୁଆ ଯନ୍ତ୍ର କ୍ଷେତ୍ର ପ୍ରଦର୍ଶନୀ

ବାରିପଦା ଅଫିସ,୨୮।୮- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନ କୃଷି ଯାନ୍ତ୍ରିକ ଓ ବୈଷୟିକ ମହାବିଦ୍ୟାଳୟଠାରେ ଧାନତଳି ରୁଆ ଯନ୍ତ୍ର କ୍ଷେତ୍ର ପ୍ରଦର୍ଶନୀ ଓ ତାଲିମ କାର୍ଯ୍ୟକମ ସ୍ଥାନୀୟ ବଡଯୋଡ ଗ୍ରାମଠାରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା  ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଖପାଖ ଗ୍ରାମରୁ ଶତାଧିକ ଚାଷୀ ଯୋଗଦେଇ ସ୍ବୟଂଚାଳିତ ଚାରି ଧାଡିଆ ଧାନ ତଳିରୁଆ ଯନ୍ତ୍ରର କ୍ଷେତ୍ର ପ୍ରଦର୍ଶନୀ ଦେଖିଥିଲେ।  

ପ୍ରସନ୍ନ ମନ୍ଥନ କାର୍ଯ୍ୟକ୍ରମ

ପ୍ରସନ୍ନ ମନ୍ଥନ କାର୍ଯ୍ୟକ୍ରମ

ବାରିପଦା ଅଫିସ,୨୮।୮- ‘ଆମେ ମୟୂରଭଞ୍ଜିଆ’ ସଙ୍ଗଠନ ପକ୍ଷରୁ ବାଘଡାରୋଡ ଟିମ କିଡସଠାରେ ସ୍ବର୍ଗତ ପ୍ରସନ୍ନ କୁମାର ଦାଶଙ୍କ ୯୯ ତମ ଜୟନ୍ତୀ ପାଳନ ଅବସରରେ ପ୍ରସନ୍ନ ମନ୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆମେ ମୟୂରଭଞ୍ଜିଆ ସଂଗଠନର ବରିଷ୍ଠ ଉପଦେଷ୍ଟା ଡ. ମୋହିତ ଷଡଙ୍ଗୀଙ୍କ ସମେତ ଡ. ଶ୍ୟାମସୁନ୍ଦର ଦାସ, ଡ. ଗଣେଶ୍ୱର ଭୋଇ,ମୟୂରଭଞ୍ଜ ସାହିତ୍ୟ  ପରିଷଦର ସଭାପତି ପଦ୍ମନାଭ ସାହୁ, ସାହିତି୍ୟକ ଅଜିତ କବାଟ, ଗାଳ୍ପିକା ଗୀତାଞ୍ଜଳି କର ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ପ୍ରସନ୍ନ ବାବୁଙ୍କ ନିର୍ଭିକତା,ସାହସିକତା  ସମ୍ପର୍କରେ ଆଲୋକପାତ କରିଥିଲେ ।

ଭତ୍ତା ବୃଦ୍ଧି ପାଇଁ ଦସ୍ତଖତ ଅଭିଯାନ

ଭତ୍ତା ବୃଦ୍ଧି ପାଇଁ ଦସ୍ତଖତ ଅଭିଯାନ

ବେତନଟୀ,୨୮।୮ (ଡ଼ି.ଏନ.ଏ)-ଦୀର୍ଘ ବର୍ଷ ଧରି ଭିନ୍ନକ୍ଷମ ,ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ହିତାଧିକାରୀଙ୍କୁ ୩୦୦ଟଙ୍କା ଓ ୫୦୦ଟଙ୍କା ପ୍ରଦାନ କରାଯାଉଛି। ମାତ୍ର ସବୁ ସାମଗ୍ରୀର ଦରଦାମ ବୃଦ୍ଧି  ହେତୁ ସମ୍ପୃକ୍ତ ହିତାଧିକାରୀମାନେ ନିତ୍ୟ  ବ୍ୟବହାର୍ଯ୍ୟ ଦ୍ରବ୍ୟ କିଣି ନ ପାରି ଘର ଚଳାଇବାରେ ଅକ୍ଷମ ହୋଇପଡ଼ୁଛନ୍ତି। ଏଭଳି କ୍ଷେତ୍ରରେ ଭତ୍ତା ଟଙ୍କା ବୃଦ୍ଧି ପାଇଁ ଆମ ଆଦିମୀ ପାର୍ଟିର ଜିଲା ସଭାପତି ବିଶ୍ୱନାଥ ହେମ୍ବମ୍ରଙ୍କ ନେତୃତ୍ୱରେ  ଏକ ଦସ୍ତଖତ ଅଭିଯାନ ଆରମ୍ଭ  ହୋଇଛି । 

 ଅପହୃତା ନାବାଳିକା ଉତ୍ତରପ୍ରଦେଶରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ଅପହୃତା ନାବାଳିକା ଉତ୍ତରପ୍ରଦେଶରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ବାଲିଆପାଳ, ୨୮।୮(ଡି.ଏନ.ଏ.)-ବାଲିଆପାଳ ଅଞ୍ଚଳରୁ ଗତ ୨୦୧୮ ଜୁଲାଇ ୧୫ ତାରିଖରୁ ଅପହରଣ ହୋଇଥିବା ଜଣେ ନାବାଳିକାଙ୍କୁ ସ୍ଥାନୀୟ ପୋଲିସ ଉତ୍ତରପ୍ରଦେଶରୁ ଉଦ୍ଧାର କରିଛି। ଏହାସହ ଅପହରଣକାରୀ ବାଇଟେଙ୍ଗିରି ଗ୍ରାମର ଦୀପକ ପାତ୍ରଙ୍କୁ ଗୁରଫ କରାଯାଇଛି। ଉକ୍ତ ନାବାଳିକାଙ୍କୁ ଦୀପକ ଅପହରଣ କରିନେଇ ରାଜ୍ୟ ବାହାରକୁ ଚାଲିଯାଇଥିଲେ। ନାବାଳିକାଙ୍କ ପିତା ଝିଅକୁ ଖୋଜାଖୋଜି କରି ନ ପାଇବାରୁ ବାଲିଆପାଳ ଥାନାରେ ତା୧୬।୮।୨୦୧୮ରିଖରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୨୩୪/୧୮) ରୁଜୁ କରିଥିଲା। ଉଭୟ ପୋଲିସ ଏବଂ ନାବାଳିକାଙ୍କ ସମ୍ପର୍କୀୟମାନେ ବିଭିନ୍ନ ସୂତ୍ରରୁ ଖବର ସଂଗ୍ରହ କରି ଦୀପକ ଉତ୍ତରପ୍ରଦେଶର ମୋହନଲାଲଗଞ୍ଜ ଥାନା ଅଞ୍ଚଳରେ ରହୁଥିବା ଜାଣିବାକୁ ପାଇଥିଲେ। 

ମିଳିତ ଜନଶୁଣାଣି ଶିବିରରେ୧୫୮ ଅଭିଯୋଗ

ମିଳିତ ଜନଶୁଣାଣି ଶିବିରରେ୧୫୮ ଅଭିଯୋଗ

ବାହାନଗା, ୨୮।୮(ଡି.ଏନ.ଏ.)-ବାହାନଗା ବ୍ଲକ ସଭାଗୃହରେ ମିଳିତ ଜନଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ଜିଲାପାଳ, ଏସ୍‌ପି,  ଜିଲା ସମାଜ ମଙ୍ଗଳ ଅଧିକାରୀ ଓ  ବିଡିଓ ଉପସ୍ଥିତ ଥିଲେ। ଏହି ଅବସରରେ ୮ଜଣ ଭିନ୍ନକ୍ଷମ ମହିଳା ଓ ପୁରୁଷଙ୍କୁ ଟ୍ରାଇସାଇକେଲ ଦିଆଯାଇଥିଲା। ଶିବିରରେ ମୋଟ୍‌ ୧୫୮ ଅଭିଯୋଗ ପଞ୍ଜିକରଣ ହୋଇଛି। ବିଡିଓ ଉମାକାନ୍ତ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ଜିଲାପାଳ ରମେଶ ଚନ୍ଦ୍ର ରାଉତ, ବ୍ଲକ ଉପାଧ୍ୟକ୍ଷ ସରସ୍ବତୀ ମହାଳିକ, ମୁଖ୍ୟ ଜିଲା ମେଡିକାଲ ଅଫିସର ବିବେକାନନ୍ଦ ଦାସ, ଏସ୍‌ପି ବି. ଯୁଗଳ କିଶୋର କୁମାର, ଉପଜିଲାପାଳ ନିଲୁ ମହାପାତ୍ର, ଏପିଡି ଅଜୟ କୁମାର ସେଠୀ ପ୍ରମୁଖ ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ। ଜିଲା ଜନମଙ୍ଗଳ ଅଧିକାରୀ ରାଜୀବ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ ଯନ୍ତ୍ରୀ ଅଣାକର ଯେନା, ଜିଲା ସାମଜ ମଙ୍ଗଳ ଅଧିକାରୀ କମଳାକାନ୍ତ ବେହେରା, ଜିଲା ଯୋଗାଣ ଅଧିକାରୀ ରବିନାରାୟଣ ପୃଷ୍ଟିଙ୍କ ସମେତ ସ୍ବାସ୍ଥ୍ୟବିଭାଗ, ଶିଶୁ ଓ ମହିଳା ପ୍ରକଳ୍ପ ଅଧିକାରିଣୀ ବ୍ଳକ ଉଦ୍ୟାନ ବିଭାଗ, ବିଦ୍ୟୁତ ବିଭାଗ, କୃଷିବିଭାଗ, ଶିକ୍ଷା ବିଭାଗ, ପ୍ରାଣୀ ସମ୍ପଦ ବିଭାଗ ପ୍ରମୁଖ ଅଧିକାରୀ ଯୋଗ ଦେଇଥିଲେ।

ପାନୀୟଜଳରୁ ବଞ୍ଚିତ ଅନ୍ତେବାସୀ

ପାନୀୟଜଳରୁ ବଞ୍ଚିତ ଅନ୍ତେବାସୀ

ରାଇସୁଆଁ,୨୮।୮(ଡି.ଏନ.ଏ.): ବାଂଶପାଳ ବ୍ଲକ ଫୁଲଝରରେ ଥିବା ଏକ ଛାତ୍ରୀ ନିବାସ ଅବ୍ୟବସ୍ଥାରେ ରହିଛି। ୨ଶହରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ ସମ୍ପୃକ୍ତ ନିବାସରେ ରହିଛନ୍ତି। ମେସାନଙ୍କ ପାଇଁ ଗୋଟିଏ ମାତ୍ର ନଳକୂପ ରହିଛି। ନଳକୂପ ବହୁ ସମୟରେ ଅଚଳ ହୋଇପଡୁଥାଏ। ପାନୀୟ ଜଳ ଉପଯୋଗୀ ନୁହେଁ ବୋଲି ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଫଳରେ ଛାତ୍ରୀମାନେ ବାହାର ନଳକୂପରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି। ପାଇଖାନାର ସୁବିଧା ମଧ୍ୟ ହୋଇନାହିଁ। ଛାତ୍ରୀ ବାହାରକୁ ବିପଦଶଙ୍କୁଳ ରାସ୍ତା ପାରି ହୋଇ ଯାଉଛନ୍ତି। ଖାଦ୍ୟ ଅତି ନିମ୍ନମାନର ଦିଆଯାଉଥିବା ଅଭିଯୋଗ ହେଉଛି। 

ପରିବେଶ ସୁରକ୍ଷା ପାଇଁ ଚାରାରୋପଣ

ପରିବେଶ ସୁରକ୍ଷା ପାଇଁ ଚାରାରୋପଣ

କେନ୍ଦୁଝର,୨୮।୮ (ସ୍ବ.ପ୍ର.): ପରିବେଶ ସୁରକ୍ଷା ପାଇଁ ଚାରାରୋପଣ କରି ଜନ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଓଡ଼ିଶା ମୋଟର କର୍ମଚାରୀ ସଂଘ କେନ୍ଦୁଝର ଶାଖା ପକ୍ଷରୁ ଗତ ରବିବାର ଜିଲା କାର୍ଯ୍ୟାଳୟ ପରିସରରେ ଚାରାରୋପଣ କରାଯାଇଛି। 

 ରାସ୍ତା ପାଇଁ ହୀନସ୍ତା ହେଉଛନ୍ତି

ରାସ୍ତା ପାଇଁ ହୀନସ୍ତା ହେଉଛନ୍ତି

ତେଲକୋଇ,  ୨୮।୮(ଡି.ଏନ.ଏ.):  ତେଲକୋଇ ବ୍ଲକ ଉପାନ୍ତ ଅଞ୍ଚଳର ବସ୍ତି ବାସିନ୍ଦା ରାସ୍ତା ପାଇଁ ହୀନସ୍ତା ହେଉଛନ୍ତି। ରାସ୍ତା ଘାଟ ନ ଥିବାରୁ ବହୁ ଅବସୁବିଧା ଭୋଗୁଛନ୍ତି। ତାଳପଦା ପଞ୍ଚାୟତ ଅଧୀନ ଗୁଡିନରଦା ଯୁଆଙ୍ଗ ବସ୍ତିର ବାସିନ୍ଦା ଶୋଚନୀୟ ରାସ୍ତାରେ ଯାତାୟାତ କରୁଛନ୍ତି। ପଞ୍ଚାୟତ ମୁଖ୍ୟାଳୟକୁ ରାସ୍ତା ନ ଥିବା ବେଳେ ହରିଚନ୍ଦନପୁର ବ୍ଲକର ପିଠାଗୋଳା ପଞ୍ଚାୟତକୁ ମଧ୍ୟ ଯୋଗାଯୋଗ ବିଚ୍ଛିନ ହୋଇପଡ଼ିଛି। ପଞ୍ଚାୟତ ମୁଖ୍ୟାଳୟକୁ ଆସିବା ପାଇଁ ୧୨ କି.ମି. ରାସ୍ତା ରହିଥିବା ବେଳେ ପିଠାଗୋଳା ପଞ୍ଚାୟତକୁ ମାତ୍ର ୨କି.ମି. ରାସ୍ତା ରହିଛି। ଗୁଡ଼ିନରଦା ଯୁଆଙ୍ଗ ବସ୍ତି ପଞ୍ଚାୟତ ମୁଖ୍ୟାଳୟକୁ ଯିବା ପାଇଁ ରାସ୍ତା ଅଭାବ ଓ ଦ୍ୱରତ୍ୱକୁ ନେଇ ପିଠାଗୋଳା ଉପରେ ନିର୍ଭର କରିଥାନ୍ତି। 
ବ୍ଲକ ପ୍ରଶାସନ ଗୁଡିନରଦା ଯୁଆଙ୍ଗ ବସ୍ତିଠାରୁ ପିଠାଗୋଳା ଖରବା ପର୍ଯ୍ୟନ୍ତ ୨କି.ମି. ରାସ୍ତା ମରାମତି ପାଇଁ ଏମଜିଏନଆରଇଜିଏସ ଯୋଜନାରେ ୧୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରିଥିଲା। ଉକ୍ତ ରାସ୍ତା ଆଣ୍ଠୁଏ କାଦୁଅରେ ଭର୍ତ୍ତି ହୋଇଛି। ୨୫ରୁ ଊର୍ଦ୍ଧ୍ୱ ଜୁଆଙ୍ଗ ପରିବାରର ୧୨୦ରୁ ଲୋକ ବସବାସ କରନ୍ତି।  ସ୍ଥାନୀୟ ସରପଞ୍ଚ ସାବିତ୍ରୀ ଜୁଆଙ୍ଗଙ୍କୁ ପଚାରିବାରୁ ତାଳପଦା ମୁଖ୍ୟାଳୟଠାରୁ ରାସ୍ତା ଖରାପ ଯୋଗୁଁ ଗୁଡିନରଦା ଜୁଆଙ୍ଗ ଲୋକେ ପିଠାଗୋଳା ପଞ୍ଚାୟତ ଉପରେ ନିର୍ଭର କରନ୍ତି। ପ୍ରଶାସନଙ୍କୁ ଅଭିଯୋଗ କଲେ ମଧ୍ୟ ସୁଫଳ ମିଳିପାରୁନାହିଁ ବୋଲି ସେ କହିଛନ୍ତି। 

ଧୁଷୁରୀ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ

ଧୁଷୁରୀ ଥାନାରେ ଆମ ପୋଲିସ କାର୍ଯ୍ୟକ୍ରମ

ଧାମନଗର,୨୮।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧୁଷୁରୀ ଥାନା ପରିଷରରେ ଆମ ପୋଲିସ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ଆଇନ ଅମାନ୍ୟ ଆନ୍ଦୋଳନ

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ଆଇନ ଅମାନ୍ୟ ଆନ୍ଦୋଳନ

ବନ୍ତ,୨୮ା୮(ଡି.ଏନ୍‌.ଏ.) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ପ୍ରତିବାଦରେ ଭଦ୍ରକ ଜିଲା ବନ୍ତ ସିପିଆଇ ଜୋନ୍‌ କମିଟି ପକ୍ଷରୁ ମଙ୍ଗଳବାର ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହୋଇଯାଇଛି।

ପାଟଣା ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୪ ପ୍ରକଳ୍ପ ପାଇଁ ୪.୮୦ କୋଟି ମଞ୍ଜୁର

ପାଟଣା ବ୍ଲକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ: ୧୦୪ ପ୍ରକଳ୍ପ ପାଇଁ ୪.୮୦ କୋଟି ମଞ୍ଜୁର

ପାଟଣା,୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ପଞ୍ଚୟତ ସମିତିର ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମ ମଙ୍ଗଳବାର ପାଟଣା ମିନି ଷ୍ଟାଡିୟମଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦ଟି ପଞ୍ଚାୟତର ୧୦୪ ପ୍ରକଳ୍ପ ପାଇଁ ୪.୮୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। 

ଭାଟପଡା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ  ଚଢାଉ

ଭାଟପଡା ପଞ୍ଚାୟତ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢାଉ

ତିହିଡ଼ି,୨୮।୮(ଡି.ଏନ୍‌.ଏ): ଭଦ୍ରକ ଜିଲା ତିହିଡ଼ି ବ୍ଳକ ଅଧୀନ ଭାଟପଡା ପଞ୍ଚାୟତ କାର୍ଯାଳୟରେ ମଙ୍ଗଳବାର ଭିଜିଲାନ୍ସ  ବିଭାଗ ପକ୍ଷରୁ ଚଢାଉ  କରାଯାଇଛି।

ଉଦୟପୁର ବେଳାଭୂମି ରାସ୍ତାରୁ ପଶ୍ଚିମବଙ୍ଗ ନାମଫଳକ ଉଚ୍ଛେଦ ପାଇଁ ଉଦ୍ୟମ: ୨ ରାଜ୍ୟ ପ୍ରଶାସନ ମୁହାଁମୁହିଁ

ଉଦୟପୁର ବେଳାଭୂମି ରାସ୍ତାରୁ ପଶ୍ଚିମବଙ୍ଗ ନାମଫଳକ ଉଚ୍ଛେଦ ପାଇଁ ଉଦ୍ୟମ: ୨ ରାଜ୍ୟ ପ୍ରଶାସନ ମୁହାଁମୁହିଁ

ଭୋଗରାଇ,୨୮।୮(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ଉଦୟପୁର ବେଳାଭୂମି ରାସ୍ତାରେ ପଶ୍ଚିମବଙ୍ଗ ସେଚ ବିଭାଗ ପକ୍ଷରୁ ନିର୍ମାଣ କରାଯାଇଥିବା ନାମଫଳକକୁ ଓଡ଼ିଶା ପ୍ରଶାସନ ମଙ୍ଗଳବାର ଉଚ୍ଛେଦ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ନବ ନିର୍ବାଚିତ ସଭାପତିଙ୍କ ଶୁଭେଚ୍ଛା

ନବ ନିର୍ବାଚିତ ସଭାପତିଙ୍କ ଶୁଭେଚ୍ଛା

ହାଟଡ଼ିହୀ,୨୮।୮(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର  ପ୍ରେସ୍‌ କ୍ଲବର ନୂତନ ସଭାପତି ଭାବେ ଗୋପାଳକୃଷ୍ଣ  ରାଉତ ଓ ସମ୍ପାଦକ ଭାବେ ସନ୍ତୋଷ କୁମାର ରାଉତ  ମନୋନୀତ ହୋଇଛନ୍ତି। 

ବିଜୁ ଯୁବ ବାହିନୀ ପକ୍ଷରୁ ମୁଁ ହିରୋ କାର୍ଯ୍ୟକ୍ରମ

ବିଜୁ ଯୁବ ବାହିନୀ ପକ୍ଷରୁ ମୁଁ ହିରୋ କାର୍ଯ୍ୟକ୍ରମ

ଭଣ୍ଡାରିପୋଖରୀ,୨୮।୮(ସ୍ବ.ପ୍ର): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସ୍ଥାନୀୟ ତହସିଲ ପଡ଼ିଆ ଏବଂ କଲେଜ ପରିସରରେ ମଙ୍ଗଳବାର ଜିଲାର ପ୍ରଥମ ବିଜୁ ଯୁବ ବାହିନୀର ମୁଁ ହିରୋ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। 

ଖଟିଆରେ ବୁହାହେଲେ ଦୁଇ ମହିଳା

ଖଟିଆରେ ବୁହାହେଲେ ଦୁଇ ମହିଳା

ଆନନ୍ଦପୁର, ୨୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ ଗୟଳମୁଣ୍ଡା ପଞ୍ଚାୟତ ଧବଣି ଗାଁ ଭିତରକୁ ଆମ୍ବୁଲାନ୍ସ ସୋମବାର ଆସି ନ ପାରିବାରୁ ୨ ଜଣଙ୍କୁ ଖଟିଆରେ ବୁହାହେବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। 

ଡାକ୍ତରଖାନାରେ ବନ୍ଧା ପଡ଼ିଛନ୍ତି ରୋଗୀ

ଡାକ୍ତରଖାନାରେ ବନ୍ଧା ପଡ଼ିଛନ୍ତି ରୋଗୀ

କେନ୍ଦୁଝର, ୨୮ା୮(ସ୍ବ.ପ୍ର.): ସାପ କାମୁଡ଼ାରେ ଝିଅଙ୍କ ମୃତ୍ୟୁ ଘଟିଥିଲା। ବହୁ କଷ୍ଟରେ ଧାରକରଜ କରି ସ୍ବାମୀଙ୍କୁ କେନ୍ଦୁଝର ଓ ପରେ କଟକକୁ ଚିକିତ୍ସା ପାଇଁ ନେଇଥିଲି। ସେଠାରେ ଜଣେ ବ୍ୟକ୍ତିଙ୍କ ପ୍ରରୋଚନାରେ ଏକ ଘରୋଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା। ସ୍ବାମୀ ସୁସ୍ଥ ହୋଇ ଗଲେ। ଏବେ ଡାକ୍ତରଖାନା କର୍ତ୍ତୃପକ୍ଷ ଚିକିତ୍ସା ବିଲ ବାବଦକୁ ଅର୍ଥ ଦାବିକରି ଛାଡୁନାହାନ୍ତି। 

‘ମୂର୍ତ୍ତି ଗଢ଼ିବାକୁ ଭଲ ଲାଗେ’

‘ମୂର୍ତ୍ତି ଗଢ଼ିବାକୁ ଭଲ ଲାଗେ’

ରାଇସୁଆଁ, ୨୮।୮(ଡି.ଏନ.ଏ.): ଦୃଢ଼ ଆମତ୍ବିଶ୍ୱାସ ଏବଂ କଠିନ ପରିଶ୍ରମ ତାଙ୍କୁ ଦେଖାଇଛି ରୋଜଗାର ବାଟ। ଦୃଢ଼ତାର ସହ କାମ କଲେ ନିଶ୍ଚିତ ସଫଳତା ମିଳେ ବୋଲି ତାଙ୍କର ବିଶ୍ୱାସ ରହିଛି।

ପାର୍କରେ ନାହିଁ ଆନୁଷଙ୍ଗିକ ସୁବିଧା

ପାର୍କରେ ନାହିଁ ଆନୁଷଙ୍ଗିକ ସୁବିଧା

କେନ୍ଦୁଝର, ୨୮ା୮(ସ୍ବ.ପ୍ର.): କେନ୍ଦୁଝର ସହରରେ ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟକୁ ଲାଗିଥିବା ବିଜୁ ପଟ୍ଟନାୟକ ଶିଶୁ ପାର୍କରେ ନାହିଁ ଆନୁଷଙ୍ଗିକ ସୁବିଧା। ଫି ଆଦାୟ ହେଉଥିଲେ ହେଁ ଅସୁରକ୍ଷିତ ଭାବେ ଶିଶୁମାନେ ଖେଳୁଛନ୍ତି। 

ସ୍ବଚ୍ଛ ଭାରତ ଯୋଜନାରେ ଅର୍ଥ ହଡ଼ପ:  ତଦନ୍ତ ଆଳରେ ଦିନ ଗଡ଼ାଉଛନ୍ତି ଅଧିକାରୀ

ସ୍ବଚ୍ଛ ଭାରତ ଯୋଜନାରେ ଅର୍ଥ ହଡ଼ପ: ତଦନ୍ତ ଆଳରେ ଦିନ ଗଡ଼ାଉଛନ୍ତି ଅଧିକାରୀ

ଭଦ୍ରକ ଅଫିସ,୨୮।୮-ସ୍ବଚ୍ଛ ଭାରତ ଯୋଜନାରେ ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ହେବା ଘଟଣା ପଦାକୁ ଆସିବାର ୫ ମାସ ବିତିଲାଣି। ଭିଜିଲାନ୍ସ ଓ ପ୍ରଶାସନ ପକ୍ଷରୁ ଏହାର ତଦନ୍ତ ଜାରି ରହିଥିବା କୁହାଯାଉଛିି। ପ୍ରଶାସନିକ ଅଧିକାରୀମାନେ ତଦନ୍ତ ଆଳରେ ଦିନ ଗଡାଇ ଚାଲିଥିବାରୁ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଅଯାଇ ନାହିଁ ା  ଏହାକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଦୁର୍ନୀତିକୁ ଚାପି ଦେବା ଲାଗି ଉଦ୍ୟମ ହେଉଥିବା ସେମାନେ ସନ୍ଦେହ ପ୍ରକାଶ କରିଛନ୍ତି। 

ନଳାଙ୍ଗ ବଜାର-ଆର୍‌ଏନ ବେତରା ରାସ୍ତା ମରଣଯନ୍ତା

ନଳାଙ୍ଗ ବଜାର-ଆର୍‌ଏନ ବେତରା ରାସ୍ତା ମରଣଯନ୍ତା

ଭଣ୍ଡାରିପୋଖରୀ,୨୮।୮(ସ୍ବ.ପ୍ର.)-ଭଦ୍ରକ ଜିଲା ସଦର ମହକୁମାରୁ ମାତ୍ର ୪ କି.ମି. ଦୂର ଭଣ୍ଡାରିପୋଖରୀ ବ୍ଲକ ନଳାଙ୍ଗ ବଜାର-ଆର୍‌ଏନ ବେତରା ରାସ୍ତା ମରାମତି ଅଭାବରୁ ମରଣଯନ୍ତା ପାଲଟିଛି। 

‘ବୟୋରିଆକ୍ଟର ଦୂର କରିବ ଜଳ ସଙ୍କଟ’ ଯୁବ ବିଜ୍ଞାନୀ ପ୍ରଜ୍ଞାନ

‘ବୟୋରିଆକ୍ଟର ଦୂର କରିବ ଜଳ ସଙ୍କଟ’ ଯୁବ ବିଜ୍ଞାନୀ ପ୍ରଜ୍ଞାନ

ପଦ୍ମପୁର,୨୮।୮(ଡି.ଏନ.ଏ.)-ଜଳର ଅନ୍ୟନାମ ଜୀବନ। ଦିନକୁ ଦିନ ଜୈବ ଅସନ୍ତୁଳନ, ପରିବେଶ ପ୍ରଦୂଷଣ ଓ ଜନସଂଖ୍ୟା ବୃଦ୍ଧି ଆଦି କାରଣରୁ ପୃଥିବୀ ପୃଷ୍ଠରେ ଜଳସଙ୍କଟ ମୁଣ୍ଡ ଟେକିଛି। 

ମଧ୍ୟାହ୍ନଭୋଜନ ରୋଷେଇ ବନ୍ଦ: ଉପାସରେ ଫେରିଲେ ଛାତ୍ରୀଛାତ୍ର

ଧାମନଗର,୨୮।୮(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକରେ ମଧ୍ୟାହ୍ନଭୋଜନ ଚାଉଳ ଯୋଗାଣ ବନ୍ଦ ରହିଛି। 

ସେବା ସମବାୟ ସମିତିରେ ଅଚଳାବସ୍ଥା

ତିହିଡ଼ି, ୨୮ା୮(ଡି.ଏନ.ଏ.)-ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ଗୁଆମାଳ ସେବା ସମବାୟ ସମିତିରେ ଅଚଳାବସ୍ଥା ଦେଖାଦେଇଛି। ଗତ ୪ ମାସ  ଧରି ଏହି ସମିତିରେ ତାଲା ଝୁଲୁଛି। ଫଳରେ ଚାଷୀମାନେ ଏହି ସମିତିରୁ ଉପକୃତ ହୋଇପାରୁ ନାହାନ୍ତି।