ବାଲେଶ୍ୱର

‘ବରିଷ୍ଠ ନାଗରିକଙ୍କୁ ବଞ୍ଚିବା ଭଳି ଭତ୍ତା ଦିଅ’:୧୫୦ବଦଳରେ ୫ଶହ ଗ୍ରାମ୍‌ ଚାଉଳ ଦିଅ

‘ବରିଷ୍ଠ ନାଗରିକଙ୍କୁ ବଞ୍ଚିବା ଭଳି ଭତ୍ତା ଦିଅ’:୧୫୦ବଦଳରେ ୫ଶହ ଗ୍ରାମ୍‌ ଚାଉଳ ଦିଅ

ବାଲିଆପାଳ/ରସାଳପୁର,୬।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ବାଲିଆପାଳ ଅନ୍ୟଦାତା ଜରା ମହାସଂଘ ତରଫରୁ ବୁଧବାର ୬ ଦଫା ଦାବି ନେଇ ବ୍ଲକ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବରିଷ୍ଠ ନାଗରିକଙ୍କୁ ଉଚିତ ସୁରକ୍ଷା ଓ ସୁବିଧା ମିଳୁ ନ ଥିବା ବିକ୍ଷୋଭକାରୀ ଅଭିଯୋଗ କରିଥିଲେ। 

ଖୋଲିଲା ଜିଲାର ପ୍ରଥମ ଧାନମଣ୍ଡି : ପ୍ରଥମ ପର୍ଯ୍ୟାୟରେ କିଣାଯିବ ୯ .୫୫ ଲକ୍ଷ  କୁଇଣ୍ଟାଲ ଧାନ

ଖୋଲିଲା ଜିଲାର ପ୍ରଥମ ଧାନମଣ୍ଡି : ପ୍ରଥମ ପର୍ଯ୍ୟାୟରେ କିଣାଯିବ ୯ .୫୫ ଲକ୍ଷ କୁଇଣ୍ଟାଲ ଧାନ

ସଜନାଗଡ଼,୬।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପସ୍‌ ଅଧୀନ ମିତ୍ରପୁର ସୋସାଇଟିରେ ବୁଧବାର ଖୋଲିଛି ଜିଲାର ପ୍ରଥମ ଧାନମଣ୍ଡି। ଅନ୍ୟ ଅଞ୍ଚଳରେ ପର୍ଯ୍ୟୟ କ୍ରମେ ମଣ୍ଡି ଖୋଲିବ। ଚାଷୀଙ୍କଠାରୁ  ଖରିଫ ଧାନ କିଣିବା ସକାଶେ  ନିର୍ଦ୍ଧାରିତ ସମୟ ପୂର୍ବରୁ ସଅଳ ମଣ୍ଡି ଖୋଲାଯିବା କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ଉଦ୍‌ଘାଟନ ଅବସରରେ ସୂଚନା ଦିଆଯାଇଥିଲା।

ହକି ପାଇଁ ଦୌଡ଼: ସୁଶାନ୍ତ ପ୍ରଥମ, ଧନଞ୍ଜୟ ଦ୍ୱିତୀୟ

ରୂପ୍‌ସା,୬।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ରୂପ୍‌ସା ଥାନା ଅନ୍ତର୍ଗତ ଗଡ଼ପଦା ପଞ୍ଚାୟତ ବିଜୁ ଯୁବ ବାହିନୀ ହକି ବିଶ୍ୱକପ୍‌ ଉଦ୍ଦେଶ୍ୟରେ ବୁଧବାର ପଞ୍ଚାୟତସ୍ତରୀୟ ଗଣଦୌଡ଼ ଓ ଦୌଡ଼ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 

ସରସ୍ବତୀପୁର ଗୁଡ ନ୍ୟୁଜ୍‌ ଡ୍ରିମ୍‌ ହାଉସ ସେଣ୍ଟର ସିଲ୍‌:  ଥାନାରେ ଦିଆଯାଇନି ଏତଲା, ବଢୁଛି ସନ୍ଦେହ

ସରସ୍ବତୀପୁର ଗୁଡ ନ୍ୟୁଜ୍‌ ଡ୍ରିମ୍‌ ହାଉସ ସେଣ୍ଟର ସିଲ୍‌: ଥାନାରେ ଦିଆଯାଇନି ଏତଲା, ବଢୁଛି ସନ୍ଦେହ

ରେମୁଣା,୬ା୧୨(ଡିଏନଏ) - ରାଜ୍ୟରେ ଥିବା ଗୁଡ୍‌ ନ୍ୟୁଜ ଡ୍ରିମ୍‌ ହାଉସ ସେଣ୍ଟରର ବିଭିନ୍ନ ଶାଖାରେ ଅନ୍ତେବାସିନୀଙ୍କୁ ନିର୍ଯାତନା ସାଙ୍ଗକୁ ବହୁ ଅନିୟମିତ କାର୍ଯ୍ୟ ହୋଇଥିବା ପଦାକୁ ଆସିବାରେ ଲାଗିଛି।  ଢ଼େଙ୍କାନାଳରେ ଥିବା ଏହି ସଂସ୍ଥାରେ ନାବାଳିକାଙ୍କୁ ଯୌନ ନିର୍ଯାତନା  ଦିଆଯାଉଥିବା  ଅଭିଯୋଗ ହେବା ପରେ  ବାଲେଶ୍ୱର ଜିଲା ଶିଶୁ ମଙ୍ଗଳ କମିଟି ଏବଂ ଜିଲା ଶିଶୁ ସୁରକ୍ଷା ୟୁନିଟ୍‌ ରେମୁଣା ବ୍ଲକ ସରସ୍ବତୀପୁର ପଞ୍ଚାୟତ ନିକଟରେ ଥିବା ଏହାର ଏକ ଶାଖାରେ ସୋମବାର ଚଢାଉ କରି ତଦନ୍ତ କରିଥିଲା। 

ମୟୂରଭଞ୍ଜ ମହୋତ୍ସବ ଉଦ୍‌ଘାଟିତ

ମୟୂରଭଞ୍ଜ ମହୋତ୍ସବ ଉଦ୍‌ଘାଟିତ

 ବାରିପଦା ଅଫିସ,୬।୧୨- ମୟୂରଭଞ୍ଜ ଜିଲାର କଳା, ସଂସ୍କୃତି, ପରମ୍ପରା ଓ ଐତିହ୍ୟକୁ ଲୋକଲୋଚନକୁ ଆଣିବା  ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ମୟୂରଭଞ୍ଜ ମହୋତ୍ସବ-୨୦୧୮ ।  ଏହି ଅବସରରେ ଦର୍ଶକମାନେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ମୟୂରଭଞ୍ଜ ଜିଲାର  ପାରମ୍ପରିକ ଖାଦ୍ୟର ମଜା ନେଇପାରିବେ। 

ଆଜି ମଝିଗଡ଼ିଆ ସରପଞ୍ଚ ଉପନିର୍ବାଚନ

କପ୍ତିପଦା,୬ା୧୨(ଡ଼ି.ଏନ.ଏ.)-ରାତି ପାହିଲେ କପ୍ତିପଦା ବ୍ଲକ୍‌ ମଝିଗଡ଼ିଆ ପଞ୍ଚାୟତର ସରପଞ୍ଚ ଉପନିର୍ବାଚନ  । ଏଥିନିମନ୍ତେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେଥିପାଇଁ ସେକ୍ଟର ଅଫିସର ଦାୟିତ୍ୱରେ ଥିବା ବ୍ଲକ୍‌ ସାମାଜିକ ସୁରକ୍ଷା ଅଧିକାରୀ ରାଧାକୃଷ୍ଣ ରାଉତ, ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା ଜିପିଇଓ ଶଶୀଶେଖର ଷଡ଼ଙ୍ଗୀ ବୁଥ୍‌ଗୁଡ଼ିକ ବୁଲି ତଦାରଖ କରିଛନ୍ତି । 

୧୪ ରେ ନିଯୁକ୍ତି ମେଳା: ଆସିବେ ୨୪ କମ୍ପାନୀ

ବାରିପଦା ଅଫିସ,୬।୧୨- ଶିଳ୍ପ ଶୂନ୍ୟ ମୟୂରଭଞ୍ଜ ଜିଲାରେ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକାରୀ ସହାୟତାରେ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ଆସନ୍ତା ୧୪ ତାରିଖରେ ସ୍ଥାନୀୟ ଛଉ ପଡିଆରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ।  ଏଥିରେ କେବଳ ବାରିପଦା ଓ ଉଦଳା ଉପଖଣ୍ଡର ବେକାର ଯୁବତୀଯୁବକ ଭାଗ ନେଇ ପାରିବେ।

ନିଷିଦ୍ଧାଞ୍ଚଳରୁ ବୋଟ୍‌ ଜବତ: ୫ ମତ୍ସ୍ୟଜୀବୀ ଗିରଫ

ଚାନ୍ଦବାଲି, ୬।୧୨ (ଡି.ଏନ.ଏ.)- ଭଦ୍ରକ ବନ୍ୟପ୍ରାଣୀ ବିଭାଗ ଗହୀରମଥା ନିଷିଦ୍ଧାଞ୍ଚଳରୁ ମାଛ ମାରୁଥିବା ଏକ ବୋଟ୍‌ ବୁଧବାର ଜବତ କରିଛି। ବୋଟ୍‌ରେ ଥିବା ୫ ମତ୍ସ୍ୟଜୀବୀଙ୍କୁ ଗିରଫ କରାଯାଇଛି। ବୁଧବାର ସକାଳେ ନିଷିଦ୍ଧାଞ୍ଚଳରେ ଏକ ବୋଟ୍‌ ମାଛ ମାରୁଥିବା ଖବର ପାଇ ଧାମରା ବନପାଳ ଗଦାଧର ବିଶ୍ୱାଳଙ୍କ ନେତୃତ୍ୱରେ କେତେକ ବନରକ୍ଷୀ ଘଟଣାସ୍ଥଳରେ ପହଞ୍ଚିଥିଲେ। 

ଶାରଦା ଦେବୀଙ୍କ ଆଗମନୀ ଉତ୍ସବ:  ମହକୁଛି କୋଠାର ସ୍ମୃତି ମନ୍ଦିର

ଶାରଦା ଦେବୀଙ୍କ ଆଗମନୀ ଉତ୍ସବ: ମହକୁଛି କୋଠାର ସ୍ମୃତି ମନ୍ଦିର

ଧାମନଗର, ୬।୧୨ (ଡି.ଏନ.ଏ.) - ମା’ ଶାରଦା  ଦେବୀଙ୍କ  ଆଗମନୀ ଉତ୍ସବ ପାଳନ ଅବସରରେ ଭଦ୍ରକ ଜିଲା ଧାମନଗର ବ୍ଲକ କୋଠାର ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି। ବୁଧବାର ଭୋର ସମୟରେ ମଙ୍ଗଳ ଆଳତି, ଚଣ୍ଡିପାଠ, ଭଜନ କୀର୍ତ୍ତନ ପରେ ବଡ଼ପୋଖରୀ ଘାଟରୁ ୧୦୮ କଳସ ଶୋଭାଯାତ୍ରା ବାହାରିଥିଲା। ଏହାପରେ ମା’ଙ୍କୁ ସୁସଜ୍ଜିତ ପାଲିଙ୍କିରେ ଗ୍ରାମ ଏବଂ କୋଠାର ଛକ ଭ୍ରମଣ କରାଯାଇଥିଲା।

ଭିତ୍ତିଭୂମି ନ ଥାଇ ଅଙ୍ଗନୱାଡି

ଭିତ୍ତିଭୂମି ନ ଥାଇ ଅଙ୍ଗନୱାଡି

ତେଲକୋଇ, ୬।୧୨(ଡି.ଏନ.ଏ.): ଆଦିବାସୀ ବହୁଳ ତେଲକୋଇ ଅଞ୍ଚଳରେ ଶିଶୁ ପ୍ରକଳ୍ପ ବିଭାଗ ପକ୍ଷରୁ ଚାଲିଥିବା ଅଙ୍ଗନୱାଡି କେନ୍ଦ୍ରର ନିଜସ୍ବ ଗୃହ ନ ଥିବାରୁ ଛାତ୍ରୀଛାତ୍ର ହଇରାଣ ହେଉଛନ୍ତି। ଅଧିକାଂଶ କେନ୍ଦ୍ର ଗ୍ରାମ ମଣ୍ଡପ, କ୍ଲବ ଗୃହ, ବିଦ୍ୟାଳୟ ଓ ଜଙ୍ଗଲ ସୁରକ୍ଷା ଗୃହରେ ପାଠପଢ଼ା ଚାଲିଛି। 

ଗାଁର ନାଁ ସିଲିସୁଆଁ ମୁଣ୍ଡାସାହି

ଗାଁର ନାଁ ସିଲିସୁଆଁ ମୁଣ୍ଡାସାହି

ରାଇସୁଆଁ, ୬।୧୨(ଡି.ଏନ.ଏ.): ଗାଁର ନାଁ ସିଲିସୁଆଁ ମୁଣ୍ଡାସାହି। ଏଠି ଶତପ୍ରତିଶତ ଆଦିବାସୀ ଲୋକ  ବସବାସ କରନ୍ତି। ଦେଶ ସ୍ବାଧୀନ ହେବାର ଅନେକ ବର୍ଷ ପରେ ବି ସେମାନେ ଅବହେଳିତ ଜୀବନ ବିତାଉଛନ୍ତି। ଗ୍ରାମରେ ଉନ୍ନତିର ସାମାନ୍ୟତମ ଝଲକ ଦେଖିବାକୁ ମିଳିନାହିଁ। 

‘ସନ୍ତୁଳିତ ସାର ପ୍ରୟୋଗ ଦ୍ୱାରା ମୃତ୍ତିକାର ସ୍ବାସ୍ଥ୍ୟରକ୍ଷା ସମ୍ଭବ’

‘ସନ୍ତୁଳିତ ସାର ପ୍ରୟୋଗ ଦ୍ୱାରା ମୃତ୍ତିକାର ସ୍ବାସ୍ଥ୍ୟରକ୍ଷା ସମ୍ଭବ’

ସଜନାଗଡ଼,୫।୧୨(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରିଠାରେ ବୁଧବାର ବ୍ଲକସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଥିଲା। ଏହି ବ୍ଲକ ଅନ୍ତର୍ଗତ ଅଯୋଧ୍ୟା ପଞ୍ଚାୟତରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଚାଷ ଜମିରେ ସନ୍ତୁଳିତ ସାର ପ୍ରୟୋଗ କଲେ ଅଧିକ ଅମଳ ମିଳିବା ସହିତ  ମୃତ୍ତିକାର ସ୍ବାସ୍ଥ୍ୟ ଠିକ୍‌  ରହିପାରିବ । 

ନୂଆ ପେନସନ୍‌ ନୀତି ବିରୋଧରେ ବିକ୍ଷୋଭ :ଜାନୁୟାରୀରେ  ତିନିଦିନିଆ ହରତାଳ ଚେତାବନୀ

ନୂଆ ପେନସନ୍‌ ନୀତି ବିରୋଧରେ ବିକ୍ଷୋଭ :ଜାନୁୟାରୀରେ ତିନିଦିନିଆ ହରତାଳ ଚେତାବନୀ

ବାଲେଶ୍ୱର ଅଫିସ, ୫।୧୨- ବାଲେଶ୍ୱର ଚାନ୍ଦିପୁରସ୍ଥିତ ଆଇଟିଆର୍‌ ସମ୍ମୁଖରେ ଡିଫେନ୍ସ ଏମ୍ଲୋଇଜ୍‌ ଫେଡେରେଶନ୍‌ ପକ୍ଷରୁ ରାଷ୍ଟ୍ରୀୟ ପେନସନ ଯୋଜନାକୁ ବିରୋଧ କରି ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। 

ଉପଖଣ୍ଡ ହସ୍ପିଟାଲ ଦାବିରେ ଗଣବିକ୍ଷୋଭ:ଦାବି ପୂରଣ ନହେଲେ ଗଣଆନ୍ଦୋଳନ- କ୍ରିୟାନୁଷ୍ଠାନ କମିଟି

ଉପଖଣ୍ଡ ହସ୍ପିଟାଲ ଦାବିରେ ଗଣବିକ୍ଷୋଭ:ଦାବି ପୂରଣ ନହେଲେ ଗଣଆନ୍ଦୋଳନ- କ୍ରିୟାନୁଷ୍ଠାନ କମିଟି

ଭୋଗରାଇ,୫।୧୨(ଡି.ଏନ.ଏ.)-ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଜଳେଶ୍ୱରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଉପଖଣ୍ଡସ୍ତରୀୟ ହସ୍‌ପିଟାଲ ପ୍ରତିଷ୍ଠା କରିବା ଦାବି ନେଇ ବୁଧବାର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗଣବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

୧୦୪ ପ୍ରକଳ୍ପ  ଲାଗି ୨କୋଟି

୧୦୪ ପ୍ରକଳ୍ପ ଲାଗି ୨କୋଟି

ଭଞ୍ଜକିଆ, ୫ା୧୨(ଡିଏନ୍‌ଏ)- ମୟୂରଭଞ୍ଜ ଜିଲା ରରୁଆଁ ବ୍ଲକ୍‌ର ପୃଥ୍ବୀନାଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଖେଳ ପଡ଼ିଆରେ ‘ଆମ ଗାଆଁ ଆମ ବିକାଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ବାଲେଶ୍ୱରରେ ଜାଲ ନୋଟ୍‌ କାରବାର: ସନ୍ଦେହରେ ଝାଡଖଣ୍ଡର ୩ ଅଭିଯୁକ୍ତ ଅଟକ

ବାଲେଶ୍ୱରରେ ଜାଲ ନୋଟ୍‌ କାରବାର: ସନ୍ଦେହରେ ଝାଡଖଣ୍ଡର ୩ ଅଭିଯୁକ୍ତ ଅଟକ

ବାଲେଶ୍ୱର ଅଫିସ,୫।୧୨- ଜାଲନୋଟ୍‌ କାରବାର କରୁଥିବା ସନ୍ଦେହରେ ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ପୋଲିସ ଝାଡଖଣ୍ଡର ୩ ଅଭିଯୁକ୍ତଙ୍କୁ ଅଟକ ରଖି ତଦନ୍ତ ଚଳାଇଛି । ସେମାନେ କୌଣସି ର଼୍ୟାକେଟ ସହ ସମ୍ପୃକ୍ତ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି। ୪ଟି ଶହେ ଟଙ୍କିଆ ନୋଟ ଉଦ୍ଧାର କରି ଏହାକୁ ପରୀକ୍ଷା କରିବା ଲାଗି ପୋଲିସ ବ୍ୟାଙ୍କକୁ  ପଠାଇଛି। ଅଭିଯୁକ୍ତମାନଙ୍କର ଆଧାରକାର୍ଡ଼, କାଗଜପତ୍ର ଏବଂ ସାମଗ୍ରୀ ଜବତ କରିଥିବା ପୋଲିସ ସୂଚନା ଦେଇଛିି। 

୧୫ ଚାଷୀଙ୍କୁ  ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ

୧୫ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ

ବାରିପଦା ଅଫିସ,୫।୧୨- କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ କୃଷି ବିଜ୍ଞାନ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ବାରିପଦା ମାର୍ଗାବାଡିସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ବୁଧବାର ବିଶ୍ୱ ମୃତ୍ତିିକା ଦିବସ ପାଳିତ ହୋଇଯାଇଛି।

ସେଲ୍‌ଟର ହୋମ୍‌ରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣା: ପ୍ରଫୁଲ୍ଲ ସାମଲଙ୍କ କୁଶପୁତ୍ତଳିକା ଦାହ କଲା ଭାଜପା

ସେଲ୍‌ଟର ହୋମ୍‌ରେ ମହିଳାଙ୍କୁ ନିର୍ଯ୍ୟାତନା ଘଟଣା: ପ୍ରଫୁଲ୍ଲ ସାମଲଙ୍କ କୁଶପୁତ୍ତଳିକା ଦାହ କଲା ଭାଜପା

ଭଣ୍ଡାରିପୋଖରୀ,୫।୧୨(ଡି.ଏନ୍‌.ଏ.): ରାଜ୍ୟରେ ମହିଳାମାନଙ୍କ ଉପରେ ନିୟମିତ ଭାବେ ବଢ଼ି ଚାଲିଛି ନିର୍ଯ୍ୟାତନା। ନିକଟରେ ରାଜ୍ୟର ବିଭିନ୍ନ ସେଲ୍‌ଟର ହୋମରେ ମହିଳାଙ୍କୁ ଶାରିରିକ ତଥା ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ଜଣାପଡ଼ିବା ପରେ ବିଭିନ୍ନ ସ୍ଥାନରେ ଏହାକୁ ନିନ୍ଦା କରାଯାଉଛି। ଏହି କ୍ରମରେ ବେଲଟିକିରୀ ସେଲ୍‌ଟର ହୋମ୍‌ର ଅନ୍ତେବାସୀଙ୍କୁ ନିର୍ଯ୍ୟାତନା ରୋକିବାରେ ସରକାର ବିଫଳ ଦର୍ଶାଇ ବୁଧବାର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଇସ୍ତଫା ଦାବି ସହ କୁଶପୁତ୍ତଳିକା ଦାହ କରାଯାଇଛି।

ଭଦ୍ରକରେ ବଢ଼ୁଛି କାଠ ଚୋରା ଚାଲାଣ: ଚଢ଼ାଉ କରି ଶାଗୁଆନ କାଠ ବୋଝେଇ ଭ୍ୟାନ ଜବତ କଲା ବନବିଭାଗ

ଭଦ୍ରକରେ ବଢ଼ୁଛି କାଠ ଚୋରା ଚାଲାଣ: ଚଢ଼ାଉ କରି ଶାଗୁଆନ କାଠ ବୋଝେଇ ଭ୍ୟାନ ଜବତ କଲା ବନବିଭାଗ

ଭଣ୍ଡାରିପୋଖରୀ,୫।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲାରେ ଦିନକୁ ଦିନ ଚୋରା କାଠ ବେପାରୀଙ୍କ ପ୍ରାର୍ଦୁଭାବ ବଢ଼ିବାରେ ଲାଗିଛି। ଯାଜପୁର ଜିଲାରୁ ଦୈନିକ ଚୋରା କାଠ ଭଦ୍ରକ ଜିଲାରୁ ଆସୁଥିବା ବେଳେ ଏବେ ଭଦ୍ରକରୁ ଯାଜପୁର କାଠ ଚାଲାଣ ହେବାରେ ଲାଗିଛି।

ଭିନ୍ନକ୍ଷମଙ୍କୁ ଉପକରଣ  ବଣ୍ଟନ

ଭିନ୍ନକ୍ଷମଙ୍କୁ ଉପକରଣ ବଣ୍ଟନ

ଭଦ୍ରକ ଅଫିସ,୫।୧୨: ଭଦ୍ରକ ଜିଲାପାଳଙ୍କ ଅଫିସ ପରିସର ଭିନ୍ନକ୍ଷମଙ୍କୁ ବିଭିନ୍ନ ଉପକରଣ  ବଣ୍ଟନ କରାଯାଇଛି l 

ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ନେଇ ରାସ୍ତାରୋକୋ

ପ୍ରଧାନ ଶିକ୍ଷକଙ୍କ ନିଲମ୍ବନ ନେଇ ରାସ୍ତାରୋକୋ

ଧାମନଗର,୫।୧୨(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମନଗର ବ୍ଲକ ଖଡ଼ିପଡ଼ା ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ଜେନାଙ୍କୁ ବିଇଓଙ୍କ ନିଲମ୍ବନ କରିଛନ୍ତି। 

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବୀର

ପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବୀର

ପାଟଣା, ୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟର ଛାତ୍ରୀମାନଙ୍କୁ ନେଇ ବୁଧବାରଠାରୁ ୧୨ ଦିନିଆ ଆତ୍ମରକ୍ଷା ଶିବୀର ଆରମ୍ଭ ହୋଇଛି । କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଙ୍କର୍ଷଣ ସାହୁ  ଉଦ୍‌ଘାଟନ କରିଛନ୍ତି।

ମିତ୍ରପୁରରେ ଖୋଲିଲା ଜିଲାସ୍ତରୀୟ ଧାନମଣ୍ଡି

ମିତ୍ରପୁରରେ ଖୋଲିଲା ଜିଲାସ୍ତରୀୟ ଧାନମଣ୍ଡି

ସଜନାଗଡ଼,୫।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଲ୍ୟାମ୍ପ ଅଧୀନ ମିତ୍ରପୁର ସୋସାଇଟିରେ ବୁଧବାର ଜିଲାସ୍ତରୀୟ ଧାନମଣ୍ଡି ଖୋଲାଯାଇଛି। 

ଜିଲାସ୍ତରୀୟ ବିଶ୍ୱ ମୃତ୍ତିକା  ଦିବସ ପାଳନ

ଜିଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ପାଳନ

ଭଦ୍ରକ ଅଫିସ,୫।୧୨: ଭଦ୍ରକ ଜିଲା ସଂସ୍କୃତି ଭବନ ପରିସରରେ ଜିଲାସ୍ତରୀୟ ବିଶ୍ୱ ମୃତ୍ତିକା ଦିବସ ବୁଧବାର ପାଳିତ ହୋଇଯାଇଛି l