ବାଲେଶ୍ୱର

ଲୋକ ପ୍ରତିନିଧିଙ୍କୁ ଅଣଦେଖା

ଲୋକ ପ୍ରତିନିଧିଙ୍କୁ ଅଣଦେଖା

କେନ୍ଦୁଝର, ୧୨ା୧(ସ୍ବ.ପ୍ର.): ସଦର ବ୍ଲକ ମଇଦାନକେଲ ପଞ୍ଚାୟତରେ ବ୍ୟାପକ ଦୁର୍ନୀତି ହେଉଥିବା ଅଭିଯୋଗ ହୋଇଚି। ଏ ନେଇ ଓ୍ବାର୍ଡ କେତେକ ସଭ୍ୟ ଶୁକ୍ରବାର ଡିଆରଡିଏ ପ୍ରକଳ୍ପ ପ୍ରଶାସକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।

ଜଳ ଆୟୋଗ ଅଧିକାରୀଙ୍କ ଆଖୁଆପଦା ଆନିକଟ ପରିଦର୍ଶନ

ଜଳ ଆୟୋଗ ଅଧିକାରୀଙ୍କ ଆଖୁଆପଦା ଆନିକଟ ପରିଦର୍ଶନ

ଭଣ୍ଡାରିପୋଖରୀ, ୧୨।୧ (ଡି.ଏନ.ଏ.) - କେନ୍ଦ୍ରୀୟ ଜଳ ଆୟୋଗ ଅଧିକାରୀ ଗୌତମ କୁମାର ଶୁକ୍ରବାର ଅପରାହ୍ନରେ ଆସି ଭଣ୍ଡାରିପୋଖରୀ ବ୍ଲକ ଆଖୁଆପଦାସ୍ଥିତ ବୈତରଣୀ ନଦୀ ଆନିକଟ ପରିଦର୍ଶନ କରିଛନ୍ତି। ଜଳ ଆୟୋଗ ଅଧିକାରୀ ଓ ସହ ବିଭାଗୀୟ ଅଧିକାରୀମାନେ ଆନିକଟ ପରିଦର୍ଶନ କରି ବୈତରଣୀ ନଦୀ ଜଳ ପ୍ରବାହ ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା

ରାଜ୍ୟସ୍ତରୀୟ ଯୋଗାସନ ପ୍ରତିଯୋଗିତା

ବାରିପଦା ଅଫିସ,୧୨।୧- ମୟୂରଭଞ୍ଜ ଜିଲା ଶାମାଖୁଣ୍ଟା ବ୍ଳକ ସ୍ଥିତ ଏସଭିଏସ ସିନିୟର ସେକେଣ୍ଡାରୀ ସ୍କୁଲ ପରିସରରେ ରାଜ୍ୟସ୍ତରୀୟ ୧୪ବର୍ଷ ଓ ୧୭ବର୍ଷରୁ କମ ବାଳକ ଓ ବାଳିକା ବର୍ଗର ଯୋଗାସନ ପ୍ରତିଯୋଗିତା ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି।

ମକରକୁ ଆଉ ୨ ଦିନ: ହାଟରେ ଜମୁଛି ଭିଡ

ମକରକୁ ଆଉ ୨ ଦିନ: ହାଟରେ ଜମୁଛି ଭିଡ

ଉଦଳା,୧୨।୧ (ଡି.ଏନ.ଏ.) - ମୟୂରଭଞ୍ଜ ଜିଲାର ଗଣପର୍ବ ମକରକୁ ଆଉ ୨ ଦିନ ବାକି ରହିଛି । ଏଥିନିମନ୍ତେ ଶୁକ୍ରବାର କପ୍ତିପଦା ଉପଖଣ୍ଡର ସଦର ମହକୁମା ଉଦଳା ସାପ୍ତାହିକ ହାଟରେ  ପ୍ରବଳ ଜନସମାଗମ ହୋଇଥିବା ଦେଖିବାକୁ ମିଳିଛି ।

ପୁନଃଉଦ୍ଧାର ହେବ ପାଉଁଶିଆ ବନ୍ଧ

ପୁନଃଉଦ୍ଧାର ହେବ ପାଉଁଶିଆ ବନ୍ଧ

ବଡ଼ସାହି,୧୨ା୧(ସ୍ବ.ପ୍ର)- ପାଉଁଶିଆ ବନ୍ଧର ପୁନରୁଦ୍ଧାର ହେବ ବୋଲି ଏକ ବନ୍ଧୁମିଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବଡ଼ସାହି ବିଧାୟକ ଗଣେଶ୍ୱର ପାତ୍ର  କହିଛନ୍ତି କ୍ଷୁଦ୍ର ଜଳସେଚନ ବିଭାଗ ଅଧୀନରେ ଥିବା ଏହି ବନ୍ଧର ଜଳଧାରଣ କ୍ଷମତା ବୃଦ୍ଧି ପାଇଁ ପୁନଃଉଦ୍ଧାର କାର୍ଯ୍ୟ କରାଯିବ 

  ୪୭ ପ୍ରକଳ୍ପ ଲାଗି ୨କୋଟି ୭୫ଲକ୍ଷ ଟଙ୍କା  ମଞ୍ଜୁର

୪୭ ପ୍ରକଳ୍ପ ଲାଗି ୨କୋଟି ୭୫ଲକ୍ଷ ଟଙ୍କା ମଞ୍ଜୁର

ବାରିପଦା ଅଫିସ,୧୨।୧- ମୟୂରଭଞ୍ଜ ଜିଲାର ବାରିପଦା ବ୍ଲକରେ ଶୁକ୍ରବାର ‘ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମ ସ୍ଥାନୀୟ ଷ୍ଟେଶନ ବଜାର ଖେଳପଡ଼ିଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି  କାର୍ଯ୍ୟକ୍ରମକୁ  ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରି ବାରିପଦା ବ୍ଲକର ୧୦ଟି ପଞ୍ଚାୟତବାସୀଙ୍କ ସହ କଥା ହୋଇଛନ୍ତି। 

ବାରିପଦାରେ ପୁଣି ମାତିଲେ ଲୁଟେରା : ଲୁଟିନେଲେ ୨ ଲକ୍ଷ, ୨ ଜଣଙ୍କ ଘରୁ ଚୋରି

ବାରିପଦା ଅଫିସ,୧୨।୧- ବାରିପଦା ସହରରେ ଗତ ବର୍ଷ ରଥଯାତ୍ରା ସମୟରେ ୫ଟି ଏଟିଏମରୁ ଲୁଟେରାମାନେ ଲକ୍ଷାଧିକ ଟଙ୍କା ଲୁଟି ନେଇଥିଲେ।  ସେମାନଙ୍କୁ ପୋଲିସ ଠାବ କରି ପାରି ନ ଥିବାବେଳେ ସହରରେ ପୁଣି ଲୁଟେରାଙ୍କ ପ୍ରାଦୁର୍ଭାବ ଦେଖିବାକୁ ମିଳିଛି।

ଚାନ୍ଦିପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ନୃତ୍ୟ, ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ଚାନ୍ଦିପୁର ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା: ନୃତ୍ୟ, ଗୀତର ତାଳେ ତାଳେ ଝୁମିଲେ ଦର୍ଶକ

ବାଲେଶ୍ୱର ଅଫିସ,୧୨।୧-ବାଲେଶ୍ୱର ସୁବର୍ଣ୍ଣ ୨୧ତମ ଚାନ୍ଦିପୁର ବେଳାଭୂମି ମହୋତ୍ସବର ଶୁକ୍ରବାର ଦ୍ୱିତୀୟ ସନ୍ଧ୍ୟାରେ ନୃତ୍ୟ, ଗୀତର ତାଳେ ତାଳେ ଦର୍ଶକ ଝୁମିଥିଲେ। ମହୋତ୍ସବ ପର୍ଯ୍ୟଟନ ଅର୍ଥନୈତିକ ଅଭିବୃଦ୍ଧିର ଏକ ପ୍ରମୁଖ ମାଧ୍ୟମ।

ନିର୍ଦ୍ଦେଶ ପରେ ବି କାର୍ଯ୍ୟରେ ଯୋଗଦେଲେନି: ୨୧୫ ଜିଆରଏସ୍‌ଙ୍କୁ ଦାୟିତ୍ୱରୁ ଅନ୍ତର

ବାଲେଶ୍ୱର ଅଫିସ,୧୨।୧-ଗତ ନଭେମ୍ବର ୧୫ତାରିଖରୁ ଗ୍ରାମ ରୋଜଗାର ସେବକ(ଜିଆରଏସ)ମାନେ ନିରବଚ୍ଛିନ୍ନ ଭାବେ ସମୂହ ଆନ୍ଦୋଳନ ଚଳାଇ ଆସୁଥିବାରୁ ଏମଜିଏନଆରଇଜିଏସ୍‌, ଗ୍ରାମୀଣ ଆବାସ ଭଳି ଯୋଜନା କାର୍ଯ୍ୟକାରୀ ହେବାରେ ସମସ୍ୟା ଉପୁଜୁଛି।

‘ଆମ ଜୀବନରେ ନୂଆବର୍ଷ’

‘ଆମ ଜୀବନରେ ନୂଆବର୍ଷ’

ବସ୍ତା, ୧୨।୧(ସ୍ବ.ପ୍ର.)-ଇଣ୍ଡିଆନ ରୁରାଲ ୱେଲଫେୟାର ଟ୍ରଷ୍ଟ ଦ୍ୱାରା ପରିଚାଳିତ ବସ୍ତାସ୍ଥିତ ସାଇ ଆଶ୍ରୟ ବୃଦ୍ଧାଶ୍ରମରେ ‘ଆମ ଜୀବନରେ ନୂଆବର୍ଷ’ ପାଳନ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବାଲେଶ୍ୱର ଆରଟିଓ ବିକାଶ କୁମାର ଚୌଧୁରୀ ଯୋଗ ଦେଇଥିଲେ।

ନୀଳଗିରି ଅଞ୍ଚଳରେ ଧାନର ଅଭାବୀ ବିକ୍ରି

ନୀଳଗିରି ଅଞ୍ଚଳରେ ଧାନର ଅଭାବୀ ବିକ୍ରି

ସଜନାଗଡ଼, ୧୨।୧(ଡି.ଏନ.ଏ.)-ରାଜ୍ୟ ସରକାର ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ଠିକ୍‌ ଭାବେ ଯୋଗାଇ ଦେବାକୁ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି। ହେଲେ ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ମିଲର୍ସଙ୍କ ଅସହଯୋଗ ଯୋଗୁ ଚାଷୀମାନଙ୍କୁ ହଇରାଣ ହେବାକୁ ପଡୁଛି। 

ଚୋରା ପଥର, ବାଲି ବୋଝେଇ ଗାଡି ଜବତ

ଚୋରା ପଥର, ବାଲି ବୋଝେଇ ଗାଡି ଜବତ

ନୀଳଗିରି, ୧୧।୧(ଡି.ଏନ.ଏ.)-ନୀଳଗିରି ତହସିଲ ଅଧୀନ ମିତ୍ରପୁର ଅଞ୍ଚଳରେ ପ୍ରଶାସନ ଲଗାତର ୨ଦିନ  ଚଢାଉ କରି ୩ଟି ଚୋରା ପଥର ଓ ଗୋଟିଏ ବାଲି ବୋଝେଇ ଡମ୍ପର ଜବତ କରିଛି ।  ଜବତ ଗାଡିରେ ଜରିମାନା ଧାର୍ଯ୍ୟ ହୋଇ ନ ଥିବା ତହସିଲଦାର ରାଜେନ୍ଦ୍ର କୁମାର ପଣ୍ଡା କହିଛନ୍ତି।

ନେସ୍କୋ ଷ୍ଟୋର୍‌ରୁ ଚୋରି ମାମଲା:୪ ଗିରଫ

ନେସ୍କୋ ଷ୍ଟୋର୍‌ରୁ ଚୋରି ମାମଲା:୪ ଗିରଫ

ବାଲେଶ୍ୱର ଅଫିସ,୧୧।୧-ବାଲେଶ୍ୱର ବାଲିଆସ୍ଥିତ ନେସ୍କୋ ଇଲେକ୍ଟ୍ରିକାଲ ଡିଭିଜନ୍‌ର ଷ୍ଟୋରରୁ ଲକ୍ଷାଧିକ ଟଙ୍କାର ବଳକା ସାମଗ୍ରୀ ଚୋରି ହୋଇଥିବା ନେଇ ନିର୍ବାହୀଯନ୍ତ୍ରୀ ଅନନ୍ତ ନାରାୟଣ ବିଶୋଇ ୨୦୧୮ ନଭେମ୍ବର ୧୪ ତାରିଖରେ ସହଦେବଖୁଣ୍ଟା ମଡ଼େଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଫେରିଘାଟ ନିଲାମ ବାତିଲକୁ ନେଇ ଉତ୍ତେଜନା

ଫେରିଘାଟ ନିଲାମ ବାତିଲକୁ ନେଇ ଉତ୍ତେଜନା

ଚାନ୍ଦବାଲି, ୧୧।୧ (ଡି.ଏନ.ଏ.) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ମନ୍ତେଇ ନଦୀର ବାଲିଆପାଳ ଫେରିଘାଟ ନିଲାମ ବାତିଲକୁ ନେଇ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା। ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। 

ସ୍ବଚ୍ଛ ମତଦାନ ନିମନ୍ତେ  ପଥପ୍ରାନ୍ତ ନାଟକ

ସ୍ବଚ୍ଛ ମତଦାନ ନିମନ୍ତେ ପଥପ୍ରାନ୍ତ ନାଟକ

ଉଦଳା,୧୧।୧ (ଡି.ଏନ.ଏ.) - ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ ଏହାକୁ ନେଇ  ରାଜନୀତି  ସରଗରମ ହେଲାଣି।   ତେବେ  ପ୍ରତି ଭୋଟର  ନିଜର ମୂଲ୍ୟବାନ ଭୋଟକୁ  ଠିକ୍‌ ଭାବେ ଉପଯୋଗ କରିବା ନେଇ  ଉଦଳା ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ ଛାତ୍ରୀଙ୍କ ଦ୍ୱାରା  ଏକ ପଥପ୍ରାନ୍ତ ନାଟକ ଆୟୋଜିତ ହୋଇଯାଇଛି ।

ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ଆୟକର ବିଭାଗର ଚଢ଼ାଉ

ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ଆୟକର ବିଭାଗର ଚଢ଼ାଉ

ଯୋଡ଼ା,୧୧।୧(ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡ଼ା ଖଣିମଣ୍ଡଳ ଅଧୀନ ଉଁଚ୍ଚବାଲି ମହାପର୍ବତସ୍ଥିତ ଇନ୍ଦ୍ରାଣୀ ପଟ୍ଟନାୟକ ଓ ସ୍ଥାନୀୟ ଡି. ଆର୍‌ ପଟ୍ଟନାୟକ ଖଣି କାର୍ଯ୍ୟାଳୟରେ ଶୁକ୍ରବାର ଏକକାଳୀନ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ୨ ଖଣିର ବିଭିନ୍ନ ନଥିପତ୍ର ଓ ଦସ୍ତାବିଜ୍‌ ଯାଞ୍ଚ କରାଯାଇଛି। ଆୟକର ଫାଙ୍କିଥିବା ନେଇ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। 

ପ୍ରୋତ୍ସାହନ ରାଶି ଦାବିରେ ସ୍ବାବଲମ୍ବୀ କାରିଗରଙ୍କ ଧାରଣା

ପ୍ରୋତ୍ସାହନ ରାଶି ଦାବିରେ ସ୍ବାବଲମ୍ବୀ କାରିଗରଙ୍କ ଧାରଣା

ବନ୍ତ, ୧୧।୧ (ଡି.ଏନ.ଏ.) - ଭଦ୍ରକ ଜିଲା ବନ୍ତ ବ୍ଲକରେ କାର୍ଯ୍ୟରତ ସ୍ବାବଲମ୍ବୀ କାରିଗରମାନେ ପ୍ରୋତ୍ସାହନ ରାଶି ପ୍ରଦାନ ଦାବିରେ ଶୁକ୍ରବାର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, ଏହି ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରେ ସ୍ବାବଲମ୍ବୀ କାରିଗରମାନେ ନିଯୁକ୍ତି ପାଇ ଦୀର୍ଘବର୍ଷ ଧରି କାର୍ଯ୍ୟ କରିଆସୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ ପଞ୍ଚାୟତରେ ସ୍ବାବଲମ୍ବୀ କାରିଗରଙ୍କର ପ୍ରୋତ୍ସାହନ ରାଶି ମଞ୍ଜୁର କରାଯାଉ ନ ଥିବାବେଳେ ଟୁଲ୍‌କିଟ୍ସ ପ୍ରଦାନର ଚୁକ୍ତିନାମାକୁ ନବୀକରଣ କରାଯାଉ ନାହିଁ।

ଅପେରାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଅପେରାର ସୁଯୋଗ ନେଇ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ବନ୍ତ,୧୧।୧(ସ୍ବ.ପ୍ର.): ଭଦ୍ରକ ଜିଲା ଆଗରପଡ଼ା ଥାନା ଧାନଘର ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଚୋରି ହୋଇଯାଇଛି। ଗ୍ରାମର ଦେବେନ୍ଦ୍ର ଦାସଙ୍କ ଘରୁ ନଗଦ ୧ ଲକ୍ଷ ଟଙ୍କା ଓ ୭ ଲକ୍ଷ ଟଙ୍କା ମୂଲ୍ୟର ସୁନାଗହଣା ଚୋରି ହୋଇଥିବା ଶୁକ୍ରବାର ଥାନାରେ ଅଭିଯୋଗ ହୋଇଛି।

ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ମୃତକଙ୍କ ପରିବାରକୁ ସହାୟତା ଦାବି

ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: ମୃତକଙ୍କ ପରିବାରକୁ ସହାୟତା ଦାବି

ହାଟଡିହୀ, ୧୧।୧ (ଡି.ଏନ.ଏ.) - ଦୁର୍ଘଟଣାରେ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ହାଟଡିହୀ ବ୍ଲକର କୁସଟିକିରୀ ଅଙ୍ଗନଓ୍ବାଡି କେନ୍ଦ୍ର କର୍ମୀ କିରଣ ନାଇକଙ୍କ ମୃତ୍ୟୁକୁ ନେଇ ବୁଧବାର ଉତ୍ତେଜନା ସ୍ଥିତି ସୃଷ୍ଟି ହୋଇଥିଲା। 

ଫଟୋଗ୍ରାଫର୍‌ ରମେଶ ସିଂହ ସମ୍ବର୍ଦ୍ଧିତ

ଫଟୋଗ୍ରାଫର୍‌ ରମେଶ ସିଂହ ସମ୍ବର୍ଦ୍ଧିତ

ଆନନ୍ଦପୁର, ୧୧।୧(ସ୍ବ.ପ୍ର.)-ଆନନ୍ଦପୁରର ବିଶିଷ୍ଟ ଫଟୋଗ୍ରାଫର ରମେଶ ସିଂହ(ନନି ଦା)ଙ୍କୁ ଆନନ୍ଦପୁର ମହୋତ୍ସବ ଉଦ୍‌ଯାପନୀ ଦିବସରେ ସମ୍ବର୍ଦ୍ଧିତ କରାଯାଇଛି।

ଅର୍ଥାଭାବରୁ ହୋଇପାରୁନି ଭିତ୍ତିଭୂମି ବିକାଶ   : ୩୨ ବର୍ଷର କେନ୍ଦୁଝର ସେକେଣ୍ଡାରୀ ଉଚ୍ଚବିଦ୍ୟାଳୟ

ଅର୍ଥାଭାବରୁ ହୋଇପାରୁନି ଭିତ୍ତିଭୂମି ବିକାଶ : ୩୨ ବର୍ଷର କେନ୍ଦୁଝର ସେକେଣ୍ଡାରୀ ଉଚ୍ଚବିଦ୍ୟାଳୟ

କେନ୍ଦୁଝର, ୧୧ା୧ (ସ୍ବ.ପ୍ର.)-ଦୀର୍ଘ ୩୨ ବର୍ଷ ଧରି ଐତିହ୍ୟ ସମ୍ପନ୍ନ କେନ୍ଦୁଝର ପୁରୁଣା ବଜାରରେ ଚାଲିଆସୁଥିବା ଘରୋଇ ସେକେଣ୍ଡାରୀ ଉଚ୍ଚବିଦ୍ୟାଳୟ ଅର୍ଥାଭାବରୁ ଆଗେଇ ପାରୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଉଛି| 

ଖଣିରେ ପଶି କର୍ମଚାରୀଙ୍କୁ ମାଡ, ୫ ଗିରଫ

ଯୋଡ଼ା,୧୧।୧(ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣି ମଣ୍ଡଳର ଇନ୍ଦ୍ରାଣୀ ପଟ୍ଟନାୟକ ଖଣିରେ ପଶି କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିଥିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିିଛି| 

ଇଣ୍ଡୋନେସିଆରେ ସମ୍ମାନିତ ହେବେ ଗଗନ ଗୁରୁଜୀ

ଇଣ୍ଡୋନେସିଆରେ ସମ୍ମାନିତ ହେବେ ଗଗନ ଗୁରୁଜୀ

ବନ୍ତ, ୧୧।୧ (ଡି.ଏନ.ଏ.) - ଓଡ଼ିଶାର ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ତଥା ମାର୍ଗଦର୍ଶକ  ଗଗନ ଗୁରୁଜୀଙ୍କୁ ଇଣ୍ଡୋନେସିଆରେ ଇଣ୍ଡୋ ବାଲିନିଜ୍‌ ସାଂସ୍କୃତିକ ମହୋତ୍ସବରେ ଭୂମିରତ୍ନ ଅନ୍ତର୍ଜାତୀୟ ପୁରସ୍କାର ତଥା ‘ବିଶ୍ୱ ଗୌରବ’ ସମ୍ମାନରେ ସମ୍ମାନିତ କରାଯିବ। 

୭ ଜିଆର୍‌ଏସ୍‌ ନିଲମ୍ବିତ

ଭଦ୍ରକ ଅଫିସ, ୧୧।୧ - ଦେଢ଼ ମାସ ଧରି ବିଭିନ୍ନ ଦାବି ନେଇ ଭଦ୍ରକ ଜିଲାର ସମସ୍ତ ଜିଆର୍‌ଏସ୍‌ କାର୍ଯ୍ୟ ବନ୍ଦ କରି ଆନ୍ଦୋଳନ କରିଆସୁଛନ୍ତି। ସରକାରଙ୍କ ନିର୍ଦ୍ଦେଶ ପରେ ମଧ୍ୟ କାର୍ଯ୍ୟରେ ଯୋଗ ନ ଦେବାରୁ ଜିଲାପାଳ ୭ ଜଣ ଜିଆର୍‌ଏସ୍‌ଙ୍କୁ ନିଲମ୍ବନ କରିଛନ୍ତି।