ବାଲେଶ୍ୱର

ଇଣ୍ଡିଆନ  ହ୍ୟାଣ୍ଡିକ୍ରାଫ୍ଟ ଆଣ୍ଡ ହ୍ୟାଣ୍ଡଲୁମ ମେଳା ଉଦ୍‌ଘାଟିତ

ଇଣ୍ଡିଆନ ହ୍ୟାଣ୍ଡିକ୍ରାଫ୍ଟ ଆଣ୍ଡ ହ୍ୟାଣ୍ଡଲୁମ ମେଳା ଉଦ୍‌ଘାଟିତ

ବାରିପଦା ଅଫିସ,୧୬।୭- ବାରିପଦା ସହର କଲେଜ ପଡିଆଠାରେ ଇଣ୍ଡିଆନ ହ୍ୟାଣ୍ଡିକ୍ରାଫ୍ଟ ଆଣ୍ଡ ହ୍ୟାଣ୍ଡଲୁମ ମେଳା ଉଦ୍‌ଘାଟିତ ହୋଇଯାଇଛି । ରାଜ୍ୟସଭା ସାଂସଦ ତଥା ଓଡିଶା ସରକାରଙ୍କ ପୂର୍ବତନ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ସରୋଜିନୀ ହେମ୍ବ୍ରମ ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ।

ଅଷ୍ଟଶମ୍ଭୁ ଶିବ ମନ୍ଦିରରୁ ଲୁଟ୍‌

ଉଦଳା, ୧୬।୭ (ଡି.ଏନ.ଏ.) -ଉଦଳା ଏନଏସିର ୮ ନଂ ୱାର୍ଡରେ ଅବସ୍ଥିତ ଅଷ୍ଟଶମ୍ଭୁ ଶିବ ମନ୍ଦିର ହୁଣ୍ଡିରୁ ଦାନ ଅର୍ଥ ଲୁଟ୍‌ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଗତ ରବିବାର ରାତିରେ ବର୍ଷା ଲାଗି ରହିଥିବା ବେଳେ କେତେକ ଦୁର୍ବୃତ୍ତ ମନ୍ଦିର ଗ୍ରୀଲ୍‌ ଚାବି ଭାଙ୍ଗି ମନ୍ଦିର ଭିତରେ ପ୍ରବେଶ କରିଥିଲେ ।

୧୦୨ ଅଭିଯୋଗର ଶୁଣାଣି

ଉଦଳା, ୧୬।୭ (ଡି.ଏନ.ଏ.) - ଉଦଳା ଉପଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ୟୂରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୧୦୨ ଗୋଟି ଅଭିଯୋଗର ଶୁଣାଣି ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ସହାୟତା ପାଣ୍ଠିରୁ ସମୁଦାୟ ୩୦ ହଜାର ଟଙ୍କାର ଆର୍ଥତ୍କ ସହାୟତା ମଞ୍ଜୁର ସହ ୮ ହିତାଧିକାରୀଙ୍କୁ ତତକାଳ ଚେକ୍‌ ପ୍ରଦାନ କରାଯାଇଥିଲା ।

ସ୍ବାସ୍ଥ୍ୟ ସଚେତନତା ଶିବିର

ଭଣ୍ଡାରିପୋଖରୀ,୧୬।୭(ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକ ମଞ୍ଜୁରିସ୍ଥିତ ବଳଦେବଜୀଉ ଉଚ୍ଚ ବିଦ୍ୟାଳୟ ପରିସରରେ ସୋମବାର ସ୍ବାସ୍ଥ୍ୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ବନ୍ତରେ ନୂଆ ଥାନାଧିକାରୀ

ବନ୍ତ,୧୬।୭(ଡି.ଏନ.ଏ.)-ଭଦ୍ରକ ଜିଲା ବନ୍ତ ଥାନାରେ ନୂତନ ଥାନାଧିକାରୀ ଭାବେ ଗଣେଶ୍ୱର ପ୍ରଧାନ ସୋମବାର ଯୋଗ ଦେଇଛନ୍ତି।

  ଇନରହୁଇଲ କ୍ଲବର ସଂସ୍ଥାପନ ଉତ୍ସବ ପାଳିତ

ଇନରହୁଇଲ କ୍ଲବର ସଂସ୍ଥାପନ ଉତ୍ସବ ପାଳିତ

ବାରିପଦା ଅଫିସ,୧୬।୭- ବାରିପଦା ସହର ବ୍ୟାଣ୍ଡଷ୍ଟାଣ୍ଡ ଛକ ସ୍ଥିତ ରୋଟାରୀ ଭବନରେ ବାରିପଦା ଇନରହୁଇଲ କ୍ଳବର ସଂସ୍ଥାପନ ଉତ୍ସବ ପାଳିତ ହୋଇଯାଇଛି। ସୁଜାତା ମହାପାତ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ଜିଲା ସଂଯୋଜିକା ତଥା ଉପାଦେଷ୍ଟା ଡ.ବନଜା ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ପରିମାଣାତ୍ମକ ଓ ଗୁଣାତ୍ମକ ଅଭିବୃଦ୍ଧି ହାସଲ କରିବା ସହିତ ଇନରହୁଇଲ ଇଣ୍ଟରନ୍ୟାସନାଲର ଲକ୍ଷ ଓ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇ କ୍ଲବର ସଭ୍ୟାମାନଙ୍କୁ ଉତ୍ସାହିତ କରିଥିଲେ।

ଅସହାୟଙ୍କୁ ସହାୟତା

ଅସହାୟଙ୍କୁ ସହାୟତା

ଖଇରା,୧୬।୦୭-ସମାଜରେ ବହୁ ଦୁର୍ବଳ ବ୍ୟକ୍ତି ଅର୍ଥାଭାବ ଯୋଗୁଁ ସାମାନ୍ୟ ଚିକିତ୍ସା ଟିକିଏ ପାଉ ନାହାନ୍ତି। ଝିଅ ବାହାଘର ଟିଏ କରିବାକୁ ବାରଦୁଆର ହାତ ପାତୁଛନ୍ତି । ଅଧିକାଂଶ ଦିନ ମଜୁରିଆ ନିଶା କବଳରେ ପଡି ଦିନକର ମଜୁରିକୁ ପିଇବାରେ ଉଡାଇ ଦେଉଛନ୍ତି ।

ଜଳାଭିଷେକ ଲାଗି ପ୍ରସ୍ତୁତି

ଖଇରା,୧୬।୭-ଖଇରା ବ୍ଲକ ଅଧୀନ ସୁଣ୍ଢିରାସ୍ଥିତ ଆଖଣ୍ଡଳେଶ୍ୱର ବୋଲବମ କମିଟିର ଜଳାଭିଷେକ କାର୍ଯ୍ୟକ୍ରମ ୧୨ବର୍ଷରେ ପହଞ୍ଚିଛି । ଏଥିପାଇଁ ଚଳିତ ବର୍ଷ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ୨୦ତାରିଖରେ ରକ୍ତଦାନ ଶିବିର, ୨୧ରେ ପ୍ରବଚନ ଓ ଡ୍ୟାନ୍ସ ଧମାକା, ୨୨ତାରିଖ ସନ୍ଧ୍ୟାରେ ସାଧାରଣ ସଭା ଓ ଭଜନ ସନ୍ଧ୍ୟା ପରିବେଷଣର କାର୍ଯ୍ୟକ୍ରମ ରହିଛି।

ବିଦେଶୀ ମଦ ଜବତ, ଜଣେ ଗିରଫ

ଭଣ୍ଡାରିପୋଖରୀ, ୧୬।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ନୂଆପୋଖରୀ ଛକରେ ଚୋରା ମଦ କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ରବିବାର ସନ୍ଧ୍ୟାରେ ଭଣ୍ଡାରିପୋଖରୀ ପୋଲିସ ଗିରଫ କରିଛି।

ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ସୁପରସୋନିକ୍‌ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ

ବାଲେଶ୍ୱର/ନୂଆଦିଲ୍ଲୀ,୧୬।୭: ଓଡ଼ିଶା ବାଲେଶ୍ୱର ଜିଲାର ଚାନ୍ଦିପୁର ସ୍ଥିତ କ୍ଷେପଣାସ୍ତ୍ର ଘାଟିରୁ ସୁପରସୋନିକ କ୍ରୁଜ୍‌ କ୍ଷେପଣାସ୍ତ୍ର ବ୍ରହ୍ମୋସ୍‌ର ସଫଳ ପରୀକ୍ଷଣ ସୋମବାର ପୂର୍ବାହ୍ନ ୧୦ଟା ୩୦ରେ ସମ୍ପନ୍ନ ହୋଇଛି।

ଜନନୀ ସୁରକ୍ଷା ଯୋଜନା ଫେଲ: ୨୪ ଘଣ୍ଟାରେ ୩ ମହିଳାଙ୍କ ଅସୁରକ୍ଷିତ ପ୍ରସବ

ଜନନୀ ସୁରକ୍ଷା ଯୋଜନା ଫେଲ: ୨୪ ଘଣ୍ଟାରେ ୩ ମହିଳାଙ୍କ ଅସୁରକ୍ଷିତ ପ୍ରସବ

ପାଟଣା,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦବଜା ଗ୍ରମାରେ ରବିବାର ପୂର୍ବାହ୍ନରେ ଜଣେ ମହିଳା ଏକ ଅଟୋରେ ପ୍ରସବ କରିବାର ୨୪ ଘଣ୍ଟା ନ ପୂରୁଣୁ ସୋମବାର ପୁଣି ୨ ଜଣ ଡାକ୍ତରଖାନା ଅଣାଯିବା ରାସ୍ତାରେ ପ୍ରସବ କରିଛନ୍ତି। ଉକ୍ତ ମହିଳା ଦ୍ୱୟ ହେଲେ କଳେଇପଶି ପଞ୍ଚାୟତ ସିଲିଦା ଗ୍ରାମର ଲତା ମୁଣ୍ଡା ଏବଂ ଡୁମୁରିଆ ପଞ୍ଚାୟତ ରହିଣିଦୁମା ଗ୍ରାମର କୁସୁମିତା ମହାନ୍ତ।

ବେଳାଭୂମି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ

ବେଳାଭୂମି ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ

ବାହାନଗା,୧୬।୭(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଅଭଣା ଗ୍ରାମରେ ଥିବା ବେଳାଭୂମି ମହାବିଦ୍ୟାଳୟର ୪୧ତମ ପ୍ରତିଷ୍ଠା ଦିବସ ସୋମବାର ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବନମାଳୀ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସୋର ବିଧାୟକ ପର୍ଶୁରାମ ଧଡ଼ା ଯୋଗ ଦେଇଥିଲେ।

ପର୍ଯ୍ୟଟନ କେନ୍ଦ୍ରରେ ଅପହଞ୍ଚ ଦୂର ସଞ୍ଚାର

ପର୍ଯ୍ୟଟନ କେନ୍ଦ୍ରରେ ଅପହଞ୍ଚ ଦୂର ସଞ୍ଚାର

କେନ୍ଦୁଝର, ୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟପୂର୍ଣ୍ଣ ଜଳପ୍ରପାତ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି। ପର୍ଯ୍ୟଟନ କେନ୍ଦ୍ରଗୁଡିକର ବିକାଶ ପାଇଁ ବିଭିନ୍ନ କମ୍ପାନୀ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି। ମାତ୍ର ଦୂରସଞ୍ଚାର କ୍ଷେତ୍ରରେ ପର୍ଯ୍ୟଟନ କେନ୍ଦ୍ରକୁ ଅବହେଳା କରାଯାଉଥିବାରୁ ପର୍ଯ୍ୟଟକମାନେ ଅସୁବିଧା ଭୋଗୁଛନ୍ତି।

ପୋଲିସ ବାରିକେଡ ନେଉଛି ଜୀବନ

କେନ୍ଦୁଝର, ୧୬।୭(ସ୍ବ.ପ୍ର.): ପୋଲିସ ପକ୍ଷରୁ ରାସ୍ତାର ବିଭିନ୍ନ ସ୍ଥାନରେ ରଖାଯାଇଥିବା ବାରିକେଡ ଦୁର୍ଘଟଣା ଘଟି ମୃତାହତର କାରଣ ବୋଲି ଅଭିଯୋଗ ହେଉଛି। କ୍ଷୀପ୍ର ଗତିରେ ଯାତାୟାତ କରୁଥିବା ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ବେଳେ ଏଭଳି ଗତିରୋଧ ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ରାସ୍ତାରେ ବାରିକେଡ ରଖାଯାଉଛି।

ଭାରିଯାନ ଚଳାଚଳରେ ଲାଗିବ ରୋକ

ଆନନ୍ଦପୁର,୧୬।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରର ଲାଇଫଲାଇନ୍‌ କୁହାଯାଉଥିବା ବୈତରଣୀ ସେତୁର ଗୋଟିଏ ସ୍ପାନରୁ ୧୦ ଦିନ ପୂର୍ବରୁ ୨ ଟନ୍‌ ଓଜନର ଗୋଟିଏ ବେରିଂ ଖସି ପଡ଼ିଥିଲା। ଏହି ଘଟଣାରେ ରବିବାର ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରରୁ ଏକ ଉଚ୍ଚସ୍ତରୀୟ ଟିମ୍‌ ସେତୁର ବେରିଂ ଭାଙ୍ଗିଥିବା ସ୍ଥାନ ପରିଦର୍ଶନ କରି ଫେରିଛନ୍ତି।

ଚିକିତ୍ସା ଅବହେଳାରୁ ଛାତ୍ରୀ ମୃତ୍ୟୁ ଘଟଣା: ଜାତୀୟ ମାନବାଧିକାର କମିଶନଙ୍କଠାରେ ମାମଲା

ଭଦ୍ରକ ଅଫିସ,୧୬।୭-ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଧାମନଗର ଚୁଡାକୁଟି ଦଇପୁରର ଦେବସ୍ମିତା ନାମ୍ନୀ ଜଣେ ୧୩ ବର୍ଷର ଛାତ୍ରୀଙ୍କ ଚିକିତ୍ସା ଅବହେଳାଜନିତ ମୃତ୍ୟୁ ଘଟଣାରେ ପ୍ରଶାସନର ଉଦାସୀନତା ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାମଧ୍ୟରେ ୧୨ଦିନ ବିତିଲାଣି।

ଧାମନଗରରେ ନାବାଳିକା ବିବାହ ଉଦ୍ୟମ

ଧାମନଗର,୧୬।୭(ଡି.ଏନ.ଏ.)-ଭଦ୍ରକ ଜିଲା ଧାମନଗର ବ୍ଲକ ଷୋଳଗାଁ ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହ ଦେବା ଉଦ୍ୟମ ଫସର ଫାଟିଛି। ବାହାଘର ପୂର୍ବରୁ ପୋଲିସ ଏହି ନାବାଳିକାଙ୍କୁ ଥାନାକୁ ନେଇ ଭଦ୍ରକ ଚାଇଲ୍ଡ ଲାଇନକୁ ପଠାଇଛି।

୧୧୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ

୧୧୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରାଚ୍ଛନ୍ନ

ଭଣ୍ଡାରିପୋଖରୀ,୧୬।୭(ଡି.ଏନ.ଏ.)-ଜଣେ ମାତ୍ର ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ନେଇ ଚାଲିଛି ୪୨ ବର୍ଷର ପୁରାତନ ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚ ବିଦ୍ୟାପୀଠ। ଆବଶ୍ୟକ ଶିକ୍ଷକ ନିଯୁକ୍ତି ଦିଆଯାଉ ନ ଥିବାରୁ ୯ମ ଓ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ୧୧୬ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରଚ୍ଛନ୍ନ ହୋଇପଡ଼ିଛି।

ମନେପଡ଼େ ସେଦିନର କଥା

ମନେପଡ଼େ ସେଦିନର କଥା

ଭଦ୍ରକ ଅଫିସ,୧୬।୭-ରଥଯାତ୍ରା କି ଗୁଣ୍ଡିଚା ଦିନ ଆସିଲେ ମନେପଡ଼େ ୩୦ବର୍ଷ ତଳର କଥା। ନିଜେ କିଛି ରୋଜଗାର କରି ଆତ୍ମନିର୍ଭରଶୀଳ ହେବା ଏବଂ ପରିବାର ଚଳାଇବା ଚିନ୍ତାରେ ସେ ଉପାୟ ଖୋଜି ବୁଲୁଥିଲେ। ଶେଷରେ ଗୁଣ୍ଡିଚା ଦିନ ସେ ଆରମ୍ଭ କରିଥିଲେ ଚା’ ଦୋକାନ। କଠିନ ପରିଶ୍ରମ ଓ ନିଷ୍ଠା ବଳରେ ଏହି ଚା’ ଦୋକାନ କରି ସେ ରୋଜଗାରକ୍ଷମ ହୋଇପାରିଛନ୍ତି।

ରଥଯାତ୍ରା ସମୟରେ ୩ ସ୍ଥାନରୁ ଚୋରି

ଭଞ୍ଜକିଆ,୧୬।୭(ଡି.ଏନ.ଏ.)- ଏଠାକାର ଶୁକୃଳି ବେଗୁନାବିନ୍ଧା ଗ୍ରାମର ଜଗନ୍ନାଥ ଗିରି ଏବଂ ଶରତ ଗିରିଙ୍କ ପରିବାର ଶନିବାର ଘରେ ତାଲା ପକାଇ ରଥଯାତ୍ରା ଦେଖିବାକୁ ଯାଇଥିବେଳେ ସେମାନଙ୍କ ଘରୁ ଚୋରି ହୋଇଛି। ରଥରୁ ଫେରି ଉଭୟଙ୍କ ଘରେ ତାଲା ଏବଂ ଆଲମିରା ଭାଙ୍ଗି ଚୋରି ହୋଇଥିବା ଜାଣଇ ସେମାନେ ଥାନାରେ ଅଭିଯୋଗ କରିଛନ୍ତି।

ଟମାଟୋ ମାଡ଼ ଧମକ ପରେ ଆଲୋଚନା

ବାରିପଦା ଅଫିସ,୧୬।୭- ବାରିପଦା ରଥଯାତ୍ରା ପାଇଁ ଟଙ୍କାଟିଏ ସରକାରୀ ଅନୁଦାନ ମିଳି ନ ଥିବାରୁ ଏହାକୁ ବିରୋଧ କରି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଟମାଟୋ ମାଡ଼ ଧମକ ଦେଇଥିଲା। ରଥଟଣା ବେଳେ ଶାସକ ଦଳର କୌଣସି ନିର୍ବାଚିତ ପ୍ରତିନିଧି କର୍ଡନ ଭିତରେ ରହିଲେ ଟମାଟୋ ମାଡ କରିବ ବୋଲି କେନ୍ଦ୍ରୀୟ କମିଟି ସଭ୍ୟ କଳିଙ୍ଗ କେଶରୀ ଜେନା କହିଥିଲେ।

‘ବନ୍ୟପ୍ରାଣୀ ନିୟମ ଉଲ୍ଲଂଘନକାରୀଙ୍କୁ ଧର’

‘ବନ୍ୟପ୍ରାଣୀ ନିୟମ ଉଲ୍ଲଂଘନକାରୀଙ୍କୁ ଧର’

ବାରିପଦା ଅଫିସ, ୧୬।୭-ଶିମିଳିପାଳ ଅଭୟାରଣ୍ୟରୁ ବେଆଇନ ବନ୍ୟପ୍ରାଣୀ ଶିକାର ବିଭିନ୍ନ ସମୟରେ ଚର୍ଚ୍ଚାରେ ରହି ଆସିଛି। ବାଘଛାଲ, ହାତୀଦାନ୍ତଠାରୁ ଆରମ୍ଭ କରି ସରୀସୃପ ରାଜ୍ୟ ବାହାରକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି। ଏହାପଛରେ ଆନ୍ତଃରାଜ୍ୟ ର଼୍ୟାକେଟ କାମ କରୁଥିବା ସନ୍ଦେହ କରାଯାଉଛି।

କାମରେ ଲାଗୁନି ଚେକ୍‌ ଡ୍ୟାମ୍‌

କାମରେ ଲାଗୁନି ଚେକ୍‌ ଡ୍ୟାମ୍‌

କପ୍ତିପଦା,୧୬।୭(ଡି.ଏନ.ଏ)- ଶିମିଳିପାଳରୁ ବାହାରିଥିବା ଠକ୍‌ଠକି ନଦୀ ଉପରେ ୪୦ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ଚେକ୍‌ ଡ୍ୟାମ କାମରେ ଲାଗୁ ନାହିଁ। ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ଓ ସ୍ଥାନୀୟ ଚାଷୀଙ୍କ ପରାମର୍ଶକୁ ଅଣଦେଖା କରି ପ୍ରକଳ୍ପ କରାଯାଇ ଥିବାରୁ ବହୁ ଚାଷଜମିକୁ ପାଣି ମାଡୁ ନାହିଁ।

ବିକାଶଠାରୁ ଦୂରରେ ‘ପଘାର’

ବିକାଶଠାରୁ ଦୂରରେ ‘ପଘାର’

ଖଇରା, ୧୬।୭(ଉତ୍କଳବନ୍ଧୁ ପଣ୍ଡା)-ବାଲେଶ୍ୱର ଜିଲା ଖଇରା ବ୍ଲକ ବାଉଁଶଗଡିଆ ପଞ୍ଚାୟତ ଓସ୍ତପାଳ ଗାଁ ୬ ନମ୍ବର ୱାର୍ଡର ପଘାର ସାହିକୁ ଏଯାଏ ବିକାଶ ଛୁଇଁପାରିନି। ଏଠାରେ ବସବାସ କରୁଥିବା ୩୦ଟି ପରିବାର ସରକାରୀ ସୁବିଧା ସୁଯୋଗ ନ ପାଇ ଅବହେଳିତ ଅବସ୍ଥାରେ ରହିଛନ୍ତି। କେନ୍ଦୁଝର ଜିଲା ହାଟଡିହି ବ୍ଲକ ସୀମାକୁ ଲାଗିଥିବା ଏହି ଅଞ୍ଚଳ ଖଇରା ବ୍ଲକର ଶେଷ ସୀମା ଅଟେ।