ବାଲେଶ୍ୱର

ଲୀନ ହେବ ନଳିତାକୋଷା ଗ୍ରାମ

ଲୀନ ହେବ ନଳିତାକୋଷା ଗ୍ରାମ

କପ୍ତିପଦା,୧୩ା୧୧(ଡି଼.ଏନ୍‌.ଏ)- କପ୍ତିପଦା ବ୍ଲକ୍‌  ବିଶୋଳ ପଞ୍ଚାୟତ ବଜରପୁର ବାଲିଘାଟର ନିଲାମ ପରିସୀମା ବାହାରୁ ବାଲି ଉତ୍ତୋଳନ କରାଯାଉଥିବା ଦୀର୍ଘ ଦିନ ହେଲା ଅଭିଯୋଗ ହୋଇ ଆସୁଛି। 

ଉଜୁଡ଼ା ଧାନଗଛ ଧରି  ପ୍ରତିବାଦ

ଉଜୁଡ଼ା ଧାନଗଛ ଧରି ପ୍ରତିବାଦ

ଉଦଳା,୧୩।୧୧(ଡି.ଏନ.ଏ.) -ଉଦଳା ବ୍ଲକ କୋଚିଳାଡିହା ପଞ୍ଚାୟତରେ ଚକଡ଼ା ପୋକ ଯୋଗୁ ଉଜୁଡି ଯାଇଛି ଫସଲ। ଚାଷୀମାନେ ସେହି ଉଜୁଡା ଧାନଗଛକୁ ଧରି ସୋମବାର ସ୍ଥାନୀୟ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ା  

ସରକାରଙ୍କ କୃଷି ନୀତିକୁ ବିରୋଧ

ସରକାରଙ୍କ କୃଷି ନୀତିକୁ ବିରୋଧ

ଖୁଣ୍ଟା,୧୩।୧୧(ଡି.ଏନ.ଏ.)- ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଖୁଣ୍ଟା ବ୍ଲକ ଅଧୀନ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । 

ଜଗନ୍ନାଥ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ଜଗନ୍ନାଥ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ

ଉଦଳା,୧୩।୧୧(ଡି.ଏନ.ଏ.)- ଉଦଳା ଏନ୍‌ଏସି ୧୧ ନଂ ୱାର୍ଡରେ ଥିବା ଜଗନ୍ନାଥ ବିଦ୍ୟାଳୟକୁ ୧୨ନଂ ୱାର୍ଡ ବିଦ୍ୟାଳୟରେ ମିଶ୍ରଣ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପରେ ଅଭିଭାବକ ମହଲରେ ତୀବ୍ର ବିରୋଧ ପ୍ରକାଶ ପାଇଛି ା 

ଜିଲାସ୍ତରୀୟ ଭଲିବଲ ଚୟନ ପ୍ରତିଯୋଗିତା

ଜିଲାସ୍ତରୀୟ ଭଲିବଲ ଚୟନ ପ୍ରତିଯୋଗିତା

ବାରିପଦା ଅଫିସ,୧୩।୧୧- ମୟୂରଭଞ୍ଜ ଜିଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରାଙ୍କ ତତ୍ତ୍ୱାବଧାନରେ ବାରିପଦାସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟ ଖେଳପଡ଼ିଆ ପରିସରରେ ୬୪ତମ ମୟୂରଭଞ୍ଜ ଜିଲାସ୍ତରୀୟ ଭଲିବଲ ଚୟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଅପହୃତ ଶିଶୁ ବିଶୋଇରୁ ଉଦ୍ଧାର : ମହିଳା ଗିରଫ, ବିକ୍ରି ଉଦ୍ଦେଶ୍ୟକୁ ସ୍ବୀକାର

ଅପହୃତ ଶିଶୁ ବିଶୋଇରୁ ଉଦ୍ଧାର : ମହିଳା ଗିରଫ, ବିକ୍ରି ଉଦ୍ଦେଶ୍ୟକୁ ସ୍ବୀକାର

 ବାରିପଦା ଅଫିସ,୧୩।୧୧- ବାରିପଦା ଟାଉନ ଥାନା  ଅନ୍ତର୍ଗତ ୧୬ନମ୍ବର ୱାର୍ଡ ପରେଡ ପଡ଼ିଆ ଅଞ୍ଚଳର ସେକ ରାହାଜିରଙ୍କର ୨ ବର୍ଷର ଶିଶୁପୁତ୍ର ରବିବାର ସନ୍ଧ୍ୟାରେ ଅପହରଣ ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ୨୪ ଘଣ୍ଟା ମଧ୍ୟରେ ବାରିପଦା ଟାଉନ ପୋଲିସ ଏହି ଶିଶୁ ପୁତ୍ରଙ୍କୁ ଉଦ୍ଧାର କରି ଅପହରଣକାରୀ ମହିଳାଙ୍କୁ ଗିରଫ କରିଛି। 

ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା

ଅଙ୍ଗନୱାଡି କେନ୍ଦ୍ରରେ ଝୁଲୁଛି ତାଲା

ଔପଦା, ୧୩।୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ଗଡ଼ସାହି ପଞ୍ଚାୟତ ଅଧୀନ ବେତେଇ ଗ୍ରାମର ଅଙ୍ଗନୱାଡ଼ି କେନ୍ଦ୍ରରେ ୩ମାସରୁ ଊର୍ଦ୍ଧ୍ୱ ହେବ ତାଲା ଝୁଲୁଛି। ଗ୍ରାମବାସୀଙ୍କ କହିବା ଅନୁସାରେ ଗତ ଅଗଷ୍ଟ ୨୩ ତାରିଖଠାରୁ ଅଙ୍ଗନୱାଡ଼ି କେନ୍ଦ୍ର ସମ୍ପୂର୍ଣ୍ଣ ବନ୍ଦ ଥିବା ସହ ଶିଶୁଙ୍କ ଖାଦ୍ୟ, ଔଷଧ, ମମତା ଆଦି ଯୋଜନା ଠପ୍‌ ହୋଇଯାଇଛି। ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। 

କୁଲଡିହାରେ ଛଡାଗଲା ଉଦ୍ଧାର ଅହିରାଜ

କୁଲଡିହାରେ ଛଡାଗଲା ଉଦ୍ଧାର ଅହିରାଜ

ନୀଳଗିରି, ୧୩ା୧୧ (ଡି.ଏନ.ଏ.)-ନୀଳଗିରି ଅଭୟାରଣ୍ୟ ପାଦଦେଶ ସୋରୋ ଥାନା ଅଧୀନ ବାଗୁଡି ଶିକ୍ଷା ଅନୁଷ୍ଠାନ ମେସ୍‌ରୁ ସୋମବାର ଏକ ଅହିରାଜକୁ ଉଦ୍ଧାର କରାଯାଇଛି। ଏହାର ଲମ୍ବ ୮ ଫୁଟ ହେବ। ତାହାକୁ ସ୍ଥାନୀୟ କୁଲଡିହା ଅଭୟାରଣ୍ୟରେ ଛଡାଯାଇଛି ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞ ପ୍ରକାଶ ଚନ୍ଦ୍ର ମର୍ଦ୍ଦରାଜ କହିଛନ୍ତି। 

‘ମହୋତ୍ସବ’ ଏକତା, ଭାଇଚାରାର ପ୍ରତୀକ

‘ମହୋତ୍ସବ’ ଏକତା, ଭାଇଚାରାର ପ୍ରତୀକ

ବାହାନଗା,୧୩ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ଖନ୍ତାପଡାସ୍ଥିତ ରାମନଗର ପଡିଆରେ ସୋମବାର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ପଞ୍ଚମ ବାର୍ଷିକ ଖନ୍ତାପଡା ମହୋତ୍ସବ-୨୦୧୮ ଉଦ୍‌ଘାଟିତ ହୋଇଯାଇଛି। 

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ସର୍ବଭାରତୀୟ ମଳୟ ମୁର୍ମୁ ଦିବାରାତ୍ର ଟି୨୦ ଚତୁର୍ଥ ଦିବସ:ୟୁ ଆଣ୍ଡ ମି, କଳିଙ୍ଗ ସ୍ପୋର୍ଟିଂ କ୍ଲବ ବିଜୟୀ

ବାଲେଶ୍ୱର ଅଫିସ,୧୩।୧୧- ବାଲେଶ୍ୱର ପରମିଟ୍‌ ପଡ଼ିଆରେ କ୍ଲବ ‘ୟୁ ଆଣ୍ଡ ମି’ ପକ୍ଷରୁ ଆୟୋଜିତ ସର୍ବଭାରତୀୟ ଦିବାରାତ୍ର ଟି୨୦ କ୍ରିକେଟ ଟୁର୍ନାମେଣ୍ଟ ସୋମବାର ଚତୁର୍ଥ ଦିବସରେ ପହଞ୍ଚିିଛି। 

କଲେଜ ଫାଟକରେ ତାଲା ପକାଇ ହୋହଲ୍ଲା

କଲେଜ ଫାଟକରେ ତାଲା ପକାଇ ହୋହଲ୍ଲା

ଭଦ୍ରକ ଅଫିସ,୧୨।୧୧-ଭଦ୍ରକ ସ୍ବୟଂଶାସିତ ମହାବିଦ୍ୟାଳୟ ଫାଟକରେ ସୋମବାର ତାଲା ପକାଇ ଛାତ୍ରମାନେ ହୋହଲ୍ଲା କରିଥିଲେ। ଗତ ୩ ଦିନ ଧରି ଛାତ୍ରଅଶାନ୍ତି ଲାଗିରହିଥିଲା। 

୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୧୨।୧୧-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଅଧୀନ ଝାଡ଼େଶ୍ୱରପୁର ଗ୍ରାମ ଶେଖବାଡ଼ରେ ସୋମବାର ଭୋର ସମୟରେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୋଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ୨୦୧ ଗ୍ରାମ୍‌ ବ୍ରାଉନସୁଗାର ଜବତ କରାଯାଇଛି।

ଧୂମଧାମ୍‌ରେ ଚାଲିଛି ଗଣ୍ଡିବେଡ କାଳୀପୂଜା: ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଧୂମଧାମ୍‌ରେ ଚାଲିଛି ଗଣ୍ଡିବେଡ କାଳୀପୂଜା: ମନମୋହୁଛି ସାଂସ୍କୃତିକ କାର୍ଯ୍ୟକ୍ରମ

ଖଇରା, ୧୨।୧୧(ଡି.ଏନ.ଏ)-ଖଇରା ବ୍ଲକ ଅଧୀନ ଗଣ୍ଡିବେଡ ବଜାରରେ ପ୍ରଥମ କରି ଆରମ୍ଭ ହୋଇଥିବା କାଳୀପୂଜା ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେଉଛି। ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହୁଛି ା ୬ ତାରିଖ ରାତିରେ କଳସ ଶୋଭାଯାତ୍ରା ଜଗନ୍ନାଥ ପୋଖରୀରୁ ବାହାରି କାଳୀପୂଜା ମଣ୍ଡପ ନିକଟରେ ପହଞ୍ଚିଥିଲା। 

ସରକାରଙ୍କ କୃଷି ନୀତି ବିରୋଧରେ ବିକ୍ଷୋଭ

ସରକାରଙ୍କ କୃଷି ନୀତି ବିରୋଧରେ ବିକ୍ଷୋଭ

ଖୁଣ୍ଟା, ୧୨।୧୧(ଡି.ଏନ.ଏ.)-ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷର ଖୁଣ୍ଟା ବ୍ଲକ ଅଧୀନ ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରାଯିବା ସହିତ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏଥିରେ ଚାଷୀମାନେ ସରକାରଙ୍କ କୃଷି ନୀତିକୁ ଘୋର ନିନ୍ଦା କରିବା ସହିତ ସରକାରଙ୍କ ବିରୋଧରେ ସ୍ଲୋଗାନମାନ ଦେଇଥିଲେ । ଚାଷୀଙ୍କର ମୌଳିକ ଦାବି ପ୍ରାଇସ, ପ୍ରେସଟିଜ ଓ ପେନସନ ପୂରଣ ନେଇ ଭୁବନେଶ୍ୱର ଯାଇ ଥିବା ଚାଷୀଙ୍କୁ ସରକାର ଦୃଢ଼ ହସ୍ତରେ ଦମନ  କରିଥିଲେ।

ସାପକୁ କାନ୍ଧରେ ପକାଇ ବୁଲିଲେ ଯୁବକ

ସାପକୁ କାନ୍ଧରେ ପକାଇ ବୁଲିଲେ ଯୁବକ

ରେମୁଣା, ୧୨।୧୧(ଡି.ଏନ.ଏ.)-ଘରେ ପଶିଥିବା ଏକ ସାପକୁ ଧରିନେବାରୁ ସାପଟି ଛଟପଟ ହୋଇ ରାଗରେ ଚୋଟ ପରେ ଚୋଟ ମାରିଥିଲା। ସାପ ଚୋଟରେ ରକ୍ତାକ୍ତ  ହୋଇଥିବା ଯୁବକଜଣକ ତାହାକୁ ଖାତିରି ନ କରି କାନ୍ଧରେ ପକାଇ ବୁଲିବା ଘଟଣା ରେମୁଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଯୁବକଜଣକ ହେଲେ ରେମୁଣା ଥାନା ମାଧିପୁର ଗଁ।ର ମୂଳିଆ ବେହେରା। 

ସତ୍ୟାଗ୍ରହରେ ଶତାଧିକ ଚାଷୀ ସାମିଲ

ସତ୍ୟାଗ୍ରହରେ ଶତାଧିକ ଚାଷୀ ସାମିଲ

ଭଣ୍ଡାରିପୋଖରୀ,୧୨।୧୧(ଡି.ଏନ.ଏ.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ କୁରିଗଁା ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଶତାଧିକ  ଚାଷୀ ଏକତ୍ର ହୋଇ ପ୍ରତିବାଦ ସଭା କରି ବିଭିନ୍ନ ଦାବି ସମ୍ପର୍କରେ ଉଲ୍ଲେଖ କରିଥିଲେ। 

ନବନିର୍ମାଣ କୃଷକ ସଂଘର ଧାରଣା

ନବନିର୍ମାଣ କୃଷକ ସଂଘର ଧାରଣା

ବନ୍ତ,୧୨ା୧୧(ସ୍ବ.ପ୍ର.)-ନବନିର୍ମାଣ କୃଷକ ସଂଘ ଡାକରାରେ ବନ୍ତ ବ୍ଲକ ଆଡ଼ିଆ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ସୋମବାର କୃଷକମାନେ ଧାରଣାରେ ବସିଥିଲେ। କୃଷକଙ୍କୁ ପ୍ରାଇଜ, ପ୍ରେଷ୍ଟିଜ ଓ ପେନ୍‌ସନ ଦାବିରେ ସଂଘ ପକ୍ଷରୁ ପୂର୍ବାହ୍ନ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଧାରଣା ଦିଆଯାଇଥିଲା। 

ଖଇରାରେ ଖୋଲିଲା ମାନବ ଅଧିକାର ମିଶନ ଶାଖା

ଖଇରାରେ ଖୋଲିଲା ମାନବ ଅଧିକାର ମିଶନ ଶାଖା

ଖଇରା, ୧୨।୧୧(ଡି.ଏନ.ଏ.)-ସାରା ଦେଶରେ ଅବହେଳିତମାନଙ୍କୁ ନ୍ୟାୟ ପ୍ରଦାନ ପାଇଁ ମାନବ ଅଧିକାର ମିଶନ ନାମକ ସ୍ବେଚ୍ଛାସେବୀ ସଙ୍ଗଠନ ଅନ୍ତର୍ଜାତୀୟ ସଙ୍ଗଠନ ମାନବ ଅଧିକାର କମିଶନ ସହ ଅନୁବନ୍ଧିତ ହୋଇ କାର୍ଯ୍ୟ କରିଆସୁଛି। ଏହି ଅବସରରେ ବାଲେଶ୍ୱର ଜିଲା ଖଇରା ବ୍ଲକରେ ମଧ୍ୟ ଏହି ସଙ୍ଗଠନ ତାର କାର୍ଯ୍ୟ ଆରମ୍ଭ କରିବ। ଏଚଆରଏମର ପ୍ରଥମ ବୈଠକ ରବିବାର ଖଇରା ବ୍ଲକ କୁପାରୀସ୍ଥିତ ଅମ୍ବିକା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି ା ଖଇରା ଶାଖା ପାଇଁ ମନୋନୀତ ସଭାପତି ଦୀନବନ୍ଧୁ ଖଟୁଆ ଏଥିରେ ପୌରୋହିତ୍ୟ କରିଥିଲେ।

ମହିଳାଙ୍କ ମଦ ବିରୋଧୀ ଅଭିଯାନ

ମହିଳାଙ୍କ ମଦ ବିରୋଧୀ ଅଭିଯାନ

ରୂପ୍‌ସା, ୧୨।୧୧(ଡି.ଏନ.ଏ.)-ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ଛାନୁଆ ପଞ୍ଚାୟତରେ ମହିଳା ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ମଦ ବିରୋଧୀ ଅଭିଯାନ ଆରମ୍ଭ ହୋଇଛି। ଆଇନଜୀବୀ ତଥା ସଙ୍ଗଠନର ନେତ୍ରୀ ଜ୍ୟୋତ୍ସ୍ନା ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ମହିଳା ଗାଁ ଗାଁ ବୁଲି ମଦବିକ୍ରି ବନ୍ଦ ଦିଗରେ ଜନସାଧାରଣଙ୍କୁ ସଚେତନ କରାଇଥିଲେ। 

ବିଚରାଧୀନ କଏଦୀ ମୃତ୍ୟୁ ଘଟଣାରେ ୨ ଓ୍ବାର୍ଡର ନିଲମ୍ବିତ

ବାଲେଶ୍ୱର ଅଫିସ,୧୨।୧୧- ବାଲେଶ୍ୱର ଜେଲ ପରିସରରେ କଏଦୀର ଆକ୍ରମଣରେ ବିଚାରାଧୀନ ବନ୍ଦୀ ରାମଚନ୍ଦ୍ର ଦାସ ଓରଫ ସେନାପତିଙ୍କ ମୃତ୍ୟୁ ଘଟଣାରେ ଜେଲରେ ୨ ଓ୍ବାର୍ଡରଙ୍କୁ ନିଲମ୍ବିତ କରାଯାଇଛି।

ଅବକାରୀ ଚଢାଉ, ୬ ଗିରଫ

ଅବକାରୀ ଚଢାଉ, ୬ ଗିରଫ

ବାରିପଦା ଅଫିସ,୧୨।୧୧- ମୟୁରଭଞ୍ଜ ଜିଲା ଅବକାରୀ ବିଭାଗ ପକ୍ଷରୁ ସୋମବାର ସକାଳୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଛି।

ତିହିଡ଼ିରେ ଜିଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣି

ତିହିଡ଼ିରେ ଜିଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣି

ତିହିଡ଼ି,୧୨।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ତିହିଡ଼ି ବ୍ଲକ କାର୍ଯ୍ୟାଳୟସ୍ଥିତ  ନୀଳମଣି ସଭାଗୃହଠାରେ ସୋମବାର ପୂର୍ବାହ୍ନରେ ଜିଲାପାଳଙ୍କ ମିଳିତ ଅଭିଯୋଗ ଜନଶୁଣାଣି ଅନୁଷ୍ଠିତ ହୋଇଛି। 

 ବକେୟା  ଦରମା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବକେୟା ଦରମା ଦାବିରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଭଦ୍ରକ ଅଫିସ,୧୨।୧୧: ଭଦ୍ରକ ବ୍ଲକ ବାଉଦପୁର ପଞ୍ଚାୟତ ଇନ୍ଦିରା ଗାନ୍ଧୀ  ମହିଳା ମହାସଂଘ ପକ୍ଷରୁ  ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। 

ସପ୍ତମାତୃକା ବେଶର ଶେଷ ଦିନରେ ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ  ବେଶ

ସପ୍ତମାତୃକା ବେଶର ଶେଷ ଦିନରେ ମା’ ଭଦ୍ରକାଳୀଙ୍କ ମହାଲକ୍ଷ୍ମୀ ବେଶ

ଭଦ୍ରକ ଅଫିସ,୧୨।୧୧: ମା’ ଭଦ୍ରକାଳୀଙ୍କ ଚାଲିଥିବା ସପ୍ତମାତୃକା ବେଶର  ସୋମବାର ଶେଷ ଦିନ। ଶେଷ ଦିନରେ ମା’ ମହାଲକ୍ଷ୍ମୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।