ବାଲେଶ୍ୱର

ଛାତ୍ରୀ ନିବାସରୁ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ଛାତ୍ରୀ ନିବାସରୁ କଲେଜ ଛାତ୍ରୀଙ୍କ ମୃତଦେହ ଉଦ୍ଧାର

ବାସୁଦେବପୁର, ୧୫।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ସହର ନିକଟସ୍ଥ ଥାନା ପୋଖରୀ ପଛ ପାଖରେ ଥିବା ଏକ ଘରୋଇ ଛାତ୍ରୀ ନିବାସରୁ ମଙ୍ଗଳବାର ମଧ୍ୟାହ୍ନରେ ଜଣେ ଛାତ୍ରୀଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ସୁପ୍ରିୟା ମହାନ୍ତି। 

ଗୋରୁ ବୋଝେଇ ପିକ୍‌ଅପ ଜବତ: ନୂଆ ବସ୍‌ଷ୍ଟାଣ୍ଡରେ ଉତ୍ତେଜନା

ଗୋରୁ ବୋଝେଇ ପିକ୍‌ଅପ ଜବତ: ନୂଆ ବସ୍‌ଷ୍ଟାଣ୍ଡରେ ଉତ୍ତେଜନା

ଭଦ୍ରକ ଅଫିସ,୧୫।୧ : ଭଦ୍ରକ ଜିଲା ନୂଆ ବସ୍‌ଷ୍ଟାଣ୍ଡ ନିକଟ ଜାତୀୟ ରାଜପଥରେ ମଙ୍ଗଳବାର ପିକ୍‌ଅପ ଯୋଗେ ଗୋରୁ ଚାଲାଣ  ହେଉଥିଲ। ଏହା ଦେଖି ସ୍ଥାନୀୟ ଯୁବକମାନେ ଗାଡ଼ିକୁ ଅଟକାଇ ଥିଲେ। 

ଔଷଧ ସ୍ପ୍ରେ  କରୁଥିବା ବେଳେ ଟଳିପଡ଼ିଲେ ଯୁବକ

ଔଷଧ ସ୍ପ୍ରେ କରୁଥିବା ବେଳେ ଟଳିପଡ଼ିଲେ ଯୁବକ

ପାଟଣା, ୧୫।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ  ଯମୁନାପଶି ପଞ୍ଚାୟତ କୋଡ଼ଖମଣ ଗ୍ରାମ ପୁରୁଣା ସାହିର ଜଣେ ଯୁବକଙ୍କର ସୋମବାର ଅପରାହ୍ନରେ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି। ସେ ହେଲେ  ସ୍ବର୍ଗତ ଲକ୍ଷ୍ମୀଧର ମହାନ୍ତଙ୍କ ପୁଅ ଶୁକଦେବ ମହାନ୍ତ। ପ୍ରକାଶ ଯେ, ସୋମବାର  ଅପରାହ୍ନରେ  ଶୁକଦେବ ତାଙ୍କ ପରିବା ବଗିଚାରେ ଔଷଧ ସ୍ପ୍ରେ  କରୁଥିବା ସମୟରେ ହଠାତ୍‌ ମୁଣ୍ଡ ବୁଲାଇବାରୁ ଚେତାଶୁନ୍ୟ ହୋଇ ତଳେ ପଡିଯାଇଥିଲେ।

ଅଗ୍ନିକାଣ୍ଡ ଘଟଣା: ବାସହରାଙ୍କୁ ଯୋଗାଇଦିଆଯିବ ରନ୍ଧାଖାଦ୍ୟ

ଅଗ୍ନିକାଣ୍ଡ ଘଟଣା: ବାସହରାଙ୍କୁ ଯୋଗାଇଦିଆଯିବ ରନ୍ଧାଖାଦ୍ୟ

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ,୧୫।୧(ଡି.ଏନ୍‌.ଏ.):  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଗୁହାଲିଆ ଗାଁରେ ସୋମବାର ବିଳମ୍ବିତ ରାତିରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ୨୩ ପରିବାରର ୪୫ ବଖରା ସମ୍ପୂର୍ଣ୍ଣ ଭସ୍ମୀଭୂତ  ହୋଇଯାଇଛି।

ଅଗ୍ନି ବିପନ୍ନଙ୍କୁ ଭେଟିଲେ ଜିଲାପାଳ

ଅଗ୍ନି ବିପନ୍ନଙ୍କୁ ଭେଟିଲେ ଜିଲାପାଳ

ଭଦ୍ରକ ଅଫିସ/ଭଣ୍ଡାରିପୋଖରୀ, ୧୫।୧(ଡି.ଏନ୍‌.ଏ.):  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଗୁହାଲିଆ ଗାଁରେ ସୋମବାର ବିଳମ୍ବିତ ରାତିରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି। 

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪୫ ବଖରା ଘର, ୮ ଗୋରୁ ଜୀବନ୍ତ ଦଗ୍ଧ

ଭୟାବହ ଅଗ୍ନିକାଣ୍ଡ: ଜଳିଗଲା ୪୫ ବଖରା ଘର, ୮ ଗୋରୁ ଜୀବନ୍ତ ଦଗ୍ଧ

ଭଦ୍ରକ ଅଫିସ,୧୫।୧:  ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଗୁହାଲିଆ ଗାଁରେ ସୋମବାର ବିଳମ୍ବିତ ରାତିରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୩ ପରିବାରର ୪୫ ବଖରା ସମ୍ପୂର୍ଣ୍ଣ ଭସ୍ମୀଭୂତ  ହୋଇଯାଇଛି।

ରୋଗଗ୍ରସ୍ତ ପୁଅ ଚିନ୍ତାରେ ମା’

ରୋଗଗ୍ରସ୍ତ ପୁଅ ଚିନ୍ତାରେ ମା’

ରାଇସୁଆଁ, ୧୫।୧(ଡି.ଏନ.ଏ.): କେନ୍ଦୁଝର ଜିଲା ସଦର ବ୍ଲକ ଅନ୍ତର୍ଗତ ଦନାର୍ଦ୍ଦନପୁର ପଞ୍ଚାୟତର ଜାମୁନାଳିଆ ଗ୍ରାମରେ ରୋଗଗ୍ରସ୍ତ ପୁଅ ଚିନ୍ତାରେ ଜଣେ ମା’ ରହିଛନ୍ତି। ୭ ବର୍ଷର ଶିଶୁ ଶୁକ୍ରା ମୁଣ୍ଡାଙ୍କୁ ନେଇ ମା’ ମଞ୍ଜୁ ଅସହାୟ ହୋଇପଡିଛନ୍ତି। 

ଅଭିଜିତ  ମିଷ୍ଟର ଓ ଆକାଂକ୍ଷା ମିସ୍‌ ୟୁଫୋରିଆ

ଅଭିଜିତ ମିଷ୍ଟର ଓ ଆକାଂକ୍ଷା ମିସ୍‌ ୟୁଫୋରିଆ

ବାରିପଦା ଅଫିସ,୧୫।୧- ବାରିପଦାସ୍ଥିତ ଶହୀଦ ସ୍ମୃତି ଭବନ ପରିସରରେ ୪ ଦିନ ହେଲା ଅନୁଷ୍ଠିତ ହୋଇ ଆସୁଥିବା  ରାଜ୍ୟସ୍ତରୀୟ ସାଂସ୍କୃତିକ ମହୋତ୍ସବ ୟୁଫୋରିଆ-୨୦୧୯ ରବିବାର ଛଉ ପଡ଼ିଆଠାରେ ଉଦ୍‌ଯାପିତ ହୋଇଯାଇଛି।

ହଜାରେ ଟଙ୍କା ଲାଗି ଜେଜେଙ୍କୁ ହତ୍ୟା

ବେତନଟୀ,୧୫।୧ (ଡ଼ି.ଏନ.ଏ)-ମକର ଖର୍ଚ୍ଚ ଲାଗି ମାଗିଥିବା ହଜାରେ ଟଙ୍କା ନ ମିଳିବାରୁ   ଘଟିଛି ହତ୍ୟାକାଣ୍ଡ। ଏଥିଯୋଗୁ ଉତ୍ତ୍ୟକ୍ତ ହୋଇପଡିଥିବା ନାତିର କାଠଫାଳିଆ ମାଡରେ ଜେଜେବାପାଙ୍କ ମୃତ୍ୟୁ ହୋଇଛି।  ଏପରି ଅଭାବନୀୟ ଘଟଣା ବେତନଟୀ ବଡ଼ଜାମ୍ବବଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ଗ୍ରାମରେ ଘଟିଛି। 

ଫି’ ମାଗିବାରୁ ଡାକ୍ତରଙ୍କୁ ମାଡ, ୩ ଗିରଫ

ଠାକୁରମୁଣ୍ଡା,୧୫।୧(ଡି.ଏନ.ଏ)-ଚିକିତ୍ସିତ ହେବା ପରେ ଫି’ ଦେବାକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଡାକ୍ତରଙ୍କୁ ରୋଗୀ ଓ ସମ୍ପର୍କୀୟମାନେ ଡାକ୍ତରଖାନା ପରିସରରେ ମାଡ ମାରିଥିବା ଅଭିଯୋଗ ହୋଇଛି। ସେମାନେ ସମ୍ପୃକ୍ତ ଡାକ୍ତରଙ୍କ  ପ୍ୟାଣ୍ଟ ଓ ସାର୍ଟ  ଚିରି ଦେବା ସହ ଧକ୍କା ମାରି ସେମାନଙ୍କୁ ଥାନାକୁ ନେଇଥିଲେ। 

ଭୀମକୁଣ୍ଡ ମହୋତ୍ସବ ଆୟୋଜିତ

ଭୀମକୁଣ୍ଡ ମହୋତ୍ସବ ଆୟୋଜିତ

ଠାକୁରମୁଣ୍ଡା,୧୫।୧(ଡି.ଏନ.ଏ)-ମକର ସଂକ୍ରାନ୍ତି ଅବସରରେ ଠାକୁରମୁଣ୍ଡା ବ୍ଲକ ଭୀମକୁଣ୍ଡଠାରେ  ପଞ୍ଚଦଶ ଭୀମକୁଣ୍ଡ ମହୋତ୍ସବ ଆୟୋଜିତ ହୋଇଯାଇଛି।  ଉପଜିଲାପାଳ ଶରତ କୁମାର ପୁରୋହିତଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ କରଞ୍ଜିଆ ବିଧାୟକ ବିଜୟ କୁମାର ନାଏକ, ମୁଖ୍ୟବକ୍ତା ଭାବେ ଅଧ୍ୟକ୍ଷ ଭାଗବତ ଲେଙ୍କା, ସମ୍ମାନୀତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ଏସଡିପିଓ ନାରାୟଣ ନାଏକ, ବିଡିଓ ବିଜୟ କୁମାର ନାୟକ, ତହସିଲଦାର ପ୍ରଦ୍ୟୁମ୍ନ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ ା

ଶ୍ରମିକ ପରିଚୟରେ ରହୁଛନ୍ତି ଅପରାଧୀ

ବାରିପଦା ଅଫିସ ,୧୫।୧- ବାରିପଦା ସହର ଏବେ ଅପରାଧୀଙ୍କ ଚରାଭୂଇଁ ପାଲଟିଛି। କିଛି ଦିନ ହେବ ଲୁଟ ଓ ଚୋରି  ଘଟଣାଗୁଡିକ ଏହା ପ୍ରମାଣିତ କରୁଛି। ବାହାରୁ ଅପରାଧୀମାନେ ସହରକୁ ଆସି ଅପରାଧ କରି ଖସି ଯାଉଥିବା ବେଳେ ପୋଲିସ ସେମାନଙ୍କ ସମ୍ପର୍କରେ  ସୂଚନା ପାଇ ପାରୁ ନାହିଁ।

ନନ୍ଦୁର ମୁନି ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ

ନନ୍ଦୁର ମୁନି ମେଳାରେ ଶ୍ରଦ୍ଧାଳୁଙ୍କ ଭିଡ

ଖଇରା, ୧୫।୧(ଡି.ଏନ.ଏ.)-ଖଇରା ବ୍ଲକର ବିଭିନ୍ନ ସ୍ଥାନରେ ମକର ସଂକ୍ରାନ୍ତି ଆଧ୍ୟାମତ୍ିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ା ପ୍ରସିଦ୍ଧ ନନ୍ଦୁର ମୁନି ମେଳା ୧୦୦ବର୍ଷରେ ପଦାର୍ପଣ କରିଥିବା ବେଳେ ଏଥିପାଇଁ ପୂଜା ଧୂମଧାମରେ ଆରମ୍ଭ ହୋଇଛି ା ବିଶ୍ୱନାଥ ଓଝା କଳସ ଆଣିଥିବା ବେଳେ ଯଦୁନାଥ ନନ୍ଦ କପିଳମୁନୀଙ୍କର ପୂଜା ଯଥାରୀତି ନୀତିରେ ସମ୍ପୂର୍ଣ୍ଣ କରିଥିଲେ। 

ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା

ପ୍ରତିଭାସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ବର୍ଦ୍ଧନା

ବାଲେଶ୍ୱର ଅଫିସ, ୧୫।୧-ଫକୀରମୋହନଙ୍କର ୧୭୭ତମ ଜୟନ୍ତୀ ଉତ୍ସବର ଦ୍ୱିତୀୟ ଦିବସ ସୋମବାର କବିତୀର୍ଥ ଶାନ୍ତିକାନନ ପରିସରରେ ପାଳିତ ହୋଇଛି। ଫକୀରମୋହନ ସାହିତ୍ୟ ପରିଷଦ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ପରିଷଦ ସଭାପତି ଡ.ଶିଶିର ଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା।

ମକର ଲାଗି ମା’ହିଙ୍ଗୁଳାଙ୍କ ମନ୍ଦିରରେ ଭିଡ

ମକର ଲାଗି ମା’ହିଙ୍ଗୁଳାଙ୍କ ମନ୍ଦିରରେ ଭିଡ

 ବଡ଼ସାହି, ୧୪ା୧(ସ୍ବ.ପ୍ର)- ସୋମବାର ମକର ସଂକ୍ରାନ୍ତି ଅବସରରେ ଉତ୍ତର ଓଡିଶାର ପ୍ରସିଦ୍ଧ ମା’ ହିଙ୍ଗୁଳାଙ୍କ ପୀଠରେ ଶତାଧୀକ ଭକ୍ତଙ୍କ ସମାଗମ ହୋଇଛି ା ଏଠାରେ ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର ପୂଜା ଓ ମା’ ହିଙ୍ଗୁଳାଙ୍କ ଅନ୍ନପୂର୍ଣ୍ଣା ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡ ପ୍ରତିବର୍ଷ ଲାଗିଥାଏ ା

ଭାଉଜଙ୍କୁ ହାଣିଲା ଦିଅର

ଭାଉଜଙ୍କୁ ହାଣିଲା ଦିଅର

ବାରିପଦା ଅଫିସ,୧୪।୧- ଘରୋଇ କଳହକୁ କେନ୍ଦ୍ର କରି ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ପାକଟିଆ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଜଗନ୍ନାଥ ନାୟକ ନାମକ ଯୁବକ ନିଜ ଭାଉଜଙ୍କୁ କୁରାଢ଼ିରେ ହାଣି ହତ୍ୟା କରିଛନ୍ତି।

ଜିଲାପାଳ, ଏସ୍‌ପିଙ୍କ ଅଭିଯୋଗ ଶୁଣାଣି

ଜିଲାପାଳ, ଏସ୍‌ପିଙ୍କ ଅଭିଯୋଗ ଶୁଣାଣି

ଔପଦା, ୧୪ା୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବ୍ଲକ ପରିସରରେ ସୋମବାର ଜିଲାପାଳ ଓ ଏସ୍‌ପିଙ୍କ ମିଳିତ ଅଭିଯୋଗ ଶୁଣାଣି ହୋଇଥିଲା। ୯୪ ଅଭିଯୋଗକାରୀଙ୍କ ଅଭିଯୋଗ ଶୁଣାଣି ହୋଇଥିଲା।

ଟୋଲଗେଟ୍‌ରେ ଅବକାରୀ ବିଭାଗର ଚଢାଉ:  ଟ୍ରକ ସହ ୧୦ଲକ୍ଷ ଟଙ୍କାର ମଦ ଜବତ, ଜଣେ ଗିରଫ

ଟୋଲଗେଟ୍‌ରେ ଅବକାରୀ ବିଭାଗର ଚଢାଉ: ଟ୍ରକ ସହ ୧୦ଲକ୍ଷ ଟଙ୍କାର ମଦ ଜବତ, ଜଣେ ଗିରଫ

ବାଲେଶ୍ୱର ଅଫିସ,୧୪।୧-ବାଲେଶ୍ୱର ଜିଲା ୧୬ ନମ୍ବର ଜାତୀୟ ରାଜପଥର ସେରଗଡ ଟୋଲଗେଟ୍‌ ନିକଟରେ ଭ୍ରାମ୍ୟମାଣ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ମଦ ବୋଝେଇ ହୋଇଥିବା ଏକ ଟ୍ରକ ଜବତ କରାଯାଇଛି। 

ଗୌଡ଼ଦାଣ୍ଡ ମହିଳା ପରିଷଦ ପକ୍ଷରୁ ମକର ମିଳନ

ଗୌଡ଼ଦାଣ୍ଡ ମହିଳା ପରିଷଦ ପକ୍ଷରୁ ମକର ମିଳନ

ରେମୁଣା,୧୪ା୧(ଡି.ଏନ.ଏ.)-ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ରେମୁଣା କ୍ଷୀରଚୋରାସ୍ଥିତ ଗୌଡ଼ଦାଣ୍ଡ ଗଁାରେ ମହିଳା ପରିଷଦ ପକ୍ଷରୁ ମକର ମିଳନ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି ା ପରିଷଦ ପକ୍ଷରୁ ପିଲା ଓ ମହିଳାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା

ଓଲଟିଲା ଚାଉଳ ଟ୍ରକ: ଲୋକେ ବୋହିନେଲେ

ଓଲଟିଲା ଚାଉଳ ଟ୍ରକ: ଲୋକେ ବୋହିନେଲେ

ବାହାନଗା,୧୪।୧(ଡି.ଏନ.ଏ.): ବାଲେଶ୍ବର ଜିଲା ବାହାନଗା ୧୬ ନମ୍ବର ଜାତୀୟ ରାଜପଥ ଉପରେ ସୋମବାର ସକାଳେ ଏକ ଚାଉଳ ବୋଝେଇ ପିକଅପ୍‌ ଭ୍ୟାନ ଓଲଟି ପଡିଛି । ଫଳରେ ସ୍ଥାନୀୟ ଲୋକମାନେ କିଛି ଚାଉଳ ବସ୍ତାକୁ ବୋହି ନେଇଛନ୍ତି। 

ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ମକର ମେଳା

ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ମକର ମେଳା

ଭଣ୍ଡାରିପୋଖରୀ,୧୪।୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ସୋମବାର ମକର ମେଳା ଆରମ୍ଭ ହୋଇଯାଇଛି। 

କେନ୍ଦୁଝରରେ ମକର ବୁଡ ପକାଇଲେ ଭକ୍ତ

କେନ୍ଦୁଝରରେ ମକର ବୁଡ ପକାଇଲେ ଭକ୍ତ

କେନ୍ଦୁଝର୧୪।୧ (ସ୍ବ.ପ୍ର.): କେନ୍ଦୁଝର ଜିଲାର ବିଭିନ୍ନ ଦେବାଦେବୀ ପୀଠରେ ମକର ଭିଡ଼ ସୋମବାର ସକାଳୁ ଦେଖିବାକୁ ମିଳିଛି। ଭକ୍ତମାନେ ସକାଳୁ ବିଭିନ୍ନ ନଦୀରେ ମକର ବୁଡ଼ ପକାଇ ନୂଆ ବସ୍ତ୍ର ପିନ୍ଧି ଦେବାଦେବୀଙ୍କ ଦର୍ଶନ କରିଛନ୍ତି। 

ଆଜି ମକରସଂକ୍ରାନ୍ତି: ଗଙ୍ଗାସାଗରରେ ୨୦ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

ଆଜି ମକରସଂକ୍ରାନ୍ତି: ଗଙ୍ଗାସାଗରରେ ୨୦ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ

ଭୋଗରାଇ, ୧୪।୧:(ଡି.ଏନ.ଏ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପରଗଣା ଜିଲା ସାଗରଦ୍ୱୀପସ୍ଥିତ ଗଙ୍ଗାସାଗରରେ ମକରସଂକ୍ରାନ୍ତି ଉପଲକ୍ଷେ ୨୦ ଲକ୍ଷ ଉର୍ଦ୍ଧ୍ୱ ଭକ୍ତ ସୋମବାର ବୁଡ ପକାଇଛନ୍ତି। ଭକ୍ତଙ୍କ ସମାଗମ ଦେଖି ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

ବେଧଡ଼କ ପଥର ଖନନ

ବେଧଡ଼କ ପଥର ଖନନ

ତେଲକୋଇ, ୧୪।୧(ଡି.ଏନ.ଏ.): ତେଲକୋଇ ବନାଞ୍ଚଳ ଅଧୀନ ପଡ଼ାଙ୍ଗରେ ଥିବା କଳାପାଟ ସଂରକ୍ଷିତ ଜଙ୍ଗଲରେ ବେଧଡ଼କ ମୂଲ୍ୟବାନ ପଥର ଖନନ କରାଯାଉଛି। ଉକ୍ତ ସଂରକ୍ଷିତ ଜଙ୍ଗଲ ଅଞ୍ଚଳକୁ ତହସିଲ ବିଭାଗ ପକ୍ଷରୁ କ୍ୱାରି ଦିଆଯାଇନାହିଁ।