ବାଲେଶ୍ୱର

ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବିଏସ୍‌ଏଫ୍‌ରେ କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

କେନ୍ଦୁଝର/ପାଟଣା,୧୮।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ବାଉଁଶୂଳୀ ଗ୍ରାମର ଜଣେ ଯୁବକଙ୍କ ମୃତଦେହ ପାଟଣା ଥାନା ବଡ଼ପାଟଣା ପଞ୍ଚାୟତ ମାଧପୁର ମହାନ୍ତିସାହିର ଲୁଣିନ୍ଦ୍ର ମୁଣ୍ଡାଙ୍କ ଗୁହାଳ ବାରଣ୍ଡାରୁ ସୋମବାର ଉଦ୍ଧାର କରାଯାଇଛି। ମୃତକ ହେଲେ ସଞ୍ଜୀବ ସର୍ଦ୍ଦାର(୨୫)। ସେ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌)ରେ କାର୍ଯ୍ୟରତ ବୋଲି ଜଣାପଡ଼ିଛି।

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ,୧୦ ଗୁରୁତର

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ,୧୦ ଗୁରୁତର

ବାହାନଗା,୧୮।୬(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ବାହାନଗା ବ୍ଲକ ପଣପଣା ପଞ୍ଚାୟତ ଗୁଣୁଦା ଗ୍ରାମ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥରେ ସୋମବାର ସକାଳେ ଏକ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ ମହିଳା ଯାତ୍ରୀଙ୍କ ମୃତ୍ୟୁ ଘଟିବା ସହ ୧୦ ଜଣ ଗୁରୁତର ହୋଇଛନ୍ତି।

ରାସ୍ତା ଉପରେ ଛିଣ୍ଡିପଡ଼ିଲା ବିଦ୍ୟୁତ୍‌ ତାର: ବାଇକ୍‌ ଆରୋହୀ ମୃତ

ରାସ୍ତା ଉପରେ ଛିଣ୍ଡିପଡ଼ିଲା ବିଦ୍ୟୁତ୍‌ ତାର: ବାଇକ୍‌ ଆରୋହୀ ମୃତ

ଚାନ୍ଦବାଲି,୧୮ା୬(ଡି.ଏନ୍‌.ଏ.): ଭଦ୍ରକ-ଚାନ୍ଦବାଲି ରାସ୍ତାର କଖାରୁଡିହ(ପାଣିକୋଇଲି ଛକ) ନିକଟରେ ସୋମବାର ସକାଳେ ୧୧ କେ.ଭି. ବିଦ୍ୟୁତ ତାରଛିଣ୍ଡି ପଡିବାରୁ ଜଣେ ବାଇକ୍‌ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଏଥିରେ ଉକ୍ତ ବାଇକ୍‌ରେ ବସିଥିବା ଅନ୍ୟଜଣେ ଆହାତ ହୋଇ ଚାନ୍ଦବାଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି।

ଆମ୍ବଶଢ଼ା ବିକି ଆଦିବାସୀ କ୍ଷତିଗ୍ରସ୍ତ

ଆମ୍ବଶଢ଼ା ବିକି ଆଦିବାସୀ କ୍ଷତିଗ୍ରସ୍ତ

କେନ୍ଦୁଝର, ୧୮ା୬(ସ୍ବ.ପ୍ର.): ଆମ୍ବଶଢ଼ାର ଚାହିଦା କେବେଠୁ ରହିଛି। ବଡ ନାମୀଦାମୀ କମ୍ପାନୀ ମଧ୍ୟ ଆମ୍ବଶଢା ବ୍ୟବସାୟ କରି ବେଶ ଲାଭବାନ ହେଉଛନ୍ତି। ଚକଚକ ଜରି ବା ପ୍ୟାକେଟରେ ବଡ ଦୋକାନରୁ ଆମ୍ବସଢା କିଣି ଲୋକେ ଖାଇଥାନ୍ତି।

ଶିବଙ୍କ ଚିକିତ୍ସାରେ ଅର୍ଥ ବାଧକ

ଶିବଙ୍କ ଚିକିତ୍ସାରେ ଅର୍ଥ ବାଧକ

କୋଳିମାଟି, ୧୮ା୬- ବିଛଣାରେ ପଡ଼ି ରହିଛନ୍ତି ରୋଜଗାରିଆ ସ୍ବାମୀ। ଚିକିତ୍ସା ଲାଗି ପାଖରେ ପଇସା ନାହିଁ। ମେଡିକାଲ ନେଇପାରୁନି। ସେ କାମ ଧନ୍ଦା କରି ପରିବାର ଚଳାଉଥିଲେ। ଏବେ ପେଟ ପୋଷିବା ପାଇଁ ନିଜେ ଜଙ୍ଗଲରୁ ପତ୍ର ତୋଳି ଖଲି ତିଆରି କରି ତାକୁ ବିକ୍ରି କରି ଚଳୁଛି।

ଠେଲା ଗାଡ଼ି ଦେଇଛି ପରିଚୟ

ଠେଲା ଗାଡ଼ି ଦେଇଛି ପରିଚୟ

ବହଳଦା,୧୮।୬(ଡ଼ି.ଏନ.ଏ)- ମୟୂରଭଞ୍ଜ ଜିଲା ବହଳଦାର ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ। ଏହା ନିକଟରେ ଥିବା ଧର୍ମଶାଳା ବଜାର ନିକଟରେ ଠେଲାଗାଡ଼ିରେ ବ୍ୟବସାୟ କରନ୍ତି ରଇବୁ । ତାଙ୍କ ଶୁଭ ନାମ ଆନନ୍ଦ ସାହୁ । ଏ ନାଁ ଅପେକ୍ଷା ସମସ୍ତେ ତାଙ୍କୁ ରଇବୁ ବୋଲି ଜାଣନ୍ତି ।

ଜାତୀୟ ବିଦ୍ୟାଳୟସ୍ତରୀୟ ଯୋଗ ଅଲମ୍ପିଆଡ

ଜାତୀୟ ବିଦ୍ୟାଳୟସ୍ତରୀୟ ଯୋଗ ଅଲମ୍ପିଆଡ

ବାରିପଦା ଅଫିସ,୧୭।୬- ମୟୂରଭଞ୍ଜ ଜିଲାରୁ ୩ ଜଣ ଛାତ୍ରୀଛାତ୍ର ଆସନ୍ତା ୧୮ରୁ ୨୦ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେଉଥିବା ବିଦ୍ୟାଳୟସ୍ତରୀୟ ଯୋଗ ଅଲମ୍ପିଆଡ ପ୍ରତିଯୋଗିତାରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ରୂପାୟ ମାଝୀ, ସ୍ମୃତିରେଖା ବେହେରା ଏବଂ ଆରତି ସିଂ।

ଆଦାୟ ହେଉଛି ମାହାସୁଲ, ବିକାଶ ନାହିଁ

ଆଦାୟ ହେଉଛି ମାହାସୁଲ, ବିକାଶ ନାହିଁ

କପ୍ତିପଦା,୧୮।୬(ଡି.ଏନ.ଏ.)- ମୟୂରଭଞ୍ଜ ଜିଲାର ଆଦିବାସୀ ଅଧ୍ୟୁଷିତ କପ୍ତିପଦା ବ୍ଲକରେ ଥିବା ପୁରାତନ ‘କପ୍ତିପଦା ହାଟ’ରୁ ମାହାସୁଲ ଆଦାୟ ହେଉଥିଲେ ମଧ୍ୟ ଏହାର ପାରିପାର୍ଶ୍ୱିକ ଉନ୍ନତି ପ୍ରତି ଧ୍ୟାନ ଦିଆଯାଉ ନାହିଁ ା ସାମାନ୍ୟ ବର୍ଷା ହେଲେ ହାଟର ସ୍ଥିତି ଶୋଚନୀୟ ହୋଇପଡୁଛି।

ସାନ୍ତାଳୀ ନାଟକ ପ୍ରତିଯୋଗିତା :  ‘କାଙ୍ଗାଳ’ ପ୍ରଥମ

ସାନ୍ତାଳୀ ନାଟକ ପ୍ରତିଯୋଗିତା : ‘କାଙ୍ଗାଳ’ ପ୍ରଥମ

ସଜନାଗଡ଼,୧୮।୬(ଡି.ଏନ.ଏ.)-ନୀଳଗିରି ଉପଖଣ୍ଡ ଅଧୀନସ୍ଥ ସଜନାଗଡ଼ର ଅଧିଷ୍ଠିତ ଦେବୀ ମା’ ଭୂଧାରଚଣ୍ଡୀଙ୍କ ପୀଠରେ ଉଡ଼ାପର୍ବ ଉପଲକ୍ଷେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ସାନ୍ତାଳୀ ନାଟକ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।

ରତ୍ନଭଣ୍ଡାର ସୁରକ୍ଷା ଦାବିରେ ଭାଜପାର ବିକ୍ଷୋଭ

ରତ୍ନଭଣ୍ଡାର ସୁରକ୍ଷା ଦାବିରେ ଭାଜପାର ବିକ୍ଷୋଭ

ସୋର, ୧୮ା୬(ଡି.ଏନ.ଏ.)-ପୁରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ସୁରକ୍ଷା ଦାବିରେ ଭାଜପା ତରଫରୁ ସୋର ଥାନା ସମ୍ମୁଖରେ ଦୁଇ ଘଣ୍ଟିଆ ଧାରଣା ଓ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ଶ୍ରୀମନ୍ଦିର ପ୍ରଶାସନ ଓ ରାଜ୍ୟ ସରକାର ରତ୍ନଭଣ୍ଡାର ଚାବିକୁ ଜାଣିଶୁଣି ଲୁଚାଇ ରଖିଥିଲେ।

ଅରଳାରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଅରଳାରେ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବାହାନଗା,୧୮ା୬(ଡି.ଏନ.ଏ.)-ବାହାନଗା ବ୍ଳକ କଲ୍ୟାଣୀ ପଞ୍ଚାୟତ ଅରଳା ଗ୍ରାମରେ ନୂତନ ଶିବମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଗତ ଶନିବାର ବିଗ୍ରହଙ୍କ ଧାନ୍ୟାଭିଷେକ ସମେତ ଆରଡି ଧାମରୁ ଆଜ୍ଞାମାଳ ଗ୍ରହଣ କାର୍ଯ୍ୟକ୍ରମ ହୋଇଥିଲା ା ରବିବାର ପୂଜା ମଣ୍ଡପ ସ୍ଥାପନ ଓ ଗ୍ରାମର ମହିଳାଙ୍କ ଦ୍ୱାରା ୧୬୦ ପୂର୍ଣ୍ଣକଳସ

୭ ଚୋରା ମଦ ବେପାରୀ ଗିରଫ, ୫ ବାଇକ୍‌ ଜବତ

୭ ଚୋରା ମଦ ବେପାରୀ ଗିରଫ, ୫ ବାଇକ୍‌ ଜବତ

ସୋର, ୧୮ା୬(ଡି.ଏନ.ଏ.)-ଅବକାରୀ ଅଧୀକ୍ଷକ ମନୋଜ ସେଠୀଙ୍କ ନିର୍ଦ୍ଦେଶକ୍ରମେ ସୋର ଅବକାରୀ ଥାନାର ସବଇନ୍ସପେକ୍ଟର କୁଳମଣି ବେହେରାଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣରେ ମଦ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୭ଜଣଙ୍କୁ ଗିରଫ କରାଯାଇଛି ।

ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର

ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର

ଜଳେଶ୍ୱର, ୧୮।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ଜଳେଶ୍ୱର ଥାନା ଗୋପୀମୋହନପୁର ପଞ୍ଚାୟତ ମହିଷାମୁଣ୍ଡା ଅଞ୍ଚଳରେ ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଜଳେଶ୍ୱର ଥାନାରେ ଅଭିଯୋଗ ହୋଇଛି। ଅଭିଯୁକ୍ତ ତଥା କଲ୍ୟାଣପୁର ଗ୍ରାମର ଯୁବକ ଖସି ପଳାଉଥିବା ବେଳେ ପୋଲିସ ତାଙ୍କୁ କାବୁ କରି ଥାନାରେ ଅଟକ ରଖଛି।

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗାଁ ଲୋକେ ମୁହଁାମୁହିଁ

ବାଲେଶ୍ୱର,ଅଫିସ୍‌,୧୮।୬-ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା କାସିମପୁର ଓ କଣ୍ଟାବଣିଆ ଗଁା ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରବିବାର ରାତ୍ରି ୯ ଟା ବେଳେ ସମୟରେ ଠେଙ୍ଗାବାଡି ଧରି ଦୁଇ ଗୋଷ୍ଠୀ ମୁହଁାମୁହିଁ ହୋଇଥିଲେ। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିବାରୁ ରକ୍ତାକ୍ତ ଗୋଷ୍ଠୀସଂଘର୍ଷକୁ ରୋକାଯାଇପାରିଛି।

୪କେଜି ସମ୍ବର ମାଂସ ଜବତ

କପ୍ତିପଦା, ୧୭।୬(ଡି.ଏନ.ଏ.)-ମୟୂରଭଞ୍ଜ ଜିଲା କପ୍ତିପଦା ରେଞ୍ଜ ଅଧୀନ ପୋଡ଼ାଡିହା ସେକ୍ସନ ସରାଳିବିଲା ଗ୍ରାମରୁ ରବିବାର ରାତିରେ ୪କେଜି ସମ୍ବର ମାଂସ ଜବତ ହୋଇଛି।

ପଳାଶବଧା ଛଉନୃତ୍ୟ ଉତ୍ସବ ଉଦ୍‌ଘାଟିତ

ମୋରଡ଼ା, ୧୭।୬-ମୋରଡା ବ୍ଲକ ମୋରଡା ପଞ୍ଚାୟତର ପଳାଶବଧା ଗ୍ରାମରେ ଶନିବାର ବାର୍ଷିକ ଛଉ ନୃତ୍ୟ ଉତ୍ସବ ଉଦ୍‌ଯାପିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଜେଡି କାର୍ଯ୍ୟକାରୀ ସଭାପତି ଦେବାଶିଷ ମହାନ୍ତି ଯୋଗ ଦେଇ ଗ୍ରାମାଞ୍ଚଳରେ ଛଉନୃତ୍ୟର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ।

କ୍ରିକେଟ ଟୁର୍ନାମେଣ୍ଟ: ମଙ୍ଗଳପୁର ଚାମ୍ପିୟନ

ବଡ଼ସାହି,୧୭।୬(ସ୍ବ.ପ୍ର)- ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ତେନ୍ତୁଳିମୁଣ୍ଡା ଓମ ସାଇ କ୍ରିକେଟ ଆସୋସିଏସନ ଆନୁକୂଲ୍ୟରେ ଦୁଇ ଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୮ଟି ଦଳ ଅଂଶ ଗ୍ରହଣ କରିଥିଲେ । ଉନ୍ନତ ଖେଳ ପ୍ରଦର୍ଶନ କରି ମଙ୍ଗଳପୁର ଦଳ ଓ ମାଣତ୍ରୀ ଦଳ ଫାଇନାଲକୁ ପ୍ରବେଶ କରିଥିଲା ।

ଅପହୃତା ନାବାଳିକା ବରଗଡରୁ ଉଦ୍ଧାର, ଅଭିଯୁକ୍ତ ଗିରଫ

ରୂପ୍‌ସା/ବସ୍ତା,୧୭।୬(ଡି.ଏନ.ଏ.)-ବାଲେଶ୍ୱର ଜିଲା ସିଂଲା ଥାନା ଅଞ୍ଚଳର ଜଣେ ଅପହୃତା ନାବାଳିକାଙ୍କୁ ପୋଲିସ ରବିବାର ବରଗଡ଼ରୁ ଉଦ୍ଧାର କରିଛି। ଅଭିଯୁକ୍ତ ସିଂଲା ଥାନା ବଢ଼ାଣ ଗ୍ରାମର ଯୁବକ ଅରୁଣ ପାତ୍ରଙ୍କୁ ଗିରଫ କରାଯାଇଛି।

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଝାଡ଼ାବାନ୍ତିରେ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ଝାଡ଼ାବାନ୍ତିରେ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବସ୍ତା,୧୭।୬(ସ୍ବ.ପ୍ର.)-ଗତ ୩ ଦିନ ଧରି ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଘରୁ ବାହାରିବା ଅସମ୍ଭବ ହୋଇପଡ଼ିଥିବା ବେଳେ ବାରମ୍ବାର ବିଦ୍ୟୁତକାଟ ଯୋଗୁ ଲୋକେ ହନ୍ତସନ୍ତ ହେଉଛନ୍ତି।

ସହଯୋଗୀଙ୍କ ସହ କଂଗ୍ରେସ ଛାଡ଼ିଲେ ଜୟନାରାୟଣ

ବାଲେଶ୍ୱର ଅଫିସ,୧୭।୬-ବାଲେଶ୍ୱର ଜିଲାର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଜଳେଶ୍ୱର ବିଧାୟକ ଜୟନାରାୟଣ ମହାନ୍ତି ଦଳରୁ ଇସ୍ତଫା ଦେଇଛନ୍ତି। ଏହି ଘଟଣା କଂଗ୍ରେସ ଦଳକୁ ଶକ୍ତ ଧକ୍କା ଦେଇଛି। ଦଳ ଭିତରେ ଲାଗି ରହିଥିବା ଆଭ୍ୟନ୍ତରୀଣ ଗୋଷ୍ଠକନ୍ଦଳ ଯୋଗୁ ସେ ନିଜର ସମସ୍ତ ସହଯୋଗୀ ଓ କର୍ମୀଙ୍କ ସହ ଦଳ ଛାଡିଥିବା ନେଇ ରବିବାର ପୂର୍ବାହ୍ନରେ ସ୍ଥାନୀୟ ଏକ ହୋଟେଲ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ କହିଛନ୍ତି।

ଯୋଗ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା

ଯୋଗ ଦିବସ ଉପଲକ୍ଷେ ସଚେତନତା ପଦଯାତ୍ରା

ଭଦ୍ରକ ଅଫିସ,୧୭।୬-ଆସନ୍ତା ୨୧ରେ ଆନ୍ତର୍ଜାତିକ ଯୋଗ ଦିବସ ଉପଲକ୍ଷେ ସଚେତନତା ସୃଷ୍ଟି ପାଇଁ ଭଦ୍ରକ ସୋସିଆଲ ସର୍ଭିସେସ(ବିଏସ୍‌ଏସ୍‌) ପକ୍ଷରୁ ରବିବାର ଏକ ପଦଯାତ୍ରା ସହର ପରିକ୍ରମା କରିଥିଲା।

୩ ମୋବାଇଲ ଚୋର ଗିରଫ

୩ ମୋବାଇଲ ଚୋର ଗିରଫ

ଚାନ୍ଦବାଲି,୧୭।୬(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ସହର ମଧ୍ୟବର୍ତ୍ତୀ ଏକ ମୋବାଇଲ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ମୋବାଇଲ ଚୋରି ହୋଇଥିଲା। ଏ ସମ୍ପର୍କରେ ଜଣାପଡ଼ିବା ପରେ ରାତ୍ରିକାଳୀନ ପାଟ୍ରୋଲିଂ ଟିମ୍‌ ଓ ସ୍ଥାନୀୟ ଯୁବକଙ୍କ ସହାୟତାରେ ଚୋରମାନଙ୍କୁ ଧରାଯିବା ସହ ସେମାନଙ୍କ ନିକଟରୁ ମୋବାଇଲ ଉଦ୍ଧାର କରାଯାଇଛି।

ରାତି ଅଧରେ ଘରେ ପଶି ଅସଦାଚରଣ

ରାତି ଅଧରେ ଘରେ ପଶି ଅସଦାଚରଣ

ହାଟଡିହୀ,୧୭।୬(ଡି.ଏନ.ଏ.): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ମନୋହରପୁର ଗ୍ରାମରେ ଜଣେ ଅସହାୟ ମହିଳାଙ୍କୁ ଶନିବାର ବିଳମ୍ବିତ ରାତିରେ କେତେକ ଅସାମାଜିକ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଯୁବକମାନେ କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ମହିଳାଙ୍କ ଘରର କବାଟ ବାଡେଇଥିଲେ।

ସରିଲା ରଜ, ଆର ବର୍ଷକୁ ଅପେକ୍ଷା

ସରିଲା ରଜ, ଆର ବର୍ଷକୁ ଅପେକ୍ଷା

ଆନନ୍ଦପୁର,୧୭।୬(ସ୍ବ.ପ୍ର.): ସରିଲା ରଜ ମଉଜ। ଏବେ ବିଦାୟ ଦେବାର ପାଳି। ଓଡ଼ିଆଙ୍କ ଗଣପର୍ବ ରଜ ପର୍ବ। ତିନି ଦିନ ଧରି କେନ୍ଦୁଝର ଜିଲା ଆନନ୍ଦପୁରର ବିଭିନ୍ନ ସ୍ଥାନରେ ରଜ ଉପଲକ୍ଷେ ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା। ରବିବାର ରଜକୁ ମହିଳାମାନେ ବେଶ ଆଡମ୍ବର ସହକାରେ ବିଦାୟ ଦେଇଥିବା ଦେଖିବାକୁ ମିଳିଥିଲା।