ଅନଗୁଳ-ଢେଙ୍କାନାଳ

ଟ୍ରକ ଧକ୍କାରେ ଶ୍ରମିକ ମୃତ

ଟ୍ରକ ଧକ୍କାରେ ଶ୍ରମିକ ମୃତ

ଢେଙ୍କାନାଳ ଅଫିସ, ୧୭।୪- ଢେଙ୍କାନାଳ ଷ୍ଟେଶନ ବଜାର ଝୋଟ ମିଲର ଶ୍ରମିକ ଫଗୁ ଚରଣ ସାହୁ ମଙ୍ଗଳବାର ଟ୍ରକ ଧକ୍କାରେ ପ୍ରାଣ ହରାଇଛନ୍ତି।

ଅନୁଗୋଳ: ଦୁଇ ଏସ୍‌ଡିଏସ୍‌ ଡିଭିଜନ ମାଓବାଦୀଙ୍କ ଆତ୍ମସମର୍ପଣ

ଅନୁଗୋଳ: ଦୁଇ ଏସ୍‌ଡିଏସ୍‌ ଡିଭିଜନ ମାଓବାଦୀଙ୍କ ଆତ୍ମସମର୍ପଣ

ବନ୍ତଳା,୧୭।୪(ଡି.ଏନ୍‌.ଏ.): ଅନୁଗୋଳ ଏସ୍‌ପିଙ୍କ ନିକଟରେ ମଙ୍ଗଳବାର ଦୁଇଜଣ (ଏସ୍‌ଡିଏସ୍‌) ଡିଭିଜନ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଝାଡଖଣ୍ଡ ରାଞ୍ଚି ଅଞ୍ଚଳର ଛୋଟୁ ଗଞ୍ଜୁ(୨୮) ଓରଫ ଦୟାନନ୍ଦ ଏବଂ ଅନୁଗୋଳ ଜିଲା ପୁରୁଣା କୋର୍ଟ ଥାନା ଟିକରପଡା ପଞ୍ଚାୟତ ମଝିପଡା ଗ୍ରାମର ଜଲି ଦେହୁରୀ ଓରଫ ଆମ୍ବରୁତା(୧୮)। ଛୋଟୁଙ୍କୁ ଧରିବା ପାଇଁ ସରକାର ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ଶୌଚ ହେବାକୁ ଯାଇଥିବା ବେଳେ କଚାଡି ମାରିଲା ହାତୀ

ଶୌଚ ହେବାକୁ ଯାଇଥିବା ବେଳେ କଚାଡି ମାରିଲା ହାତୀ

ଢେଙ୍କାନାଳ ଅଫିସ,୧୭।୪: ଢେଙ୍କାନାଳ ଜିଲା ଓଡ଼ାପଡା ବ୍ଲକ ବାଙ୍ଗୁରସିଙ୍ଗ ଗ୍ରାମରେ ହାତୀ ଆକ୍ରମଣରେ ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗ୍ରାମର ବରଜୁ ସାହୁ(୫୭)।

ଘର ବାହାର ପଟୁ ତାଲା ପକାଇ ନିଆଁ ଲଗାଇ ଦେଲେ: ମହିଳା ମୃତ

ଘର ବାହାର ପଟୁ ତାଲା ପକାଇ ନିଆଁ ଲଗାଇ ଦେଲେ: ମହିଳା ମୃତ

ବଅଁରପାଳ, ୧୭।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ବଳରାମପ୍ରସାଦଠାରେ ସୋମବାର ରାତି ପ୍ରାୟ ୧୨ଟା ସମୟରେ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଗ୍ରାମର ଦ୍ରୌପଦୀ ପ୍ରଧାନ (୫୫)।

ବାଇକ୍‌ରେ ନିଆଁ ଲଗାଇଦେଲେ ଦୁର୍ବୃତ୍ତ

ବଅଁରପାଳ, ୧୬ା୪(ଡି.ଏନ.ଏ.)- ନାଲ୍‌କୋ ଥାନା ସିପିପି ଛକଠାରେ ସନ୍ତୋଷ ସାହୁଙ୍କ ଗ୍ୟାରେଜରେ ଥିବା ଏକ ବାଇକ୍‌ରେ କେହି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ପୋଡ଼ି ହୋଇ ବୃଦ୍ଧା ମୃତ

ବଅଁରପାଳ, ୧୬ା୪(ଡି.ଏନ.ଏ.)- ନାଲ୍‌କୋ ଥାନା ବଳରାମପ୍ରସାଦ ଗ୍ରାମର ଦ୍ରୌପଦି ପ୍ରଧାନଙ୍କ ସୋମବାର ରାତି ପ୍ରାୟ ୧୨ଟାରେ ପୋଡିହୋଇ ମୃତ୍ୟୁ ଘଟିଛି।

କାର୍‌ ଉପରେ ଚଢ଼ିଗଲା ଅଜଣା ଗାଡ଼ି : ଏମ୍‌ସିଏଲ୍‌ ଅଧିକାରୀ, ସ୍ତ୍ରୀ, ପୁଅ ମୃତ

କାର୍‌ ଉପରେ ଚଢ଼ିଗଲା ଅଜଣା ଗାଡ଼ି : ଏମ୍‌ସିଏଲ୍‌ ଅଧିକାରୀ, ସ୍ତ୍ରୀ, ପୁଅ ମୃତ

ଓଡ଼ାପଡ଼ା, ୧୬ା୪(ଡି.ଏନ୍‌.ଏ.)-ସପରିବାର ସହ ବୁଲିବାକୁ ଯାଇଥିଲେ ଆଣ୍ଡାମାନ। ଯାତ୍ର ମଧ୍ୟ ସଫଳ ହୋଇଥିଲା। ବୁଲାବୁଲି ସାରି ସେଠାରୁ ଫେରିବା ପରେ ହସଖୁସିରେ ହୋଇଥିଲେ ଗଁା ମୁହଁା। ଆଉ ମାତ୍ର ଅଳ୍ପ ସମୟ ଭିତରେ ସମସ୍ତେ ପହଞ୍ଚତ୍ଥାନ୍ତେ ଘରେ। କିନ୍ତୁ ବିଧିର ବିଧାନ ଥିଲା ଅଲଗା। ଅଧାରାସ୍ତାରେ ଘଟିଲା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଆଉ ଏଥିରେ ଚାଲିଗଲା ପରିବାରର ୩ ସଦସ୍ୟଙ୍କ ଜୀବନ। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ମୋଟଙ୍ଗା ଥାନା ଅଧୀନ ୫୫ନଂ. ରାଜପଥର ମଶାଣିଆ ଛକ ଓ୍ବେ ବ୍ରିଜ୍‌ ନିକଟରେ ସୋମବାର ଭୋର୍‌ରୁ ଘଟିଛି ଏପରି ଅଘଟଣ । ମୃତକ ହେଲେ ଏମ୍‌ସିଏଲ୍‌ ଅଧିକାରୀ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ(୫୫), ତାଙ୍କ ସ୍ତ୍ରୀ ରୀନା ଓରଫ୍‌ ସାଗରିକା (୪୯) ଏବଂ ପୁଅ ସୌରଭସାଗର (୨୪)। ଏହି ଘଟଣା ଢେଙ୍କାନାଳ ଓ ଅନୁଗୋଳ ଜିଲାରେ ଶୋକର ଛାୟା ଖେଳାଇଦେଇଛି।

୨ ମଇଁଷିକୁ ଦଳିଦେଲା ଦନ୍ତା

୨ ମଇଁଷିକୁ ଦଳିଦେଲା ଦନ୍ତା

ଢେଙ୍କାନାଳ ଅଫିସ,୧୬।୪-ଢେଙ୍କାନାଳ ଜିଲାର ବିଭିନ୍ନ ସ୍ଥାନରେ ହାତୀ ଉପଦ୍ରବକୁ ନେଇ ଲୋକେ ଆତଙ୍କିତ ହୋଇଥିବାବେଳେ ବନ ବିଭାଗ ନିରୁପାୟ ହୋଇପଡ଼ିଛି। ସୋମବାର ଦନ୍ତା ଆକ୍ରମଣରେ ସଦର ଥାନା ଝାରଗାଡ଼ିଆ ଫାଣ୍ଡି ପଶାସିଂହ ଗ୍ରାମର ମଧୁସୂଦନ ବେହେରାଙ୍କ ୨ ମଇଁଷିଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଜଣେ ଛୁଆ ଓ ଅନ୍ୟଜଣେ ମା। ଏଥିରେ ଅନ୍ୟ ଏକ ମଇଁଷି କ୍ଷତାକ୍ତ ହୋଇଛି। ଦନ୍ତା ହାତୀ ମଇଁଷି ଗୋଠରେ ପଶି ବ୍ୟାପକ କ୍ଷତି ଘଟାଇଥିବା କ୍ଷତିଗ୍ରସ୍ତ ଚାଷୀ ସୂଚନା ଦେଇଛନ୍ତି।

କିଶୋରଗଞ୍ଜ ଡାକକେନ୍ଦ୍ରରେ ସେବା ବିପର୍ଯ୍ୟସ୍ତ: ଜଣେ ପୋଷ୍ଟ ମାଷ୍ଟର, କିରାଣିରେ ଚାଲିଛି କାମ

କିଶୋରଗଞ୍ଜ ଡାକକେନ୍ଦ୍ରରେ ସେବା ବିପର୍ଯ୍ୟସ୍ତ: ଜଣେ ପୋଷ୍ଟ ମାଷ୍ଟର, କିରାଣିରେ ଚାଲିଛି କାମ

ବଇଣ୍ଡା, ୧୬ା୪(ଡି.ଏନ.ଏ.)- ଡାକଘର ଅଛି। ହେଲେ ନାହାନ୍ତି ଆବଶ୍ୟକ କର୍ମଚାରୀ। ଡାକ ଟିକେଟ, ରେଭିନ୍ୟୁ ଷ୍ଟାମ୍ପ ମିଳୁନି। ଟଙ୍କା ଉଠାଣ, ଜମାରେ ବି ଅସୁବିଧା ଭୋଗୁଛନ୍ତି ଗ୍ରାହକ।

ଆଜି ଛେଣ୍ଡିପଦାର ୭ ଓ୍ବାର୍ଡରେ ଉପନିର୍ବାଚନ

ଆଜି ଛେଣ୍ଡିପଦାର ୭ ଓ୍ବାର୍ଡରେ ଉପନିର୍ବାଚନ

ଛେଣ୍ଡିପଦା, ୧୬ା୪(ଡି.ଏନ.ଏ.)- ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଅନୁଗୋଳ ଜିଲା ଆଜି ଛେଣ୍ଡିପଦା ବ୍ଲକର ୭ଟି ଓ୍ବାର୍ଡରେ ଉପନିର୍ବାଚନ ହେବ। ମୋଟ ୧୬ ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି।

ସିଆଇଟିୟୁ ପକ୍ଷରୁ ବିକ୍ଷୋଭ

ସିଆଇଟିୟୁ ପକ୍ଷରୁ ବିକ୍ଷୋଭ

ତାଳଚେର,୧୬ା୪(ନି.ପ୍ର.)- କମର୍ସିଆଲ ମାଇନିଂ ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ବିରୋଧରେ ଏମ୍‌ସିଏଲ୍‌ର ଲିଙ୍ଗରାଜ ଏରିଆ, ଜଗନ୍ନାଥ ଏରିଆ, ତାଳଚେର ଏରିଆ, ଭିଟି ସେଣ୍ଟର, ଲିଙ୍ଗରାଜ ପ୍ରକଳ୍ପ ଅଧିକାରୀଙ୍କ ଅଫିସ୍‌ ସମ୍ମୁଖରେ ପ୍ରତିବାଦ ଓ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଯାଇଛି।

ସ୍ବତନ୍ତ୍ର ରାସ୍ତା ଦାବି କରିବ ଜନଜାଗରଣ ପରିଷଦ

ସ୍ବତନ୍ତ୍ର ରାସ୍ତା ଦାବି କରିବ ଜନଜାଗରଣ ପରିଷଦ

ତାଳଚେର,୧୬ା୪(ନି.ପ୍ର.)- ଜନଜାଗରଣ ପରିଷଦ ପକ୍ଷରୁ ଏକ ବୈଠକ ଥର୍ମାଲ ଶିବ ମନ୍ଦିର ପ୍ରାଙ୍ଗଣରେ ସୋମବାର ଅନୁଷ୍ଠିତ ହୋଇଯାଇଛି। ପରିଷଦର ଜିଲା ସଭାପତି ଜିନେସ ସାହୁ ଏଥିରେ ଅଧ୍ୟକ୍ଷତା କରିଥିଲେ। ତାଳଚେରର ବିଭିନ୍ନ ମୌଳିକ ସମସ୍ୟା ସହିତ ବୃଦ୍ଧି ପାଉଥିବା ପ୍ରଦୂଷଣ ଉପରେ ବୈଠକରେ ଆଲୋଚନା କରାଯାଇଥିଲା।

ଟାଏକୋଣ୍ଡୋ ଏକାଡେମୀକୁ ୧୧ ପଦକ

ଟାଏକୋଣ୍ଡୋ ଏକାଡେମୀକୁ ୧୧ ପଦକ

ତାଳଚେର,୧୬ା୪(ନି.ପ୍ର.)- ଭଦ୍ରକ ଜିଲା ଚରମ୍ପାସ୍ଥିତ ମହାରାଜ ଉଗ୍ରସେନ ଭବନ ଠାରେ ରବିବାର ଅନୁଷ୍ଠିତ ୧୭ତମ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତାରେ ତାଳଚେର ଡେରା ଓ ଦେଉଳବେଡା ଟାଏକୋଣ୍ଡୋ ଏକାଡେମୀର ପ୍ରତିଯୋଗୀମାନେ ମୋଟ୍‌ ୧୧ଟି ପଦକ ହାସଲ କରିଛନ୍ତି। ସେଥିମଧ୍ୟରୁ ୪ଟି ସ୍ବର୍ଣ୍ଣ ହୋଇଥିବା ବେଳେ ୭ଟି ରୌପ୍ୟ ପଦକ ରହିଛି।

୨୫୩ ଅଭିଯୋଗ ଶୁଣିଲେ ଜିଲାପାଳ

୨୫୩ ଅଭିଯୋଗ ଶୁଣିଲେ ଜିଲାପାଳ

ଭୁବନ,୧୬।୪(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଟ୍ରେଲର ଧକ୍କାରେ ଜଣେ ଗୁରୁତର

ଟ୍ରେଲର ଧକ୍କାରେ ଜଣେ ଗୁରୁତର

ବଅଁରପାଳ,୧୬।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କାଣ୍ଡସର ନିକଟରେ ସୋମବାର ଅପରାହ୍ନ ୧ଟା ସମୟରେ ଏକ ଟ୍ରେଲର ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

ଟ୍ରକ୍‌ ଧକ୍କାରେ ଯୁବକ ଗୁରୁତର

ଟ୍ରକ୍‌ ଧକ୍କାରେ ଯୁବକ ଗୁରୁତର

ବଅଁରପାଳ,୧୬।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ ନିକଟରେ ସୋମବାର ଭୋର ସମୟରେ ଟ୍ରକ୍‌ ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି।

କିମିଆ କଲା କେନ୍ଦରା

କିମିଆ କଲା କେନ୍ଦରା

ରାସୋଳ,୧୫।୪(ଡି.ଏନ.ଏ.)-ମହାବିଷୁବ ସଂକ୍ରାନ୍ତିରେ ଆରମ୍ଭ ହୋଇଥିବା ରାସୋଳ ମହୋତ୍ସବର ରବିବାର ଦ୍ୱିତୀୟ ସନ୍ଧ୍ୟାର ଆକର୍ଷଣ ସାଜିଥିଲା କେନ୍ଦରା। ଗୁଳେହି ଗ୍ରାମରେ କେନ୍ଦରା ବାଦକ ପବିତ୍ର ପ୍ରଧାନଙ୍କ କେନ୍ଦରା ବାଦନରେ ବିମୁଗ୍ଧ ହୋଇଥିଲେ ଦର୍ଶକ। ବିଭିନ୍ନ ସ୍ବରକୁ ସେ କେନ୍ଦରାରେ ତୋଳି ଧରିଥିଲେ, ଯାହା ବେଶ୍‌ ମନୋରଞ୍ଜନର ଖୋରାକ୍‌ ଯୋଗାଇଥିଲା।

୧ରୁ ସମୂହ ଛୁଟିରେ ଯିବେ ରାଜସ୍ବ ଅମଲା

୧ରୁ ସମୂହ ଛୁଟିରେ ଯିବେ ରାଜସ୍ବ ଅମଲା

ଢେଙ୍କାନାଳ ଅଫିସ, ୧୫।୪-ରାଜ୍ୟସଂଘର ନିଷ୍ପତ୍ତିକୁ ସମ୍ମାନ ଜଣାଇ ଢେଙ୍କାନାଳ ଜିଲାର ରାଜସ୍ବ ଅମଲାମାନେ ଆସନ୍ତା ମେ’ ପହିଲାରୁ ସମୂହ ଛୁଟିରେ ଯିବେ। ଜିଲା କାର୍ଯ୍ୟାଳୟରେ ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ବୈଠକରେ ସଂଘ ପକ୍ଷରୁ ଏପରି ଚରମ ନିଷ୍ପତ୍ତି ନିଆଯାଇଛି।

୩୫ ଥରରେ ୩୫ ହଜାର ଗାଏବ

୩୫ ଥରରେ ୩୫ ହଜାର ଗାଏବ

ବନ୍ତଳା,୧୫।୪(ଡି.ଏନ.ଏ.)- ପାଖରେ ପାଶ୍‌ବୁକ୍‌, ଏଟିଏମ୍‌ କାର୍ଡ଼ ଅଛି। କୌଣସି ଏଟିଏମ୍‌ ନମ୍ବର କିମ୍ବା ପିନ୍‌କୋଡ଼୍‌ ସମ୍ପର୍କରେ ମଧ୍ୟ କୌଣସି ବ୍ୟକ୍ତିଙ୍କୁ ସୂଚନା ମଧ୍ୟ ଦିଆଯାଇ ନାହିଁ। ହେଲେ ଆକାଉଣ୍ଟରୁ ଗ୍ରାହକଙ୍କ ଅଜାଣତରେ ୩୫ ହଜାର ଟଙ୍କା ଗାଏବ ହୋଇଯାଇଛି। ଅନୁଗୋଳ ଜିଲା ବନ୍ତଳା ଥାନା ତଳଗଡ଼ ଗ୍ରାମର ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଏପରି ଠକେଇର ଶିକାର ହୋଇଥିବାବେଳେ ଏ ସଂକ୍ରାନ୍ତରେ ସେ ଥାନାରେ ଅଭିଯୋଗ କରିଛନ୍ତି।

ରେଲୱେ କାମକୁ ଗ୍ରାମବାସୀଙ୍କ ବିରୋଧ

ରେଲୱେ କାମକୁ ଗ୍ରାମବାସୀଙ୍କ ବିରୋଧ

ବଅଁରପାଳ,୧୫।୪(ଡି.ଏନ.ଏ.)- ନାଲ୍‌କୋ ଥାନା ବଳରାମପ୍ରସାଦଠାରେ ହେଉଥିବା ରେଲୱେର ନିର୍ମାଣ କାର୍ଯ୍ୟକୁ ଲକ୍ଷ୍ମଣପୁରବାସୀ ରବିବାର ବିରୋଧ କରିଛନ୍ତି। ଗ୍ରାମବାସୀ ଅଭିଯୋଗ କରିଛନ୍ତି ଯେ, ବଳରାମପ୍ରସାଦ ପଞ୍ଚାୟତର ଲକ୍ଷ୍ମଣପୁର ଦେଇ ଯାଇଥିବା ପଞ୍ଚାୟତ ରାସ୍ତାକୁ ରେଲୱେ ବିଭାଗ ଅଧିଗ୍ରହଣ କରିଛି।

ଜାତୀୟ ରାଜପଥ ସମ୍ପ୍ରସାରଣ; ଡିସିମିଲି ପିଛା ୫୦ ହଜାର ଦାବି

ବଇଣ୍ଡା, ୧୫।୪(ଡି.ଏନ.ଏ.)- ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ସରକାର ଲୋକଙ୍କ ମୂଲ୍ୟବାନ ଜମି ନେଉଛନ୍ତି। ଏଥିଯୋଗୁ ବହୁ ଲୋକ ସେମାନଙ୍କ ଘର ଦ୍ୱାର ସହ ଜୀବିକା ହରାଇବେ। ହେଲେ ସରକାର ଏଥିପ୍ରତି ଆଦୌ ଦୃଷ୍ଟି ନ ଦେଉନାହାନ୍ତି। ୨୦୧୭ରେ ତାଳଚେର-ସମ୍ବଲପୁର ରେଳପଥର ଦୋହରୀକରଣ କରାଯାଇ ୨ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ ହୋଇଥିବାବେଳେ ବିଭାଗ ପକ୍ଷରୁ ଅନାବାଦି ଜମିଗୁଡ଼ିକୁ ଡିସିମିଲି ପିଛା ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯାଇଥିଲା। ହେଲେ ରାଜପଥ ସମ୍ପ୍ରସାରଣ ଯୋଗୁ କ୍ଷତିଗ୍ରସ୍ତ ପ୍ରଜାଙ୍କୁ ଡିସିମିଲି ପିଛା ମାତ୍ର ୧୦ ହଜାର ଟଙ୍କା ଦିଆଯାଇ ସେମାନଙ୍କୁ ଠକିବାକୁ ଉଦ୍ୟମ କରାଯାଉଛି ବୋଲି କିଶୋରନଗର ବ୍ଲକ ନାକିଚି ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଚକୋଲେଟ ଦେଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ଚକୋଲେଟ ଦେଇ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ

ପାଲଲହଡ଼ା, ୧୫ା୪(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକସ୍ଥିତ ଏକ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକଙ୍କ ବିରୋଧରେ ଆସିଛି ଗୁରୁତର ଅଭିଯୋଗ। ଚକୋଲେଟ ଓ ମିକ୍ସଚର ଦେଇ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ସେ ଅସଦାଚରଣ କରିଥିବା ଖମାର ଥାନାରେ ଏତଲା ହୋଇଛି। ଏ ସଂକ୍ରାନ୍ତରେ ପୋଲିସ ଏକ ମାମଲା ରୁଜୁ କରିଛି। ଜିଲା ମଙ୍ଗଳ ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ପ୍ରଧାନଶିକ୍ଷକ ଫେରାର ହୋଇଯାଇଥିବା ଜଣାପଡିଛି।

ଯୁବକଙ୍କ ମୃତ୍ୟୁ ଘଟଣାରେ ୪ ଡ୍ରାଇଭର ଅଟକ

ବଅଁରପାଳ,୧୫।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ କାଣ୍ଡସରଠାରେ ଶନିବାର ଏକ ଟ୍ରକ୍‌ ଚାପାରେ ଚିରଞ୍ଜୀବ ବରାଳ ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ କୁଲାଡ଼ ଗ୍ରାମବାସୀ ରାସ୍ତାରୋକୋ କରିଥିଲେ।

କଠୁଆ ଗଣ ବଳାତ୍କାର ଅଭିଯୁକ୍ତଙ୍କୁ  କଠୋର ଦଣ୍ଡ ଦେବା  ଦାବିରେ ଦସ୍ତଖତ ଅଭିଯାନ

କଠୁଆ ଗଣ ବଳାତ୍କାର ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବା ଦାବିରେ ଦସ୍ତଖତ ଅଭିଯାନ

ଅନୁଗୋଳ ଅଫିସ, ୧୫।୪- ଭାଜପା- ପିଡିପି ମେଣ୍ଟ ଶାସିତ ଜାମ୍ମୁ-କଶ୍ମୀର ଅନ୍ତର୍ଗତ କଠୁଆ ଜିଲା ଅନ୍ତର୍ଗତ ବକେରଓ୍ବାଲ ଗ୍ରାମରେ ଜଣେ ୮ ବର୍ଷିଆ ନାବାଳିକାକୁ ଗଣ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ତେଜିବାରେ ଲାଗିଛି।