ଅନଗୁଳ-ଢେଙ୍କାନାଳ

ନାବାଳିକାଙ୍କୁ  ବଳାତ୍କାର  ଉଦ୍ୟମ , ବୃଦ୍ଧ ଅଟକ

ନାବାଳିକାଙ୍କୁ ବଳାତ୍କାର ଉଦ୍ୟମ , ବୃଦ୍ଧ ଅଟକ

ବନ୍ତଳା,୨୭।୧(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳରେ ଶନିବାର ଅପରାହ୍ନରେ ଜଣେ ନାବାଳିକାଙ୍କୁ  ବଳାତ୍କାର  ଉଦ୍ୟମ ହୋଇଥିବା ନେଇ  ଥାନାରେ ଅଭିଯୋଗ ହୋଇଛି।

ସୁନ୍ଦରୀକୁ ଜଗିବେ ଦୁଇ ପୋଷା ହାତୀ

ସୁନ୍ଦରୀକୁ ଜଗିବେ ଦୁଇ ପୋଷା ହାତୀ

ଅନୁଗୋଳ ଅଫିସ୍‌, ୨୭।୧: ଅନୁଗୋଳ ଜିଲା ସାତକୋଶିଆରେ ଥିବା ବାଘୁଣୀ ସୁନ୍ଦରୀକୁ ଜଗିବେ ଦୁଇ ପୋଷା ହାତୀ। 

ପଞ୍ଚାୟତସ୍ତରୀୟ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା

ବଇଣ୍ଡା,୨୬।୧(ଡି.ଏନ.ଏ.)-ଆଠମଲ୍ଲିକ ବ୍ଲକ ପେଡ଼ିପଥର ପଞ୍ଚାୟତର ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ଗୁରୁବାର ଓ ଶୁକ୍ରବାର ୨ ଦିନ ଧରି ପେଡ଼ିପଥର ହାଇସ୍କୁଲ ଖେଳ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ  ପଞ୍ଚାୟତର ୧୦ଟି ବିଦ୍ୟାଳୟର ୬୦୦ ଛାତ୍ରୀଛାତ୍ର ଅଶଂଗ୍ରହଣ କରିଥିଲେ। 

କ୍ରୀଡ଼ାବିତ୍‌ ସମ୍ବର୍ଦ୍ଧିତ

କ୍ରୀଡ଼ାବିତ୍‌ ସମ୍ବର୍ଦ୍ଧିତ

ବଇଣ୍ଡା,୨୬।୧(ଡି.ଏନ.ଏ.)- ଓଡ଼ିଶାର ୧୭ ବର୍ଷରୁ କମ ମହିଳା ରାଜ୍ୟସ୍ତରୀୟ କ୍ରିକେଟ୍‌  କ୍ଲବରେ  ଚୟନ ହୋଇ ଅଶଂଗ୍ରହଣ କରିଥିବା କିଶୋରନଗର ବ୍ଲକ ବ୍ରାହ୍ମଣୀଦେଇ ଗ୍ରାମର ବସୁମତୀ ନାୟକଙ୍କୁ ଶୁକ୍ରବାର ସମ୍ବର୍ଦ୍ଧନା ଦିଆଯାଇଛି। 

  ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସାଂସ୍କୃତିକ କାର୍ଯ୍ୟକ୍ରମ

 ଭୁବନ,୨୬।୧(ଡି.ଏନ.ଏ.)- ଭୁବନ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶନିବାର ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଛି। ଭୁବନ କୋର୍ଟ, ଏନ୍‌ଏସି, ତହସିଲ, ବ୍ଲକ, ସମସ୍ତ ଶିକ୍ଷାନୁଷ୍ଠାନ, ଶିକ୍ଷକ ପରିଷଦ ଓ ନୂଆଜାର ବଣିକ ସଂଘ ପକ୍ଷରୁ ପତାକା ଉତ୍ତୋଳନ କରାଯାଇଥିଲା। 

ହିଂସାକୁ ଛାଡ଼ି ଶାନ୍ତି ବଜାୟ ରଖିବାକୁ ପରାମର୍ଶ

ହିଂସାକୁ ଛାଡ଼ି ଶାନ୍ତି ବଜାୟ ରଖିବାକୁ ପରାମର୍ଶ

ବଇଣ୍ଡା,୨୬।୧(ଡି.ଏନ.ଏ.)-କିଶୋରନଗର ବ୍ଲକ ବରପଡ଼ିଆଠାରେ ଶନିବାର ସାଧାରଣତନ୍ତ୍ର ଦିବସ ଧୁମଧାମରେ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ  ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ।  

ଆଜିର ଶିଶୁ କାଲିର ଭବିଷ୍ୟତ

ଆଜିର ଶିଶୁ କାଲିର ଭବିଷ୍ୟତ

ବଇଣ୍ଡା,୨୬।୧(ଡି.ଏନ.ଏ.)- ଶିଶୁମାନଙ୍କୁ  ପ୍ରାରମ୍ଭରୁ  ସଂସ୍କାରମୂଳକ ଶିକ୍ଷା ଦିଆଯାଉ। ବଡ଼ମଣିଷ ହେବାକୁ ହେଲେ କଠିନ ପରିଶ୍ରମ କରିବାକୁ ପଡ଼ିବ। ସବୁବେଳେ ସ୍ବପ୍ନ ଦେଖ, ଯାହାଫଳରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବ। ଆଜିର ଶିଶୁ କାଲି ଦେଶର ଭବିଷ୍ୟତ ବୋଲି ଶନିବାର କିଶୋରନଗର ବ୍ଲକ ବଇଣ୍ଡା ମହର୍ଷି ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସରରେ ଯୋଗ ଦେଇଥିବା ଅତିଥିମାନେ ଏହା କହିଛନ୍ତି।

ଅନୁଗୋଳରେ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ

ଅନୁଗୋଳରେ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ

ଅନୁଗୋଳ ଅଫିସ,୨୬।୧- ଅନୁଗୋଳ ଷ୍ଟାଡିୟମଠାରେ ୭୦ତମ ଜିଲାସ୍ତରୀୟ ସଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ ଯୋଗଦେଇ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। 

ନୂଆଆଳତୁମାରେ ଯକ୍ଷ୍ମା ଆତଙ୍କ: ଦେଶୀ ମଦ ବଢ଼ାଉଛି ରୋଗ

ନୂଆଆଳତୁମାରେ ଯକ୍ଷ୍ମା ଆତଙ୍କ: ଦେଶୀ ମଦ ବଢ଼ାଉଛି ରୋଗ

କାମାକ୍ଷାନଗର, ୨୬।୧(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଏନ୍‌ଏସି ୧୧ନଂ. ୱାର୍ଡ ନୂଅଁାଆଳତୁମା ଗ୍ରାମରେ ଯକ୍ଷ୍ମା ଆତଙ୍କ ଦେଖାଦେଇଛି। ଅଞ୍ଚଳର ୩୦ରୁ ଊର୍ଦ୍ଧ୍ୱ ଲୋକ ଏହି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରୋଗୀମାନେ ଚିକିତ୍ସିତ ହେଉଛନ୍ତି। ନିୟମିତ ଔଷଧ ମଧ୍ୟ ଖାଉଛନ୍ତି। ହେଲେ ନିଶାଖୋର ମନୋଭାବ ଯୋଗୁ ଔଷଧ କାଟୁକରୁନି, ଯାହା ଏବେ ନୂଆ ସମସ୍ୟା ଛିଡ଼ା କରାଇଛି। ଯକ୍ଷ୍ମାକୁ ନେଇ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ଥିବାବେଳେ ଅଞ୍ଚଳରୁ ମଦ ହଟାଇବା ଏବଂ ଆକ୍ରାନ୍ତଙ୍କୁ ସଚେତନ କରାଇବାକୁ ଅଣ୍ଟା ଭିଡ଼ିଛନ୍ତି କେତେଜଣ ସଚେତନ ଯୁବକ। ଏଥିସହ ପ୍ରଶାସନ ଏଥିରେ ହସ୍ତକ୍ଷେପ କରିବାକୁ ସେମାନେ ଦାବି କରିଛନ୍ତି।

୫ ପର୍ଯ୍ୟଟନସ୍ଥଳୀକୁ ସରକାରୀ ମାନ୍ୟତା ପାଇଁ ସୁପାରିସ

୫ ପର୍ଯ୍ୟଟନସ୍ଥଳୀକୁ ସରକାରୀ ମାନ୍ୟତା ପାଇଁ ସୁପାରିସ

ଅନୁଗୋଳ ଅଫିସ, ୨୬।୧:ଅନୁଗୋଳ ଜିଲାରେ ଥିବା ପର୍ଯ୍ୟଟନସ୍ଥଳ ଗୁଡ଼ିକର ଚିହ୍ନଟ ଓ ଏହାକୁ ମାନ୍ୟତା ପାଇଁ ସୁପାରିସ କରିବା ନିମନ୍ତେ ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ ଆବାସିକ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲାସ୍ତରୀୟ ସମନ୍ବୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ବଢୁଛି ବାଲି ଚୋରା ଚାଲାଣ

ବଢୁଛି ବାଲି ଚୋରା ଚାଲାଣ

ଆଠମଲ୍ଲିକ, ୨୬ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଦେଇ ପ୍ରବାହିତ ମହାନଦୀର ବିଭିନ୍ନ ଘାଟରୁ ମାଫିଆମାନେ ବାଲି ଚୋରା ଚାଲାଣ କରୁଥିବା ଅଭିଯୋଗ ହେଉଛି। ପ୍ରତିଦିନ ଟ୍ରାକ୍ଟର, ହାଇଓ୍ବା, ପିକ୍‌ଅପ୍‌, ଟ୍ରକ୍‌ ଯୋଗେ ବାଲି ଜିଲା ତଥା ଜିଲା ବାହାରକୁ ଚାଲାଣ ହେଉଥିଲେ ମଧ୍ୟ ତହସିଲ ବିଭାଗର ଅବହେଳା ଯୋଗୁ ମାଫିଆମାନେ ନିର୍ଭୟରେ ଏହି କାରବାର ଚଳାଇଥିବା ଅଞ୍ଚଳବାସୀ ପ୍ରକାଶ କରିଛନ୍ତି।

ଢେଙ୍କାନାଳରେ ୭୦ ତମ ସାଧାରଣ ତନ୍ତ୍ର ଦିବସ

ଢେଙ୍କାନାଳରେ ୭୦ ତମ ସାଧାରଣ ତନ୍ତ୍ର ଦିବସ

ଢେଙ୍କାନାଳ ଅଫିସ,୨୬।୧- ଢେଙ୍କାନାଳ ଷ୍ଟାଡ଼ିୟମଠାରେ ଶନିବାର ୭୦ତମ  ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଛି। ମୁଖ୍ୟଅତିଥି ଭାବେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ପରେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ପରେଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ମାଧପୁରର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ

ମାଧପୁରର ବିଭିନ୍ନ ସ୍ଥାନରେ ସାଧାରଣତନ୍ତ୍ର ଦିବସ

ମାଧପୁର,୨୬।୧: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ମାଧପୁରର ବିଭିନ୍ନ ସ୍ଥାନରେ ଶନିବାର  ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।

ନାଲ୍‌କୋରେ ୭୦ତମ ସାଧାରଣତନ୍ତ୍ର ଦିବସ

ନାଲ୍‌କୋରେ ୭୦ତମ ସାଧାରଣତନ୍ତ୍ର ଦିବସ

ବଅଁରପାଳ,୨୬।୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋର ବିଭିନ୍ନ ସ୍ଥାନରେ ଶନିବାର ୭୦ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ନାଲ୍‌କୋ ଶ୍ରମିକ କଂଗ୍ରେସ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରେଶ ଜେନା ସଭାପତିତ୍ୱ କରିଥିଲେ।

୭ ମାସ ପରେ ବସିଲା ପଞ୍ଚାୟତ ସମିତି ବୈଠକ: ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା

୭ ମାସ ପରେ ବସିଲା ପଞ୍ଚାୟତ ସମିତି ବୈଠକ: ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା

ବଅଁରପାଳ, ୨୬।୧ (ଡି.ଏନ୍‌.ଏ)- ପ୍ରତି ୩ ମାସରେ ଥରେ ପଞ୍ଚାୟତ ସମିତି ବୈଠକ ବସିବାକୁ ନିୟମ ଥିବାବେଳେ ବଅଁରପାଳ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଗତ ବର୍ଷ ଜୁନ୍‌ରେ ସମିତିର ସାଧାରଣ ବୈଠକ ବସିଥିବାବେଳେ ଦୀର୍ଘ ୭ ମାସ ପରେ ଏହାର ପରବର୍ତ୍ତୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହେବାକୁ ନେଇ ବହୁ ସରପଞ୍ଚ, ସମିତି ସଭ୍ୟମାନେ କ୍ଷୋଭ ପ୍ରକାଶ କରିଛନ୍ତି।

 ଜାତୀୟ ଭୋଟର ଦିବସ ପାଳିତ: ‘ମତଦାନ ନୈତିକ ଦାୟିତ୍ୱ’

ଜାତୀୟ ଭୋଟର ଦିବସ ପାଳିତ: ‘ମତଦାନ ନୈତିକ ଦାୟିତ୍ୱ’

ଢେଙ୍କାନାଳ ଅଫିସ, ୨୬।୧- ଗଣତନ୍ତ୍ରରେ ମତଦାନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା। ଏହା ଶାସନ ବ୍ୟବସ୍ଥାକୁ ସ୍ବଚ୍ଛ, ସୁଦୃଢ଼ କରିବାରେ ସହାୟକ ହୋଇଥାଏ। ମତଦାନ ନାଗରିକଙ୍କ ନୈତିକ ଦାୟିତ୍ୱ। ସମସ୍ତେ ଏଥିରେ ସାମିଲ ହେବା ନିତାନ୍ତ ଜରୁରୀ ବୋଲି କହିଛନ୍ତି ଢେଙ୍କାନାଳ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ।

କଳ୍ପତରୁ ଆଶ୍ରମରୁ ନିଖୋଜ ବାଳକ ଉଦ୍ଧାର: ନିସ୍ତୁକ ମାଡ଼ ଅଭିଯୋଗ

କଳ୍ପତରୁ ଆଶ୍ରମରୁ ନିଖୋଜ ବାଳକ ଉଦ୍ଧାର: ନିସ୍ତୁକ ମାଡ଼ ଅଭିଯୋଗ

ଢେଙ୍କାନାଳ ଅଫିସ, ୨୬।୧- ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି ଅଧୀନ କଣ୍ଟେଇକୋଳିଆସ୍ଥିତ କଳ୍ପତରୁ ଆଶ୍ରମରୁ ନିଖୋଜ ବାଳକ ଛୋଟୁ ରୋହିତଦାସ(୯)ଙ୍କୁ ଶୁକ୍ରବାର ଅପରାହ୍ନରେ ଶ୍ୟାମାଚରଣପୁର ପାସେଞ୍ଜର ହଲ୍ଟ ଷ୍ଟେଶନରୁ ଉଦ୍ଧାର କରାଯାଇଛି। 

ହକ୍‌ ପାଇଁ ୧୨ ବର୍ଷ ଧରି ଚାଲିଛି ସଂଗ୍ରାମ: ଆତ୍ମାହୁତି ଉଦ୍ୟମ ବେଳେ ରୋକିଲେ ସାମାଜିକ କର୍ମୀ

ହକ୍‌ ପାଇଁ ୧୨ ବର୍ଷ ଧରି ଚାଲିଛି ସଂଗ୍ରାମ: ଆତ୍ମାହୁତି ଉଦ୍ୟମ ବେଳେ ରୋକିଲେ ସାମାଜିକ କର୍ମୀ

ଅନୁଗୋଳ ଅଫିସ, ୨୬।୧- ଦୀର୍ଘ ୧୨ ବର୍ଷ ତଳୁ ଅନୁଗୋଳ ସମବାୟ ସମିତି ସମ୍ପାଦକ ପଦରୁ ଅବସର ନେଇଥିଲେ ବି ଚୈତନ୍ୟ ଦେହୁରୀ (୮୨)ଙ୍କୁ ଅଦ୍ୟାବଧି ଗ୍ରାଚୁଇଟି ଟଙ୍କା ମିଳିପାରି ନାହିଁ। 

ନକଲି ମହୁ ଜବତ, ୬ ଗିରଫ

ନକଲି ମହୁ ଜବତ, ୬ ଗିରଫ

ଭୁବନ, ୨୫।୧(ଡି.ଏନ.ଏ.)-ଭୁବନ ଅଞ୍ଚଳର ନକଲି ମହୁ କାରବାର ଅଭିଯୋଗରେ ପୋଲିସ ୬ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ବିହାରର ରଙ୍କଜ କରୋଡ଼ି (୨୨), ଭୂପିନ୍ଦର ଧର୍ମାତ (୪୫), ଫିତେଶ କରୋଡ଼ି (୨୧), ଶକ୍ତି କରୋଡ଼ି (୨୦), ମହାନନ୍ଦ କରୋଡ଼ି (୩୫) ଏବଂ କଟକ ଜିଲା ସାଲେପୁର ଅଞ୍ଚର ଅଟୋରିକ୍ସା ଚାଳକ ସଞ୍ଜୀବ ରାଉତ (୩୯)। 

ଅଭିମନ୍ୟୁ ମେମୋରିଆଲ କ୍ରିକେଟ: ଆଠଗଡ଼ ଫାଇନାଲରେ

ଅଭିମନ୍ୟୁ ମେମୋରିଆଲ କ୍ରିକେଟ: ଆଠଗଡ଼ ଫାଇନାଲରେ

ଭୁବନ,୨୫।୧(ଡି.ଏନ.ଏ.)-ଭୁବନ ବ୍ଲକ କିଙ୍ଗୋଳ ଅସୁରବନ୍ଧ ଖେଳପଡ଼ିଆରେ ଚାଲିଥିବା ଅଭିମନ୍ୟୁ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଖେଳାଯାଇଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଘରୋଇ ପ୍ରଶାନ୍ତି କ୍ରିକେଟ କ୍ଲବକୁ ହରାଇ ଆଠଗଡ଼ ଫାଇନାଲରେ ପ୍ରବେଶ କରିଛି।

ଜିଲାରେ ବଢ଼ୁଛି ସାଇବର କ୍ରାଇମ: ଆକାଉଣ୍ଟରୁ ୨୭ ହଜାର ନେଇଗଲେ

ଜିଲାରେ ବଢ଼ୁଛି ସାଇବର କ୍ରାଇମ: ଆକାଉଣ୍ଟରୁ ୨୭ ହଜାର ନେଇଗଲେ

ବଅଁରପାଳ, ୨୫।୧ (ଡି.ଏନ୍‌.ଏ.)- ଟଙ୍କା ଦେଣନେଣକୁ ଡିଜିଟାଲ ବା ଅନ୍‌ଲାଇନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜୋରଦାର ଉଦ୍ୟମ କରାଯାଉଛି। କିନ୍ତୁ ସାଇବର କ୍ରାଇମ ରୋକିବାରେ ସରକାର ସଫଳ ହୋଇପାରିପାରୁ ନାହାନ୍ତି। ଏଥିଯୋଗୁ ଅନେକ ଲୋକ ଏହି କ୍ରାଇମ୍‌ ବା ଠକେଇର ଶିକାର ହୋଇ ନିଜ ସଞ୍ଚିତ ଅର୍ଥ ହରାଉଛନ୍ତି। ଏପରି ‘ଫୋନ ପେ’ ମାଧ୍ୟମରେ ବଅଁରପାଳ ଅଞ୍ଚଳର ମାୟାଧର ବିଶ୍ୱାଳ ଠକେଇର ଶିକାର ହୋଇଥିବା ଥାନାରେ ଅଭିଯୋଗ ହୋଇଛି। 

ଛାତ୍ର ନିଖୋଜ ଘଟଣା: କଳ୍ପତରୁ ଆଶ୍ରମରେ ପ୍ରଶାସନ ପକ୍ଷରୁ ଚଢାଉ

ଛାତ୍ର ନିଖୋଜ ଘଟଣା: କଳ୍ପତରୁ ଆଶ୍ରମରେ ପ୍ରଶାସନ ପକ୍ଷରୁ ଚଢାଉ

ଢେଙ୍କାନାଳ ଅଫିସ,୨୫।୧- ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି କଣ୍ଟେଇକୋଳିଆସ୍ଥିତ କଳ୍ପତରୁ ଆଶ୍ରମରୁ ଛାତ୍ର ନିଖୋଜ ଘଟଣାରେ ଆରମ୍ଭ ହୋଇଛି ଖୋଳତାଡ଼।

ପଞ୍ଚୟତ ସମିତି ବୈଠକ

ପଞ୍ଚୟତ ସମିତି ବୈଠକ

ବଅଁରପାଳ,୨୫।୧(ଡି.ଏନ.ଏ.)- ବଅଁରପାଳ  ବ୍ଲକ ସଭାଗୃହରେ ଶୁକ୍ରବାର ପଞ୍ଚୟତ ସମିତି ବୈଠକ ଅନୁଷିତ ହୋଇଯାଇଛି। 

ଜାତୀୟ ମତଦାତା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା

ଜାତୀୟ ମତଦାତା ଦିବସ ଉପଲକ୍ଷେ ସଚେତନତା ଶୋଭାଯାତ୍ରା

କାମାକ୍ଷାନଗର,୨୫।୧(ଡି.ଏନ.ଏ.)- କାମାକ୍ଷାନଗର ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ଜାତୀୟ ମତଦାତା ଦିବସ ଅନୁଷ୍ଠିତ ହୋଇଯାଇଛି।