ଅନଗୁଳ-ଢେଙ୍କାନାଳ

ଅଞ୍ଚଳବାସୀଙ୍କ ଜିଦ୍‌ ରହିଲା: ପୂର୍ତ୍ତ ବିଭାଗ ରାସ୍ତାରେ ଗଡ଼ିବନି ହାଇଓ୍ବା

ଅଞ୍ଚଳବାସୀଙ୍କ ଜିଦ୍‌ ରହିଲା: ପୂର୍ତ୍ତ ବିଭାଗ ରାସ୍ତାରେ ଗଡ଼ିବନି ହାଇଓ୍ବା

ଭୁବନ, ୩୦।୧(ଡି.ଏନ.ଏ.) - ଅଞ୍ଚଳବାସୀଙ୍କ ଜିଦ୍‌ ଆଗରେ ହାର୍‌ମାନିଛି ପ୍ରଶାସନ। ଏଣିକି ଭୁବନ ଏନ୍‌ଏସିର ୨ନଂ. ଏବଂ ୩ନଂ. ଓ୍ବାର୍ଡ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାରେ ଆଉ ଗଡ଼ିବନି ବାଲିବୋଝେଇ ହାଇଓ୍ବା। ସେହିପରି ଅନ୍ୟ ଭାରିଯାନ ଚଳାଚଳ ସମୟରେ ସୁରକ୍ଷା ପ୍ରତି ଦୃଷ୍ଟି ଦିଆଯିବ।

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ସାକ୍ଷ୍ୟ ଗ୍ରହଣ ଆରମ୍ଭ କଲା ପୋଲିସ

ନାବାଳିକା ଛାତ୍ରୀଙ୍କୁ ବଳାତ୍କାର ଓ ହତ୍ୟା ଘଟଣା: ସାକ୍ଷ୍ୟ ଗ୍ରହଣ ଆରମ୍ଭ କଲା ପୋଲିସ

ଅନୁଗୋଳ ଅଫିସ, ୩୦।୧- ଅନୁଗୋଳ ଉପକଣ୍ଠରେ ଗତ ୨୦ ତାରିଖରେ ଘଟିଥିବା ଜଣେ ନାବାଳିକାଙ୍କୁ ବଳାତ୍କାର ଓ ହତ୍ୟା ଘଟଣାର ସାକ୍ଷ୍ୟ ଗ୍ରହଣ ଆରମ୍ଭ କରିଛି ପୋଲିସ। 

ପଞ୍ଚାୟତକୁ ବସ୍‌ ସେବା ଦାବିରେ ଧାରଣା

ପଞ୍ଚାୟତକୁ ବସ୍‌ ସେବା ଦାବିରେ ଧାରଣା

ତାଳଚେର,୨୯ା୧(ନି.ପ୍ର.)- ତାଳଚେର ବ୍ଲକର ୯ ଗୋଟି ପଞ୍ଚାୟତକୁ ବସ୍‌ ସେବା ଯୋଗାଇ ଦେବା ଦାବିରେ ସାମାଜିକ କର୍ମୀ ବିଷ୍ଣୁମୋହନ ରଥ ସ୍ଥାନୀୟ ଜଗନ୍ନାଥ ଏରିଆ ମହାପ୍ରବନ୍ଧକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଅନଶନରେ ବସିଛନ୍ତି। ତାଳଚେର ରେଳଷ୍ଟେଶନ, ତାଳଚେର ରୋଡ, ବସ୍‌ଷ୍ଟାଣ୍ଡକୁ ଏହି ପଞ୍ଚାୟତବାସୀଙ୍କ ଯାତାୟତ ନିମନ୍ତେ ସେପରି କୌଣସି ବିଶେଷ ସୁବିଧା ନାହିଁ। 

ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ

ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ


ବଇଣ୍ଡା,୨୯।୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ  କୁତୁଲୁସିଙ୍ଗା ଉ.ପ୍ରା ବିଦ୍ୟାଳୟ ପରିସରରେ  ସୋମବାର ଛାତ୍ରୀ ଆତ୍ମରକ୍ଷା କୌଶଳ ଶିବିର ଉଦ୍‌ଘାଟିତ ହୋଇଛି। 

ଝାଡ଼ସୁଗୁଡ଼ା  ବିଜୟୀ

ଝାଡ଼ସୁଗୁଡ଼ା ବିଜୟୀ

ବଇଣ୍ଡା,୨୯।୧(ଡି.ଏନ.ଏ.)- କିଶୋରନଗର ବ୍ଲକ  ନାକିଚି ପଞ୍ଚାୟତ ବଡ଼ ଡଙ୍ଗିଆଣି ଗ୍ରାମ ଖେଳ ପଡ଼ିଆଠାରେ ମଙ୍ଗଳବାର ପ୍ରଶନ୍ନ ଓ ଜ୍ଞାନେନ୍ଦ୍ର ମେମୋରିଆଲ କପ୍‌ ଟୁର୍ନାମେଣ୍ଟ୍‌  ଉଦ୍‌ଘାଟିତ ହୋଇଯାଇଛି। 

 ଅବକାରୀ ଚଢାଉ, ୭ ଗିରଫ, ୫୨ଲିଟର  ଦେଶୀ ମଦ ଜବତ

ଅବକାରୀ ଚଢାଉ, ୭ ଗିରଫ, ୫୨ଲିଟର ଦେଶୀ ମଦ ଜବତ


ବଇଣ୍ଡା,୨୯।୧(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ମଙ୍ଗଳବାର ହଣ୍ଡପା ଓ ଠାକୁରଗଡ଼ ଥାନାର ବିଭିନ୍ନ ଗ୍ରାମରେ ଚଢାଉ କରି ୫୨ଲିଟର  ଦେଶୀ ମଦ ଜବତ କରିବାସହ ୭ ଜଣଙ୍କୁ ଗିରଫ କରିଛି। 

ସାମାଜିକ କର୍ମୀଙ୍କ ଆତ୍ମାହୁତି ଉଦ୍ୟମ

ସାମାଜିକ କର୍ମୀଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ ଅଫିସ,୨୯।୧-ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପରିସରରେ ସାମାଜିକ କର୍ମୀ ଜୟକୃଷ୍ଣ ବେହେରା ମଙ୍ଗଳବାର ଆତ୍ମାହୁତି ଉଦ୍ୟମ କରିଛନ୍ତି। 

 ଥଇଥାନ ଓ ନିଯୁକ୍ତି ଦାବିରେ ଖଣି ବନ୍ଦ ଆନ୍ଦୋଳନ

ଥଇଥାନ ଓ ନିଯୁକ୍ତି ଦାବିରେ ଖଣି ବନ୍ଦ ଆନ୍ଦୋଳନ

କଣିହାଁ,୨୯।୧(ଡି.ଏନ.ଏ.)- ଥଇଥାନ ଓ ନିଯୁକ୍ତି ସମସ୍ୟା ସମାଧାନ ଦାବିରେ ମଙ୍ଗଳବାର ଖଣି କ୍ଷତିଗ୍ରସ୍ତ କଣିହାଁ ଗ୍ରାମବାସୀ ଖଣି ବନ୍ଦ ଆନ୍ଦୋଳନ କରିଛନ୍ତି। 

କଲେଜ ଛାତ୍ରାବାସ ଲୋକାର୍ପିତ

କଲେଜ ଛାତ୍ରାବାସ ଲୋକାର୍ପିତ

ଢେଙ୍କାନାଳ ଅଫିସ, ୨୯ା୧ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମିତ ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ୩ ଶହ ଶଯ୍ୟା ବିଶିଷ୍ଟ ନୂତନ କପିଳାସ ଛାତ୍ରାବାସ ସୋମବାର ମଧ୍ୟାହ୍ନରେ ଲୋକାର୍ପିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ଓ ଢେଙ୍କାନାଳ ବିଧାୟକ ସରୋଜ କୁମାର ସାମଲ ଅତିଥି ଭାବେ ଯୋଗଦେଇ ଛାତ୍ରାବାସ ଲୋକାର୍ପିତ କରିଥିଲୋ 

ବନ, ବନ୍ୟପ୍ରାଣୀଙ୍କୁ ବଞ୍ଚାଅ

ବନ, ବନ୍ୟପ୍ରାଣୀଙ୍କୁ ବଞ୍ଚାଅ

ଢେଙ୍କାନାଳ ଅଫିସ,୨୯ା୧ବନ, ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ପ୍ରାଣୀ ଜଗତ ସୁରକ୍ଷିତ। ପରିବେଶ ସନ୍ତୁଳନ ଓ ସୁରକ୍ଷା ପାଇଁ ସବୁଜିମା ଜଙ୍ଗଲ ସହ ବନ୍ୟପ୍ରାଣୀଙ୍କ ରକ୍ଷା ତଥା ବଂଶବୃଦ୍ଧି ଜରୁରୀ। 

ସିପିପି ମୁଖ୍ୟ କ୍ୟାଣ୍ଟିନ ଘେରାଉ

ସିପିପି ମୁଖ୍ୟ କ୍ୟାଣ୍ଟିନ ଘେରାଉ

ବଅଁରପାଳ, ୨୯।୧ (ଡି.ଏନ୍‌.ଏ.)ବିଭିନ୍ନ ଦାବି ନେଇ ନାଲ୍‌କୋ ଠିକା ମଜଦୁର ସଂଘ ତରଫରୁ ସୋମବାର ନାଲ୍‌କୋ ସିପିପି ମୁଖ୍ୟ କ୍ୟାଣ୍ଟିନ ଘେରାଉ କରାଯାଇଥିଲା। ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ପ୍ଲାଣ୍ଟ ପରିସରରେ ବହୁ ସଂଖ୍ୟାରେ ଠିକା ଶ୍ରମିକ କାର୍ଯ୍ୟ କରୁଛନ୍ତି। 

ରାସ୍ତାରେ ପୁଣି ବସି ପ୍ରତିବାଦ କଲେ ଶିକ୍ଷୟିତ୍ରୀ

ରାସ୍ତାରେ ପୁଣି ବସି ପ୍ରତିବାଦ କଲେ ଶିକ୍ଷୟିତ୍ରୀ

ଅନୁଗୋଳ ଅଫିସ, ୨୯।୧ ଅନୁଗୋଳ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ସୋମବାର ପୁଣି ଶିକ୍ଷୟିତ୍ରୀ ଅନୁପମା ବିଶ୍ୱାଳ ଧାରଣାରେ ବସିଥିଲେ। ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଆସିଥିବାବେଳେ ତାଙ୍କୁ ମାରପିଟ କରାଯାଇଥିବା ଅଭିଯୋଗ କରି ଶିକ୍ଷୟିତ୍ରୀ ଜଣଙ୍କ ରାସ୍ତା ଉପରେ ବସି ରହିଥିଲେ। ଫଳରେ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିଲା। 

ସୁସଙ୍ଗଠିତ ଉପାୟରେ ଚାଲିଛି କୋଇଲା ଲୁଟ୍‌

ସୁସଙ୍ଗଠିତ ଉପାୟରେ ଚାଲିଛି କୋଇଲା ଲୁଟ୍‌

ତାଳଚେର,୨୯ା୧(ନି.ପ୍ର.)ଅନୁଗୋଳ ଜିଲା ସମଲ ପୋଲିସ ରବିବାର ରାତିରେ ୭ଟି ଚୋରା କୋଇଲା ବୋଝେଇ ଟ୍ରକ୍‌ ଜବତ କରିଛି। ଏଥିସହ ୧୧ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଜବତ ଗାଡ଼ିଗୁଡ଼ିକ ମଧ୍ୟରୁ ୫ଟି ଟ୍ରକ୍‌ର ନକଲି ଟ୍ରାନ୍‌ଜିଟ୍‌ ପାସ୍‌ ଥିବାବେଳେ ଅନ୍ୟ ୨ଟିର କୌଣସି କାଗଜପତ୍ର ନ ଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। କୋଇଲା ଚୋରି ରୋକିବାକୁ ସମସ୍ତ ବିଧିବ୍ୟବସ୍ଥା ଥିବା ସତ୍ତ୍ୱେ ଏକକାଳୀନ ଏତେ ପରିମାଣ ଚୋରା କୋଇଲା ଟ୍ରକ୍‌ ତାଳଚେରରୁ ଯାଇ ଅନ୍ୟ ଥାନା ଅଞ୍ଚଳରେ ଧରା ପଡିବା ସୁରକ୍ଷା ଦାୟିତ୍ୱରେ ଥିବା ଏମ୍‌ସିଏଲ୍‌ ଅଧିକାରୀ, ସିକ୍ୟୁରିଟି ଗାର୍ଡ, ସ୍ଥାନୀୟ ପୋଲିସ ଅଧିକାରୀ ଓ ରାଜ୍ୟ ସରକାରଙ୍କ ମାଇନିଂ ବିଭାଗଙ୍କ ଅଧିକାରୀଙ୍କ କାର୍ଯ୍ୟକଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

୩ ଦିନ ବିଶ୍ରାମ ନେବେ ମହେନ୍ଦ୍ର, ରାଜକୁମାର

୩ ଦିନ ବିଶ୍ରାମ ନେବେ ମହେନ୍ଦ୍ର, ରାଜକୁମାର

ବନ୍ତଳା,୨୯ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଟିକରପଡ଼ା ରେଞ୍ଜରେ ରବିବାର ରାତିରେ ପହଞ୍ଚିଥିବା କୁମ୍‌କୀ ହାତୀ ମହେନ୍ଦ୍ର ଓ ରାଜକୁମାରଙ୍କୁ ୩ ଦିନ ବିଶ୍ରାମ ଦିଆଯିବ। ଏହାପରେ ସେମାନଙ୍କୁ ଜଙ୍ଗଲରେ ବାଘୁଣୀ ସୁରକ୍ଷାରେ ନିୟୋଜିତ କରାଯିବ। ଏଥିସହ ପର୍ଯ୍ୟଟକଙ୍କୁ ମଧ୍ୟ ପିଠିରେ ବସାଇ ରାଜକୁମାର ଓ ମହେନ୍ଦ୍ର ବୁଲାଇବେ। ଏନ୍‌ଟିସିଏ ଗାଇଡ ଲାଇନ ଅନୁଯାୟୀ ବ୍ୟାଘ୍ର ପ୍ରକଳ୍ପ ପାଇଁ ୫ ଟି ହାତୀର ଆବଶ୍ୟକତା ରହିଛି। 

୩ରେ ମହା ଆଦିବାସୀ ସମ୍ମିଳନୀ

୩ରେ ମହା ଆଦିବାସୀ ସମ୍ମିଳନୀ

ବଇଣ୍ଡା,୨୮।୧(ଡି.ଏନ.ଏ.)- ଫେବୃୟାରୀ ୩ରେ ପୁରୀରେ ମହା ଆଦିବାସୀ ସମ୍ମିଳନୀ ଅନୁଷ୍ଠିତ ହେବ। ଏ ନେଇ ରବିବାର ବଣିନାଳୀ ବିଶ୍ୱ ଯୁବକେନ୍ଦ୍ର ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। 

କୃଷକର ଉନ୍ନତି ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି

କୃଷକର ଉନ୍ନତି ପାଇଁ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି

ବଇଣ୍ଡା,୨୮।୧(ଡି.ଏନ.ଏ.)-କେନ୍ଦ୍ର ସରକାର ଧାନର ମୂଲ୍ୟ ବୃଦ୍ଧି କରୁନାହାନ୍ତି। ତେବେ ଓଡ଼ିଶାକୁ ସହାୟତା ଆସୁଥିବା କହି କେନ୍ଦ୍ରମନ୍ତ୍ରୀମାନେ ଲୋକଙ୍କୁ ଭୂଆଁ ବୁଲାଇ ଅନେକ ମିଥ୍ୟା ଭାଷଣ ପରିବେଷଣ କରୁଛନ୍ତି।

ସାତକୋଶିଆରେ ପହଞ୍ଚିଲେ ମହେନ୍ଦ୍ର, ରାଜକୁମାର

ସାତକୋଶିଆରେ ପହଞ୍ଚିଲେ ମହେନ୍ଦ୍ର, ରାଜକୁମାର

ବାରିପଦା ଅଫିସ/ବନ୍ତଳା,୨୮।୧- ସାତକୋଶିଆ ଅଭୟାରଣ୍ୟରେ ବାଘୁଣୀ ସୁନ୍ଦରୀକୁ ଜଗିବା ପାଇଁ ମୟୂରଭଞ୍ଜ ଜିଲାର ଶିମିଳିପାଳ ଅଭୟାରଣ୍ୟରୁ ହାତୀ ମହେନ୍ଦ୍ର ଓ ରାଜକୁମାରକୁ ଆଣିବାରେ ବନ ବିଭାଗ ସଫଳ ହୋଇଛି। ରବିବାର ବିଳମ୍ବିତ ରାତିରେ ଦୁଇ ହାତୀ ଟିକରପଡ଼ା ରେଞ୍ଜ କାର୍ଯ୍ୟାଳୟରେ ପହଞ୍ଚିଥିବା ଜଣାପଡ଼ିଛି। ୪ଜଣ ମାହୁନ୍ତ ଏବଂ ଦୁଇ ଜଣ ଡାକ୍ତର ମଧ୍ୟ ଆସିଛନ୍ତି। 

ବେକାର ଯୁବକଙ୍କୁ ନିଯୁକ୍ତି ଦାବିରେ ଭାଜପା ପକ୍ଷରୁ  ବିକ୍ଷୋଭ

ବେକାର ଯୁବକଙ୍କୁ ନିଯୁକ୍ତି ଦାବିରେ ଭାଜପା ପକ୍ଷରୁ ବିକ୍ଷୋଭ

ଅନୁଗୋଳ ଅଫିସ,୨୮।୧- ବେକାରୀ ଯୁବକମାନଙ୍କ ପାଇଁ ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦାବିରେ ସୋମବାର ଭାଜପା ଯୁବମୋର୍ଚ୍ଚାର ସଦସ୍ୟମାନେ ଅନୁଗୋଳ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ନାଲ୍‌କୋରେ ପୁଷ୍ପ ପ୍ରଦର୍ଶନୀ

ନାଲ୍‌କୋରେ ପୁଷ୍ପ ପ୍ରଦର୍ଶନୀ

ବଅଁରପାଳ,୨୮।୧(.ଏନ.ଏ.)- ନାଲ୍‌୍‌କୋ ତରଫରୁ ଷ୍ଟାଡିୟମ ପରିସରରେ ସୋମବାର ପୁଷ୍ପ ଓ ପନି ପରିବା ପ୍ରଦର୍ଶନୀ ଉଦ୍‌ଘାଟିତ ହୋଇଯାଇଛି। 

 ନୂତନ ଛାତ୍ରାବାସ ଲୋକାର୍ପିତ

ନୂତନ ଛାତ୍ରାବାସ ଲୋକାର୍ପିତ

ଢେଙ୍କାନାଳ ଅଫିସ,୨୮।୧- ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟରେ ନବନିର୍ମିତ କପିଳାସ ଛାତ୍ରାବାସ ସୋମବାର ଲୋକାର୍ପିତ ହୋଇଛି। 

କଳ୍ପତରୁ ଆଶ୍ରମରେ ଛାତ୍ର ନିର୍ଯାତନା ମାମଲା: ବେଆଇନ ଭାବେ ଚାଲୁଥିଲା: ଜିଲାପାଳ

କଳ୍ପତରୁ ଆଶ୍ରମରେ ଛାତ୍ର ନିର୍ଯାତନା ମାମଲା: ବେଆଇନ ଭାବେ ଚାଲୁଥିଲା: ଜିଲାପାଳ

ଢେଙ୍କାନାଳ ଅଫିସ, ୨୮।୧: ଢେଙ୍କାନାଳ ସଦର ଥାନା ଗୋବିନ୍ଦପୁର ଫାଣ୍ଡି କଣ୍ଟେଇକୋଳିଆସ୍ଥିତ କଳ୍ପତରୁ ଆଶ୍ରମ ଅଣପଞ୍ଜୀକୃତ। ଏହା ବେଆଇନ ଭାବେ ଚାଲୁଥିବା ସ୍ପଷ୍ଟ କରିଛନ୍ତି ଢେଙ୍କାନାଳ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ। ଗଣମାଧ୍ୟମକୁ ସୂଚନା ଦେଇ ଜିଲାପାଳ କହିଲେ, ଶିଶୁ ମଙ୍ଗଳ କମିଟି ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି।

ନାଟ୍ୟ ଶିକ୍ଷାନୁଷ୍ଠାନ ‘ଆର୍‌ତାର’ ଉଦ୍‌ଘାଟିତ

ନାଟ୍ୟ ଶିକ୍ଷାନୁଷ୍ଠାନ ‘ଆର୍‌ତାର’ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୨୮ା୧: ଢେଙ୍କାନାଳ ଗୋପବନ୍ଧୁ ଟାଉନ୍‌ ହଲ୍‌ରେ ରବିବାର ସନ୍ଧ୍ୟାରେ ଆର୍‌ତାର (ଅଲଟରନେଟିଭ ରିଦମ ଥିଏଟର ଏକାଡେମିକ୍‌ ଆଣ୍ଡ ରିସର୍ଚ୍ଚ) ନାଟ୍ୟ ଶିକ୍ଷାନୁଷ୍ଠାନ ଉଦ୍‌ଘାଟିତ ହୋଇଯାଇଛି। 

ଉଦ୍‌ଘାଟନ ହେଲା ନାଟ୍ୟମ୍‌ମେଳା : ପ୍ରଥମ ଦିନରେ ‘ବାଞ୍ଛାର ବଗିଚା’

ଉଦ୍‌ଘାଟନ ହେଲା ନାଟ୍ୟମ୍‌ମେଳା : ପ୍ରଥମ ଦିନରେ ‘ବାଞ୍ଛାର ବଗିଚା’

ଅନୁଗୋଳ ଅଫିସ, ୨୮।୧: ରାଜ୍ୟସ୍ତରୀୟ ନାଟ୍ୟମ୍‌ ମହୋତ୍ସବ ସ୍ଥାନୀୟ ବାସନ୍ତୀ ଦୁର୍ଗା ପଡ଼ିଆ ଠାରେ ନାଟ୍ୟମ ଅନୁଷ୍ଠାନ ପକ୍ଷରୁ ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିବା ସହ ଓଡ଼ିଶାକୁ ଉତ୍କର୍ଷ  କଳାର ଦେଶ ବୋଲି ଗଣନା କରାଯାଉଥିବା ମତବ୍ୟକ୍ତ କରିଥିଲେ। 

ଉନ୍ନୟନ କାର୍ଯ୍ୟର ଭୂମିପୂଜନ

ଉନ୍ନୟନ କାର୍ଯ୍ୟର ଭୂମିପୂଜନ

ଅନୁଗୋଳ ଅଫିସ, ୨୮।୧: ଅନୁଗୋଳ ବ୍ଲକ ବେଡ଼ାଶାସନ ଓ ବଡ଼କେରା ପଞ୍ଚାୟତରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭୂମି ପୂଜନ ଉତ୍ସବ ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତିପ୍ରସାଦ ଦାଶଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି।