ଅନଗୁଳ-ଢେଙ୍କାନାଳ

ବର୍ଜ୍ୟରେ ବଢ଼ାଇଛନ୍ତି ଶୋଭା

ବର୍ଜ୍ୟରେ ବଢ଼ାଇଛନ୍ତି ଶୋଭା

ବଅଁରପାଳ,୨।୨ଶୋଭାବର୍ଦ୍ଧନରେ ସହାୟକ ହୋଇପାରିବ ବର୍ଜ୍ୟବସ୍ତୁ। ବଢ଼ାଯାଇ ପାରିବ ଘରର ସୌନ୍ଦର୍ଯ୍ୟ। ସେଥିରେ ବଗିଚାରେ ଫୁଟାଯାଇ ପାରିବ ଫୁଲ, ଯାହା କରି ଦେଖାଇଛନ୍ତି ଅନୁଗୋଳ ନାଲ୍‌କୋ କଲୋନୀର ମୋନାଲିସା ପଟ୍ଟନାୟକ। ଏଣେତେଣେ ପଡ଼ିଥିବା ୪ଶହରୁ ଅଧିକ ପ୍ଲାଷ୍ଟିକ ବୋତଲ ଓ ଅନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରି ସେ ପ୍ରସ୍ତୁତ କରିଛନ୍ତି ନିଜ ଫୁଲ ବଗିଚା। ଗତ ୨୮ ତାରିଖରେ ନାଲ୍‌କୋ ଠାରେ ହୋଇଥିବା ପୁଷ୍ପ ପ୍ରଦର୍ଶନୀରେ ବର୍ଜ୍ୟବସ୍ତୁରେ ପ୍ରସ୍ତୁତ ମୋନାଲିସାଙ୍କ ଏହି ଗାର୍ଡେନ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲା। ଜଣେ ଗୃହିଣୀ ହୋଇଥିଲେ ବି ମୋନାଲିସାଙ୍କ ଏଭଳି ଉଦ୍ୟାନ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି।

‘ସମ୍ପର୍କର ସେତୁ ସାଜନ୍ତୁ ଲୋକସମ୍ପର୍କ ଅଧିକାରୀ’

‘ସମ୍ପର୍କର ସେତୁ ସାଜନ୍ତୁ ଲୋକସମ୍ପର୍କ ଅଧିକାରୀ’

ଢେଙ୍କାନାଳ ଅଫିସ, ୨।୨ଲୋକସମ୍ପର୍କ ପେସାରେ ଶାସକ, ପ୍ରଶାସକ ଓ ଗଣମାଧ୍ୟମ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଏବେ ସୋସିଆଲ ମିଡ଼ିଆରେ ଅତିଶୀଘ୍ର ସମ୍ପର୍କ ଯୋଡ଼ାଯାଇପାରୁଛି। ଏହାଦ୍ୱାରା ତଥ୍ୟ ପାଇବା ସହଜ ହୋଇଯାଇଛି। ସାମାଜିକ ଗଣମାଧ୍ୟମରେ ମୁଖ୍ୟ ଅଙ୍ଗ ହେଉଛନ୍ତି ଜନତା। 

ଟ୍ରେନ୍‌ ଧକ୍କାରେ ହାତୀ ମୃତ

ଟ୍ରେନ୍‌ ଧକ୍କାରେ ହାତୀ ମୃତ

ଢେଙ୍କାନାଳ ଅଫିସ, ୨।୨- ଢେଙ୍କାନାଳ ଜିଲା ସଦର ଥାନା ଦାଣ୍ଡିମାଳ ପାସେଞ୍ଜର ହଲ୍ଟ  ରେଳଷ୍ଟେଶନ ନିକଟରେ ରେଳଧାରଣା ପାର ହେଉଥିବାବେଳେ ଶୁକ୍ରବାର ଟ୍ରେନ୍‌ ଧକ୍କାରେ ଏକ ମାଈହାତୀର ମୃତ୍ୟୁ ଘଟିଛି। ସନ୍ଧ୍ୟା ପ୍ରାୟ ୭ଟାରେ ଏହି ଦୁର୍ଘଟଣା ଘଟିଛି। ମୃତହାତୀର ଆନୁମାନିକ ବୟସ ୪୦ ବର୍ଷ ହେବ ବୋଲି ବନ ବିଭାଗ ସୂତ୍ରରୁ ଜଣାପଡିଛି। 

ପୃଥକ୍‌ ଦୁର୍ଘଟଣା: ଜଣେ ମୃତ ଜଣେ ଗୁରୁତର

ପୃଥକ୍‌ ଦୁର୍ଘଟଣା: ଜଣେ ମୃତ ଜଣେ ଗୁରୁତର

କାମାକ୍ଷାନଗର, ୧।୨(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ପୃଥକ୍‌ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି।

ଛାତ୍ର ବୃତ୍ତି ପ୍ରଦାନରେ କେନ୍ଦ୍ରର ବୈମାତୃକ ମନୋଭାବ: ନିଷ୍ଠା, ଆନ୍ତରିକତା ଉପରେ ପ୍ରଶ୍ନବାଚୀ

ଛାତ୍ର ବୃତ୍ତି ପ୍ରଦାନରେ କେନ୍ଦ୍ରର ବୈମାତୃକ ମନୋଭାବ: ନିଷ୍ଠା, ଆନ୍ତରିକତା ଉପରେ ପ୍ରଶ୍ନବାଚୀ

ଅନୁଗୋଳ ଅଫିସ/ବଅଁରପାଳ,୧।୨ (ଡି.ଏନ୍‌.ଏ.) - ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ବିଶେଷକରି ଛାତ୍ରୀଛାତ୍ରଙ୍କ ପାଇଁ ରାଜ୍ୟରେ ୭ ହଜାରରୁ ଊର୍ଦ୍ଧ୍ୱ ଛାତ୍ର ନିବାସ ନିର୍ମାଣ ସହ ଭିତ୍ତିଭୂମିର ବିକାଶ କରାଯାଇଛି।

୧୮ରୁ ପ୍ରସିଦ୍ଧ ଯୋରନ୍ଦା ମାଘମେଳା

୧୮ରୁ ପ୍ରସିଦ୍ଧ ଯୋରନ୍ଦା ମାଘମେଳା

ଢେଙ୍କାନାଳ ଅଫିସ, ୧।୨- ଢେଙ୍କାନାଳ ଜିଲା ମହିମା ଧର୍ମ ପୀଠସ୍ଥଳୀ ଯୋରନ୍ଦାରେ ଫେବୃୟାରୀ ୧୮ରେ ଅନୁଷ୍ଠିତ ହେବ ବିଶ୍ୱପ୍ରସିଦ୍ଧ ମାଘମେଳା। ଏହାକୁ ଶୃଙ୍ଖଳିତ କରିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି।

ଭାଜପାର ଅଭିଯୋଗ:‘କାଳିଆ’ ତାଲିକାରେ ଭୁବନ ବ୍ଲକ ଅଧ୍ୟକ୍ଷ

ଭାଜପାର ଅଭିଯୋଗ:‘କାଳିଆ’ ତାଲିକାରେ ଭୁବନ ବ୍ଲକ ଅଧ୍ୟକ୍ଷ

ଭୁବନ, ୧।୨(ଡି.ଏନ୍‌.ଏ.)- ରାଜ୍ୟ ସରକାରଙ୍କ କୃଷିଭିତ୍ତିକ ଯୋଜନା ‘କାଳିଆ’ରେ ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳଙ୍କ ନାମ ସାମିଲ ଥିବା ଅଭିଯୋଗ ଆଣିଛି ଭାଜପା କୃଷକ ମୋର୍ଚ୍ଚା। 

ଭିଡିଓ ଭାଇରାଲ କଲେ ପ୍ରେମିକ: ଜୀବନ ହାରିଲେ ପ୍ରେମିକା

ଭିଡିଓ ଭାଇରାଲ କଲେ ପ୍ରେମିକ: ଜୀବନ ହାରିଲେ ପ୍ରେମିକା

ବନ୍ତଳା,୧ା୨(ଡି.ଏନ.ଏ.)- ବିଶ୍ୱାସରେ ବିଷ ଦେଲେ ପ୍ରେମିକ। ଭାଇରାଲ କରିଦେଲେ ପ୍ରେମିକାଙ୍କ ନଗ୍ନ ଭିଡିଓ। 

ଗାୟତ୍ରୀ କମ୍ପାନୀ ରାସ୍ତା ଅବରୋଧ ହଟିଲା

ଗାୟତ୍ରୀ କମ୍ପାନୀ ରାସ୍ତା ଅବରୋଧ ହଟିଲା

ଛେଣ୍ଡିପଦା,୧।୨(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଲକ ଜରପଡା ଥାନା ଜେରେଙ୍ଗଦେହୁରୀସାହି ପଞ୍ଚାୟତର ଗୋବିନ୍ଦସାହିସ୍ଥିତ ଠିକାସଂସ୍ଥା ଗାୟତ୍ରୀ କନଷ୍ଟ୍ରକଶନର କାର୍ଯ୍ୟାଳୟ ମୁଖ୍ୟରାସ୍ତାକୁ ମଙ୍ଗଳବାର କ୍ଷତିଗ୍ରସ୍ତମାନେ ଅବରୋଧ କରିଥିଲେ। 

ବ୍ୟାଙ୍କ ସମୂହ ଜିଲାସ୍ତରୀୟ ବୈଠକ: କାଳିଆ ଅର୍ଥ ପ୍ରଦାନ ଉପରେ ଗୁରୁତ୍ୱ

ବ୍ୟାଙ୍କ ସମୂହ ଜିଲାସ୍ତରୀୟ ବୈଠକ: କାଳିଆ ଅର୍ଥ ପ୍ରଦାନ ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୧।୨- ଅନୁଗୋଳ ଜିଲାରେ ଥିବା ବିଭିନ୍ନ ବ୍ୟାଙ୍କର କାର୍ଯ୍ୟକାରିତାକୁ ନେଇ ଗୁରୁବାର ପୂର୍ବାହ୍ନରେ ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ଜିଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। 

ପୋଲିସ ଓ ଜନତା ମଧ୍ୟରେ ସୁସମ୍ପର୍କ ରହୁ

ବଇଣ୍ଡା,୩୧।୧(ଡି.ଏନ.ଏ.)-ହଣ୍ଡପା ଥାନା ଅଶ୍ରୁବାହାଳ ଗ୍ରାମରେ ହଣ୍ଡପା ଥାନା ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

  ବାଇକକୁ ଧକ୍କାଦେଲା ଟ୍ରକ, ୨ ଗୁରୁତର

ବାଇକକୁ ଧକ୍କାଦେଲା ଟ୍ରକ, ୨ ଗୁରୁତର

ବଇଣ୍ଡା,୩୧।୧(ଡି.ଏନ.ଏ.)- ବଇଣ୍ଡା-ଆଠମଲ୍ଲିକ ପୂର୍ତ୍ତ ବିଭାଗ ରାସ୍ତାର ଠାକୁରଗଡ଼ ଥାନା ଆନନ୍ଦପୁର ନିକଟରେ ଗୁରୁବାର ସକାଳେ ତେଲ ଏକ ଟ୍ୟାଙ୍କର ବାଇକକୁ ଧକ୍କା ଦେଇଛି। 

  ଅଲେଖ  ହତ୍ୟାକାଣ୍ଡ ମାମଲା:  ୨ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡ

ଅଲେଖ ହତ୍ୟାକାଣ୍ଡ ମାମଲା: ୨ ଅଭିଯୁକ୍ତଙ୍କ ଆଜୀବନ କାରାଦଣ୍ଡ


ବଇଣ୍ଡା,୩୧।୧(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ରସୁଣପାଳ ଗ୍ରାମର ଅଲେଖ ପ୍ରଧାନ ହତ୍ୟାକାଣ୍ଡ ମାମଲାର ରାୟ ବୁଧବାର ପ୍ରକାଶ ପାଇଛି। ଆଠମଲ୍ଲିକ ଅତିରିକ୍ତ ଜିଲା ଦୌରାଜଜ୍‌ ରାଜକିଶୋର ନାୟକ ମାମଲାର ଶୁଣାଣି କରି ସେହି ଗ୍ରାମର ୨ ପ୍ରମୋଦ ପ୍ରଧାନ ଓ ମନୋଜ ବେହେରାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ସରକାରୀ ଓକିଲ ଅନ୍ତର୍ଯାମୀ ରାଉଳ ସୂଚନା ଦେଇଛନ୍ତି। 

ମହଙ୍ଗା ପଡ଼ିଲା ମଦ୍ୟପାନ କରି ବସ୍‌  ଚାଳନା : ଡ୍ରାଇଭର, ହେଲପର ଥାନାରେ ଅଟକ

ମହଙ୍ଗା ପଡ଼ିଲା ମଦ୍ୟପାନ କରି ବସ୍‌ ଚାଳନା : ଡ୍ରାଇଭର, ହେଲପର ଥାନାରେ ଅଟକ

ବଅଁରପାଳ,୩୧।୧(ଡି.ଏନ.ଏ.)- ମହଙ୍ଗା ପଡ଼ିଲା ମଦ୍ୟପାନ କରି ବସ୍‌ ଚାଳନା।   ଅନୁଗୋଳରୁ କଟକ ଅଭିମୁଖେ  ୪୦ ରୁ ଊର୍ଦ୍ଧ୍ୱ ଯାତ୍ରୀ ନେଇ  ଯାଉଥିବା  ଏକ ବସ୍‌ର ମଦ୍ୟପ ଡ୍ରାଇଭର ଓ ହେଲପରଙ୍କୁ ପୋଲିସ ଅଟକ ରଖିଛି। 

ଅପହୃତ ନାବାଳିକା ଖୁଣ୍ଟୁଣିରୁ ଉଦ୍ଧାର

ଅପହୃତ ନାବାଳିକା ଖୁଣ୍ଟୁଣିରୁ ଉଦ୍ଧାର

ଭାପୁର, ୩୧।୧(ଡି.ଏନ.ଏ) ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି କୋଇଲିପଙ୍ଗି କଲେଜ ନିକଟରୁ ଅପହୃତ ନାବାଳିକାଙ୍କୁୁ ପୋଲିସ ବୁଧବାର ରାତିରେ କଟକ ଜିଲାର ଖୁଣ୍ଟୁଣି ନିକଟରୁ ଉଦ୍ଧାର କରିଛି।

ବରକୁ ବେଦିରୁ ଉଠାଇନେଲା ପୋଲିସ

ବରକୁ ବେଦିରୁ ଉଠାଇନେଲା ପୋଲିସ

ଅନୁଗୋଳ ଅଫିସ/ହିନ୍ଦୋଳ,  (ଡି.ଏନ.ଏ.), ୩୧।୧: ୪ବର୍ଷ ତଳେ କରିଥିଲେ ପ୍ରେମ। ହେଲେ ପ୍ରତାରଣା ଅଭିଯୋଗ ପରେ ୨୦୧୮ ଜୁନ୍‌ ୨୬ରେ ପ୍ରେମିକାଙ୍କୁ କୋର୍ଟରେ ବିବାହ କରିଥିଲେ। କିନ୍ତୁ ୨ ମାସର ବୈବାହିକ ସମ୍ପର୍କ ରଖି ନିର୍ଯାତନା ଦେଇ ତାଙ୍କୁ ବାପଘରକୁ ବିଦା କରି ପୁଣି ଦ୍ୱିତୀୟ ବିବାହର ଯୋଜନା କରିଥିଲେ। 

ଆରମ୍ଭ ହେଲା ‘ସ୍ପର୍ଶ’: ଘର ଘର ବୁଲି ଚିହ୍ନଟ ହେବେ କୁଷ୍ଠ ରୋଗୀ

ଆରମ୍ଭ ହେଲା ‘ସ୍ପର୍ଶ’: ଘର ଘର ବୁଲି ଚିହ୍ନଟ ହେବେ କୁଷ୍ଠ ରୋଗୀ

ଢେଙ୍କାନାଳ ଅଫିସ, ୩୧।୧: ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ମହାପ୍ରୟାଣ ଦିବସରେ ଢେଙ୍କାନାଳ ଜିଲାରେ ବୁଧବାରଠାରୁ ଆରମ୍ଭ ହୋଇଛି କୁଷ୍ଠ ରୋଗ ସଚେତନତା ଅଭିଯାନ  ‘ସ୍ପର୍ଶ’। ଏହି ପରିପ୍ରେକ୍ଷୀରେ ବିଭିନ୍ନ ସ୍କୁଲରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ସଚେତନତା ବାର୍ତ୍ତା ପାଠ କରାଯାଇଥିଲା।

କ୍ଷତିପୂରଣ, କର୍ମଚାରୀଙ୍କୁ ନିୟମିତ ଦରମା ଦାବି: ଗାୟତ୍ରୀ ଅଫିସ୍‌ ପ୍ରବେଶ ରାସ୍ତା ରୋକିଲେ

ଛେଣ୍ଡିପଦା, ୩୧ା୧(ଡି.ଏନ.ଏ): ଅନୁଗୋଳ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ପ୍ରଶସ୍ତୀକରଣ କାମ ନେଇଥିବା ଘରୋଇ ଠିକାସଂସ୍ଥା ଗାୟତ୍ରୀ ପ୍ରୋଜେକ୍ଟ ଲିମିଟେଡ଼ କମ୍ପାନୀର ଜରପଡା ଥାନା ଗୋବିନ୍ଦପାଣସାହି ଗ୍ରାମ ସ୍ଥିତ କ୍ୟାମ୍ପ ଅଫିସ ମୁଖ୍ୟପ୍ରବେଶ ରାସ୍ତା ଅବରୋଧ କରିଛନ୍ତି କ୍ଷତିଗ୍ରସ୍ତ। 

୯ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ ଘଟଣା:  କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

୯ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ ଘଟଣା: କଟକରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଅନୁଗୋଳ ଅଫିସ, ୩୧।୧: ଅନୁଗୋଳ ସହରରେ ଏକ ୯ ଦିନର ଶିଶୁପୁତ୍ର ବିକ୍ରି ହୋଇଥିବା ଅଭିଯୋଗର ତଦନ୍ତ ଜାରି ରହିଥିବା ବେଳେ ବୁଧବାର ଭୋର୍‌ ସମୟରେ କଟକ ଶିଶୁଭବନରେ ଚିକିତ୍ସାଧୀନ ସମ୍ପୃକ୍ତ ଶିଶୁର ମୃତ୍ୟୁ ହେବା ଚର୍ଚ୍ଚାର ବିଷୟ ହୋଇଛି।

ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ଛେଣ୍ଡିପଦା, ୩୦ା୧(ଡି.ଏନ.ଏ.)- ଅନୁଗୋଳ ଜିଲା ଶ୍ରମ ବିଭାଗ ତଥା ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଛେଣ୍ଡିପଦା ବ୍ଲକ ଜରପଡା ମିନି ଷ୍ଟାଡିୟମଠାରେ ନିର୍ମାଣ ଶ୍ରମିକୁ ସହାୟତା ପ୍ରଦାନ ସହ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।

ଆଇଆଇଏମ୍‌ସିରେ ଭାରତୀୟ ଖବରକାଗଜ ଦିବସ: ‘ଛାପା ଗଣମାଧ୍ୟମର ଭବିଷ୍ୟତ ଉଜ୍ଜ୍ୱଳ’

ଆଇଆଇଏମ୍‌ସିରେ ଭାରତୀୟ ଖବରକାଗଜ ଦିବସ: ‘ଛାପା ଗଣମାଧ୍ୟମର ଭବିଷ୍ୟତ ଉଜ୍ଜ୍ୱଳ’

ଢେଙ୍କାନାଳ ଅଫିସ, ୩୦।୧- ଢେଙ୍କାନାଳସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମ୍‌ସି) ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାରତୀୟ ଖବରକାଗଜ ଦିବସ ପାଳିତ ହୋଇଯାଇଛି। 

୪୩ କୋଟିର ପ୍ରକଳ୍ପ ଶିଳାନ୍ୟାସ

୪୩ କୋଟିର ପ୍ରକଳ୍ପ ଶିଳାନ୍ୟାସ

କାମାକ୍ଷାନଗର/ଭୁବନ, ୩୦।୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଏବଂ ଭୁବନ ଅଞ୍ଚଳରେ ମଙ୍ଗଳବାର ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ୩ଟି ରାସ୍ତାର ଶିଳାନ୍ୟାସ କରିଛନ୍ତି। ଉକ୍ତ ରାସ୍ତା ନିର୍ମାଣ ଲାଗି ବ୍ୟୟ ଅଟକଳ ରହିଛି ୪୩.୩୪ କୋଟି ଟଙ୍କା।

୯ ଦିନର ଶିଶୁପୁତ୍ର ବିକ୍ରି ଅଭିଯୋଗ

ଅନୁଗୋଳ ଅଫିସ, ୩୦।୧- ଅନୁଗୋଳରେ ଏକ ୯ ଦିନର ଶିଶୁପୁତ୍ରକୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଜନ୍ମ ହେବାର ଦୁଇ ଦିନ ପରେ ଜଣେ ବ୍ୟବସାୟୀଙ୍କୁ ପିଲାଟିକୁ ବିକ୍ରି କରାଯାଇଥିବା ଅଭିଯୋଗ ଆସିବା ପରେ ମଙ୍ଗଳବାର ଜିଲା ଶିଶୁ ସୁରକ୍ଷା ଅଧିକାରୀ (ଡିସିପିଓ), ଅନୁଗୋଳ ପୋଲିସ ଓ ଜିଲା ଶିଶୁ ମଙ୍ଗଳ ଅଧିକାରୀ(ସିଡବ୍ଲ୍ୟୁସି) ଜନ୍ମକଲା ମାତାପିତା ଏବଂ କିଣିଥିବା ଦମ୍ପତିଙ୍କୁ ବସାଇ ଆଲୋଚନା କରିଥିଲେ।

ପୁଷ୍ପ, ପରିବା ପ୍ରଦର୍ଶନୀ ଉଦ୍‌ଯାପିତ

ପୁଷ୍ପ, ପରିବା ପ୍ରଦର୍ଶନୀ ଉଦ୍‌ଯାପିତ

ବଅଁରପାଳ, ୩୦।୧ (ଡି.ଏନ୍‌.ଏ.)- ନାଲ୍‌କୋ ତରଫରୁ ବିଜୁ ପଟ୍ଟନାୟକ ସ୍ପୋଟର୍‌ସ କମ୍ପ୍ଲେକ୍ସ ଠାରେ ଚାଲିଥିବା ପୁଷ୍ପ ଓ ପନିପରିବା ପ୍ରଦର୍ଶନୀ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି।