ଅନଗୁଳ-ଢେଙ୍କାନାଳ

ପୁଣି ଚର୍ଚ୍ଚାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ମିଳିନି ଅଗ୍ନି ନିରାପତ୍ତା ପ୍ରମାଣପତ୍ର

ପୁଣି ଚର୍ଚ୍ଚାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ: ମିଳିନି ଅଗ୍ନି ନିରାପତ୍ତା ପ୍ରମାଣପତ୍ର

ଅନୁଗୋଳ ଅଫିସ, ୧୦।୨: ରାଜ୍ୟରେ ବିଭିନ୍ନ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିବା ପରେ ସମସ୍ତ ସରକାରୀ ଓ ବେସରକାରୀ ଚିକିତ୍ସାଳୟରେ ଅଗ୍ନି ନିର୍ବାପକ ବ୍ୟବସ୍ଥା କଡ଼ାକଡ଼ି କରାଯିବାକୁ ଜାରି ହୋଇଥିଲା ନିର୍ଦ୍ଦେଶନାମା। 

ରାସ୍ତାରେ ମାତିଲେ ଲୁଟେରା: ପିସ୍ତଲ ଦେଖାଇ ୨ ମହିଳାଙ୍କୁ ଲୁଟିଲେ

ରାସ୍ତାରେ ମାତିଲେ ଲୁଟେରା: ପିସ୍ତଲ ଦେଖାଇ ୨ ମହିଳାଙ୍କୁ ଲୁଟିଲେ

ଢେଙ୍କାନାଳ ଅଫିସ,  ୧୦।୨: ଢେଙ୍କାନାଳ ସଦର ଥାନା ଏବଂ ଝାରଗାଡ଼ିଆ ଫାଣ୍ଡି ଅଞ୍ଚଳରେ ଶନିବାର ଲୁଟେରା ଗ୍ୟାଙ୍ଗ ଆତଙ୍କ ସୃଷ୍ଟି କରିଛନ୍ତି। ପଶ୍ଚିମେଶ୍ୱର ମନ୍ଦିର ଏବଂ ଝାରଗାଡ଼ିଆ ଫାଣ୍ଡି ବଳରାମପୁର ରାସ୍ତାରେ ପିସ୍ତଲ ଦେଖାଇ ୨ ମହିଳାଙ୍କଠାରୁ ସୁନାଚେନ୍‌ ଲୁଟି ନେଇଛନ୍ତି ଦୁର୍ବୃତ୍ତ। 

ମାଟିମନସ୍କ ସ୍ମୃତିରଞ୍ଜନ: ଦିନରେ ପାଠପଢା, ରାତିରେ ମୂର୍ତ୍ତି ଗଢ଼ା

ମାଟିମନସ୍କ ସ୍ମୃତିରଞ୍ଜନ: ଦିନରେ ପାଠପଢା, ରାତିରେ ମୂର୍ତ୍ତି ଗଢ଼ା

ବଅଁରପାଳ, ୧୦।୨ (ଡି.ଏନ୍‌.ଏ): ଉଚ୍ଚଶିକ୍ଷିତ ଯୁବପିଢିଙ୍କ ମଧ୍ୟରେ ଆଧୁନିକତାର ଦୌଡ଼ରେ ସାମିଲ ହେବାକୁ ଚାଲିଛି ପ୍ରତିଯୋଗିତା। ପାଠ ପଢିବା ପରେ ଅଧିକାଂଶ କ୍ଷେତ୍ରରେ ଆଜିର ଯୁବ ସମାଜ ସେମାନଙ୍କ କୌଳିକ ବୃତ୍ତିରୁ ମୁହଁ ଫେରାଇ ନେଉଛନ୍ତି। 

ସାଇକେଲରେ ଭାରତ ଭ୍ରମଣ: ରକ୍ତଦାନ ମହତ୍ତ୍ୱ ବୁଝାଉଛନ୍ତି ଜୟଦେବ

ସାଇକେଲରେ ଭାରତ ଭ୍ରମଣ: ରକ୍ତଦାନ ମହତ୍ତ୍ୱ ବୁଝାଉଛନ୍ତି ଜୟଦେବ

ଢେଙ୍କାନାଳ ଅଫିସ, ୧୦।୨: କଥାରେ ଅଛି ରକ୍ତ ଦାନ, ମହତ୍‌ ଦାନ। ରକ୍ତଦାନ ଦ୍ୱାରା କାହାରି କୌଣସି କ୍ଷତି ହୁଏନାହିଁ, ବରଂ ବଞ୍ଚତ୍ୟାଇପାରେ ଏକ ଅମୂଲ୍ୟ ଜୀବନ। ଏହି ଧାରଣାକୁ ହୃଦୟଙ୍ଗମ କରିଛନ୍ତି ଭଦ୍ରକ ଜିଲା ଧାମନଗର ବ୍ଲକ ଧୁଷୁରୀ ଥାନା ଅଞ୍ଚଳର ଜୟଦେବ ରାଉତ (୪୯)। 

ସଡ଼କ ସୁରକ୍ଷା ସପ୍ତାହ ପ୍ରହସନ: ପୁଣି ଅପେକ୍ଷା କରାଇଲେ

ସଡ଼କ ସୁରକ୍ଷା ସପ୍ତାହ ପ୍ରହସନ: ପୁଣି ଅପେକ୍ଷା କରାଇଲେ

ଢେଙ୍କାନାଳ ଅଫିସ, ୧୦ା୨:  ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଅଭାବ ଏବଂ  ଦାୟିତ୍ୱହୀନତା କାରଣରୁ ଢେଙ୍କାନାଳ ଜିଲାରେ ଆରମ୍ଭ ହୋଇଥିବା ଜାତୀୟ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପ୍ରହସନ ପାଲଟିଛି।

ଆଦର୍ଶ, ଚରିତ୍ରବାନ ହେବାକୁ ପରାମର୍ଶ

ଆଦର୍ଶ, ଚରିତ୍ରବାନ ହେବାକୁ ପରାମର୍ଶ


ଢେଙ୍କାନାଳ ଅଫିସ, ୯।୨-ସତ୍ୟ, ଅହିଂସା, ଅଧ୍ୟବସାୟ ଶିକ୍ଷାର୍ଥୀ ଜୀବନର ଅମୂଲ୍ୟ ରତ୍ନ। ଘଡ଼ି ମଣିଷକୁ ସବୁବେଳେ ସଜାଗ କରିଥିଲେ। ସେହିପରି ଛାତ୍ରୀଛାତ୍ରଙ୍କ ମୁହଁରୁ ବାହାରୁଥିବା ପ୍ରତ୍ୟେକଟି କଥା, ଚରିତ୍ରଗଠନ ଦିଗରେ ସଜାଗ ହେବା ଉଚିତ। ଆଦର୍ଶ, ଚରିତ୍ରବାନ ହେଲେ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସଫଳତାର ଶିଖର ଛୁଇଁହେବ ବୋଲି କହିଛନ୍ତି  ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ମାତୃପ୍ରସାଦ ମିଶ୍ର। ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ସିମିନଇସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ ସେ ଏପରି ବକ୍ତବ୍ୟ ରଖିଥିଲେ। 

ଖଣ୍ଡୁଆଳମୁଣ୍ଡାକୁ ହରାଇ ଲୋଧଣୀ ଚାମ୍ପିୟନ

ଖଣ୍ଡୁଆଳମୁଣ୍ଡାକୁ ହରାଇ ଲୋଧଣୀ ଚାମ୍ପିୟନ

ପରଜଙ୍ଗ, ୯।୨(ଡି.ଏନ୍‌.ଏ.)-ପରଜଙ୍ଗ ବ୍ଲକ ବାରିହାପୁର ପଞ୍ଚାୟତସ୍ଥିତ ବାବା ଗୋବିନ୍ଦ ଦାସ ଖେଳପଡ଼ିଆରେ ଜାନୁୟାରୀ ୩୧ରୁ ଚାଲିଥିବା ବାରିହାପୁର କ୍ରିକେଟ ଟୁର୍ନାମେଣ୍ଟ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ରେ ଖଣ୍ଡୁଆଳମୁଣ୍ଡାର ଅଲ୍‌ ଇଜ୍‌ ଓ୍ବେଲ ହରାଇ ଟାଇଟଲ ହାତେଇଛି ଲୋଧଣୀର ବାହୁବଲୀ କିକେଟ ଟିମ୍‌।

 ଗୋଲାପ ଦେଲେ, ସଚେତନ କରାଇଲେ

ଗୋଲାପ ଦେଲେ, ସଚେତନ କରାଇଲେ


ଭୁବନ, ୯।୨(ଡି.ଏନ୍‌.ଏ.)-ଭୁବନ ପୋଲିସ ପକ୍ଷରୁ ଶନିବାର ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ୫୩ନଂ. ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀଙ୍କୁ ଟ୍ରାଫିକ୍‌ ନିୟମ ସମ୍ପର୍କରେ ସଚେତନ କରାଯାଇଥିଲା। ହେଲମେଟ୍‌ ପିନ୍ଧିଥିବା ବାଇକ୍‌ ଆରୋହୀଙ୍କୁ ଗୋଲାପ ଫୁଲ, ଚକୋଲେଟ ଦେଇ  ସମ୍ମାନିତ କରାଯାଇଥିଲା। 

 ଓଡ଼ିଆ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉ

ଓଡ଼ିଆ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଉ

ବଇଣ୍ଡା,୯।୨(ଡି.ଏନ.ଏ.)-ବର୍ତ୍ତମାନ ବିଭିନ୍ନ ବିଦ୍ୟାଳୟରେ ଇଂରାଜୀ ଶିକ୍ଷାକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି। ଫଳରେ ଓଡ଼ିଆ ଶିକ୍ଷା ପ୍ରତି ଛାତ୍ରୀଛାତ୍ରଙ୍କ ରୁଚି କମିଯାଉଛି। ଆମ ମାତୃଭାଷା ପ୍ରତି ଏହା ଅପମାନ ହେଉଛି। ଏଥିପ୍ରତି ସମସ୍ତ ଶିକ୍ଷାନୁଷ୍ଠାନ ଧ୍ୟାନ ଦେଇ ପାଠ୍ୟକ୍ରମରେ ଓଡ଼ିଆ ଶିକ୍ଷାକୁ  ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ଗୁରୁବାର କିଶୋରନଗର ବ୍ଲକ  ବଇଣ୍ଡା ସରସ୍ବତୀ ଶିଶୁ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗଦେଇ ଥିବା ଅତିଥିମାନେ ମତ ପ୍ରକାଶ କରିଛନ୍ତି।

ନିଶାଠାରୁ ଦୂରେଇ ରହିଲେ ଦୁର୍ଘଟଣା କମିବ

ନିଶାଠାରୁ ଦୂରେଇ ରହିଲେ ଦୁର୍ଘଟଣା କମିବ

ବଇଣ୍ଡା,୯।୨(ଡି.ଏନ.ଏ.)- ବର୍ତ୍ତମାନ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଛି। ବିପର୍ଯ୍ୟସ୍ତ  ରାସ୍ତା ବ୍ୟବସ୍ଥା ସହ ନିଶା ଏହାର ମୁଖ୍ୟ କାରଣ ପାଲଟିଛି। ଚାଳକମାନେ  ମଦ୍ୟପାନ କରି ଗାଡ଼ି ଚଲାଉଥିବାରୁ ଅନେକ ବାର ଦୁର୍ଘଟଣା ଘଟୁଛି। ତେଣୁ ଏଥିପ୍ରତି ସମସ୍ତେ ସଚେତନ  ହେବାସହ ନିଶାଠାରୁ ଦୂରେଇ ରହିଲେ ଦୁର୍ଘଟଣା କମିବ ବୋଲି ଶନିବାର କିଶୋରନଗର ବ୍ଲକ ବଇଣ୍ଡାଠାରେ ଫ୍ରେଣ୍ଡସ କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ୩୦ ତମ ସଡ଼କ ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମରେ  ଯୋଗଦେଇଥିବା ଅତିଥିମାନେ ଏହା କହିଛନ୍ତି। 

କଣଲୋଇ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ

କଣଲୋଇ ସଂରକ୍ଷିତ ଜଙ୍ଗଲରେ କଲରାପତରିଆ ବାଘର ମୃତ୍ୟୁ

ଛେଣ୍ଡିପଦା,୯।୨(ସ୍ବ.ପ୍ର.):  ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ କଣଲୋଇ ସଂରକ୍ଷିତ ଜଙ୍ଗଲର ରଙ୍ଗମାଟିଆ ପାହାଡ଼ ତଳେ ଶନିବାର ଏକ ବାଘର ମୃତଦେହ ବନ ବିଭାଗ ପକ୍ଷରୁ  ଉଦ୍ଧାର କରାଯାଇଛି । 

ଭିଡିଓ ଭାଇରାଲ ଘଟଣା:ବିଷ ପିଇ ଯୁବତୀଙ୍କ ବାପା ଗୁରୁତର

ଭିଡିଓ ଭାଇରାଲ ଘଟଣା:ବିଷ ପିଇ ଯୁବତୀଙ୍କ ବାପା ଗୁରୁତର

ପ୍ରେମିକ ଭିଡିଓ ଭାଇରାଲ କରି ଦେବାରୁ ଲୋକ ଲଜ୍ଜା ଭୟରେ ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳର ଜଣେ ଯୁବତୀ ଜାନୁୟାରୀ ୩୧ ରାତିରେ ବିଷ ପିଇ ଆତ୍ମହତ୍ୟା କରିଥିବା ଥାନାରେ ଅଭିଯୋଗ ହୋଇଥିଲା। 

ନିକଟରେ ଏନ୍‌ଟିପିସି ସମ୍ପ୍ରସାରଣ ଯୋଜନା ନାହିଁ

ନିକଟରେ ଏନ୍‌ଟିପିସି ସମ୍ପ୍ରସାରଣ ଯୋଜନା ନାହିଁ

ତାଳଚେର ୯ା୨(ନି.ପ୍ର.) ନିକଟ ଭବିଷ୍ୟତରେ କଣିହଁାସ୍ଥିତି ଏନ୍‌ଟିପିସି ପ୍ରକଳ୍ପର ସମ୍ପ୍ରସାରଣ କିମ୍ବା କଣିହାଁ ବ୍ଲକ ଡେରଙ୍ଗ ଗ୍ରାମକୁ ଅଧିଗ୍ରହଣ କରିବାର ଯୋଜନା ନାହିଁ। ଏନ୍‌ଟିପିସି ପ୍ରକଳ୍ପ ଚିଫ୍‌ ଜେନେରାଲ ମ୍ୟାନେଜର ସନ୍ତୋଷ ଜେମସ ଶୁକ୍ରବାର ଏକ ଖବରଦାତା ସମ୍ମିଳନୀରେ ଏହା ପ୍ରକାଶ କରିଛନ୍ତି।

କେନ୍ଦୁପତ୍ର ଡିଭିଜନ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ

କେନ୍ଦୁପତ୍ର ଡିଭିଜନ ଅଫିସ୍‌ ସମ୍ମୁଖରେ ବିକ୍ଷୋଭ

ଆଠମଲ୍ଲିକ,୯।୨(ଡି.ଏନ.ଏ.)ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଆଠମଲ୍ଲିକ ଶାଖା ପକ୍ଷରୁ ୭ ଦଫା ଦାବିରେ ଶୁକ୍ରବାର କେନ୍ଦୁପତ୍ର ଡିଭିଜନ୍‌ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। 

ପରିଷ୍କାର ଓ ସବୁଜ କୋର୍ଟ ପ୍ରକଳ୍ପର ଶୁଭାରମ୍ଭ:ସଫେଇ କଲେ ବିଚାରପତି, ବାର୍‌ କର୍ମକର୍ତ୍ତା

ପରିଷ୍କାର ଓ ସବୁଜ କୋର୍ଟ ପ୍ରକଳ୍ପର ଶୁଭାରମ୍ଭ:ସଫେଇ କଲେ ବିଚାରପତି, ବାର୍‌ କର୍ମକର୍ତ୍ତା

ଅନୁଗୋଳ ଅଫିସ, ୯।୨ରାଜ୍ୟର ସମସ୍ତ ନ୍ୟାୟାଳୟ ପରିସର ସଫାସୁତରା ରଖିବା ପାଇଁ ଗତ ମାସ ୨୧ରେ ହାଇକୋର୍ଟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି କେ.ଏସ୍‌. ଝାବେରୀ ଭିଡିଓ କନଫରେନ୍ସିଂ ଜରିଆରେ ପରିଷ୍କାର ଓ ସବୁଜ କୋର୍ଟ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। 

୪ର୍ଥ ବଳରାମଜୀଉ ମହୋତ୍ସବ ଉଦ୍‌ଯାପିତ:‘ଜୀବନକୁ ନୂଆ ସଂଜ୍ଞା ଦେଇଥାନ୍ତି କଳାକାର’

୪ର୍ଥ ବଳରାମଜୀଉ ମହୋତ୍ସବ ଉଦ୍‌ଯାପିତ:‘ଜୀବନକୁ ନୂଆ ସଂଜ୍ଞା ଦେଇଥାନ୍ତି କଳାକାର’

ଢେଙ୍କାନାଳ ଅଫିସ, ୯।୨ସାଂସ୍କୃତିକ ଅନୁଷ୍ଠାନ ‘ସୁରସଙ୍ଗୀତ’ ପକ୍ଷରୁ ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲରେ ଦୁଇଦିନ ଧରି ଚାଲିଥିବା ୪ର୍ଥ ବଳରାମଜୀଉ ମହୋତ୍ସବ ଓ ୨୨ତମ ବାର୍ଷିକ ଉତ୍ସବ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି ା 

ଉଦାହରଣ ସୃଷ୍ଟି କଲେ ମୁଣ୍ଡାଢ଼ିପ ସ୍କୁଲସାହିବାସୀ:ଜାଗା କିଣି ନିର୍ମାଣ କଲେ ରାସ୍ତା

ଉଦାହରଣ ସୃଷ୍ଟି କଲେ ମୁଣ୍ଡାଢ଼ିପ ସ୍କୁଲସାହିବାସୀ:ଜାଗା କିଣି ନିର୍ମାଣ କଲେ ରାସ୍ତା

ବନ୍ତଳା, ୯।୨ଅନୁଗୋଳ ବ୍ଲକ ବନ୍ତଳା ଥାନା ବସଲା ପଞ୍ଚାୟତ ମୁଣ୍ଡାଢ଼ିପ ସ୍କୁଲସାହିବାସୀ ସୃଷ୍ଟି କରିଛନ୍ତି ଉଦାହରଣ। ରାସ୍ତା ସମସ୍ୟାର ସମାଧାନ ପାଇଁ ଦୀର୍ଘବର୍ଷ ଧରି ଜନପ୍ରତିନିଧି, ପ୍ରଶାସନକୁ ଗୁହାରି କରି ନିରାଶ ହେବା ପରେ ଶେଷରେ ନିଜେ ଜାଗା କିଣି ନିର୍ମାଣ କରିଛନ୍ତି ରାସ୍ତା। 

ଶାଳ କାଠ ଜବତ,  ୪ ଗିରଫ

ଶାଳ କାଠ ଜବତ, ୪ ଗିରଫ

ବଇଣ୍ଡା,୮।୨(ଡି.ଏନ.ଏ.)- କିଶୋରନଗର ଥାନା ଓସ୍କାପାଲି ପଞ୍ଚାୟତ କାର୍ଯ୍ୟାଳୟ ନିକଟରୁ ଶୁକ୍ରବାର ବନବିଭାଗ ଚଢାଉ କରି ୩ଟି ଶାଳ ଗଣ୍ଡି ସହ ୨ଟି ଶଗଡ଼ ଗାଡ଼ି ଜବତ କରିଛି। 

ବାଗେଡିଆ କ୍ରିକେଟ୍‌ କପ ଟୁର୍ନାମେଣ୍ଟ ଉଦ୍‌ଯାପିତ:   ବାଗେଡିଆ ଚାମ୍ପିୟନ

ବାଗେଡିଆ କ୍ରିକେଟ୍‌ କପ ଟୁର୍ନାମେଣ୍ଟ ଉଦ୍‌ଯାପିତ: ବାଗେଡିଆ ଚାମ୍ପିୟନ

ଛେଣ୍ଡିପଦା,୮।୨(ଡି.ଏନ.ଏ)-ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ବାଗେଡିଆ ଗ୍ରାମ ଖେଳ ପଡିଆଠାରେ ବାଗେଡିଆ କ୍ରିକେଟ ଆସୋସିଏଶନ ପକ୍ଷରୁ ଚାଲିଥିବା ବାଗେଡିଆ କପ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। 

ଅସୁସ୍ଥ ଦନ୍ତାର ଚିକିତ୍ସା ଆରମ୍ଭ

ଅସୁସ୍ଥ ଦନ୍ତାର ଚିକିତ୍ସା ଆରମ୍ଭ


କାମାକ୍ଷାନଗର, ୮।୨(ଡି.ଏନ୍‌.ଏ.)-କେନ୍ଦୁଝର ସୀମାନ୍ତ ତେଲକୋଇ ରେଞ୍ଜ ବିମଳା ଅଞ୍ଚଳରୁ ଢେଙ୍କାନାଳ ଜିଲାକୁ ପଶି ଆସିଥିବା ଅସୁସ୍ଥ ଦନ୍ତାହାତୀର ଚିକିତ୍ସା ଆରମ୍ଭ ହୋଇଛି।  ମହାବିରୋଡ଼ ରେଞ୍ଜ ଗଡ଼ପଳାଶୁଣୀ ପଞ୍ଚାୟତରେ ହାତୀକୁ ଠାବ କରାଯିବା ପରେ ଶୁକ୍ରବାର ଓୟୁଏଟି ବିଶେଷଜ୍ଞ ଦଳ ବନ କର୍ମଚାରୀଙ୍କ ସହାୟତାରେ ଟ୍ରାଙ୍କୁଲାଇଜ୍‌ କରିଥିଲେ। ଉକ୍ତ ଦନ୍ତାର ପଛ ବାମ ଗୋଡ଼ରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ହାତୀର ଗତିବିଧି ଉପରେ ନଜର ରଖାଯାଇଛି।

ପ୍ରଶିକ୍ଷଣ ନେଲେ ବିଏଲ୍‌ଓ

ପ୍ରଶିକ୍ଷଣ ନେଲେ ବିଏଲ୍‌ଓ

ଭୁବନ, ୮।୨(ଡି.ଏନ୍‌.ଏ.)-ଭୁବନ ବ୍ଲକ ସଭାଗୃହରେ ଶୁକ୍ରବାର ବ୍ଲକ ଲେଭଲ ଅଫିସର (ବିଏଲ୍‌ଓ)ଙ୍କୁ ନେଇ ଏକଦିବସୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଏବଂ ଏନ୍‌ଏସିର ୧୦୬ ଜଣ ବିଏଲ୍‌ଓ ଶିବିରରେ ଅଂଶଗ୍ରହଣ କରିଥିଲେ।

କାର ଧକ୍କାରେ ଜଣେ ମୃତ,  ପ୍ରତିବାଦରେ ରାସ୍ତାରୋକୋ

କାର ଧକ୍କାରେ ଜଣେ ମୃତ, ପ୍ରତିବାଦରେ ରାସ୍ତାରୋକୋ

କାମାକ୍ଷାନଗର,୮।୨(ଡି.ଏନ.ଏ.)-କାମାକ୍ଷାନଗର ଥାନା ମହୁଲପାଳ ଜଡ଼ାପାଳ ଛକ ନିକଟରେ ଶୁକ୍ରବାର ଏକ କାର ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। 

 ମିନିଟ୍ରକ ସହ କାଠ ଜବତ, ଜଣେ ଗିରଫ

ମିନିଟ୍ରକ ସହ କାଠ ଜବତ, ଜଣେ ଗିରଫ

କାମାକ୍ଷାନଗର,୮।୨(ଡି.ଏନ.ଏ.)- କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ପକ୍ଷରୁ କଙ୍କଡାହାଡ ଥାନା ଖଜୁରିଆ ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ  ଚଢାଉ କରାଯାଇ ଏକ ମିନିଟ୍ରକ ସହିତ କାଠ ଜବତ କରାଯାଇଛି।

ଶମ୍ବର ମାଂସ, ବନ୍ଧୁକ ଜବତ : ୨ଶିକାରୀ ଗିରଫ

ଗଣିଆ,୮।୨(ଡି.ଏନ.ଏ.)-ନୟାଗଡ଼ ଜିଲା ଗଣିଆ ବନାଞ୍ଚଳର ବଙ୍କାମୁଣ୍ଡା ସଂରକ୍ଷିତ ଜଙ୍ଗଲରୁ ଶମ୍ବର ଶିକାର କରାଯାଇ  ମାଂସ ଚାଲାଣ ହେଉଥିବାବେଳେ ଗୁରୁବାର ବନ କର୍ମଚାରୀମାନେ  ମାଂସ  ଜବତ କରିଛନ୍ତି।