ଅନଗୁଳ-ଢେଙ୍କାନାଳ

ସଞ୍ଜିତ ମାଝି ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ସଞ୍ଜିତ ମାଝି ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ଢେଙ୍କାନାଳ ଅଫିସ,୧୪ା୨- ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଠୋକର ଗ୍ରାମରେ ୨୦୧୬ରେ ଘଟିଥିବା ସଞ୍ଜିତ ମାଝି ହତ୍ୟା ମାମଲାର ଅଭିଯୁକ୍ତ ଲିଟୁ ଓରଫ୍‌ ଗଣେଶ୍ୱର ସାମଲଙ୍କୁ ବୁଧବାର ଜିଲା ଦୌରାଜଜ୍‌ ଗଜେନ୍ଦ୍ର ମହାପାତ୍ର ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ବେଆଇନ ଭାବେ ରାସ୍ତାପାର୍ଶ୍ୱ ଖନନ: କାର୍ଯ୍ୟାନୁଷ୍ଠାନ ନେବ ପୂର୍ତ୍ତ ବିଭାଗ

ବେଆଇନ ଭାବେ ରାସ୍ତାପାର୍ଶ୍ୱ ଖନନ: କାର୍ଯ୍ୟାନୁଷ୍ଠାନ ନେବ ପୂର୍ତ୍ତ ବିଭାଗ

ବନ୍ତଳା, ୧୪।୨ (ଡ.ଏନ.ଏ.)- ଅନୁଗୋଳ ଜିଲା ୫୫ ନମ୍ବର ଜାତୀୟ ରାଜପଥର ବଡ଼କେରା ଛକ ଠାରୁ ପୁରୁଣାକୋଟ ଥାନା ଟିକରପଡ଼ା ପର୍ଯ୍ୟନ୍ତ ୨୩ ନମ୍ବର ରାଜ୍ୟ ରାଜପଥ ନିର୍ମାଣ ହୋଇଛି। ସାତକୋଶିଆ ଅଭୟାରଣ୍ୟ ଓ ଟିକରପଡ଼ାକୁ ଯେପରି ପର୍ଯ୍ୟଟକମାନେ ସୁବିଧାରେ ଯାଇପାରିବେ ସେଥିପାଇଁ ଉକ୍ତ ରାଜ୍ୟ ରାଜପଥ ନିର୍ମାଣ କରାଯାଇଛି। 

ବେଦାନ୍ତକୁ ଆଲୁମିନା ବିକ୍ରି ମସୁଧାକୁ ବିରୋଧ

ବେଦାନ୍ତକୁ ଆଲୁମିନା ବିକ୍ରି ମସୁଧାକୁ ବିରୋଧ

ବଅଁରପାଳ, ୧୪।୨ (ଡି.ଏନ୍‌.ଏ.)- ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋରୁ ବେଦାନ୍ତକୁ ଆଲୁମିନା ପାଉଡ଼ର ବିକ୍ରି କରିବା ପାଇଁ ମସୁଧା କରାଯାଉଥିବା ଶ୍ରମିକ ମହଲରେ ଅଭିଯୋଗ ହେଉଛି। ଏହି ଆଲୁମିନା ବିକ୍ରି ହେଲେ ନାଲ୍‌କୋର ବହୁ କ୍ଷତି ହେବା ସହ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେବେ। 

୮ଥର ଆବେଦନ ପରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହର୍ଗା

୮ଥର ଆବେଦନ ପରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହର୍ଗା

ବଅଁରପାଳ, ୧୪।୨ (ଡି.ଏନ୍‌.ଏ.)- ବୃଦ୍ଧା, ବୃଦ୍ଧ ଓ ଭିନ୍ନକ୍ଷମମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ସ୍ବରୂପ ଭତ୍ତା ପ୍ରଦାନ କରାଯାଉଛି। କିନ୍ତୁ ଅନେକ ସମୟରେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁ ବହୁ ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚତ୍ତ ହେଉଥିବା ନଜିର ରହିଛି।

ନାଲ୍‌କୋ କଲୋନୀ ସୁରକ୍ଷା ବ୍ୟବସ୍ଥା ନେଇ ତତ୍ପରତା: ଉଚ୍ଚ ଅଧିକାରୀ କଲେ ଯାଞ୍ଚ

ନାଲ୍‌କୋ କଲୋନୀ ସୁରକ୍ଷା ବ୍ୟବସ୍ଥା ନେଇ ତତ୍ପରତା: ଉଚ୍ଚ ଅଧିକାରୀ କଲେ ଯାଞ୍ଚ

ବଅଁରପାଳ, ୧୪।୨ (ଡି.ଏନ୍‌.ଏ.)- ବଅଁରପାଳ ବ୍ଲକ ନାଲ୍‌କୋ କଲୋନୀ ପରିସରରୁ ବାରମ୍ବାର ଚୋରି ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି କି ସିକ୍ୟୁରିଟି କର୍ମଚାରୀମାନେ ୨୪ ଘଣ୍ଟିଆ ଡ୍ୟୁଟି କରୁଥିଲେ ବି କଲୋନୀ ମଧ୍ୟକୁ କିପରି ଦୁର୍ବୃତ୍ତମାନେ ପ୍ରବେଶ କରି ଚୋରି କରିବାରେ ସଫଳ ହେଉଛନ୍ତି ତାହାକୁ ନେଇ ବାସିନ୍ଦାଙ୍କ ମନରେ ସନ୍ଦେହ ଦେଖାଦେଇଛି। 

ବ୍ରାଉନସୁଗାର ଜବତ, ବ୍ୟବସାୟୀ ଗିରଫ: ଚେର ଅନୁଗୋଳରୁ କଲିକତା

ବ୍ରାଉନସୁଗାର ଜବତ, ବ୍ୟବସାୟୀ ଗିରଫ: ଚେର ଅନୁଗୋଳରୁ କଲିକତା

ଅନୁଗୋଳ ଅଫିସ/ବଅଁରପାଳ ୧୪।୨- ଅନୁଗୋଳରେ ବଢ଼ୁଛି ବ୍ରାଉନସୁଗାର କାରବାର। ଅନ୍ୟ ସହର ପରି ଏଠି ବି ଅଛନ୍ତି ଏହି ଧଳା ପାଉଡରର ବ୍ୟବସାୟୀ ଓ ଗ୍ରାହକ। ମଙ୍ଗଳବାର କୁରୁଡ଼ୁଲୁ ଅଞ୍ଚଳରେ ନାଲ୍‌କୋ ଓ ଅନୁଗୋଳ ପୋଲିସର ମିଳିତ ଚଢ଼ାଉରୁ ଏହା ସ୍ପଷ୍ଟ ହୋଇଯାଇଛି।

 ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଭାପୁର,୧୩।୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ଥାନା ଅଧୀନ ଭାପୁର ଫାଣ୍ଡି ଅନ୍ତର୍ଗତ ଅଉଖମା ଗ୍ରାମ ନିକଟ ପୁରୁଣାକଟକ-ସମ୍ବଲପୁର ରାସ୍ତା କଡ଼ରେ ଥିବା ହନୁମାନ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଫାଣ୍ଡିରେ ଅଭିଯୋଗ ହୋଇଛି।

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା:ଅଭିଯୁକ୍ତ କୋର୍ଟଚାଲାଣ

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା:ଅଭିଯୁକ୍ତ କୋର୍ଟଚାଲାଣ

ଭୁବନ, ୧୩ା୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଏନଏସିର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା କରିବା ଅଭିଯୋଗରେ ପୋଲିସ ୧୩ ନଂ ଓାଡର୍ର୍ର ଦଇତ ସାହୁ (୩୫)ଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି।

ବାଲୁକା କଳା  ବୁଲି ଦେଖିଲେ ବିଧାୟକ

ବାଲୁକା କଳା ବୁଲି ଦେଖିଲେ ବିଧାୟକ

ଛେଣ୍ଡିପଦା,୧୩।୨(ସ୍ବ.ପ୍ର)- ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତ  ଚନ୍ଦନ ପଡିଆଠାରେ ବୁଧବାର ପିଠା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  

ଲିମ୍ବ ଗଛରୁ ବାହାରୁଛି କ୍ଷୀର

ଲିମ୍ବ ଗଛରୁ ବାହାରୁଛି କ୍ଷୀର

ବଇଣ୍ଡା,୧୩।୨(ଡି.ଏନ.ଏ.)-   ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଆମ୍ବଶର ମୁଣ୍ଡା ପଞ୍ଚାୟତ ଅଖରକଟା ଗ୍ରାମରେ ଏକ ଲିମ୍ବ ଗଛରୁ ଗୁରୁବାର କ୍ଷୀର ବୋହୁଥିବା ଦେଖିବାକୁ ମିଳିଛି। 

ପୁସ୍ତକ ଶିଖାଏ ନୈତିକ ମୂଲ୍ୟବୋଧ

ପୁସ୍ତକ ଶିଖାଏ ନୈତିକ ମୂଲ୍ୟବୋଧ

ଅନୁଗୋଳ ଅଫିସ, ୧୩।୨- ସାମାଜିକ କର୍ମୀ ଅନୁଷ୍ଠାନ ବିକଳ୍ପ ବିକାଶ ଓ ଅନୁଗୋଳ ଜିଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଚତୁର୍ଦ୍ଦଶ ଅନୁଗୋଳ ଜିଲା ପୁସ୍ତକ ମେଳା ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି।

କୁମଣ୍ଡ ବସ୍ତି ଉଚ୍ଛେଦ ସ୍ଥଗିତ: ଜାଗା ଖାଲି କରିବାକୁ ମାସେ ସମୟ

କୁମଣ୍ଡ ବସ୍ତି ଉଚ୍ଛେଦ ସ୍ଥଗିତ: ଜାଗା ଖାଲି କରିବାକୁ ମାସେ ସମୟ

ଅନୁଗୋଳ ଅଫିସ, ୧୩।୨- ଅନୁଗୋଳ କୁମଣ୍ଡ ପଞ୍ଚାୟତରେ ଥିବା ୧୭ ଏକର ସରକାରୀ ଜାଗାରେ ଗଢ଼ି ଉଠିଥିବା ହରିଜନ ସାହିକୁ ଉଚ୍ଛେଦ କରିବାକୁ ମଙ୍ଗଳବାର ଯାଇଥିବା ପ୍ରଶାସନ ଖାଲି ହାତରେ ଫେରି ଆସିଛି।

ରୋଜଗାର ମେଳାରେ ବନ୍ଦ ପ୍ରଭାବ

ରୋଜଗାର ମେଳାରେ ବନ୍ଦ ପ୍ରଭାବ

ଢେଙ୍କାନାଳ ଅଫିସ, ୧୩।୨- ଭାଜପା ପକ୍ଷରୁ ବନ୍ଦ ଡାକରାର ପ୍ରଭାବ ରୋଜଗାର ମେଳା ଉପରେ ପଡ଼ିଛି।  ଯାନବାହନ ଚଳାଚଳ ପ୍ରଭାବିତ ଯୋଗୁ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ କମ୍‌ ରହିଥିଲା। 

ଓଜନରେ ଧାନ ଚଳୁ

ଓଜନରେ ଧାନ ଚଳୁ

ଭୁବନ, ୧୩।୨(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ଭୂଷଳ ସେବା ସମବାୟ ମଣ୍ଡିରେ ଧାନ ଓଜନରେ ବଡ଼ଧରଣର ଠକେଇ ପଦାକୁ ଆସିଛି। କମ୍ପ୍ୟୁଟର ଓଜନ ମେଶିନକୁ ଅପବ୍ୟବହାର କରି କୁଇଣ୍ଟାଲ ପିଛା ହାରାହାରି ୪ କେଜି ଧାନ ଅଧିକ ନିଆଯାଉଥିଲା।

୪ରେ କପିଳାସ ଜାଗରଯାତ୍ରା

୪ରେ କପିଳାସ ଜାଗରଯାତ୍ରା

ଢେଙ୍କାନାଳ ଅଫିସ, ୧୩।୨- ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସରେ ମାର୍ଚ୍ଚ ୪ରେ ଅନୁଷ୍ଠିତ ହେବ ମହାଜାଗର ଯାତ୍ରା। ଏହାକୁ ଶୃଙ୍ଖଳିତ କରିବାକୁ ଅଣ୍ଟା ଭିଡ଼ିଛି ଜିଲା ପ୍ରଶାସନ। 

ରୋଷେଇ ନିଆଁରୁ ଅଗ୍ନିକାଣ୍ଡ: ୩ ପରିବାର ସର୍ବସ୍ବାନ୍ତ

ରୋଷେଇ ନିଆଁରୁ ଅଗ୍ନିକାଣ୍ଡ: ୩ ପରିବାର ସର୍ବସ୍ବାନ୍ତ

ଛେଣ୍ଡିପଦା,୧୨ା୨(ଡିଏନଏ)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଜରପଡ଼ା ଥାନା କୁଶକିଳା ଗ୍ରାମରେ ମଙ୍ଗଳବାର ଅଗ୍ନିକାଣ୍ଡ ଘଟି ଦଶମନ୍ତ ନାଏକ, ସମ୍ବାରୁ ନାଏକ, ବିଦେଶୀ ନାଏକଙ୍କ ୩ ବଖରା ଘର ଜଳିଯାଇଛି। ରୋଷେଇ ନିଆଁରୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। 

ସଜେଇ ହେଉଛି ଯୋରନ୍ଦା

ସଜେଇ ହେଉଛି ଯୋରନ୍ଦା

ଢେଙ୍କାନାଳ ଅଫିସ, ୧୨।୨: ଫେବୃୟାରୀ ୧୮ରେ ବିଶ୍ୱପ୍ରସିଦ୍ଧ ମାଘମେଳା। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଲାଣି ପ୍ରସିଦ୍ଧ ମହିମା ଧର୍ମ ପୀଠସ୍ଥଳୀ ଯୋରନ୍ଦା। ମେଳାକୁ ମାତ୍ର ସପ୍ତାହେ ଥିବାବେଳେ ଏବେଠାରୁ ସାଧୁସନ୍ଥଙ୍କ ସମାଗମ ଆରମ୍ଭ ହେଲାଣି। ମଠ, ମନ୍ଦିର ମରାମତି, ରଙ୍ଗ କାର୍ଯ୍ୟ ଶେଷ ହୋଇଛି। ଚୂନ ଧଉଳା କାର୍ଯ୍ୟ ସରିବା ପରେ ଝଲସୁଛି ପୀଠ। ସମସ୍ତ କାର୍ଯ୍ୟ ଶୃଙ୍ଖଳିତ କରିବାକୁ ସୋମବାର ଯୋରନ୍ଦା ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଯାନବାହନ ନିୟନ୍ତ୍ରଣ, ପାର୍କିଂ ବ୍ୟବସ୍ଥା, ଆଲୋକୀକରଣ, ନିୟନ୍ତ୍ରଣ କକ୍ଷ, ପାନୀୟଜଳ ଯୋଗାଣ, ଯାତ୍ରା ପଡ଼ିଆ ପ୍ରସ୍ତୁତି, ଶାନ୍ତି କମିଟି, ଅସ୍ଥାୟୀ ସ୍ବାସ୍ଥ୍ୟ କ୍ୟାମ୍ପ, ଦର୍ଶନ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଛି।

ଅଷ୍ଟଶମ୍ଭୁ ମନ୍ଦିରରେ ବିଦେଶୀ ଦମ୍ପତି:‘ମନ ଲାଖିଗଲା’

ଅଷ୍ଟଶମ୍ଭୁ ମନ୍ଦିରରେ ବିଦେଶୀ ଦମ୍ପତି:‘ମନ ଲାଖିଗଲା’

ପରଜଙ୍ଗ, ୧୨।୨(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଛି ପରଜଙ୍ଗ ବ୍ଲକ କୁଆଳୋର ଅଷ୍ଟଶମ୍ଭୁ ମନ୍ଦିର। ନିଜର କାରୁକାର୍ଯ୍ୟ, ଐତିହାସିକ ବିଭବ ସର୍ବୋପରି ପୌରାଣିକ ମହତ୍ତ୍ୱ ଦୃଷ୍ଟିକୋଣରୁ ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରୁ ଏଠାରୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ହେଲେ ଏବେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ମନ୍ଦିରର ମହତ୍ତ୍ୱକୁ ଆହୁରି ବଢ଼ାଇ ଦେଇଛି। 

ହିଂସ୍ର ହେଉଛନ୍ତି ହାତୀପଲ

ହିଂସ୍ର ହେଉଛନ୍ତି ହାତୀପଲ

ପରଜଙ୍ଗ, ୧୨।୨(ଡି.ଏନ୍‌.ଏ.)ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ଦୀର୍ଘ ୩ ମାସ ହେଲା ହାତୀ ଉପଦ୍ରବ ଲୋକଙ୍କୁ ଆତଙ୍କିତ କରି ରଖିଛି। ହାତୀପଲ ଅଧିକରୁ ଅଧିକ ହିଂସ୍ର ହେବା ନୂଆ ସମସ୍ୟା ସୃଷ୍ଟି କରିଛି। ସନ୍ଧ୍ୟାହେଲେ ରାସ୍ତାଘାଟ ଶୂନଶାନ ହୋଇପଡୁଛି। 

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୋଳ ଅଫିସ/ତାଳଚେର, ୧୨।୨ଅନୁଗୋଳ ଓକିଲ ସଂଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ  ଉଦ୍ଦେଶ୍ୟରେ ୫ ଦଫା ଦାବିପତ୍ର ଜିଲା ପ୍ରଶାସନକୁ ପ୍ରଦାନ କରାଯାଇଛି। ସୋମବାର ସଂଘ ସଭାପତି ଦିଲୀପ କୁମାର ଦାସଙ୍କ ନେତୃତ୍ୱରେ ସଦସ୍ୟମାନେ ଶୋଭାଯାତ୍ରାରେ ଆସି ଡେପୁଟି କଲେକ୍ଟର ସରିତା ପ୍ରଧାନଙ୍କୁ ଉକ୍ତ ଦାବିପତ୍ର ପ୍ରଦାନ କରିଥିଲେ। ଓକିଲମାନଙ୍କୁ ବସିବା ପାଇଁ ଆବଶ୍ୟକ ଗୃହ, ଇ-ଲାଇବ୍ର୍ରେରୀ, ଶୌଚାଳୟ ଓ ମହିଳା ଓକିଲମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। 

ସ୍ବାମୀଙ୍କ ପାଇଁ ୨ ବର୍ଷର ସଂଘର୍ଷ

ସ୍ବାମୀଙ୍କ ପାଇଁ ୨ ବର୍ଷର ସଂଘର୍ଷ

ଛେଣ୍ଡିପଦା,୧୨।୨(ସ୍ବ.ପ୍ର.)୨ ବର୍ଷ ହେଲା ସ୍ବାମୀ ରୋଗରେ ପଡିଛନ୍ତି। ଘରେ ଯାହାଥିଲା ବିକି ଭାଙ୍ଗି ଡାକ୍ତରଖାନାରେ ଖର୍ଚ୍ଚ ହୋଇଗଲା। ହେଲେ ତାହା କମ୍‌ ପଡିଲା। ଭଲ ହେବାକୁ ଅଧିକ ଅର୍ଥ ଲୋଡ଼ା ବୋଲି ଡାକ୍ତର କହୁଛନ୍ତି। ପାଖରେ ଆଉ ସମ୍ବଳ ନ ଥିବାରୁ ଏବେ ସ୍ବାମୀଙ୍କୁ କେମିତି ଭଲ କରିବେ ସେହି ଚିନ୍ତାରେ ଦିନ କାଟୁଛନ୍ତି ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଝିଣ୍ଟିପାଳ ଗ୍ରାମର ମମତା ସାହୁ। ତାଙ୍କ ଗୁହାରି ଶୁଣି ସରକାର ଯଦି ସହାୟତା ଯୋଗାଇଦେବେ ତା’ହେଲେ ତାଙ୍କ ସଂସାର ପୁଣି ହସି ଉଠିବ ବୋଲି କୋହଭରା କଣ୍ଠରେ ମମତା କହିଛନ୍ତି।

କାର୍ଯ୍ୟରେ ଯୋଗଦେଲେ ନୂଆ ଜିଲାପାଳ:ସ୍ବଚ୍ଛତା, ଉନ୍ନୟନକୁ ଦେବେ ପ୍ରାଥମିକତା

କାର୍ଯ୍ୟରେ ଯୋଗଦେଲେ ନୂଆ ଜିଲାପାଳ:ସ୍ବଚ୍ଛତା, ଉନ୍ନୟନକୁ ଦେବେ ପ୍ରାଥମିକତା

ଅନୁଗୋଳ ଅଫିସ, ୧୨।୨ଅନୁଗୋଳ ଜିଲାର ନୂତନ ଜିଲାପାଳ ଭାବେ ସୋମବାର କାର୍ଯ୍ୟରେ ଯୋଗ ଦେଇଛନ୍ତି ୧୯୮୮ ବ୍ୟାଚର ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ମନୋଜ କୁମାର ମହାନ୍ତି।

ମାଳତୀଦେବୀ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ  ରଙ୍ଗବେଡ଼ା ଚାମ୍ପିୟନ

ମାଳତୀଦେବୀ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ରଙ୍ଗବେଡ଼ା ଚାମ୍ପିୟନ

ପରଜଙ୍ଗ, ୧୧।୨(ଡି.ଏନ.ଏ.)-ପରଜଙ୍ଗ ବ୍ଲକ ମୁକ୍ତାପଶି ଗ୍ରାମ ମେଲଣ ପଡ଼ିଆରେ ରବିବାର ଏକଦିବସୀୟ ମାଳତୀ ଦେବୀ ମେମୋରିଆଲ ଭଲିବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଏନ୍‌ଟିପିସି ପଥରମୁଣ୍ଡାକୁ ୨-୧ ସେଟ୍‌ରେ ହରାଇ୍‌ ଏନ୍‌ଟିପିସି ରଙ୍ଗବେଡ଼ା ଚାମ୍ପିୟନ ହୋଇଛି।  

ଜିଲାପାଳ କାର୍ଯ୍ୟାଳୟ ଘେରିଲେ ଆଶାକର୍ମୀ ୧୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ

ଢେଙ୍କାନାଳ ଅଫିସ, ୧୧।୨-ଢେଙ୍କାନାଳ ଜିଲାର କାର୍ଯ୍ୟରତ ଆଶାକର୍ମୀମାନେ ୧୪ଦଫା ଦାବିନେଇ ସୋମବାର ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି। ଆଶାକର୍ମୀମାନେ ଶୋଭାଯାତ୍ରାରେ ସହର ପରିକ୍ରମା କରି ପୂର୍ବାହ୍ନ ସାଢେ ୧୦ଟାରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚତ୍ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।