ଅନଗୁଳ-ଢେଙ୍କାନାଳ

ଫସଲବୀମା ଦାବିରେ ରାସ୍ତାରୋକୋ

ଫସଲବୀମା ଦାବିରେ ରାସ୍ତାରୋକୋ

ପବିତ୍ରନଗର, ୧୫ା୨(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକ ବୁରୁକୁନା ପଞ୍ଚାୟତର କୃଷକ କ୍ରିୟାନୁଷ୍ଠାନ କମିଟି ପ୍ରଧାନମନ୍ତ୍ରୀ ଫସଲବୀମା ପ୍ରଦାନ ଦାବିରେ ଗୁରୁବାର ରାସ୍ତାରୋକୋ ଆନ୍ଦୋଳନ କରିଥିଲା। 

୩୨୪ ଅଶୋକା କଢ଼ିରେ ହୁଏ ପୂଜାର୍ଚ୍ଚନା

୩୨୪ ଅଶୋକା କଢ଼ିରେ ହୁଏ ପୂଜାର୍ଚ୍ଚନା

ବଅଁରପାଳ, ୧୫।୨ (ଉପେନ୍ଦ୍ର ରାଉତ): ଅସହାୟ ହୋଇ ଧାଇଁ ଆସିଥିବା ଶ୍ରଦ୍ଧାଳୁଙ୍କୁ ସହାୟ ହୁଅନ୍ତି ମା’। ପୂରଣ କରନ୍ତି ସେମାନଙ୍କ ସମସ୍ତ ମନସ୍କାମନା। ମା’ଙ୍କ ଆଶୀର୍ବାଦରୁ ନିଃସନ୍ତାନ ଦମ୍ପତି ପାଇଛନ୍ତି ସନ୍ତାନ। 

ଦିବ୍ୟାଙ୍ଗଙ୍କ ପ୍ରେରଣା ପ୍ରଫୁଲ୍ଲ ସାର୍‌: ସଙ୍ଗୀତ ଭରିଛି ଜୀବନରେ ସରସତା

ଦିବ୍ୟାଙ୍ଗଙ୍କ ପ୍ରେରଣା ପ୍ରଫୁଲ୍ଲ ସାର୍‌: ସଙ୍ଗୀତ ଭରିଛି ଜୀବନରେ ସରସତା

ଦୃଢ଼ ଇଚ୍ଛାଶକ୍ତି ଆଗରେ ହାର ମାନେ ଶାରୀରିକ ଅକ୍ଷମତା। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ପ୍ରଫୁଲ୍ଲ ସାର୍‌। ଦୀର୍ଘ ୪୦ବର୍ଷର ସଙ୍ଗୀତ ସାଧନା ଭିତରେ ସେ ସାମ୍ନା କରିଛନ୍ତି ଅନେକ ସଂଘର୍ଷ। ଶିଖିଛନ୍ତି ପ୍ରତିକୂଳ ପରିସ୍ଥିତିରେ ବଞ୍ଚତ୍ବାର କୌଶଳ, ଯାହା ତାଙ୍କୁ ଦେଇଛି ପରିଚିତି।

ଅଷ୍ଟଶମ୍ଭୁ ମନ୍ଦିରକୁ ଘନଉଛି ବିପଦ

ଅଷ୍ଟଶମ୍ଭୁ ମନ୍ଦିରକୁ ଘନଉଛି ବିପଦ

ଐତିହ୍ୟସମ୍ପନ୍ନ କୁଆଳୋ ଅଷ୍ଟଶମ୍ଭୁ ମନ୍ଦିର ପ୍ରତି ବିପଦ ଘନେଇବାରେ ଲାଗିଛି। ଆବଶ୍ୟକ ମରାମତି କରାଯାଉ ନ ଥିବାରୁ ୧୪ଶହ ଶତାବ୍ଦୀର ଏହି ପ୍ରାଚୀନ ମନ୍ଦିର ମାଟିରେ ମିଶିବା ଆଶଙ୍କା ସୃଷ୍ଟି ହୋଇଛି। 

ମାହେଶ୍ୱରୀ  କପ କ୍ରିକେଟ ଟୁର୍ନାମେଣ୍ଟ୍‌ ଉଦ୍‌ଯାପିତ: ହଣ୍ଡପା ଚାମ୍ପିୟନ

ମାହେଶ୍ୱରୀ କପ କ୍ରିକେଟ ଟୁର୍ନାମେଣ୍ଟ୍‌ ଉଦ୍‌ଯାପିତ: ହଣ୍ଡପା ଚାମ୍ପିୟନ

ବଇଣ୍ଡା,୧୪।୨(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ  ପାଇକ ସାହି ଗ୍ରାମ ଖେଳ ପଡ଼ିଆଠାରେ  ଚାଲିଥିବା ମା’ ମାହେଶ୍ୱରୀ  କପ କ୍ରିକେଟ ଟୁର୍ନାମେଣ୍ଟ୍‌ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି। ପାଇନାଲ ମ୍ୟାଚରେ  ନାବ ବଇଣ୍ଡା କ୍ରିକେଟ କ୍ଲବକୁ ହରାଇ ହଣ୍ଡପା କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି। ପ୍ରଥମେ ହଣ୍ଡପା ବ୍ୟାଟିଂ କରି ୧୩୮ ରନ କରିଥିଲା। ଜବାବରେ  ନାବ ବଇଣ୍ଡା  ୯୫ ରନ କରି ପରାସ୍ତ ହୋଇଥିଲା। 

ଲିଙ୍ଗଗତ ସଚେତନତା କାର୍ଯ୍ୟକ୍ରମ

ଲିଙ୍ଗଗତ ସଚେତନତା କାର୍ଯ୍ୟକ୍ରମ

ଢେଙ୍କାନାଳ ଅଫିସ,୧୩ା୨- ଢେଙ୍କାନାଳ ଯୋରନ୍ଦା ମହିମାଗାଦିସ୍ଥିତ ମହିମା ମହା ବିଦ୍ୟାଳୟ ପରିସରରେ ଗୁରୁବାର ଉତ୍କଳ ବିଶ୍ୱବିଦ୍ୟାଳୟ ନାରୀ ଅଧ୍ୟୟନ ବିଭାଗ ଏବଂ ଓଡିଶା ସରକାରଙ୍କ ଶିଶୁ ଓ ମହିଳା ବିକାଶ ବିଭାଗ ଆନୁକୂଲ୍ୟରେ ଲିଙ୍ଗଗତ ସଚେତନତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

  ଚରିତ୍ର ଗଠନ ଉପରେ ଗୁରୁତ୍ୱ

ଚରିତ୍ର ଗଠନ ଉପରେ ଗୁରୁତ୍ୱ

ଢେଙ୍କାନାଳ ଅଫିସ,୧୩ା୨-  ଢେଙ୍କାନାଳ ସଦର ବ୍ଲକ୍‌ ବଣସିଂହ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୧୯ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିତ୍ୟାନନ୍ଦ ବାରିକ ଯୋଗଦେଇ କହିଲେ,  କେବଳ ସରକାରୀ ଅନୁଦାନ ଉପରେ ନିର୍ଭର କଲେ ବିଦ୍ୟାଳୟ ଉନ୍ନତି ହେବ ନାହିଁ। ଉନ୍ନତି ପାଇଁ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ଦରକାର। ଏଥିପାଇଁ ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଛନ୍ତି। 

ସହର ଭିତରେ ପଶିଲା ହାତୀ

ସହର ଭିତରେ ପଶିଲା ହାତୀ

ଢେଙ୍କାନାଳ ଅଫିସ,୧୪।୨-ଢେଙ୍କାନାଳ ସହରରେ ଗୁରୁବାର ଏକ ଦନ୍ତାହାତୀ ପ୍ରବେଶ କରିଛି।  ଫଳରେ ସହରବାସୀ ଆତଙ୍କିତ ହୋଇପଡ଼ିଛନ୍ତି। 

ନାଲକୋ କଲୋନୀରୁ ଚୋରି କରି ଧରାପଡିଲେ ଦୁଇ ଅଣଓଡ଼ିଆ

ନାଲକୋ କଲୋନୀରୁ ଚୋରି କରି ଧରାପଡିଲେ ଦୁଇ ଅଣଓଡ଼ିଆ

ବଅଁରପାଳ, ୧୪।୨(ଡି.ଏନ.ଏ.): ଅନୁଗୋଳ ଜିଲା ନାଲକୋ କଲୋନୀରେ  ବୁଧବାର ବିଳମ୍ବିତ ରାତ୍ରିରେ ଏକ କୁଆଟରୁ ଚୋରି ଉଦ୍ୟମ କରୁଥିବା ୨ ଜଣ ଅଣଓଡ଼ିଆ ଚୋରଙ୍କୁ ନାଲକୋ ସୁରକ୍ଷା କର୍ମଚାରୀ ଓ ନାଲକୋ ପ୍ରଶାସନ ଧରିବାରେ ସଫଳ ହୋଇଛନ୍ତି। 

୫ଟି ଗାଡି ସହ ୨୫୬ ଗୋରୁ ଜବତ

୫ଟି ଗାଡି ସହ ୨୫୬ ଗୋରୁ ଜବତ

ବଅଁରପାଳ, ୧୪।୨(ଡି.ଏନ.ଏ):  ଅନୁଗୋଳ ଜିଲା ବଅଁରପାଳ ଥାନା ମହିଧରପୁର ନିକଟରେ ପୋଲିସ ବୁଧବାର ବିଳମ୍ବିତ ରାତ୍ରିରେ ୫ଟି ଗୋରୁ ବୋଝେଇ ଗାଡି ସହ ୨୫୬ ଗୋରୁଙ୍କୁ ଜବତ କରିଛନ୍ତି। 

ଜିଲା ପୋଲିସ କାର୍ଯ୍ୟାଳୟର ଅଜବ ନୀତି: ମୃତକଙ୍କୁ ଦରମା, କାର୍ଯ୍ୟରତ ରେକର୍ଡରେ ମୃତ

ଜିଲା ପୋଲିସ କାର୍ଯ୍ୟାଳୟର ଅଜବ ନୀତି: ମୃତକଙ୍କୁ ଦରମା, କାର୍ଯ୍ୟରତ ରେକର୍ଡରେ ମୃତ

ଢେଙ୍କାନାଳ ଅଫିସ,୧୪ା୨- ଜୀବିତ ଗ୍ରାମରକ୍ଷୀଙ୍କୁ ରେକର୍ଡରେ ମୃତ ଦର୍ଶାଯାଇଛି। ସେଥିପାଇଁ ୪ ମାସ ହେଲା ତାଙ୍କ ଦରମା ବନ୍ଦ କରାଯାଇଛି। ହେଲେ ମୃତ୍ୟୁ ଘଟିଥିବା ଅନ୍ୟ ଜଣେ ଗ୍ରାମରକ୍ଷୀଙ୍କୁ ରେକର୍ଡରେ ଜୀବିତ ଦର୍ଶାଯିବା ସହ ନିୟମିତ ଦରମା ଦିଆଯାଉଛି। 

ସଞ୍ଜିତ ମାଝି ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ସଞ୍ଜିତ ମାଝି ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍‌

ଢେଙ୍କାନାଳ ଅଫିସ,୧୪ା୨- ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଠୋକର ଗ୍ରାମରେ ୨୦୧୬ରେ ଘଟିଥିବା ସଞ୍ଜିତ ମାଝି ହତ୍ୟା ମାମଲାର ଅଭିଯୁକ୍ତ ଲିଟୁ ଓରଫ୍‌ ଗଣେଶ୍ୱର ସାମଲଙ୍କୁ ବୁଧବାର ଜିଲା ଦୌରାଜଜ୍‌ ଗଜେନ୍ଦ୍ର ମହାପାତ୍ର ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ବେଆଇନ ଭାବେ ରାସ୍ତାପାର୍ଶ୍ୱ ଖନନ: କାର୍ଯ୍ୟାନୁଷ୍ଠାନ ନେବ ପୂର୍ତ୍ତ ବିଭାଗ

ବେଆଇନ ଭାବେ ରାସ୍ତାପାର୍ଶ୍ୱ ଖନନ: କାର୍ଯ୍ୟାନୁଷ୍ଠାନ ନେବ ପୂର୍ତ୍ତ ବିଭାଗ

ବନ୍ତଳା, ୧୪।୨ (ଡ.ଏନ.ଏ.)- ଅନୁଗୋଳ ଜିଲା ୫୫ ନମ୍ବର ଜାତୀୟ ରାଜପଥର ବଡ଼କେରା ଛକ ଠାରୁ ପୁରୁଣାକୋଟ ଥାନା ଟିକରପଡ଼ା ପର୍ଯ୍ୟନ୍ତ ୨୩ ନମ୍ବର ରାଜ୍ୟ ରାଜପଥ ନିର୍ମାଣ ହୋଇଛି। ସାତକୋଶିଆ ଅଭୟାରଣ୍ୟ ଓ ଟିକରପଡ଼ାକୁ ଯେପରି ପର୍ଯ୍ୟଟକମାନେ ସୁବିଧାରେ ଯାଇପାରିବେ ସେଥିପାଇଁ ଉକ୍ତ ରାଜ୍ୟ ରାଜପଥ ନିର୍ମାଣ କରାଯାଇଛି। 

ବେଦାନ୍ତକୁ ଆଲୁମିନା ବିକ୍ରି ମସୁଧାକୁ ବିରୋଧ

ବେଦାନ୍ତକୁ ଆଲୁମିନା ବିକ୍ରି ମସୁଧାକୁ ବିରୋଧ

ବଅଁରପାଳ, ୧୪।୨ (ଡି.ଏନ୍‌.ଏ.)- ନବରତ୍ନ ପ୍ରାପ୍ତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋରୁ ବେଦାନ୍ତକୁ ଆଲୁମିନା ପାଉଡ଼ର ବିକ୍ରି କରିବା ପାଇଁ ମସୁଧା କରାଯାଉଥିବା ଶ୍ରମିକ ମହଲରେ ଅଭିଯୋଗ ହେଉଛି। ଏହି ଆଲୁମିନା ବିକ୍ରି ହେଲେ ନାଲ୍‌କୋର ବହୁ କ୍ଷତି ହେବା ସହ କର୍ମଚାରୀମାନେ ଅସୁବିଧାର ସମ୍ମୁଖୀନ ହେବେ। 

୮ଥର ଆବେଦନ ପରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହର୍ଗା

୮ଥର ଆବେଦନ ପରେ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା: ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ମହର୍ଗା

ବଅଁରପାଳ, ୧୪।୨ (ଡି.ଏନ୍‌.ଏ.)- ବୃଦ୍ଧା, ବୃଦ୍ଧ ଓ ଭିନ୍ନକ୍ଷମମାନଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ସ୍ବରୂପ ଭତ୍ତା ପ୍ରଦାନ କରାଯାଉଛି। କିନ୍ତୁ ଅନେକ ସମୟରେ ବିଭାଗୀୟ ଅଧିକାରୀମାନଙ୍କ ଅବହେଳା ଯୋଗୁ ବହୁ ପ୍ରକୃତ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚତ୍ତ ହେଉଥିବା ନଜିର ରହିଛି।

ନାଲ୍‌କୋ କଲୋନୀ ସୁରକ୍ଷା ବ୍ୟବସ୍ଥା ନେଇ ତତ୍ପରତା: ଉଚ୍ଚ ଅଧିକାରୀ କଲେ ଯାଞ୍ଚ

ନାଲ୍‌କୋ କଲୋନୀ ସୁରକ୍ଷା ବ୍ୟବସ୍ଥା ନେଇ ତତ୍ପରତା: ଉଚ୍ଚ ଅଧିକାରୀ କଲେ ଯାଞ୍ଚ

ବଅଁରପାଳ, ୧୪।୨ (ଡି.ଏନ୍‌.ଏ.)- ବଅଁରପାଳ ବ୍ଲକ ନାଲ୍‌କୋ କଲୋନୀ ପରିସରରୁ ବାରମ୍ବାର ଚୋରି ହେଉଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପରି କି ସିକ୍ୟୁରିଟି କର୍ମଚାରୀମାନେ ୨୪ ଘଣ୍ଟିଆ ଡ୍ୟୁଟି କରୁଥିଲେ ବି କଲୋନୀ ମଧ୍ୟକୁ କିପରି ଦୁର୍ବୃତ୍ତମାନେ ପ୍ରବେଶ କରି ଚୋରି କରିବାରେ ସଫଳ ହେଉଛନ୍ତି ତାହାକୁ ନେଇ ବାସିନ୍ଦାଙ୍କ ମନରେ ସନ୍ଦେହ ଦେଖାଦେଇଛି। 

ବ୍ରାଉନସୁଗାର ଜବତ, ବ୍ୟବସାୟୀ ଗିରଫ: ଚେର ଅନୁଗୋଳରୁ କଲିକତା

ବ୍ରାଉନସୁଗାର ଜବତ, ବ୍ୟବସାୟୀ ଗିରଫ: ଚେର ଅନୁଗୋଳରୁ କଲିକତା

ଅନୁଗୋଳ ଅଫିସ/ବଅଁରପାଳ ୧୪।୨- ଅନୁଗୋଳରେ ବଢ଼ୁଛି ବ୍ରାଉନସୁଗାର କାରବାର। ଅନ୍ୟ ସହର ପରି ଏଠି ବି ଅଛନ୍ତି ଏହି ଧଳା ପାଉଡରର ବ୍ୟବସାୟୀ ଓ ଗ୍ରାହକ। ମଙ୍ଗଳବାର କୁରୁଡ଼ୁଲୁ ଅଞ୍ଚଳରେ ନାଲ୍‌କୋ ଓ ଅନୁଗୋଳ ପୋଲିସର ମିଳିତ ଚଢ଼ାଉରୁ ଏହା ସ୍ପଷ୍ଟ ହୋଇଯାଇଛି।

 ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ହନୁମାନ ମନ୍ଦିରରୁ ଲକ୍ଷାଧିକ ଟଙ୍କା ଲୁଟ୍‌

ଭାପୁର,୧୩।୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ସଦର ଥାନା ଅଧୀନ ଭାପୁର ଫାଣ୍ଡି ଅନ୍ତର୍ଗତ ଅଉଖମା ଗ୍ରାମ ନିକଟ ପୁରୁଣାକଟକ-ସମ୍ବଲପୁର ରାସ୍ତା କଡ଼ରେ ଥିବା ହନୁମାନ ମନ୍ଦିରରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ଫାଣ୍ଡିରେ ଅଭିଯୋଗ ହୋଇଛି।

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା:ଅଭିଯୁକ୍ତ କୋର୍ଟଚାଲାଣ

ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା:ଅଭିଯୁକ୍ତ କୋର୍ଟଚାଲାଣ

ଭୁବନ, ୧୩ା୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଏନଏସିର ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ପ୍ରତାରଣା କରିବା ଅଭିଯୋଗରେ ପୋଲିସ ୧୩ ନଂ ଓାଡର୍ର୍ର ଦଇତ ସାହୁ (୩୫)ଙ୍କୁ ବୁଧବାର ଗିରଫ କରି କୋର୍ଟଚାଲାଣ କରିଛି।

ବାଲୁକା କଳା  ବୁଲି ଦେଖିଲେ ବିଧାୟକ

ବାଲୁକା କଳା ବୁଲି ଦେଖିଲେ ବିଧାୟକ

ଛେଣ୍ଡିପଦା,୧୩।୨(ସ୍ବ.ପ୍ର)- ଛେଣ୍ଡିପଦା ବ୍ଲକ ବରସାହି ପଞ୍ଚାୟତ  ଚନ୍ଦନ ପଡିଆଠାରେ ବୁଧବାର ପିଠା କର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  

ଲିମ୍ବ ଗଛରୁ ବାହାରୁଛି କ୍ଷୀର

ଲିମ୍ବ ଗଛରୁ ବାହାରୁଛି କ୍ଷୀର

ବଇଣ୍ଡା,୧୩।୨(ଡି.ଏନ.ଏ.)-   ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଆମ୍ବଶର ମୁଣ୍ଡା ପଞ୍ଚାୟତ ଅଖରକଟା ଗ୍ରାମରେ ଏକ ଲିମ୍ବ ଗଛରୁ ଗୁରୁବାର କ୍ଷୀର ବୋହୁଥିବା ଦେଖିବାକୁ ମିଳିଛି। 

ପୁସ୍ତକ ଶିଖାଏ ନୈତିକ ମୂଲ୍ୟବୋଧ

ପୁସ୍ତକ ଶିଖାଏ ନୈତିକ ମୂଲ୍ୟବୋଧ

ଅନୁଗୋଳ ଅଫିସ, ୧୩।୨- ସାମାଜିକ କର୍ମୀ ଅନୁଷ୍ଠାନ ବିକଳ୍ପ ବିକାଶ ଓ ଅନୁଗୋଳ ଜିଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ଚତୁର୍ଦ୍ଦଶ ଅନୁଗୋଳ ଜିଲା ପୁସ୍ତକ ମେଳା ସ୍ଥାନୀୟ ହାଇସ୍କୁଲ ପଡ଼ିଆରେ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି।

କୁମଣ୍ଡ ବସ୍ତି ଉଚ୍ଛେଦ ସ୍ଥଗିତ: ଜାଗା ଖାଲି କରିବାକୁ ମାସେ ସମୟ

କୁମଣ୍ଡ ବସ୍ତି ଉଚ୍ଛେଦ ସ୍ଥଗିତ: ଜାଗା ଖାଲି କରିବାକୁ ମାସେ ସମୟ

ଅନୁଗୋଳ ଅଫିସ, ୧୩।୨- ଅନୁଗୋଳ କୁମଣ୍ଡ ପଞ୍ଚାୟତରେ ଥିବା ୧୭ ଏକର ସରକାରୀ ଜାଗାରେ ଗଢ଼ି ଉଠିଥିବା ହରିଜନ ସାହିକୁ ଉଚ୍ଛେଦ କରିବାକୁ ମଙ୍ଗଳବାର ଯାଇଥିବା ପ୍ରଶାସନ ଖାଲି ହାତରେ ଫେରି ଆସିଛି।

ରୋଜଗାର ମେଳାରେ ବନ୍ଦ ପ୍ରଭାବ

ରୋଜଗାର ମେଳାରେ ବନ୍ଦ ପ୍ରଭାବ

ଢେଙ୍କାନାଳ ଅଫିସ, ୧୩।୨- ଭାଜପା ପକ୍ଷରୁ ବନ୍ଦ ଡାକରାର ପ୍ରଭାବ ରୋଜଗାର ମେଳା ଉପରେ ପଡ଼ିଛି।  ଯାନବାହନ ଚଳାଚଳ ପ୍ରଭାବିତ ଯୋଗୁ ଆଶାୟୀଙ୍କ ସଂଖ୍ୟା ଆଶାତୀତ ଭାବେ କମ୍‌ ରହିଥିଲା।