Dharitri News

ଅନଗୁଳ-ଢେଙ୍କାନାଳ

ଖଣି କର୍ମଚାରୀଙ୍କ ଆତ୍ମହତ୍ୟା

ତାଳଚେର,୧୬।୧(ନି.ପ୍ର)- ତାଳଚେରସ୍ଥିତ ଭରତପୁର କୋଇଲା ଖଣିରେ ମଙ୍ଗଳବାର କର୍ମଚାରୀ ଦିଲୀପ କୁମାର ବିଶୋଇ (୫୪) ଆତ୍ମହତ୍ୟା କରିଛନ୍ତି। ତା

ଅନୁଗୋଳ ପୌରପରିଷଦ ଉପନିର୍ବାଚନ: ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ

ଅନୁଗୋଳ ପୌରପରିଷଦ ଉପନିର୍ବାଚନ: ଶାନ୍ତିଶୃଙ୍ଖଳାର ସହ ଚାଲିଛି ମତଦାନ

ଅନୁଗୋଳ ଅଫିସ୍‌,୧୬।୧: ଅନୁଗୋଳ ପୌର ପରିଷଦର ୧୦ ନମ୍ବର ଓ୍ବାର୍ଡର ଉପନିର୍ବାଚନରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଚାଲିଛି। ୨ଟି ବୁଥ୍‌ରେ ମତଦାନ ଚାଲିଛି। ଏବେ ସୁଦ୍ଧା ୪୫ପ୍ରତିଶତ ପୁଲିଂ ହୋଇଥିବା ଜଣାପଡ଼ିଛି।

ନାଲକୋ ଡିପିଏସ୍‌ ସ୍କୁଲ ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ନାଲକୋ ଡିପିଏସ୍‌ ସ୍କୁଲ ସଫେଇ କର୍ମଚାରୀଙ୍କ ବିକ୍ଷୋଭ

ବଅଁରପାଳ,୧୬।୧(ଡି.ଏନ୍‌.ଏ.): ବିଭିନ୍ନ ଦାବି ନେଇ ନାଲକୋ ଡିପିଏସ୍‌ ସ୍କୁଲ ସଫେଇ କର୍ମଚାରୀଙ୍କ ପକ୍ଷରୁ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏଥିରେ ସ୍କୁଲର ୧୮ଜଣ ସଫେଇ କର୍ମଚାରୀ ସାମିଲ ହୋଇଥିଲେ।

ଅନୁଗୋଳ ବନମଣ୍ଡଳରେ ଗଣନା ଶେଷ ; ୧୦୨ କୁମ୍ଭୀର, ୬୬,୭୫୦ ପକ୍ଷୀ

ଅନୁଗୋଳ ବନମଣ୍ଡଳରେ ଗଣନା ଶେଷ ; ୧୦୨ କୁମ୍ଭୀର, ୬୬,୭୫୦ ପକ୍ଷୀ

ବନ୍ତଳା,୧୬।୧(ଡି.ଏନ.ଏ.)- ଅନୁଗୋଳ, ଆଠଗଡ଼, କଟକ, ଢେଙ୍କାନାଳ, ଆଠମଲ୍ଲିକ, ସାତକୋଶିଆ ବନ୍ୟପ୍ରାଣୀ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡକୁ ନେଇ ଗଠିତ ଅନୁଗୋଳ ବନମଣ୍ଡଳରେ କୁମ୍ଭୀର ଓ ପକ୍ଷୀ ଗଣନା ଶେଷ ହୋଇଛି। ଚଳିତବର୍ଷ ଏହି ବନଖଣ୍ଡଗୁଡ଼ିକରେ ମଗର ଜାତୀୟ କୁମ୍ଭୀର ସଂଖ୍ୟାରେ ମାତ୍ର ୩ ବୃଦ୍ଧି ପରିଲକ୍ଷିତ ହୋଇଥିବା ବେଳେ ପକ୍ଷୀ ସଂଖ୍ୟା କିନ୍ତୁ ଗତବର୍ଷ ଅପେକ୍ଷା ୨୪,୧୮୦ ବଢ଼ିଛି।

୧୦ ନଂ. ଓ୍ବାର୍ଡ ଉପନିର୍ବାଚନ ଆଜି

ଅନୁଗୋଳ ଅଫିସ,୧୫।୧- ଅନୁଗୋଳ ପୌରପରିଷଦର ୧୦ନଂ. ୱାର୍ଡରେ ମଙ୍ଗଳବାର ଉପନିର୍ବାଚନ ଅନୁଷ୍ଠିତ ହେବ। ଅନୁଗୋଳ ଉଦ୍ୟାନ ବିଭାଗ କାର୍ଯ୍ୟାଳୟର ୨ଟି ବୁଥ୍‌ରେ ମତଦାନ କେନ୍ଦ୍ର କରାଯାଇଛି।

ନୂଆରାଇଗୋଡ଼ାରେ  ବ୍ୟାଙ୍କ ଭ୍ରାମ୍ୟମାଣ ଗାଡ଼ି

ନୂଆରାଇଗୋଡ଼ାରେ ବ୍ୟାଙ୍କ ଭ୍ରାମ୍ୟମାଣ ଗାଡ଼ି

ଅନୁଗୋଳ ଅଫିସ,୧୬।୧- ବାଘ ବଂଶ ବୃଦ୍ଧି ପାଇଁ ସାତକୋଶିଆ ଅଭୟାରଣ୍ୟ କୋର୍‌ ଅଞ୍ଚଳରୁ ନୂଆଖେତା ସାରୁଆଳି ନିକଟ ନୂଆରାଇଗୋଡ଼ାକୁ ବିସ୍ଥାପିତ ହୋଇଥିବା ୭୮ ପରିବାର ନିକଟରେ ପହଞ୍ଚିଛି ବ୍ୟାଙ୍କ ସେବା। ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଅନୁକମ୍ପାମୂଳକ ସହାୟତା ରାଶିର ସ୍ଥାୟୀ ଜମା ଉପରେ ହୋଇଥିବା ମାସିକିଆ ସୁଧ ପ୍ରଦାନ କରିବାକୁ ସୋମବାର ଆଇସିଆଇସିଆଇ ବ୍ୟାଙ୍କର ଏକ ଭ୍ରାମ୍ୟମାଣ ଗାଡ଼ି ନୂଆରାଇଗୋଡ଼ାକୁ ଗଡ଼ିଥିଲା।

ମହିଳାଙ୍କୁ ଚାକିରି ଦେବାକୁ କହି ଠକେଇ

ମହିଳାଙ୍କୁ ଚାକିରି ଦେବାକୁ କହି ଠକେଇ

ଭୁବନ, ୧୬ା୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ଅଧୀନ ଅନନ୍ତପୁର ପ୍ରାଥମିକ ସ୍କୁଲରେ କାର୍ଯ୍ୟରତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ବିରୋଧରେ ଜଣେ ବିଧବା ଠକେଇ ଅଭିଯୋଗ ଆଣିଛନ୍ତି। ସ୍କୁଲରେ ରୋଷେୟା ଭାବେ ନିଯୁକ୍ତି ଦେବାକୁ କହି ସମ୍ପୃକ୍ତ ଶିକ୍ଷୟିତ୍ରୀ ତାଙ୍କଠାରୁ ୧୦ହଜାର ଟଙ୍କା ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି।

ପଥର ମାଡ଼: ଗର୍ଭବତୀଙ୍କ ସମେତ ୪ ଗୁରୁତର

ଢେଙ୍କାନାଳ ଅଫିସ,୧୬।୧- ମୋଟଙ୍ଗା ଥାନା ହିନ୍ଦୋଳରୋଡ ଫାଣ୍ଡି ପନେଇଲ ଗ୍ରାମ ନିକଟରେ ସୋମବାର ଅପରାହ୍ନରେ ପଥର ମାଡ଼ରେ ଜଣେ ଗର୍ଭବତୀଙ୍କ ସମେତ ୪ଜଣ ଆହତ ହୋଇଛନ୍ତି।

ପ୍ଲାଟଫର୍ମ-୧ରେ ରହିବ ଦୁଇ ଟ୍ରେନ୍‌

ପ୍ଲାଟଫର୍ମ-୧ରେ ରହିବ ଦୁଇ ଟ୍ରେନ୍‌

ଢେଙ୍କାନାଳ ଅଫିସ, ୧୫।୧- ଢେଙ୍କାନାଳ ରେଳଷ୍ଟେଶନର ପ୍ଲାଟ୍‌ଫର୍ମ-୨ରେ ଯାତ୍ରୀଙ୍କ ପାଇଁ ଆନୁଷଙ୍ଗିକ ସୁବିଧା ସୁଯୋଗ ଉପଲବ୍ଧ ହେଉନାହିଁ। ପାସେଞ୍ଜର ଟ୍ରେନ୍‌ରେ ଯାତ୍ରା ସମୟରେ ବରିଷ୍ଠ ନାଗରିକ, ଦିବ୍ୟାଙ୍ଗ ଏବଂ ମହିଳାମାନେ ସମସ୍ୟା ଭୋଗୁଛନ୍ତି। ପ୍ଲାଟ୍‌ଫର୍ମ-୨ର ସମସ୍ୟା ନ ସୁଧୁରିବା ଯାଏ ଅନୁଗୋଳ-ପୁରୀ ଫାଷ୍ଟ ପାସେଞ୍ଜର ଏବଂ ସୁରତ-ପୁରୀ ଏକ୍ସପ୍ରେସ୍‌ ଟ୍ରେନ୍‌ ପ୍ଲାଟ୍‌ଫର୍ମ-୧ରେ ରହିବ ବୋଲି ସ୍ଥାୟୀ ଲୋକ ଅଦାଲତ ରାୟ ଦେଇଛନ୍ତି।

୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଚେଙ୍କ

୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଚେଙ୍କ

ଭୁବନ,୧୫।୧(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ଥାନା ଅଧୀନ ଥୋରିଆଛନ୍ଦା ଗ୍ରାମରେ ସୋମବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ୨୦ରୁ ଊର୍ଦ୍ଧ୍ୱ ଶିଶୁଙ୍କୁ ଚେଙ୍କ ଦିଆଯାଇଛି।

୨ ଦିନ ରିମାଣ୍ଡରେ ଗଲେ ପ୍ରଶାନ୍ତ

୨ ଦିନ ରିମାଣ୍ଡରେ ଗଲେ ପ୍ରଶାନ୍ତ

ଢେଙ୍କାନାଳ ଅଫିସ, ୧୫।୧: ଢେଙ୍କାନାଳ ଟାଉନ ଥାନା ପୋଲିସ ସି-ଶୋର ମୁଖ୍ୟ ପ୍ରଶାନ୍ତ ଦାସଙ୍କୁ ସୋମବାର ୨ ଦିନ ରିମାଣ୍ଡରେ ନେଇଛନ୍ତି। ଟାଉନ ଥାନା ପୋଲିସ ୩ ଦିନ ରିମାଣ୍ଡ ମାଗିଥିବା ବେଳେ ଏସ୍‌ଡିଜିଏମ୍‌ଙ୍କ ଅଦାଲତ ୧୫ ଓ ୧୬ ଦୁଇ ଦିନ ରିମାଣ୍ଡ ପାଇଁ ମଞ୍ଜୁରୀ ଦେଇଛନ୍ତି।

ନାଲକୋ ପ୍ଲାଣ୍ଟ ପରିସରରେ ଟ୍ରେନ୍‌ ଲାଇନଚ୍ୟୁତ

ନାଲକୋ ପ୍ଲାଣ୍ଟ ପରିସରରେ ଟ୍ରେନ୍‌ ଲାଇନଚ୍ୟୁତ

ବଅଁରପାଳ,୧୫।୧(ଡି.ଏନ୍‌.ଏ.): ନାଲକୋ ସିପିପି ପ୍ଲାଣ୍ଟ ପରିସରରେ ଏକ ଟ୍ରେନ୍‌ ସୋମବାର ଲାଇନଚ୍ୟୁତ ହୋଇଛି। ଫଳରେ ଉକ୍ତ ଟ୍ରେନ୍‌ର ୨ ବଗି ରେଳ ଧରଣାରୁ ବାହାରିଯାଇଛି।

ନାଲକୋ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ନାଲକୋ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ବଅଁରପାଳ,୧୫।୧(ଡି.ଏନ୍‌.ଏ.): ନାଲକୋ ପୋଲିସ ପକ୍ଷରୁ ୫୫ ନମ୍ବର ଜାତୀୟ ରାଜପଥର ମେନ୍‌ ଗେଟ ଛକଠାରେ ସୋମବାର ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଚୋରା କୋଇଲା କାରବାର ; ଜେସିବି ଜବତ କଲା ସ୍ବତନ୍ତ୍ର ସ୍କ୍ବାଡ୍‌

ଚୋରା କୋଇଲା କାରବାର ; ଜେସିବି ଜବତ କଲା ସ୍ବତନ୍ତ୍ର ସ୍କ୍ବାଡ୍‌

ତାଳଚେର,୧୪ା୧(ନି.ପ୍ର.)- ତାଳଚେର କୋଲ୍‌ ଫିଲଡ୍‌ସରୁ ଚୋରା କୋଇଲା କାରବାର ବୃଦ୍ଧି ପାଉଛି। ଶନିବାର ରାତିରେ ଭରତପୁର କୋଇଲା ଖଣି ଭିତରେ ଚୋରା କୋଇଲା ବୋଝେଇ କରୁଥିବା ଏକ ଜେସିବି ମେଶିନକୁ କଲିୟାରୀ ପୋଲିସ ଜବତ କରିଛି। ଖଣି ଭିତରେ ଜେସିବି ମେଶିନ ଲଗାଯାଇ ହାଇୱା ଯୋଗେ କିପରି ଚୋରା କୋଇଲା ବାହାରକୁ ପଠାଯାଉଛି ତାହା ଏହି ଘଟଣାରୁ ସ୍ପଷ୍ଟ ହୋଇଯାଉଛି।

ବାରଦୁଆର ଅନୁଗୋଳ ଜିଲା ପୋଲିସ

ବାରଦୁଆର ଅନୁଗୋଳ ଜିଲା ପୋଲିସ

ଅନୁଗୋଳ ଅଫିସ,୧୪।୧- ଲୋକଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ଅନୁଗୋଳ ଜିଲା ପୋଲିସର ବହୁ ଅଫିସର, କର୍ମଚାରୀ ରହୁଛନ୍ତି ଅସୁରକ୍ଷିତ ଭାବରେ। ସରକାରଙ୍କ ପକ୍ଷରୁ ସେମାନଙ୍କ ପାଇଁ ଆବଶ୍ୟକ ବାସଗୃହ ନିର୍ମାଣ କରାଯାଉ ନ ଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ମିଳୁନି ଉପଯୁକ୍ତ ଭଡ଼ା ଘର। ଫଳରେ ଜିଲା ପୋଲିସକୁ ବାରଦୁଆର ହେବାକୁ ପଡ଼ୁଛି।

ହରିନାମରେ ବିତୁଛି ଦିନ

ହରିନାମରେ ବିତୁଛି ଦିନ

ବଅଁରପାଳ,୧୪।୧- କାହାର ବୟସ ୬୦, କାହାକୁ ମଧ୍ୟ ୮୦ ଟପିଲାଣି। ହେଲେ ସେଥିପ୍ରତି ଧ୍ୟାନ ନାହିଁ ସେମାନଙ୍କର। ହରିନାମ ଜପକୁ ବ୍ରତ କରିଥିବାରୁ ସେହି କାର୍ଯ୍ୟରେ ଲାଗିପଡ଼ିଛନ୍ତି ସମସ୍ତେ। ଏଥିପାଇଁ କେବେ ଜିଲା ବାହାରକୁ ଯିବାକୁ ପଡ଼ୁଛି ତ ପୁଣି କେବେ ବାହାର ରାଜ୍ୟକୁ। ତଥାପି ଥକି ପଡ଼ିନାହାନ୍ତି ବୟସର ଅପରାହ୍ନରେ ପହଞ୍ଚି ସାରିଥିବା ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ଗ୍ରାମର ଏହି ମଣିଷମାନେ।

ଦଳ ନୁହେଁ, ଦକ୍ଷତା ଦେଖାଯିବ

ଦଳ ନୁହେଁ, ଦକ୍ଷତା ଦେଖାଯିବ

ଅନୁଗୋଳ ଅଫିସ,୧୪।୧- ଅସୁସ୍ଥତା କାରଣରୁ କାଉନସିଲର ସଞ୍ଜୟ ପ୍ରଧାନଙ୍କ ମୃତ୍ୟୁ ପରେ ଖାଲି ପଡ଼ିଥିବା ଅନୁଗୋଳ ପୌରପରିଷଦ ୧୦ନଂ. ୱାର୍ଡରେ ଆସନ୍ତା ୧୬ ତାରିଖରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏହି ଓ୍ବାର୍ଡ ପାଇଁ ବିଜେଡି ପକ୍ଷରୁ ଅଜିତ ପ୍ରଧାନ, କଂଗ୍ରେସ ପକ୍ଷରୁ ଅନୁପ କୁମାର ମିଶ୍ର ଓ ଭାଜପାର ପାର୍ଥସାରଥି ରାଏ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏଥିପାଇଁ ସମ୍ପୃକ୍ତ ଅଞ୍ଚଳରେ ରାଜନୈତିକ ପାଣିପାଗ ସରଗରମ ହୋଇପଡ଼ିଛି।

 ଆର୍‌ସିସି କୋଶଳା ଚାମ୍ପିୟନ

ଆର୍‌ସିସି କୋଶଳା ଚାମ୍ପିୟନ

ଛେଣ୍ଡିପଦା, ୧୪।୧(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ବାଲିପଟ୍ଟା ମୁକ୍ତବିହାର ଖେଳ ପଡିଆରେ ଚାଲିଥିବା ବାଲିପଟ୍ଟା କପ୍‌ କ୍ରିକେଟ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି।

ଆକ୍ରମଣ ଅଭିଯୁକ୍ତ ଗିରଫ

କଣିହାଁ, ୧୪।୧(ଡି.ଏନ.ଏ.)- କଣିହାଁ ଥାନା ନାଲମ ଗ୍ରାମରେ ଶନିବାର ସନ୍ଧ୍ୟାରେ ଅଶୋକ ସାହୁଙ୍କୁ ଭକ୍ତବନ୍ଧୁ ଗୋଚ୍ଛାୟତ ଟାଙ୍ଗିଆରେ ଆକ୍ରମଣ କରିବା ନେଇ ଅଭିଯୋଗ ହୋଇଥିଲା।

ମଦ ଜବତ, ଜଣେ ଗିରଫ

ବଇଣ୍ଡା, ୧୪।୧(ଡି.ଏନ.ଏ.)- ହଣ୍ଡପା ପୋଲିସ ଡଙ୍ଗାଧର ଗ୍ରାମରେ ଶନିବାର ରାତିରେ ଚଢ଼ାଉ କରି ରବିନାରାୟଣ ପ୍ରଧାନଙ୍କ ଘରୁ ୬ ଲିଟର ଦେଶୀ ମଦ ଜବତ କରିଛି।

କାର ଧକ୍କାରେ ବାଇକ ଚାଳକ ଗୁରୁତର

କାର ଧକ୍କାରେ ବାଇକ ଚାଳକ ଗୁରୁତର

ବଅଁରପାଳ,୧୪।୧(ଡି.ଏନ.ଏ.)- ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଛକ ନିକଟରେ ରବିବାର କାର ଧକ୍କାରେ ଜଣେ ବାଇକ ଚାଳକ ଗୁରୁତର ହୋଇଛନ୍ତି। ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଅନୁଗୋଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ବନ୍ତଳାରେ ମକର ମେଳା

ବନ୍ତଳାରେ ମକର ମେଳା

ଅନୁଗୋଳ ଅଫିସ,୧୪।୧- ଅନୁଗୋଳ ଜିଲା ବନ୍ତଳା ଅଞ୍ଚଳରେ ଥିବା ପୋକତୁଙ୍ଗା ରଣେଶ୍ୱର ମନ୍ଦିର, ପୁରୁଣା ଗଡ଼ ସ୍ବପନେଶ୍ୱର ମନ୍ଦିର, ଶାବଳ ଭଙ୍ଗା ନିଳକଣ୍ଠେଶ୍ୱର ମନ୍ଦିରରେ ମକର ମେଳା ଅନୁଷ୍ଠିତ ହୋଇଯାଇଛି।

 ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

ଭଲିବଲ ଟୁର୍ନାମେଣ୍ଟ ଉଦ୍‌ଘାଟିତ

କଣିହାଁ,୧୪।୧(ଡି.ଏନ.ଏ.)- କଣିହାଁ ବ୍ଲକ ବଦହୀରା ଗ୍ରାମରେ ମକର ଯାତ୍ରା ଉପଲକ୍ଷେ ଏକ ଦିବସ ଦିବାରାତ୍ର ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି।

ନୂଆ ପୋଖରୀରେ ବିଦେଶାଗତ ପକ୍ଷୀ

ନୂଆ ପୋଖରୀରେ ବିଦେଶାଗତ ପକ୍ଷୀ

ଢେଙ୍କାନାଳ ଅଫିସ,୧୩।୧- ଢେଙ୍କାନାଳ ସହରସ୍ଥିତ ନୂଆ ପୋଖରୀରେ ଶନିବାର ଅତିଥିପକ୍ଷୀଙ୍କ ସମାଗମ ହୋଇଛି। ପକ୍ଷୀମାନଙ୍କ କଳରବରେ ପୋଖରୀ ଚତୁଃପାର୍ଶ୍ୱ ମୁଖରିତ ହୋଇଉଠିଛି।