ଅନଗୁଳ-ଢେଙ୍କାନାଳ

ଓଏଏସ୍‌ ପାଇଲେ ସୌମ୍ୟା ଶତଭୀଷା

ଓଏଏସ୍‌ ପାଇଲେ ସୌମ୍ୟା ଶତଭୀଷା

ଢେଙ୍କାନାଳ ଅଫିସ, ୨୩ା୧୨-ଢେଙ୍କାନାଳ ଚନ୍ଦନବଜାରର ସୌମ୍ୟା ଶତଭିଷା ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ୫୪ ର଼୍ୟାଙ୍କ୍‌ ରଖି କୃତକାର୍ଯ୍ୟ ହୋଇଛନ୍ତି। ପିଲାଟି ଦିନରୁ ପାଠପଢ଼ିବା ଝୁଙ୍କ ତାଙ୍କୁ ଏହି ସଫଳତା ଦେଇଛି। ମଣ୍ଟଫୋର୍ଟ ସ୍କୁଲରୁ ସେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଏବଂ ଢେଙ୍କାନାଳ ଜୁନିୟର କଲେଜରୁ ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସିନର୍ଜି କଲେଜ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେଶନରେ ଟପ୍ପର ହୋଇଥିଲେ। ସେହିପରି ମଣିପାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଏମ୍‌.ଟେକ୍‌ରେ ପ୍ରଥମସ୍ଥାନ ହାସଲ କରି ସ୍ବର୍ଣ୍ଣପଦକ ହାସଲ କରିଥିଲେ।

ବାଲ୍ୟ ବିବାହ, ଯୌତୁକ ପ୍ରଥାକୁ ବିରୋଧ

ବାଲ୍ୟ ବିବାହ, ଯୌତୁକ ପ୍ରଥାକୁ ବିରୋଧ


ଅନୁଗୋଳ ଅଫିସ, ୨୩।୧୨- ଅନୁଗୋଳ ଜିଲା ଟାଇଁସି ପଞ୍ଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ଟାଇଁସି ଗ୍ରାମରେ ନାରୀଶିକ୍ଷା ଉପରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଯୁବ ବାହିନୀ ସଭାପତି ବିଶ୍ୱଜିତ ପ୍ରଧାନ ସଭାପତିତ୍ୱ କରିଥିଲେ। ପଦଯାତ୍ରା ଟାଇଁସି ଶିବ ମନ୍ଦିରରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। 

ମାଲିକଙ୍କ ମାଡ଼ରେ ଟିପ୍ପର ଚାଳକ ମୃତ: ନ୍ୟାୟ ଦାବିରେ ବିକ୍ଷୋଭ

ମାଲିକଙ୍କ ମାଡ଼ରେ ଟିପ୍ପର ଚାଳକ ମୃତ: ନ୍ୟାୟ ଦାବିରେ ବିକ୍ଷୋଭ


ଓଡ଼ାପଡ଼ା, ୨୩ା୧୨(ଡି.ଏନ.ଏ.)-ଟିପ୍ପର ମାଲିକଙ୍କ ମାଡ଼ରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ପୋଡ଼ାପଡ଼ା ଗ୍ରାମର ରାମଚନ୍ଦ୍ର ବେହେରା (୪୭)ଙ୍କ ରବିବାର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଅଞ୍ଚଳବାସୀ ଅପରାହ୍ନ ୧ଟାରୁ ୩ଟା ଯାଏ ୫୫ନଂ. ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।

ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ:   ଭୁବନେଶ୍ୱରକୁ ବିଦା କଲା ଭୁବନ

ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ: ଭୁବନେଶ୍ୱରକୁ ବିଦା କଲା ଭୁବନ

ଭୁବନ,୨୩।୧୨(ଡି.ଏନ.ଏ.)-ଭୁବନ ମିନିଷ୍ଟାଡିୟମରେ ଚାଲିଥିବା ୨୭ତମ ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଖେଳାଯାଇଥିବା ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌ରେ ଭୁବନଠାରୁ ହାରି ଟୁର୍ନାମେଣ୍ଟରୁ ବିଦା ହୋଇଛି ଭୁବନେଶ୍ୱର କର୍ପୋରେଟ୍‌ କ୍ରିକେଟ୍‌ କ୍ଲବ।

ପରଜଙ୍ଗରେ ବିଜେଡିର ମିଶ୍ରଣ ପର୍ବ:  ବିଜେଡିରେ ଯୋଗଦେଲେ ୬୬  କର୍ମୀ

ପରଜଙ୍ଗରେ ବିଜେଡିର ମିଶ୍ରଣ ପର୍ବ: ବିଜେଡିରେ ଯୋଗଦେଲେ ୬୬ କର୍ମୀ

ପରଜଙ୍ଗ,୨୩।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପରମହଂସପୁରଠାରେ ରବିବାର ବ୍ଲକ ୧ ନଂ. ଜୋନର  ବିଜେଡି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ଉତ୍କଳ କରାଟେ ଚାମ୍ପିୟନ ସିପ ଉଦ୍‌ଘାଟିତ : ଭାଗନେଲେ ୯୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଜିଲାସ୍ତରୀୟ ଉତ୍କଳ କରାଟେ ଚାମ୍ପିୟନ ସିପ ଉଦ୍‌ଘାଟିତ : ଭାଗନେଲେ ୯୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଅନୁଗୋଳ ଅଫିସ,୨୩।୧୨- ଅନୁଗୋଳ ପୌରପରିଷଦ ଟାଉନ ହଲଠାରେ ରବିବାର ଜିଲାସ୍ତରୀୟ ଉତ୍କଳ କରାଟେ ଚାମ୍ପିୟନ ସିପ ଉଦ୍‌ଘାଟିତ ହୋଇଯାଇଛି।

ପୋଲିସ ଚଢାଉ, ୧୨୦ ଟନ୍‌ କୋଇଲା ଜବତ

ପୋଲିସ ଚଢାଉ, ୧୨୦ ଟନ୍‌ କୋଇଲା ଜବତ

ତାଳଚେର,୨୩।୧୨(ନି.ପ୍ର)- ତାଳଚେର ବ୍ଲକ ଅଧୀନ ସ୍କଟଲାଣ୍ଡପୁର, ପ୍ରମୋଦପ୍ରସାଦ, ଯୁବରାଜ ହାଇସ୍କୁଲ ପଛ ପାଖ ଅଞ୍ଚଳରେ ରବିବାର ତାଳଚେର ପୋଲିସ ଚଢ଼ାଉ କରି ୧୨୦ଟନ ଚୋରା କୋଇଲା ଜବତ କରିଛି। 

ଦେବେନ୍ଦ୍ର ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ୨ୟ ଦିବସ: ଯୋଗଦେଲେ ଏମ୍‌ପି

ଦେବେନ୍ଦ୍ର ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ୨ୟ ଦିବସ: ଯୋଗଦେଲେ ଏମ୍‌ପି

ଭୁବନ,୨୩।୧୨(ଡି.ଏନ.ଏ): ଢେଙ୍କାନାଳ ଜିଲା  ଭୁବନ ମିନି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସ ମ୍ୟାଚ ରବିବାର  ଅନୁଷ୍ଠିତ ହୋଇଯାଇଛି।

ଗଞ୍ଜେଇ ସନ୍ଦେହରେ ଧାନ ଗାଡିକୁ ଅଟକାଇ ହରଡଘଣାରେ ପୋଲିସ

ଗଞ୍ଜେଇ ସନ୍ଦେହରେ ଧାନ ଗାଡିକୁ ଅଟକାଇ ହରଡଘଣାରେ ପୋଲିସ

ଛେଣ୍ଡିପଦା,୨୩।୧୨(ସ୍ବ.ପ୍ର) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ବାଗଡିଆ ଫାଣ୍ଡି ପୋଲିସ ରବିବାର ମହିନ୍ଦ୍ରା ମାକ୍ସି ଟ୍ରକରେ ଗଞ୍ଜେଇ ଆସୁଥିବା ସନ୍ଦେହରେ ଧାନ, ଆଳୁ, ଉଲି ଲୋଡଥିବା ଗାଡିକୁ ଅଟକାଇ ହରଡଘଣାରେ ପଡିଛି ପୋଲିସ। ସୂଚନାଯୋଗ୍ୟ

ନିମ୍ନମାନର ରାସ୍ତା କାମ ଅଭିଯୋଗ: ବୁଲି ଦେଖିଲେ ଅଧିକାରୀ

ନିମ୍ନମାନର ରାସ୍ତା କାମ ଅଭିଯୋଗ: ବୁଲି ଦେଖିଲେ ଅଧିକାରୀ

ଛେଣ୍ଡିପଦା,୨୩ା୧୨ (ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତରେ ପୂର୍ତ୍ତ ବିଭାଗ ପକ୍ଷରୁ ଗଡମଣ୍ଡଳଠାରୁ ପାତ୍ରପଡା ବାୟାଣୀ ପୀଠ ପର୍ଯ୍ୟନ୍ତ ନିର୍ମାଣ ଚାଲିଥିବା ପିଚୁ ରାସ୍ତା ନିମ୍ନମାନର ବୋଲି ଅଭିଯୋଗ କରିଛନ୍ତି ପାତ୍ରପଡା ଗ୍ରାମବାସୀ। 

ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ: ନିର୍ବାଚନ ପୂର୍ବରୁ ପରୀକ୍ଷାମୂଳକ ଭୋଟ

ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ: ନିର୍ବାଚନ ପୂର୍ବରୁ ପରୀକ୍ଷାମୂଳକ ଭୋଟ

ଢେଙ୍କାନାଳ ଅଫିସ, ୨୩ା୧୨: ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶନିବାର ଜିଲାସ୍ତରୀୟ ପୋଲିସ-ମାଜିଷ୍ଟ୍ରେଟ୍‌ ସମନ୍ବୟ ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୋହୂ ମାନ୍ୟତା ଦାବିରେ ଧାରଣା

ବୋହୂ ମାନ୍ୟତା ଦାବିରେ ଧାରଣା

ଛେଣ୍ଡିପଦା,୨୩ା୧୨(ଡି.ଏନ.ଏ.) ପୁରୀ ଜିଲା କୃଷ୍ଣପ୍ରସାଦ ଥାନା ଅଞ୍ଚଳର ଜଣେ ଯୁବତୀ ଶନିବାର ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ଯୁବକଙ୍କ ଘର ଆଗରେ ବୋହୂ ମାନ୍ୟତା ଦାବିରେ ଧାରଣାରେ ବସିଛନ୍ତି।

ମହାବିଦ୍ୟାଳୟ ଜ୍ଞାନଭଣ୍ଡାର ଗିଳିଲେଣି ଉଇ: ନିର୍ଦ୍ଦେଶ ପରେ ବି ପଦକ୍ଷେପ ନାସ୍ତି

ମହାବିଦ୍ୟାଳୟ ଜ୍ଞାନଭଣ୍ଡାର ଗିଳିଲେଣି ଉଇ: ନିର୍ଦ୍ଦେଶ ପରେ ବି ପଦକ୍ଷେପ ନାସ୍ତି

(ଅମିତ ସାମଲ) ଅନୁଗୋଳ ଅଫିସ, ୨୩।୧୨: ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ ଗ୍ରନ୍ଥାଗାରରେ ଅଛି ହଜାର ହଜାର ବହି। କେବଳ ଛାତ୍ରୀଛାତ୍ରଙ୍କ ପାଇଁ ନୁହେଁ, ଅଧ୍ୟାପିକା ଅଧ୍ୟାପକଙ୍କ ଗବେଷଣା ନିମନ୍ତେ ମଧ୍ୟ ବହୁ ଉପାଦେୟ ପୁସ୍ତକ ଏଠାରେ ମହଜୁଦ ରହିଛି।

ଶୋଇବା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଶୋଇବା ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ

ଭାପୁର, ୨୨।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଧୀନ ଝୁମ୍ପୁଡ଼ିଆ ମୁଣ୍ଡିଆସାହିର ସଞ୍ଜୁଲତା ବେହେରା (୩୫)ଙ୍କ  ମୃତଦେହ ଶନିବାର ସକାଳେ  ଶୋଇବା ଘରୁ ଉଦ୍ଧାର କରାଯାଇଛି। ଶାଶୁଘର ଲୋକେ ଏହାକୁ ଆତ୍ମହତ୍ୟା ବୋଲି କହୁଥିବାବେଳେ ମହିଳାଙ୍କ ପରିବାର ଲୋକେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି। ଏ ନେଇ ମୃତାଙ୍କ ବାପା ଶିଖର ବେହେରାଙ୍କ ଅଭିଯୋଗକ୍ରମେ ନଂ. ୫୮୧/୧୮ରେ ମାମଲା ରୁଜୁ କରାଯାଇଛି।

କାମାକ୍ଷାନଗର ଓକିଲ ସଂଘ ନିର୍ବାଚନ: ରଞ୍ଜନ ସଭାପତି, ପ୍ରସନ୍ନ ସମ୍ପାଦକ

କାମାକ୍ଷାନଗର ଓକିଲ ସଂଘ ନିର୍ବାଚନ: ରଞ୍ଜନ ସଭାପତି, ପ୍ରସନ୍ନ ସମ୍ପାଦକ

କାମାକ୍ଷାନଗର, ୨୨।୧୨(ଡି.ଏନ୍‌.ଏ.)-କାମାକ୍ଷାନଗର ଓକିଲ ସଂଘର ସାଧାରଣ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ସଭାପତି ଭାବେ ରଞ୍ଜନ ରାଉତ ଏବଂ ସମ୍ପାଦକ ଭାବେ ପ୍ରସନ୍ନ ତ୍ରିପାଠୀ ନିବର୍ର୍ାଚିତ ହୋଇଛି। ମୋଟ ୨୭୩ ଭୋଟର ମଧ୍ୟରୁ ୨୫୭ଜଣ ମତଦାନ ସାବ୍ୟସ୍ତ କରିଥିଲେ।

ମିଶ୍ରଣ ହେବନି ବାଳିକା ହାଇସ୍କୁଲ: ମିଳିଲା ପ୍ରତିଶ୍ରୁତି, ହଟିଲା ଆନ୍ଦୋଳନ

ଭୁବନ,୨୨।୧୨(ଡି.ଏନ୍‌.ଏ.)-ବିଦ୍ୟାଳୟ ସମ୍ମିଶ୍ରଣ ପ୍ରକ୍ରିୟାରୁ ଭୁବନ ବାଳିକା ହାଇସ୍କୁଲ ବାଦ୍‌ ଦିଆଯାଇଛି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ହେବାକୁ ଥିବା ସ୍କୁଲ ମିଶ୍ରଣରେ ଉକ୍ତ ଶିକ୍ଷାନୁଷ୍ଠାନ ସାମିଲ ହେବନାହିଁ। ଆସନ୍ତା ୮ ଦିନ ମଧ୍ୟରେ ଏ ନେଇ ପତ୍ର ମାଧ୍ୟମରେ ସ୍କୁଲ ପରିଚାଳନା କମିଟିକୁ ଅବଗତ କରାଯିବ ବୋଲି କହିଛନ୍ତି ଢେଙ୍କାନାଳ ଡିଇଓ ସୁଧାନନ୍ଦ ପରିଡ଼ା। ଏହାପରେ ୯ଦିନ ଧରି ଚାଲିଥିବା ଅଭିଭାବକଙ୍କ ଆନ୍ଦୋଳନ ଶନିବାର ପ୍ରତ୍ୟାହୃତ ହୋଇଛି।

 ଜେସିବି ମେଶିନ ଜଳିଗଲା

ଜେସିବି ମେଶିନ ଜଳିଗଲା

ବଇଣ୍ଡା,୨୨।୧୨(ଡି.ଏନ.ଏ.)- କିଶୋରନଗର ଥାନା ବାମୁର ଛକ ନିକଟରେ ରାସ୍ତା କାମ କରୁଥିବା ଠିକାସଂସ୍ଥାର ଏକ ଜେସିବି ମେଶିନ ଶନିବାର ଜଳିଯାଇଛି। ରାସ୍ତାକଡ଼ରେ ମେଶିନଟି ଠିଆ ହୋଇଥିବାବେଳେ ହଠାତ୍‌ ଜଳିବାକୁ ଲାଗିଥିଲା।

ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ:   ଉଦ୍‌ଘାଟନୀ ମ୍ୟାଚ୍‌ରେ ଭୁବନେଶ୍ୱର-ନାଗପୁର ମୁହଁାମୁହିଁ

ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ: ଉଦ୍‌ଘାଟନୀ ମ୍ୟାଚ୍‌ରେ ଭୁବନେଶ୍ୱର-ନାଗପୁର ମୁହଁାମୁହିଁ

ଭୁବନ ୨୨।୧୨(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ମିନି ଷ୍ଟାଡିୟମରେ ଶନିବାରଠାରୁ ଆରମ୍ଭ ହୋଇଛି ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ।

ଜିଲାସ୍ତରୀୟ ଅଭିଭାବକ ସମ୍ମିଳନୀ: ‘ଦକ୍ଷତା ଏକ କାରିଗରି କୌଶଳ’

ଜିଲାସ୍ତରୀୟ ଅଭିଭାବକ ସମ୍ମିଳନୀ: ‘ଦକ୍ଷତା ଏକ କାରିଗରି କୌଶଳ’

ଅନୁଗୋଳ ଅଫିସ, ୨୨।୧୨-  ଜିଲାରେ କାର୍ଯ୍ୟକାରୀ ହେଉଥିବା ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ କୌଶଲ୍ୟ ଯୋଜନାର ଅଭିଭାବକ ସମ୍ମିଳନୀ  ଜିଲା ପରିଷଦ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଅନିଲ କୁମାର ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହ ଦକ୍ଷତା ହେଉଛି ଏକ କାରିଗରି କୌଶଳ, ଯାହା ପାଖରେ ଏହା ଅଛି ସେ ସମାଜରେ ସ୍ବାଭିମାନର ସହ ବଞ୍ଚତ୍ଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତପନ କୁମାର ଶତପଥୀ ଯୋଗଦେଇ ଯୁବ ଗୋଷ୍ଠୀ ରୋଜଗାରକ୍ଷମ ହେଲେ ଦେଶ ବିକାଶରେ ସହାୟକ ହେବେ ବୋଲି ମତବ୍ୟକ୍ତ କରିଥିଲେ। ଓରମାସ ସହକାରୀ ନିର୍ଦ୍ଦେଶକ ନିରୋଦ କୁମାର ଜେନା କହିଥିଲେ, ୨୦୧୪-୧୫ରୁ ଜିଲାରେ କାର୍ଯ୍ୟକାରୀ ହେଉଥିବା ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧୦୦ ବେକାର ଯୁବତୀ, ଯୁବକଙ୍କୁ ଚିହ୍ନଟ କରାଯାଇଛି।

ରୋଶନଙ୍କୁ ୧୬, ଶ୍ରାବଣୀଙ୍କୁ ୨୯ ସ୍ଥାନ

ରୋଶନଙ୍କୁ ୧୬, ଶ୍ରାବଣୀଙ୍କୁ ୨୯ ସ୍ଥାନ

ଢେଙ୍କାନାଳ ଅଫିସ/ତାଳଚେର,୨୨ା୧୨ ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ସଦାଶିବପୁର ଗ୍ରାମର ରୋଶନ ଶତପଥୀ(୨୮) ଚଳିତ ଓଏଏ୍‌ସ ପରୀକ୍ଷାରେ କୃତିତ୍ୱ ହାସଲ କରି ୧୬ ତମ ସ୍ଥାନରେ ରହିଛନ୍ତି। ରୋଶନ ବ୍ରହ୍ମପୁରସ୍ଥିତ ଉମାଚରଣ ପଟ୍ଟନାୟକ ଇଞ୍ଜିନିୟରିଂ ସ୍କୁଲରେ କେମିନାଲ ଇଞ୍ଜିନିୟରିଂ ବିଭାଗର ଅଧ୍ୟାପକ ଅଛନ୍ତି। 

ବିଜୁ ଯୁବ ବାହିନୀ ଉଠାଇଲା ଶବ

ବିଜୁ ଯୁବ ବାହିନୀ ଉଠାଇଲା ଶବ

ବନ୍ତଳା,୨୨ା୧୨(ଡି.ଏନ.ଏ.)ଗଁ। ଲୋକଙ୍କ ୧୯ ହଜାର ଟଙ୍କା ଫେରାଇ ନ ଥିବାରୁ ୪ ବର୍ଷ ହେଲା ଏକ ପରିବାରକୁ ବାସନ୍ଦ କରାଯାଇଥିଲା। ନିଅଁ।, ପାଣି ତ ଦୂରର କଥା ଗଁ।ର କୌଣସି ଲୋକ କଥା ମଧ୍ୟ ହେଉ ନ ଥିଲେ। 

ଜାନୁୟାରୀ ୧୪ରୁ ଅନୁଗୋଳ ମହୋତ୍ସବ

ଜାନୁୟାରୀ ୧୪ରୁ ଅନୁଗୋଳ ମହୋତ୍ସବ

ଅନୁଗୋଳ ଅଫିସ, ୨୨।୧୨ଅନୁଗୋଳ ଜିଲା ସଂସ୍କୃତି ପରିଷଦର ସାଧାରଣ ପରିଷଦ ବୈଠକ ଶୁକ୍ରବାର ଜିଲାପାଳ ଅନିଲ କୁମାର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲା ମହୋତ୍ସବ ନେଇ ଯୋଗଦେଇଥିବା ବିଭିନ୍ନ କମିଟି ସଦସ୍ୟମାନେ ମତ ରଖିଥିଲେ। 

ରାଜସ୍ବ ଅଧିକାରୀଙ୍କ ସମୂହ ଛୁଟି ଚେତାବନୀ

ଅନୁଗୋଳ ଅଫିସ, ୨୨।୧୨ରାଜସ୍ବ ଅଧିକାରୀମାନେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନାକୁ ଠିକ୍‌ ସମୟରେ ଲୋକଙ୍କ ନିକଟରେ ପହଁଞ୍ଚାଉଛନ୍ତି। ହେଲେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ଯୋଗୁ ସମ୍ପୃକ୍ତ ରାଜସ୍ବ ଅଧିକାରୀମାନେ ହତାଶ ହୋଇପଡ଼ିଛନ୍ତି। 

ନୂଆଙ୍କୁ ଆକ୍ରମଣ ଅଭିଯୋଗ

ନୂଆଙ୍କୁ ଆକ୍ରମଣ ଅଭିଯୋଗ

ଅନୁଗୋଳ ଅଫିସ, ୨୨।୧୨ଅନୁଗୋଳ ସହରରେ ଅଳିଆ ସଫେଇକୁ ନେଇ ଶୁକ୍ରବାର ଗଣ୍ଡଗୋଳ ହୋଇଛି। ପୁରୁଣା ସଫେଇ କର୍ମଚାରୀମାନେ ଆନ୍ଦୋଳନରେ ଥିବାରୁ ପୌର କର୍ତ୍ତୃପକ୍ଷ ୨୫ଜଣ ନୂଆ କର୍ମଚାରୀଙ୍କୁ କାର୍ଯ୍ୟରେ ଲଗାଇଥିବା ବେଳେ ତାହାର ବିରୋଧ କରାଯାଇଛି।