ଅନଗୁଳ-ଢେଙ୍କାନାଳ

ଡିହଡୋଳ ସେକ୍ସନରେ ୨୦୦ ହାତୀ

ଡିହଡୋଳ ସେକ୍ସନରେ ୨୦୦ ହାତୀ

ପରଜଙ୍ଗ, ୨୫ା୧୨(ଡି.ଏନ୍‌.ଏ.)ଯୁଆଡ଼େ ଗଲେ ପଲପଲ ହାତୀ। ରାତି ଦିନ କିଛି ମାନୁନାହାନ୍ତି। ଜନବସତିରେ ଉତ୍ପାତ କରୁଛନ୍ତି। ଫସଲ ଯେତିକି ଖାଉଛନ୍ତି, ତା’ଠାରୁ ଢେର ଅଧିକ ଦଳିଚକଟି ନଷ୍ଟ କରି ପକାଉଛନ୍ତି। ସକାଳୁ କାମକୁ ବାହାରୁଥିବା ଲୋକେ ସଞ୍ଜରେ କିପରି ସୁରକ୍ଷିତ ଭାବେ ଘରକୁ ଫେରିବେ ସେହି ଚିନ୍ତାରେ ଦିନ କାଟୁଛନ୍ତି। ଏପରିସ୍ଥିତିରେ ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନର ଅଧିକାଂଶ ଗ୍ରାମରେ  ହାତୀ ଚିନ୍ତାର କାରଣ ପାଲଟିଥିବାବେଳେ ଲୋକଙ୍କ ଜୀବନଜୀବିକା ଦୁର୍ବିଷହ ହୋଇଗଲାଣି। 

୧୮ନଂ. ଓ୍ବାର୍ଡବାସୀଙ୍କୁ ମିଳୁନି ମୌଳିକ ସୁବିଧା:ପ୍ରଶାସନକୁ ହକ୍‌ ମାଗିଲେ

୧୮ନଂ. ଓ୍ବାର୍ଡବାସୀଙ୍କୁ ମିଳୁନି ମୌଳିକ ସୁବିଧା:ପ୍ରଶାସନକୁ ହକ୍‌ ମାଗିଲେ

ଢେଙ୍କାନାଳ ଅଫିସ, ୨୫ା୧୨ଢେଙ୍କାନାଳ ପୌରାଞ୍ଚଳ ଅଧୀନ ୧୮ନଂ. ୱାର୍ଡବାସୀ ଦୀର୍ଘଦିନ ହେଲା ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇ ରହିଛନ୍ତି। ଏହାର ପ୍ରତିବାଦରେ ଅଞ୍ଚଳବାସୀ ସୋମବାର ପ୍ରଶାସନର ଦ୍ୱାରସ୍ଥ ହୋଇ ହକ୍‌ ଦାବି କରିଛନ୍ତି। ରାସ୍ତାଘାଟ, ଡ୍ରେନ୍‌, ପାନୀୟ ଜଳ ଯୋଗାଣ, ବିଦ୍ୟୁତ୍‌ ବିଭ୍ରାଟ ସମାଧାନ ଦାବିରେ ୧୮ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। 

ବାବା ହତ୍ୟାକାଣ୍ଡ : ୪ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବନ୍ତଳା, ୨୫ା୧୨ (ଡି.ଏନ.ଏ.)ଅନୁଗୋଳ ଜିଲା ବଅଁରପାଳ ଥାନା ମୁଣ୍ଡାମାଳ ସାହି କୁଶପଙ୍ଗି ଗ୍ରାମରେ ୨୦୧୫ ଜୁଲାଇ ୧ରେ ଏକ ହତ୍ୟାକାଣ୍ଡ ଘଟିଥିଲା। ଢେଙ୍କାନାଳ ଜିଲା ଗୋବିନ୍ଦପୁର ଗ୍ରାମର ଅଲେଖ ମହିମା ବାବା ବିଶ୍ୱନାଥ ପାଳଙ୍କୁ ହତ୍ୟା କରାଯିବା ସହ ୪୨ ହଜାର ଟଙ୍କା ଲୁଟି ନିଆଯାଇଥିଲା। ଉକ୍ତ ମାମଲାର ବିଚାର କରି ଜିଲା ଓ ଦୌରାଜଜ୍‌ ଅଶାନ୍ତ କୁମାର ଦାସ ସୋମବାର ୪ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍‌ ନିର୍ଦ୍ଦେଶ ଦେଇଛନ୍ତି।

ପୁଅ ପାଖରେ ହତାଦର:ବୃଦ୍ଧାଶ୍ରମରେ ମୁଣ୍ଡଗୁଞ୍ଜିଲେ ମା’

ଅନୁଗୋଳ ଅଫିସ, ୨୫ା୧୨ ୩ ପୁଅଙ୍କ ମଧ୍ୟରୁ ଯିଏ ଆଶାବାଡ଼ି ସାଜିଥିଲା, ଭଲମନ୍ଦ ବୁଝୁଥିଲା, ସେ ଅବେଳାରେ ଆରପାରିକୁ ଚାଲିଗଲା। ଅନ୍ୟ ୨ ପୁଅ ଥିଲେ ବି ନ ଥିଲା ପରି। ସେମାନେ କେବେ କିଛି ବୁଝନ୍ତି ନାହିଁ। 

ବୈଠକ ପରେ ଉଠିଲା ବାସନ୍ଦ

ବୈଠକ ପରେ ଉଠିଲା ବାସନ୍ଦ

ବନ୍ତଳା,୨୫ା୧୨ (ଡି.ଏନ.ଏ.)ଅନୁଗୋଳ ଜିଲା ବନ୍ତଳା ଥାନା ବସଲା ମୁଣ୍ଡାଢ଼ିପ ସାହିର ଶଙ୍କର୍ଷଣ ସାହୁଙ୍କୁ ୪ ବର୍ଷ ପୂର୍ବରୁ ଗଁା ଚଳଣିରୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିଯୋଗୁ ଗତ ଶୁକ୍ରବାର ତାଙ୍କ ମା’ଙ୍କ ଶବ ଉଠାଇବାକୁ କେହି ନ ଆସିବାରୁ ବିଜୁ ଯୁବ ବାହିନୀ ସଦସ୍ୟ ସହଯୋଗ କରିଥିଲେ। ଉକ୍ତ ଘଟଣାକୁ ନେଇ ଶନିବାର ଗ୍ରାମ କୋଠଘରେ ଏକ ସାଧାରଣ ବୈଠକ ବସି ବାସନ୍ଦ ସମସ୍ୟାର ସମାଧାନ କରାଯାଇଥିଲା।

ଚକା ଲିକ୍‌ କରି ୪ ଲକ୍ଷ ଲୁଟ୍‌

ଚକା ଲିକ୍‌ କରି ୪ ଲକ୍ଷ ଲୁଟ୍‌

ତାଳଚେର,୨୪ା୧୨(ନି.ପ୍ର.)- ଝିଅ ବାହାଘର ପାଇଁ ଉଠାଇଥିବା ୪ ଲକ୍ଷ ଟଙ୍କା ଝାମ୍ପିନେଲେ ଦୁର୍ବୃତ୍ତ। ତାଳଚେର ହାଟତୋଟା ରୋଡର ସିଟି ଲାଇଫ ମଲ୍‌ ନିକଟରୁ ସୋମବାର ଅପରାହ୍ନରେ ହୋଇଛି ଏହି ଲୁଟ୍‌। ଲୁଟେରାମାନେ ଅତି ଚତୁରତାର ସହ କାର୍‌ ଚକା ଲିକ୍‌ କରି ଟଙ୍କା ଲୁଟି ନେଇଛନ୍ତି। ଏ ନେଇ ତାଳଚେର ଥାନାରେ ଅଭିଯୋଗ ହେବା ପରେ ପୋଲିସ ଦୁର୍ବୃତ୍ତମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି।

ମୃତ ବାର୍‌ହା ଜବତ, ୩ ଶିକାରୀ ଗିରଫ

ମୃତ ବାର୍‌ହା ଜବତ, ୩ ଶିକାରୀ ଗିରଫ

ବଇଣ୍ଡା,୨୪।୧୨(ଡି.ଏନ.ଏ.)- କିଶୋରନଗର ବ୍ଲକ ବାମୁର ରେଞ୍ଜ ଦୁଃଖୁନାଳୀ  ଜଙ୍ଗଲରୁ ସୋମବାର ବନ ବିଭାଗ ଚଢାଉ କରି  ବିଦ୍ୟୁତ୍‌ ଫାଶରେ ମରିଥିବା ଏକ ବାରହା  ମୃତଦେହ ସହିତ  ବାଇଡିଂ ତାର  ଜବତ କରିଛି। ଏଥିସହିତ ୩ ଜଣ ଶିକାରୀଙ୍କୁ ଗିରଫ କରିଛି।

ଧାନ କାଟ୍‌ ନେଇ ମଣ୍ଡିରେ ଉତ୍ତେଜନା

ଧାନ କାଟ୍‌ ନେଇ ମଣ୍ଡିରେ ଉତ୍ତେଜନା

ଭାପୁର, ୨୪।୧୨(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ବ୍ଲକ ଭାପୁର ସେବା ସମବାୟ ସମିତି ପକ୍ଷରୁ ଖୋଲାଯାଇଥିବା ମଣ୍ଡିରେ ସୋମବାର ଧାନକାଟକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହାର ପ୍ରତିବାଦରେ ଚାଷୀମାନେ ଶଗଡ଼ ରଖି ପୁରୁଣା କଟକ-ସମ୍ବଲପୁର ରାସ୍ତା ଅବରୋଧ କରିଥିଲେ।

ଆଜବେଷ୍ଟସ୍‌ ଭାଙ୍ଗି  ଲୁଟିନେଲେ ମୋବାଇଲ

ଆଜବେଷ୍ଟସ୍‌ ଭାଙ୍ଗି ଲୁଟିନେଲେ ମୋବାଇଲ

ପାଲଲହଡା, ୨୪।୧୨(ଡି.ଏନ.ଏ.)- ପାଲଲହଡା ବଜାରସ୍ଥିତ ବଜାର ସାହି କାହ୍ନା ଭିଜନ ନାମକ ମୋବାଇଲ ଦୋକାନରୁ ରବିବାର ରାତିରେ ଚୋରି ହୋଇଛି। କେତେକ ଦୁର୍ବୃତ୍ତ ଆଜବେଷ୍ଟସ୍‌ ଭାଙ୍ଗି  ମୋବାଇଲ, ଏକ ହଜାର ଟଙ୍କା ଓ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

 ୧୨୫ ଅଭିଯୋଗ ଶୁଣିଲେ ଜିଲାପାଳ

୧୨୫ ଅଭିଯୋଗ ଶୁଣିଲେ ଜିଲାପାଳ

ପରଜଙ୍ଗ,୨୪।୧୨(ଡି.ଏନ.ଏ.)-ପରଜଙ୍ଗ ବ୍ଲକ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ  ସୋମବାର  ଜିଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ନିଖିଳ ପଓ୍ବନ କଲ୍ୟାଣ ଯୋଗଦେଇ ୧୨୫  ଅଭିଯୋଗ ଶୁଣିଥିଲେ।   ସେ ଗୁଡ଼ିକ ମଧ୍ୟରେ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ବିକଳାଙ୍ଗ ଭତ୍ତା, ଜମି ବାଡ଼ି ସମସ୍ୟା, ସ୍ବାସ୍ଥ୍ୟଗତ ସମସ୍ୟାର ଚିକିତ୍ସା ସୁବିଧା, ରାସ୍ତା ନିର୍ମାଣ, ଜମି ଚିହ୍ନଟ, ହାତୀ ଘଉଡାଇବା, କଳାକାର ଭତ୍ତା, ଆଇନ ଗତ ସମସ୍ୟା ଆଦି ସମ୍ପର୍କିତ ଅଭିଯୋଗ ରହିଥିଲା। 

ମାଲିକଙ୍କ ମାଡ଼ରେ ଟିପ୍ପର ଚାଳକ ମୃତ

ମାଲିକଙ୍କ ମାଡ଼ରେ ଟିପ୍ପର ଚାଳକ ମୃତ

ଓଡ଼ାପଡ଼ା, ୨୪ା୧୨(ଡି.ଏନ.ଏ.) ଟିପ୍ପର ମାଲିକଙ୍କ ମାଡ଼ରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ପୋଡ଼ାପଡ଼ା ଗ୍ରାମର ରାମଚନ୍ଦ୍ର ବେହେରା (୪୭)ଙ୍କ ରବିବାର ମୃତ୍ୟୁ ଘଟିଛି। 

ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା

ଆରମ୍ଭ ହେଲା କଳିଙ୍ଗ ହର୍ବାଲ ମେଳା

ଢେଙ୍କାନାଳ ଅଫିସ, ୨୪ା୧୨: ଢେଙ୍କାନାଳ କୁଞ୍ଜକାନ୍ତସ୍ଥିତ ସୁରପ୍ରତାପ ସ୍ମୃତିପୀଠ ପଡ଼ିଆରେ ରବିବାରଠାରୁ  ଆରମ୍ଭ ହୋଇଛି ଆଞ୍ଚଳିକ କଳିଙ୍ଗ ହର୍ବାଲ ମେଳା। ୨୭ ତାରିଖ ଯାଏ ଚାଲିବାକୁ ଥିବା ଏହି ମେଳାକୁ ଜଙ୍ଗଲ ଓ ପରିବେଶ ବିଭାଗ ମୁଖ୍ୟ ବନ ସଂରକ୍ଷକ ତଥା ରାଜ୍ୟ ଔଷଧୀୟ ଉଦ୍ଭିଦ ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁରେନ୍ଦ୍ର ପ୍ରସାଦ ମହାପାତ୍ର ଉଦ୍‌ଘାଟନ କରିଥିଲେ।

ସରପଞ୍ଚ କଲେନି, ଗ୍ରାମବାସୀ କଲେ: ଚାନ୍ଦାରେ ନିର୍ମାଣ ହେଲା ଶ୍ମଶାନ ଘର

ସରପଞ୍ଚ କଲେନି, ଗ୍ରାମବାସୀ କଲେ: ଚାନ୍ଦାରେ ନିର୍ମାଣ ହେଲା ଶ୍ମଶାନ ଘର

ବନ୍ତଳା, ୨୪।୧୨ (ଡି.ଏନ.ଏ.) ଗାଁ ବାହାରେ ଦେହୁରୀ ନିକଟସ୍ଥ ସରକାରୀ ଓ ବେସରକାରୀ ଜାଗାରେ ଥିବା ଶ୍ମଶାନରେ ଏକ ଘର ନିର୍ମାଣ ପାଇଁ ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମବାସୀ ବାରମ୍ବାର ଦାବି କରିଆସିଛନ୍ତି। କିନ୍ତୁ ପଞ୍ଚାୟତ ପକ୍ଷରୁ ଗ୍ରାମବାସୀଙ୍କୁ ଉପଯୁକ୍ତ ସହଯୋଗ କରାଯାଇ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। 

ବୋହୂଙ୍କୁ ବିଷ ପିଆଇ ହତ୍ୟା ଅଭିଯୋଗ

ବୋହୂଙ୍କୁ ବିଷ ପିଆଇ ହତ୍ୟା ଅଭିଯୋଗ

ଛେଣ୍ଡିପଦା,୨୪।୧୨(ସ୍ବ.ପ୍ର.) ଅଧିକ ଯୌତୁକ ଦାବିରେ ଛେଣ୍ଡିପଦା ଥାନା ବାଲିପଟା ଗ୍ରାମରେ ଜନୈକା ମହିଳାଙ୍କୁ ତାଙ୍କ ଶାଶୁଘର ଲୋକେ ବିଷ ପିଆଇ ମାରିଦେଇଥିବା ଥାନାରେ ଅଭିଯୋଗ ହୋଇଛି। ଏ ନେଇ ମହିଳାଙ୍କ ବାପା ନିରଞ୍ଜନ ସାହୁ ଅଭିଯୋଗ କରିଛନ୍ତି।

ମହିଳା ଗୋଷ୍ଠୀକେନ୍ଦ୍ରର ଭୂମିପୂଜା

ମହିଳା ଗୋଷ୍ଠୀକେନ୍ଦ୍ରର ଭୂମିପୂଜା

ଅନୁଗୋଳ ଅଫିସ, ୨୪।୧୨: ବଅଁରପାଳ ବ୍ଲକ ଗଡ଼ସନ୍ତ୍ରୀ ପଞ୍ଚାୟତ ନଳଚନ୍ଦ୍ରପୁର ମହିଳା ଗୋଷ୍ଠୀକେନ୍ଦ୍ରର ଭୂମିପୂଜା କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନରେ ଗାଁ ସଭାପତି ସୁଶାନ୍ତ କୁମାର ମାଝିଙ୍କ ନେତୃତ୍ୱରେ ଶତାଧିକ ମହିଳା ଓ ପୁରୁଷ ନିମନ୍ତ୍ରିତ ଅତିଥିମାନଙ୍କୁ ପାଛୋଟି ନେଇଥିଲେ। 

ଆରମ୍ଭ ହେବ ଷ୍ଟୁଡେଣ୍ଟ ଟ୍ରାଫିକ

ଆରମ୍ଭ ହେବ ଷ୍ଟୁଡେଣ୍ଟ ଟ୍ରାଫିକ

ଅନୁଗୋଳ ଅଫିସ,୨୪।୧୨: ସୁଧୁରିବ ଅନୁଗୋଳ ଟ୍ରାଫିକ ସମସ୍ୟା। ଏଣିକି ଆଉ ଟ୍ରାଫିକ ଜାମ୍‌ ହେବନି କି କେଉଁ ପୋଷ୍ଟରେ କର୍ମଚାରୀଙ୍କ ଅଭାବ ରହିବ ନାହିଁ। କାରଣ ଅନୁଗୋଳରେ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଷ୍ଟୁଡେଣ୍ଟ ଟ୍ରାଫିକ।

ଓଏଏସ୍‌ ପାଇଲେ ସୌମ୍ୟା ଶତଭୀଷା

ଓଏଏସ୍‌ ପାଇଲେ ସୌମ୍ୟା ଶତଭୀଷା

ଢେଙ୍କାନାଳ ଅଫିସ, ୨୩ା୧୨-ଢେଙ୍କାନାଳ ଚନ୍ଦନବଜାରର ସୌମ୍ୟା ଶତଭିଷା ଓଡ଼ିଶା ସିଭିଲ ସର୍ଭିସ୍‌ ପରୀକ୍ଷାରେ ୫୪ ର଼୍ୟାଙ୍କ୍‌ ରଖି କୃତକାର୍ଯ୍ୟ ହୋଇଛନ୍ତି। ପିଲାଟି ଦିନରୁ ପାଠପଢ଼ିବା ଝୁଙ୍କ ତାଙ୍କୁ ଏହି ସଫଳତା ଦେଇଛି। ମଣ୍ଟଫୋର୍ଟ ସ୍କୁଲରୁ ସେ ମାଟ୍ରିକ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଏବଂ ଢେଙ୍କାନାଳ ଜୁନିୟର କଲେଜରୁ ଯୁକ୍ତ ୨ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସିନର୍ଜି କଲେଜ ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେଶନରେ ଟପ୍ପର ହୋଇଥିଲେ। ସେହିପରି ମଣିପାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜିରୁ ଏମ୍‌.ଟେକ୍‌ରେ ପ୍ରଥମସ୍ଥାନ ହାସଲ କରି ସ୍ବର୍ଣ୍ଣପଦକ ହାସଲ କରିଥିଲେ।

ବାଲ୍ୟ ବିବାହ, ଯୌତୁକ ପ୍ରଥାକୁ ବିରୋଧ

ବାଲ୍ୟ ବିବାହ, ଯୌତୁକ ପ୍ରଥାକୁ ବିରୋଧ


ଅନୁଗୋଳ ଅଫିସ, ୨୩।୧୨- ଅନୁଗୋଳ ଜିଲା ଟାଇଁସି ପଞ୍ଚାୟତ ବିଜୁ ଯୁବ ବାହିନୀ ପକ୍ଷରୁ ଟାଇଁସି ଗ୍ରାମରେ ନାରୀଶିକ୍ଷା ଉପରେ ଏକ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଥିଲା। ଯୁବ ବାହିନୀ ସଭାପତି ବିଶ୍ୱଜିତ ପ୍ରଧାନ ସଭାପତିତ୍ୱ କରିଥିଲେ। ପଦଯାତ୍ରା ଟାଇଁସି ଶିବ ମନ୍ଦିରରୁ ବାହାରି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। 

ମାଲିକଙ୍କ ମାଡ଼ରେ ଟିପ୍ପର ଚାଳକ ମୃତ: ନ୍ୟାୟ ଦାବିରେ ବିକ୍ଷୋଭ

ମାଲିକଙ୍କ ମାଡ଼ରେ ଟିପ୍ପର ଚାଳକ ମୃତ: ନ୍ୟାୟ ଦାବିରେ ବିକ୍ଷୋଭ


ଓଡ଼ାପଡ଼ା, ୨୩ା୧୨(ଡି.ଏନ.ଏ.)-ଟିପ୍ପର ମାଲିକଙ୍କ ମାଡ଼ରେ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଢେଙ୍କାନାଳ ଜିଲା ମୋଟଙ୍ଗା ଥାନା ଅଧୀନ ପୋଡ଼ାପଡ଼ା ଗ୍ରାମର ରାମଚନ୍ଦ୍ର ବେହେରା (୪୭)ଙ୍କ ରବିବାର ମୃତ୍ୟୁ ଘଟିଛି। ମୃତକଙ୍କ ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ଅଞ୍ଚଳବାସୀ ଅପରାହ୍ନ ୧ଟାରୁ ୩ଟା ଯାଏ ୫୫ନଂ. ଜାତୀୟ ରାଜପଥରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।

ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ:   ଭୁବନେଶ୍ୱରକୁ ବିଦା କଲା ଭୁବନ

ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ: ଭୁବନେଶ୍ୱରକୁ ବିଦା କଲା ଭୁବନ

ଭୁବନ,୨୩।୧୨(ଡି.ଏନ.ଏ.)-ଭୁବନ ମିନିଷ୍ଟାଡିୟମରେ ଚାଲିଥିବା ୨୭ତମ ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ରବିବାର ଖେଳାଯାଇଥିବା ଦ୍ୱିତୀୟ ଲିଗ୍‌ ମ୍ୟାଚ୍‌ରେ ଭୁବନଠାରୁ ହାରି ଟୁର୍ନାମେଣ୍ଟରୁ ବିଦା ହୋଇଛି ଭୁବନେଶ୍ୱର କର୍ପୋରେଟ୍‌ କ୍ରିକେଟ୍‌ କ୍ଲବ।

ପରଜଙ୍ଗରେ ବିଜେଡିର ମିଶ୍ରଣ ପର୍ବ:  ବିଜେଡିରେ ଯୋଗଦେଲେ ୬୬  କର୍ମୀ

ପରଜଙ୍ଗରେ ବିଜେଡିର ମିଶ୍ରଣ ପର୍ବ: ବିଜେଡିରେ ଯୋଗଦେଲେ ୬୬ କର୍ମୀ

ପରଜଙ୍ଗ,୨୩।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପରମହଂସପୁରଠାରେ ରବିବାର ବ୍ଲକ ୧ ନଂ. ଜୋନର  ବିଜେଡି କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। 

ଜିଲାସ୍ତରୀୟ ଉତ୍କଳ କରାଟେ ଚାମ୍ପିୟନ ସିପ ଉଦ୍‌ଘାଟିତ : ଭାଗନେଲେ ୯୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଜିଲାସ୍ତରୀୟ ଉତ୍କଳ କରାଟେ ଚାମ୍ପିୟନ ସିପ ଉଦ୍‌ଘାଟିତ : ଭାଗନେଲେ ୯୦ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ

ଅନୁଗୋଳ ଅଫିସ,୨୩।୧୨- ଅନୁଗୋଳ ପୌରପରିଷଦ ଟାଉନ ହଲଠାରେ ରବିବାର ଜିଲାସ୍ତରୀୟ ଉତ୍କଳ କରାଟେ ଚାମ୍ପିୟନ ସିପ ଉଦ୍‌ଘାଟିତ ହୋଇଯାଇଛି।

ପୋଲିସ ଚଢାଉ, ୧୨୦ ଟନ୍‌ କୋଇଲା ଜବତ

ପୋଲିସ ଚଢାଉ, ୧୨୦ ଟନ୍‌ କୋଇଲା ଜବତ

ତାଳଚେର,୨୩।୧୨(ନି.ପ୍ର)- ତାଳଚେର ବ୍ଲକ ଅଧୀନ ସ୍କଟଲାଣ୍ଡପୁର, ପ୍ରମୋଦପ୍ରସାଦ, ଯୁବରାଜ ହାଇସ୍କୁଲ ପଛ ପାଖ ଅଞ୍ଚଳରେ ରବିବାର ତାଳଚେର ପୋଲିସ ଚଢ଼ାଉ କରି ୧୨୦ଟନ ଚୋରା କୋଇଲା ଜବତ କରିଛି। 

ଦେବେନ୍ଦ୍ର ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ୨ୟ ଦିବସ: ଯୋଗଦେଲେ ଏମ୍‌ପି

ଦେବେନ୍ଦ୍ର ମେମୋରିଆଲ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟର ୨ୟ ଦିବସ: ଯୋଗଦେଲେ ଏମ୍‌ପି

ଭୁବନ,୨୩।୧୨(ଡି.ଏନ.ଏ): ଢେଙ୍କାନାଳ ଜିଲା  ଭୁବନ ମିନି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସ ମ୍ୟାଚ ରବିବାର  ଅନୁଷ୍ଠିତ ହୋଇଯାଇଛି।