ଅନଗୁଳ-ଢେଙ୍କାନାଳ

ବୀମାରୁ ବଞ୍ଚିତ ୭୪ ଚାଷୀ

ବୀମାରୁ ବଞ୍ଚିତ ୭୪ ଚାଷୀ

ଆଠମଲ୍ଲିକ, ୨୯ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ କଇଁତ୍ରାଗଡ ସେବା ସମବାୟ ସମିତିରୁ କୃଷି ଋଣ ନେଇଥିବା ଚାଷୀଙ୍କୁ ମିଳୁନି ବୀମା ରାଶି। ବାରମ୍ବାର ସମିତିକୁ ଚାଷୀ ଦୌଡ଼ୁ ଥିଲେ ବି ନିରାଶ ହେବାକୁ ପଡୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏ ନେଇ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ଗୋଟିଏ ରାତିରେ  ୩ଟି ସ୍ଥାନରୁ ଲୁଟ୍‌

ଗୋଟିଏ ରାତିରେ ୩ଟି ସ୍ଥାନରୁ ଲୁଟ୍‌

ବନ୍ତଳା,୨୯।୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ତିନୋଟି ସ୍ଥାନରୁ  ଚୋରି ହୋଇଛି। କରତପଟା ଛକରେ ଥିବା ଅଲିପ ସାହୁଙ୍କ ସୁନା ଦୋକାନରୁ  କେତେକ ଦୁର୍ବୃତ୍ତ ୫ ଲକ୍ଷ ଟଙ୍କାର ସୁନା, ରୁପା ଗହଣା ଓ ଟଙ୍କା କବାଟ ତାଡି ଲୁଟି ନେଇଛନ୍ତି। 

ପ୍ରତିଭା ସମ୍ମାନ ଓ ସ୍ବାଗତମ୍‌ ଉତ୍ସବ

ପ୍ରତିଭା ସମ୍ମାନ ଓ ସ୍ବାଗତମ୍‌ ଉତ୍ସବ

ଢେଙ୍କାନାଳ ଅଫିସ, ୨୯।୧୨- ଢେଙ୍କାନାଳ ତ୍ରିରଙ୍ଗା ଓ ସୁପ୍ରଭାତ ଅନୁଷ୍ଠାନ ପକ୍ଷରୁ  ଗୋପବନ୍ଧୁ ଟାଉନ ହଲଠାରେ ପ୍ରତିଭା ସମ୍ମାନ ଓ ସ୍ବାଗତମ୍‌ ୨୦୧୯ ଉତ୍ସବ ଶନିବାର  ଉଦ୍‌ଘାଟିତ ହୋଇଯାଇଛି।

ମଦ କାରଖାନା ଉପରେ ଚଢ଼ାଉ: ମାଲିକ ଗିରଫ

ମଦ କାରଖାନା ଉପରେ ଚଢ଼ାଉ: ମାଲିକ ଗିରଫ

ଢେଙ୍କାନାଳ ଅଫିସ,୨୯।୧୨: ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିର ଗୁଜୁରିହାଟରେ ଚାଲୁଥିବା ନକଲି ବିଦେଶୀ ମଦ କାରଖାନା ଉପରେ ଶନିବାର ସକାଳେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ସରକାରୀ ଯୋଜନାର ସୁବିଧା ନେବାକୁ ପରାମର୍ଶ : ଗୋଷ୍ଠୀକେନ୍ଦ୍ର, କୃଷକ ଭବନର ଭୂମିପୂଜା

ସରକାରୀ ଯୋଜନାର ସୁବିଧା ନେବାକୁ ପରାମର୍ଶ : ଗୋଷ୍ଠୀକେନ୍ଦ୍ର, କୃଷକ ଭବନର ଭୂମିପୂଜା

ବଅଁରପାଳ,୨୯।୧୨ (ଡି.ଏନ୍‌.ଏ.)ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ବଡ଼ଦାଣ୍ଡ ସାହି ଗୋଷ୍ଠୀକେନ୍ଦ୍ର ଓ ହାଡ଼ିସାହି କୃଷକ ଭବନର ଭୂମିପୂଜା ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନାରେ ଅନ୍ତର୍ଭୁକ୍ତ ଉକ୍ତ ପ୍ରକଳ୍ପର ଭୂମିପୂଜା ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ଜିଲା ପ୍ରତିନିଧି ଭକ୍ତିପ୍ରସାଦ ଦାସଙ୍କ ଦ୍ୱାରା ସମ୍ପନ୍ନ ହୋଇଥିଲା। 

ମଦ ଯୋଗୁ ବଢ଼ୁଛି ଅସାମାଜିକ କାର୍ଯ୍ୟ

ମଦ ଯୋଗୁ ବଢ଼ୁଛି ଅସାମାଜିକ କାର୍ଯ୍ୟ

ଅନୁଗୋଳ ଅଫିସ,୨୯ା୧୨ସମାଜରେ ନାରୀର ନିରାପତ୍ତା ଓ ମର୍ଯ୍ୟାଦାକୁ ସୁନିଶ୍ଚିତ କରିବା, ନିର୍ଯାତନା ରୋକିବା, ଜଷ୍ଟିସ ବର୍ମା କମିଶନ ସୁପାରିଶ ତୁରନ୍ତ କାର୍ଯ୍ୟକାରୀ କରିବା, ଗଁାରେ ଚୋରା ମଦ କାରବାର ବନ୍ଦ କରିବ, ଅଶ୍ଳିଳତା ଓ ଅପସଂସ୍କୃତିର ପ୍ରସାର ନ କରିବା, ରନ୍ଧନ ଗ୍ୟାସର ଆକାଶଛୁଅଁା 

ନିଯୁକ୍ତି ନ ମିଳିଲେ ଧାରଣା

ନିଯୁକ୍ତି ନ ମିଳିଲେ ଧାରଣା

ଅନୁଗୋଳ ଅଫିସ, ୨୯।୧୨ଅବସର ସମୟ ପୂର୍ବରୁ ବାପାଙ୍କୁ ଚାକିରିରୁ ଅବସର ଦିଆଗଲା। ସେହି ଚିନ୍ତାରେ ବାପା ରୋଗଗ୍ରସ୍ତ ହୋଇ ଆଖିବୁଜି ଦେଲେ। ତେଣୁ ବାପାଙ୍କ ଚାକିରି ପାଇବାକୁ ସେ ହକ୍‌ଦାର। କିନ୍ତୁ ଦୀର୍ଘଦିନ ହେବ ସମସ୍ତ ପ୍ରମାଣପତ୍ର ଧରି ଏ ଅଫିସରୁ ସେ ଅଫିସ ଧାଉଁଥିଲେ ବି ତାଙ୍କୁ ନ୍ୟାୟ ମିଳିପାରୁ ନାହିଁ। 

ତୁଟିଲା ସହର ସଫେଇ ସମସ୍ୟା:ଆଜିଠାରୁ ଉଠିବ ଆବର୍ଜନା

ତୁଟିଲା ସହର ସଫେଇ ସମସ୍ୟା:ଆଜିଠାରୁ ଉଠିବ ଆବର୍ଜନା

ଅନୁଗୋଳ ଅଫିସ, ୨୯।୧୨ଦୀର୍ଘଦିନ ପରେ ଅନୁଗୋଳ ସହର ସଫେଇ ସମସ୍ୟାର ସମାଧାନ ହୋଇଛି। ଶୁକ୍ରବାର ମଧ୍ୟାହ୍ନରେ ଉପଜିଲାପାଳ ବାସୁଦେବ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ସଫଳ ହୋଇଥିବାରୁ ଶନିବାରଠାରୁ ସହରରୁ ଅଳିଆ ଆବର୍ଜନା ଉଠାଯିବ ବୋଲି ସ୍ପଷ୍ଟ ହୋଇଛି। 

ଗାଧୁଆ ତୁଠ ନିର୍ମାଣରେ ଅନିୟମିତତା ଘଟଣା:ତଦନ୍ତ କଲେ କନିଷ୍ଠ ଯନ୍ତ୍ରୀ

ଗାଧୁଆ ତୁଠ ନିର୍ମାଣରେ ଅନିୟମିତତା ଘଟଣା:ତଦନ୍ତ କଲେ କନିଷ୍ଠ ଯନ୍ତ୍ରୀ

ବନ୍ତଳା, ୨୯ା୧୨(ଡି.ଏନ.ଏ.)ଅନୁଗୋଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ପଞ୍ଚାୟତରେ ଥିବା ପୋକତୁଙ୍ଗା ହଳଦିଆ କଟା ପୋଖରୀ ତୁଠ ନିର୍ମାଣରେ ଅନିୟମିତତା ଅଭିଯୋଗ ଘଟଣାର ତଦନ୍ତ କରିଛନ୍ତି ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରଣତି ମାଝି। 

୪ଦଫା ଦାବିରେ ଭାଜପା କୃଷକ ମୋର୍ଚ୍ଚାର ବିକ୍ଷୋଭ :ଧାନବସ୍ତା ରଖି ପ୍ରତିବାଦ

୪ଦଫା ଦାବିରେ ଭାଜପା କୃଷକ ମୋର୍ଚ୍ଚାର ବିକ୍ଷୋଭ :ଧାନବସ୍ତା ରଖି ପ୍ରତିବାଦ

ଢେଙ୍କାନାଳ ଅଫିସ, ୨୯।୧୨ଢେଙ୍କାନାଳ ଜିଲା ଭାଜପା କୃଷକ ମୋର୍ଚ୍ଚା ପକ୍ଷରୁ  ୪ଦଫା ଦାବି ନେଇ ଶୁକ୍ରବାର ଜିଲା କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଧାନମଣ୍ଡି ଖୋଲିବାରେ ବିଳମ୍ବ, ଧାନର ଅଭାବୀ ବିକ୍ରି, କୁଇଣ୍ଟାଲ ପିଛା ଚାଷୀଙ୍କୁ ୧୭୫୦ ଟଙ୍କା ନ ମିଳିବା ପ୍ରତିବାଦରେ ଏହି ବିକ୍ଷୋଭ ପ୍ରଦର୍ଶିତ ହୋଇଥିଲା। 

ପକ୍କାଘର ଯୋଗାଉନି ପ୍ରଶାସନ:ଯୋଗ୍ୟତା ଥାଇ ବି ଅପହଞ୍ଚ ଯୋଜନା

ପକ୍କାଘର ଯୋଗାଉନି ପ୍ରଶାସନ:ଯୋଗ୍ୟତା ଥାଇ ବି ଅପହଞ୍ଚ ଯୋଜନା

ଛେଣ୍ଡିପଦା, ୨୯ା୧୨(ସ୍ବ.ପ୍ର.)ସରକାରଙ୍କ ଆବାସ ଯୋଜନା ପାଇଁ ସମସ୍ତ ଯୋଗ୍ୟତା ଥାଇ ବି ହିତାଧିକାରୀଙ୍କୁ ମିଳୁନି ପକ୍କା ଘରଟିଏ। ଛେଣ୍ଡିପଦା ବ୍ଲକ ବାଗଡିଆ ପଞ୍ଚାୟତ ୮ନଂ ୱାର୍ଡ ବାସିନ୍ଦା ଗୋକୁଳ ଦେହୁରୀ(୫୩) ଏହାର ଉଦାହରଣ। 

ପୁଣି ଚର୍ଚ୍ଚାରେ ଢେଙ୍କାନାଳ ଜିଲା ଚିକିତ୍ସାଳୟ : ନବଜାତ ଶିଶୁପୁତ୍ର ଉଭାନ୍‌

ପୁଣି ଚର୍ଚ୍ଚାରେ ଢେଙ୍କାନାଳ ଜିଲା ଚିକିତ୍ସାଳୟ : ନବଜାତ ଶିଶୁପୁତ୍ର ଉଭାନ୍‌

ଢେଙ୍କାନାଳ ଅଫିସ, ୨୯ା୧୨ଡାକ୍ତର ବିବାଦରୁ ରୋଗୀମୃତ୍ୟୁ ହେଉ ଅବା ଚିକିତ୍ସା ଅବହେଳାରୁ ପ୍ରସୂତି କିମ୍ବା ନବଜାତକଙ୍କ ଜୀବନ ଯିବା ଭଳି ଘଟଣାକୁ ନେଇ ସବୁବେଳେ ଚର୍ଚ୍ଚାରେ ଢେଙ୍କାନାଳ ଜିଲା ଚିକିତ୍ସାଳୟ। ଏଥିରେ ଏବେ ଯୋଡ଼ିହୋଇଛି ନବଜାତ ଶିଶୁ ଉଭାନ ଭଳି ସଙ୍ଗିନ ଅଭିଯୋଗ।

ଫସଲ ନଷ୍ଟ କରୁଛନ୍ତି ହାତୀପଲ

ଫସଲ ନଷ୍ଟ କରୁଛନ୍ତି ହାତୀପଲ

ବଇଣ୍ଡା, ୨୮।୧୨(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ରେଞ୍ଜର ବାଲିଆମ୍ବ, ମାମୁରିଝରଣ, ମଧପୁର, ଅଁଳବେରେଣୀ, କଣ୍ଟେଇକୁଳିଆ, ଇଚ୍ଛାପୁର ଆଦି ଗ୍ରାମରେ କିଛି ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଖାଦ୍ୟାଭାବରୁ ହାତୀପଲ ଜଙ୍ଗଲରୁ ଗ୍ରାମାଭିମୁଖୀ ହେଉଛନ୍ତି।

ପରଜଙ୍ଗ ନିର୍ବାଚନମଣ୍ଡଳୀରେ  କଂଗ୍ରେସର ପ୍ରତିଷ୍ଠା ଦିବସ

ପରଜଙ୍ଗ ନିର୍ବାଚନମଣ୍ଡଳୀରେ କଂଗ୍ରେସର ପ୍ରତିଷ୍ଠା ଦିବସ

ପରଜଙ୍ଗ,୨୮।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ନିର୍ବାଚନମଣ୍ଡଳୀ କଙ୍କଡାହାଡ଼ ବ୍ଲକ ଝିଲ୍ଲୀ ହାଟ ପଡିଆଠାରେ ଶୁକ୍ରବାର କଂଗ୍ରେସର ୧୩୪ତମ ପ୍ରତିଷ୍ଠା ଦିବସ ବହୁ ଧୁମ୍‌ଧାମ୍‌ରେ ପାଳନ ହୋଇଛି। 

ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଶେଷ ଲିଗ୍‌ ମ୍ୟାଚ

ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଶେଷ ଲିଗ୍‌ ମ୍ୟାଚ

ଭୁବନ,୨୮।୧୨(ଡି.ଏନ୍‌.ଏ.): ଢେଙ୍କାନାଳ ଜଲା ଭୁବନ ମିନି ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ଦେବେନ୍ଦ୍ର ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟର ଶେଷ ଲିଗ୍‌ ମ୍ୟାଚ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। 

କୃଷି ସମବାୟ ସମିତି କାର୍ଯ୍ୟାଳୟ ଲୋକାର୍ପିତ

କୃଷି ସମବାୟ ସମିତି କାର୍ଯ୍ୟାଳୟ ଲୋକାର୍ପିତ

ଛେଣ୍ଡିପଦା, ୨୮।୧୨(ଡି.ଏନ.ଏ.)-ଅନୁଗୋଳ ଜିଲା  ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ ଦୁର୍ଗାପୁର ପ୍ରାଥମିକ କୃଷି ସମବାୟ ସମିତି ନୂତନ ଅଫିସ ଗୃହ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି।

କର୍ମଜୀବୀ ସଂଘ ପକ୍ଷରୁ ୧୦ ଦଫା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କର୍ମଜୀବୀ ସଂଘ ପକ୍ଷରୁ ୧୦ ଦଫା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ଅନୁଗୋଳ ଅଫିସ,୨୮।୧୨: ଅନୁଗୋଳ ଜିଲା କର୍ମଜୀବୀ ସଂଘ ପକ୍ଷରୁ ୧୦ ଦଫା ସମସ୍ୟା ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲା ପ୍ରଶାସନକୁ ଶୁକ୍ରବାର ଦାବିପତ୍ର ପ୍ରଦାନ କରାଯାଇଛି। 

କଂଗ୍ରେସ ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଗୁରୁମନ୍ତ୍ର

କଂଗ୍ରେସ ପ୍ରତିଷ୍ଠା ଦିବସରେ କର୍ମୀଙ୍କୁ ଗୁରୁମନ୍ତ୍ର

ପରଜଙ୍ଗ,  ୨୮।୧୨(ଡି.ଏନ.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ହାଡ଼ ବ୍ଲକ ଝିଲ୍ଲି ହାଟପଡ଼ିଆରେ ଶୁକ୍ରବାର ପରଜଙ୍ଗ ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଦଳର ୧୩୪ତମ ପ୍ରତିଷ୍ଠା ଦିବସ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। 

ଚାଷୀ ଜାଣିଲେ ଉନ୍ନତ ଚାଷ ପ୍ରଣାଳୀ

ଚାଷୀ ଜାଣିଲେ ଉନ୍ନତ ଚାଷ ପ୍ରଣାଳୀ

ଛେଣ୍ଡିପଦା, ୨୮।୧୨(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କୋରଡା ପଞ୍ଚାୟତ ଅଧୀନ ଝିଣ୍ଟିପାଳ ଗ୍ରାମ ଅଷ୍ଟଶମ୍ଭୁ ଶିବମନ୍ଦିର ପ୍ରାଙ୍ଗଣରେ ଶୁକ୍ରବାର ବ୍ଲକସ୍ତରୀୟ କୃଷକ ସମ୍ପର୍କ ମେଳା ଅନୁଷ୍ଠିତ ହୋଇଯାଇଛି।  ବ୍ଲକର ୬୦୦ରୁ ଊଦ୍ଧର୍‌ବ ଚାଷୀ ଉପସ୍ଥିତ ରହି ସରକାରୀ ଯୋଜନା ସମ୍ପର୍କରେ ଅବଗତ ହୋଇଥିଲେ।

ଆୟ ବହିର୍ଭୁତ ସମ୍ପତ୍ତି: ହରଡ଼ଘଣାରେ ଢେଙ୍କାନାଳ ଆର୍‌ଟିଓ

ଆୟ ବହିର୍ଭୁତ ସମ୍ପତ୍ତି: ହରଡ଼ଘଣାରେ ଢେଙ୍କାନାଳ ଆର୍‌ଟିଓ

ଢେଙ୍କାନାଳ ଅଫିସ, ୨୮।୧୨-ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ଆସିବାପରେ ହରଡ଼ଘଣାରେ ପଡ଼ିଛନ୍ତି ଢେଙ୍କାନାଳ ଆରଟିଓ ଦିବାକର ସିଂ। 

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପ୍ରତିବାଦରେ ଗଣଧାରଣା

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପ୍ରତିବାଦରେ ଗଣଧାରଣା

ଅନୁଗୋଳ ଅଫିସ, ୨୮।୧୨: ଅନୁଗୋଳ ଜିଲାରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ପ୍ରତିବାଦରେ ରଣ ହୁଙ୍କାର ଦେଇଛି ଜିଲା ଜନଜୀବନ ସୁରକ୍ଷା କମିଟି। କମିଟି ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା।

ଇଭିଏମ୍‌, ଭିଭିପାଟ ପରିଚାଳନା ପ୍ରଶିକ୍ଷଣ: ୭ରୁ ପ୍ରଦର୍ଶିତ ହେବ ମକ୍‌ ପୋଲ

ଇଭିଏମ୍‌, ଭିଭିପାଟ ପରିଚାଳନା ପ୍ରଶିକ୍ଷଣ: ୭ରୁ ପ୍ରଦର୍ଶିତ ହେବ ମକ୍‌ ପୋଲ

ଅନୁଗୋଳ ଅଫିସ, ୨୮।୧୨: ଅନୁଗୋଳ ଜିଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟରମାନଙ୍କୁ ପରିବର୍ତ୍ତିତ ଭୋଟ ଦାନ ପ୍ରକ୍ରିୟା ସହିତ ପରିଚିତ କରାଇବା ପାଇଁ ଜାନୁୟାରୀ ୭ରୁ ଆରମ୍ଭ ହେବ ମକ୍‌ ପୋଲ କାର୍ଯ୍ୟକ୍ରମ। 

ଅନୁଗୋଳ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣା: ବନ୍ଧକ ସୁନା ପାଇଁ ଗ୍ରାହକଙ୍କ ଆନ୍ଦୋଳନ

ଅନୁଗୋଳ ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣା: ବନ୍ଧକ ସୁନା ପାଇଁ ଗ୍ରାହକଙ୍କ ଆନ୍ଦୋଳନ

ଅନୁଗୋଳ ଅଫିସ, ୨୮।୧୨: ଅନୁଗୋଳ ହରିମହୁରୀ ଛକ ଠାରେ ଥିବା ଇଣ୍ଡିଆନ ବ୍ୟାଙ୍କ ଡକାୟତି ଘଟଣାକୁ ପାଞ୍ଚ ମାସ ପୂରିଲାଣି। ଘଟଣାରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କ ନିକଟରେ ପୋଲିସ ପହଞ୍ଚି ବି ସାରିଲାଣି। ହେଲେ ବ୍ୟାଙ୍କରେ ବନ୍ଧକ ଥିବା ସୁନା ଗ୍ରାହକଙ୍କୁ ଏଯାଏ ମିଳିନାହିଁ। 

ସହର ସଫେଇ ପ୍ରସଙ୍ଗ ନେଇ ଆଲୋଚନା: କାର୍ଯ୍ୟ କରିବାକୁ ପୁରୁଣାଙ୍କୁ ଡାକରା

ସହର ସଫେଇ ପ୍ରସଙ୍ଗ ନେଇ ଆଲୋଚନା: କାର୍ଯ୍ୟ କରିବାକୁ ପୁରୁଣାଙ୍କୁ ଡାକରା

ଅନୁଗୋଳ ଅଫିସ, ୨୮।୧୨: ଅନୁଗୋଳ ସହରର ଅଳିଆ ସମସ୍ୟା ନେଇ ଗୁରୁବାର ମଧ୍ୟାହ୍ନରେ ସ୍ଥାନୀୟ ଟାଉନହଲ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।