ଅନଗୁଳ-ଢେଙ୍କାନାଳ

ଖଣିରୁ ଟ୍ରେଲର, କ୍ରେନ ଜବତ: ୪ ଅଟକ

ଖଣିରୁ ଟ୍ରେଲର, କ୍ରେନ ଜବତ: ୪ ଅଟକ

ତାଳଚେର, ୮ା୩(ନି.ପ୍ର.)- ଏମ୍‌ସିଏଲର ଅନନ୍ତ କୋଇଲା ଖଣିରୁ ଏକ ପୁରୁଣା ସୋଭେଲ ମେଶିନର ଯନ୍ତ୍ରାଂଶ ଚୋରି ପାଇଁ ଯାଇଥିବା ଦୁଇଟି ଟ୍ରେଲର, ଏକ କ୍ରେନ ଓ ୩ଟି ବାଇକ୍‌ ଜବତ କରାଯାଇଛି। ଏଥିସହ ୪ ଜଣଙ୍କୁ ଥାନାରେ ଅଟକ ରଖାଯାଇଛି। 

ଡ୍ରାଇଭିଂ ଟେଷ୍ଟ ଟ୍ରାକ୍‌ କାର୍ଯ୍ୟାଳୟ ଉଦ୍‌ଘାଟିତ

ଡ୍ରାଇଭିଂ ଟେଷ୍ଟ ଟ୍ରାକ୍‌ କାର୍ଯ୍ୟାଳୟ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ, ୮।୩- ଢେଙ୍କାନାଳ ସହର ଉପକଣ୍ଠ ମହିଷାପାଟରେ ଗୁରୁବାର  ଡ୍ରାଇଭିଂ ଟେଷ୍ଟ ଟ୍ରାକ୍‌  କାର୍ଯ୍ୟାଳୟ ଉଦ୍‌ଘାଟିତ ହୋଇଯାଇଛି। ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। 

ଲୋଡିଂ ପଏଣ୍ଟରୁ ବେଆଇନ ଟଙ୍କା ଆଦାୟ

ଲୋଡିଂ ପଏଣ୍ଟରୁ ବେଆଇନ ଟଙ୍କା ଆଦାୟ

ତାଳଚେର ୮ା୩(ନି.ପ୍ର.)- ତାଳଚେର ଉପଖଣ୍ଡରେ ଥିବା ବିଭିନ୍ନ କୋଇଲା ଖଣିର ଲୋଡିଂ ପଏଣ୍ଟଗୁଡିକରୁ ଏମ୍‌ସିଏଲ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ କେତେକ ସଂଗଠନ ବେଆଇନ୍‌ ଭାବେ ଟଙ୍କା ଆଦାୟ କରୁଥିବା ପ୍ରଶାସନ ନିକଟରେ ଅଭିଯୋଗ ହୋଇଛି। ପୂର୍ବତନ ଜିଲା ପରିଷଦ ସଭ୍ୟ ରାଜକିଶୋର ସାହୁ ଗୁରୁବାର ତାଳଚେର ଉପଜିଲାପାଳଙ୍କୁ ଏ ସମ୍ପର୍କରେ ଅଭିଯୋଗ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

ଶର୍ମା ଛକ, ହାଣ୍ଡିଧୁଆ ଛକ ମଧ୍ୟରେ ହେବ ଅଣ୍ଡରବ୍ରିଜ୍‌: ୪ ମାସରେ ଶେଷ ହେବ ନିର୍ମାଣ

ଶର୍ମା ଛକ, ହାଣ୍ଡିଧୁଆ ଛକ ମଧ୍ୟରେ ହେବ ଅଣ୍ଡରବ୍ରିଜ୍‌: ୪ ମାସରେ ଶେଷ ହେବ ନିର୍ମାଣ

ଅନୁଗୋଳ ଅଫିସ, ୮।୩ - ତାଳଚେରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବ। ତାଳଚେର ବ୍ୟବସାୟୀ ସଂଘ ଓ ସୁରକ୍ଷା ମଞ୍ଚର ଦାବି ଅନୁଯାୟୀ ତାଳଚେର-ବିମଳାଗଡ଼ ରେଳ ଲାଇନର ଶର୍ମା ଛକ ଏବଂ ହାଣ୍ଡିଧୁଆ ଛକ ମଧ୍ୟରେ ଓଭରବ୍ରିଜ୍‌ ବଦଳରେ ଅଣ୍ଡରବ୍ରିଜ୍‌ ନିର୍ମାଣ କରାଯିବ।

ଆଜି ବିଶ୍ୱ ମହିଳା ଦିବସ: ନୀରବ ନୁହେଁ ନାରୀ

ଆଜି ବିଶ୍ୱ ମହିଳା ଦିବସ: ନୀରବ ନୁହେଁ ନାରୀ

ସମୟ ଥିଲା, ପ୍ରତ୍ୟେକ କ୍ଷେତ୍ରରେ ନାରୀ ଥିଲା ନିର୍ଯାତିତା, ନିଷ୍ପେଷିତା। ପୁରୁଷ ପ୍ରଧାନ ସମାଜରେ ତାକୁ ଅବଳା, ଦୁର୍ବଳା ମନେ କରାଯାଉଥିଲା। ଲାଜର ଗହଣା ତା’ର ଗତିରୋଧ କରୁଥିଲା। କିନ୍ତୁ ବଦଳିଛି ସମୟ। ପରିବର୍ତ୍ତନ ଆସିଛି ପୂର୍ବ ମାନସିକତାରେ। ମୁକ୍ତ ବିହଙ୍ଗଟିଏ ପରି ସେ ଯାଇପାରୁଛି ମାଟିରୁ ମହାକାଶ ଯାଏ। ନୀରବତା ଭାଙ୍ଗି ପ୍ରତିବାଦ କରୁଛି ପ୍ରତିଟି ନିର୍ଯାତନାର। ରାଜନୀତି ହେଉ ଅବା କ୍ରୀଡ଼ା, ସବୁଠି ସଫଳତା ଗୁଣଗାନ କରୁଛି ନାରୀର। ବିଶ୍ୱ ମହିଳା ଦିବସ ଅବସରରେ  ଅନୁଗୋଳ ଜିଲାର କେତେଜଣ ମହିଳାଙ୍କ ମତାମତକୁ ନେଇ ସ୍ବତନ୍ତ୍ର ଉପସ୍ଥାପନା।

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ, ଶିଳାନ୍ୟାସ

କାମାକ୍ଷାନଗର, ୭।୩(ଡି.ଏନ୍‌.ଏ.)-ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ଡା. ନୃସିଂହ ଚରଣ ସାହୁଙ୍କ ଦ୍ୱାରା ଗୁରୁବାର କଙ୍କଡ଼ାହାଡ଼ ବ୍ଲକର ବିଭିନ୍ନ ପଞ୍ଚାୟତରେ ଉନ୍ନୟନମୂଳକ କାର୍ଯ୍ୟର ଉଦ୍‌ଘାଟନ କରାଯାଇଛି। ଏଥିସହ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ ମଧ୍ୟ ହୋଇଛି। 

ପାର୍ସଲ ନେବାକୁ କେନ୍ଦ୍ରକରି ଗଣ୍ଡଗୋଳ

ପାର୍ସଲ ନେବାକୁ କେନ୍ଦ୍ରକରି ଗଣ୍ଡଗୋଳ

ଭୁବନ, ୭।୩(ଡି.ଏନ୍‌.ଏ.)-ପାର୍ସଲ ନେବାକୁ କେନ୍ଦ୍ର କରି ଭୁବନ ବସ୍‌ଷ୍ଟାଣ୍ଡରେ ବୁଧବାର ଗଣ୍ଡଗୋଳ ହୋଇଛି। ଏ ନେଇ ଥାନାରେ ପୃଥକ୍‌ ମାମଲା ରୁଜୁ ହେବାପରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ସେବାଶ୍ରମ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ସେବାଶ୍ରମ ଛାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ: ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

କାମାକ୍ଷାନଗର, ୭।୩(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କଙ୍କଡ଼ାହାଡ଼ ବ୍ଲକ ମରୁଆବିଲି ସେବାଶ୍ରମ ବିଦ୍ୟାଳୟର ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଜଣେ ଶିକ୍ଷକ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଆଣିଲା ଭାଜପା କୃଷକ ମୋର୍ଚ୍ଚା: ଚାଷୀଙ୍କୁ ଭୂଅଁା ବୁଲାଉଛନ୍ତି ରାଜ୍ୟ ସରକାର

କାମାକ୍ଷାନଗର, ୭।୩(ଡି.ଏନ୍‌.ଏ.)-ପିଏମ୍‌ କିଷାନ ଯୋଜନାରୁ ରାଜ୍ୟର ୨୧ ଲକ୍ଷ ଚାଷୀ ବାଦ୍‌ ପଡ଼ିବା ନେଇ ଉଦ୍‌ବେଗ ବ୍ୟକ୍ତ କରିଛି ଭାଜପା କୃଷକ ମୋର୍ଚ୍ଚା। ଏହାର ପ୍ରତିବାଦରେ ଗୁରୁବାର କାମାକ୍ଷାନଗରରେ ବିଶାଳ ଶୋଭାଯାତ୍ରାର ଆୟୋଜନ କରାଯାଇଥିଲା। 

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

ଟ୍ରାକ୍ଟର ଓଲଟି ଶ୍ରମିକ ମୃତ

କାମାକ୍ଷାନଗର, ୭।୩(ଡି.ଏନ୍‌.ଏ.)-କଙ୍କଡ଼ାହାଡ଼ ଥାନା ବାଦିଆମୁଣ୍ଡା ଛକ ନିକଟରେ ଗୁରୁବାର ମଧ୍ୟାହ୍ନରେ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାହାଡ଼ାପାଳ ଗ୍ରାମର ଇନ୍ଦ୍ରମଣି ମୁଣ୍ଡା (୪୫)। 

ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା

ଅନୁଗୋଳ ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ପରୀକ୍ଷା

ଅନୁଗୋଳ ଅଫିସ, ୭।୩- ସାରା ରାଜ୍ୟରେ ଗୁରୁବାରଠାରୁ ଆରମ୍ଭ ହୋଇଛି ଯୁକ୍ତ ଦୁଇ ପରୀକ୍ଷା।

ଶଗଡ଼ରୁ ପଡି ଜଣେ ମୃତ: ସନ୍ଦେହରେ ପରିବାର

ଶଗଡ଼ରୁ ପଡି ଜଣେ ମୃତ: ସନ୍ଦେହରେ ପରିବାର

ପରଜଙ୍ଗ, ୭।୩(ଡି.ଏନ.ଏ):  ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ଼ ଫାଣ୍ଡି ଅଧୀନ ଗଡ଼ପଳାଶୁଣି ବଡ଼ସାହିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଦେଖାଦେଇଛି। 

ବାଘୁଣୀ ମହୁମାଛି ଆକ୍ରମଣରେ ଦୁଇ ଶ୍ରମିକ ଗୁରୁତର

ବାଘୁଣୀ ମହୁମାଛି ଆକ୍ରମଣରେ ଦୁଇ ଶ୍ରମିକ ଗୁରୁତର

ପରଜଙ୍ଗ, ୭।୩(ଡି.ଏନ.ଏ): ଢେଙ୍କାନାଳ ଜିଲା ପରଜଙ୍ଗ ଗ୍ରାମ ପଞ୍ଚାୟତର ବୃନ୍ଦାବନପୁର ସାହିରେ ଗୁରୁବାର  ବାଘୁଣୀ ମହୁମାଛି ଆକ୍ରମଣରେ ୨ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। 

ବିଦ୍ୟୁତ୍‌ ଆଘାତରେ ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଭାଇ

ବିଦ୍ୟୁତ୍‌ ଆଘାତରେ ମହିଳାଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ଭାଇ

ଅନୁଗୋଳ ଅଫିସ,୭।୩: ଅନୁଗୋଳ ସହର ଉପକଣ୍ଠ ଶୁଶୁଡ଼ା ଅଞ୍ଚଳରେ ଗୁରୁବାର ବିଦ୍ୟୁତ୍‌ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଦମୟନ୍ତୀ ସେନାପତି।

ମେଗା ପାନୀୟ ଜଳ ପ୍ରକଳ୍ପ ଭୂମିପୂଜା

ମେଗା ପାନୀୟ ଜଳ ପ୍ରକଳ୍ପ ଭୂମିପୂଜା

ଢେଙ୍କାନାଳ ଅଫିସ, ୭ା୩- ଢେଙ୍କାନାଳ ସଦର ବ୍ଲକ ତଥା କାମାକ୍ଷାନଗର ବିଧାନସଭା ନିର୍ବାଚନମଣ୍ଡଳୀର ୧୦ ପଞ୍ଚାୟତରେ ବୁଧବାର  ୬୨ କୋଟି ଟଙ୍କା ବ୍ୟୟ ଅଟକଳରେ ମେଗା ପାନୀୟ ଜଳ ପ୍ରକଳ୍ପର ଭୂମିପୂଜନ କରାଯାଇଛି। ଏଥିସହ ସମ୍ପୂର୍ଣ୍ଣ ହୋଇଥିବା ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ ହୋଇଛି। 

ଉତ୍ତୋଳନରେ ପଛେଇଛି ଏମ୍‌ସିଏଲ

ଉତ୍ତୋଳନରେ ପଛେଇଛି ଏମ୍‌ସିଏଲ

ତାଳଚେର,୭ା୩(ନି.ପ୍ର.)-  କୋଇଲା ଉତ୍ତୋଳନରେ ପଛେଇଯାଇଛି ମହାନଦୀ କୋଲ୍‌ଫିଲଡ୍‌ସ ଲିମିଟେଡ ବା ଏମ୍‌ସିଏଲ୍‌। ଗତ ମାସ ସୁଦ୍ଧା ଧାର୍ଯ୍ୟଲକ୍ଷ୍ୟ ଠାରୁ କମ୍‌ ଉତ୍ପାଦନ କରିଛି କୋଲ୍‌ ଇଣ୍ଡିଆର ଏହି ଫ୍ଲାଗ୍‌ଶିପ କମ୍ପାନୀ। ଏଥିଯୋଗୁ ବାର୍ଷିକ ଟାର୍ଗେଟ୍‌ ହାସଲ କରିବା କମ୍ପାନୀ ପାଇଁ କଷ୍ଟକର ହୋଇପଡ଼ିଛି। 

ଜିଲାସ୍ତରୀୟ ଖାଉଟି ସୁରକ୍ଷା ପରିଷଦ ସାଧାରଣ ବୈଠକ: ‘କାଗଜ କଲମରେ ସୀମିତ ନ ରହୁ ନିଷ୍ପତ୍ତି’

ଜିଲାସ୍ତରୀୟ ଖାଉଟି ସୁରକ୍ଷା ପରିଷଦ ସାଧାରଣ ବୈଠକ: ‘କାଗଜ କଲମରେ ସୀମିତ ନ ରହୁ ନିଷ୍ପତ୍ତି’

ଢେଙ୍କାନାଳ ଅଫିସ,  ୭।୩- ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ବୁଧବାର ଜିଲାସ୍ତରୀୟ ଦ୍ୱିତୀୟ ଖାଉଟି ସୁରକ୍ଷା ପରିଷଦ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। 

ସଫଳ ହେଲା ଭଉଣୀ, ଭାଇଙ୍କ ଉଦ୍ୟମ: ନହୁରାଣୀ ପୋଲ ପ୍ରକ୍ରିୟା ଆରମ୍ଭ

ସଫଳ ହେଲା ଭଉଣୀ, ଭାଇଙ୍କ ଉଦ୍ୟମ: ନହୁରାଣୀ ପୋଲ ପ୍ରକ୍ରିୟା ଆରମ୍ଭ

ଅନୁଗୋଳ ଅଫିସ, ୭।୩- ଗଁ।ରୁ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତାରେ ପ୍ରବାହିତ ନହୁରାଣୀ ନାଳ ଉପରେ ପୋଲଟିଏ ନିର୍ମାଣ ପାଇଁ ୨୦୧୨ରୁ କୁନି ଭଉଣୀ ଆଦ୍ୟାଶା ପ୍ରିୟଦର୍ଶିନୀ(୮) ଓ ଭାଇ ଆୟୁଷ ରଞ୍ଜନ ରାଉତ(୧୨) ଚଳାଇଥିବା ଉଦ୍ୟମ ଶେଷରେ ସଫଳ ହେବାକୁ ଯାଉଛି।

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଧାୟକ

ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ବିଧାୟକ

ବଇଣ୍ଡା,୬।୩(ଡି.ଏନ.ଏ.): କିଶୋରନଗର ବ୍ଲକ କଦଳୀମୁଣ୍ଡା ଓ ହଣ୍ଡପା ଆଦି ପଞ୍ଚାୟତ ଗୁଡ଼ିକରେ ବୁଧବାର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟିତ ହୋଇଛି। 

ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା, ୫ ଗିରଫ

ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା, ୫ ଗିରଫ

ଭୁବନ, ୬।୩(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଉଚ୍ଚ ବିଦ୍ୟାଳୟ ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ରରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ୫ଜଣଙ୍କୁ ପୋଲିସ ଗିରଫ କରିଛି। 

 କାରରେ ନିଆଁ

କାରରେ ନିଆଁ

ଅନୁଗୋଳ ଅଫିସ,୬।୩- ଅନୁଗୋଳ ବଜାରରରେ ବୁଧବାର ମଧ୍ୟାହ୍ନରେ ଏକ କପଡ଼ା ସୋରୁମ ସମ୍ମୁଖରେ ଛିଡ଼ା ହୋଇଥିବା ଟାଟା ସଫାରି(ନଂ. ଓଡି୧୯ବି୦୦୧୧) ଇଞ୍ଜିନରେ କୌଣସି କାରଣ ବସତଃ ନିଆଁ ଲାଗି ଯାଇଥିଲା।

୪ କଣ୍ଟେନର ଜବତ, ୧୦୦ରୁ  ଅଧିକ ଗୋରୁ ଉଦ୍ଧାର

୪ କଣ୍ଟେନର ଜବତ, ୧୦୦ରୁ ଅଧିକ ଗୋରୁ ଉଦ୍ଧାର

ବଅଁରପାଳ, ୬।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ନିକଟରୁ ବୁଧବାର ସକାଳେ ୪ଟି ଗୋରୁ ବୋଝେଇ କଣ୍ଟେନରକୁ ପୋଲିସ ଜବତ କରିଛି। ଏହିସବୁ ଗାଡ଼ିରୁ ୧୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି।

ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଶୁଭାରମ୍ଭ

ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ଶୁଭାରମ୍ଭ

ଅନୁଗୋଳ ଅଫିସ, ୬।୩- ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଥିବା ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୋଳରେ ଶୁଭାରମ୍ଭ ହୋଇଛି। ପୌରପାଳିକା ୧୪ ନମ୍ବର ୱାଡର୍ର୍ରେ ଜିଲା ମହିଳା ସଭାପତି ଗିରିଜାନନ୍ଦିନୀ ସାହୁଙ୍କ ଅଧ୍ୟକ୍ଷତାରେ ଏହା ଆରମ୍ଭ ହୋଇଥିଲା।

ପାଇକପୁରୁଣାକୋଟ ସ୍କୁଲରେ ଜଳକଷ୍ଟ ଉତ୍କଟ: ଘରୁ ପାଣି ଆଣୁଛନ୍ତି ଛାତ୍ରୀଛାତ୍ର

ପାଇକପୁରୁଣାକୋଟ ସ୍କୁଲରେ ଜଳକଷ୍ଟ ଉତ୍କଟ: ଘରୁ ପାଣି ଆଣୁଛନ୍ତି ଛାତ୍ରୀଛାତ୍ର

ହିନ୍ଦୋଳ, ୬।୩(ଡି.ଏନ.ଏ.)- ହିନ୍ଦୋଳ ବ୍ଲକ ପାଇକ ପୁରୁଣାକୋଟ ପଞ୍ଚାୟତସ୍ଥିତ ନୋଡାଲ ବିଦ୍ୟାଳୟରେ ଦୀର୍ଘଦିନ ଧରି ଲାଗିରହିଥିବା ଜଳସଙ୍କଟର ସମାଧାନ ହେଉନାହିଁ। ପ୍ରଶାସନଠାରୁ ଆରମ୍ଭ କରି ଅଦାଲତ ଯାଏ କଥା ଯାଇଥିବାବେଳେ ଏହାକୁ ଅଣଦେଖା କରାଯାଉଛି।