ଅନଗୁଳ-ଢେଙ୍କାନାଳ

୭ ଶ୍ରେଣୀକୁ ୨ ଗୃହ

୭ ଶ୍ରେଣୀକୁ ୨ ଗୃହ

ବଇଣ୍ଡା,୨।୩(ଡି.ଏନ.ଏ.)ଆବଶ୍ୟକ ଶ୍ରେଣୀଗୃହ ନ ଥିବା ଯୋଗୁ ବିଦ୍ୟାଳୟ ବାରଣ୍ଡାରେ ଚାଲିଛି ପାଠପଢା। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି। ଏ ନେଇ ବହୁବାର ଅଭିଯୋଗ କରାଗଲେ ମଧ୍ୟ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ଏପରି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ବଡ଼ବର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବୁଧବାର ନୂତନ ଶ୍ରେଣୀଗୃହ ନିର୍ମାଣ କରିବା ପାଇଁ ବଡ଼ବର ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

୪ ଜଳସେଚନ ପଏଣ୍ଟ ଅଚଳ

୪ ଜଳସେଚନ ପଏଣ୍ଟ ଅଚଳ

ବଅଁରପାଳ, ୨।୩ (ଡି.ଏନ୍‌.ଏ)ଚାଷୀଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିବା ଡିଣ୍ଡିମ ପିଟୁଥିବାବେଳେ ବାସ୍ତବରେ ଏହାର ଚିତ୍ର ଯେ ଭିନ୍ନ ତାହା ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଦେଖିବାକୁ ମିଳିଛି। ପ୍ରାୟ ଶହେ ହେକ୍ଟର ଜମିରେ ଜଳସେଚନ ପାଇଁ ଲିଙ୍ଗରା ନାଳରେ ସ୍ଥାପନ ହୋଇଥିବା ୪ଟି ଉଠା ଜଳସେଚନ ପଏଣ୍ଟ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଥିଲେ ହେଁ ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।

ଅନୁଗୋଳରେ ଆବାସ ଅସମ୍ପୂର୍ଣ୍ଣ

ଅନୁଗୋଳ ଅଫିସ, ୨।୩ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇ ଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏଥିପାଇଁ ପ୍ରତିବର୍ଷ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। କିନ୍ତୁ ବିଭାଗୀୟ ବାବୁମାନଙ୍କ ଉଦାସୀନତା ଯୋଗୁ ଅନୁଗୋଳ ଜିଲାରେ ଉଭୟ ସରକାରଙ୍କ ଏହି ଆବାସ ଯୋଜନାର ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ। ଫଳରେ ପ୍ରତି ଆର୍ଥିକ ବର୍ଷରେ ବହୁ ଗରିବ ହିତାଧିକାରୀ ଏଥିରୁ ବଞ୍ଚିତ ହେଉଛନ୍ତି। 

ନିଶା ହଟାଇବାରେ ଜନପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ନିଶା ହଟାଇବାରେ ଜନପ୍ରତିନିଧିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଢେଙ୍କାନାଳ ଅଫିସ,୧।୩-ନିଶା ଜାଲରେ ଛନ୍ଦି ହୋଇପଡୁଛନ୍ତି ଯୁବପିଢ଼ି। ଏହାଦ୍ୱାରା କୈଶୋର ଜୀବନ ନଷ୍ଟ ହୋଇଯାଉଛି। ଅଧିକାଂଶ ସାମାଜିକ, ପାରିବାରିକ ବିଶୃଙ୍ଖଳାର ମୁଖ୍ୟ କାରଣ ମଦ୍ୟପାନ। ଆମ ସମସ୍ତଙ୍କୁ ସୁସ୍ଥ ସମାଜ ବିଷୟରେ ଚିନ୍ତା କରିବାକୁ ପଡ଼ିବ।

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌

ଫାଇନାନ୍ସ କର୍ମଚାରୀଙ୍କଠାରୁ ଲୁଟ୍‌

କାମାକ୍ଷାନଗର, ୧।୩(ଡି.ଏନ.ଏ.)-କାମାକ୍ଷାନଗର ଥାନା ବିଜାଡ଼ିହ ନିକଟରୁ ଶୁକ୍ରବାର ମଧ୍ୟାହ୍ନରେ ସମର୍ଥା ମାଇକ୍ରୋ ଫାଇନାନ୍ସ  କର୍ମଚାରୀ ଅଭିଜିତ ସେଠୀଙ୍କଠାରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦେଲା ଏନ୍‌ଜେନ: ସେସୁ କାର୍ଯ୍ୟାଳୟରେ ଧାରଣା

ବିଦ୍ୟୁତ୍‌ ବିଚ୍ଛିନ୍ନ କରିଦେଲା ଏନ୍‌ଜେନ: ସେସୁ କାର୍ଯ୍ୟାଳୟରେ ଧାରଣା

ବଇଣ୍ଡା,୧।୩(ଡି.ଏନ.ଏ)-କିଶୋରନଗର ବ୍ଲକ କରମଳକଟା ଗ୍ରାମର ଉପରସାହି ବସ୍ତି ବାସିନ୍ଦାଙ୍କ ଗୁରୁବାର ଦିନଠାରୁ ବିଦ୍ୟୁତ୍‌ ବିଚ୍ଛିନ୍ନ କରି ଦେଇଛି ଏନ୍‌ଜେନ। 

ଲୋକଙ୍କୁ ସୁରକ୍ଷା ଦେବାରେ ପୋଲିସ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଲୋକଙ୍କୁ ସୁରକ୍ଷା ଦେବାରେ ପୋଲିସ ଭୂମିକା ଗୁରୁତ୍ୱପୂର୍ଣ୍ଣ

ବଇଣ୍ଡା,୧।୩(ଡି.ଏନ.ଏ)-ସାଧାରଣ  କଥାକୁ ନେଇ ଗ୍ରାମାଞ୍ଚଳରେ ଗଣ୍ଡଗୋଳ ସୃଷ୍ଟି ହେଉଛି। ଫଳରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି। ଏଥିପ୍ରତି ସାଧାରଣ ଲୋକେ ଯତ୍ନବାନ ହେବାସହ ଲୋକଙ୍କୁ ସୁରକ୍ଷା ଦେବାରେ ପୋଲିସର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଗୁରୁବାର ଟାପଢୋଲ ପଞ୍ଚାୟତ କାର୍ଯ୍ୟାଳୟଠାରେ ଠାକୁରଗଡ଼ ଥାନା ପକ୍ଷରୁ ଅନୁଷ୍ଠିତ ଆମ ପୋଲିସ ସମିତି ବୈଠକରେ ଯୋଗ ଦେଇଥିବା ଅତିଥିମାନେ ମତବ୍ୟକ୍ତ କରିଛନ୍ତି।

ଯୋଗଦେଲେ ନୂଆ ଏସ୍‌ଡିପିଓ

ଯୋଗଦେଲେ ନୂଆ ଏସ୍‌ଡିପିଓ

ଅନୁଗୋଳ ଅଫିସ, ୧।୩: ଅନୁଗୋଳର ନୂତନ ଏସ୍‌ଡିପିଓ ଭାବେ ଅଶ୍ୱିନ କୁମାର ସାହୁ ଗୁରୁବାର କାର୍ଯ୍ୟରେ ଯୋଗ ଦେଇଛନ୍ତି। ଅପରାହ୍ନରେ ଏସ୍‌ପିଙ୍କ କାର୍ଯ୍ୟାଳୟରେ ସେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। 

ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନ ୩ରେ

ଜିଲା ଟ୍ରକ୍‌ ମାଲିକ ସଂଘ ନିର୍ବାଚନ ୩ରେ

ବଅଁରପାଳ, ୧।୩ (ଡି.ଏନ୍‌.ଏ.)- ଅନୁଗୋଳ ଜିଲା ଟ୍ରକ୍‌ ମାଲିକ ସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ ଆସନ୍ତା ୩ ତାରିଖରେ ଅନୁଷ୍ଠିତ ହେବ। ସିକ୍ରେଟ୍‌ ବାଲଟ ପେପରରେ ମତଦାନ ହେବାକୁ ଥିବାରୁ ଅଞ୍ଚଳରେ ରାଜନୀତି ସରଗରମ ହୋଇପଡ଼ିଛି।

ଏସ୍‌ଏଚ୍‌ଜି ସଦସ୍ୟଙ୍କୁ ଦୁର୍ବ୍ୟବହାର ମାମଲା: ସରପଞ୍ଚ, ସମିତି ସଭ୍ୟ ଗିରଫ

ଢେଙ୍କାନାଳ ଅଫିସ, ୧ା୩- ଢେଙ୍କାନାଳ ଜିଲା ଓଡାପଡା ବ୍ଲକ ସିମିନଇ ପଞ୍ଚାୟତରେ କାଳିଆ ମହାସମାବେଶକୁ ନେଇ ସରପଞ୍ଚ, ସମିତି ସଭ୍ୟ ଓ ସ୍ଥାନୀୟ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କ ମଧ୍ୟରେ ବିବାଦ ଘଟଣାରେ ଗୁରୁବାର ସକାଳେ ସଦର ଥାନା ପୋଲିସ ସରପଞ୍ଚ ବିନୋଦିନୀ ନାୟକ ଓ ସମିତି ସଭ୍ୟ ପ୍ରମୋଦ ନାୟକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା

ଦନ୍ତା ଦୌରାତ୍ମ୍ୟରେ ଲୋକେ ଅତିଷ୍ଠ: ଘର ଭାଙ୍ଗି ଧାନ ବୋହିନେଲା

ଦନ୍ତା ଦୌରାତ୍ମ୍ୟରେ ଲୋକେ ଅତିଷ୍ଠ: ଘର ଭାଙ୍ଗି ଧାନ ବୋହିନେଲା

ପରଜଙ୍ଗ/ଓଡ଼ାପଡ଼ା ୧ା୩(ଡି.ଏନ.ଏ.)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ଚାନ୍ଦପୁର ପଞ୍ଚାୟତ ବତାସିଂହ ଗ୍ରାମରେ ବୁଧବାର ବିଳମ୍ବିତ ରାତିରେ ୨ ଦନ୍ତା ହାତୀ ପଶି ଗ୍ରାମରେ  ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି।

ବିଲରେ ଅସୁସ୍ଥ ହାତୀର ଚିକିତ୍ସା

ବିଲରେ ଅସୁସ୍ଥ ହାତୀର ଚିକିତ୍ସା

ପରଜଙ୍ଗ, ୧ା୩(ଡି.ଏନ.ଏ.)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ମହାବିରୋଡ ଫରେଷ୍ଟ ସେକ୍ସନ ଅଧୀନ ଝିଲ୍ଲୀ-ତୁରୁଡ଼ାନାଳୀ ଗ୍ରାମ ମଧ୍ୟଭାଗରେ ଗୁରୁବାର ଏକ ବିଲରେ ଅସୁସ୍ଥ ଦନ୍ତା ହାତୀର ଚିକିତ୍ସା କରାଯାଉଛି।

ମହିଳା ଝାଡୁଦାରଙ୍କୁ ମରଣାନ୍ତକ ଆକ୍ରମଣ ମାମଲା: ଅଭିଯୁକ୍ତ ଦିଅରଙ୍କୁ ୪ ବର୍ଷ ଜେଲ

ଢେଙ୍କାନାଳ ଅଫିସ,୧ା୩- ଢେଙ୍କାନାଳ ସହରସ୍ଥିତ ଦକ୍ଷିଣକାଳୀ ରୋଡସ୍ଥିତ ସମବାୟ ବିଭାଗର ଏଆରସିଏ୍‌ସ ଅଫିସରେ ମହିଳା ଝାଡୁଦାର ମିନତୀ ନାଏକ(୩୫)ଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। 

ଭାରିଯାନ ଚଳାଚଳ ବନ୍ଦର ପ୍ରତିବାଦ: ଟିପ୍ପର ମାଲିକ ସଂଘ ପକ୍ଷରୁ ରାସ୍ତାରୋକୋ

ଭାରିଯାନ ଚଳାଚଳ ବନ୍ଦର ପ୍ରତିବାଦ: ଟିପ୍ପର ମାଲିକ ସଂଘ ପକ୍ଷରୁ ରାସ୍ତାରୋକୋ

ଢେଙ୍କାନାଳ ଅଫିସ,୧ା୩- ଢେଙ୍କାନାଳ ସଦର ଥାନା କଳାପାଣି ଛକରୁ ସିମିଳିଆ ଓଭରବ୍ରିଜ୍‌ ଦେଇ ବାଜିଚୌକ ଅଞ୍ଚଳକୁ ଗତ ୨୩ା୨ା୧୯ରୁ ୨୨ା୩ା୧୯ ପର୍ଯ୍ୟନ୍ତ ୨୪ ଘଣ୍ଟିଆ ଭାରିଯାନ ଚଳାଚଳ ନିଷେଧ କରାଯାଇଛି। 

ଅନୁଗୋଳରେ ଆବେଦନପତ୍ର ଗ୍ରହଣ କଲା କଂଗ୍ରେସ ସ୍କ୍ରିନିଂ କମିଟି: ଜିଲାର ୫ ଆସନରୁ ୨୦ ଆଶାୟୀ

ଅନୁଗୋଳରେ ଆବେଦନପତ୍ର ଗ୍ରହଣ କଲା କଂଗ୍ରେସ ସ୍କ୍ରିନିଂ କମିଟି: ଜିଲାର ୫ ଆସନରୁ ୨୦ ଆଶାୟୀ

ଅନୁଗୋଳ ଅଫିସ/ବଅଁରପାଳ, ୧।୩- ଅନୁଗୋଳ ଜିଲାରେ ଥିବା ୫ଟି ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦ ଆଶାୟୀଙ୍କ ଆବେଦନପତ୍ର ଗ୍ରହଣ କରିଛି ସର୍ବଭାରତୀୟ କଂଗ୍ରେସ କମିଟିର ଏକ ସ୍କ୍ରିନିଂ କମିଟି। 

ଶିକ୍ଷା ଦ୍ୱାରା ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିହେବ

ବଇଣ୍ଡା,୨୮।୨(ଡି.ଏନ.ଏ.)- ଏବେ ପ୍ରତ୍ୟେକ କ୍ଷେତ୍ରରେ ଶିକ୍ଷା ଅତନ୍ତ୍ୟ ଜରୁରୀ ହୋଇପଡ଼ିଛି।  ଯେଉଁ ଦେଶରେ ଶିକ୍ଷାର ପ୍ରସାର କମ ରହିଛି। ସେହି ଦେଶରେ ବିକାଶ କମ ହୋଇଥାଏ। ଏଣୁ ଛାତ୍ରୀଛାତ୍ରମାନେ କଠିନ ପରିଶ୍ରମ କରି  ଅଧିକ ଶିକ୍ଷା ଅର୍ଜନ କରିଲେ ସେମାନଙ୍କର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିବେ ବୋଲି ଗୁରୁବାର ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ସରସ୍ବତୀ ଶିଶୁ ମନ୍ଦିରର ଏକାଦଶ ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ଯୋଗଦେଇ  ମତବ୍ୟକ୍ତ କରିଛନ୍ତି। 

ମୂଳସ୍ତରରୁ ସଙ୍ଗଠନକୁ ମଜଭୁତ କରିବାକୁ ଆହ୍ବାନ

ମୂଳସ୍ତରରୁ ସଙ୍ଗଠନକୁ ମଜଭୁତ କରିବାକୁ ଆହ୍ବାନ

ଛେଣ୍ଡିପଦା,୨୮ା୨(ସ୍ବ.ପ୍ର)-ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ଭାଜପା ପକ୍ଷରୁ ଛେଣ୍ଡିପଦାଠାରେ ମୋ ବୁଥ୍‌ ସବୁଠୁ ମଜବୁଥର ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ମାର୍ଚ୍ଚ ୨ରେ ଭାଜପା ପକ୍ଷରୁ ଅନୁଷ୍ଠିତ ହେଉଥିବା ବିଜୟ ସଂକଳ୍ପ ରାଲିରେ କର୍ମକର୍ତାମାନେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। 

ଜିଲାସ୍ତରୀୟ ବିଜ୍ଞାନ ଦିବସ

ଜିଲାସ୍ତରୀୟ ବିଜ୍ଞାନ ଦିବସ

କାମାକ୍ଷାନଗର, ୨୮।୨(ଡି.ଏନ.ଏ.)-  କାମାକ୍ଷାନଗର ବ୍ଲକ କାନପୁରା ପଞ୍ଚାୟତରାଜ ଉଚ୍ଚବିଦ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନରେ ଜିଲାସ୍ତରୀୟ  ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଛି। 

ରାଷ୍ଟ୍ରୀୟ ଅନୁସୂଚିତ ଜାତି କମିଶନର ସଦସ୍ୟଙ୍କ ଅନୁଗୋଳ ଗସ୍ତ

ରାଷ୍ଟ୍ରୀୟ ଅନୁସୂଚିତ ଜାତି କମିଶନର ସଦସ୍ୟଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ ଅଫିସ,୨୮।୨- ରାଷ୍ଟ୍ରୀୟ ଅନୁସୂଚିତ ଜାତି କମିଶନର ସଦସ୍ୟ ଡା. ଯୋଗେନ୍ଦ୍ର ପାଶବାନ  ଗୁରୁବାର ଅନୁଗୋଳ  ଜିଲା ଗସ୍ତ କରିଛନ୍ତି। 

ଛାତ୍ରଙ୍କ ହାତରେ ଶାବଳ,କୋଡି

ଛାତ୍ରଙ୍କ ହାତରେ ଶାବଳ,କୋଡି

ବନ୍ତଳା, ୨୮।୨ (ଡି.ଏନ.ଏ)- ଅନୁଗୋଳ ବ୍ଲକ ବନ୍ତଳା ଥାନା ମାଟିଆସାହି ପଞ୍ଚାୟତ ପୁରୁଣାଗଡ଼ ମଦନମୋହନ ପାଟଣା ପ୍ରକଳ୍ପ ବିଦ୍ୟାଳୟରେ କୁନିକୁନି ପିଲାଙ୍କୁ ଲଗାଇ ଶାବଳରେ କମ୍ପୋଷ୍ଟ ଗାତ ଖୋଳାଯାଇଥିବା ଗ୍ରାମବାସୀ ମଙ୍ଗଳବାର ବ୍ଲକ ଶିକ୍ଷା ଅଧିକାରୀ(ବିଇଓ)ଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ମୃତ ଘୋଷିତ ସ୍ବାମୀ ଫେରିଲେ: ସିନ୍ଦୂର ପିନ୍ଧିଲେ ବିଧବା ସ୍ତ୍ରୀ

ମୃତ ଘୋଷିତ ସ୍ବାମୀ ଫେରିଲେ: ସିନ୍ଦୂର ପିନ୍ଧିଲେ ବିଧବା ସ୍ତ୍ରୀ

ପରଜଙ୍ଗ, ୨୮।୨(ଡି.ଏନ.ଏ.)- ପୋଲିସ ଜାରି କରିଥିଲା ମୃତ୍ୟୁ ଆଡଭାଇଜରି। ମୃତଦେହ ଚିହ୍ନଟ କରିଥିଲେ ପରିବାର। ସରିଥିଲା ଶୁଦ୍ଧିକ୍ରିୟା। ବିଧବା ସାଜିଥିଲେ ସ୍ତ୍ରୀ। ହେଲେ ୨ମାସ ପରେ ମୃତ ଘୋଷିତ ବ୍ୟକ୍ତି ଫେରି ଆସିଛନ୍ତି ଘରକୁ। 

ଅନୁଗୋଳ ବିଧାୟକଙ୍କ ବିରୋଧରେ ସହରରେ ଲିଫ୍‌ଲେଟ୍‌ ବଣ୍ଟନ: ୧୫ ପ୍ରଶ୍ନରେ ମଗାଯାଇଛି ହିସାବ

ଅନୁଗୋଳ ବିଧାୟକଙ୍କ ବିରୋଧରେ ସହରରେ ଲିଫ୍‌ଲେଟ୍‌ ବଣ୍ଟନ: ୧୫ ପ୍ରଶ୍ନରେ ମଗାଯାଇଛି ହିସାବ

ଅନୁଗୋଳ ଅଫିସ, ୨୮।୨- ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କ ବିରୋଧରେ ବୁଧବାର ସକାଳେ ସହରରେ ଲିଫ୍‌ଲେଟ୍‌ ବଣ୍ଟନ କରାଯିବା ଚର୍ଚ୍ଚାର ବିଷୟ ହୋଇଛି। ତିନିଥରର ବିଧାୟକ ରଜନୀକାନ୍ତଙ୍କୁ ଏହି ଲିଫ୍‌ଲେଟ୍‌ ଜରିଆରେ ତାଙ୍କ ରାଜନୀତି ଓ କରିଥିବା ବିକାଶ କାର୍ଯ୍ୟର ହିସାବ ମଗାଯାଇଛି।

ଫକୀରମୋହନ ଭାଷା ବୃତ୍ତି ପାଇବେ ୧୧ ଛାତ୍ରୀଛାତ୍ର

ଫକୀରମୋହନ ଭାଷା ବୃତ୍ତି ପାଇବେ ୧୧ ଛାତ୍ରୀଛାତ୍ର

ବଇଣ୍ଡା, ୨୭ା୨(ଡି.ଏନ.ଏ.)- କିଶୋରନଗର ଡିଗ୍ରୀ ମହାବିଦ୍ୟାଳୟର ୧୧ ଜଣ ଛାତ୍ରୀଛାତ୍ରଙ୍କୁ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଫକୀରମୋହନ ଭାଷା ବୃତ୍ତି ସମ୍ମାନ ପାଇଁ ମନୋନୀତ କରାଯାଇଛି। 

ଛେଣ୍ଡିପଦା ପଞ୍ଚାୟତ ସମିତି ବୈଠକ: ପାନୀୟ ଜଳ ଉପରେ ଧ୍ୟାନ ଦେବାକୁ ପରାମର୍ଶ

ଛେଣ୍ଡିପଦା ପଞ୍ଚାୟତ ସମିତି ବୈଠକ: ପାନୀୟ ଜଳ ଉପରେ ଧ୍ୟାନ ଦେବାକୁ ପରାମର୍ଶ

ଛେଣ୍ଡିପଦା,୨୭।୨(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ୬ତମ ପଞ୍ଚାୟତ ସମିତି ବୈଠକ ବୁଧବାର  ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠି ଉନ୍ନୟନ ଅଧିକାରୀ ରୋମାଞ୍ଚଳ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ବୈଠକରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି।