ଅନଗୁଳ-ଢେଙ୍କାନାଳ

ଖଣି ଅଧିକାରୀଙ୍କୁ ଆକ୍ରମଣ, ୨ ଗିରଫ

ତାଳଚେର,୧୩ା୩(ନି.ପ୍ର.)- ହିଙ୍ଗୁଳା ଖଣିର ୨ ପ୍ରକଳ୍ପ ଅଧିକାରୀ ଓ ଭୂଅର୍ଜନ ଅଧିକାରୀ ମଙ୍ଗଳବାର କ୍ଷତିଗ୍ରସ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି। ଖଣି କର୍ତ୍ତୃପକ୍ଷଙ୍କ ଅଭିଯୋଗକୁ ଭିତ୍ତିକରି କଲିୟାରୀ ପୋଲିସ ନମ୍ବର ୭୯/୧୮ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତ କବି ସେଠୀ ଓ ତାଙ୍କ ପୁଅ ଡାକ୍ତର ସେଠୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

ଅବକାରୀ ଚଢାଉ, ୭ ଗିରଫ

ବଇଣ୍ଡା,୧୩।୩(ଡି.ଏନ.ଏ.)- ଆଠମଲ୍ଲିକ ଅବକାରୀ ବିଭାଗ ମଙ୍ଗଳବାର ହଣ୍ଡପା ଓ ଠାକୁରଗଡ଼ ଥାନାର ବିଭିନ୍ନ ଗ୍ରାମରେ ଚଢାଉ କରି ୫୧ ଲିଟର ଦେଶୀ ମଦ ଜବତ କରିବା ସହ ୭ ଜଣଙ୍କୁ ଗିରଫ କରିଛି।

୨୬ ବଖରା ଜଳିଗଲା

୨୬ ବଖରା ଜଳିଗଲା

ବଇଣ୍ଡା,୧୩।୩(ଡି.ଏନ.ଏ.)- କିଶୋରନଗର ବ୍ଲକ କଟରଙ୍ଗା ପଞ୍ଚାୟତ କୃଷ୍ଣପୁର ଗ୍ରାମରେ ମଙ୍ଗଳବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟି ୯ଟି ପରିବାରର ୨୬ ବଖରା ଜଳିଯାଇଛି।

୩ ଦିନ ହେଲା ଜଳୁଛି ୪ ଜଙ୍ଗଲ: ୧୫ ବନ କର୍ମଚାରୀ ନାକେଦମ

୩ ଦିନ ହେଲା ଜଳୁଛି ୪ ଜଙ୍ଗଲ: ୧୫ ବନ କର୍ମଚାରୀ ନାକେଦମ

ବଇଣ୍ଡା,୧୩ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ହଣ୍ଡପା ରେଞ୍ଜରେ ଥିବା ଟକବା, ଉଡଲ, ଧୁଣ୍ଡି ଓ ଗଁା ବଇଣ୍ଡା ଗ୍ରାମ ଜଙ୍ଗଲରେ ୩ ଦିନ ହେବ ନିଅଁା ଲାଗିଛି। ଖବରପାଇ ବନ ବିଭାଗ କର୍ମଚାରୀମାନେ ଉଦ୍ୟମ ଜାରି ରଖିଥିଲେ ହେଁ ନିଅଁାକୁ ସମ୍ପୂର୍ଣ୍ଣ ଲିଭାଇବାରେ ବିଫଳ ହେଉଛନ୍ତି। ବିଭାଗ ନିକଟରେ ଅଧିକ ସଂଖ୍ୟକ କର୍ମଚାରୀ ନ ଥିବା ଓ ଜଙ୍ଗଲ ନିଅଁା ଅଧିକରୁ ଅଧିକ ମାଡ଼ି ଚାଲିଥିବାରୁ ସ୍ଥାନୀୟ ଗ୍ରାମବାସୀଙ୍କ ଚିନ୍ତା ବଢ଼ିଯାଇଛି।

 ଏମ୍‌ସିଏଲ୍‌ ଉତ୍ତୋଳନ କରିବ ୧୬୨ ମିଲିୟନ ଟନ କୋଇଲା

ଏମ୍‌ସିଏଲ୍‌ ଉତ୍ତୋଳନ କରିବ ୧୬୨ ମିଲିୟନ ଟନ କୋଇଲା

ତାଳଚେର,୧୩ା୩(ନି.ପ୍ର.)- କେନ୍ଦ୍ର ସରକାରଙ୍କ କୋଇଲା ମନ୍ତ୍ରଣାଳୟର ଯୁଗ୍ମ ସଚିବ ରାଜେଶ କୁମାର ସିହ୍ନା ତାଳଚେର ଗସ୍ତରେ ଆସି ଫେରି ଯାଇଛନ୍ତି। ସୋମବାର ଏଠାରେ ପହଞ୍ଚିବା ପରେ ଯୁଗ୍ମ ସଚିବ ତାଳଚେର କୋଲ୍‌ ଫିଲଡସ୍‌ର ବିଭିନ୍ନ ଖଣି ଅଞ୍ଚଳ ପରିଦର୍ଶନ କରିଥିଲେ। ରାତିରେ ଡେରା ସିଏମ୍‌ଡିଙ୍କ ବଙ୍ଗଳାରେ ଏମ୍‌ସିଏଲ୍‌ର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ।

ଜଙ୍ଗଲରେ ନିଆଁ

ଜଙ୍ଗଲରେ ନିଆଁ

ବନ୍ତଳା,୧୩।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବନ୍ତଳା ଥାନା ଧୋକୁଟା ପଞ୍ଚାୟତ ପାଣଗୋବିନ୍ଦପୁର ଗ୍ରାମ ନିକଟରେ ଥିବା ଜଙ୍ଗଲରେ ମଙ୍ଗଳବାର ନିଆଁ ଲାଗିଯାଇଛି। ଖବର ପାଇ ଅନୁଗୋଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଛି। ଗ୍ରାମବାସୀ ପମ୍ପ ପକାଇ ନିଆଁକୁ ଆୟତ୍ତ କରିଛନ୍ତି।

ମଙ୍ଗଳାଯାତ୍ରା ଅନୁଷ୍ଠିତ

ବଅଁରପାଳ,୧୩।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ସଲଗାଡ଼ିଆ ଗ୍ରାମର ପ୍ରତ୍ୟକ୍ଷ ଠାକୁରାଣୀ ମା’ ମଙ୍ଗଳାଙ୍କ ପବିତ୍ର ମଙ୍ଗଳାଯାତ୍ରା ମଙ୍ଗଳବାର ଅନୁଷ୍ଠିତ ହେଉଛି। ଏହି ଉପଲକ୍ଷେ ପୀଠରେ ସକାଳେ ପୂଜାର୍ଚ୍ଚନା କରାଯାଇଥିଲା।

ଆଲୁମିନିୟମ ମଜଦୁର ସଙ୍ଘର ନୂତନ କର୍ମକର୍ତ୍ତା

ଆଲୁମିନିୟମ ମଜଦୁର ସଙ୍ଘର ନୂତନ କର୍ମକର୍ତ୍ତା

ବଅଁରପାଳ,୧୩।୩(ଡି.ଏନ୍‌.ଏ.): ନାଲ୍‌କୋ ସ୍ବୀକୃତିପ୍ରାପ୍ତ ଶ୍ରମିକ ସଙ୍ଗଠନ ଆଲୁମିନିୟମ ମଜଦୁର ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏ ନେଇ ସଙ୍ଗଠନ ପକ୍ଷରୁ ନାମ ଘୋଷଣା କରାଯାଇଛି। ସଭାପତି ଭାବେ ରମେଶ ଚନ୍ଦ୍ର ବେହେରା ଓ ସାଧାରଣ ସମ୍ପାଦକ ଭାବେ ସୁବାସ ସାହୁଙ୍କୁ ନିର୍ବାଚିତ କରାଯାଇଛି।

ଧରିତ୍ରୀ ପ୍ରଭାବ: ସମସ୍ୟା ପରଖିଲେ ବିଡିଓ

ଧରିତ୍ରୀ ପ୍ରଭାବ: ସମସ୍ୟା ପରଖିଲେ ବିଡିଓ

ବନ୍ତଳା,୧୩।୩(ଡି.ଏନ୍‌.ଏ.): ଅନୁଗୋଳ ବ୍ଲକ ନନ୍ଦପୁର ପଞ୍ଚାୟତ ବାଘୁଆପାଟ ଗ୍ରାମରେ ରୋଗୀଙ୍କୁ ଖଟିଆରେ ବୋହି ଚିକିତ୍ସା ପାଇଁ ନେବା ଓ ଅନ୍ୟାନ୍ୟ ସମସ୍ୟା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ଏ ନେଇ ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ବିଡିଓ, ସିଡିପିଓ, ବନ୍ତଳା ସ୍ବାସ୍ଥ୍ୟ ଟିମ୍‌ ପହଞ୍ଚି ମଙ୍ଗଳବାର ତଦନ୍ତ କରିବା ସହିତ ସମସ୍ୟା ବୁଝିଛନ୍ତି।

ଘର ଭିତରୁ ମୃତଦେହ ଉଦ୍ଧାର

ଘର ଭିତରୁ ମୃତଦେହ ଉଦ୍ଧାର

ଅନୁଗୋଳ ଅଫିସ,୧୩।୩: ଅନୁଗୋଳ ଥାନା ପଞ୍ଚମହଲା ଛକ ନିକଟରେ ଥିବା କୋଣାର୍କ ସିମେଣ୍ଟ ଗୋଦାମ ଲେନ୍‌ରେ ରହୁଥିବା ବୃନ୍ଦାବନ ଦାସ(୫୮)ଙ୍କ ମୃତଦେହ ମଙ୍ଗଳବାର ଘର ଭିତରୁ ଉଦ୍ଧାର କରାଯାଇଛି।

ଗୋ ଚାଲାଣ ସନ୍ଦେହରେ ପିକ୍‌ଅପ୍‌ ଭ୍ୟାନ ଅଟକ

ଗୋ ଚାଲାଣ ସନ୍ଦେହରେ ପିକ୍‌ଅପ୍‌ ଭ୍ୟାନ ଅଟକ

ବଅଁରପାଳ,୧୩।୩(ଡି.ଏନ୍‌.ଏ.): ନାଲ୍‌କୋ ଥାନା ଅନ୍ତର୍ଗତ କୁଲାଡ଼ ଛକ ନିକଟରୁ ମଙ୍ଗଳବାର ଏକ ଗୋରୁ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌କୁ ପିପୁଲ ଫର ଆନିମଲର କର୍ମକର୍ତ୍ତାମାନେ ଧରି ଥାନାକୁ ଆଣିଛନ୍ତି।

ମିତାଞ୍ଜଳିଙ୍କୁ ଅଶ୍ରୁଳ ବିଦାୟ

ମିତାଞ୍ଜଳିଙ୍କୁ ଅଶ୍ରୁଳ ବିଦାୟ

ଢେଙ୍କାନାଳ ଅଫିସ, ୧୨।୩-ଢେଙ୍କାନାଳ ଜିଲା ମହିଳା ବିଜେଡି ସଭାନେତ୍ରୀ ତଥା ସଦର ବ୍ଲକ କାଇମାଟି ସରପଞ୍ଚ ମିତାଞ୍ଜଳି ସ୍ବାଇଁ(୪୧) ରବିବାର ରାତି ପ୍ରାୟ ୧୧ଟାରେ ରାଉରକେଲାରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ମଦ ବିରୋଧୀ ସଚେତନତା କାର୍ଯ୍ୟକ୍ରମ ଏବଂ ଆଇନଜୀବୀ ଭାବେ ସେ ବହୁ ଜନହିତକର କାର୍ଯ୍ୟରେ ନିଜକୁ ସାମିଲ କରିପାରିଥିଲେ। ଲୋକପ୍ରିୟ ନେତ୍ରୀଙ୍କ ଏପରି ବିୟୋଗ ଜିଲାବାସୀଙ୍କୁ ସ୍ତବ୍ଧ କରିଦେଇଛି।

ଗଁା ବିକାଶରେ ବାଧା ଅଭିଯୋଗ: ପଞ୍ଚାୟତ ନେତାକୁ ଗ୍ରାମବାସୀଙ୍କ ବିରୋଧ

ବନ୍ତଳା,୧୨।୩(ଡି.ଏନ.ଏ.)- ଅନୁଗୋଳ ଜିଲା ପୁରୁଣାକୋଟ ଥାନା ବଲଙ୍ଗ ପଞ୍ଚାୟତର କେତେଜଣ ନେତା ପମ୍ପାସର ଗଁା ବିକାଶରେ ବାଧା ସୃଷ୍ଟି କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ଆଠମଲ୍ଲିକ ଏନ୍‌ଏସି ସାଧାରଣ ବୈଠକ: ୧ କୋଟି ୧୦ ଲକ୍ଷ ୪୬ ହଜାର  ଟଙ୍କାର ପ୍ରସ୍ତାବ ଗୃହୀତ

ଆଠମଲ୍ଲିକ ଏନ୍‌ଏସି ସାଧାରଣ ବୈଠକ: ୧ କୋଟି ୧୦ ଲକ୍ଷ ୪୬ ହଜାର ଟଙ୍କାର ପ୍ରସ୍ତାବ ଗୃହୀତ

ଆଠମଲ୍ଲିକ, ୧୨ା୩(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସିର ୧୯ ତମ ମାସିକ ସାଧାରଣ ବୈଠକ ସୋମବାର ନଗରପାଳ ସୁଦାମ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆଠମଲ୍ଲିକ ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ୧ କୋଟି ୧୦ ଲକ୍ଷ ୪୬ ହଜାର ଟଙ୍କାର ପ୍ରସ୍ତାବ ଗୃହୀତ ହୋଇଥିବା ସୂଚନା ଦିଆଯାଇଛି। ଦୀଘର୍ର୍ ଦିନର ବ୍ୟବଧାନ ପରେ ତଥା ନଗରପାଳଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଖାରଜ ହେବା ପରେ ଏହି ବୈଠକ ବସିଥିଲା। ଏଥିରେ ଏନ୍‌ଏସିର ୧୧ କାଉନସିଲରଙ୍କ ମଧ୍ୟରୁ ନଗରପାଳଙ୍କ ସମେତ ୧୦ ଜଣ କାଉନସିଲର ଯୋଗଦେଇଥିଲେ।

ଏଟିଏମ୍‌ ଅଚଳ, ଅସନ୍ତୋଷ

ବଇଣ୍ଡା, ୧୨ା୩(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକଠାରେ ଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ୍‌ଗୁଡିକ କିଛି ଦିନ ହେବ ଅଚଳ ହୋଇପଡିଛି।

କ୍ଷତିପୂରଣ ନ ଦେଇ ଘର ଭାଙ୍ଗିଲା ଆଇଓସିଏଲ୍‌

କ୍ଷତିପୂରଣ ନ ଦେଇ ଘର ଭାଙ୍ଗିଲା ଆଇଓସିଏଲ୍‌

ବଇଣ୍ଡା, ୧୨ା୩(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକର ନାକିଚି ପଞ୍ଚାୟତ କୁରୁମଟାପ ଗ୍ରାମର ବୃଷଭ ପ୍ରଧାନଙ୍କ ୩ ବଖରା ଆଜବେଷ୍ଟସ୍‌ ଘରକୁ ଆଇଓସିଏଲ(ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ) ଅଧିକାରୀମାନେ ଜେସିବି ମେଶିନ ଦ୍ୱାରା ଭାଙ୍ଗି ଦେଇଛନ୍ତି।

ପାଣି ସମସ୍ୟାର ସ୍ଥାୟୀ ସମାଧାନ ଦାବିକଲେ ଗ୍ରାମବାସୀ

ପାଣି ସମସ୍ୟାର ସ୍ଥାୟୀ ସମାଧାନ ଦାବିକଲେ ଗ୍ରାମବାସୀ

ଅନୁଗୋଳ ଅଫିସ,୧୨।୩: ଅନୁଗୋଳ ଥାନା କୋଇଓ ହରିଜନ ସାହି ବାସିନ୍ଦାଙ୍କୁ ଏମ୍‌ସିଏଲ୍‌ ପାଇପ ଲାଇନ୍‌ରେ ପାଣି ଯୋଗାଇ ଦେବା ପାଇଁ ଚୁକ୍ତି କରିଥିଲେ ମଧ୍ୟ ଯୋଗାଉ ନାହିଁ। ଏଥିସହ ଅଳ୍ପ ଓ ଅନୁପଯୋଗୀ ପାଣି ଯୋଗାଉଥିବା ନେଇ ଗ୍ରାମବାସୀ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ଦିବ୍ୟାଙ୍ଗଙ୍କୁ ମିଳୁନି ସହାୟତା

ଦିବ୍ୟାଙ୍ଗଙ୍କୁ ମିଳୁନି ସହାୟତା

ଅନୁଗୋଳ ଅଫିସ,୧୨।୩: ଅନୁଗୋଳ ଜିଲା ଆଠମଲ୍ଲିକ ଏନ୍‌ଏସି ୨ନଂ ୱାର୍ଡର ଦିବ୍ୟାଙ୍ଗ ମୋତିଲାଲ ମେହେରଙ୍କୁ କୌଣସି ସରକାରୀ ସହାୟତା ମିଳିନାହିଁ। ଏ ନେଇ ସେ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସାନଭାଇଙ୍କ ପୁଅ ତାଙ୍କ ପାଇଁ ସାହାରା ସାଜିଛନ୍ତି।

ଜନଶୁଣାଣି ଶିବିର ଆୟୋଜିତ

ଜନଶୁଣାଣି ଶିବିର ଆୟୋଜିତ

ବଅଁରପାଳ,୧୨।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ଜିଲାପାଳଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାପାଳ ଅନିଲ କୁମାର ସାମଲ ଉପସ୍ଥିତ ରହି ଅଭିଯୋଗଗୁଡିକର ଶୁଣାଣି କରି ସମାଧାନ କରିଥିଲେ।

ପଟ୍ଟା ନ ମିଳିବା ନେଇ ଅଭିଯୋଗ

ପଟ୍ଟା ନ ମିଳିବା ନେଇ ଅଭିଯୋଗ

ଅନୁଗୋଳ ଅଫିସ,୧୨।୩: ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ଥିବା ଜଗନ୍ନାଥପୁର ପଞ୍ଚାୟତସ୍ଥିତ ଜଙ୍ଗଲ ଗ୍ରାମ ତରଭାର ୬ ଅଧିବାସୀଙ୍କୁ ଜମି ପଟ୍ଟା ନ ମିଳିବା ନେଇ ସୋମବାର ଜିଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି।

୨ଟ୍ରକ ମଧ୍ୟରେ ଧକ୍କା: ଜଣେ ମୃତ

୨ଟ୍ରକ ମଧ୍ୟରେ ଧକ୍କା: ଜଣେ ମୃତ

ବଅଁରପାଳ,୧୨।୩(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥର ଗତମରା ନିକଟ ପେଟ୍ରୋଲ ଟାଙ୍କିଠାରେ ରବିବାର ବିଳମ୍ବିତ ରାତିରେ ୨ଟି ଟ୍ରକ ମଧ୍ୟରେ ଧକ୍କା ହୋଇଛି। ଏଥିରେ ଜଣେ ଚାଳକଙ୍କ ମୃତ୍ୟୁ ହୋଇଥିବାବେଳ ଆଉ ଜଣେ ଆହତ ହୋଇଛନ୍ତି।

ଟ୍ରକ୍‌ ଧକ୍କାରେ ୨ ଗୁରୁତର

ଟ୍ରକ୍‌ ଧକ୍କାରେ ୨ ଗୁରୁତର

ଅନୁଗୋଳ ଅଫିସ,୧୨।୩: ଅନୁଗୋଳ ଜିଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କାରେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଅନୁଗୋଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଶିଳ୍ପାଞ୍ଚଳରେ ସଫଳ ଚାଷୀ ଦମ୍ପତି; ରୋଜଗାର ସହ ବଢ଼ିଛି ସମ୍ମାନ

ଶିଳ୍ପାଞ୍ଚଳରେ ସଫଳ ଚାଷୀ ଦମ୍ପତି; ରୋଜଗାର ସହ ବଢ଼ିଛି ସମ୍ମାନ

ବଅଁରପାଳ,୧୧।୩- ଜିଲା ସାରା ଶିଳ୍ପର ମାହୋଲ। ଗଁା ନିକଟରେ ବି ରହିଛି ଦୁଇ ଦୁଇଟି ବଡ଼ ପ୍ଲାଣ୍ଟ। ହେଲେ ସେଥିରେ ନିଯୁକ୍ତି ବଦଳରେ ସେମାନେ ବାଛିଛନ୍ତି ଚାଷକୁ। କେବଳ ବାଛି ନାହାନ୍ତି ବରଂ ଶିଳ୍ପାଞ୍ଚଳରେ କିପରି ଚାଷରୁ ଲାଭ ପାଇହୁଏ ତାହା କରି ଦେଖାଇଛନ୍ତି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ତୁଳସୀପାଳ ଗ୍ରାମର ଅଜୟ ସାହୁ ଓ ତାଙ୍କ ସ୍ତ୍ରୀ ସୁଭଦ୍ରା। ଦୁହେଁ କରିଛନ୍ତି କୁକୁଡ଼ା ଚାଷ। ବଗିଚାରେ ଶୈବାଳଜାତୀୟ ଗୋଖାଦ୍ୟ ସହ ପନିପରିବା ଲଗାଇ ବେଶ୍‌ ଭଲ ଆୟ କରୁଛନ୍ତି ସେଥିରୁ।

ନିଆଁ କରୁଛି ବାସହରା

ନିଆଁ କରୁଛି ବାସହରା

ଭୁବନ, ୧୧ା୩ - ଏସିଆ ମହାଦେଶର ସର୍ବବୃହତ୍‌ ଗ୍ରାମ ତଥା କଂସାପିତ୍ତଳ ପାଇଁ ପ୍ରସିଦ୍ଧି ଅର୍ଜନ କରିଥିବା ଭୁବନ ଏବେ ଅଗ୍ନିକାଣ୍ଡକୁ ନେଇ ଚର୍ଚ୍ଚାରେ। ଖରାଦିନ ପଶୁପଶୁ ଲୋକଙ୍କୁ ଘାରୁଛି ନିଅଁାଭୟ। ଗ୍ରାମାଞ୍ଚଳରେ ଏପରି ଦୁର୍ବିପାକ ପ୍ରତିବର୍ଷ ଶତାଧିକ ଲୋକଙ୍କୁ ବାସହରା କରାଉଛି। ବିପୁଳ ପରିମାଣରେ ଧନସମ୍ପତ୍ତି କ୍ଷଣିକ ମଧ୍ୟରେ ପାଉଁଶ ହୋଇଯାଉଛି। ଅଧିକାଂଶ ଅଘଟଣ ବିଦ୍ୟୁତ୍‌ ଶର୍ଟସର୍କିଟ୍‌ରୁ ହେଉଛି। ଏଥିରୁ ମୁକ୍ତି ପାଇବା ପାଇଁ ସତର୍କତା ଜରୁରୀ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ କୁହାଯାଇଛି।