ଅନଗୁଳ-ଢେଙ୍କାନାଳ

ମଜୁରି ବଦଳରେ ଗାଳି: ଇଟାଭାଟି ଶ୍ରମିକ ଥାନାର ଦ୍ୱାରସ୍ଥ

ମଜୁରି ବଦଳରେ ଗାଳି: ଇଟାଭାଟି ଶ୍ରମିକ ଥାନାର ଦ୍ୱାରସ୍ଥ

ଛେଣ୍ଡିପଦା,୪।୩(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ଥାନା କଙ୍କୁରପାଳର ଏକ ଇଟାଭାଟିରେ କାର୍ଯ୍ୟ କରୁଥିବା ଛତିଶଗଡ଼ର ୨୦ଜଣ ମହିଳା ପୁରୁଷ ଭାଟି ମାଲିକଙ୍କ ନିର୍ଯାତନାର ଶିକାର ହୋଇଥିବା ରବିବାର ଥାନାରେ ଅଭିଯୋଗ ହୋଇଛି।

ଆଜି ମହାଶିବରାତ୍ରି: ଚଳଚଞ୍ଚଳ ଈଶାନେଶ୍ୱରାୟ ପୀଠ

ଆଜି ମହାଶିବରାତ୍ରି: ଚଳଚଞ୍ଚଳ ଈଶାନେଶ୍ୱରାୟ ପୀଠ

ବଅଁରପାଳ, ୪।୩ (ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ କୁରୁଡୁଲୁ ପଞ୍ଚାୟତ ନୂଆପଡ଼ା ଠାରେ ରହିଛି ପ୍ରଭୁ ଈଶାନେଶ୍ୱରାୟଙ୍କ ପୀଠ। ନିକଟରେ ଏକ ଚିରୋସ୍ରୋତା ନାଳ ପ୍ରବାହିତ ହେଉଥିବାରୁ ଏଠାକାର ପରିବେଶ ବେଶ୍‌ ମନମୁଗ୍ଧକର।

ରାଜ୍ୟସ୍ତରୀୟ ଗଣ୍ଡ ମହାସଭା

କାମାକ୍ଷାନଗର,୩ା୩(ଡି.ଏନ.ଏ)- ଢେଙ୍କାନାଳ ଜିଲା କଙ୍କଡାହାଡ ବ୍ଲକ କଣ୍ଟାପାଳ ପଞ୍ଚାୟତ ଓଡ଼ଶ ଗ୍ରାମରେ ୨ ଦିନିଆ ରାଜ୍ୟସ୍ତରୀୟ ଗଣ୍ଡ ମହାସଭା ଅନୁଷ୍ଠିତ ହୋଇଯାଇଛି। ଶନିବାର ପ୍ରଥମ ଦିବସରେ କଳସଯାତ୍ରା  ଓ ଜଙ୍ଘା ବଡଦେଓଙ୍କ ପୂଜାର୍ଚ୍ଚନା ସହ ସମ୍ପ୍ରଦାୟର ସୁରକ୍ଷା ସମ୍ପର୍କରେ ଆଲୋଚନା କରାଯାଇଥିଲା ା 

ଆର୍ଥିକ ପରିଚାଳନା ତାଲିମ ଉଦ୍‌ଯାପିତ

ଆର୍ଥିକ ପରିଚାଳନା ତାଲିମ ଉଦ୍‌ଯାପିତ

ଢେଙ୍କାନାଳ ଅଫିସ,୩ା୩- ଢେଙ୍କାନାଳ ସହର ଦକ୍ଷିଣକାଳୀଠାରେ ଥିବା ଗ୍ରାମ୍ୟ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନରେ ମାସେ ଧରି ଚାଲିଥିବା କମ୍ପ୍ୟୁଟର ଭିତ୍ତିକ ଆର୍ଥିକ ପରିଚାଳନା ତାଲିମ କାର୍ଯ୍ୟକ୍ରମ ରବିବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଦିବସରେ ଲିଡ୍‌ ବ୍ୟାଙ୍କ ପରିଚାଳକ ମହେଶ୍ୱର ସାହୁ, ଅବସରପ୍ରାପ୍ତ ୟୁକୋ ବ୍ୟାଙ୍କ ମ୍ୟାନେଜର ଆଲୋକ ମହାନ୍ତି, କମ୍ପ୍ୟୁଟର ଶିକ୍ଷକ ପ୍ରଭାତ ଦେହୁରୀ ଓ ପ୍ରତିଷ୍ଠାନର ନିର୍ଦ୍ଦେଶକ ଦାୟିତ୍ୱରେ ଥିବା ହୃଦାନନ୍ଦ ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ। 

ସୁରକ୍ଷିତ ନାହିଁ ଜଙ୍ଗଲ, ନିଆଁ ଦ୍ୱାରା ବନ୍ୟପ୍ରାଣୀ ବଂଶ ଲୋପ ପାଇବ

ସୁରକ୍ଷିତ ନାହିଁ ଜଙ୍ଗଲ, ନିଆଁ ଦ୍ୱାରା ବନ୍ୟପ୍ରାଣୀ ବଂଶ ଲୋପ ପାଇବ

ବଇଣ୍ଡା,୩।୩(ଡି.ଏନ.ଏ.)- ଅନେକ ଜଙ୍ଗଲ ବର୍ତ୍ତମାନ ସୁରକ୍ଷିତ ନାହିଁ। ପ୍ରତ୍ୟେକ ବର୍ଷ ନିଆଁ ଲଗାଇବା ଯୋଗୁ ସେଗୁଡ଼ିକ ଧୀରେ ଧୀରେ ଲୋପ ପାଇଯାଉଛି। ଜନ ସାଧାରଣଙ୍କୁ ଯେତେ ସଚେତନ କରାଇଲେ ମଧ୍ୟ ସେଥିପ୍ରତି କାହାରି  ନଜର ପଡ଼ୁନାହିଁ। ନିଜର ସ୍ବାର୍ଥ ପାଇଁ ଜଙ୍ଗଲରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ଜଙ୍ଗଲରେ ଥିବା ବନ୍ୟଜନ୍ତୁ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଏପରି କି ବନ୍ୟଜନ୍ତୁମାନେ ମୃତ୍ୟୁବରଣ କରୁଥିବାବେଳେ କେତେକ ବନ୍ୟଜନ୍ତୁ ଗ୍ରାମାଭିମୁଖୀ ହେଉଛନ୍ତି।

ଟ୍ରକ ମାଲିକ ସଙ୍ଘର ନିର୍ବାଚନ

ଟ୍ରକ ମାଲିକ ସଙ୍ଘର ନିର୍ବାଚନ

ବଅଁରପାଳ,୩।୩(ଡି.ଏନ.ଏ.)-  ଅନୁଗୋଳ ଜିଲା ଟ୍ରକ ମାଲିକ ସଙ୍ଘର ନୂତନ କର୍ମକର୍ତ୍ତା ଚୟନ ପାଇଁ ନିର୍ବାଚନ ଆରମ୍ଭ ହୋଇଛି। ରବିବାର ସକାଳ ୮ ଟାରୁ ୫ଟି ବୁଥ୍‌ରେ ଭୋଟରମାନେ ଲମ୍ବା ଲାଇନରେ ଛିଡା ହୋଇ ଭୋଟ ଦେଇଛନ୍ତି। 

‘ଗଛ ଲଗାଅ, ଜୀବନ ବଞ୍ଚାଅ’ ଅଭିଯାନରେ ଧନେଶ୍ୱର:ଗୋଟିଏ ଗଛ ଲଗାନ୍ତୁ ଗୋଟିଏ ପରିବାର

‘ଗଛ ଲଗାଅ, ଜୀବନ ବଞ୍ଚାଅ’ ଅଭିଯାନରେ ଧନେଶ୍ୱର:ଗୋଟିଏ ଗଛ ଲଗାନ୍ତୁ ଗୋଟିଏ ପରିବାର

ବଇଣ୍ଡା,୩।୩(ଡି.ଏନ.ଏ.)ଦିନକୁ ଦିନ ଗଛ ସଂଖ୍ୟା ହ୍ରାସ ଯୋଗୁ ଆଗାମୀ ଦିନରେ ବିପର୍ଯ୍ୟସ୍ତ ହେବାକୁ ଥିବା ଜୀବଜଗତକୁ ବଞ୍ଚାଇବାକୁ ଆମକୁ ବହୁଳ ମାତ୍ରାରେ ବୃକ୍ଷରୋପଣ କରିବାକୁ ପଡିବ। ଏହା ହିଁ ଭବିଷ୍ୟତ ପିଢିର ସୁସ୍ଥ ଜୀବନର ଏକମାତ୍ର ମାର୍ଗ। ମଣିଷ ସହ ଅନ୍ୟ ଜୀବଜନ୍ତୁ ସମାଜରେ ତିଷ୍ଠିବା ଏବଂ ପରିବେଶରେ ସନ୍ତୁଳନ ବଜାୟ ରଖିବା ଏବେ ପ୍ରତ୍ୟେକ ମଣିଷର ଗୁରୁଦାୟିତ୍ୱ। ଏହାକୁ ଦୃଷ୍ଟିରେ ରଖି ପ୍ରତି ପରିବାର ଅତିକମ୍‌ରେ ଗୋଟିଏ ଗଛ ଲଗାଇବା ଜରୁରୀ ହୋଇପଡିଛି ବୋଲି ‘ଗଛ ଲଗାଅ, ଜୀବନ ବଞ୍ଚାଅ ଅଭିଯାନରେ ବରଗଡ ଜିଲାରୁ ବାହାରି ଶୁକ୍ରବାର ଅନୁଗୋଳ ଜିଲା ବଇଣ୍ଡାଠାରେ ପହଞ୍ଚିଥିବା ଧନେଶ୍ୱର ସାହୁ କହିଛନ୍ତି। 

ଦିନକ ପରେ ଜାଗରଯାତ୍ରା,  ଚଳଚଞ୍ଚଳ କପିଳାସ

ଦିନକ ପରେ ଜାଗରଯାତ୍ରା, ଚଳଚଞ୍ଚଳ କପିଳାସ

ଢେଙ୍କାନାଳ ଅଫିସ, ୩।୩ ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପ୍ରସିଦ୍ଧ ଜାଗରଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ସୋମବାର କପିଳାସ। ସମସ୍ତ ଦେବନୀତି ଶୃଙ୍ଖଳିତ କରିବାକୁ ପ୍ରଶାସନ, ପୋଲିସ ଓ ଦେବୋତ୍ତର ବିଭାଗ ପକ୍ଷରୁ ଜୋର୍‌ସୋର୍‌ରେ ପ୍ରସ୍ତୁତି ଚାଲିଛି। ଅନ୍ୟପଟେ ପୀଠ ପାଦଦେଶରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ନିର୍ମିତ କଂକ୍ରିଟ ଟାଙ୍କିରେ ପିଇବା ପାଣି ରହୁନାହିଁ,  ଯାହା ପ୍ରଶାସନର ଚିନ୍ତା ବଢ଼ାଇଛି। 

ନୂଆ ଏକ୍ସୟୁଭି ୩୦୦ ବଜାର ପ୍ରବେଶ

ନୂଆ ଏକ୍ସୟୁଭି ୩୦୦ ବଜାର ପ୍ରବେଶ

ଅନୁଗୋଳ ଅଫିସ, ୩।୩ ଅନୁଗୋଳ ସିଦ୍ଧି ଲକ୍ଷ୍ମୀ ଶୋ’ରୁମ୍‌ଠାରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ନୂଆ ଏକ୍ସୟୁଭି ୩୦୦ ମଡେଲର ବଜାର ପ୍ରବେଶ କରାଯାଇଛି। ଏହାର ପେଟ୍ରୋଲ ଡବ୍ଲ୍ୟୁ ୪ ଭାରିଆଣ୍ଟର ଏକ୍ସ ଶୋ’ରୁମ୍‌ ବଜାର ମୂଲ୍ୟ ୭.୯୦ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ସେହିଭଳି ଡିଜେଲ ଡବ୍ଲ୍ୟୁ ୪ ଭାରିଆଣ୍ଟର ମୂଲ୍ୟ ୮.୪୯ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଥିବା କମ୍ପାନୀ ପ୍ରକାଶ କରିଛି। ଏଥିରେ ଦମ୍‌ଦାର ଡିଜାଇନ, ସୁରକ୍ଷା ବୈଶିଷ୍ଟ୍ୟ ଓ ଆକର୍ଷଣୀୟ ଇଣ୍ଟେରିୟରର ଏକ ବିସ୍ତୃତ ପ୍ୟାକେଜ ରହିଛି। ଡବ୍ଲ୍ୟୁ ୪, ଡବ୍ଲ୍ୟୁ ୬ ଓ ଡବ୍ଲ୍ୟୁ ୮୩ଟି ଭାରିଆଣ୍ଟରେ ଏହା ଆସୁଛି। 

ନିୟମ ମାନୁନି ପୂର୍ତ୍ତ ବିଭାଗ:ଗଛରେ କଣ୍ଟା ପିଟି ଲଗାଉଛି ରେଡିୟମ

ନିୟମ ମାନୁନି ପୂର୍ତ୍ତ ବିଭାଗ:ଗଛରେ କଣ୍ଟା ପିଟି ଲଗାଉଛି ରେଡିୟମ

କଣିହାଁ, ୩ା୩ (ଡି.ଏନ.ଏ.)ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ରାସ୍ତାପାର୍ଶ୍ୱରେ ରେଡିୟମ ପ୍ଲେଟ ଲଗାଯିବାର ବ୍ୟବସ୍ଥା ରହିଛି। ହେଲେ ଏହି ସୁରକ୍ଷା ନାଁରେ ଅନୁଗୋଳ ଜିଲା କଣିହାଁ ପୂର୍ତ୍ତ ବିଭାଗ ପରିବେଶ ରକ୍ଷା ପ୍ରତି ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି। ବିଭାଗ ପକ୍ଷରୁ ବେଆଇନ ଭାବେ ରାସ୍ତାପାର୍ଶ୍ୱ ଗଛରେ କଣ୍ଟା ପିଟାଯାଇ ରେଡିୟମ ପ୍ଲେଟ ଲଗାଯାଇଥିବା ନେଇ ପରିବେଶବିତ୍‌ଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। 

ବାଜି ରାଉତ ସ୍ମୃତି କଲେଜ ବାର୍ଷିକ ଉତ୍ସବ  ଗୁରୁ-ଶିଷ୍ୟ ମଧ୍ୟରେ ସୁସମ୍ପର୍କ ରଖିବାକୁ ଆହ୍ବାନ

ବାଜି ରାଉତ ସ୍ମୃତି କଲେଜ ବାର୍ଷିକ ଉତ୍ସବ ଗୁରୁ-ଶିଷ୍ୟ ମଧ୍ୟରେ ସୁସମ୍ପର୍କ ରଖିବାକୁ ଆହ୍ବାନ

ଭୁବନ, ୨।୩(ଡି.ଏନ୍‌.ଏ.)-ଶିକ୍ଷକ ହେଉଛନ୍ତି ଛାତ୍ରୀଛାତ୍ରଙ୍କ ମାର୍ଗଦର୍ଶକ। ସେମାନଙ୍କ ମାର୍ଗଦର୍ଶନରେ ଉଜ୍ଜ୍ୱଳ ଭବିଷ୍ୟତ ଆଡ଼କୁ ପାଦ ବଢ଼ାଇଥାନ୍ତି ଶିକ୍ଷାର୍ଥୀ। ସେହିପରି ପିଲାମାନେ ହେଉଛନ୍ତି ଆଗାମୀ ଭବିଷ୍ୟତ। ଗୁରୁ-ଶିଷ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ରହିଲେ ଶିକ୍ଷାଦାନର ସୁଫଳ ମିଳିବ ବୋଲି କହିଛନ୍ତି ଭୁବନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ।

ବିଦ୍ୟୁତ୍‌  ଖୁଣ୍ଟକୁ ଧକ୍କା ଦେଲା କାର  ୧୨ ଘଣ୍ଟା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ

ବିଦ୍ୟୁତ୍‌ ଖୁଣ୍ଟକୁ ଧକ୍କା ଦେଲା କାର ୧୨ ଘଣ୍ଟା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ

ପରଜଙ୍ଗ, ୨।୩(ଡି.ଏନ.ଏ.)-ପରଜଙ୍ଗ ବ୍ଲକ କାର୍ଯ୍ୟାଳୟରୁ ବଜାରକୁ ସଂଯୋଗ କରୁଥିବା ରାସ୍ତାପାର୍ଶ୍ୱରେ ଥିବା ୧୧ କେଭି ତାର ଟଣାଯାଇଥିବା ବିଦ୍ୟୁତ୍‌ ଖୁଣ୍ଟ କାର୍‌ (ଓଡି ୦୨ କେ ୨୫୭୪) ଧକ୍କାରେ ଭାଙ୍ଗିଯାଇଛି। 

ନାଲ୍‌କୋ ଟ୍ରେନ ଲାଇନଚ୍ୟୁତ

ନାଲ୍‌କୋ ଟ୍ରେନ ଲାଇନଚ୍ୟୁତ

ବଅଁରପାଳ,୨।୩(ଡି.ଏନ.ଏ.)- ନାଲକୋ ରେଳ ଧାରଣାର ବଅଁରପାଳ ହାଟ ନିକଟରେ ନାଲକୋର ଏକ ଟ୍ରେନ ଶନିବାର ଲାଇନଚ୍ୟୁତ ହୋଇଛି। 

ଛେଣ୍ଡିପଦାରୁ କୋଇଲା ଚୋରା ଚାଲାଣ ବେଳେ ଚଢ଼ାଉ: ୩ ମିନିଟ୍ରକ୍‌ ଜବତ

ଛେଣ୍ଡିପଦାରୁ କୋଇଲା ଚୋରା ଚାଲାଣ ବେଳେ ଚଢ଼ାଉ: ୩ ମିନିଟ୍ରକ୍‌ ଜବତ

ଛେଣ୍ଡିପଦା,୨।୩(ଡି.ଏନ୍‌.ଏ./ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ଅଞ୍ଚଳରୁ ଶୁକ୍ରବାର ରାତିରେ ୩ଟି ଚୋରା କୋଇଲା ବୋଝେଇ ମିନିଟ୍ରକ୍‌ ଜବତ କରିଛି। ଏଥିସହ ଗାଡ଼ିର ୩ଜଣ ଚାଳକଙ୍କୁ ଅଟକ ରଖାଯାଇଛି। ଜବତ କୋଇଲାର ଆନୁମାନିକ ମୂଲ୍ୟ ୪ ଲକ୍ଷରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡ଼ିଛି। ଏ ନେଇ ଛେଣ୍ଡିପଦା ଥାନାରେ ଏକ ମାମଲା ରୁଜୁ ହେବା ସହ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ତାଳଚେରରେ ହାତୀ ଆତଙ୍କ: ୧ ମୃତ

ତାଳଚେରରେ ହାତୀ ଆତଙ୍କ: ୧ ମୃତ

ତାଳଚେର,୨।୩(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ସହର ମଧ୍ୟରେ ଶନିବାର ହାତୀ ଆତଙ୍କ ଦେଖିବାକୁ ମିଳିଛି। ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଛି। 

ବିଲରେ  ଅସୁସ୍ଥ ଦନ୍ତା ହାତୀର ଚିକିତ୍ସାଧୀନ ଅବସ୍ଥାରେ  ମୃତ୍ୟୁ

ବିଲରେ ଅସୁସ୍ଥ ଦନ୍ତା ହାତୀର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପରଜଙ୍ଗ,୨।୩(ଡି.ଏନ୍‌.ଏ): ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜର ଫରେଷ୍ଟ ସେକ୍ସନ ଅଧୀନ ଝିଲ୍ଲୀ-ତୁରୁଡ଼ାନାଳୀ ଗ୍ରାମ  ମଧ୍ୟ ଭାଗର  ଏକ ବିଲରେ  ଅସୁସ୍ଥ ହୋଇ ପଡିରହିଥିବା ଦନ୍ତା ହାତୀର ଗୁରୁବାରଠାରୁ ଚିକିତ୍ସା  କରାଯାଉଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ଭୋର ସମୟରେ ହାତୀର ମୃତ୍ୟୁ ହୋଇଥିବା ରେଞ୍ଜର ସୂଚନା ଦେଇଛନ୍ତି। 

କାମରେ ଆସୁନି ପାନୀୟ ଜଳ ପ୍ରକଳ୍ପ:ପାଣି ନ ମିଳିଲେ ଭୋଟ ବର୍ଜନ

କାମରେ ଆସୁନି ପାନୀୟ ଜଳ ପ୍ରକଳ୍ପ:ପାଣି ନ ମିଳିଲେ ଭୋଟ ବର୍ଜନ

କାମାକ୍ଷାନଗର, ୨।୩(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଜଗନ୍ନାଥପୁର ଗ୍ରାମବାସୀଙ୍କ ଲାଗି ଶୁଦ୍ଧ ପାନୀୟ ଜଳ ସ୍ବପ୍ନ ପାଲଟିଛି। ୬୬ ଲକ୍ଷ ଟଙ୍କାରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଉ ନ ଥିବାରୁ  ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଛନ୍ତି ଲୋକେ। 

ଭାଜପା ନେତୃତ୍ୱ ଉପରେ ଖପ୍ପା ନିରାକାର:କହିଲେ ଦଳ ଛାଡ଼ିବାର କାରଣ

ଭାଜପା ନେତୃତ୍ୱ ଉପରେ ଖପ୍ପା ନିରାକାର:କହିଲେ ଦଳ ଛାଡ଼ିବାର କାରଣ

ପରଜଙ୍ଗ, ୨।୩(ଡି.ଏନ.ଏ.)ସରକାରଙ୍କ ଜନହିତକର ଯୋଜନା ଗରିବ ଲୋକଙ୍କ ପାଖରେ ପହଞ୍ଚାଇବାରେ ଭାଜପା ନେତୃବୃନ୍ଦ ସହଯୋଗ କଲେନାହିଁ। ଏଥିରେ ଖପ୍ପା ହୋଇ ଦଳ ଛାଡ଼ି କଂଗ୍ରେସରେ ଯୋଗଦେଇଥିବା କହିଛନ୍ତି ପୂର୍ବତନ ଜିଲା ପରିଷଦ ସଭ୍ୟ ନିରାକାର ପ୍ରଧାନ। ଶୁକ୍ରବାର ପରଜଙ୍ଗସ୍ଥିତ ନିଜସ୍ବ ବାସଭବନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ସେ ଭାଜପା ପ୍ରତି ମନରେ ଥିବା କ୍ଷୋଭବ୍ୟକ୍ତ କରିଥିଲେ।

ଘରୋଇ କମ୍ପାନୀ ହାତରେ ପରିମଳ ବ୍ୟବସ୍ଥା

ଘରୋଇ କମ୍ପାନୀ ହାତରେ ପରିମଳ ବ୍ୟବସ୍ଥା

କାମାକ୍ଷାନଗର, ୨।୩(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗରରେ ପରିମଳ ବ୍ୟବସ୍ଥା ବିଗିଡ଼ି ଯାଇଛି। ଘରୋଇ ସଂସ୍ଥା ହାତକୁ ସଫେଇ ଦାୟିତ୍ୱ ଟେକିଦେଇ ଏନ୍‌ଏସି କର୍ତ୍ତୃପକ୍ଷ ନିଶ୍ଚିନ୍ତରେ ହୋଇଯାଇଥିବାବେଳେ ସହରବାସୀ ମଶା, ଡାଅଁାଶ, ପୋକ ସାଲୁବାଲୁ ନର୍ଦ୍ଦମା ପାଣିରେ ଘାଣ୍ଟି ହେଉଛନ୍ତି। ସାରା ସହର  ଆବର୍ଜନାମୟ ହୋଇପଡ଼ିଥିବାବେଳେ ଏହାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।

ପଥର ମାଫିଆଙ୍କ ଆତଙ୍କରାଜ

ଢେଙ୍କାନାଳ ଅଫିସ,୨।୩ଢେଙ୍କାନାଳ ଜିଲାରେ ପଥର ମାଫିଆଙ୍କ ଆତଙ୍କରାଜ ଥମିବାର ନଁା ଧରୁନି। ଚଢ଼ାଉ ବେଳେ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ ହେଉ କି ଜବତ ଗାଡ଼ିକୁ ଜୋରଜବରଦସ୍ତ ଛଡ଼ାଇନେବା ଭଳି ଘଟଣା ଘଟାଇ ସେମାନେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ଗୁରୁବାର ବିଳମ୍ବିତ ରାତିରେ ଏହାର ପୁନରାବୃତ୍ତି ହୋଇଛି। ଗଁଦିଆ ତହସିଲ କାର୍ଯ୍ୟାଳୟ ପରିସରରେ ଜବତ କରି ରଖାଯାଇଥିବା ୨ ପଥର ବୋଝେଇ ଟ୍ରକ୍‌କୁ ଅଫିସ ଗେଟ୍‌ ଭାଙ୍ଗି ମାଫିଆମାନେ ନେଇଯାଇଛନ୍ତି। ଶୁକ୍ରବାର ଘଟଣା ଜଣାପଡ଼ିବା ପରେ ଥାନାକୁ ଅବଗତ କରାଯାଇଥିଲା। ହେଲେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା ଜଣାପଡ଼ିଛି।

ଖରାପ ୧୦୮କୁ ନେଇ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଖରାପ ୧୦୮କୁ ନେଇ ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ଅନୁଗୋଳ ଅଫିସ, ୨।୩ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା ସ୍ଲୋଗାନ ଦେଉଥିବା ରାଜ୍ୟ ସରକାର ସମସ୍ତ ଅସୁସ୍ଥଙ୍କ ଉତ୍ତମ ଚିକିତ୍ସା ପାଇଁ ବହୁଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏପରି କି ବିନାଦେୟରେ ଜରୁରିକାଳୀନ ଦିବାରାତ୍ର ରାଷ୍ଟ୍ରୀୟ ଆମ୍ବୁଲାନ୍ସ ସେବା ୧୦୮ ଓ ୧୦୨କୁ ମଧ୍ୟ ଏଠାରେ ଲାଗୁ କରିଛନ୍ତି। 

ସ୍ମେଲଟର ପ୍ଲାଣ୍ଟ ସମ୍ମୁଖରେ ନେସ୍‌ର ପ୍ରତିବାଦ ସଭା

ସ୍ମେଲଟର ପ୍ଲାଣ୍ଟ ସମ୍ମୁଖରେ ନେସ୍‌ର ପ୍ରତିବାଦ ସଭା

ବଅଁରପାଳ, ୨।୩ (ଡି.ଏନ୍‌.ଏ.)ନାଲ୍‌କୋ ଏମ୍ପ୍ଲୋଇଜ ସଂଘ(ନେସ୍‌) ପକ୍ଷରୁ ଷଷ୍ଠ ବେତନ ଚୁକ୍ତିନାମା ସମ୍ବନ୍ଧରେ ଏକ ପ୍ରତିବାଦ ସଭା ଶୁକ୍ରବାର ସ୍ମେଲଟର ପ୍ଲାଣ୍ଟ ଫାଟକ ସମ୍ମୁଖରେ ଅନୁଷ୍ଠିତ ହୋଇଥିଲା। 

୭ ଶ୍ରେଣୀକୁ ୨ ଗୃହ

୭ ଶ୍ରେଣୀକୁ ୨ ଗୃହ

ବଇଣ୍ଡା,୨।୩(ଡି.ଏନ.ଏ.)ଆବଶ୍ୟକ ଶ୍ରେଣୀଗୃହ ନ ଥିବା ଯୋଗୁ ବିଦ୍ୟାଳୟ ବାରଣ୍ଡାରେ ଚାଲିଛି ପାଠପଢା। ଦିନେ କି ଦୁଇ ଦିନ ନୁହେଁ, ଦୀର୍ଘ ବର୍ଷ ଧରି ଏଭଳି ସମସ୍ୟା ଲାଗି ରହିଛି। ଏ ନେଇ ବହୁବାର ଅଭିଯୋଗ କରାଗଲେ ମଧ୍ୟ ଶିକ୍ଷା ବିଭାଗ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ଏପରି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତ ବଡ଼ବର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି। ବୁଧବାର ନୂତନ ଶ୍ରେଣୀଗୃହ ନିର୍ମାଣ କରିବା ପାଇଁ ବଡ଼ବର ଗ୍ରାମବାସୀ ଅନୁଗୋଳ ଜିଲାପାଳଙ୍କୁ ଏକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି।

୪ ଜଳସେଚନ ପଏଣ୍ଟ ଅଚଳ

୪ ଜଳସେଚନ ପଏଣ୍ଟ ଅଚଳ

ବଅଁରପାଳ, ୨।୩ (ଡି.ଏନ୍‌.ଏ)ଚାଷୀଙ୍କ ଉନ୍ନତି ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଉଥିବା ଡିଣ୍ଡିମ ପିଟୁଥିବାବେଳେ ବାସ୍ତବରେ ଏହାର ଚିତ୍ର ଯେ ଭିନ୍ନ ତାହା ଅନୁଗୋଳ ଜିଲା ବଅଁରପାଳ ବ୍ଲକରେ ଦେଖିବାକୁ ମିଳିଛି। ପ୍ରାୟ ଶହେ ହେକ୍ଟର ଜମିରେ ଜଳସେଚନ ପାଇଁ ଲିଙ୍ଗରା ନାଳରେ ସ୍ଥାପନ ହୋଇଥିବା ୪ଟି ଉଠା ଜଳସେଚନ ପଏଣ୍ଟ ଦୀର୍ଘ ଦିନ ହେଲା ଅଚଳ ହୋଇପଡିଥିଲେ ହେଁ ବିଭାଗ ପକ୍ଷରୁ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନ ଥିବା ଚାଷୀ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି।