ଅନଗୁଳ-ଢେଙ୍କାନାଳ

ହାଟତୋଟାରେ ଆତଙ୍କରାଜ: ମାରଣାସ୍ତ୍ର ଧରି ପିଟିଲେ, ଗାଡ଼ି ଭାଙ୍ଗିଲେ

ହାଟତୋଟାରେ ଆତଙ୍କରାଜ: ମାରଣାସ୍ତ୍ର ଧରି ପିଟିଲେ, ଗାଡ଼ି ଭାଙ୍ଗିଲେ

ତାଳଚେର,୧୦ା୧(ନି.ପ୍ର.) ତାଳଚେର ମୁଖ୍ୟ ମାର୍କେଟ ହାଟତୋଟା ଅଞ୍ଚଳରେ ବୁଧବାର ସନ୍ଧ୍ୟାରେ ୮/୧୦ ଜଣ ଯୁବକ ମାରଣାସ୍ତ୍ର ଧରି ଆତଙ୍କ ସୃଷ୍ଟି କରିଛନ୍ତି। ଦୁର୍ବୃତ୍ତମାନେ ୪/୫ଟି ବାଇକ୍‌ରେ ଆସି ମାର୍କେଟ ଭିତରେ ପଶି ଲୁହାରଡ ଆଦିରେ ଲୋକଙ୍କୁ ପିଟିବା ସହ ଗାଡି ଭଙ୍ଗାରୁଜା କରିଥିବା ଦେଖାଯାଇଥିଲା। 

ଜାତୀୟ ଟ୍ରେଡ୍‌ ୟୁନିୟନଙ୍କ ମିଳିତ ଧର୍ମଘଟ: ଦ୍ୱିତୀୟ ଦିନରେ ବି ଜୋର୍‌ଦାର ପ୍ରଭାବ

ଜାତୀୟ ଟ୍ରେଡ୍‌ ୟୁନିୟନଙ୍କ ମିଳିତ ଧର୍ମଘଟ: ଦ୍ୱିତୀୟ ଦିନରେ ବି ଜୋର୍‌ଦାର ପ୍ରଭାବ

ଅନୁଗୋଳ ଅଫିସ, ୧୦।୧: କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଦିଆଯାଇଥିବା ଭାରତ ବନ୍ଦ ଡାକରାର ପ୍ରଭାବ ଦ୍ୱିତୀୟ ଦିନ ବୁଧବାର ମଧ୍ୟ ଅନୁଗୋଳରେ ଦେଖିବାକୁ ମିଳିଛି। ଏହି ଧର୍ମଘଟ କାରଣରୁ ସହରରେ ଥିବା ବିଭିନ୍ନ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ବ୍ୟାଙ୍କ, ଡାକଘର ଆଦି ବନ୍ଦ ରହିଥିଲା। ଶ୍ରମିକ ସଙ୍ଗଠନ ଗୁଡ଼ିକର କର୍ମକର୍ତ୍ତାମାନେ ଶୋଭାଯାତ୍ରା କରି ବିଭିନ୍ନ କାର୍ଯ୍ୟାଳୟ ବନ୍ଦ କରାଉଥିବା ପରିଲକ୍ଷିତ ହୋଇଥିଲା। 

ସରାଙ୍ଗ-ଭାଲୁମୁଣ୍ଡା ରାସ୍ତା ନିର୍ମାଣରେ ଅନିୟମିତତା: ସ୍ବୀକାର କଲେ ଯନ୍ତ୍ରୀ

ସରାଙ୍ଗ-ଭାଲୁମୁଣ୍ଡା ରାସ୍ତା ନିର୍ମାଣରେ ଅନିୟମିତତା: ସ୍ବୀକାର କଲେ ଯନ୍ତ୍ରୀ

ପରଜଙ୍ଗ, ୧୦।୧(ଡି.ଏନ୍‌.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗ-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ନିର୍ମାଣରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହେଉଛି। ନିୟମ ଅନୁଯାୟୀ କାମ ହେଉଥିବାରୁ ରାସ୍ତାର ସ୍ଥାୟିତ୍ୱ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। 

ଟ୍ରେଡ୍‌ ୟୁନିୟନ୍‌ ଧର୍ମଘଟ ଡାକରାର ଦ୍ୱିତୀୟ ଦିନ, ଛେଣ୍ଡିପଦାରେ ଆଂଶିକ ପ୍ରଭାବ

ଟ୍ରେଡ୍‌ ୟୁନିୟନ୍‌ ଧର୍ମଘଟ ଡାକରାର ଦ୍ୱିତୀୟ ଦିନ, ଛେଣ୍ଡିପଦାରେ ଆଂଶିକ ପ୍ରଭାବ

ଛେଣ୍ଡିପଦା,୯।୧(ସ୍ବ.ପ୍ର.): ଟ୍ରେଡ ୟୁନିୟନ ପକ୍ଷରୁ ଦିଆଯାଇଥିବା ଧର୍ମଘଟ ଡାକରାର ବୁଧବାର ହେଉଛି ଦ୍ୱିତୀୟ ଦିନ। ଏହି ଅବସରରେ ଛେଣ୍ଡିପଦାରେ ଆଂଶିକ ପ୍ରଭାବ ଦେଖିବାକୁ ମିଳିଛି। ଏସ୍‌ୟୁସିଆଇ ଆଞ୍ଚଳିକ କମିଟି ପକ୍ଷରୁ ଛେଣ୍ଡିପଦା ବଜାରରେ ୧୨ ଦଫା ଦାବି ନେଇ ପିକେଟିଂ କରାଯାଇଛି।

ଉଦ୍‌ଘାଟନ ହେଲା ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର: ଉଲ୍ଲେଖନୀୟ କାର୍ଯ୍ୟ କଲେ ମିଳିବ ପୁରସ୍କାର

ଉଦ୍‌ଘାଟନ ହେଲା ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର: ଉଲ୍ଲେଖନୀୟ କାର୍ଯ୍ୟ କଲେ ମିଳିବ ପୁରସ୍କାର

ଅନୁଗୋଳ ଅଫିସ, ୯।୧-ଅନୁଗୋଳ ଟ୍ରାଫିକ ବ୍ୟବସ୍ଥା ସୁଧାରିବା ପାଇଁ ବୁଧବାରଠାରୁ ଆରମ୍ଭ ହେବ ଷ୍ଟୁଡେଣ୍ଟ ଟ୍ରାଫିକ ଭଲ୍ୟୁଣ୍ଟର। ମଙ୍ଗଳବାର ଜିଲା ହୋମଗାର୍ଡ ମୁଖ୍ୟାଳୟ ଠାରେ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ନରସିଂହ ଭୋଳ ଏହାକୁ ଉଦ୍‌ଘାଟନ କରିଛନ୍ତି।

ଶିଳ୍ପୋଦ୍ୟୋଗୀଙ୍କ ଜେଏସ୍‌ପିଏଲ୍‌ ପ୍ଲାଣ୍ଟ ପରିଦର୍ଶନ

ଶିଳ୍ପୋଦ୍ୟୋଗୀଙ୍କ ଜେଏସ୍‌ପିଏଲ୍‌ ପ୍ଲାଣ୍ଟ ପରିଦର୍ଶନ

ଅନୁଗୋଳ ଅଫିସ, ୯।୧-ଅନୁଗୋଳରେ ଥିବା ଜେଏସ୍‌ପିଏଲ୍‌ ଇସ୍ପାତ କରାଖାନାକୁ ମଙ୍ଗଳବାର ଶିଳ୍ପୋଦ୍ୟୋଗୀଙ୍କ ଏକ ପ୍ରତିନିଧି ଦଳ ପରିଦର୍ଶନ କରିଛନ୍ତି। 

ନାଲ୍‌କୋର ୩୯ତମ ପ୍ରତିଷ୍ଠା ଦିବସ: ବିଜୁ ବାବୁଙ୍କ ସ୍ବପ୍ନ ସଫଳ ହୋଇଛି

ନାଲ୍‌କୋର ୩୯ତମ ପ୍ରତିଷ୍ଠା ଦିବସ: ବିଜୁ ବାବୁଙ୍କ ସ୍ବପ୍ନ ସଫଳ ହୋଇଛି

ବଅଁରପାଳ,୯।୧ (ଡି.ଏନ୍‌.ଏ.)-ଅନୁଗୋଳ ଜିଲାରେ ଥିବା ରାଷ୍ଟ୍ରାୟତ୍ତ କମ୍ପାନୀ ନାଲ୍‌କୋର ୩୯ ତମ ପ୍ରତିଷ୍ଠା ଦିବସ ସୋମବାର ମିନାବଜାର ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। 

ସାପ୍ତାହିକ ହାଟ ଶୁଭାରମ୍ଭ

ସାପ୍ତାହିକ ହାଟ ଶୁଭାରମ୍ଭ

ଢେଙ୍କାନାଳ ଅଫିସ, ୯।୧-ଢେଙ୍କାନାଳ ମହିଷାପାଟସ୍ଥିତ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ନିକଟ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ମଙ୍ଗଳବାର ପୂର୍ବାହ୍ନ ସାଢ଼େ ୯ଟାରେ ଶୁଭାରମ୍ଭ ହୋଇଛି ନୂତନ ସାପ୍ତାହିକ ହାଟ। ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏହାକୁ ଜିଲାବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଥିଲେ।  ଢେଙ୍କାନାଳ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଏହି ହାଟ ନିର୍ମାଣ କରାଯାଇଛି। ପ୍ରତି ମଙ୍ଗଳବାର ହାଟ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି।

ବିଜ୍ଞପ୍ତି ଜାରି କଲେ ସରକାର: ବ୍ୟାଘ୍ର ପ୍ରକଳ୍ପରୁ ୧୦୪ ଗାଁ ବାଦ୍‌

ବିଜ୍ଞପ୍ତି ଜାରି କଲେ ସରକାର: ବ୍ୟାଘ୍ର ପ୍ରକଳ୍ପରୁ ୧୦୪ ଗାଁ ବାଦ୍‌

ବନ୍ତଳା, ୯।୧-ସାତକୋଶିଆ ଅଭୟାରଣ୍ୟ ଘୋଷଣା ପରଠାରୁ ୧୯୭୨ରୁ ଏକପ୍ରକାର ପରାଧୀନ ଜୀବନ ବିତାଉଥିବା ଜଙ୍ଗଲ ସଂଲଗ୍ନ ଅନୁଗୋଳ, କଟକ, ବୌଦ୍ଧ ଓ ନୟାଗଡ଼ ଜିଲାର ୧୦୪ ଗ୍ରାମବାସୀ ବନ ବିଭାଗ କଟକଣାରୁ ଏବେ ମୁକ୍ତ ହୋଇଛନ୍ତି। ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ଉକ୍ତ ୧୦୪ ଗାଁକୁ ବାଦ୍‌ ଦିଆଯାଇଥିବା ନେଇ ରାଜ୍ୟ ସରକାର ଗତ ଡିସେମ୍ବର ୧୪କରେ ବିଜ୍ଞପ୍ତି ପ୍ରକାଶ କରିଥିବା ଜଣାପଡ଼ିବା ପରେ ସମ୍ପକ୍ତ ଗ୍ରାମବାସୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି।

କାଳିଆ ଯୋଜନା ପାଇଁ ଗଡ଼ିଲା ସଚେତନତା ରଥ

କାଳିଆ ଯୋଜନା ପାଇଁ ଗଡ଼ିଲା ସଚେତନତା ରଥ

ପାଲଲହଡ଼ା,୮।୧(ଡି.ଏନ.ଏ.)-ପାଲଲହଡ଼ା ବ୍ଲକରେ ଜନସାଧାରଣଙ୍କୁ ସଚେତନ  କରିବା ପାଇଁ ମଙ୍ଗଳବାର ଶୁଭାରମ୍ଭ ହୋଇଛି କାଳିଆ ଯୋଜନାର ସଚେତନତା ରଥ। ମୁଖ୍ୟଅତିଥି ଭାବେ ପାଲଲହଡ଼ା ଉପଜିଲାପାଳ ଅଜିତ କୁମାର ପ୍ରଧାନ ଯୋଗଦେଇ ପତାକା ଦେଖାଇ ଏହାକୁ  ଶୁଭାରମ୍ଭ କରିଥିଲେ I 

ରାସ୍ତା ତଳକୁ ଖସିଲା ଅଟୋ: ୩ ଆହତ

ରାସ୍ତା ତଳକୁ ଖସିଲା ଅଟୋ: ୩ ଆହତ

ମାଧପୁର,୮।୧- ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କୁନ୍ଦନାଳୀ ଗ୍ରାମ ସ୍କୁଲ ନିକଟରେ ମଙ୍ଗଳବାର ଏକ ଅଟୋ (ନଂ.ଓଡି୧୯ଏଚ୍‌୨୩୯୪) ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଛି। 

ଭୂଗର୍ଭ ଖୋଲା ଖଣି ଯୋଗୁ ବିପଦରେ ତାଳଚେରବାସୀ: ମୁଖ୍ୟ ଶାସନ ସବିଚଙ୍କ ନିକଟରେ ଅଭିଯୋଗ

ତାଳଚେର,୮ା୧(ନି.ପ୍ର.)- ତାଳଚେର ପୌରାଞ୍ଚଳ ଭୂଗର୍ଭ କୋଇଲାଖଣି କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ତାଳଚେରବାସୀଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ସୋମବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ନିକଟରେ ଅଭିଯୋଗ କରାଯିବା ସହ ଦାବିପତ୍ର ପ୍ରଦାନ କରାଯାଇଛି।

ଜିଲା ଯୋଜନା କମିଟି ଅଧ୍ୟକ୍ଷଙ୍କୁ ସ୍ମାରକପତ୍ର

ତାଳଚେର,୮ା୧(ନି.ପ୍ର.)- ତାଳଚେରର ହାଣ୍ଡିଧୂଆ-ଶର୍ମାଛକ ମଧ୍ୟରେ ପ୍ରସ୍ତାବିତ ଓଭରବ୍ରିଜ୍‌ ନିର୍ମାଣକୁ ବିରୋଧ କରି ବଣିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ଜିଲା ଯୋଜନା କମିଟି ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁଙ୍କୁ ସାକ୍ଷାତ କରିବା ସହ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ। ଉକ୍ତ ବ୍ରିଜ୍‌ ନିର୍ମାଣ ହେଲେ ଲୋକେ କି ପ୍ରକାର ଅସୁବିଧା ଭୋଗିବେ ସେ ବିଷୟରେ ପ୍ରତିନିଧି ଦଳର ସଦସ୍ୟମାନେ ବିସ୍ତୃତ ଭାବେ ଅବଗତ କରିଥିଲେ। 

ବାଇକକୁ ଧକ୍କା ଦେଲା ଟ୍ରକ:୨ ମୃତ

ବାଇକକୁ ଧକ୍କା ଦେଲା ଟ୍ରକ:୨ ମୃତ

ବଇଣ୍ଡା,୮।୧(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ଥାନା ବାମୁର ବିଦ୍ୟୁତ୍‌ ସବଷ୍ଟେଶନ ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ବାଇକକୁ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ବାଇକ ଚାଳକ ବନ୍ତଳା ଥାନା ବଡକେରା ନିକଟସ୍ଥ ତୁମୁଣୀ ଗ୍ରାମର ଚନ୍ଦ୍ରକାନ୍ତ ରାଉଳ ଓ ବାଇକ ପଛରେ ବସିଥିବା ଜରପଡ଼ା ଥାନା ଓଗୀ ଗ୍ରାମର ମାନସ ରଞ୍ଜନ ପ୍ରଧାନଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ  ଘଟଣାସ୍ଥଳରୁ ଟ୍ରକଟି ଫେରାର ହୋଇଯାଇଛି। 

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ମିଳିତ କ୍ରିୟାନୁଷ୍ଠାନ କମିଟି

ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ମିଳିତ କ୍ରିୟାନୁଷ୍ଠାନ କମିଟି

ଢେଙ୍କାନାଳ ଅଫିସ,୮।୧-  କେନ୍ଦ୍ର ସରକାରଙ୍କ ଜନ ବିରୋଧୀ  ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ   ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦେଶବ୍ୟାପୀ ୨ଦିନିଆ ବନ୍ଦ ଡାକରା ଦିଆଯାଇଛି। 

ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ଶ୍ୱାସରୁଦ୍ଧ ହୋଇ ୨ ଶ୍ରମିକଙ୍କ ମୃତ୍ୟୁ

ତାଳଚେର, ୮।୧(ନି.ପ୍ର.):  ଅନୁଗୋଳ ଜିଲା କଣିହାଁ ବ୍ଲକ ଗଦାଶିିଳା ଗ୍ରାମର ହେମନ୍ତ ପ୍ରଧାନଙ୍କ ଘରକୁ ଟାଇଲ କାମ କରିବା ପାଇଁ ଆସିଥିବା ୨ ଜଣ ମିସ୍ତ୍ରିଙ୍କ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି।

୨ ଟ୍ୟାଙ୍କର ମୁହାଁମୁହିଁ: ୨ ଜୀବନ ଗଲା

୨ ଟ୍ୟାଙ୍କର ମୁହାଁମୁହିଁ: ୨ ଜୀବନ ଗଲା

ଢେଙ୍କାନାଳ ଅଫିସ, ୮।୧: ଢେଙ୍କାନାଳ ଜିଲା ବଳଦିଆବନ୍ଧ ୫୫ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ୨ଟି ଟ୍ୟାଙ୍କର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ଦ୍ୱୟଙ୍କ ପରିଚୟ ମିଳିପାରି ନାହିଁ। 

ଅନୁଗୋଳରେ ଧର୍ମଘଟ: ଜାତୀୟ ରାଜପଥ ଅବରୋଧ

ଅନୁଗୋଳରେ ଧର୍ମଘଟ: ଜାତୀୟ ରାଜପଥ ଅବରୋଧ

ଅନୁଗୋଳ ଅଫିସ, ୮।୧: ୧୧ ଦଫା ଦାବିନେଇ ବିଭିନ୍ନ ଟ୍ରେଡ୍‌ ୟୁନିୟନ ସଂଗଠନ ଦେଶବ୍ୟାପୀ ୨ ଦିନିଆ ବଡ ଡାକରା ଦେଇଛନ୍ତି। ଏହାର ପ୍ରଭାବ  ଅନୁଗୋଳ ଜିଲାରେ ଦେଖିବାକୁ ମିଳିଛି। 

ଦୁଇଦିନିଆ ବନ୍ଦ ଡାକରା:  କୋଇଲା ଖଣିରୁ ପରିବହନ ଉତ୍ତୋଳନ ବନ୍ଦ

ଦୁଇଦିନିଆ ବନ୍ଦ ଡାକରା: କୋଇଲା ଖଣିରୁ ପରିବହନ ଉତ୍ତୋଳନ ବନ୍ଦ

ତାଳଚେର ,୮।୧(ନି.ପ୍ର.): କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ ନୀତି ଓ ପୁଞ୍ଜିପତି ତୋଷଣ ନୀତି ବିରୋଧରେ ମଙ୍ଗଳବାର ଶ୍ରମିକ ସଂଗଠନ ପକ୍ଷରୁ ଦୁଇଦିନିଆ ବନ୍ଦ ଡାକରା ଦିଆଯାଇଛି। 



ଟ୍ରକ୍‌ ମାଲିକ ମହାସଂଘ କର୍ମକର୍ତ୍ତା ସମ୍ବର୍ଦ୍ଧନା ସମାରୋହ:ସରକାରଙ୍କ ନିକଟରେ ସମସ୍ୟା ଉପସ୍ଥାପନ କରାଯିବ

ଟ୍ରକ୍‌ ମାଲିକ ମହାସଂଘ କର୍ମକର୍ତ୍ତା ସମ୍ବର୍ଦ୍ଧନା ସମାରୋହ:ସରକାରଙ୍କ ନିକଟରେ ସମସ୍ୟା ଉପସ୍ଥାପନ କରାଯିବ

ଅନୁଗୋଳ ଅଫିସ, ୮।୧ଓଡ଼ିଶା ରାଜ୍ୟ ଟ୍ରକ୍‌ ମାଲିକ ମହାସଂଘ କଟକର ୨୦୧୯-୨୧ ବର୍ଷ ପାଇଁ ନୂତନ କର୍ମକର୍ତ୍ତା ନିର୍ବାଚନ ଖୁଣ୍ଟୁଣି ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମହାସଂଘ ସଭାପତି ଭାବେ ଅନୁଗୋଳ  ଜିଲା ଟ୍ରକ୍‌ ମାଲିକ ସଂଘର ବିଭୂତି ପ୍ରସାଦ ଦାସ ନିର୍ବାଚିତ ହୋଇଥିବା ବେଳେ କାର୍ଯ୍ୟକାରୀ ସଭାପତି ଭାବେ ବୀରେନ୍ଦ୍ର କୁମାର ମିଶ୍ର ଓ ମହାସଂଘ କୋଷାଧ୍ୟକ୍ଷ ଭାବେ ଅନାମ ଚରଣ ପ୍ରଧାନ ନିର୍ବାଚିତ ହୋଇଛନ୍ତି।

ଆଇଓସିଏଲ୍‌ ଜିଏମ୍‌ଙ୍କ ମହିମାପୀଠ ପରିଦର୍ଶନ

ଆଇଓସିଏଲ୍‌ ଜିଏମ୍‌ଙ୍କ ମହିମାପୀଠ ପରିଦର୍ଶନ

ଢେଙ୍କାନାଳ ଅଫିସ,୮ା୧ପ୍ରସିଦ୍ଧ ମାଘମେଳା ସମୟରେ ଆଇଓସିଏଲ ପକ୍ଷରୁ ସବୁବର୍ଷ ପରି ଚଳିତ ବର୍ଷ ମଧ୍ୟ ଶ୍ରଦ୍ଧାଳୁଙ୍କ ପାଇଁ ସୁବିଧା କରାଯିବ। ଏ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିର୍ଦ୍ଦେଶରେ ଆଇଓସିଏଲର ଜିଏମ୍‌ ଦେବୀ ପ୍ରସାଦ ଶତପଥୀ ସୋମବାର ମହିମାଗାଦି ଯୋରନ୍ଦା ପରିଦର୍ଶନ କରିିଥିଲେ। ଚଳିତବର୍ଷ ଅଧିକ ଉଚ୍ଚକୋଟୀର ବ୍ୟବସ୍ଥା କରାଯିବା ପାଇଁ ଆଲୋଚନା ହୋଇଥିଲା। 

ନାବାଳିକାଙ୍କୁ ବିକ୍ରି ଘଟଣାର ଗୁମର ଖୋଲୁଛି:ବଡ଼ ଭଉଣୀକୁ ଘରେ ଖଟାଉଥିଲେ ଏସ୍‌ଆଇ

ନାବାଳିକାଙ୍କୁ ବିକ୍ରି ଘଟଣାର ଗୁମର ଖୋଲୁଛି:ବଡ଼ ଭଉଣୀକୁ ଘରେ ଖଟାଉଥିଲେ ଏସ୍‌ଆଇ

ଢେଙ୍କାନାଳ ଅଫିସ, ୮ା୧: ଢେଙ୍କାନାଳ ଜିଲା ଗଁଦିଆ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ସମ୍ପର୍କୀୟମାନେ ଦଲାଲ ଜରିଆରେ ଗୋଆରେ ୫୦ହଜାର ଟଙ୍କାରେ ବିକ୍ରି କରିଦେବା ଘଟଣାର ଧୀରେ ଧୀରେ ଗୁମର ଫିଟୁଛି। 

ସହାୟତାକୁ ଅନାଇଛନ୍ତି ରଜନୀ

ସହାୟତାକୁ ଅନାଇଛନ୍ତି ରଜନୀ

ଛେଣ୍ଡିପଦା, ୮।୧(ସ୍ବ.ପ୍ର.)‘ମଜୁରି ଲାଗିଲେ ଦୁଇ ପ୍ରାଣୀଙ୍କ ପେଟରେ ଦାନା ପଡେ। ଏମିତି ପରିସ୍ଥିତିରେ ୫ ବର୍ଷ ହେଲା ସ୍ତ୍ରୀ ମୋର ରୋଗରେ ଶଢୁଛି। ଔଷଧ ଆଣି କେଉଁଠୁ ଯୋଗାଇବି। ଜନ୍ମିତ ୨ ପୁଅ ପରିବାର ସହ ସେମାନଙ୍କ ରାସ୍ତାରେ। 

ଇଭିଏମ୍‌, ଭିଭିପାଟ ସଚେତନତା ଅଭିଯାନର ଶୁଭାରମ୍ଭ:ଅଭିଯାନ ଦାୟିତ୍ୱରେ ୩୫ ଟିମ୍‌

ଇଭିଏମ୍‌, ଭିଭିପାଟ ସଚେତନତା ଅଭିଯାନର ଶୁଭାରମ୍ଭ:ଅଭିଯାନ ଦାୟିତ୍ୱରେ ୩୫ ଟିମ୍‌

ଅନୁଗୋଳ ଅଫିସ/ ତାଳଚେର/ଆଠମଲ୍ଲିକ/ବଇଣ୍ଡା, ୮।୧:ମତଦାନ ପ୍ରକ୍ରିୟାରେ ସ୍ବଚ୍ଛତା ବଜାୟ ରଖିବା ନିମନ୍ତେ ଭୋଟରମାନଙ୍କୁ ମକ୍‌ ପୋଲ ମାଧ୍ୟମରେ ସଚେତନ କରିବା ଉଦ୍ଦେଶ୍ୟରେ ସୋମବାର ଠାରୁ ଇଭିଏମ୍‌ ଓ ଭିଭିପାଟ ସଚେତନତା ଅଭିଯାନ ଆରମ୍ଭ ହୋଇଛି।