ଅନଗୁଳ-ଢେଙ୍କାନାଳ

ଠାକୁରଗଡ଼ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ

ଠାକୁରଗଡ଼ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ

ବଇଣ୍ଡା,୧।୧୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ଼, ଆମ୍ବଶରମୁଣ୍ଡା, ମଇମୁରା ତଥା ଏହାର ଆଖପାଖ ଅଞ୍ଚଳରେ ଗତ କିଛିଦିନ ହେଲା ଅଘୋଷିତ ବିଦ୍ୟୁତ୍‌ କାଟ ହେଉଛି। ଏଥିଯୋଗୁ ସାଧାରଣ ଉପଭୋକ୍ତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। 

୧୦୦୦ ଟଙ୍କା ଜରିମାନା ଆଦାୟ

୧୦୦୦ ଟଙ୍କା ଜରିମାନା ଆଦାୟ


ବଇଣ୍ଡା,୧।୧୧(ଡି.ଏନ.ଏ.)- ବଇଣ୍ଡା-ଆଠମଲ୍ଲିକ ରାସ୍ତାର ଠାକୁରଗଡ଼ ଥାନା ସାନହୁଲା କ୍ରସର ଛକଠାରେ ପୋଲିସ ପକ୍ଷରୁ ଗୁରୁବାର ଗାଡ଼ି ମୋଟର ଯାଞ୍ଚ କରାଯାଇଛି। 

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଢେଙ୍କାନାଳ ଅଫିସ, ୧।୧୧- ଢେଙ୍କାନାଳ ଜିଲା ଡିଆରଡିଏ ସଭାଗୃହ ପରିସରରେ ଗୁରୁବାର  ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି।  

ରାଲି ମାଧ୍ୟମରେ ସଚେତନତା ବର୍ତ୍ତା

ରାଲି ମାଧ୍ୟମରେ ସଚେତନତା ବର୍ତ୍ତା

ଅନୁଗୋଳ ଅଫିସ, ୧।୧୧- ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଗୁରୁବାର ଜିଲା କାର୍ଯ୍ୟାଳୟଠାରେ ଛାତ୍ରମାନଙ୍କ  ଦ୍ୱାରା ଏକ ସଚେତନତା ରାଲି ଅନୁଷ୍ଠିତ ହୋଇଛି।  

ଜନ ସମ୍ପର୍କ ପଦଯାତ୍ରା

ଜନ ସମ୍ପର୍କ ପଦଯାତ୍ରା

ଢେଙ୍କାନାଳ ଅଫିସ, ୧।୧୧-ଢେଙ୍କାନାଳ ଜିଲା ବିଜେଡି ପକ୍ଷରୁ ଗୁରୁବାର ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦଳୀୟ ନେତୃବୃନ୍ଦ ବାଜିଚୌକସ୍ଥିତ ବାଜି ରାଉତଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସେଠାରୁ ଆରମ୍ଭ ହୋଇଥିଲା ପଦଯାତ୍ରା। ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ, ବିଧାୟକ ସରୋଜ କୁମାର ସାମଲ, ଜିଲା ପର୍ଯ୍ୟବେକ୍ଷକ ରଘୁନାଥ ମହାନ୍ତି, ସହପର୍ଯ୍ୟବେକ୍ଷକ ବିଜୟ ନାୟକ, ରାଜ୍ୟ ସମବାୟ ବ୍ୟାଙ୍କ ସଭାପତି ଅକ୍ଷୟ କୁମାର ମହାନ୍ତି, ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଯୋଗେନ୍ଦ୍ରନାଥ ତ୍ରିପାଠୀ, ସୁଧୀର କୁମାର ସାମଲଙ୍କ ସମେତ ଶତାଧିକ କର୍ମକର୍ତ୍ତା ସହର ପରିକ୍ରମା କରିବା ପରେ ଯାଉଁଳି ପୋଖରୀ ମଠରେ ପହଞ୍ଚତ୍ଥିଲେ। 

ବ୍ୟବସାୟିକ ଶତ୍ରୁତାରୁ ଦୁଇ ଗୋଷ୍ଠୀ ମାର୍‌ପିଟ୍‌ : ଫାଙ୍କା ଗୁଳିଚାଳନା, ଗାଡିରେ ବୋମା ଫୁଟିଲା

ଛେଣ୍ଡିପଦା,୧ା୧୧(ସ୍ବ.ପ୍ର.) : ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାତ୍ରପଡା ଗ୍ରାମରେ ବୁଧବାର ରାତି ପ୍ରାୟ ୯ଟା ବେଳେ ବ୍ୟବସାୟିକ ଶତ୍ରୁତାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମାର୍‌ପିଟ ହୋଇଛି। ଗଣ୍ଡଗୋଳରେ ଫାଙ୍କା ଗୁଳି ଚାଳନା ସହ ଏକ ଗାଡି ଭିତରେ ବୋମା ଫୁଟିଥିବା ଜଣାପଡିଛି। 

ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦ୍‌ଘାଟିତ : ୩୨ ଷ୍ଟଲରେ ହସ୍ତତନ୍ତ ଶାଢ଼ି

ସ୍ବତନ୍ତ୍ର ହସ୍ତତନ୍ତ ମେଳା ଉଦ୍‌ଘାଟିତ : ୩୨ ଷ୍ଟଲରେ ହସ୍ତତନ୍ତ ଶାଢ଼ି

ଅନୁଗୋଳ ଅଫିସ, ୧ା୧୧ : ଅନୁଗୋଳ ଜିଲା ଆଥ୍‌ଲେଟିକ୍‌ ଆସୋସିଏଶନ୍‌ ପଡ଼ିଆ, ଅନୁଗୋଳ ଷ୍ଟାଡ଼ିୟମ ପାର୍ଶ୍ୱଠାରେ ବୟନିକା ଦ୍ୱାରା ସ୍ବତନ୍ତ୍ର ହସ୍ତତନ୍ତ ମେଳା ବୁଧବାର ଉଦ୍‌ଘାଟିତ ହୋଇଯାଇଛି। 

ହାତ ଛାଡ଼ିଦେଲେ ସମ୍ପର୍କୀୟ, ଉଦ୍ଧାର କଲେ ଯୁବ ଗୋଷ୍ଠୀ

ହାତ ଛାଡ଼ିଦେଲେ ସମ୍ପର୍କୀୟ, ଉଦ୍ଧାର କଲେ ଯୁବ ଗୋଷ୍ଠୀ

ଅନୁଗୋଳ ଅଫିସ, ୧ା୧୧ : ଅନୁଗୋଳ ରାଣୀଗୋଡ଼ାରେ ବୁଧବାର ଭସାଣି ଚାଲିଥିବା ବେଳେ ଜଣେ ବୃଦ୍ଧାଙ୍କୁ ରାସ୍ତା ଉପରେ ଛାଡ଼ିଦେଇ କେଉଁଆଡ଼େ ପଳାଇ ଯାଇଥିଲେ ସମ୍ପର୍କୀୟ। ଏହା ଦେଖି ଭସାଣିରେ ସାମିଲ ହୋଇଥିବା ଯୁବକମାନେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। 

ଖୁଣ୍ଟ ବଦଳରେ ଗଛରେ ୧୧ କେଭି ତାର ଭିଡ଼ା ଘଟଣା : ଚେତିଲେ କର୍ତ୍ତୃପକ୍ଷ, ସୁଧାରିଲେ ତ୍ରୁଟି

ଖୁଣ୍ଟ ବଦଳରେ ଗଛରେ ୧୧ କେଭି ତାର ଭିଡ଼ା ଘଟଣା : ଚେତିଲେ କର୍ତ୍ତୃପକ୍ଷ, ସୁଧାରିଲେ ତ୍ରୁଟି

ଅନୁଗୋଳ ଅଫିସ, ୧ା୧୧ : ଅନୁଗୋଳ ସହର ଶିକ୍ଷକପଡ଼ାସ୍ଥିତ ଶ୍ରୀ ଅରବିନ୍ଦ ଆଶ୍ରମ ପାଚେରିକୁ ଲାଗି ରହିଥିବା ବର ଗଛରେ ଶଙ୍ଖ ଲଗାଯାଇ ଟଣାଯାଇଥିଲା ୧୧ କେଭି ବିଦ୍ୟୁତ୍‌ ତାର। 

ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି : ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଆହ୍ବାନ

ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି : ଲୁକ୍କାୟିତ ପ୍ରତିଭାର ବିକାଶ ପାଇଁ ଆହ୍ବାନ

ଅନୁଗୋଳ ଅଫିସ, ୧ା୧୧ : ଜିଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଅନୁଗୋଳ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ୮ ବ୍ଲକରୁ ୧୮୪ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। 

ବସଲାରେ ପଦଯାତ୍ରା, ପ୍ରକଳ୍ପ ଉଦ୍‌ଘାଟିତ

ବସଲାରେ ପଦଯାତ୍ରା, ପ୍ରକଳ୍ପ ଉଦ୍‌ଘାଟିତ

ଅନୁଗୋଳ ଅଫିସ, ୧ା୧୧: ଅନୁଗୋଳ ବ୍ଲକ ବସଲା ପଞ୍ଚାୟତରେ ବୁଧବାର ବସଲାର ସମିତି ସଭ୍ୟା ତଥା ଅନୁଗୋଳ ବ୍ଲକ ଅଧ୍ୟକ୍ଷା ମମତା ପ୍ରଧାନଙ୍କ ନେତୃତ୍ୱରେ ବୁଧବାର ଏକ ଜନ  ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। 

୪ରେ ଲକ୍ଷ୍ମୀପୂଜା ଭସାଣି : ପୂର୍ବାହ୍ନ ୮ଟା ସୁଦ୍ଧା ଆସ୍ଥାନ ଛାଡ଼ିବେ ମା’

୪ରେ ଲକ୍ଷ୍ମୀପୂଜା ଭସାଣି : ପୂର୍ବାହ୍ନ ୮ଟା ସୁଦ୍ଧା ଆସ୍ଥାନ ଛାଡ଼ିବେ ମା’

ଢେଙ୍କାନାଳ ଅଫିସ, ୩୧।୧୦ : ଢେଙ୍କାନାଳର ପ୍ରସିଦ୍ଧ ଲକ୍ଷ୍ମୀପୂଜା  ଭସାଣି ଉତ୍ସବ ନଭେମ୍ବର ୪ରେ ଅନୁଷ୍ଠିତ ହେବ। ଏହାକୁ ଶାନ୍ତିଶୃଙ୍ଖଳାର ସହ ଆୟୋଜନ କରିବା ପାଇଁ ବୁଧବାର ପୂର୍ବାହ୍ନରେ ସଦର ବ୍ଲକ ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। 

ଦୁର୍ଦ୍ଦଶାରୁ ମୁକୁଳିବେ ୩ ସାହିବାସୀ

ଦୁର୍ଦ୍ଦଶାରୁ ମୁକୁଳିବେ ୩ ସାହିବାସୀ

ପରଜଙ୍ଗ, ୧ା୧୧(ଡି.ଏନ୍‌.ଏ.) - ରାସ୍ତା ଦୁର୍ଦ୍ଦଶାରୁ ମୁକୁଳିବେ ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତ ମୋହନପଶି ଗ୍ରାମର କେନ୍ଦୁମୁଣ୍ଡା, ମୁଣ୍ଡାସାହି, ଦଳିତବସ୍ତିର ୧୫ଶହ ବାସିନ୍ଦା। ଏଥିଲାଗି ବିଧିବଦ୍ଧ ପ୍ରକ୍ରିୟା ଆରମ୍ଭ ହୋଇଛି।

ପଲ୍ଲିଶ୍ରୀ ମେଳା ଉଦ୍‌ଯାପନୀ ସମାରୋହ : ‘ମା’ ଠାରୁ କେହି ବଡ଼ ନୁହେଁ’

ପଲ୍ଲିଶ୍ରୀ ମେଳା ଉଦ୍‌ଯାପନୀ ସମାରୋହ : ‘ମା’ ଠାରୁ କେହି ବଡ଼ ନୁହେଁ’

ଢେଙ୍କାନାଳ ଅଫିସ, ୧ା୧୧ : ଲକ୍ଷ୍ମୀପୂଜା ଅବସରରେ ଢେଙ୍କାନାଳ ମହିଷାପାଟ ପଡ଼ିଆରେ ଚାଲିଥିବା ପଲ୍ଲିଶ୍ରୀ ମେଳାର ଉଦ୍‌ଯାପନୀ ସମାରୋହ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ବୁଧବାର ସନ୍ଧ୍ୟାରେ ଶେଷହୋଇଛି।

ବ୍ଲକସ୍ତରୀୟ କଳା ପ୍ରତିଯୋଗିତା: ‘ବିଦ୍ୟାଳୟରେ ସୃଜନଶୀଳତାର ବିକାଶ ହେଉ’

ବ୍ଲକସ୍ତରୀୟ କଳା ପ୍ରତିଯୋଗିତା: ‘ବିଦ୍ୟାଳୟରେ ସୃଜନଶୀଳତାର ବିକାଶ ହେଉ’

ବଇଣ୍ଡା, ୩୧ା୧୦(ଡି.ଏନ.ଏ.)- ଶିକ୍ଷକ ତଥା ଅଭିଭାବକଙ୍କ ଉତ୍ସାହ ଓ ପ୍ରେରଣା ଛାତ୍ରୀଛାତ୍ରଙ୍କ ଭିତରେ ଥିବା ପ୍ରତିଭାକୁ ଜାଗ୍ରତ କରିଥାଏ। 

ଘରୁ ଚୋରି ଅଭିଯୋଗ

ଘରୁ ଚୋରି ଅଭିଯୋଗ

ବଇଣ୍ଡା, ୩୧ା୧୦(ଡି.ଏନ.ଏ.)- ହଣ୍ଡପା ଥାନା ଶିକ୍ଷକପଡା ଗ୍ରାମର ଶରତ ଚନ୍ଦ୍ର ବେହେରାଙ୍କ ଘରୁ ମଙ୍ଗଳବାର ରାତିରେ ଚୋରି ହୋଇଥିବା ବଇଣ୍ଡା ଫାଣ୍ଡିରେ ଅଭିଯୋଗ ହୋଇଛି। 

ଢାବା ମିସ୍ତ୍ରୀଙ୍କୁ ଲୁହା ରଡ୍‌ରେ ପିଟି ହତ୍ୟା: ଅଭିଯୁକ୍ତ ଗିରଫ

ଢାବା ମିସ୍ତ୍ରୀଙ୍କୁ ଲୁହା ରଡ୍‌ରେ ପିଟି ହତ୍ୟା: ଅଭିଯୁକ୍ତ ଗିରଫ

ବଇଣ୍ଡା, ୩୧ା୧୦(ଡି.ଏନ.ଏ.)- ଅନୁଗୋଳ ଜିଲା ହଣ୍ଡପା ଥାନା ଲୁହାମୁଣ୍ଡାଠାରେ ଥିବା ଏକ ଢାବାର ମିସ୍ତ୍ରୀ ନୁନୁକାପଶି ଗ୍ରାମର କୃଷ୍ଣ ଭୋଇ (୭୦)ଙ୍କୁ ମଙ୍ଗଳବାର ସନ୍ଧ୍ୟାରେ ଏକ ଲୁହା ରଡ୍‌ରେ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। 

ଅବକାରୀ ବିଭାଗର ଚଢ଼ାଉ: ଜଣେ ଗିରଫ, ମଦ ଜବତ

ଅବକାରୀ ବିଭାଗର ଚଢ଼ାଉ: ଜଣେ ଗିରଫ, ମଦ ଜବତ

ଅନୁଗୋଳ ଅଫିସ,୩୧।୧୦: ଅନୁଗୋଳ ଜିଲା  ଜରାସିଂହାରୁ ନାଲ୍‌କୋ କେନାଲ ବନ୍ଧକୁ ଦେଶୀ ମଦ ଚାଲାଣ ହେଉଥିବା ସମୟରେ ହେମସୁରପଡାରୁ ଅବକାରୀ ବିଭାଗର ମୋବାଇଲ ସ୍କ୍ବାଡ୍‌ ବୁଧବାର ଚଢାଉକରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। 

ଲିଙ୍ଗରାଜ କୋଇଲା ଖଣି ପରିସରରେ ଅଘଟଣ: ମରାମତି ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା ଶ୍ରମିକ ମୃତ, ଜଣେ ଗୁରୁତର

ଲିଙ୍ଗରାଜ କୋଇଲା ଖଣି ପରିସରରେ ଅଘଟଣ: ମରାମତି ବେଳେ ବିଦ୍ୟୁତ ଆଘାତରେ ଜଣେ ଠିକା ଶ୍ରମିକ ମୃତ, ଜଣେ ଗୁରୁତର

ତାଳଚେର,୩୧।୧୦(ନି.ପ୍ର.): ଅନୁଗୋଳ ଜିଲା ଲିଙ୍ଗରାଜ କୋଇଲା ଖଣି ପରିସରରେ ବୁଧବାର ବିଦ୍ୟୁତ ଆଘାତରେ ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତକ ହେଲେ ଭୁବନ ଦାସ। ଗୁରୁତର କର୍ମଚାରୀ ନରୋତ୍ତମ ନାହକଙ୍କୁ ଉଦ୍ଧାର କରାଯାଇ ସେଣ୍ଟ୍ରାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ

ଛେଣ୍ଡିପଦା ,୩୧।୧୦(ଡି.ଏନ୍‌.ଏ./ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ହାଟପଡିଆଠାରେ ଜିଲା ପ୍ରଶାସନ ଓ ଶ୍ରମ ବିଭାଗ ଆନୁକୂଲ୍ୟରେ ବୁଧବାର ନିର୍ମାଣ ଶ୍ରମିକ ସହାୟତା ପ୍ରଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। 

ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଅନୁଗୋଳ ଅଫିସ,୩୧।୧୦: ରାଜ୍ୟ ସରକାରଙ୍କ  ବିପର୍ଯ୍ୟସ୍ତ ଆଇନ ବ୍ୟବସ୍ଥା ବିରୋଧରେ ଅନୁଗୋଳ ଜିଲା ଆଇନଜୀବୀଙ୍କ ପକ୍ଷରୁ ଅନୁଗୋଳ କୋର୍ଟ ସମ୍ମୁଖରେ ବୁଧବାର  ପ୍ରତିବାଦ ସଭା ଆୟୋଜନ କରାଯାଇଛି।

ସର୍ପ ଦଂଶନରେ ଜୀବନ ଗଲା

ସର୍ପ ଦଂଶନରେ ଜୀବନ ଗଲା

ଅନୁଗୋଳ ଅଫିସ,୩୧।୧୦: ଅନୁଗୋଳ ଜିଲା ପୁରୁଣାକୋର୍ଟ ଥାନା ଅନ୍ତର୍ଗତ କରଡାଗାଡିଆ ଅଞ୍ଚଳରେ ବୁଧବାର ସର୍ପ ଦଂଶନରେ ଜଣଙ୍କ ମୃତ୍ୟୁ ଘଟଛି। ସେ ହେଲେ ପ୍ରସନ୍ନ ନାୟକ(୩୮)। 

ଜାତୀୟ ରାଜପଥରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ତେଲ ନେବା ପାଇଁ ଲୋକଙ୍କ ଭିଡ଼

ଜାତୀୟ ରାଜପଥରେ ଓଲଟିଲା ପେଟ୍ରୋଲ ଟ୍ୟାଙ୍କର, ତେଲ ନେବା ପାଇଁ ଲୋକଙ୍କ ଭିଡ଼

ଛେଣ୍ଡିପଦା,୩୧।୧୦(ସ୍ବ.ପ୍ର.): ଅନୁଗୋଳ ଜିଲା ଜରପଡ଼ା ଥାନା କତଡ଼ା ପଞ୍ଚାୟତ ଅଫିସ ନିକଟରେ ବୁଧବାର ଭାରସ୍ୟାମ ହରାଇ ଏକ ପେଟ୍ରୋଲ ଟ୍ୟାଙ୍କର ରାସ୍ତାକଡ଼କୁ ଓଲଟି ପଡିଛି। ଏଥିରେ କେହି ଆହତ ହୋଇ ନ ଥିବା ବେଳେ ଗାଡ଼ିରୁ ବୋହି ଯାଉଥିବା ପେଟ୍ରୋଲ ନେବା ପାଇଁ ପ୍ରବଳ ଭିଡ଼ ଜମିଥିବା ସୂଚନା ମିଳିଛି।

ଖୁଣ୍ଟ ବଦଳରେ ଗଛରେ ୧୧ କେଭି ତାର ଭିଡ଼ା: ବିଦ୍ୟୁତ୍‌ ବିଭାଗ କାର୍ଯ୍ୟ ନେଇ ଲୋକେ ଭୟଭୀତ

ଖୁଣ୍ଟ ବଦଳରେ ଗଛରେ ୧୧ କେଭି ତାର ଭିଡ଼ା: ବିଦ୍ୟୁତ୍‌ ବିଭାଗ କାର୍ଯ୍ୟ ନେଇ ଲୋକେ ଭୟଭୀତ

ଅନୁଗୋଳ ଅଫିସ, ୩୧ା୧୦- ଖୁଣ୍ଟ ବଦଳରେ ବରଗଛରେ ଶଙ୍ଖ ଲଗାଯାଇ ଟଣାଯାଇଛି ବିଦ୍ୟୁତ୍‌ ତାର। ଏହା ପୁଣି ଏଲ୍‌ଟି ଲାଇନ ନୁହେଁ, ୧୧ କେଭି ପରି ହାଇଭୋଲଟେଜ ବିଦ୍ୟୁତ୍‌ ତାର ଭିଡ଼ାଯାଇଛି। ଅନୁଗୋଳ ବିଦ୍ୟୁତ୍‌ ବିଭାଗ ଜୋନ୍‌ ୨ର ଏପରି କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବିଭାଗୀୟ କର୍ତ୍ତୃପକ୍ଷ ଏପରି ବେଆଇନ ତଥା ବିପଦ ସୃଷ୍ଟି କରୁଥିବା କାର୍ଯ୍ୟ ପାଇଁ କିପରି ଅନୁମତି ଦେଲେ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।