ଅନଗୁଳ-ଢେଙ୍କାନାଳ

ପ୍ରେମିକ ସାଜିଲା ସଇତାନ: ୨ ସାଙ୍ଗଙ୍କ ସହ ମିଶି ପ୍ରେମିକାଙ୍କୁ ଗଣବଳାତ୍କାର

ପ୍ରେମିକ ସାଜିଲା ସଇତାନ: ୨ ସାଙ୍ଗଙ୍କ ସହ ମିଶି ପ୍ରେମିକାଙ୍କୁ ଗଣବଳାତ୍କାର

ପାଲଲହଡ଼ା,୩।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ପାଲଲହଡ଼ା ବ୍ଲକ ଅଞ୍ଚଳରେ ଜଣେ ପ୍ରେମିକ ନିଜ ଦୁଇ ସାଙ୍ଗଙ୍କ ସହ ମିଶି ପ୍ରେମିକାଙ୍କୁ ଗଣ ବଳାତ୍କାର କରିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ପାଲଲହଡ଼ା ପୋଲିସ ଅଭିଯୁକ୍ତ ପ୍ରେମିକ କାଳିଆ ମହାକୁଳକୁ ଅଟକ ରଖିଛି।

ଢେଙ୍କାନାଳରେ ୭ ହାତୀ ମୃତ୍ୟୁ ଘଟଣା: ୩ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଢେଙ୍କାନାଳରେ ୭ ହାତୀ ମୃତ୍ୟୁ ଘଟଣା: ୩ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ

ଢେଙ୍କାନାଳ ଅଫିସ,୩।୧୧: ଢେଙ୍କାନାଳ ସଦର ବନାଞ୍ଚଳ କମଳାଙ୍ଗ ଗ୍ରାମ ନିକଟରେ ୭ ହାତୀଙ୍କ ଗଣମୃତ୍ୟୁ ଘଟଣାରେ ଶନିବାର କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କ୍ରାଇମ୍‌ବ୍ରାଞ୍ଚ ସେସୁର ବହିଷ୍କୃତ କନିଷ୍ଠ ଯନ୍ତ୍ରୀ ସଞ୍ଜୟ ମହାନ୍ତି, ମେରାମଣ୍ଡଳୀ ବିଟ୍‌ ଫରେଷ୍ଟ ଗାର୍ଡ ଗିରିଶ ହେହୁରୀ, ମେରାମଣ୍ଡଳୀ ସେକ୍ସନ ଫରେଷ୍ଟର ପ୍ରଭାକର ରଣାଙ୍କୁ ଗିରଫ କରିଥିବା ସୂଚନା ମିଳିଛି।

ଖର୍ଚ୍ଚ ହେବ ୬.୧୧ କୋଟି

ଖର୍ଚ୍ଚ ହେବ ୬.୧୧ କୋଟି

ଓଡ଼ାପଡ଼ା, ୩ା୧୧(ଡି.ଏନ.ଏ.)ଟାଟାଷ୍ଟିଲ ଗ୍ରୁପ୍‌ ଅଧୀନରେ ଥିବା ଭୂଷଣ ଷ୍ଟିଲ କମ୍ପାନୀ ପକ୍ଷରୁ ୫୫ନଂ. ଜାତୀୟ ରାଜପଥରୁ ସରପା ଗ୍ରାମ ଯାଏ କଂକ୍ରିଟ ରାସ୍ତା ନିର୍ମାଣ କରାଯିବ। ଏଥିଲାଗି ଶୁକ୍ରବାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।

ଧାନ ଖେତରେ ହାତୀପଲ

ଧାନ ଖେତରେ ହାତୀପଲ

ପରଜଙ୍ଗ, ୩।୧୧(ଡି.ଏନ.ଏ.)ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନରେ ହାତୀ ଉପଦ୍ରବ ଚରମସୀମାରେ ପହଞ୍ଚତ୍ଛି। ଦୁଇମାସ ହେଲା ଅଞ୍ଚଳ ଛାଡ଼ି ଯାଉନାହାନ୍ତି ହାତୀପଲ। ସେମାନଙ୍କ ଦୌରାତ୍ମ୍ୟରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡ଼ିଥିବାବେଳେ ପାଚିଲା ଧାନ ଖେତ ଉଜୁଡ଼ିବାରେ ଲାଗିଛି।

ପ୍ରଦୂଷଣ ବଢ଼ାଉଛି ପୌରପାଳିକା

ପ୍ରଦୂଷଣ ବଢ଼ାଉଛି ପୌରପାଳିକା

ଅନୁଗୋଳ ଅଫିସ,୩ା୧୧ସହରୀ ପରିବେଶକୁ ସଫାସୁତରା ତଥା ପ୍ରଦୂଷଣମୁକ୍ତ ରଖିବା ଦାୟିତ୍ୱ ପୌର ପାଳିକାର। ହେଲେ ଅନୁଗୋଳ କଥା ସମ୍ପୂର୍ଣ୍ଣ ଅଲଗା। ଏଠି ବର୍ଷର ଅଧାଦିନ ଅଳିଆକୁ ନେଇ ଅଡ଼ୁଆ ପରିସ୍ଥିତି ଦେଖାଦେଉଛି।

ଅନେକଙ୍କୁ ତିତ୍‌ଲି କରିଛି ବେଘର:କଳିପାରିନି ପ୍ରଶାସନ

ଅନେକଙ୍କୁ ତିତ୍‌ଲି କରିଛି ବେଘର:କଳିପାରିନି ପ୍ରଶାସନ

(ଦିନେଶ ଦେହୁରୀ) ବନ୍ତଳା,୩।୧୧ଅକ୍ଟୋବର ୧୧ ଓ ୧୨ରେ ଆସିଥିବା ସାମୁଦ୍ରିକ ଝଡ଼ ତିତ୍‌ଲି ଅନୁଗୋଳ ଜିଲାରେ ଯେଉଁ କ୍ଷୟକ୍ଷତି ଘଟାଇଥିଲା ତାହାର ଠିକ୍‌ ଆକଳନ କରିପାରିନି ପ୍ରଶାସନ।

ବାଲି ବୋଝେଇ ଟିପ୍ପର ଜବତ:  ୫୦ ହଜାର ଟଙ୍କା ଜରିମାନା ଆଦାୟ

ବାଲି ବୋଝେଇ ଟିପ୍ପର ଜବତ: ୫୦ ହଜାର ଟଙ୍କା ଜରିମାନା ଆଦାୟ

ପରଜଙ୍ଗ, ୨।୧୧(ଡି.ଏନ.ଏ)-ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ଗେଙ୍ଗୁଟିଆ ଆର୍‌ଆଇ ସର୍କଲ ଅଧୀନ ବସୁଲେଇ ଗାଁ ନିକଟ ବ୍ରାହ୍ମଣୀ ନଦୀଘାଟରୁ ବେଆଇନ ବାଲି ଚୋରା ଚାଲାଣ ବେଳେଗୁରୁବାର ଏକ ଟିପ୍ପର (ଓଆର ୦୫ ଏ ସିଇ୮୪୧୧) ଜବତ କରାଯାଇଥିଲା। ଗାଡ଼ି ମାଲିକ ପରମହଂସପୁର ଗ୍ରାମର ପଦ୍ମଲୋଚନ ସାହୁ ୫୦ ହଜାର ଟଙ୍କା ଜରିମାନା ଏବଂ ୨୧୦ ଟଙ୍କା ରୟାଲିଟି ପୈଠ କରି ଶୁକ୍ରବାର ଟିପ୍ପରକୁ ମୁକୁଳାଇଛନ୍ତି।

୯୨୭ ଜଣଙ୍କୁ  ଭତ୍ତା ବଣ୍ଟନ

୯୨୭ ଜଣଙ୍କୁ ଭତ୍ତା ବଣ୍ଟନ

ବଇଣ୍ଡା,୨।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ସଭାଗୃହ ପରିସରରେ ଶୁକ୍ରବାର ବ୍ଲକ ପ୍ରଶାସନ ପକ୍ଷରୁ ମଧୁବାବୁ ପେନ୍‌ସନ ଯୋଜନାରେ ଭତ୍ତା ବଣ୍ଟନ କରାଯାଇଛି। ବ୍ଲକ ଅଧ୍ୟକ୍ଷା ବବିତା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ ଯୋଗଦେଇ ୯୨୭ ଜଣ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରିଥିଲେ। 

ଅବକାରୀ ଚଢାଉ: ୩୮ ଲିଟର ମଦ ଜବତ, ୬ ଗିରଫ

ଅବକାରୀ ଚଢାଉ: ୩୮ ଲିଟର ମଦ ଜବତ, ୬ ଗିରଫ

ବଇଣ୍ଡା,୨।୧୧(ଡି.ଏନ.ଏ.)-ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଶୁକ୍ରବାର ଠାକୁରଗଡ଼ ଥାନା ଅଞ୍ଚଳରେ  ଚଢାଉ କରାଯାଇ ୩୮ ଲିଟର ଦେଶୀ ମଦ ଜବତ କରାଯାଇଛି। ଏଥିସହ ୬ ଜଣଙ୍କୁ ଗିରଫ କରି ଆଠମଲ୍ଲିକ କୋର୍ଟଚାଲାଣ କରାଯାଇଛି। ଟାପଢୋଲ ଗ୍ରାମରେ ଚଢାଉ କରି ଅଲି ବେହେରାଙ୍କ ଘରୁ ୫ ଲିଟର, ଜନନୀ ବେହେରାଙ୍କ ଘରୁ ୬ ଲିଟର, ପାଇକସାହି ଗ୍ରାମର  ବିନି ପ୍ରଧାନଙ୍କ ଘରୁ ୮ ଲିଟର, ଦୁଃଶାସନ ପ୍ରଧାନଙ୍କ ଘରୁ ୧୦ ଲିଟର, ଗୌରୀ ମାଝିଙ୍କ ଘରୁ ୪ ଲିଟର, ଅରଖକୁଦ ଗ୍ରାମର ପ୍ରମୋଦ ନାୟକଙ୍କ ଘରୁ  ୫ ଲିଟର ଦେଶୀ ମଦ ଜବତ କରାଯାଇଛି।

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବଇଣ୍ଡା,୨।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ହଣ୍ଡପା ଥାନା ବଇଣ୍ଡା କଦଳୀମୁଣ୍ଡାସ୍ଥିତ ଏକ ଭଡ଼ା ଘର ଭିତରୁ ଶୁକ୍ରବାର ହଣ୍ଡପା ପୋଲିସ ଇଚ୍ଛାପୁର ଗ୍ରାମର ପ୍ରଦୀପ କୁମାର ସାହୁଙ୍କ ଝିଅ ପଲ୍ଲବୀ ସାହୁ(୧୯)ଙ୍କ ମୃତଦେହ ଉଦ୍ଧାର କରିଛି।

ପରିତ୍ୟକ୍ତ କୁଅରୁ ହାତୀ ଉଦ୍ଧାର

ପରିତ୍ୟକ୍ତ କୁଅରୁ ହାତୀ ଉଦ୍ଧାର

ଢେଙ୍କାନାଳ ଅଫିସ, ୨।୧୧ - ଢେଙ୍କାନାଳ ଜିଲା  ଓଡ଼ାପଡ଼ା ବ୍ଲକ୍‌ ସଦରରେଞ୍ଜ  ମହିଧରପୁର  ମୁଣ୍ଡାଖମଣ ଜଙ୍ଗଲ ଝରଣ ନିକଟରେ ଥିବା ଏକ  ପରିତ୍ୟକ୍ତ କୁଅରେ ଶୁକ୍ରବାର ସକାଳେ ଏକ ହାତୀ ପଡ଼ିଥିବା ଦେଖବାକୁ ମିଳିଥିଲା। ଜଙ୍ଗଲକୁ ଜାଳେଣୀ କାଠ ସଂଗ୍ରହ ପାଇଁ ଯାଇଥିବା ଗ୍ରାମର ମହିଳାମାନେ ହାତୀଟି ପାଣି ଭିତରେ ଛଟପଟ ହୋଉଥିବା ଦେଖି  ଘଟଣା ସମ୍ପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ। 

ବଅଁରପାଳରେ ଭସାଣି ଉତ୍ସବ, ବିଦାୟ ନେଲେ ଧନ ଦାତ୍ରୀ

ବଅଁରପାଳରେ ଭସାଣି ଉତ୍ସବ, ବିଦାୟ ନେଲେ ଧନ ଦାତ୍ରୀ

ବଅଁରପାଳ,୨।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବଜାରରେ ଚାଲିଥିବା ଲକ୍ଷ୍ମୀପୂଜାର ଭସାଣି ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ବାଦ୍ୟର ତାଳେତାଳେ ଠାକୁରାଣୀଙ୍କୁ ବଜାର ପରିକ୍ରମା କରାଯାଇ ନିକଟସ୍ଥ ଜଳାଶ୍ରୟରେ ବିସର୍ଜନ କରାଯାଇଛି। ଏଥିରେ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିବା ଜଣାପଡ଼ିଛି। 

ଶଗଡ଼ ସହ ଶାଳ ଗଣ୍ଡି ଜବତ କଲା ବନ ବିଭାଗ

ଶଗଡ଼ ସହ ଶାଳ ଗଣ୍ଡି ଜବତ କଲା ବନ ବିଭାଗ

ପରଜଙ୍ଗ, ୨।୧୧(ଡି.ଏନ.ଏ)- ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଦଦରାଘାଟି ଫରେଷ୍ଟ ସେକ୍ସନ ଅଧୀନ କୁଲେଇ ଗାଁ ନିକଟ ରଙ୍ଗଳି ମୁଖ୍ୟ ବାମ କେନାଲ ପାଖରେ ଶୁକ୍ରବାର ବନବିଭାଗ ଓ ପୋଲିସ ମିଳିତ ଭାବେ ଚଢ଼ାଉ କରି ଦୁଇଟି ଶଗଡ଼ ଗାଡ଼ିରେ ଚୋରା ଚାଲଣ ହେଉଥିବା ଶାଳ ଗଣ୍ଡି, ଶଗଡ଼ ଦୁଇଟିକୁ ମଧ୍ୟ ଜବତ କରିଛି। ହଳେ ପଣ୍ଡା ଓ ହଳେ ବଳଦକୁ ଜିମାରେ ଦିଆଯାଇଛି ।

ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ

ଅନୁଗୋଳ ଅଫିସ,୨।୧୧: ଅନୁଗୋଳ ଜିଲା ପରିଷଦ କାର୍ଯ୍ୟାଳୟଠାରେ ଜିଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଶୁକ୍ରବାର ପାଳନ ହୋଇଯାଇଛି। 

୬ ଫୁଟ ଲମ୍ବ ଅଜଗର ଉଦ୍ଧାର

୬ ଫୁଟ ଲମ୍ବ ଅଜଗର ଉଦ୍ଧାର

ବଅଁରପାଳ,୨।୧୧(ଡି.ଏନ୍‌.ଏ): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦ ଗ୍ରାମରୁ ଶୁକ୍ରବାର ସକାଳେ ଏକ ୬ ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର କରାଯାଇଛି। 

୪ ଶିଶୁଙ୍କୁ ଜନ୍ମ ଦେଇ ମହିଳା ଗୁରୁତର

୪ ଶିଶୁଙ୍କୁ ଜନ୍ମ ଦେଇ ମହିଳା ଗୁରୁତର

ଛେଣ୍ଡିପଦା, ୨।୧୧(ସ୍ବ.ପ୍ର/ ଡି.ଏନ୍‌.ଏ.): ଛେଣ୍ଡିପଦା ବ୍ଲକ ଅଞ୍ଚଳର ଜଣେ ମହିଳା ଗୁରୁବାର ରାତିରେ ଛେଣ୍ଡିପଦା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ୪ ଶିଶୁଙ୍କୁ ଜନ୍ମ ଦେଇଛନ୍ତି। ଜନ୍ମ ଦେବା ପରେ ସମସ୍ତ ଶିଶୁଙ୍କ ମୃତ୍ୟୁ ଘଟିଥିବାବେଳେ ମହିଳା ଜଣକ ଗୁରୁତର ଅବସ୍ଥାରେ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। 

ହାତୀ ଉପଦ୍ରୁତ ଅଞ୍ଚଳବାସୀ ବନ ବିଭାଗର ଦ୍ୱାରସ୍ଥ: ପଦକ୍ଷେପ ନ ନେଲେ ଆନ୍ଦୋଳନ ଚେତାବନୀ

ହାତୀ ଉପଦ୍ରୁତ ଅଞ୍ଚଳବାସୀ ବନ ବିଭାଗର ଦ୍ୱାରସ୍ଥ: ପଦକ୍ଷେପ ନ ନେଲେ ଆନ୍ଦୋଳନ ଚେତାବନୀ

ଢେଙ୍କାନାଳ ଅଫିସ, ୨ା୧୧- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକର ହାତୀ ଉପଦ୍ରୁତ ଅଞ୍ଚଳବାସୀ ଗୁରୁବାର ଜିଲା ବନଖଣ୍ଡ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି। ହାତୀଙ୍କୁ ଘଉଡ଼ାଇବା ଦିଗରେ ବନ ବିଭାଗ ତ୍ୱରିତ ପଦକ୍ଷେପ ନ ନେଲେ ୫୫ନଂ. ଜାତୀୟ ରାଜପଥ ଅବରୋଧ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତର ୫ ହଜାର ନେବା ଘଟଣା: ତଦନ୍ତ ଆଳରେ ଚାପି ଦିଆଯାଉଥିବା ଅଭିଯୋଗ

ଅସ୍ତ୍ରୋପଚାର ପୂର୍ବରୁ ଡାକ୍ତର ୫ ହଜାର ନେବା ଘଟଣା: ତଦନ୍ତ ଆଳରେ ଚାପି ଦିଆଯାଉଥିବା ଅଭିଯୋଗ

ଅନୁଗୋଳ ଅଫିସ,୨ା୧୧- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ସେବା ଯୋଗାଇ ଦିଆଯିବା ପୂର୍ବରୁ ଅନେକ ସମୟରେ ଅର୍ଥ ଦାବି କରାଯାଉଥିବା ଅଭିଯୋଗମାନ ବଢ଼ିବାରେ ଲାଗିଛି। ବିଶେଷକରି ପ୍ରସବ ପାଇଁ ଏଠାରେ ଭର୍ତ୍ତି ହେଉଥିବା ଗର୍ଭବତୀଙ୍କ ପରିବାର ପକ୍ଷରୁ ଏପରି ଅଭିଯୋଗମାନ କରାଯାଉଛି। 

ସ୍ମେଲଟରରେ ଆଲୁମିନା ପାଉଡର ଅଭାବ

ସ୍ମେଲଟରରେ ଆଲୁମିନା ପାଉଡର ଅଭାବ

ବଅଁରପାଳ, ୨।୧୧ (ଉପେନ୍ଦ୍ର ରାଉତ)- ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ନବରତ୍ନ କମ୍ପାନୀ ନାଲ୍‌କୋ ଏବେ ସଙ୍କଟରେ ଗତି କରୁଛି। ଦୀର୍ଘ ଦିନ ହେଲା କୋଇଲା ଅଭାବ ସମସ୍ୟା ରହିଥିବାରୁ କମ୍ପାନୀ ଚଳାଇବାକୁ ବାହାରୁ ଚଢ଼ା ଦରରେ ବିଦ୍ୟୁତ୍‌ କିଣାଯାଉଛି। 

ମହାତ୍ମା ଗାନ୍ଧୀଙ୍କ ବିରଳ ଫଟୋ ପ୍ରଦର୍ଶନୀ

ମହାତ୍ମା ଗାନ୍ଧୀଙ୍କ ବିରଳ ଫଟୋ ପ୍ରଦର୍ଶନୀ

ଅନୁଗୋଳ ଅଫିସ, ୨ା୧୧- ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବିରଳ ଫଟୋ ପ୍ରଦର୍ଶନୀ ଅନୁଗୋଳ ମାରୱାଡ଼ି ଧର୍ମଶାଳା ପରିସରରେ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି। ଏହି ପ୍ରଦର୍ଶନୀରେ ମହାତ୍ମା ଗାନ୍ଧୀଙ୍କ ବିରଳ ଫଟୋ ସହ ୧୯୨୧ ମସିହାରେ କଟକ ସ୍ଥିତ କାଠଯୋଡ଼ି ବାଲିରେ ଅନୁଷ୍ଠିତ ହୋଇଥିବା ସଭାରେ ଗାନ୍ଧିଜୀ ବ୍ୟବହାର କରିଥିବା କାଠଚୌକି, ସଭାରେ ପଡ଼ିଥିବା ଦରି ପ୍ରଦର୍ଶିତ ହୋଇଛି। 

ଗଜଲକ୍ଷ୍ମୀ ପୂଜାର ନିଆରା ପରମ୍ପରା ଶଙ୍ଖୁଡ଼ି ଭୋଗ: ବ୍ୟଞ୍ଜନରେ ମହକିଲା ପୂଜାମଣ୍ଡପ

ଗଜଲକ୍ଷ୍ମୀ ପୂଜାର ନିଆରା ପରମ୍ପରା ଶଙ୍ଖୁଡ଼ି ଭୋଗ: ବ୍ୟଞ୍ଜନରେ ମହକିଲା ପୂଜାମଣ୍ଡପ

ଢେଙ୍କାନାଳ ଅଫିସ,୨ା୧୧- ପୁନରାବୃତ୍ତି ହୋଇଛି ପରମ୍ପରା। ଐତିହ୍ୟସମ୍ପନ୍ନ ଗଜଲକ୍ଷ୍ମୀ ପୂଜାରେ ପାରମ୍ପରିକ ନୀତି ଅନୁଯାୟୀ ଗୁରୁବାର ମା’ଙ୍କଠାରେ ଲାଗି ହୋଇଛି ଶଙ୍ଖୁଡ଼ି ଭୋଗ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ହଜାର ହଜାର ଶ୍ରଦ୍ଧାଳୁ ପ୍ରସାଦସେବନରେ ସାମିଲ ହୋଇଥିବାବେଳେ ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ହୋଇଥିଲା ବ୍ୟାପକ ବନ୍ଦୋବସ୍ତ।

ବାଇକ୍‌ ଅଟକାଇ ଦମ୍ପତିଙ୍କୁ ଲୁଟିଲେ

ବାଇକ୍‌ ଅଟକାଇ ଦମ୍ପତିଙ୍କୁ ଲୁଟିଲେ

କାମାକ୍ଷାନଗର, ୧।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ କିଛିଦିନ ହେଲା ଲୁଟ୍‌ତରାଜ ବୃଦ୍ଧି ପାଇବାରେ ଲାଗିଛି। ଦୁର୍ବୃତ୍ତମାନେ ବାଇକ୍‌ରେ ଆସି ପଥଚାରୀଙ୍କୁ ଭୟଭୀତ କରାଇ ଲୁଟ୍‌ପାଟ କରୁଥିବା ଅଭିଯୋଗ ହୋଇଛି।

ଦର୍ପଣୀ ଶାଖା କେନାଲ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ଦର୍ପଣୀ ଶାଖା କେନାଲ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ

ଭାପୁର, ୧।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ବ୍ଲକ ଶଙ୍କରପୁର ପଞ୍ଚାୟତ ଅଧୀନ ପଥରଗଡ଼ା ଗ୍ରାମ ନିକଟ ରେଙ୍ଗାଳି ଦକ୍ଷିଣ ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଦର୍ପଣୀ ଶାଖା କେନାଲ ନୂତନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଗୁରୁବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି। 

ବେଆଇନ ମଦ କାରବାର ରୋକିବା ଉପରେ ଗୁରୁତ୍ୱ

ସାତମାଇଲ,୧।୧୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନାରେ ବୁଧବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।