ଅନଗୁଳ-ଢେଙ୍କାନାଳ

ଭାଙ୍ଗିଗଲା ତୋରଣ:  ଜାତୀୟ ରାଜପଥ ଅବରୋଧ

ଭାଙ୍ଗିଗଲା ତୋରଣ: ଜାତୀୟ ରାଜପଥ ଅବରୋଧ


ଭୁବନ,୨୦।୯(ଡି.ଏନ.ଏ.)- ଭୁବନ ଏନ୍‌ଏସି ନୂଆ ଭୁବନ ଛକଠାରେ ଟାଇଟେନିକ କ୍ଲବ ପକ୍ଷରୁ ଗଣେଶ ପୂଜା ପାଇଁ ନିର୍ମାଣ ହୋଇଥିବା ତୋରଣ  ଗୁରୁବାର ଅପରାହ୍ନରେ ଭାଙ୍ଗିଯାଇଥିଲା। 

ଗାଢରଖାଇ ଗ୍ରାମବାସୀଙ୍କ ରେଳରୋକୋ ଆନ୍ଦୋଳନ

ଗାଢରଖାଇ ଗ୍ରାମବାସୀଙ୍କ ରେଳରୋକୋ ଆନ୍ଦୋଳନ

ବଅଁରପାଳ,୨୦।୯(ଡି.ଏନ.ଏ.)- ଅନ୍ୟତ୍ର ଥଇଥାନ ଦାବିରେ ନାଲକୋ ପାଚେରୀ ପାର୍ଶ୍ୱରେ ଥିବା ଗାଢ଼ରଖାଇ ଗ୍ରାମବାସୀ ଗୁରୁବାର ନାଲ୍‌କୋ ସ୍ମେଲଟର ପ୍ଲାଣ୍ଟ ନିକଟରେ ରେଳରୋକୋ ଆନ୍ଦୋଳନ କରିଛନ୍ତି। ଏଥିଯୋଗୁ ନାଲ୍‌କୋକୁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ନବାଗତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା


ଭୁବନ,୨୦।୯(ଡି.ଏନ.ଏ.)- ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟର  ସଂସ୍କୃତ ବିଭାଗ ପକ୍ଷରୁ ଗୁରୁବାର ସମ୍ମାନ ବିଭାଗର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି। ସଂସ୍କୃତ ବିଭାଗର ମୁଖ୍ୟ ଶ୍ରୀପତି ଚିନ୍ତା ଏଥିରେ ଅଧ୍ୟକ୍ଷତା କରିଥିଲେ।  

ଭସାଣି ଶେଷ

ଭସାଣି ଶେଷ

ମାଧପୁର,୨୦।୯- ମାଧପୁର ଅଞ୍ଚଳରେ ଗୁରୁବାର ଧୁମଧାମରେ ଗଜାନନଙ୍କ ଭସାଣି ଉତ୍ସବ ଶେଷ ହୋଇଛି। 

ଏମ୍‌ପି ଲାଡ୍‌ ଫଣ୍ଡରେ କିଣାଯାଇଥିବା ଆମ୍ବୁଲାନ୍ସ ଲୋକାର୍ପିତ: ଯୁବ ମଞ୍ଚର ଚିନ୍ତାଧାରାକୁ ପ୍ରଶଂସା

ଏମ୍‌ପି ଲାଡ୍‌ ଫଣ୍ଡରେ କିଣାଯାଇଥିବା ଆମ୍ବୁଲାନ୍ସ ଲୋକାର୍ପିତ: ଯୁବ ମଞ୍ଚର ଚିନ୍ତାଧାରାକୁ ପ୍ରଶଂସା

ଅନୁଗୋଳ ଅଫିସ,୨୦।୯- ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀଙ୍କ ସ୍ଥାନୀୟ ଅଞ୍ଚଳ ବିକାଶ ପାଣ୍ଠି (ଏମ୍‌ପି ଲାଡ୍‌) ଅର୍ଥରେ କିଣାଯାଇଥିବା ଏକ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ଆମ୍ବୁଲାନ୍ସ ଗୁରୁବାର ଲୋକାର୍ପିତ ହୋଇଛି। ଅନୁଗୋଳ ଯୁବ ଭବନଠାରେ ଲୋକାର୍ପଣ ଉତ୍ସବରେ ନିଜେ ଏମ୍‌ପି ସତପଥୀ ଏହାକୁ ଚଲାଇ ଉଦ୍‌ଘାଟନ କରିବା ପରେ ଅନୁଗୋଳ ମାରୱାଡ଼ି ଯୁବ ମଞ୍ଚକୁ ପ୍ରଦାନ କରିଥିଲେ। 

 କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘର ବୈଠକ: ପ୍ରତିଶ୍ରୁତି ରଖୁନାହାନ୍ତି ସରକାର

କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘର ବୈଠକ: ପ୍ରତିଶ୍ରୁତି ରଖୁନାହାନ୍ତି ସରକାର

ପବିତ୍ରନଗର, ୨୦ା୯(ଡି.ଏନ.ଏ.)- ଅନୁଗୋଳ ଜିଲା କଣିହାଁ ବ୍ଲକର ସମଲ ବ୍ୟାରେଜ କ୍ଷତିଗ୍ରସ୍ତଙ୍କୁ ବିସ୍ଥାପନ ଓ ଥଇଥାନ ଦିଗରେ ସରକାର ଅବହେଳା କରୁଥିବା ଅଭିଯୋଗ କରିଛି  ବ୍ରାହ୍ମଣୀ କ୍ଷତିଗ୍ରସ୍ତ ବାସଚ୍ୟୁତ ସଂଘ। 

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ଡକାୟତି ଯୋଜନା ପଣ୍ଡ, ୫ ଗିରଫ

ବଅଁରପାଳ, ୨୦ା୯(ଡି.ଏନ.ଏ.)- ବଅଁରପାଳ ଥାନା ଯୋରାଗାଡ଼ିିଆ ନିକଟରେ ମଙ୍ଗଳବାର ରାତିରେ ଡକାୟତି ଯୋଜନା କରୁଥିବା ୫ ଜଣଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। 

୪୯ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ତାଲିମ

୪୯ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ତାଲିମ

ରାସୋଳ, ୨୦।୯(ଡି.ଏନ୍‌.ଏ.)- ହିନ୍ଦୋଳ ବ୍ଲକ ବାଙ୍କଟିଆ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗଣେଶ୍ୱର କ୍ଲବ ଏବଂ ଆଇଏଲ୍‌ପିୟୁଏସ୍‌ର ମିଳିତ ଆନୁକୂଲ୍ୟରେ ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ନେଇ ଦୁଇଦିନିଆ ଦକ୍ଷତା ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି। 

ଠିକାସଂସ୍ଥା କ୍ୟାମ୍ପରୁ ଲୁଟ୍‌, ୨ ଅଟକ

ଠିକାସଂସ୍ଥା କ୍ୟାମ୍ପରୁ ଲୁଟ୍‌, ୨ ଅଟକ

ପରଜଙ୍ଗ, ୨୦।୯(ଡି.ଏନ୍‌.ଏ.)- ପରଜଙ୍ଗ ଥାନା କନ୍ଦରସିଂହା ମଝିକା ନିକଟରେ ଥିବା ରେଳ ବିଭାଗ ଠିକାସଂସ୍ଥା କ୍ୟାମ୍ପରୁ ମଙ୍ଗଳବାର ଭୋର୍‌ରୁ ଲୁଟ୍‌ ହୋଇଛି। ସୁରକ୍ଷା ଦାୟିତ୍ୱରେ ଥିବା ଜଗୁଆଳିଙ୍କୁ ମାଡ଼ମାରି ୫ରୁ ୬ଜଣ ଦୁର୍ବୃତ୍ତ ଲୁହା ଯନ୍ତ୍ରାଂଶ ଲୁଟ୍‌ପାଟ କରିଛନ୍ତି। ଏ ନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ସନ୍ଦେହରେ ଦୁଇଜଣଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ଖୁବ୍‌ଶୀଘ୍ର ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଏସ୍‌ଆଇ ଅନାଦି ଚରଣ ପଟ୍ଟାୟତ ସୂଚନା ଦେଇଛନ୍ତି।

ଫେରାର ଝସକେତନଙ୍କୁ ଧରିପାରୁନି ଅନୁଗୋଳ ପୋଲିସ ସିବିଆଇ ତଦନ୍ତ ପାଇଁ ଦାବିପତ୍ର

ଫେରାର ଝସକେତନଙ୍କୁ ଧରିପାରୁନି ଅନୁଗୋଳ ପୋଲିସ ସିବିଆଇ ତଦନ୍ତ ପାଇଁ ଦାବିପତ୍ର

ଅନୁଗୋଳ ଅଫିସ, ୨୦ା୯ ଅନୁଗୋଳ କୋର୍ଟ ପରିସର ହାଜତରୁ ଗତ ମେ ୧୮ରେ ଚମ୍ପଟ ମାରିଥିବା ବହୁଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତଙ୍କୁ ଧରିବାରେ ଅନୁଗୋଳ ପୋଲିସ ଏଯାଏ ସକ୍ଷମ ହୋଇପାରି ନାହିଁ। 

ପୋଲିଓ ଇଞ୍ଜେକ୍ସନରୁ ଶିଶୁ ମୃତ୍ୟୁ ଅଭିଯୋଗ

ପୋଲିଓ ଇଞ୍ଜେକ୍ସନରୁ ଶିଶୁ ମୃତ୍ୟୁ ଅଭିଯୋଗ

ଓଡ଼ାପଡ଼ା, ୨୦ା୯(ଡି.ଏନ.ଏ.) ପୋଲିଓ ନିପାତ କରିବାକୁ ବିଶ୍ୱବ୍ୟାପୀ ଚାଲିଛି ସ୍ବତନ୍ତ୍ର ଅଭିଯାନ। ବୁନ୍ଦା ସାଙ୍ଗକୁ କୋମଳମତି ଶିଶୁଙ୍କୁ ଦିଆଯାଉଛି ଇଞ୍ଜେକ୍ସନ। ହେଲେ ଏହି ଇଞ୍ଜେକ୍ସନ ଯୋଗୁ ଜଣେ ଶିଶୁ ପ୍ରାଣ ହରାଇଥିବା ଭଳି ସଙ୍ଗିନ ଅଭିଯୋଗ ଆସିଛି। 

ସୁନ୍ଦରୀ ଭୟରେ ପାଠପଢ଼ା ଠପ୍‌

ସୁନ୍ଦରୀ ଭୟରେ ପାଠପଢ଼ା ଠପ୍‌

ବଇଣ୍ଡା, ୨୦ା୯(ଡି.ଏନ.ଏ.) ସାତକୋଶିଆ ବାଘୁଣୀ ସୁନ୍ଦରୀକୁ ନେଇ ଏବେ ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ଓ ଆଠମଲ୍ଲିକ ରେଞ୍ଜ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି। ଏଥିଯୋଗୁ ଲୋକଙ୍କ ଦୈନନ୍ଦିନ ଜୀବନ ବାଧାପ୍ରାପ୍ତ ହୋଇଥିବାବେଳେ ପାଠପଢାରେ ମଧ୍ୟ ବ୍ୟାହତ ସୃଷ୍ଟି ହୋଇଛି। 

ତାଳଚେର ବ୍ଲକର ବିଭିନ୍ନ ଗଁ। ବୁଲିଲେ ଏମ୍‌ପି ସମସ୍ୟା ବୁଝିଲେ, ଉନ୍ନୟନ ପାଇଁ ଅନୁଦାନ ଦେଲେ

ତାଳଚେର ବ୍ଲକର ବିଭିନ୍ନ ଗଁ। ବୁଲିଲେ ଏମ୍‌ପି ସମସ୍ୟା ବୁଝିଲେ, ଉନ୍ନୟନ ପାଇଁ ଅନୁଦାନ ଦେଲେ

ତାଳଚେର,୨୦।୯(ନି.ପ୍ର.) ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ବୁଧବାର ତାଳଚେର ବ୍ଲକର ବିଭିନ୍ନ ଗ୍ରାମ ବୁଲି ଉନ୍ନୟନ କାମ ତଦାରଖ କରିବା ସହିତ ଜନସାଧାରଣଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ପୂର୍ବାହ୍ନରେ ସତପଥୀ ତାଳଚେର ବ୍ଲକର କଙ୍କିଳି,

ନେତାଙ୍କ ଗାଡ଼ି ଧକ୍କାରେ ଗୁରୁତର ଶିଶୁକନ୍ୟା କଟକରେ ଚିକିତ୍ସାଧୀନ

ନେତାଙ୍କ ଗାଡ଼ି ଧକ୍କାରେ ଗୁରୁତର ଶିଶୁକନ୍ୟା କଟକରେ ଚିକିତ୍ସାଧୀନ

ଅନୁଗୋଳ ଅଫିସ, ୨୦ା୯ ଅନୁଗୋଳ ବ୍ଲକ ବନ୍ତଳା ଥାନା ପୋକତୁଙ୍ଗା ବନ୍ଧଫର ଛକ ଅଞ୍ଚଳରେ ଗତ ୧୫ ତାରିଖ ଅପରାହ୍ନରେ ଦୁର୍ଘଟଣା ଘଟି ଜଣେ ଶିଶୁକନ୍ୟା ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। 

ସାତକୋଶିଆରେ ମହିଳାଙ୍କ ମୃତ୍ୟୁ ଘଟଣା ଏସ୍‌ଡିପିଓ, ସାଇଣ୍ଟିଫିକ୍‌ ଟିମ୍‌ କଲେ ତଦନ୍ତ

ସାତକୋଶିଆରେ ମହିଳାଙ୍କ ମୃତ୍ୟୁ ଘଟଣା ଏସ୍‌ଡିପିଓ, ସାଇଣ୍ଟିଫିକ୍‌ ଟିମ୍‌ କଲେ ତଦନ୍ତ

ବନ୍ତଳା,୨୦ା୯(ଡି.ଏନ.ଏ.) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ଅନ୍ତର୍ଗତ ପୁରୁଣାକୋଟ ଥାନା ହାତୀବାରି ଗ୍ରାମର ମହିଳା କୈଳାସ ସାଇଅଙ୍କୁ ଗତ ୧୨ ତାରିଖରେ କେଉଁ ମାଂସାଶୀ ପ୍ରାଣୀ ଆକ୍ରମଣ କରି ମାରିଦେଇଥିଲା ତାହାର ତଦନ୍ତ ପ୍ରକ୍ରିୟା ଜୋର୍‌ ଧରିଛି।

ପାଲଲହଡ଼ାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର , ସ୍ଥାନ ନ ପାଇ ଖରାରେ ସିଝିଲେ

ପାଲଲହଡ଼ାରେ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର , ସ୍ଥାନ ନ ପାଇ ଖରାରେ ସିଝିଲେ

ପାଲଲହଡ଼ା, ୨୦।୯(ଡି.ଏନ.ଏ.) ପାଲଲହଡ଼ା ସଦର ମହକୁମା ସ୍ଥିତ ମହତାବ ଉଚ୍ଚ ବିଦ୍ୟାଳୟଠାରେ ବୁଧବାର ବ୍ଲକ ପ୍ରଶାସନ ପକ୍ଷରୁ ଭୀମଭୋଈ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା। ତେବେ ଶିବିରରେ ନାମ ପଞ୍ଜୀକରଣ ନିମନ୍ତେ ଆସିଥିବା ଭିନ୍ନକ୍ଷମଙ୍କ ପାଇଁ ଆବଶ୍ୟକ ବ୍ୟବସ୍ଥା 

୨ ମାସ ହେଲା ଦରମା ମିଳିନି , ରେଞ୍ଜ ଅଧିକାରୀଙ୍କୁ ଅଭିଯୋଗ କଲେ ଓ୍ବାଚର

୨ ମାସ ହେଲା ଦରମା ମିଳିନି , ରେଞ୍ଜ ଅଧିକାରୀଙ୍କୁ ଅଭିଯୋଗ କଲେ ଓ୍ବାଚର

ବନ୍ତଳା, ୨୦।୯ (ଡି.ଏନ.ଏ.) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟକୁ ୨୪ ଘଣ୍ଟିଆ ସୁରକ୍ଷା ଦେଉଥିବା ୱାଚରମାନଙ୍କୁ ୨ ମାସ ହେଲା ଦରମା ଦିଆଯାଇ ନାହିଁ। ବୁଧବାର ଏ ନେଇ ପମ୍ପାସର ରେଞ୍ଜର ସମସ୍ତ ୱାଚର ରେଞ୍ଜ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

ସଙ୍କଟରେ ବ୍ରିଟିଶ୍‌ ଅମଳର କୁକୁଡ଼ା ଚିଆଁ ପ୍ରଜନନ କେନ୍ଦ୍ର , ମାସେ ସ୍ଥାନରେ ଲାଗୁଛି ୬ ମାସ

ସଙ୍କଟରେ ବ୍ରିଟିଶ୍‌ ଅମଳର କୁକୁଡ଼ା ଚିଆଁ ପ୍ରଜନନ କେନ୍ଦ୍ର , ମାସେ ସ୍ଥାନରେ ଲାଗୁଛି ୬ ମାସ

ଅନୁଗୋଳ ଅଫିସ, ୨୦ା୯ ବ୍ରିଟିଶ୍‌ ଶାସନ କାଳର ଅନୁଗୋଳ କୁକୁଡ଼ା ଚିଆଁ ପ୍ରଜନନ କେନ୍ଦ୍ର ଏବେ ସଙ୍କଟରେ। ଦିନ ଥିଲା ପ୍ରତି ମାସରେ ଏଠାରୁ ଚିଆଁ ଉପତ୍ାଦନ କରାଯାଇ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ପଠାଯାଉଥିଲା। କିନ୍ତୁ ଏବେ ଚିଆଁ ଉପତ୍ାଦନ କରିବାକୁ ମାସେ ନୁହେଁ, ୬ ମାସ ଅପେକ୍ଷା କରିବାକୁ ପଡ଼ୁଛି।

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ବାର୍‌ହା ଆକ୍ରମଣରେ ଜଣେ ଗୁରୁତର

ବଇଣ୍ଡା, ୧୯ା୯(ଡି.ଏନ.ଏ.)- ଠାକୁରଗଡ ଥାନା ସାପଘରା ପଞ୍ଚାୟତ ଖମାର ଗ୍ରାମର ସୁବଳ ସେଠୀ(୫୦) ବୁଧବାର ବାର୍‌ହା ଆକ୍ରମଣରେ ଗୁରୁତର ହୋଇଛନ୍ତି। ତାଙ୍କୁ ଗ୍ରାମବାସୀ ପାଇକସାହି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। 

୨ ଅଟୋ ଧକ୍କା, ୧୦ ଗୁରୁତର

୨ ଅଟୋ ଧକ୍କା, ୧୦ ଗୁରୁତର

ବଅଁରପାଳ, ୧୯ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ନାଲ୍‌କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଛକଠାରେ ବୁଧବାର ସନ୍ଧ୍ୟାରେ ଦୁଇଟି ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ୧୦ ଜଣ ଗୁରୁତର ଆହତ ହୋଇଥିବାବେଳେ ସେମାନଙ୍କୁ ଉଦ୍ଧାର କରାଯାଇ ନାଲ୍‌କୋ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ଦାବିପୂରଣ ପାଇଁ ପଦଯାତ୍ରା, ପଥପ୍ରାନ୍ତ ସଭା

ଦାବିପୂରଣ ପାଇଁ ପଦଯାତ୍ରା, ପଥପ୍ରାନ୍ତ ସଭା

ଛେଣ୍ଡିପଦା,୧୯ା୯(ଡି.ଏନ.ଏ.)- ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆହ୍ବାନ କ୍ରମେ ଛେଣ୍ଡିପଦା ବ୍ଲକ ଶାଖା ପକ୍ଷରୁ ବୁଧବାର ସଚେତନତା ପଦଯାତ୍ରା ସହ ପଥପ୍ରାନ୍ତ ସଭା ଆୟୋଜନ କରାଯାଇଥିଲା। କୋରଡା, ଦୁର୍ଗାପୁର ଏବଂ ତୁକୁଡା ପଞ୍ଚାୟତର ସମସ୍ତ ଗ୍ରାମରେ ଏହି ପଦଯାତ୍ରା ଆୟୋଜନ କରାଯାଇ ଶିକ୍ଷୟିତ୍ରୀ ଶିକ୍ଷକ ଅଧ୍ୟାପିକା ଅଧ୍ୟାପକ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଦାବି କରାଯାଇଥିଲା।

ମଦ ଜବତ, ଜଣେ କୋର୍ଟ ଚାଲାଣ

ମଦ ଜବତ, ଜଣେ କୋର୍ଟ ଚାଲାଣ

ଭୁବନ, ୧୯ା୯(ଡି.ଏନ.ଏ)- ବେଆଇନ ମଦ ବିକ୍ରି ଅଭିଯୋଗରେ ଢେଙ୍କାନାଳ ଜିଲା ଭୁବନ ଥାନା ଜମୁନାକୋଟ ଗ୍ରାମର ଚନ୍ଦ୍ରମଣି ସାହୁ (୫୪)ଙ୍କୁ ପୋଲିସ ଗିରଫ କରି ବୁଧବାର କୋର୍ଟଚାଲାଣ କରିଛି।

ଭୁଜାଲିରେ ହାଣି ୫୦ ହଜାର ଲୁଟ୍‌

ଭୁଜାଲିରେ ହାଣି ୫୦ ହଜାର ଲୁଟ୍‌

କାମାକ୍ଷାନଗର, ୧୯ା୯(ଡି.ଏନ.ଏ.)- କାମାକ୍ଷାନଗର ଥାନା ବ୍ରାହ୍ମଣିଆ ବାଙ୍କମଞ୍ଜୁରି ନିକଟରେ ସୁନୀଲ ମିଶ୍ର ନାମକ ଜଣେ ଯୁବକଙ୍କଠାରୁ ଦୁର୍ବୃତ୍ତମାନେ ୫୦ ହଜାର ଟଙ୍କା ଲୁଟି ନେଇଥିବା ଥାନାରେ ଅଭିଯୋଗ ହୋଇଛି।

ସାରସ ମେଳାରେ ୨କୋଟି ୭୯ ଲକ୍ଷର କାରବାର

ସାରସ ମେଳାରେ ୨କୋଟି ୭୯ ଲକ୍ଷର କାରବାର

ବଅଁରପାଳ, ୧୯ା୯(ଡି.ଏନ.ଏ.)- ବିଶ୍ୱକର୍ମା ପୂଜା ଅବସରରେ ନାଲ୍‌କୋ କଲୋନୀରେ ଆୟୋଜନ ହୋଇଥିବ ସାରସ ମେଳା ବୁଧବାର ଅଷ୍ଟମ ଦିନରେ ପହଞ୍ଚିଛି। ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୩ ଶହରୁ ଊର୍ଦ୍ଧ୍ୱ ଷ୍ଟଲ ଖୋଲାଯାଇଛି।