ଅନଗୁଳ-ଢେଙ୍କାନାଳ

ବର୍ଷାରେ ଭିଜୁଛନ୍ତି, ଖରାରେ ସିଝୁଛନ୍ତି

ବର୍ଷାରେ ଭିଜୁଛନ୍ତି, ଖରାରେ ସିଝୁଛନ୍ତି

ଅନୁଗୋଳ ଅଫିସ, ୨୪ା୯- ଏକମାତ୍ର ଝାଟି ମାଟି ଘର ଭୁଶୁଡି ପଡିଲା। ସୌଭାଗ୍ୟବଶତଃ କାନ୍ଥ ପଡିବାରୁ ବଞ୍ଚିଗଲୁ ସିନା ଏବେ ମୁଣ୍ଡ ଗୁଞ୍ଜିବାକୁ ଜାଗା ନାହିଁ। ପୋଷାକ ପତ୍ରଠାରୁ ଆରମ୍ଭ କରି ରୋଷେଇ ସାମଗ୍ରୀ କାନ୍ଥ ତଳେ ପୋତି ହୋଇଯାଇଛି। ପାଖରେ କିଛି ନ ଥିବାରୁ ୨ ଦିନ ହେଲା ବାହାରେ ବର୍ଷାରେ ଭିଜୁଛୁ। ସେମିତି ଘର ବାହାରେ ପଡି ରହି ପ୍ରଶାସନର ସହାୟତାକୁ ଅନାଇଛୁ। କେହି ଟିକିଏ ସାହାଯ୍ୟ କଲେ ଘରଟା ଉଠିପାରନ୍ତା ବୋଲି ଅସହାୟ ଅବସ୍ଥାରେ ଦୁଃଖ ବଖାଣିଛନ୍ତି ଅନୁଗୋଳ ଜିଲା ବଅଁରପାଳ ବ୍ଲକ ରାଉତଳା ଗ୍ରାମର ଅରକ୍ଷିତ ସାହୁ(୭୫)।

କଣିହାଁରେ ହାତୀ ଉପଦ୍ରବ, ମିଳିବ କ୍ଷତିପୂରଣ

କଣିହାଁରେ ହାତୀ ଉପଦ୍ରବ, ମିଳିବ କ୍ଷତିପୂରଣ

କଣିହାଁ, ୨୪ା୯(ଡି.ଏନ.ଏ.)- କଣିହାଁ ବନାଞ୍ଚଳ ଅଧୀନରେ ୪ ଦିନ ହେଲା ହାତୀ ଉପଦ୍ରବ ଲାଗି ରହିଛି। ଏଥିଯୋଗୁ ବହୁ ଫସଲ ନଷ୍ଟ ହେବା ସହ ଚାଷୀମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ବନ ବିଭାଗ ପକ୍ଷରୁ ହାତୀ ଘଉଡାଇବା କାମ ଜାରି ରହିଛି। ଏହି ଇଲାକାରେ ପଶିଥିବା ୧୪ଟି ହାତୀ ମଧ୍ୟରୁ ୪ଟି ଅନ୍ୟ ବନାଞ୍ଚଳକୁ ଯାଇଥିବାବେଳେ ଆଉ ୧୦ ହାତୀ ରହି ଉପଦ୍ରବ କରୁଛନ୍ତି। 

ପିଲାଙ୍କୁ ମାର୍ଗଦେଖାଏ ଆଈଅଜାଙ୍କ ଉପଦେଶ

ପିଲାଙ୍କୁ ମାର୍ଗଦେଖାଏ ଆଈଅଜାଙ୍କ ଉପଦେଶ

ଅନୁଗୋଳ ଅଫିସ, ୨୪ା୯- ଅନୁଗୋଳ ଜିଲାର ମିଶ୍ରପଡ଼ା ସ୍ଥିତ ବଚପନ ପ୍ଲେ ସ୍କୁଲରେ ଆଈ, ଅଜା ଦିବସ ପାଳିତ ହୋଇଯାଇଛି। ସ୍କୁଲର କୁନିକୁନି ପିଲାମାନଙ୍କ ଆଈ, ଅଜା, ଜେଜେ ମା’ ଓ ଜେଜେମାନେ ଏଥିରେ ଅଂଶଗ୍ରହଣ କରିଥିଲେ। କେକ୍‌ କାଟି ଉତ୍ସବ ଉଦ୍‌ଘାଟନ କରାଯାଇଥିଲା। 

ଝୁମାଇଲେ ହ୍ୟୁମାନ ସାଗର

ଝୁମାଇଲେ ହ୍ୟୁମାନ ସାଗର

ଅନୁଗୋଳ ଅଫିସ, ୨୪ା୯- ଗଣେଶ ପୂଜା ଉପଲକ୍ଷେ ପ୍ରିନ୍ସ ଆଣ୍ଡ ପ୍ରିନ୍ସ କ୍ଲବ ପକ୍ଷରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରବିବାର ଅନୁଗୋଳରେ ପହଞ୍ଚିଥିଲେ ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗର। ସ୍ଥାନୀୟ ହେମସୁରପଡାଠାରେ ଥିବା ଟାଉନ ହାଇସ୍କୁଲ ଖେଳପଡିଆ(ଶିବା ଫିଲ୍ଡ)ରେ ହ୍ୟୁମାନ ସାଗର ତାଙ୍କ ଜାଦୁଗରୀ କଣ୍ଠରେ ଦର୍ଶକଙ୍କୁ ବାନ୍ଧି ଦେଇଥିଲେ। 

ଚୋରା ମଦ ବିକ୍ରି ବନ୍ଦ ନ ହେଲେ ଆନ୍ଦୋଳନ

ଚୋରା ମଦ ବିକ୍ରି ବନ୍ଦ ନ ହେଲେ ଆନ୍ଦୋଳନ

ବଇଣ୍ଡା, ୨୪ା୯(ଡି.ଏନ.ଏ.)- କିଶୋରନଗର ଥାନା ଓଷ୍କାପାଲି ପଞ୍ଚାୟତରେ ବୃଦ୍ଧି ପାଉଥିବା ଚୋରା ମଦ କାରବାର ଉପରେ ରୋକ ଲଗାଇବାକୁ ଏକାଠି ହୋଇଛନ୍ତି ୭ ଗ୍ରାମର ମହିଳା। ପଞ୍ଚାୟତକୁ ନିଶାମୁକ୍ତ ଅଞ୍ଚଳ ଗଠନ କରି ଶାନ୍ତି ବଜାୟ ରଖିବାକୁ ଲକ୍ଷ୍ୟ ନେଇ ରବିବାର ମହିଳାମାନେ ବାଦିବାହାଳ ଗ୍ରାମରେ ଏକ ବୈଠକର ଆୟୋଜନ କରିଥିଲେ। ଅଞ୍ଚଳରେ ଚୋରା ମଦ କାରବାର ସମ୍ପର୍କରେ ପୋଲିସ ଓ ଅବକାରୀ ବିଭାଗ ଜାଣି ମଧ୍ୟ କୌଣସି ପଦକ୍ଷେପ ନିଆଯାଉ ନ ଥିବା ମହିଳାମାନେ ବୈଠକରେ ଅଭିଯୋଗ କରିଥିଲେ। ଏଥିଯୋଗୁ ମଦ ବେପାରୀମାନେ ସେମାନଙ୍କ କାରବାର ବଢାଇ ଚାଲିଛନ୍ତି। 

ଗାଡ଼ି ଭଙ୍ଗାରୁଜା, ଜଣେ ଗିରଫ

ଗାଡ଼ି ଭଙ୍ଗାରୁଜା, ଜଣେ ଗିରଫ


ତାଳଚେର,୨୪ା୯(ନି.ପ୍ର.)- ଗାଡି, ଏଟିଏମ ଭଙ୍ଗାରୁଜା ଓ ଆନ୍ଦୋଳନକାରୀଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ କଲିୟାରୀ ପୋଲିସ ତାଳଚେର ବ୍ଲକ ସେଣ୍ଟ୍ରାଲ କଲୋନୀର ସୁଖବନ୍ଧୁ ସାହୁଙ୍କୁ ଗିରଫ କରିଛି ା ଶନିବାର ରାତିରେ ସୁଖବନ୍ଧୁ ସେଣ୍ଟ୍ରାଲ କଲୋନୀରେ ରହୁଥିବା 

ବିଜୁପକ୍କାଘର କାର୍ଯ୍ୟାଦେଶ ବଣ୍ଟନ

ବିଜୁପକ୍କାଘର କାର୍ଯ୍ୟାଦେଶ ବଣ୍ଟନ

ଛେଣ୍ଡିପଦା,୨୪।୯(ସ୍ବ.ପ୍ର.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ସଭାଗୃହଠାରେ ସୋମବାର ବିଜୁପକ୍କାଘର କାର୍ଯ୍ୟାଦେଶ ବଣ୍ଟନ ହୋଇଯାଇଛି। 

୬ ଦଫା ଦାବି ନେଇ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

୬ ଦଫା ଦାବି ନେଇ ଅଗ୍ନିଶମ କର୍ମଚାରୀଙ୍କ ଆନ୍ଦୋଳନ

ଛେଣ୍ଡିପଦା,୨୪।୯(ଡି.ଏନ୍‌.ଏ.): ଛେଣ୍ଡିପଦା ବ୍ଲକ ଅଗ୍ନିଶମ କର୍ମଚାରୀମାନେ ୬ଦଫା ଦାବି ନେଇ ସୋମବାର ଆନ୍ଦୋଳନରେ ବସିଛନ୍ତି।

ଛେଣ୍ଡିପଦା ବ୍ଲକସ୍ତରୀୟ ଆବର୍ତ୍ତନ ପାଣ୍ଠି ମେଳା ଅନୁଷ୍ଠିତ

ଛେଣ୍ଡିପଦା ବ୍ଲକସ୍ତରୀୟ ଆବର୍ତ୍ତନ ପାଣ୍ଠି ମେଳା ଅନୁଷ୍ଠିତ

ଛେଣ୍ଡିପଦା,୨୪।୯(ଡି.ଏନ୍‌.ଏ.): ଛେଣ୍ଡିପଦା ବ୍ଲକ ସଭାଗୃହ ଠାରେ ସୋମବାର ଓଡିଶା ଜୀବିକା ମିଶନ ତଥା ବ୍ଲକ ପ୍ରଶାସନ ପକ୍ଷରୁ ଆବର୍ତ୍ତନ ପାଣ୍ଠି ମେଳା ଅନୁଷ୍ଠିତ ହୋଇଯାଇଛି। 

୬ ଦଫା ଦାବିନେଇ ଦମକଳ ବାହିନୀ ପକ୍ଷରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ

୬ ଦଫା ଦାବିନେଇ ଦମକଳ ବାହିନୀ ପକ୍ଷରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ

ଭୁବନ ୨୪।୯(ଡି.ଏନ.ଏ.) ଢେଙ୍କାନାଳ ଜିଲା ଭୁବନ ଅଗ୍ନିଶମ ବାହିନୀ କର୍ମଚାରୀମାନଙ୍କ ପକ୍ଷରୁ ସୋମବାରଠାରୁ  ୬ ଦଫା ଦାବି ନେଇ ଅର୍ନିଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି।

ବଇଣ୍ଡାରେ ଚକ୍ଷୁ ଶିବିର

ବଇଣ୍ଡାରେ ଚକ୍ଷୁ ଶିବିର

ବଇଣ୍ଡା, ୨୩ା୯(ଡି.ଏନ.ଏ.)- କିଶୋରନଗର ବ୍ଲକ ଗାଁବଇଣ୍ଡା ପଞ୍ଚାୟତ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ଲାୟନ୍ସ ଭୂମିକା ଆଇ ହସ୍‌ପିଟାଲ ଓ ପଞ୍ଚାୟତ ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି।

କଂଗ୍ରେସର କର୍ମୀ ସମ୍ମିଳନୀ: ବ୍ଲକ ସଭାପତିଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ

କଂଗ୍ରେସର କର୍ମୀ ସମ୍ମିଳନୀ: ବ୍ଲକ ସଭାପତିଙ୍କ ଅନୁପସ୍ଥିତିକୁ ନେଇ ଅସନ୍ତୋଷ

ବଇଣ୍ଡା, ୨୩ା୯(ଡି.ଏନ.ଏ.)- କିଶୋରନଗର ବ୍ଲକ ଗାଁବଇଣ୍ଡା ପଞ୍ଚାୟତ ରାଜୀବ ଭବନଠାରେ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୀତବାସ ପ୍ରଧାନ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଦଳକୁ ତୃଣମୂଳସ୍ତରରେ ମଜଭୁତ କରିବା ସହ ଆଗାମୀ ନିର୍ବାଚନରେ ସଫଳତା ପାଇଁ ଏବେଠାରୁ ସମସ୍ତ କାର୍ଯ୍ୟକର୍ତ୍ତା ତଥା କର୍ମୀ ଏକ ହୋଇ କାମ କରିବାକୁ ଆହ୍ବାନ ଦେଇଥିଲେ।

ନାଲ୍‌କୋରେ ବିଶ୍ୱକର୍ମାଙ୍କ ଭସାଣି ଉତ୍ସବ

ନାଲ୍‌କୋରେ ବିଶ୍ୱକର୍ମାଙ୍କ ଭସାଣି ଉତ୍ସବ

ବଅଁରପାଳ,୨୩।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ନଗରୀରେ ବିଶ୍ୱକର୍ମାଙ୍କ ଭସାଣି ଉତ୍ସବ ରବିବାର ଅନୁଷ୍ଠିତ ହୋଇଛି। ଏଥିରେ ୬ଟି ମେଢ଼ ଯୋଗ ଦେବାକୁଥିବା ବେଳେ ବିଭିନ୍ନ କମିଟି ପକ୍ଷରୁ ବାଦ୍ୟ ନୃତ୍ୟ ସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। 

ବିକାଶର ଗାଥା ଲେଖିବ ତାଳଚେର ଫର୍ଟିଲାଇଜର୍ସ

ବିକାଶର ଗାଥା ଲେଖିବ ତାଳଚେର ଫର୍ଟିଲାଇଜର୍ସ

ତାଳଚେର,୨୩ା୯(ନି.ପ୍ର.)- ତାଳଚେର ଫର୍ଟିଲାଇଜର୍ସ ପ୍ଲାଣ୍ଟ ପୁନରୁଦ୍ଧାର କାର୍ଯ୍ୟ କିଛି ସମୟ ପୂର୍ବରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ପାଖାପାଖି ୧୩ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ୩୬ ମାସ ପରେ ଏହା କାର୍ଯ୍ୟକ୍ଷମ ହେଲେ ସିଧାସଳଖ ୪୫୦୦ ଜଣ କର୍ମସଂସ୍ଥାନ ପାଇବେ। ଅନ୍ୟ ଭିତ୍ତିଭୂମି ବିକାଶର ମଧ୍ୟ ଏହା ବାଟ ଫିଟାଇବ। ଏହି ପ୍ଲାଣ୍ଟ ନୂଆ ଓଡ଼ିଶାର ବିକାଶ ଗାଥା ଲେଖିବା ସହ ଦେଶ ନିର୍ମାଣରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ସ୍ଥାନୀୟ ବକ୍ସି ଜଗବନ୍ଧୁ ଷ୍ଟାଡିୟମ ପରିସରରେ ଭାଜପା ପକ୍ଷରୁ ଆୟୋଜିତ ସାଧାରଣ ସଭାରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହା କହିଛନ୍ତି। 

ତାଳଚେର ଫର୍ଟିଲାଇଜର୍ସ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ତାଳଚେର ଫର୍ଟିଲାଇଜର୍ସ ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ତାଳଚେର,୨୩।୯(ନି.ପ୍ର.)- ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନା (ନୂତନ ନାମ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ୍‌) ପୁନରୁଦ୍ଧାରର ଭିତ୍ତି ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ଏଫ୍‌ସିଆଇ ପରିସରରେ ଏହାର ଶିଳାନ୍ୟାସ କରିବା ସହ ଏହି କାରଖାନା ଆଗାମୀ ଦିନରେ ଦେଶକୁ ନୂତନ ଦିଗ ଦେଖାଇବାରେ ସହାୟକ ହେବ ବୋଲି ସେ କହିଛନ୍ତି। ପୂର୍ବାହ୍ନ ସାଢ଼େ ୧୦ଟାରେ କାରଖାନା ପରିସରରେ ଆୟୋଜିତ ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ ଓ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଉପସ୍ଥିତ ଥିଲେ। 

ବିଷ ପିଇଦେଲେ ନବବଧୂ

ବିଷ ପିଇଦେଲେ ନବବଧୂ


ବନ୍ତଳା, ୨୨ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ବ୍ରହ୍ମପୁର ଗ୍ରାମର ସ୍ମିତା ଜେନା (୨୨) ଶୁକ୍ରବାର ସକାଳେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି। 

ବେଙ୍ଗା ନାଳ ସାଜିଲା ବାଧକ, ଡାକ୍ତରଖାନା ଯାଇପାରିଲେନି: କୂଅରୁ ଉଦ୍ଧାର ବୃଦ୍ଧାଙ୍କ ଜୀବନ ଗଲା

ବେଙ୍ଗା ନାଳ ସାଜିଲା ବାଧକ, ଡାକ୍ତରଖାନା ଯାଇପାରିଲେନି: କୂଅରୁ ଉଦ୍ଧାର ବୃଦ୍ଧାଙ୍କ ଜୀବନ ଗଲା

ଭାପୁର, ୨୨ା୯(ଡି.ଏନ୍‌.ଏ.)-କୂଅରୁ ମୂମୂର୍ଷୁ ଅବସ୍ଥାରେ ଉଦ୍ଧାର ହୋଇଥିବା ବୃଦ୍ଧା ଆଉ ଡାକ୍ତରଖାନା ଭିତରେ ପାଚେରି ହୋଇ ଛିଡ଼ାହେଲା ବେଙ୍ଗା ନାଳ। 

ଏସିଡ୍‌ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ

ଏସିଡ୍‌ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଉପରେ ଗୁରୁତ୍ୱ

ହିନ୍ଦୋଳ,୨୨।୯(ଡି.ଏନ.ଏ.)-ଖଜୁରିଆକଟାସ୍ଥିତ ହିନ୍ଦୋଳ କଲେଜରେ ଶନିବାର ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତାଲୁକ ଆଇନ ସେବା କମିଟି ଅଧ୍ୟକ୍ଷ ତଥା ସବ୍‌ଜଜ୍‌  ସି.ଏଚ୍‌. ବାସୁଦେବ ପାତ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। 

ଦୁର୍ଘଟଣାରେ ଜଣେ ଗୁରୁତର

ଦୁର୍ଘଟଣାରେ ଜଣେ ଗୁରୁତର

ପରଜଙ୍ଗ, ୨୨ା୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥର ବ୍ରାହ୍ମଣୀ ବ୍ରିଜ୍‌ ନିକଟରେ ଶନିବାର ମଧ୍ୟାହ୍ନରେ ବାଇକ୍‌ରୁ ଖସିପଡ଼ି କୁଆଳୋ ଗ୍ରାମର ଗୋବିନ୍ଦ ରଣା ଗୁରୁତର ହୋଇଛନ୍ତି।

ବିଜେଡିରେ ମିଶିଲେ ୯ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ ୯ କଂଗ୍ରେସ କର୍ମୀ

ଆଠମଲ୍ଲିକ,୨୨।୯(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଜାମୁଡୋଲ ପଞ୍ଚାୟତ ଲାଇନ୍‌ପଡା ଗ୍ରାମର ୭ ନଂ. ଓ୍ବାର୍ଡ଼ର କଂଗ୍ରେସ କର୍ମୀ ସୁରେଶନ ବିଶ୍ୱାଳ, ପ୍ରଦୀପ ସେଠୀ, ପଞ୍ଚାନନ ପ୍ରଧାନ, କନ୍ଦର୍ପ ବିଶ୍ୱାଳ, ସଦାଶିବ ରଣା, ଜିତେନ୍ଦ୍ର ପ୍ରଧାନ, ଅନାଦି ପ୍ରଧାନ, ନିରଞ୍ଜନ ପ୍ରଧାନ, ଉଗ୍ରେସନ ବିଶ୍ୱାଳ ଶୁକ୍ରବାର ବିଜେଡିରେ ସାମିଲ ହୋଇଛନ୍ତି। 

ପଞ୍ଚାୟତସ୍ତରୀୟ ବିଜୁ ଯୁବ ବାହିନୀ ବୈଠକ

ପଞ୍ଚାୟତସ୍ତରୀୟ ବିଜୁ ଯୁବ ବାହିନୀ ବୈଠକ

ଛେଣ୍ଡିପଦା,୨୨।୯(ଡି.ଏନ.ଏ.)-ଛେଣ୍ଡିପଦା ବ୍ଲକ କୁକୁରପେଟା ପଞ୍ଚାୟତ ଅଫିସଠାରେ ଶନିବାର ବିଜୁ ଯୁବ ବାହିନୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୁବ ବାହିନୀ ସଭାପତି ବୁଲୁ ସାହୁଙ୍କ ଆହ୍ବାନକ୍ରମେ ଏହି ବୈଠକରେ ଯୁବ ବାହିନୀ ସଙ୍ଗଠନ ସଭ୍ୟାସଭ୍ୟଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରାଯାଇଥିଲା। 

 ଲଗାଣ ବର୍ଷାରେ ଭାଙ୍ଗିଲା ଘର

ଲଗାଣ ବର୍ଷାରେ ଭାଙ୍ଗିଲା ଘର

ବଇଣ୍ଡା,୨୨।୯(ଡି.ଏନ.ଏ.)- ଗତ ୩ ଦିନ ଧରି  ହୋଇଥିବା ଲଘୁଚାପ ଲଗାଣ ବର୍ଷାରେ  ଆଠମଲ୍ଲିକ ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବିଶେଷ କରି ପାଇକ ସାହି ପଞ୍ଚାୟତରେ  ଏହାର ପ୍ରଭାବ ଦେଖିବାକୁ ମିଳିଛି। ପାଇକ ସାହି ଗ୍ରାମର ଦଣ୍ଡଧର ସାହୁ, ପବନ ନାୟକଙ୍କ ଚାଳ ଘର ଭାଙ୍ଗି ଯାଇଛି। 

ବଢୁଛି ଚୋରା ମଦ କାରବାର: ପ୍ରଶାସନ ନୀରବ

ବଢୁଛି ଚୋରା ମଦ କାରବାର: ପ୍ରଶାସନ ନୀରବ


ବଇଣ୍ଡା,୨୨।୯(ଡି.ଏନ.ଏ.)-  ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ଇଲାକାରେ ଚୋରା ମଦ କାରବାର ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ପେଡ଼ିପଥର, ସାନହୁଲା, କୁର୍ତ୍ତିବାସପୁର, ଠାକୁରଗଡ଼, ଟାପଢୋଲ, ସାପଘରା, ମଇମୁରା ପାଇକ ସାହି ଆଦି ଗ୍ରାମ ଗୁଡ଼ିକରେ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। 

କତଡା-ବଡମୂଳ ରାସ୍ତା ବିପର୍ଯ୍ୟସ୍ତ

କତଡା-ବଡମୂଳ ରାସ୍ତା ବିପର୍ଯ୍ୟସ୍ତ

ଛେଣ୍ଡିପଦା,୨୨।୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ କତଡା ପଞ୍ଚାୟତ ଅନ୍ତର୍ଗତ କତଡା ହନୁମାନ ମନ୍ଦିର ଛକଠାରୁ ବଡମୂଳ ଗ୍ରାମକୁ ସଂଯୋଗ କରୁଥିବା ଗ୍ରାମ୍ୟ ରାସ୍ତା ରକ୍ଷଣାବେକ୍ଷଣ ଅଭାବରୁ ବିପର୍ଯ୍ୟସ୍ତ ହୋଇପଡ଼ିଛି।