ଅନଗୁଳ-ଢେଙ୍କାନାଳ

ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଉଦ୍ୟମ

ଆଶାୟୀ ସରପଞ୍ଚ ପ୍ରାର୍ଥୀଙ୍କୁ ଅପହରଣ ଉଦ୍ୟମ

ଢେଙ୍କାନାଳ ଅଫିସ୍‌, ୧୨।୧୧-ଢେଙ୍କାନାଳ ସଦର ବ୍ଲକ ମଙ୍ଗଳପୁର ପଞ୍ଚାୟତ ସରପଞ୍ଚ ପଦବୀ ଉପନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲର ସୋମବାର ଥିଲା ଅନ୍ତିମ ଦିବସ। ନାମାଙ୍କନ ଦାଖଲର ଶେଷ ଦିନର ଅଭାବନୀୟ ଘଟଣା ଘଟିଛି।

ମାଧପୁର ହାଇସ୍କୁଲ ତାଲା ଖୋଲିଲା

ମାଧପୁର ହାଇସ୍କୁଲ ତାଲା ଖୋଲିଲା

ମାଧପୁର, ୧୨।୧୧(ଡି.ଏନ୍‌.ଏ.)-ସପ୍ତାହେ ଧରି ବନ୍ଦ ରହିବା ପରେ ସୋମବାର ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ମାଧପୁର ଉଚ୍ଚ ବିଦ୍ୟାଳୟର ତାଲା ଖୋଲିଛି। 

୮୯ ଅଭିଯୋଗର ଶୁଣାଣି

୮୯ ଅଭିଯୋଗର ଶୁଣାଣି

ଛେଣ୍ଡିପଦା, ୧୨। ୧୧(ସ୍ବ.ପ୍ର.)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ବ୍ଲକସ୍ତରୀୟ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବିଡିଓ ରୋମାଞ୍ଚଳ ଖମାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଶିବିରରେ ଜିଲାପାଳ ଅନିଲ କୁମାର ସାମଲ ଉପସ୍ଥିତ ରହି ୮୯ ଅଭିଯୋଗର ଶୁଣାଣି କରିଥିଲେ।  

ପ୍ରଦୂଷଣ ଯୋଗୁ ଅଞ୍ଚଳବାସୀ ଅତିଷ୍ଠ

ପ୍ରଦୂଷଣ ଯୋଗୁ ଅଞ୍ଚଳବାସୀ ଅତିଷ୍ଠ

ଅନୁଗୋଳ ଅଫିସ୍‌, ୧୨।୧୧: ଅନୁଗୋଳ କଣିହାଁ ବ୍ଲକ ଡେରାଙ୍ଗ ଗ୍ରାମ ମଝିସାହିର ଶତାଧିକ ଅଞ୍ଚଳବାସୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପଦର୍ଶନ କରିଛନ୍ତି। 

ପାଣି ଗଳିଲେ ସ୍କୁଲ ବନ୍ଦ

ପାଣି ଗଳିଲେ ସ୍କୁଲ ବନ୍ଦ

ଭାପୁର, ୧୨।୧୧(ଡି.ଏନ୍‌.ଏ.) : ପିଲାଙ୍କୁ ସ୍କୁଲ ଛାଡ଼ିବାକୁ ଭୟ ଲାଗୁଛି। କେତେବେଳେ ମୁଣ୍ଡ ଉପରେ ତ ଆଉ କେତେବେଳେ ଖାଇବା ଥାଳିରେ କଂକ୍ରିଟ୍‌ ଖସୁଛି। ସାମାନ୍ୟ ବର୍ଷାରେ ପାଣି ଗଳୁଛି। ଥରେ ନୁହେଁ ଅନେକ ଥର ସମସ୍ୟା ଜଣାଇଛୁ।

ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ନେଇଛି ୯୩ ଜୀବନ

ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ନେଇଛି ୯୩ ଜୀବନ

ବନ୍ତଳା, ୧୨।୧୧ (ଡି.ଏନ.ଏ.) : ଅନୁଗୋଳ ଜିଲାରେ ଗତ ୨୦୧୭-୧୮ ବର୍ଷରେ ମୋଟ୍‌ ୯୩ ଜଣଙ୍କ ପ୍ରାକୃତିକ ବିପର୍ଯ୍ୟୟରେ ମୃତ୍ୟୁ ଘଟିଛି। ଜିଲାପାଳଙ୍କ ଅନୁମୋଦନ କ୍ରମେ ସରକାର ଜିଲା ଆପାତକାଳୀନ ବିଭାଗ ପକ୍ଷରୁ ସମ୍ପୃକ୍ତ ମୃତକଙ୍କ ପରିବାରକୁ ୩ କୋଟି ୫୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିଛନ୍ତି।

ପୌରାଞ୍ଚଳ ଅଳିଆକୁ ଲୋକଙ୍କ ବିରୋଧ : ଗାଡ଼ି ଭାଙ୍ଗିଲେ, କର୍ମଚାରୀଙ୍କୁ ପିଟିଲେ

ପୌରାଞ୍ଚଳ ଅଳିଆକୁ ଲୋକଙ୍କ ବିରୋଧ : ଗାଡ଼ି ଭାଙ୍ଗିଲେ, କର୍ମଚାରୀଙ୍କୁ ପିଟିଲେ

ଅନୁଗୋଳ ଅଫିସ,୧୨ା୧୧ : ଅନୁଗୋଳ ପୌରାଞ୍ଚଳ ଅଳିଆ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଅଳିଆ କେଉଁଠି ପଡ଼ିବ ତାହାକୁ ନେଇ ଶନିବାର ପ୍ରଶାସନ ଉପସ୍ଥିତିରେ ପୌରପାଳିକା ଓ ବିରୋଧ କରୁଥିବା କୁଶାସିଂହା ଗ୍ରାମବାସୀଙ୍କ ମଧ୍ୟରେ ସମାଧାନ ବୈଠକ ବସିଥିଲା। 

ହାତୀ ସହ ସେଲ୍‌ଫି

ହାତୀ ସହ ସେଲ୍‌ଫି

ଢେଙ୍କାନାଳ ଅଫିସ,୧୨ା୧୧: ଢେଙ୍କାନାଳ ସଦର ରେଞ୍ଜ ଗଦାଶିଳା ଫରେଷ୍ଟ ସେକ୍ସନ ଅଧୀନ ସିମିନଇ ଶାଳ ଜଙ୍ଗଲରେ ହାତୀ ସହ ସେଲ୍‌ଫି ନେଉଥିବାବେଳେ ରବିବାର ଜଣେ ଯୁବକ ହାତୀ ଆକ୍ରମଣରୁ ବର୍ତ୍ତିଯାଇଛନ୍ତି।  ଗ୍ରାମବାସୀ ଓ ବନକର୍ମଚାରୀ ବାଣ ଫୁଟାଇବାରୁ ହାତୀପଲ କାଙ୍କଡ଼ବୋଲୁଅ ପାହାଡ଼ ଆଡ଼କୁ ପଳାଇଛନ୍ତି। 

ସପ୍ତଶଯ୍ୟା ମହୋତ୍ସବ ଉଦ୍‌ଯାପିତ : ‘ଜୀବନରେ ଶାନ୍ତି ଭରିଦିଏ ନୃତ୍ୟସଙ୍ଗୀତ’

ସପ୍ତଶଯ୍ୟା ମହୋତ୍ସବ ଉଦ୍‌ଯାପିତ : ‘ଜୀବନରେ ଶାନ୍ତି ଭରିଦିଏ ନୃତ୍ୟସଙ୍ଗୀତ’

ଢେଙ୍କାନାଳ ଅଫିସ, ୧୨ା୧୧: ଢେଙ୍କାନାଳ ଦେବାଂଶୀ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ସ୍ଥାନୀୟ ମିନିଷ୍ଟାଡିୟମରେ ଦୁଇଦିନ ଧରି ଚାଲିଥିବା ସପ୍ତଶଯ୍ୟା ମହୋତ୍ସବ ରବିବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି। 

ଭୟରେ ଟାୱାରରେ ଚଢିଗଲେ ଯୁବକ : ୪ ଘଣ୍ଟା ପରେ ଉଦ୍ଧାର

ଭୟରେ ଟାୱାରରେ ଚଢିଗଲେ ଯୁବକ : ୪ ଘଣ୍ଟା ପରେ ଉଦ୍ଧାର

ବଅଁରପାଳ,୧୨।୧୧ (ଡି.ଏନ୍‌.ଏ)- ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ନିକଟସ୍ଥ ଏକ ୨୦୦ ଫୁଟ୍‌ ମୋବାଇଲ ଟାୱାର୍‌ ଉପରେ ରବିବାର ଜଣେ ଯୁବକ ଚଢିଯିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଖବରପାଇ ପୋଲିସ ଓ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ଯୁବକ ଜଣଙ୍କୁ ଉଦ୍ଧାର କରିଛନ୍ତି।

 ଶୁଣିଲାନି ପ୍ରଶାସନ: ରାସ୍ତା ମରାମତି କଲେ ଗ୍ରାମବାସୀ

ଶୁଣିଲାନି ପ୍ରଶାସନ: ରାସ୍ତା ମରାମତି କଲେ ଗ୍ରାମବାସୀ

ବଇଣ୍ଡା,୧୧।୧୧(ଡି.ଏନ.ଏ)- ପ୍ରତ୍ୟେକ ଗ୍ରାମକୁ ସଂଯୋଗୀକରଣ କରିବା ପାଇଁ ସରକାର ବିଭିନ୍ନ ଯୋଜନାରେ ରାସ୍ତା ନିର୍ମାଣ କରୁଥିବା ଡିଣ୍ଡିମ ପିଟୁଛନ୍ତି। ହେଲେ ଏବେ ବି ଅନେକ ଗ୍ରାମକୁ ପକ୍କା ରାସ୍ତା ଖଣ୍ଡିଏ ନିର୍ମାଣ ହୋଇପାରୁ ନାହିଁ। ଶୋଚନୀୟ ରାସ୍ତାକୁ ମରାମତି କରିବା ପାଇଁ ପ୍ରଶାସନକୁ ବାରମ୍ବାର ଅବଗତ ସତ୍ତ୍ୱେ ସମସ୍ୟା ନ ସୁଧୁରିବାରୁ ଶେଷରେ ଅର୍ଥ ଠୁଳ କରି ସମସ୍ୟାକୁ ନିଜେ ସମାଧାନ କରିବାକୁ  ଅଣ୍ଟା ଭିଡ଼ିଛନ୍ତି  କିଶୋରନଗର ବ୍ଲକ ଝରାବେରେଣୀ ପଞ୍ଚାୟତ ପଡ଼ିଆବନ୍ଧୁପାଲି ଗ୍ରାମବାସୀ। ଗ୍ରାମକୁ ଆସିଥିବା ମୁଖ୍ୟ ରାସ୍ତାଟି ଅତି କଦର୍ଯ୍ୟ ହୋଇପଡ଼ିଥିବାବେଳେ ଗ୍ରାମବାସୀ ଏକଜୁଟ୍‌ ହୋଇ ରବିବାର ରାସ୍ତା ମରାମତି କରିଛନ୍ତି।

ପଥର ଖାଦାନରେ ଚଢ଼ାଉ, ଜେସିବି ଜବତ

ପଥର ଖାଦାନରେ ଚଢ଼ାଉ, ଜେସିବି ଜବତ

ଭୁବନ,୧୧ା୧୧(ଡି.ଏନ୍‌.ଏ.)-ଭୁବନ ଥାନା ମୃଦଙ୍ଗା ପଞ୍ଚାୟତ ଅଁଳାଝରି ଗ୍ରାମ ନିକଟରେ ଚାଲିଥିବା ବେଆଇନ ପଥର ଖାଦାନରେ ରବିବାର ପୋଲିସ ଚଢ଼ାଉ କରିଛି। ଘଟଣାସ୍ଥଳରୁ ଏକ ଜେସିବି ଜବତ କରାଯାଇଥିବାବେଳେ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି। 

 ୩ ନଂ. ଓ୍ବାର୍ଡ ପରିଦର୍ଶନ କଲେ ଜିଲାପାଳ

୩ ନଂ. ଓ୍ବାର୍ଡ ପରିଦର୍ଶନ କଲେ ଜିଲାପାଳ

ଢେଙ୍କାନାଳ ଅଫିସ, ୧୧।୧୧- ଢେଙ୍କାନାଳ ଜିଲାପାଳ ନିଖିଳ ପଓ୍ବନ କଲ୍ୟାଣ ଶନିବାର ଢେଙ୍କାନାଳ ପୌରାଞ୍ଚଳର ୩ ନଂ. ଓ୍ବାର୍ଡ ପରିଦର୍ଶନ କରିଛନ୍ତି।

ଦୁର୍ନୀତି ବିରୋଧରେ ଯେଉଁମାନେ ମୁହଁ ଖୋଲିବେ ତାଙ୍କ ସାଥିରେ ରହିବି: ବୈଜୟନ୍ତ

ଦୁର୍ନୀତି ବିରୋଧରେ ଯେଉଁମାନେ ମୁହଁ ଖୋଲିବେ ତାଙ୍କ ସାଥିରେ ରହିବି: ବୈଜୟନ୍ତ

ଢେଙ୍କାନାଳ ଅଫିସ,୧୧।୧୧- ଢେଙ୍କାନାଳ ଜିଲା ଗଁଦିଆ ବରପଦାଠାରେ ରବିବାର  ପରିବର୍ତ୍ତନ ଜନ ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ବିଧାୟକ ନବୀନ ନନ୍ଦ ଏଥିରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ପୂର୍ବତନ ଏମ୍‌ପି ବୈଜୟନ୍ତ ପଣ୍ଡା ଯୋଗଦେଇ କହିଲେ, ଶାସକ ଦଳର ଲୋକମାନେ ବିଭିନ୍ନ ସଭାସମିତି କରୁଥିବାବେଳେ ତାଙ୍କ ପ୍ରତି ଆକ୍ରମଣ ହେଉଛି। 

ଚନ୍ଦକା ଫେରିଲା ଯଶୋଦା

ଚନ୍ଦକା ଫେରିଲା ଯଶୋଦା

ବନ୍ତଳା, ୧୧।୧୧ (ଡି.ଏନ.ଏ.)- ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବାରେ ସହାୟତା ପାଇଁ ଅନୁଗୋଳ ଜିଲା ସାତକୋଶିଆ ଆସିଥିବା କୁମ୍‌କି ହାତୀ ଯଶୋଦା ଶନିବାର ଚନ୍ଦକା ଫେରିଯାଇଛି। 

ଭାଜପାର ଜନପରାମର୍ଶ ପଦଯାତ୍ରା

ଭାଜପାର ଜନପରାମର୍ଶ ପଦଯାତ୍ରା

ବଅଁରପାଳ,୧୧।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଳରାମ ପ୍ରସାଦଠାରେ ରବିବାର ଭାଜପାର ଏକ ଜନ ପରାମର୍ଶ ପଦଯାତ୍ରା ହୋଇଛି।

ବିଦାୟ ନେଲେ ମା’ କାଳୀ

ବିଦାୟ ନେଲେ ମା’ କାଳୀ

ବଅଁରପାଳ,୧୧।୧୧ (ଡି.ଏନ୍‌.ଏ.)- ବଅଁରପାଳରେ ମା’ କାଳୀଙ୍କ ଭଷାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭଷାଣିରେ ମା’ଙ୍କ ମୃଣ୍ମୟୀ ପ୍ରତିମାକୁ ଶୋଭାଯାତ୍ରାରେ ବାହାର କରାଯାଇ ବିଭିନ୍ନ ଅଞ୍ଚଳ ପରିକ୍ରମା କରାଯାଇଥିଲା।

୨ ଶହ ଫୁଟ ଉଚ୍ଚ ଟାୱାରରୁ ଯୁବକଙ୍କୁ ଉଦ୍ଧାର

୨ ଶହ ଫୁଟ ଉଚ୍ଚ ଟାୱାରରୁ ଯୁବକଙ୍କୁ ଉଦ୍ଧାର

ବଅଁରପାଳ,୧୧।୧୦(ଡି.ଏନ୍‌.ଏ.): ଅନୁଗୋଳୋ ଜିଲା  ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ନିକଟରେ ଥିବା  ୨ ଶହ ଫୁଟ ଉଚ୍ଚତା ଉପରୁ ଜଣେ ଯୁବକଙ୍କୁ ରବିବାର ଅଗ୍ନିଶମ କର୍ମଚାରୀ ପକ୍ଷରୁ ଉଦ୍ଧାର କରାଯାଇଛି। ସେ ଜରପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି।

ବାରହା ଶିକାର କରି ଜଣେ ଗିରଫ

ବାରହା ଶିକାର କରି ଜଣେ ଗିରଫ

ଅନୁଗୋଳ ଅଫିସ୍‌, ୧୧।୧୧: ଅନୁଗୋଳ ଜିଲା ତାଳଚେର ବନାଞ୍ଚଳ ଶିପୁର ସେକ୍ସନ ଗହମ ଗ୍ରାମରେ ଶନିବାର ରାତିରେ ବାରହା ଶିକାର କରୁଥିବା ସମୟରେ ନେଇ ଜଙ୍ଗଲ ବିଭାଗ ସେହି ଗ୍ରାମର ମେଘନାଦ ପ୍ରଧାନଙ୍କୁ ଗିରଫ କରିଛି। ଏଥିରେ ବ୍ୟବହୃତ ବିଦ୍ୟୁତ ତାର ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଏକାଧିକ ସମ୍ପୃକ୍ତିକୁ ନେଇ ତଦନ୍ତ ଜାରି ରହିଛି।

ଅନନ୍ତପୁର ଡାକଘରୁ ଟଙ୍କା ହଡ଼ପ ଘଟଣା: ଜେଲ ଗଲେ ପୋଷ୍ଟମାଷ୍ଟର

ଅନନ୍ତପୁର ଡାକଘରୁ ଟଙ୍କା ହଡ଼ପ ଘଟଣା: ଜେଲ ଗଲେ ପୋଷ୍ଟମାଷ୍ଟର

ଭୁବନ, ୧୦।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ଅନନ୍ତପୁରସ୍ଥିତ ଶାଖା ଡାକଘରୁ ଜମାକାରୀଙ୍କ ଟଙ୍କା ହଡ଼ପ ଘଟଣାରେ ଜେଲ ଯାଇଛନ୍ତି ପୋଷ୍ଟ ମାଷ୍ଟର ବିଜୟ କୁମାର ଦେହୁରୀ। ଶନିବାର ଗିରଫ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ଜାମଞ୍ଜୁର ପରେ ତାଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।

ଗଛରେ ପିଟିହେଲା ଅଟୋ, ୮ ଆହତ

ଗଛରେ ପିଟିହେଲା ଅଟୋ, ୮ ଆହତ

ମାଧପୁର, ୧୦ା୧୧- ଆଠମଲ୍ଲିକ-ମାଧପୁର ରାସ୍ତାର ଗଦାଧରପୁର ଛକ ନିକଟରେ ଏକ ଗଛରେ ପିଟି ହୋଇ ଏକ ଅଟୋ ଶନିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଡ୍ରାଇଭରଙ୍କ ସମେତ ମୋଟ ୮ ଜଣ ଆହତ ହୋଇଛନ୍ତି।  

ବନ୍ୟଜନ୍ତୁ  ଉପଦ୍ରବରେ ଫସଲ ନଷ୍ଟ: ପ୍ରତିବାଦରେ ବାମୁର ରେଞ୍ଜ କାର୍ଯ୍ୟାଳୟ  ଘେରାଉ

ବନ୍ୟଜନ୍ତୁ ଉପଦ୍ରବରେ ଫସଲ ନଷ୍ଟ: ପ୍ରତିବାଦରେ ବାମୁର ରେଞ୍ଜ କାର୍ଯ୍ୟାଳୟ ଘେରାଉ

ବଇଣ୍ଡା,୧୦।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜରେ ଗତ କିଛିଦିନ ହେବ ହାତୀ, ବାର୍‌ହା, ମାଙ୍କଡ଼ ଭଳି ବନ୍ୟଜନ୍ତୁଙ୍କ ଉପଦ୍ରବ ଲାଗି ରହିଛି। ଫଳରେ ବ୍ୟାପକ ପନିପରିବା ସହ ଧାନ ଫସଲ କ୍ଷୟକ୍ଷତି ହେଉଛି। 

ଛେଣ୍ଡିପଦା ପୋଲିସର ଭିଡିଓ ଭାଇରାଲ୍‌: ରସିଦ୍‌ ନ ଦେଇ ଟଙ୍କା ଆତ୍ମସାତ୍‌ ଚର୍ଚ୍ଚା

ଛେଣ୍ଡିପଦା ପୋଲିସର ଭିଡିଓ ଭାଇରାଲ୍‌: ରସିଦ୍‌ ନ ଦେଇ ଟଙ୍କା ଆତ୍ମସାତ୍‌ ଚର୍ଚ୍ଚା

ଛେଣ୍ଡିପଦା, ୧୦।୧୧(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପୋଲିସ ପକ୍ଷରୁ ଗାଡିମୋଟର ଯାଞ୍ଚ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ଜଣେ ପୋଲିସ ଅଧିକାରୀ ଜଣେ ଟ୍ରକ୍‌ ଚାଳକଙ୍କୁ ଅଟକାଇ ତାଙ୍କଠାରୁ ଜରିମାନା ଆଦାୟ କରୁଥିବା ଦେଖିବାକୁ ମିଳିଛି। ସମ୍ପୃକ୍ତ ଟ୍ରକ୍‌ ଚାଳକ ରସିଦ୍‌ ମାଗିବାରୁ ଆଦାୟ ୪ ଶହ ଟଙ୍କାରୁ ୩ଶହ ଟଙ୍କାର ରସିଦ୍‌ ଦିଆଯିବ ବୋଲି ପୋଲିସ ଏଏସ୍‌ଆଇ ଜଣକ କହୁଥିବା ନେଇ ଚର୍ଚ୍ଚା ଜୋର ଧରିଛି।

 ଜ୍ଞାନ ବିନା ମନୁଷ୍ୟ ବଞ୍ଚିବା ଅସମ୍ଭବ

ଜ୍ଞାନ ବିନା ମନୁଷ୍ୟ ବଞ୍ଚିବା ଅସମ୍ଭବ

ଭୁବନ,୧୦।୧୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ବ୍ଲକ ମଠକରଗୋଳା କଲେଜରେ ଶନିବାର ପଦାର୍ଥ ବିଜ୍ଞାନ ବିଭାଗ ପକ୍ଷରୁ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଛି। କଲେଜ ଅଧ୍ୟକ୍ଷ ଚିତ୍ତରଞ୍ଜନ ଦାସ ଏଥିରେ  ଅଧ୍ୟକ୍ଷତା କରିଥିଲେ। ମୁଖ୍ୟଅତିଥି ଭାବେ ଭୁବନେଶ୍ୱର କିଟ୍‌ ମହାବିଦ୍ୟାଳୟର ପଦାର୍ଥ ବିଜ୍ଞାନର ଅଧ୍ୟାପିକା ଡ. ରାଜଶ୍ରୀ ମହାପାତ୍ର ଯୋଗଦେଇ କହିଲେ, ଜ୍ଞାନକୁ ଛାଡି ମନୁଷ୍ୟ ବଞ୍ଚିବା ଅସମ୍ଭବ। କାରଣ ମନୁଷ୍ୟ ସଦାସର୍ବଦା ଜ୍ଞାନ ଉପରେ ନିର୍ଭର କରି ଜୀବନଜୀବିକା ଅତିବାହି କରିଥାଏ ବୋଲି ମତବ୍ୟକ୍ତ କରିଥିଲେ।