ଅନଗୁଳ-ଢେଙ୍କାନାଳ

ସରସ ମେଳାରେ ଯୋଗଦେବେ ୩ଶହ ବ୍ୟବସାୟୀ:ହସ୍ତତନ୍ତ ହେବ ମୁଖ୍ୟ ଆକର୍ଷଣ

ସରସ ମେଳାରେ ଯୋଗଦେବେ ୩ଶହ ବ୍ୟବସାୟୀ:ହସ୍ତତନ୍ତ ହେବ ମୁଖ୍ୟ ଆକର୍ଷଣ

ଅନୁଗୋଳ ଅଫିସ, ୭ା୯:ଅନୁଗୋଳର ନାଲ୍‌କୋସ୍ଥିତ ଗୋପବନ୍ଧୁ ପାର୍କ ସମ୍ମୁଖ ପଡ଼ିଆରେ ଆସନ୍ତା ୧୨ ତାରିଖରୁ ୨୩ ପର୍ଯ୍ୟନ୍ତ ଆଞ୍ଚଳିକ ସରସ ମେଳା ଅନୁଷ୍ଠିତ ହେବ। ଏହି ମେଳାରେ ୩ଶହ ବ୍ୟବସାୟୀ ଭାଗ ନେବେ ବୋଲି ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏକ ଖବରଦାତା ସମ୍ମିଳନୀରେ ଜିଲାପାଳ ଅନିଲ କୁମାର ସାମଲ ସୂଚନା ଦେଇଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରର ହସ୍ତତନ୍ତ ଏଥିରେ ସାମିଲ ହେବ। ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ଜିଲାପାଳ କହିଥିଲେ।

ପୁରୁଣାମାଣତ୍ରୀ ଉପ୍ରା ବିଦ୍ୟାଳୟ:ସ୍କୁଲ ଚଟାଣ ଖାଲଖମା

ପୁରୁଣାମାଣତ୍ରୀ ଉପ୍ରା ବିଦ୍ୟାଳୟ:ସ୍କୁଲ ଚଟାଣ ଖାଲଖମା

ଆଠମଲ୍ଲିକ, ୭ା୯(ଡି.ଏନ.ଏ.):ସରକାରୀ ଉଦାସୀନତା ତଥା ଶିକ୍ଷା ବିଭାଗର ଅବହେଳାର ଶିକାର ହୋଇଛି ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ପୁରୁଣାମାଣତ୍ରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ। ଶିକ୍ଷା ବିଭାଗର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ବିଦ୍ୟାଳୟରେ ଶ୍ରେଣୀଗୃହ, ପାଚେରି, ମୁଖଶାଳା ଆଦି ଭାଙ୍ଗିରୁଜି ଗଲାଣି। ମରାମତି ଅଭାବ ତଥା ନୂତନ ନିର୍ମାଣ ହେଉ ନ ଥିବାରୁ ଛାତ୍ରୀଛାତ୍ରମାନେ ବିପଦସଙ୍କୁଳ ଅବସ୍ଥାରେ ସେଠାରେ ପାଠ ପଢୁଛନ୍ତି। ଅବସ୍ଥା ଏପରି ହୋଇଛି ଯେ ଶ୍ରେଣୀଗୃହର ଚଟାଣ ଖାଲଖମାରେ ଭର୍ତ୍ତି ହୋଇଛି। ଅନେକ ସମୟରେ ଛାତରୁ ସିମେଣ୍ଟ ଚିପ୍ସ ଖସୁଛି। ଏ ନେଇ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।  

୮ ଶହ ଗୋରୁଙ୍କ ଟିକାକରଣ

ଛେଣ୍ଡିପଦା, ୬।୯(ସ୍ବ.ପ୍ର.)- ଅନୁଗୋଳ ବନଖଣ୍ଡ ଛେଣ୍ଡିପଦା ବନାଞ୍ଚଳ ଅନ୍ତର୍ଗତ ରାଇଝରଣଠାରେ ଗତ ୪ ତାରିଖରୁ ଚାଲିଥିବା ଗୋ ମହିଷାଦି ଟିକାକରଣ ଓ ପ୍ରାଣୀଧନ ଚିକିତ୍ସା ଶିବିର ବୁଧବାର ଉଦ୍‌ଯାପିତ ହୋଇଛି। 

ଚୌରାଶୀ ଗଜଲଷ୍ମୀ ପୂଜା ପ୍ରସ୍ତୁତି

ଚୌରାଶୀ ଗଜଲଷ୍ମୀ ପୂଜା ପ୍ରସ୍ତୁତି

ମାଧପୁର, ୬ା୯- ଚୌରାଶୀ ଗଜଲକ୍ଷ୍ମୀ ପୂଜା ପାଇଁ ଆଠମଲ୍ଲିକ ବ୍ଲକ ମାଧପୁର ହାଟ ପଡିଆଠାରେ ଚୌରାଶି ଗଜଲଷ୍ମୀ ପୂଜା କମିଟି ତରଫରୁ ଏକ ପ୍ରସ୍ତୁତି ବୈଠକ ବୁଧବାର ବସିଥିଲା। ରାମ ରତନ ଅଗ୍ରୱାଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ  ଗତବର୍ଷ ପୂଜାର ବିବରଣୀ ପାଠ କରାଯାଇଥିଲା।

ଭୁବନରେ ବର୍ଷାବିତ୍ପାତ: ଦଳିତ ସାହିକୁ ବଢୁଛି ବିପଦ

ଭୁବନରେ ବର୍ଷାବିତ୍ପାତ: ଦଳିତ ସାହିକୁ ବଢୁଛି ବିପଦ

ଭୁବନ, ୬ା୯(ଡି.ଏନ୍‌.ଏ.)- ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବା ପରେ ସାରା ରାଜ୍ୟରେ ଲାଗି ରହିଛି ଲଗାଣବର୍ଷା। ଏହାର ପ୍ରଭାବ ଦେଖିବାକୁ ମିଳିଛି ଭୁବନ ଏନ୍‌ଏସି ଅଞ୍ଚଳରେ।

ବଜ୍ରପାତରେ ଶ୍ରମିକ ମୃତ

ବଜ୍ରପାତରେ ଶ୍ରମିକ ମୃତ

କାମାକ୍ଷାନଗର,୬।୯(ଡି.ଏନ.ଏ.)- କାମାକ୍ଷାନଗର ବ୍ଲକ ସାରୁଆଳି ଗ୍ରାମର ଶ୍ରମିକ ବିମଳ ପରିଡା(୨୪) ଗୁରୁବାର ବଜ୍ରପାତରେ ପ୍ରାଣ ହରାଇଛନ୍ତି। ସେ ନୂଆଆଳତୁମା ପାଣିଟାଙ୍କି ପାଖରେ  ଏକ ନବ ନିର୍ମିତ ଛାତ ଉପରେ କାମ କରୁଥିବାବେଳେ ବଜ୍ରପାତ ଘଟିଥିଲା। ପରେ  ସେ ଛାତରୁ ତଳକୁ ପଡି ଯାଇଥିଲେ।

ନାଏବ ସରପଞ୍ଚ ଗିରଫ

ନାଏବ ସରପଞ୍ଚ ଗିରଫ


ବନ୍ତଳା,୬।୯ (ଡି.ଏନ.ଏ.)- ଏକ ଦୁର୍ଘଟଣା ପରେ ୫୫ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିବା ଅଭିଯୋଗରେ ବୁଧବାର ବଡ଼କେରା ପଞ୍ଚାୟତ ନାଏବ ସରପଞ୍ଚ ବିଦ୍ୟାଧର ପୃଷ୍ଟି (୪୦)ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। 

ଏଟିଏମ୍‌ରୁ  ଲୁଟ୍‌  ଉଦ୍ୟମ: ୪ ଅଟକ

ଏଟିଏମ୍‌ରୁ ଲୁଟ୍‌ ଉଦ୍ୟମ: ୪ ଅଟକ


ଢେଙ୍କାନାଳ ଅଫିସ,୬।୯- ଢେଙ୍କାନାଳ ସହରରେ ଥିବା ୨ଟି ଏଟିଏମ୍‌ କାଉଣ୍ଟରରୁ ଗୁରୁବାର ଲୁଟ୍‌  ଉଦ୍ୟମ ହୋଇଛି। 

‘ଆମେ ସଂଗ୍ରାମୀ ସ୍ମରଣିକା’ ଉନ୍ମୋଚିତ

‘ଆମେ ସଂଗ୍ରାମୀ ସ୍ମରଣିକା’ ଉନ୍ମୋଚିତ

କଣିହାଁ,୬।୯(ଡି.ଏନ.ଏ.)- ତାଳଚେର ସ୍ବାଧୀନତା ସଂଗ୍ରାମୀ ମେମୋରିଆଲ ଟ୍ରଷ୍ଟ ତରଫରୁ ଗୁରୁବାର କଣିହାଁ ଗାନ୍ଧୀ ସ୍ମୃତି ପୀଠଠାରେ ୮୧ତମ ତାଳଚେର ପ୍ରଜାମଣ୍ଡଳ ଦିବସ ପାଳିତ ହୋଇଯାଇଛି।  ଅତିଥି ଭାବେ ଏମ୍‌ସିଏଲ, ଏନ୍‌ଟିପିସିର ପଦାଧିକାରୀ, କଣିହାଁ ତହସିଲଦାର, ବିଡିଓ ଯୋଗ ଦେଇଥିଲେ।

ବଅଁରପାଳ କଲେଜରେ ଧର୍ମଘଟ: ପାଠ ପଢା ବ୍ୟାହତ

ବଅଁରପାଳ କଲେଜରେ ଧର୍ମଘଟ: ପାଠ ପଢା ବ୍ୟାହତ

ବଅଁରପାଳ,୬।୯(ଡି.ଏନ.ଏ.)- ବିଭିନ୍ନ ଦାବିରେ ବଅଁରପାଳ ଜୁନିୟର କଲେଜର ୧୪ ଜଣ ଅଧ୍ୟାପିକା ଓ ଅଧ୍ୟାପକ ଗୁରୁବାର ଧର୍ମଘଟ କରିବା ସହ କାର୍ଯ୍ୟାଳୟରେ ତାଲା ପକାଇଛନ୍ତି। 

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଅନୁଗୋଳ ଅଫିସ, ୬।୯: ଅନୁଗୋଳସ୍ଥିତ ଆଦର୍ଶ କଲେଜ ଅଫ ଇଂଜିନିୟରିଂ କଲେଜ ପରିସରରେ ନବାଗତ ଛାତ୍ରୀଛାତ୍ରଙ୍କୁ ଗୁରୁବାର ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି।

୪୦ ହଜାର ଟଙ୍କା, ୧୪ ଗ୍ରାମ ସୁନା ଚୋରି

୪୦ ହଜାର ଟଙ୍କା, ୧୪ ଗ୍ରାମ ସୁନା ଚୋରି

ଅନୁଗୋଳ ଅଫିସ, ୬।୯:  ଅନୁଗୋଳ ସହରର ପଞ୍ଚାୟତ ଇଣ୍ଡଷ୍ଟ୍ରି ଛକଠାରେ ଥିବା ବିଜୟ କୁମାର ସାହୁଙ୍କ ଘରୁ ବୁଧବାର ଦିନ ବିଳମ୍ବିତ ରାତିରେ ଚୋରି ହୋଇଛି। ନଗଦ ୪୦ ହଜାର ଟଙ୍କା ଓ ୧୪ ଗ୍ରାମ ସୁନା ନେଇ ଚୋର ଫେରାର ହୋଇଯାଇଛନ୍ତି।

ଅନୁଗୋଳ ବେଣାଗାଡ଼ିଆରେ ଅଗ୍ନିକାଣ୍ଡ ଘର ସହ ଜଳିଗଲେ ମହିଳା, ପୁରୁଷ

ଅନୁଗୋଳ ବେଣାଗାଡ଼ିଆରେ ଅଗ୍ନିକାଣ୍ଡ ଘର ସହ ଜଳିଗଲେ ମହିଳା, ପୁରୁଷ

ଅନୁଗୋଳ ଅଫିସ, ୬ା୯- ଅନୁଗୋଳ ଥାନା ଜରାସିଙ୍ଗା ବେଣାଗାଡ଼ିଆ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟି ୨ଜଣଙ୍କ ମୃତ୍ୟୁ ହୋଇଛି। ଖବରପାଇ ପୋଲିସ ବୁଧବାର ସନ୍ଧ୍ୟାରେ ଏକ ଘର ମଧ୍ୟରୁ ଜଣେ ମହିଳା ଓ ଜଣେ ପୁରୁଷଙ୍କ ମୃତଦେହ ଉଦ୍ଧାର କରିଥିବା ବେଳେ ଘଟଣାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। 

ବର୍ଷେ ହେଲା ଗଁାକୁ ଗଡ଼ିନି ଗାଡ଼ି

ବର୍ଷେ ହେଲା ଗଁାକୁ ଗଡ଼ିନି ଗାଡ଼ି

ଭାପୁର, ୬ା୯(ଡି.ଏନ୍‌.ଏ.) ଚତରାନାଳ ଲାଗି ବିଚ୍ଛିନ୍ନାଞ୍ଚଳ ପାଲଟିଛି ପଥରଗଡ଼ା। ବର୍ଷର ୬ମାସ ନାଳରେ ଭର୍ତ୍ତି ହୋଇରହୁଛି ପାଣି। ଖଟିଆରେ ବୁହା ହେଉଛନ୍ତି ରୋଗୀ। ଅଗ୍ନିକାଣ୍ଡ ଘଟିଲେ ପହଞ୍ଚତ୍ପାରୁନି ଦମକଳ। ଗମନାଗମନରେ କଲବଲ ହେଉଥିବା ଗ୍ରାମବାସୀଙ୍କ ଦାବି ଆଗରେ ମୁଣ୍ଡ ନୁଅଁାଇଥିଲା ବ୍ଲକ ପ୍ରଶାସନ।

ଗଣେଶ ପୂଜା ପାଇଁ ପ୍ରଶାସନିକ ବୈଠକ ସହରରେ ହେବ ୨୮ ମଣ୍ଡପ

ଗଣେଶ ପୂଜା ପାଇଁ ପ୍ରଶାସନିକ ବୈଠକ ସହରରେ ହେବ ୨୮ ମଣ୍ଡପ

ଅନୁଗୋଳ ଅଫିସ, ୬ା୯ ଆଗାମୀ ଗଣେଶ ପୂଜାକୁ ଅନୁଗୋଳ ସହରରେ ଶୃଙ୍ଖଳିତ ଭାବେ ପାଳନ ପାଇଁ ବୁଧବାର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅତିରକ୍ତ ଜିଲାପାଳ ତପନ କୁମାର ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତବର୍ଷ ୨୮ଟି ମଣ୍ଡପରେ ଗଜାନନ ପୂଜା ପାଇବାକୁ ଥିବାବେଳେ ସମସ୍ତ ମଣ୍ଡପର ବିସର୍ଜନ ୨୮ ତାରିଖ ସୁଦ୍ଧା ଶେଷ ହେବ।

୯ ଶ୍ରମିକଙ୍କୁ କାର୍ଯ୍ୟବନ୍ଦ ଆଦେଶ ଅଶାନ୍ତ ନର୍ଭେରାମ, କମ୍ପାନୀରେ ଅଚଳାବସ୍ଥା

୯ ଶ୍ରମିକଙ୍କୁ କାର୍ଯ୍ୟବନ୍ଦ ଆଦେଶ ଅଶାନ୍ତ ନର୍ଭେରାମ, କମ୍ପାନୀରେ ଅଚଳାବସ୍ଥା

ଓଡ଼ାପଡ଼ା, ୬ା୯(ଡି.ଏନ.ଏ.) ଓଡ଼ାପଡ଼ା ବ୍ଲକ ଗୁଣ୍ଡିଚାପଡ଼ାସ୍ଥିତ ନର୍ଭେରାମ ପାୱାର ଆଣ୍ଡ୍‌ ଷ୍ଟିଲ କମ୍ପାନୀରେ କାର୍ଯ୍ୟରତ ୯ଜଣ ଠିକା ଶ୍ରମିକଙ୍କୁ କମ୍ପାନୀ କର୍ତ୍ତୃପକ୍ଷ କାର୍ଯ୍ୟବନ୍ଦ ନୋଟିସ ଦେବା ପରେ ଅଶାନ୍ତ ହୋଇଉଠିଛି କାରଖାନା। କାର୍ଯ୍ୟରତ ଶ୍ରମିକଙ୍କୁ ମାରପିଟ୍‌ କରାଯାଇଥିବା ନେଇ ଠିକାଦାର ଥାନାରେ ଅଭିଯୋଗ କରିଛନ୍ତି।

ଭୂଷଣ ଷ୍ଟିଲ୍‌ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଆରମ୍ଭ ଉପକୃତ ହେବ ୧୧ ଗ୍ରାମ

ଭୂଷଣ ଷ୍ଟିଲ୍‌ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ସେବା ଆରମ୍ଭ ଉପକୃତ ହେବ ୧୧ ଗ୍ରାମ

ଓଡ଼ାପଡ଼ା, ୬ା୯(ଡି.ଏନ.ଏ.) ଟାଟା ଷ୍ଟିଲ ପକ୍ଷରୁ ଅଧିଗ୍ରହଣ କରାଯିବା ପରେ ଭୂଷଣ ଷ୍ଟିଲ ପକ୍ଷରୁ ବିଭିନ୍ନ ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହିକ୍ରମରେ ବୁଧବାରଠାରୁ କମ୍ପାନୀ ପକ୍ଷରୁ ଆରମ୍ଭ ହୋଇଛି ଭ୍ରାମ୍ୟମାଣ ପ୍ରାଥମିକ ଚିକିତ୍ସା ସେବା। ପରିଚାଳନା ନିର୍ଦ୍ଦେଶକ ରାଜୀବ ସିଂହଲ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ।

ଏପଟେ ସମ୍ମିଳନୀ, ସେପଟେ ଧାରଣା

ଏପଟେ ସମ୍ମିଳନୀ, ସେପଟେ ଧାରଣା

ଢେଙ୍କାନାଳ ଅଫିସ, ୬ା୯ ଢେଙ୍କାନାଳ ଜିଲାରେ ସଙ୍ଗଠନ ସଜାଡ଼ିବାକୁ ଉଦ୍ୟମ ଚଳାଇଛନ୍ତି କଂଗ୍ରେସର ବରିଷ୍ଠ ନେତା। ହେଲେ ଦଳ ମଧ୍ୟରେ ଅନ୍ତଃକନ୍ଦଳ ବାଟରେ ପଡ଼ି ହାଟରେ ଗଡୁଛି। ବୁଧବାର ଏହାର ପୁନରାବୃତ୍ତି ଘଟିଛି। ରାଫେଲ ଦୁର୍ନୀତିକୁ ନେଇ ଖବରଦାତା ସମ୍ମିଳନୀରେ ଦଳୀୟ ନେତୃବୃନ୍ଦ କେନ୍ଦ୍ରକୁ ଟାର୍ଗେଟ କରି ବର୍ଷୁଥିବାବେଳେ ଦଳୀୟ କାର୍ଯ୍ୟାଳୟ ଗାନ୍ଧୀ ମନ୍ଦିରରେ ଧାରଣାରେ ବସିଥିଲେ ଅସନ୍ତୁଷ୍ଟ ନେତା।

ରାଫେଲ ଦୁର୍ନୀତିରେ କଂଗ୍ରେସର କେନ୍ଦ୍ରକୁ ଟାର୍ଗେଟ , ପୁଞ୍ଜିପତିଙ୍କ ପ୍ରଧାନ ସେବକ ମୋଦି

ରାଫେଲ ଦୁର୍ନୀତିରେ କଂଗ୍ରେସର କେନ୍ଦ୍ରକୁ ଟାର୍ଗେଟ , ପୁଞ୍ଜିପତିଙ୍କ ପ୍ରଧାନ ସେବକ ମୋଦି

ଢେଙ୍କାନାଳ ଅଫିସ, ୬।୯ ଢେଙ୍କାନାଳ କମଳା ମଣ୍ଡପରେ ବୁଧବାର ଜିଲା କଂଗ୍ରେସ ପକ୍ଷରୁ ରାଫେଲ ଦୁର୍ନୀତିକୁ ନେଇ ଖବରଦାତା ସମ୍ମିଳନୀ କରାଯାଇଛି। ଏଥିରେ ଯୋଗଦେଇ ଏଆଇସିସି ସମ୍ପାଦକ ଶେଖ୍‌ ମସ୍ତାନ ଭାଲି  ରାଫେଲ ଦୁର୍ନୀତି ଅଭିଯୋଗକୁ ନେଇ ଏନ୍‌ଡିଏ ସରକାର ଉପରେ ବର୍ଷିଥିଲେ। 

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓକିଲ ସଂଘର ସ୍ମାରକପତ୍ର

ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓକିଲ ସଂଘର ସ୍ମାରକପତ୍ର

ତାଳଚେର,୫ା୯(ନି.ପ୍ର.)- ଉଚ୍ଚ ନ୍ୟାୟାଳୟର ଜଣେ ଆଇନଜୀବୀଙ୍କୁ ପୋଲିସ ଆକ୍ରମଣ ଘଟଣାରେ ବୁଧବାର ତାଳଚେର ଓକିଲ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳ ପରେଶ ନାୟକଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ଏନ୍‌ଟିପିସି ପକ୍ଷରୁ ହିନ୍ଦୀ ପାକ୍ଷିକ

ଏନ୍‌ଟିପିସି ପକ୍ଷରୁ ହିନ୍ଦୀ ପାକ୍ଷିକ

ତାଳଚେର,୫ା୯(ନି.ପ୍ର.)- ଏନ୍‌ଟିପିସି କଣିହାଁ ପକ୍ଷରୁ ହିନ୍ଦୀ ପାକ୍ଷିକ (ପଖୱାଡା) ଆୟୋଜନ କରାଯାଇଛି। ଏହା ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଜେନେରାଲ ମ୍ୟାନେଜର ଏ.କେ. ତ୍ରିପାଠୀ ଏହାକୁ ଉଦ୍‌ଘାଟନ କରି କର୍ମଚାରୀ ଓ ଅଧିକାରୀମାନଙ୍କୁ ଶପଥ ପାଠ କରାଇଥିଲେ।

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଅନୁଗୋଳ ଅଫିସ୍‌, ୫ା୯- ଅନୁଗୋଳ ଜିଲା ତାଳଚେର ବ୍ଲକ ଶିକ୍ଷାଧିକାରୀଙ୍କ ବଦଳି ଦାବିରେ ତାଳଚେର ସମନ୍ବିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଶତାଧିକ ଶିକ୍ଷୟିତ୍ରୀ ଓ ଶିକ୍ଷକ ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। 

ନାଲ୍‌କୋ ବିଶ୍ୱକର୍ମା ପୂଜା ; ଦୋକାନ ଆବଣ୍ଟନ ପାଇଁ ଲଟେରି

ନାଲ୍‌କୋ ବିଶ୍ୱକର୍ମା ପୂଜା ; ଦୋକାନ ଆବଣ୍ଟନ ପାଇଁ ଲଟେରି

ବଅଁରପାଳ, ୫ା୯(ଡି.ଏନ.ଏ.)- ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବ ପ୍ରସିଦ୍ଧ ନାଲ୍‌କୋ ବିଶ୍ୱକର୍ମା ପୂଜା। ୭ ଦିନ ଧରି ଚାଲିବାକୁ ଥିବା ଏହି ପୂଜାରେ ଉଠା ଦୋକାନ ବସିବାକୁ ଆରମ୍ଭ ହୋଇଛି ଲଟେରି କାର୍ଯ୍ୟ। ଶାନ୍ତି ଶୃଙ୍ଖଳାର ସହ ଲୋକଙ୍କୁ ଦୋକାନ ପାଇଁ ଜାଗା ବାଣ୍ଟିବାକୁ ନାଲ୍‌କୋ କର୍ତ୍ତୃପକ୍ଷଙ୍କ ତରଫରୁ ଏହି କାର୍ଯ୍ୟ କରାଯାଇଛି। 

ମାଗଣା କର୍କଟ ଚିକିତ୍ସା ଶିବିର

ମାଗଣା କର୍କଟ ଚିକିତ୍ସା ଶିବିର

ବଅଁରପାଳ, ୫ା୯(ଡି.ଏନ.ଏ.)- ବଅଁରପାଳସ୍ଥିତ ନାଲ୍‌କୋ ନେସ୍‌ କାର୍ଯ୍ୟାଳୟ ପରିସରରେ ଏକ ମାଗଣା କର୍କଟ ରୋଗ ଚିକିତ୍ସା ଶିବିର ବୁଧବାର ଅନୁଷ୍ଠିତ ହୋଇଥିଲା। ଏଚସିଜି ପଣ୍ଡା କ୍ୟାନ୍‌ସର ହସ୍ପିଟାଲ କଟକ ତରଫରୁ ଏହି ଶିବିର ଆୟୋଜନ  କରାଯାଇଥିଲା।