ଅନଗୁଳ-ଢେଙ୍କାନାଳ

ଡକାୟତି ଉଦ୍ୟମ ପଣ୍ଡ, ୫ଗିରଫ

ଡକାୟତି ଉଦ୍ୟମ ପଣ୍ଡ, ୫ଗିରଫ


ଓଡ଼ାପଡ଼ା, ୨୯।୯(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଗଣ୍ଠିଗାଡ଼ିଆ ନିକଟରେ ଗୁରୁବାର ବିଳମ୍ବିତ ରାତ୍ରିରେ ଡକାୟତି ଉଦ୍ୟମ କରୁଥିବା ବେଳେ ୫ଜଣଙ୍କୁ ପୋଲିସ ଗିରଫ କରିଛି। 

 ଜିଲା ମୁଖ୍ୟ ଚିକିତ୍ସାଳୟ: ଆଶୁ ଚିକିତ୍ସା ବିଭାଗରେ ପଡ଼ିବ ଶହେ ଚୌକି

ଜିଲା ମୁଖ୍ୟ ଚିକିତ୍ସାଳୟ: ଆଶୁ ଚିକିତ୍ସା ବିଭାଗରେ ପଡ଼ିବ ଶହେ ଚୌକି

ଅନୁଗୋଳ ଅଫିସ, ୨୯ା୯- ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ବ୍ୟବସ୍ଥା ପାଇଁ ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଜିଲା ଓ ଜିଲା ବାହାରୁ ଦୈନିକ ହଜାର ହଜାର ସଂଖ୍ୟାରେ ରୋଗୀ ଆସୁଥିବା ଯୋଗୁ ସେମାନଙ୍କୁ ସୁବିଧାରେ ଟିକେଟ ପ୍ରଦାନ ଓ ଧାଡ଼ିରେ ଦୀର୍ଘ ସମୟ ଧରି ଛିଡା ହେବା ବଦଳରେ ଚୌକିର ବ୍ୟବସ୍ଥା କରାଯିବ ବୋଲି ସିଡିଏମ୍‌ଓ ଶିବ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି। ଏଥିଯୋଗୁ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଉପକୃତ ହେବେ ବୋଲି ପାଢୀ ପ୍ରକାଶ କରିଛନ୍ତି।

ଐତିହାସିକ ବଳଦ ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଐତିହାସିକ ବଳଦ ଯାତ୍ରା ପାଇଁ ପ୍ରଶାସନିକ ପ୍ରସ୍ତୁତି ବୈଠକ

ଭୁବନ,୨୯।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନରେ ଐତିହାସିକ ବଳଦ ଯାତ୍ରା ପାଇଁ ଶନିବାର ସ୍ଥାନୀୟ ଏନ୍‌ଏସି ସଭାଗୃହରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ତହସିଲଦାର ଶକ୍ତିକାନ୍ତ ରାୟ ଅଧ୍ୟକ୍ଷତା କରିଥିବାବେଳେ ଶାନ୍ତି କମିଟି ସଭାପତି ତଥା କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। 

ଅନୁଗୋଳରେ ସମନ୍ବୟ କମିଟି ବୈଠକ

ଅନୁଗୋଳରେ ସମନ୍ବୟ କମିଟି ବୈଠକ

ଅନୁଗୋଳ ଅଫିସ,୨୯।୯: ଅନୁଗୋଳ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ସହ ଶାନ୍ତି  ବଜାୟ ରଖିବାକୁ ଅନୁଗୋଳ ପୋଲିସ ଓ ମାଜିଷ୍ଟ୍ରେଟ ସମନ୍ବୟ କମିଟି ବୈଠକ ଶନିବାର  ଅନୁଷ୍ଠିତ ହୋଇଯାଇଛି।

ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ ନାଲ୍‌କୋରେ ଉତ୍ତେଜନା

ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ ନାଲ୍‌କୋରେ ଉତ୍ତେଜନା

ବଅଁରପାଳ,୨୯।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ୫୫ନଂ ଜାତୀୟ ରାଜପଥର କୁଲାଡ଼ଠାରେ ଶନିବାର ଠିକା ଶ୍ରମିକ ପ୍ରମୋଦ ସାହୁଙ୍କ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ନାଲ୍‌କୋରେ ଉତ୍ତେଜନା ଦେଖାଦେଇଛି। 

ଛେଣ୍ଡିପଦାରେ ବ୍ଲକସ୍ତରୀୟ ମଧୁବାବୁ ପେନ୍‌ସନ ବଣ୍ଟନ

ଛେଣ୍ଡିପଦାରେ ବ୍ଲକସ୍ତରୀୟ ମଧୁବାବୁ ପେନ୍‌ସନ ବଣ୍ଟନ

ଛେଣ୍ଡିପଦା,୨୯।୯(ସ୍ବ.ପ୍ର): ଛେଣ୍ଡିପଦା ବ୍ଲକ ସଭାଗୃହଠାରେ ଶନିବାର ବ୍ଲକସ୍ତରୀୟ ମଧୁବାବୁ ପେନ୍‌ସନ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଏନ୍‌ସିସି ପକ୍ଷରୁ ପରାକ୍ରମ ଦିବସ ପାଳନ

ଏନ୍‌ସିସି ପକ୍ଷରୁ ପରାକ୍ରମ ଦିବସ ପାଳନ

ଭୁବନ, ୨୯।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ମହିଳା ମହାବିଦ୍ୟାଳୟରେ ଶନିବାର ଏନ୍‌ସିସି ପକ୍ଷରୁ ପରାକ୍ରମ ଦିବସ ବା ସର୍ଜିକାଲ ଷ୍ଟ୍ରାଇକ ଦିବସ ପାଳନ କରାଯାଇଛି। ଏହି ଅବସରରେ ସକାଳେ ସମସ୍ତ କ୍ୟାଡେଟ୍‌ମାନେ ସହର ପରିକ୍ରମା କରିବା ପରେ  ପ୍ୟାରେଡ୍‌ କରାଯାଇଥିଲା। ପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା।

ଭାଲୁ ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର

ଭାଲୁ ଆକ୍ରମଣରେ ଜଣେ ମୃତ, ଦୁଇ ଗୁରୁତର

ମାଧପୁର,୨୯।୯: ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ବାସୁଦେବପୁର ପଞ୍ଚାୟତର ଭୋଇପଡ଼ା ଗ୍ରାମରେ ଶନିବାର ସକାଳେ ଭାଲୁ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗିରିଷ ମେହେର(୪୫)।

କୁଲାଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଠିକା ଶ୍ରମିକ ମୃତ

କୁଲାଡ଼ ପେଟ୍ରୋଲ ପମ୍ପ ନିକଟରେ ଦୁଇ ବାଇକ୍‌ ମଧ୍ୟରେ ଧକ୍କା, ଠିକା ଶ୍ରମିକ ମୃତ

ବଅଁରପାଳ,୨୯।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ଥାନା କୁଲାଡ଼ ପେଟ୍ରୋଲ ପମ୍ପ ନିକଟରେ ଶନିବାର ସକାଳେ ୨ ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟିଛି। ଏଥିରେ ବାଇକ୍‌ରେ ବସିଥିବା ପ୍ରମୋଦ ସାହୁ ନାମକ ଠିକା ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ବାଇକ୍‌ ଚାଳକ ଗୁରୁତର ଆହତ ହୋଇଛନ୍ତି।

ଚିତି ସାପ କାମୁଡ଼ାରେ ନାବାଳକଙ୍କ ମୃତ୍ୟୁ

ଛେଣ୍ଡିପଦା,୨୯।୯(ସ୍ବ.ପ୍ର./ଡି.ଏନ୍‌.ଏ.): ଅନୁଗୋଳ ଜିଲା ଜରପଡ଼ା ଥାନା ସାନ କୁସକିଳା ଗ୍ରାମର ମଝିସାହିରେ ସାପ କାମୁଡ଼ାରେ ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ସିପୁନ ପଲେଇ(୧୬)। 

ବିଳମ୍ବରେ ଡାକ୍ତର ଆସିବାକୁ ନେଇ ଅସନ୍ତୋଷ

ବିଳମ୍ବରେ ଡାକ୍ତର ଆସିବାକୁ ନେଇ ଅସନ୍ତୋଷ

ବଅଁରପାଳ,୨୯।୯ (ଡି.ଏନ.ଏ.)ବଅଁରପାଳ ବ୍ଲକ ପରିସରରେ ଶୁକ୍ରବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ତରଫରୁ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଥିଲା। 

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ଆମ୍ବୁଲାନ୍ସ

ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଲା ଆମ୍ବୁଲାନ୍ସ

ଭୁବନ, ୨୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ମିଳିଛି ନିଜସ୍ବ ଆମ୍ବୁଲାନ୍ସ। କଲିକତାର ଶ୍ୟାମ ଷ୍ଟିଲ୍‌ ଇଣ୍ଡଷ୍ଟ୍ରୀ ପକ୍ଷରୁ ଉକ୍ତ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି। 

ଲୋକଙ୍କୁ ପୋଲିସ ଅଧିକ ସୁରକ୍ଷା ଦେଉ

ଲୋକଙ୍କୁ ପୋଲିସ ଅଧିକ ସୁରକ୍ଷା ଦେଉ

ବଇଣ୍ଡା,୨୨।୯(ଡି.ଏନ.ଏ.)- ଗ୍ରାମାଞ୍ଚଳରେ ଅପରାଧ ବୃଦ୍ଧି ପାଉଛି। ହେଲେ ପୋଲିସ ପ୍ରଶାସନ ପକ୍ଷରୁ ଠିକ୍‌ ଭାବେ ନିୟନ୍ତ୍ରଣ କରାଯାଉ ନାହିଁ। ଫଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଛି। ଅନେକ ସମୟରେ ଲୋକମାନେ ସୁରକ୍ଷା ପାଇଁ ପୋଲିସ ନିକଟକୁ ଆସୁଥିଲେ ମଧ୍ୟ ସେମାନେ ନିରାଶ ହେଉଛନ୍ତି। 

ଶାଳଗଣ୍ଡି ଜବତ କଲା ବନ ବିଭାଗ

ଶାଳଗଣ୍ଡି ଜବତ କଲା ବନ ବିଭାଗ

ପରଜଙ୍ଗ, ୨୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧୀନ ବାରବାଙ୍କ ସଂରକ୍ଷିତ ଜଙ୍ଗଲ ଏବଂ ଅଁଳାକଟା ଗ୍ରାମ ମଧ୍ୟସ୍ଥଳରୁ ଗୁରୁବାର ଅପରାହ୍ନରେ ବନ ବିଭାଗ କର୍ମଚାରୀ ଚଢ଼ାଉ କରି ୩ଖଣ୍ଡ ବଡ଼ ଶାଳ ଗଣ୍ଡି ଜବତ କରିଛନ୍ତି। ଅଁଳାକଟା ଅଞ୍ଚଳର ଜଣେ କାଠ ବ୍ୟବସାୟୀ ଦୀର୍ଘଦିନ ଧରି ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାଗେ ଗଛ କାଟି ବ୍ୟବସାୟ କରୁଛନ୍ତି।

ଏନ୍‌ଏସି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ: ‘ମହିଳାସଚେତନ ହେଲେ ଦୂର ହେବ ସମସ୍ୟା’

ଏନ୍‌ଏସି ପକ୍ଷରୁ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ: ‘ମହିଳାସଚେତନ ହେଲେ ଦୂର ହେବ ସମସ୍ୟା’

ଭୁବନ, ୨୮।୯(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିସ୍ଥିତ ବାଜି ରାଉତ କଲ୍ୟାଣ ମଣ୍ଡପରେ ଶୁକ୍ରବାର ‘ସ୍ବଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନ୍‌ଏସି ଅଧ୍ୟକ୍ଷା ସ୍ବର୍ଣ୍ଣମଞ୍ଜରୀ ସାହୁଙ୍କ ଅଧ୍ୟକ୍ଷତାରେ ଖଣିମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ, ମହିଳାମାନେ ସଚେତନ ହେଲେ ଅଞ୍ଚଳର ସମସ୍ୟା ଦୂରେଇଯିବ।

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚୋରି

ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଚୋରି

ବଇଣ୍ଡା, ୨୮।୯(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ଡାକ ବଙ୍ଗଳାଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ତାଡ଼ି ଗୁରୁବାର ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇଛି। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। 

ଟ୍ରକ-ବାଇକ ଧକ୍କା, ଜଣେ ଗୁରୁତର

ଟ୍ରକ-ବାଇକ ଧକ୍କା, ଜଣେ ଗୁରୁତର

ଛେଣ୍ଡିପଦା,୨୮।୯(ସ୍ବ.ପ୍ର)-ଛେଣ୍ଡିପଦା ବ୍ଲକ ନିଶା ଶିଳ୍ପାଞ୍ଚଳ ଥାନା ଆମ୍ବପାଳ ଜିନ୍ଦଲ ରାସ୍ତାରେ ଶୁକ୍ରବାର ଟ୍ରକ ସହ ବାଇକ ଧକ୍କା ହୋଇଛି

ମହିଳାଙ୍କୁ ହତ୍ୟା ଘଟଣା, ୩ ଗିରଫ

ମହିଳାଙ୍କୁ ହତ୍ୟା ଘଟଣା, ୩ ଗିରଫ

ବଇଣ୍ଡା,୨୮।୯(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ଖୋଲାରେଗେଡ଼ା ଗ୍ରାମର ଲିଲି ପ୍ରଧାନଙ୍କୁ ମଙ୍ଗଳବାର ସେହି ଗ୍ରାମର ଅଖି ପ୍ରଧାନ, ଅଭିମନ୍ୟୁ ପ୍ରଧାନ ଓ ସହଯୋଗୀ ଉମେଶ ବେହେରା ଅପହରଣ ସହ ପଥରରେ ଛେଚି ହତ୍ୟା କରିଥିଲେ। 

୧୪ ଫୁଟିଆ ଅହିରାଜ, ଅଜଗର ଉଦ୍ଧାର

୧୪ ଫୁଟିଆ ଅହିରାଜ, ଅଜଗର ଉଦ୍ଧାର

ଅନୁଗୋଳ ଅଫିସ, ୨୮ା୯- ଅନୁଗୋଳ ଜିଲା ତଳଗଡ ଗ୍ରାମରୁ ୧୪ ଫୁଟ ଲମ୍ବର ଏକ ଅହିରାଜ ଉଦ୍ଧାର ହୋଇଛି। ତଳଗଡ ଗ୍ରାମର ରବି ଦେହୁରୀଙ୍କ ପରିବାର ଲୋକ ପୂର୍ବାହ୍ନରେ ଏହି ସାପକୁ ଦେଖି ଭୟଭୀତ ହୋଇ ଯାଇଥିଲେ। ଖବରପାଇ ଅନୁଗୋଳର ସର୍ପ ଉଦ୍ଧାରକାରୀ ଆଦିତ୍ୟ ବେହେରା ଓ ମାଇକେଲ ରାଜୁ ପହଞ୍ଚତ୍ ବନ ବିଭାଗ ଉପସ୍ଥିତିରେ ସାପଟିକୁ ଉଦ୍ଧାର କରିଥିଲେ।

ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ

ବିଜେଡିରେ ମିଶିଲେ ଶତାଧିକ କଂଗ୍ରେସ କର୍ମୀ

ଛେଣ୍ଡିପଦା,୨୮।୯(ସ୍ବ.ପ୍ର)- ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ କୋଶଳାର ଅଧିଷ୍ଠାତ୍ରୀ ଦେବୀ ମା’ ରାମଚଣ୍ଡୀଙ୍କ ପୀଠସ୍ଥଳଠାରେ ଗୁରୁବାର ବିଜେଡିର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। 

ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା

ଦଉଡ଼ି ଦେଇ ଯୁବକଙ୍କ ଆତ୍ମହତ୍ୟା


ତାଳଚେର,୨୮ା୯(ନି.ପ୍ର.)- ଏମ୍‌ସିଏଲ୍‌ର ଏଠାରେ ଥିବା ଅନନ୍ତବିହାର କଲୋନୀରେ ଗୁରୁବାର ହରପ୍ରୀତ ସିଂହ (୩୫) ନାମକ ଜଣେ ଯୁବକ ବେକରେ ଦଉଡି ଦେଇ ଆତ୍ମହତ୍ୟା କରିଛନ୍ତି। ହରପ୍ରୀତ ଗତ ୨/୩ ଦିନ ହେଲା ନିଜ ଭିଣୋଇ ଘରକୁ ଆସିଥିଲେ। 

ନ୍ୟାୟ ପାଇଁ ଠିକାଶ୍ରମିକ କରିବେ ଲଢ଼େଇ

ନ୍ୟାୟ ପାଇଁ ଠିକାଶ୍ରମିକ କରିବେ ଲଢ଼େଇ

କଣିହାଁ,୨୮।୯(ଡି.ଏନ.ଏ.)- କଣିହାଁ ବ୍ଲକ ବିଜିଗୋଳ ରାମ ମନ୍ଦିର ପରିସରରେ  ଗୁରୁବାର ସରପଞ୍ଚ ଦୁଃଶାସନ ସାହୁଙ୍କ ପୌରୋହିତ୍ୟରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ଠିକା ଶ୍ରମିକମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ତାଳଚେର ସୁରକ୍ଷା ମଞ୍ଚ ସଭାପତି ମୁରଲୀଧର ସାହୁ ଯୋଗ ଦେଇଥିଲେ। ଶିଳ୍ପରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ବିଭକ୍ତୀକରଣ ନ କରି ସ୍ଥାୟିତ୍ୱ ପ୍ରଦାନ ସହିତ ଉପଯୁକ୍ତ ପ୍ରାପ୍ୟ, ସୁବିଧା ସୁଯୋଗ କମ୍ପାନୀ ଓ ଠିକାସଂସ୍ଥା ଯୋଗାଇ ଦେବାକୁ ବାଧ୍ୟ ବୋଲି ସାହୁ କହିଥିଲେ।

ବଡ଼ହୀରାରେ ଥମୁନି ଝାଡ଼ାବାନ୍ତି

ବଡ଼ହୀରାରେ ଥମୁନି ଝାଡ଼ାବାନ୍ତି

କଣିହାଁ,୨୮।୯(ଡି.ଏନ.ଏ.)-  କଣିହାଁ ବ୍ଲକ ବଡ଼ହୀରା ଗ୍ରାମରେ ସୋମବାରଠାରୁ ଦୂଷିତ ପାନୀୟ ଜଳ ବ୍ୟବହାର ଯୋଗୁ ଝାଡ଼ାବାନ୍ତି ବ୍ୟାପୁଛି। 

 ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଅଭିଯାନ ଶିବିର

ଭୀମ ଭୋଇ ଭିନ୍ନକ୍ଷମ ଚିହ୍ନଟ ଅଭିଯାନ ଶିବିର

ଅନୁଗୋଳ ଅଫିସ, ୨୮ା୯:   ବନରପାଲ ବ୍ଲକ ପରିସରରେ ଶୁକ୍ରବାର ଭୀମ ଭୋଇ ଭିନକ୍ଷମ ଚିହ୍ନଟ ଶିବିର ଅନୁଷ୍ଠିତ ହୋଇଯାଇଛି।