ଅନଗୁଳ-ଢେଙ୍କାନାଳ

ବିଜୁ ଯୁବ ବାହିନୀ ପକ୍ଷରୁ  କ୍ରିକେଟ୍‌ ଟୁର୍ନାମେଣ୍ଟ: ବିଲେଇନାଳୀ ଚାମ୍ପିୟନ

ବିଜୁ ଯୁବ ବାହିନୀ ପକ୍ଷରୁ କ୍ରିକେଟ୍‌ ଟୁର୍ନାମେଣ୍ଟ: ବିଲେଇନାଳୀ ଚାମ୍ପିୟନ

ବଇଣ୍ଡା,୧୮।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ବିଲେଇନାଳୀ ପଞ୍ଚାୟତ ଖେଳ ପଡ଼ିଆଠାରେ  ଶନିବାର ବିଜୁ ଯୁବ ବାହିନୀ ପକ୍ଷରୁ  କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। ଏଥିରେ ୪ଟି ଟିମ୍‌ ଅଶଂଗ୍ରହଣ କରିଥିଲେ। 

ବିଦ୍ୟୁତ୍‌  ଆଘାତରେ ଶିଶୁ ମୃତ

ବିଦ୍ୟୁତ୍‌ ଆଘାତରେ ଶିଶୁ ମୃତ

ଅନୁଗୋଳ ଅଫିସ,୧୮।୧୧- ଅନୁଗୋଳ ଥାନା କୁମଣ୍ଡ ଗ୍ରାମରେ ରବିବାର କୁନା ସାହୁଙ୍କ ପୁଅ ଦେବାଶିଷ ସାହୁ (୧୧ମାସ) ବିଦ୍ୟୁତ୍‌ ଆଘାତରେ ପ୍ରାଣ ହରାଇଛନ୍ତି।  

ଛେଣ୍ଡିପଦା ବିଧାୟକଙ୍କ ଶକ୍ତି ପ୍ରଦର୍ଶନ: ‘ଦଳରେ ଗୋଷ୍ଠୀ କନ୍ଦଳ ନାହିଁ’

ଛେଣ୍ଡିପଦା ବିଧାୟକଙ୍କ ଶକ୍ତି ପ୍ରଦର୍ଶନ: ‘ଦଳରେ ଗୋଷ୍ଠୀ କନ୍ଦଳ ନାହିଁ’

ଅନୁଗୋଳ ଅଫିସ,୧୮ା୧୧- ଅନୁଗୋଳ ଜିଲା ଛେଣ୍ଡିପଦା ବିଧାୟକ ସୁଶାନ୍ତ ବେହେରା ଶନିବାର ତାଙ୍କ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଛନ୍ତି। ଡେରଜାଙ୍ଗ ପ୍ରକଳ୍ପଠାରେ ୧୮ ପଞ୍ଚାୟତର କର୍ମୀଙ୍କୁ ନେଇ ସେ ଏକ ବୈଠକ କରିବା ସହ ଦଳରେ ଗୋଷ୍ଠୀ କନ୍ଦଳ ଉପୁଜିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି। ଦଳ ତୃଣମୂଳ ସ୍ତରରୁ ସଙ୍ଗଠିତ ହୋଇ ରହିଛି ବୋଲି ବିଧାୟକ କହିଛନ୍ତି।

କମଳାଙ୍ଗ ହାତୀମୃତ୍ୟୁକୁ ବିତିଲା ୩ ସପ୍ତାହ: ଖସିଗଲେ ବଡ଼ବଡ଼ିଆ, ଛନ୍ଦିହେଲେ ତଳିଆ

କମଳାଙ୍ଗ ହାତୀମୃତ୍ୟୁକୁ ବିତିଲା ୩ ସପ୍ତାହ: ଖସିଗଲେ ବଡ଼ବଡ଼ିଆ, ଛନ୍ଦିହେଲେ ତଳିଆ

ଢେଙ୍କାନାଳ ଅଫିସ, ୧୮ା୧୧- ବହୁଚର୍ଚ୍ଚିତ କମଳାଙ୍ଗ ହାତୀମୃତ୍ୟୁ ପ୍ରସଙ୍ଗ ତାତି କମିଲାଣି। ଧୀରେ ଧୀରେ ଶୀଥିଳ ପଡ଼ିବାରେ ଲାଗିଛି ଏହି ସ୍ପର୍ଶକାତର ଘଟଣା। ତଳିଆ କର୍ମଚାରୀଙ୍କ ମୁଣ୍ଡରେ ବୋଳା ହୋଇଛି ଅଠା। ଖସିଯାଇଛନ୍ତି ବଡ଼ବଡ଼ିଆ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ତଦନ୍ତରେ ଆଖିଦୃଶିଆ ଅଗ୍ରଗତି ହୋଇନି। ଦୁର୍ଘଟଣାର ୩ ସପ୍ତାହ ପରେ ବି ହାତ ବାନ୍ଧି ବସିଛି କ୍ରାଇମବ୍ରାଞ୍ଚ ।

ସାତକୋଶିଆ ମହାବଳ ମୃତ୍ୟୁ ଘଟଣା: ଫେରିଲେ ଏନ୍‌ଟିସିଏ, ଡବ୍ଲ୍ୟୁଆଇଆଇ ବିଶେଷଜ୍ଞ

ସାତକୋଶିଆ ମହାବଳ ମୃତ୍ୟୁ ଘଟଣା: ଫେରିଲେ ଏନ୍‌ଟିସିଏ, ଡବ୍ଲ୍ୟୁଆଇଆଇ ବିଶେଷଜ୍ଞ

ବନ୍ତଳା, ୧୮।୧୧ (ଡି.ଏନ.ଏ)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ମଧ୍ୟପ୍ରଦେଶ କାହ୍ନାରୁ ଆସିଥିବା ମହାବଳ ମହାବୀର ମୃତ୍ୟୁ ଘଟଣାର ଅନୁଧ୍ୟାନ କରିଛନ୍ତି ଏନ୍‌ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ) ଓ ଡବ୍ଲ୍ୟୁଆଇଆଇ (ୱାଇଲ୍ଡ ଲାଇଫ ଇନିଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡିଆ) କର୍ତ୍ତୃପକ୍ଷ। ତଦନ୍ତ ସାରି ଶନିବାର ଅପରାହ୍ନରେ ସେମାନେ ଫେରିଯାଇଛନ୍ତି। 

ମେଡିକାଲ ଛାତରୁ ପଡି ରୋଗୀଙ୍କ ମୃତ୍ୟୁ

ମେଡିକାଲ ଛାତରୁ ପଡି ରୋଗୀଙ୍କ ମୃତ୍ୟୁ

ଢେଙ୍କାନାଳ ଅଫିସ୍‌, ୧୮।୧୧: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ସକାଳେ ମେଡିକାଲ ଛାତରୁ ପଡି ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି। 

ଦୁର୍ଘଟଣାରେ ଭଣଜା ମୃତ, ମାମୁ ଗୁରୁତର

ଦୁର୍ଘଟଣାରେ ଭଣଜା ମୃତ, ମାମୁ ଗୁରୁତର

ପାଲଲହଡ଼ା,୧୭।୧୧(ଡି.ଏନ.ଏ.)- ଅନୁଗୁଳ ଜିଲା ପାଲଲହଡା ବ୍ଲକ ୧୪୯ନଂ. ଜାତୀୟ ରାଜପଥ ବାରକୋଟିଆ ନିକଟରେ ଶନିବାର ଏକ ସ୍କୁଟି ଭାରମାମ୍ୟ ହରାଇ ଖୁଣ୍ଟିରେ ଧକ୍କା ହୋଇଛି। ଏଥିରେ ଭଣଜା ଜମ୍ବୁଆ ଗ୍ରାମର କିରଣ କିଷାନ(୪) ପ୍ରାଣ ହରାଇଥିବାବେଳେ ମାମୁ କୁମ୍ଭୀବହଲ ଗ୍ରାମର ପପୁ କିଷାନ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ପାଲଲହଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। 

ବିପଦସଙ୍କୁଳ ଅବସ୍ଥାରେ ରହିଛି ୧୧ କେଭି ବିଦ୍ୟୁତ୍‌  ଖୁଣ୍ଟ:   ସ୍ଥାନାନ୍ତର ନ କରି ମାଟି ଖୋଳିଲେ ଠିକାଦାର

ବିପଦସଙ୍କୁଳ ଅବସ୍ଥାରେ ରହିଛି ୧୧ କେଭି ବିଦ୍ୟୁତ୍‌ ଖୁଣ୍ଟ: ସ୍ଥାନାନ୍ତର ନ କରି ମାଟି ଖୋଳିଲେ ଠିକାଦାର

ବଇଣ୍ଡା,୧୭।୧୧(ଡି.ଏନ.ଏ.)-କିଶୋରନଗର ବ୍ଲକ ଗାଁ ବଇଣ୍ଡା ଗ୍ରାମରେ ଥିବା ୧୧ କେଭି ବିଦ୍ୟୁତ୍‌  ଖୁଣ୍ଟ ଗୁଡ଼ିକ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିଯୋଗୁ  ସାଧାରଣ ଲୋକ ଓ ବାଟୋଇଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଘଟଣାରୁ ପ୍ରକାଶ, ବଇଣ୍ଡାଠାରୁ ଆଠମଲ୍ଲିକ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତାକୁ ପ୍ରଶସ୍ତିକରଣ କରାଯାଉଛି। ରାସ୍ତାର ଦୁଇପାର୍ଶ୍ୱ ୨ ମିଟର ନୂତନ ରାସ୍ତା  ନିର୍ମାଣ କରାଯାଉଥିବାବେଳେ ଠିକାଦାରଙ୍କ ପକ୍ଷରୁ କାର୍ଯ୍ୟ ଆରମ୍ଭ କରାଯାଇଛି।

ପରିବେଶ ସୁରକ୍ଷିତ ରହିଲେ ସଭ୍ୟତା ତିଷ୍ଠିବ

ପରିବେଶ ସୁରକ୍ଷିତ ରହିଲେ ସଭ୍ୟତା ତିଷ୍ଠିବ

ସାତମାଇଲ, ୧୭।୧୧(ଡି.ଏନ.ଏ.)-ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତ ଖଣ୍ଡତିରୀ ଉଚ୍ଚ ବିଦ୍ୟାଳୟରେ ହିନ୍ଦୋଳ କଲ୍ୟାଣ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ଶନିବାର ଜଙ୍ଗଲ ଓ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନଶିକ୍ଷକ ରଞ୍ଜନ କୁମାର ରାଉତଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍‌ ରମେଶ ମିଶ୍ର, ସମ୍ମାନିତ ଅତିଥି ସାମାଜିକ କର୍ମୀ ଦିଲୀପ ଦାସ, ପରିବେଶବିତ୍‌ ରତିକାନ୍ତ ଗଡ଼ନାୟକ, ତ୍ରିଲୋଚନ ଗଡ଼ନାୟକ ଯୋଗଦେଇଥିଲେ। କ୍ରମାଗତ ଜଙ୍ଗଲ ସମ୍ପଦ ଅବକ୍ଷୟ ଯୋଗୁ ତାପମାତ୍ରା ବଢ଼ିଚାଲିଛି। 

ସ୍ବଚ୍ଛତା ହିଁ ସ୍ବାଭିମାନ

ସ୍ବଚ୍ଛତା ହିଁ ସ୍ବାଭିମାନ

କାମାକ୍ଷାନଗର, ୧୭।୧୧(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟ ପରିସରରେ ଶନିବାର  ସ୍ବଚ୍ଛ ଭାରତ ଅଭିଯାନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝରସ୍ଥିତ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଜନସମ୍ପର୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ହୋଇଥିଲା। 

ମୁଁ ହିରୋ କାର୍ଯ୍ୟକ୍ରମ

ମୁଁ ହିରୋ କାର୍ଯ୍ୟକ୍ରମ

ଭୁବନ,୧୭।୧୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ବ୍ଲକ କୁନିନ୍ଦା ମହାବିଦ୍ୟାଳୟ ପରିସରରେ ଶନିବାର ବିଜୁ ଯୁବ ବାହିନୀ ପକ୍ଷରୁ ମୁଁ ହିରୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଉପସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ଉପସ୍ବାସ୍ଥ୍ୟକେନ୍ଦ୍ରକୁ ଉଦ୍‌ଘାଟନ କଲେ ସ୍ବାସ୍ଥ୍ୟମନ୍ତ୍ରୀ

ବଅଁରପାଳ,୧୭।୧୧(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀଠାରେ ଏକ ଉପସ୍ବାସ୍ଥ୍ୟକେନ୍ଦ୍ର ଶନିବାର ଉଦ୍‌ଘାଟିତ ହୋଇଯାଇଛି।

ବିୟର ବଟ୍‌ଲିଂ ପ୍ଲାଣ୍ଟ ନିର୍ମାଣକୁ ବିରୋଧ: ପୋଲିିସ-ଗ୍ରାମବାସୀ ମୁହାଁମୁହିଁ

ବିୟର ବଟ୍‌ଲିଂ ପ୍ଲାଣ୍ଟ ନିର୍ମାଣକୁ ବିରୋଧ: ପୋଲିିସ-ଗ୍ରାମବାସୀ ମୁହାଁମୁହିଁ

ଓଡ଼ାପଡ଼ା,୧୭।୧୧(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଅଞ୍ଚଳରେ ପ୍ରସ୍ତାବିତ ବିୟର ବଟଲିଂ ପ୍ଲାଣ୍ଟ ନିର୍ମାଣକୁ ଅଞ୍ଚଳବାସୀ ତୀବ୍ର ବିରୋଧ କରିଛନ୍ତି। 

ମାଟି ତଳୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ

ମାଟି ତଳୁ ୨ ନାବାଳକଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ

ବଇଣ୍ଡା,୧୭।୧୧(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ରାଣୀବନ୍ଧ ନାଳ ନିକଟ ମାଟି ତଳୁ ଗତ ୪ ତାରିଖରେ ହତାଶିମିଳି ଗ୍ରାମର ସିପୁନ ନାୟକ(୧୪) ଓ ଅମୂଲ୍ୟ ନାୟକ(୧୭)ଙ୍କ ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ବାପା ଭୀମସେନ ନାୟକ ବାର୍‌ହା ଶିକାର ପାଇଁ ବସାଇଥିବା ଫାଶରେ ପଡ଼ି ପୁଅ ଅମୂଲ୍ୟ ଓ ତାଙ୍କ ସାଙ୍ଗ ସିପୁନଙ୍କ ମୃତ୍ୟୁ ହୋଇଥିବା ଶୁକ୍ରବାର ଠାକୁରଗଡ଼ ପୋଲିସ ସୂଚନା ଦେଇଛି। 

ପ୍ରକଳ୍ପ ସ୍ଥଗିତ, ଡମ୍ପିଂୟାଡ୍‌ରେ ପଡ଼ିବ ଅଳିଆ

ପ୍ରକଳ୍ପ ସ୍ଥଗିତ, ଡମ୍ପିଂୟାଡ୍‌ରେ ପଡ଼ିବ ଅଳିଆ

ଅନୁଗୋଳ ଅଫିସ,୧୭ା୧୧ ଅନୁଗୋଳ ସହରର ଅଳିଆ କୁଶାସିଂହାରେ ପଡ଼ିବା ନେଇ ଉପୁଜିଥିବା ବିବାଦ ତୁଟିବାର ନଁା ଧରୁନି। ଏ ନେଇ ଶୁକ୍ରବାର ଉପ ଜିଲାପାଳ ବାସୁଦେବ ଶତପଥୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକ ମଧ୍ୟ ଫେଲ ମାରିଛି। ଗାଁ ଲୋକଙ୍କ ଜିଦ୍‌ ସମ୍ମୁଖରେ ମୁଣ୍ଡ ନୁଅଁାଇ ପୌର ପ୍ରଶାସନ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି। କିନ୍ତୁ ଡମ୍ପିଂୟାଡରେ ପୂର୍ବଭଳି ଅଳିଆ ପଡ଼ିବ ବୋଲି ବୈଠକ ପରେ ଉପଜିଲାପାଳ ସୂଚନା ଦେଇଛନ୍ତି।

ହିରୋ ‘ଡେଷ୍ଟିନି’ର ବଜାର ପ୍ରବେଶ

ହିରୋ ‘ଡେଷ୍ଟିନି’ର ବଜାର ପ୍ରବେଶ

ଅନୁଗୋଳ ଅଫିସ,୧୭ା୧୧- ହିରୋ ମୋଟୋକର୍ପ ଲିଃ ପକ୍ଷରୁ ନୂଆ ପ୍ରିମିୟମ ସ୍କୁଟର ଡେଷ୍ଟିନି ୧୨୫ର ବଜାର ପ୍ରବେଶ ହୋଇଛି। ସ୍ଥାନୀୟ ପାର୍ବତୀ ହିରୋ ଶୋ’ରୁମଠାରେ  ଏହାର ସତ୍ତ୍ବାଧିକାରୀ ଅଶୋକ ମାଣ୍ଡୋଠିଆ ନୂଆ ମଡେଲଟିକୁ ଉନ୍ମୋଚନ କରିଥିଲେ।  ଏହା ଦୁଇଟି ଭାରିଆଣ୍ଟରେ ଉପଲବ୍ଧ ହେଉଛି। ଏଲ୍‌ଏକ୍ସ ଭାରିଆଣ୍ଟର ମୂଲ୍ୟ ୫୬, ୯୫୦ ଥିବା ବେଳେ ଭିଏକ୍ସ ଭାରିଆଣ୍ଟରେ ମୂଲ୍ୟ ୬୦ ହଜାର ରହିଛି।

ପଞ୍ଚାୟତ ସମିତି ବୈଠକରେ ଘଣ୍ଟ ବଜାଇ ପ୍ରତିବାଦ

ପଞ୍ଚାୟତ ସମିତି ବୈଠକରେ ଘଣ୍ଟ ବଜାଇ ପ୍ରତିବାଦ

କଣିହାଁ, ୧୭।୧୧(ଡି.ଏନ୍‌.ଏ.)କଣିହାଁ ବ୍ଲକ ପବିତ୍ରମୋହନ ସଭାଗୃହ ପରିସରରେ ଶୁକ୍ରବାର ପଞ୍ଚାୟତ ସମିତିର ୪ର୍ଥ ସାଧାରଣ ବୈଠକରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା। ବୈଠକରେ ଘଣ୍ଟବଜାଇ ପ୍ରତିବାଦ ସହ ଦାବି  ନେଇ ହୋହାଲ୍ଲା କରାଯାଇଥିବା ବେଳେ ଭାଜପା ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚ କକ୍ଷତ୍ୟାଗ କରି ବିଡିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ବିଡିଓଙ୍କ ବୁଝାଶୁଝା ପରେ ସେମାନେ ଧାରଣାରୁ ନିବୃତ୍ତ ହୋଇଥିଲେ। 

ସାତକୋଶିଆରେ ମହାବଳ ମହାବୀର ମୃତ୍ୟୁ ଘଟଣା : ଘଟଣାସ୍ଥଳରେ ଏନ୍‌ଟିସିଏ, ଡବ୍ଲ୍ୟୁଆଇଆଇ ବିଶେଷଜ୍ଞ

ସାତକୋଶିଆରେ ମହାବଳ ମହାବୀର ମୃତ୍ୟୁ ଘଟଣା : ଘଟଣାସ୍ଥଳରେ ଏନ୍‌ଟିସିଏ, ଡବ୍ଲ୍ୟୁଆଇଆଇ ବିଶେଷଜ୍ଞ

ବନ୍ତଳା, ୧୭।୧୧ (ଡି.ଏନ.ଏ.)ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ କାହ୍ନାରୁ ଆସିଥିବା ମହାବଳ ମହାବୀର ମୃତ୍ୟୁ ଘଟଣାର ଅନୁଧ୍ୟାନ ଆରମ୍ଭ କରିଛି ଏନ୍‌ଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ) ଓ ଡବ୍ଲ୍ୟୁଆଇଆଇ (ଓ୍ବାଇଲ୍ଡ ଲାଇଫ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ)। 

ତାଳଚେର ଟ୍ରକ୍‌ ମାଲିକ ସଂଘର ଚେତାବନୀ:  ୨୧ରୁ ଅର୍ଥନୈତିକ ଅବରୋଧ

ତାଳଚେର ଟ୍ରକ୍‌ ମାଲିକ ସଂଘର ଚେତାବନୀ: ୨୧ରୁ ଅର୍ଥନୈତିକ ଅବରୋଧ

ତାଳଚେର,୧୬ା୧୧(ନି.ପ୍ର.)- ଟ୍ରକ୍‌ରେ ପର୍ଯ୍ୟାପ୍ତ କୋଇଲା ଯୋଗାଣ ଦାବିରେ ଶୁକ୍ରବାର ତାଳଚେର ଟ୍ରକ୍‌ ମାଲିକ ସଂଘ ପକ୍ଷରୁ ସ୍ଥାନୀୟ ଉପଜିଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ତାଳଚେରରେ ୫ ହଜାର ଟ୍ରକ୍‌ ରହିଛି। ୨ହଜାର ବେକାର ଯୁବକ ଓ କ୍ଷତିଗ୍ରସ୍ତମାନେ ଟ୍ରକ୍‌ ବେପାର ଉପରେ ନିର୍ଭର କରୁଛନ୍ତି। କିଛି ମାସ ହେଲା ବିଭିନ୍ନ ଖଣିରୁ ଟ୍ରକ୍‌ରେ ପରିବହନ ପାଇଁ ଦିଆଯାଉ ଥିବା କୋଇଲା ପରମାଣ କମିବାରେ ଲାଗିଛି। 

ଖଣି ଖାଦାନ କ୍ଷତିଗ୍ରସ୍ତ ପ୍ରଜାସଂଘର ବିକ୍ଷୋଭ:  ଆମକୁ ଦୟା ନୁହେଁ, ହକ୍‌ ଦରକାର

ଖଣି ଖାଦାନ କ୍ଷତିଗ୍ରସ୍ତ ପ୍ରଜାସଂଘର ବିକ୍ଷୋଭ: ଆମକୁ ଦୟା ନୁହେଁ, ହକ୍‌ ଦରକାର

ତାଳଚେର,୧୬ା୧୧(ନି.ପ୍ର.)- ଦୟା ନୁହେଁ ଆମକୁ ହକ୍‌ ଦରକାର। ଏହା ନ ମିଳିଲେ ଆଗାମୀ ଦିନରେ ତାଳଚେରରୁ ଖଣ୍ଡେ କୋଇଲା ବାହାରକୁ ଛାଡି ଦିଆଯିବ ନାହିଁ। ଏ ନେଇ ସଂଗ୍ରାମ ଜାରି ରହିବ ବୋଲି ଶୁକ୍ରବାର ୨ ଦଫା ଦାବି ନେଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିବା ତାଳଚେର ଖଣି ଖାଦାନ କ୍ଷତିଗ୍ରସ୍ତ ପ୍ରଜା ସଂଘ ପକ୍ଷରୁ ଚେତାଇ ଦିଆଯାଇଛି ା

ଭ୍ୟାନକୁ ଧକ୍କା ଦେଲ ଟ୍ରେଲର, ୨ ଗୁରୁତର

ଭ୍ୟାନକୁ ଧକ୍କା ଦେଲ ଟ୍ରେଲର, ୨ ଗୁରୁତର


ବଇଣ୍ଡା,୧୬।୧୧(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର ହଣ୍ଡପା ଥାନା ନିକଟରେ ଶୁକ୍ରବାର ସାରେ ଏକ ପିକ୍‌୍‌ଅପ ଭ୍ୟାନ ସହିତ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛି।

ବିଦ୍ୟୁତ୍‌  ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା : ଆଉ ଜଣେ  ଶିକାରୀ ଗିରଫ, ୩ ଫେରାର

ବିଦ୍ୟୁତ୍‌ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା : ଆଉ ଜଣେ ଶିକାରୀ ଗିରଫ, ୩ ଫେରାର

ବଇଣ୍ଡା,୧୬।୧୧(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ସାପଘରା ପଞ୍ଚାୟତ ହେମାମୁରା ଗ୍ରାମରେ ମଙ୍ଗଳବାର ରାତିରେ ବିଦ୍ୟୁତ୍‌  ଆଘାତରେ ମୃତ୍ୟୁବରଣ କରିଥିବା ଦନ୍ତାହାତୀ ଘଟଣା ଧୀରେ ଧୀରେ ପର୍ଦ୍ଦାଫାସ ହେଉଛି। ଏଥିରେ ସମ୍ପୃକ୍ତ ଥିବା ସେହି ଗ୍ରାମର ଅରବିନ୍ଦ ବିଶ୍ୱାଳ ଓ ରୁନା ପ୍ରଧାନଙ୍କୁ  ଗିରଫ କରି ଆଠମଲ୍ଲିକ କୋର୍ଟଚାଲାଣ କରାଯାଇଥିବାବେଳେ ଶୁକ୍ରବାର ସକାଳେ ହେମାମୁରା ଗ୍ରାମର ସନାତନ ପ୍ରଧାନଙ୍କୁ ହଣ୍ଡପା ବନବିଭାଗ ଗିରଫ କରିଛି। ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରି ସନାତନଙ୍କୁ ଆଠମଲ୍ଲିକ କୋର୍ଟଚାଲାଣ କରାଯାଇଛି।  

 ବ୍ଲକସ୍ତରୀୟ ବିଜ୍ଞାନ ମେଳା, ୨୦୧ ପ୍ରକଳ୍ପ ପ୍ରଦର୍ଶିତ

ବ୍ଲକସ୍ତରୀୟ ବିଜ୍ଞାନ ମେଳା, ୨୦୧ ପ୍ରକଳ୍ପ ପ୍ରଦର୍ଶିତ

ବଇଣ୍ଡା,୧୬।୧୧(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ରାମଦେଓ ନୋଡ଼ାଲ ଉଚ୍ଚ ବିଦ୍ୟାଳୟଠାରେ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ଲକ ଅଧ୍ୟକ୍ଷା  ବବିତା ପ୍ରଧାନ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ପ୍ରଧାନ ଶିକ୍ଷୟିତ୍ରୀ ମନୋରମା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ମେଳାରେ ମୁଖ୍ୟବକ୍ତା ଭାବେ ବଇଣ୍ଡା କଲେଜର ଅଧ୍ୟାପକ ଅସିତ୍‌  ଜେନା, ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ, ସରପଞ୍ଚ ଜଳଧର ସାହୁ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ରୀତା କେରେକେଟା, ଜିଲା ବିଜ୍ଞାନ ପର୍ଯ୍ୟବେକ୍ଷକ କେଦାର ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଶିକ୍ଷକ ଉପେନ୍ଦ୍ର ପ୍ରଧାନ, ସୁବଳ ସାହୁ ପରିଚାଳନା କରିଥିଲେ। ଏଥିରେ ୯୯ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ବିଚାରକ ଭାବେ ଗୋତମରା ହାଇସ୍କୁଲ ବିଜ୍ଞାନ ଶିକ୍ଷକ ଅଶୋକ କୁମାର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଗର୍ନ୍ଧବ ଜେନା ପ୍ରମୁଖ ଉପସ୍ଥିତ ଥିଲେ। 

 ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ଜଣେ ଗୁରୁତର

ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ, ଜଣେ ଗୁରୁତର

ବଅଁରପାଳ,୧୬।୧୧(ଡି.ଏନ.ଏ.)-  ଅନୁଗୋଳ ଜିଲା ୫୫ ନଂ. ଜାତୀୟ ରାଜପଥର ନାଲ୍‌କୋ ଥାନା କାଣ୍ଡସର ଷ୍ଟେଟବ୍ୟାଙ୍କ ନିକଟରେ ଶୁକ୍ରବାର  ଅପରାହ୍ନରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି।