ଅନଗୁଳ-ଢେଙ୍କାନାଳ

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ

କାମାକ୍ଷାନଗର,୯।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କନ୍ତିଅପୁଟସାହି ଗ୍ରାମରେ ଅଘଟଣ ଘଟିଛି। ସୋମବାର ସକାଳେ ୨ ଭଉଣୀ ପୋଖରୀକୁ ଗାଧୋଇବାକୁ ଯାଇଥିବାବେଳେ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ସେମାନେ ହେଲେ ସିଲି କମାର(୧୬), ଓ ପାର୍ବତୀ କମାର(୧୪)। ଦୁହେଁ ଗାଁ ପାଖରେ ଥିବା ଗୋଳିଆ ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲେ।

ଭାଲୁ ଆକ୍ରମଣରେ ଯୁବକ ଆହତ

କଣିହାଁ,୯।୭(ଡି.ଏନ.ଏ.)- କଣିହାଁ ବ୍ଲକ ଜରଡ଼ା ପଞ୍ଚାୟତ ମାଳିପଶି ଗ୍ରାମରେ ସୋମବାର ଭାଲୁ ଆକ୍ରମଣରେ ଜଣେ ଯୁବକ ଆହତ ହୋଇଛନ୍ତି।

ବାର୍‌ହା ଆକ୍ରମଣରେ ୩  ଆହତ

ବାର୍‌ହା ଆକ୍ରମଣରେ ୩ ଆହତ

ଛେଣ୍ଡିପଦା,୯।୭(ସ୍ବ.ପ୍ର)- ଅନୁଗୋଳ ଜିଲା ଛେଣ୍ଡିପଦା ବନାଞ୍ଚଳ ସାପୋଇନାଳି ଗ୍ରାମରେ ସୋମବାର ବାର୍‌ହା ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ସେମାନେ ହେଲେ ମିନତୀ ବେହେରା, ଅମି ପ୍ରଧାନ, ବୁଲା ପୁଢ। ସେମାନଙ୍କୁ ସ୍ଥାନୀୟ ଗ୍ରାମବାସୀ ଉଦ୍ଧାର କରି ଛେଣ୍ଡିପଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି।

ବାଟବଣା ହୋଇ ଜଙ୍ଗଲରେ  ରାତି କାଟିଲେ ମହିଳା

ବାଟବଣା ହୋଇ ଜଙ୍ଗଲରେ ରାତି କାଟିଲେ ମହିଳା

ଛେଣ୍ଡିପଦା, ୯ା୭(ସ୍ବ.ପ୍ର.)- ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ପାଟକମୁଣ୍ଡା ଗ୍ରାମର ଜଣେ ମହିଳା ବାଟବଣା ହୋଇ ଜଙ୍ଗଲରେ ସାରା ରାତି ରହିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଶନିବାର ଅପରାହ୍ନରେ ଗ୍ରାମର ହୀନ ସାହୁ(୫୫) ଛେଳି ପାଇଁ ଡାଳ ଭାଙ୍ଗିବାକୁ ଜଙ୍ଗଲକୁ ଯାଇଥିବାବେଳେ ସେଠାରେ ରହିଯାଇଥିବା ତାଙ୍କ ପରିବାର ତଥା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

କାମାକ୍ଷାନଗର,୯।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ କନ୍ତିଆପୁଟସାହି ଗ୍ରାମରେ ସୋମବାର ପୂର୍ବାହ୍ନ ୧୧ଟା ସମୟରେ ପୋଖରୀରେ ବୁଡି ୨ ଭଉଣୀଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ ଶିଲି କମାର(୧୬) ଓ ପାର୍ବତୀ କମାର(୧୪)।

ଆଇନ୍‌ ବିଷୟରେ ଜାଣିଲେ ବାଘୁଆବୋଲବାସୀ

ତାଳଚେର, ୯ା୭(ନି.ପ୍ର.)- ଅସହାୟଙ୍କୁ ତାଲୁକ୍‌ ଆଇନ୍‌ ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଆଞ୍ଚଳିକ ସ୍ବେଚ୍ଛାସେବୀ ସଙ୍ଗଠନ, ତାଳଚେର ସହଯୋଗରେ ରବିବାର ବାଘୁଆବୋଲ ନୋଡାଲ ଉପ୍ରା ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ତାଳଚେର ତାଲୁକ ଆଇନ୍‌ ସହାୟତା ସମିତି ତରଫରୁ ଅନୁଷ୍ଠିତ ଏହି ଶିବିରରେ ତାଳଚେର ଅତିରିକ୍ତ ଜିଲା ଦୌରାଜଜ୍‌ ତଥା ତାଲୁକ୍‌ ଆଇନ୍‌ ସହାୟତା କମିଟି ଅଧ୍ୟକ୍ଷା ଲୁନା ମହାନ୍ତି, ସୌମ୍ୟା ଶୁଭଦର୍ଶିନୀ (ସିଭିଲ ଜଜ୍‌ ବରିଷ୍ଠ), ଜୀବନ କୁମାର ପଟ୍ଟନାୟକ ପ୍ରଥମ ଶ୍ରେଣୀ ବିଚାର ବିଭାଗ ମାଜିଷ୍ଟ୍ରେଟ୍‌, ତାଳଚେର, ବରିଷ୍ଠ ଅଧିବକ୍ତା ଅରୁଣ ଶଙ୍କର ମିଶ୍ର, ତାଲୁକ ଆଇନ୍‌ ସହାୟତା କମିଟି ସଦସ୍ୟ ରାମଚନ୍ଦ୍ର ସ୍ବାଇଁ, ଅଧିବକ୍ତା ସଂଘ ପୂର୍ବତନ ସଭାପତି ରଞ୍ଜିତ୍‌ କୁମାର ଘୋଷ ଯୋଗ ଦେଇ ତାଲୁକ୍‌ ଆଇନ୍‌ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ବୁଝାଇଥିଲେ।

ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ ଶାଖା କେନାଲରେ ଘାଇ:ପାଣିରେ ବୁଡ଼ିଲା ଚାଷ ଜମି

ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ ଶାଖା କେନାଲରେ ଘାଇ:ପାଣିରେ ବୁଡ଼ିଲା ଚାଷ ଜମି

ଢେଙ୍କାନାଳ ଅଫିସ, ୯ା୭- ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ଗାଲପଡ଼ା ପଞ୍ଚାୟତର ଭାନୁପଡ଼ା-ନିମବାହଳି ଗ୍ରାମ ଦେଇ ଯାଇଥିବା ରେଙ୍ଗାଳି ଦକ୍ଷିଣ ପାର୍ଶ୍ୱ ଶାଖା କେନାଲରେ ଶନିବାର ରାତିରେ ଘାଇ ସୃଷ୍ଟି ହୋଇଛି। ଫଳରେ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଚାଷ ଜମିକୁ ପାଣି ମାଡ଼ିଯାଇଛି। କେନାଲ ନିର୍ମାଣ ଚାଲିଥିବାବେଳେ ରାତିରେ ପ୍ରବଳ ବର୍ଷା ହୋଇଥିଲା। କେନାଲରେ ପଶିଥିବା ବର୍ଷା ପାଣି ଯୋଗୁ ମାଟି ଅତଡ଼ା ଖସି ଘାଇ ସୃଷ୍ଟି ହୋଇଥିଲା। ରବିବାର କେନାଲ କାର୍ଯ୍ୟ ଦାୟିତ୍ୱରେ ଥିବା ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ଏହାର ତଦନ୍ତ କରିଛନ୍ତି।

ବାକିରେ ମଦ ନ ଦେବାରୁ ଆକ୍ରମଣ, ୫ ଆହତ

ଭାପୁର, ୯ା୭(ଡି.ଏନ୍‌.ଏ.)-ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ନୂଆସାହିସ୍ଥିତ ବିଦେଶୀ ମଦ ଦୋକାନରେ ରବିବାର ସନ୍ଧ୍ୟାରେ ତୁମୁଳକାଣ୍ଡ ଘଟାଇଛନ୍ତି ୪ଜଣ ଯୁବକ। ବାକିରେ ମଦ ନ ଦେବାରୁ ସେମାନେ ସେଲ୍ସମ୍ୟାନ ଜ୍ୟୋତିର୍ମୟ ସେଠୀଙ୍କୁ ଆକ୍ରମଣ କରିଛନ୍ତି।

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ

ଢେଙ୍କାନାଳ ଅଫିସ, ୯ା୭- ଢେଙ୍କାନାଳ ସଦର ଥାନା ବେଲଟିକିରି ନିବାସୀ ବିକ୍ରମାଦିତ୍ୟ ସାହୁଙ୍କ ଘରେ ଶୁକ୍ରବାର ରାତିରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଘରେ କେହି ନ ଥିବା ସୁଯୋଗରେ ଲୁଟେରାମାନେ କବାଟ ଭାଙ୍ଗି ସୁନା ଅଳଙ୍କାର, ନଗଦ ଟଙ୍କା ସମେତ ଅନ୍ୟାନ୍ୟ ଆସବାବପତ୍ର ଲୁଟି ନେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ବିକ୍ରମାଦିତ୍ୟ ପରିବାର ସହ ଢେଙ୍କାନାଳରେ ରହୁଛନ୍ତି। ରବିବାର ଗଁାକୁ ଯାଇଥିବାବେଳେ ଏହି ଘଟଣା ପଦାକୁ ଆସିଛି। ମଧ୍ୟାହ୍ନରେ ସାଇଣ୍ଟିଫିକ୍‌ ଦଳ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଛନ୍ତି।

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର

ବଅଁରପାଳ,୯।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନୁଗୋଳ ଜିଲାପାଳ ଅନିଲ କୁମାର ସାମଲ ଯୋଗ ଦେଇ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହାର ସମାଧାନ ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ନାଲ୍‌କୋ ସିପିପି ବଜାରରେ ପାଣି ଜମିବା ଘଟଣା: ପୁଣି ୧୫ରୁ ଊର୍ଦ୍ଧ୍ୱ ଆହତ

ନାଲ୍‌କୋ ସିପିପି ବଜାରରେ ପାଣି ଜମିବା ଘଟଣା: ପୁଣି ୧୫ରୁ ଊର୍ଦ୍ଧ୍ୱ ଆହତ

ବଅଁରପାଳ,୯।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ନାଲ୍‌କୋ ସିପିପି ରାସ୍ତାରେ ଗତ ୨୬ ତାରିଖଠାରୁ ଆବର୍ଜନା ପାଣି ଜମିରହିଛି। ରାସ୍ତାର ବିଭିନ୍ନ ସ୍ଥାନରେ ବଡ଼ବଡ଼ ଖାଲ ମଧ୍ୟ ସୃଷ୍ଟି ହୋଇଛି। ଫଳରେ ରବିବାର ରାତିରୁ ସୋମବାର ସକାଳ ପର୍ଯନ୍ତ ଉକ୍ତ ରାସ୍ତାରେ ୧୫ରୁ ଊର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି।

ପ୍ରଜା ସୁରକ୍ଷା ସମିତିର ଆନ୍ଦୋଳନ ପ୍ରସ୍ତୁତି

ପ୍ରଜା ସୁରକ୍ଷା ସମିତିର ଆନ୍ଦୋଳନ ପ୍ରସ୍ତୁତି

ବନ୍ତଳା,୯।୭ (ଡି.ଏନ୍‌.ଏ.) ସାତକୋଶିଆ ଅଞ୍ଚଳବାସୀଙ୍କ ଧନଜୀବନକୁ ସୁରକ୍ଷିତ କରିବା ପାଇଁ ବାରମ୍ବାର ଦାବି, ଅଭିଯୋଗପତ୍ର ଦିଆଯିବା ସତ୍ତ୍ୱେ ସରକାର କୌଣସି ପଦକ୍ଷେପ ନେ ନେଇ ଜଙ୍ଗଲରେ ବାଘ ଛାଡ଼ିଦେବା ଘଟଣାକୁ ସାତକୋଶିଆ ପ୍ରଜାସୁରକ୍ଷା ସମିତି ଘୋର ବିରୋଧ କରିଛି। ଏହାର ପ୍ରତିବାଦ କରିବାକୁ ସମିତି ପକ୍ଷରୁ ସଜବାଜ ଆରମ୍ଭ ହୋଇଛି।

ଯୁବକଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା

ଯୁବକଙ୍କ ମୃତ୍ୟୁକୁ ନେଇ ଚାପା ଉତ୍ତେଜନା

ଅନୁଗୋଳ ଅଫିସ,୯।୭ ଅନୁଗୋଳ କୁମଣ୍ଡ ଭଣ୍ଡବର ଅଞ୍ଚଳରେ ରବିବାର ନିହାର ରଞ୍ଜନ ସାହୁ(୨୬)ଙ୍କ ଅସ୍ବାଭାବିକ ମୃତ୍ୟୁକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖାଦେଇଛି। ତାଙ୍କ ପୁଅକୁ ମାରି ଦିଆଯାଇଥିବା ମୃତକଙ୍କ ବାପା ଦୀନବନ୍ଧୁ ସାହୁ ଅଭିଯୋଗ କରିଛନ୍ତି।

ନୂଆକ୍ଷେତାବାସୀଙ୍କୁ ଘାରିଛି ବାଘ ଭୟ , ଠେଙ୍ଗା ଧରି ପିଲାଙ୍କୁ ସ୍କୁଲ ନେଉଛନ୍ତି ଲୋକେ

ନୂଆକ୍ଷେତାବାସୀଙ୍କୁ ଘାରିଛି ବାଘ ଭୟ , ଠେଙ୍ଗା ଧରି ପିଲାଙ୍କୁ ସ୍କୁଲ ନେଉଛନ୍ତି ଲୋକେ

ବନ୍ତଳା,୯।୭ (ଡି.ଏନ୍‌.ଏ.) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ଛଡ଼ାଯିବା ପରେ ଜଙ୍ଗଲ ନିକଟବର୍ତ୍ତୀ ନୂଆକ୍ଷେତା ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ବନ ବିଭାଗ ଗ୍ରାମବାସୀଙ୍କୁ ଆଗୁଆ ସୂଚନା ନ ଦେଇ ଏନ୍‌କ୍ଲୋଜରରେ ଥିବା ବାଘକୁ ଛାଡ଼ି ଦେଇଥିବାରୁ ଗ୍ରାମର ଲୋକମାନେ ତୀବ୍ର ଅସନ୍ତୋଷ ପ୍ରକଟ କରିଛନ୍ତି।

ବଢୁଛି ଚୋରା ମଦ କାରବାର

ବଇଣ୍ଡା, ୮।୭(ଡି.ଏନ.ଏ.)- ଅନୁଗୋଳ ଜିଲା କିଶୋରନଗର ଥାନା ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବୃଦ୍ଧି ପାଉଛି। ଏଥିଯୋଗୁ ଅଞ୍ଚଳରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେଉଥିବାବେଳେ ସ୍ଥାନୀୟ ପୋଲିସ ତଥା ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସେଭଳି କିଛି ପଦକ୍ଷେପ ନିଆଯାଉ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

ଅଶ୍ଳୀଳ ଫଟୋ ଭାଇରାଲ କଲେ ପ୍ରେମିକ: ପ୍ରେମିକା ଥାନାର ଦ୍ୱାରସ୍ଥ

ପାଲଲହଡା,୮।୭(ଡି.ଏନ.ଏ.)- ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକ ତାଙ୍କର କେତୋଟି ଅଶ୍ଳୀଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିଥିବା ପ୍ରେମିକା ପାଲଲହଡ଼ା ଥାନାରେ ଅଭିଯୋଗ କରିଛନ୍ତି।

ମନ୍ଦିର ପାଇଁ ୨୦ ହଜାର ସହାୟତା

ମନ୍ଦିର ପାଇଁ ୨୦ ହଜାର ସହାୟତା

ତାଳଚେର, ୮।୭(ନି.ପ୍ର.)- ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳାଙ୍କ ମନ୍ଦିର ନିର୍ମାଣ ନିମନ୍ତେ ପାଲଲହଡା ତହସିଲଦାର ଦାରିଦ୍ର୍ୟଭଞ୍ଜନ ମଦନମୋହନ ପାତ୍ର ୨୦ ହଜାର ଟଙ୍କାର ସହାୟତା ରବିବାର ମନ୍ଦିର ପାଣ୍ଠିକୁ ପ୍ରଦାନ କରିଛନ୍ତି।

 ଚାରା ଲଗାଇଲେ, ସଚେତନତା ବାଣ୍ଟିଲେ

ଚାରା ଲଗାଇଲେ, ସଚେତନତା ବାଣ୍ଟିଲେ

ଢେଙ୍କାନାଳ ଅଫିସ, ୮।୭-ଢେଙ୍କାନାଳ ଜିଲାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶନିବାର ବନ ମହୋତ୍ସବ ପାଳିତ ହୋଇଯାଇଛି। ଏହାକୁ ନେଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଖାଦେଇଥିଲା ପ୍ରବଳ ଉତ୍ସାହ। ପିଲାମାନେ ଚାରା ଲଗାଇବା ଜଙ୍ଗଲ ସୃଷ୍ଟି କରିବାକୁ ସଚେତନତା ବାଣ୍ଟିଥିଲେ।

ନୂଆଖେତାକୁ ବାଘ ଭୟ

ନୂଆଖେତାକୁ ବାଘ ଭୟ

ବନ୍ତଳା,୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ରାଇଗୁଡାରେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ପ୍ରକଳ୍ପରୁ ଅଣାଯାଇଥିବା ବାଘ ଯୁବରାଜ କାହ୍ନାକୁ ଏନ୍‌କ୍ଲୋଜରରୁ ଶୁକ୍ରବାର ଅପରାହ୍ନରେ ଛଡାଯାଇଥିଲା। ଏ ନେଇ ରାଇଗୁଡା ନିକଟସ୍ଥ ନୂଆଖେତାର ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି।

ସାମାନ୍ୟ ବର୍ଷାରେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି: ଯାତାୟାତ ବାଧାପ୍ରାପ୍ତ

ସାମାନ୍ୟ ବର୍ଷାରେ ଗାଁ ରାସ୍ତାରେ ଆଣ୍ଠୁଏ ପାଣି: ଯାତାୟାତ ବାଧାପ୍ରାପ୍ତ

ଛେଣ୍ଡିପଦା,୮।୭(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଅନ୍ତର୍ଗତ କଣଲୋଇ ଗାଁ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଆଣ୍ଠୁଏ ପାଣି ଜମି ରହୁଛି। ବର୍ଷା ଜଳ ନିଷ୍କାସନ ଲାଗି ଡ୍ରେନେଜ୍‌ ନ ଥିବାରୁ ଶନିବାର ସନ୍ଧ୍ୟାରେ ହୋଇଥିବା ବର୍ଷାରେ ଗାଁର ଅବସ୍ଥା ବେହାଲ ହୋଇଛି।

୨୫ ଶହ ଚାରା ଲଗାଇଲା ବନବିଭାଗ

ତାଳଚେର, ୭।୭(ନି.ପ୍ର)- ତାଳଚେର ବନବିଭାଗ ପକ୍ଷରୁ ୬୯ତମ ବନ ମହୋସତ୍ବ ତାଳଚେର ରେଞ୍ଜ ଅଧୀନ ଶିବରାମପୁରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ପାଲଲହଡା ବିଧାୟକ ମହେଶ ସାହୁ, ସମ୍ମାନିତ ଅତିଥି ଭାବେ ଯଦୁନାଥପୁର ଭିଏସଏଏସର ସଭାପତି ଭୀମସେନ ପ୍ରଧାନ, ଶିବରାମପୁର ସଭାପତି ଗୋଲେଖ ବେହେରା ଯୋଗ ଦେଇଥିଲେ।

ବନ ବିଭାଗର ନିଆରା ପ୍ରୟାସ , ଦିନକରେ ଲାଗିଲା ୨୪ହଜାର ଚାରା

ବନ ବିଭାଗର ନିଆରା ପ୍ରୟାସ , ଦିନକରେ ଲାଗିଲା ୨୪ହଜାର ଚାରା

ଭୁବନ, ୭ା୭(ଡି.ଏନ୍‌.ଏ.)-ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି। ଶନିବାର ଓଡ଼ିଶ ଗ୍ରାମ ଡମଶାଳ ନଦୀପଠାରେ ଗୋଟିଏ ଦିନରେ ଲାଗିଛି ୨୪ ହଜାର ଚାରା। ସେଥିମଧ୍ୟରେ ରହିଛି ମୂଲ୍ୟବାନ ଶାଗୁଆନ, କରଞ୍ଜ, ବାହାଡ଼ା, ଅଁଳା, ବାଉଁଶ, ଶିରିଶ, ମହାନିମ୍ବ ପ୍ରଜାତିର ବୃକ୍ଷ।

ବିଦ୍ୟୁତ୍‌ ଆଘାତରେ ଚାଷୀ ମୃତ

ଭୁବନ, ୭ା୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଶନିବାର ଅଭାବନୀୟ ଘଟଣା ଘଟିଛି। ଏଲ୍‌ଟି ଲାଇନ୍‌ ବିଦ୍ୟୁତ୍‌ ତାର ଛିଣ୍ଡି ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ସେ ହେଲେ ବହ୍ଲଭ ମହାନ୍ତି (୫୫)।

ବଜ୍ରପାତରେ ମହିଳା ଗୁରୁତର

ପରଜଙ୍ଗ, ୭ା୭(ଡି.ଏନ.ଏ.)-ପରଜଙ୍ଗ ତହସିଲ କନ୍ଦରସିଂହା ଆର୍‌ଆଇ ସର୍କଲ ଅଧୀନ ପାଟରପଦା ତଳସାହିରେ ଶନିବାର ବଜ୍ରପାତ ଘଟି ଛଇଳ ସାହୁଙ୍କ ସ୍ତ୍ରୀ ଇନ୍ଦୁ (୬୨) ଗୁରୁତର ହୋଇଛନ୍ତି। ମହିଳା ଜଣକ ଘର ବାହାରେ ଛିଡ଼ା ହୋଇଥିବାବେଳେ ବଜ୍ରପାତ ହୋଇଥିଲା।