ଅନଗୁଳ-ଢେଙ୍କାନାଳ

୨୫ ଶହ ଚାରା ଲଗାଇଲା ବନବିଭାଗ

ତାଳଚେର, ୭।୭(ନି.ପ୍ର)- ତାଳଚେର ବନବିଭାଗ ପକ୍ଷରୁ ୬୯ତମ ବନ ମହୋସତ୍ବ ତାଳଚେର ରେଞ୍ଜ ଅଧୀନ ଶିବରାମପୁରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟଅତିଥିଭାବେ ପାଲଲହଡା ବିଧାୟକ ମହେଶ ସାହୁ, ସମ୍ମାନିତ ଅତିଥି ଭାବେ ଯଦୁନାଥପୁର ଭିଏସଏଏସର ସଭାପତି ଭୀମସେନ ପ୍ରଧାନ, ଶିବରାମପୁର ସଭାପତି ଗୋଲେଖ ବେହେରା ଯୋଗ ଦେଇଥିଲେ।

ବନ ବିଭାଗର ନିଆରା ପ୍ରୟାସ , ଦିନକରେ ଲାଗିଲା ୨୪ହଜାର ଚାରା

ବନ ବିଭାଗର ନିଆରା ପ୍ରୟାସ , ଦିନକରେ ଲାଗିଲା ୨୪ହଜାର ଚାରା

ଭୁବନ, ୭ା୭(ଡି.ଏନ୍‌.ଏ.)-ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି। ଶନିବାର ଓଡ଼ିଶ ଗ୍ରାମ ଡମଶାଳ ନଦୀପଠାରେ ଗୋଟିଏ ଦିନରେ ଲାଗିଛି ୨୪ ହଜାର ଚାରା। ସେଥିମଧ୍ୟରେ ରହିଛି ମୂଲ୍ୟବାନ ଶାଗୁଆନ, କରଞ୍ଜ, ବାହାଡ଼ା, ଅଁଳା, ବାଉଁଶ, ଶିରିଶ, ମହାନିମ୍ବ ପ୍ରଜାତିର ବୃକ୍ଷ।

ବିଦ୍ୟୁତ୍‌ ଆଘାତରେ ଚାଷୀ ମୃତ

ଭୁବନ, ୭ା୭(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଶନିବାର ଅଭାବନୀୟ ଘଟଣା ଘଟିଛି। ଏଲ୍‌ଟି ଲାଇନ୍‌ ବିଦ୍ୟୁତ୍‌ ତାର ଛିଣ୍ଡି ଜଣେ ଚାଷୀ ପ୍ରାଣ ହରାଇଛନ୍ତି। ସେ ହେଲେ ବହ୍ଲଭ ମହାନ୍ତି (୫୫)।

ବଜ୍ରପାତରେ ମହିଳା ଗୁରୁତର

ପରଜଙ୍ଗ, ୭ା୭(ଡି.ଏନ.ଏ.)-ପରଜଙ୍ଗ ତହସିଲ କନ୍ଦରସିଂହା ଆର୍‌ଆଇ ସର୍କଲ ଅଧୀନ ପାଟରପଦା ତଳସାହିରେ ଶନିବାର ବଜ୍ରପାତ ଘଟି ଛଇଳ ସାହୁଙ୍କ ସ୍ତ୍ରୀ ଇନ୍ଦୁ (୬୨) ଗୁରୁତର ହୋଇଛନ୍ତି। ମହିଳା ଜଣକ ଘର ବାହାରେ ଛିଡ଼ା ହୋଇଥିବାବେଳେ ବଜ୍ରପାତ ହୋଇଥିଲା।

ବୃକ୍ଷରୋପଣ ପ୍ରତି  ସମସ୍ତେ ସଚେତନ ହୁଅନ୍ତୁ

ବୃକ୍ଷରୋପଣ ପ୍ରତି ସମସ୍ତେ ସଚେତନ ହୁଅନ୍ତୁ

ବଇଣ୍ଡା,୭।୭(ଡି.ଏନ.ଏ)- ଶିଳ୍ପ ଓ କାଠ ମାଫିଆଙ୍କ ପାଇଁ ଅନେକ ଗଛ ବଳି ପଡ଼ୁଛି। ଫଳରେ ଅନୁଗୋଳ ଜିଲାରେ ପ୍ରତ୍ୟେକ ବର୍ଷ ଉତ୍ତାପ ବୃଦ୍ଧି ପାଉଛି। ବୃକ୍ଷ ଛେଦନ ଯୋଗୁ ବର୍ଷା ମଧ୍ୟ କମିବାରେ ଲାଗିଛି। ଏହା ଏକ ଚିନ୍ତାର ବିଷୟ ପାଲଟିଛି। ପ୍ରତ୍ୟେକ ନାଗରିକ ସେମାନଙ୍କ ବାଡ଼ିରେ ଗୋଟିଏ ଲେଖାଏଁ ଗଛ ଲଗାଇବା ସହ ଅନ୍ୟକୁ ଗଛ ଲଗାଇବା ପାଇଁ ପରାମର୍ଶ ଦିଅନ୍ତୁ।

ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ଧାରଣା

ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ ପକ୍ଷରୁ ଧାରଣା

ଢେଙ୍କାନାଳ ଅଫିସ, ୭।୭- ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ପରିସରରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣା ଦେଇଛି ଓଡ଼ିଶା ରାଜସ୍ବ କ୍ଷେତ୍ର ଅଧିକାରୀ ସଂଘ।

ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରି ନେଇ ଗଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ବ୍ୟାଙ୍କ ମ୍ୟାନେଜରଙ୍କୁ ମାଡ଼ ମାରି ନେଇ ଗଲେ ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା

ଅନୁଗୋଳ ଅଫିସ, ୭।୭- ଅନୁଗୋଳରେ ପୁଣି ମାତିଛନ୍ତି ଲୁଟେରା। ଶନିବାର ପୂର୍ବାହ୍ନ ୧୦.୩୦ରେ ଜନଗହଳିପୂର୍ଣ୍ଣ ହରିମୌରି ଛକରେ ଥିବା ଇଣ୍ଡିଆନ ବ୍ୟାଙ୍କରୁ ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଓ ସୁନାଗହଣା। ବ୍ୟାଙ୍କ ମ୍ୟାନେଜର, କର୍ମଚାରୀ ଓ କିଛି ଗ୍ରାହକ ବ୍ୟାଙ୍କରେ ଥିବାବେଳେ ୫ ଜଣ ଦୁର୍ବୃତ୍ତ ୨ଟି ବନ୍ଧୁକ ଦେଖାଇ ସମସ୍ତଙ୍କୁ ଭୟଭୀତ କରିବା ସହ ମ୍ୟାନେଜରଙ୍କୁ ମାଡ଼ ମାରିଥିଲେ।

୯ରେ ହିନ୍ଦୋଳରେ ଜନଶୁଣାଣି

ଢେଙ୍କାନାଳ ଅଫିସ, ୭।୭- ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ କାର୍ଯ୍ୟାଳୟରେ ଜୁଲାଇ ୯ (ସୋମବାର) ପୂର୍ବାହ୍ନ ୯ଟାରେ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ।

ଏନ୍‌ଟିପିସି ଅଗ୍ରଗତିର ସମୀକ୍ଷା

ଏନ୍‌ଟିପିସି ଅଗ୍ରଗତିର ସମୀକ୍ଷା

ତାଳଚେର, ୭ା୭(ନି.ପ୍ର.)- ଏନ୍‌ଟିପିସିର ରିଜିଓନାଲ ଡାଇରେକ୍ଟର ଏମ.ପି. ସିହ୍ନା ଏକ ଦିନିକିଆ ଗସ୍ତରେ କଣିହାଁସ୍ଥିତ ଏନ୍‌ଟିପିସି ପ୍ଲାଣ୍ଟ ପରିଦର୍ଶନରେ ଆସି ଫେରି ଯାଇଛନ୍ତି। ସିହ୍ନା ଏଠାରେ ପହଞ୍ଚିବା ପରେ ଜେନେରାଲ ମ୍ୟାନେଜର ଏ.କେ. ତ୍ରିପାଠୀ ଓ ଅନ୍ୟ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।

ମଦ ଜବତ, ୮ ଗିରଫ

ମଦ ଜବତ, ୮ ଗିରଫ

ତାଳଚେର,୭ା୭(ନି.ପ୍ର.)- ସ୍ଥାନୀୟ ଅବକାରୀ ବିଭାଗ ପକ୍ଷରୁ ସମଲ ଅଞ୍ଚଳରେ ଚଢାଉ କରାଯାଇ ୧୩୭ ଲିଟର ଦେଶୀମଦ ଜବତ କରାଯିବା ସହ ୮ଜଣଙ୍କୁ ଗିରଫ କରାଯାଇଛି। ଗିରଫମାନେ ହେଲେ ଗହମ ଗ୍ରାମର ଅରୁଣ ବେହେରା, ଧୂଳେଶ୍ୱର ବେହେରା, ତ୍ରିପୁର ବେହେରା, କର୍ଣ୍ଣପାଳ ଗ୍ରାମର ହରମୋହନ ବେହେରା, ଲୋଚନ ବେହେରା, ଦୀନବନ୍ଧୁ ବେହେରା, ନିର୍ମଳ ବେହେରା, ଡେରଙ୍ଗ ଗ୍ରାମର ଅଭିମନ୍ୟୁ ବେହେରା।

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା

ରାସୋଳ, ୭।୭(ଡି.ଏନ.ଏ.)- ଢେଙ୍କାନାଳ ଜିଲା ରାସୋଳ ଥାନା ନାଉକିଆରୀ ଗ୍ରାମର ଜଣେ ୨୦ବର୍ଷୀୟା ଯୁବତୀ ପ୍ରତାରଣାର ଶିକାର ହୋଇଛନ୍ତି।

ରାତିସାରା ଫାଟକ ଆଗରେ ବସିଲେ ପାଚିକା

ଢେଙ୍କାନାଳ ଅଫିସ, ୭ା୭- ଅସୁସ୍ଥ ସ୍ବାମୀଙ୍କ ଦେଖାଶୁଣା କରିବାକୁ ଛୁଟି ନେଇ ଘରକୁ ଯାଇଥିବା ସେବାଶ୍ରମ ବିଦ୍ୟାଳୟର ପାଚିକା ସ୍କୁଲ କର୍ତ୍ତୃପକ୍ଷଙ୍କ ରୋଷର ଶିକାର ହୋଇଛନ୍ତି। କାର୍ଯ୍ୟରେ ଯୋଗଦେବାକୁ ଆସିଥିବାବେଳେ ତାଙ୍କୁ ସ୍କୁଲ ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥିଲା। ଏହାର ପ୍ରତିବାଦରେ ସେ ରାତି ତମାମ ଅସହାୟ ଅବସ୍ଥାରେ ସ୍କୁଲ ଫାଟକ ଆଗରେ ବସିରହିଥିଲେ।

ଜେଲ ଗଲେ କୋଟିପତି ଆର୍‌ଟିଓ

ଜେଲ ଗଲେ କୋଟିପତି ଆର୍‌ଟିଓ

ଢେଙ୍କାନାଳ ଅଫିସ, ୭।୭-ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫସିଥିବ ଢେଙ୍କାନାଳ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) ବସନ୍ତ କୁମାର ବେହେରା ଜେଲ ଯାଇଛନ୍ତି। ଶୁକ୍ରବାର ଅପରାହ୍ନ ୪ଟାରେ କଟକସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଥିଲା। କଟକ ଭିଜିଲାନ୍ସ ଅଦାଲତରେ ଜାମିନ ନାମଞ୍ଜୁର ପରେ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଢେଙ୍କାନାଳ ଭିଜିଲାନ୍ସ ଶାଖା ଡିଏସ୍‌ପି ପ୍ରସନ୍ନ କୁମାର ସିହ୍ନା ସୂଚନା ଦେଇଛନ୍ତି।

ରଞ୍ଜାଗୋଳ ଗ୍ରାମ ସଭାପତିଙ୍କୁ ଗୁଳିମାଡ଼

ରଞ୍ଜାଗୋଳ ଗ୍ରାମ ସଭାପତିଙ୍କୁ ଗୁଳିମାଡ଼

ଢେଙ୍କାନାଳ ଅଫିସ, ୭।୭- ବିବାଦୀୟ କ୍ରଶର ଜମିକୁ ନେଇ ହିନ୍ଦୋଳ ବ୍ଲକ ବାଲିମୀ ଥାନା ଅନ୍ତର୍ଗତ ରଞ୍ଜାଗୋଳ ଗ୍ରାମ ସଭାପତି ଲିଙ୍ଗରାଜ ସାହୁଙ୍କୁ ଶୁକ୍ରବାର ଗୁଳିମାଡ଼ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଲିଙ୍ଗରାଜ ଅଟୋରିକ୍ସା (ଓଡି ୧୯ଜେ ୧୩୭୨) ଯୋଗେ ରାସୋଳ ହାଟ ସାରି ଗ୍ରାମକୁ ଫେରୁଥିବାବେଳେ ଖଜୁରିଆକଟା ଶିଶୁ ମନ୍ଦିର ଛକ ନିକଟରେ ତାଙ୍କ ଉପରକୁ ଅତର୍କିତ ଆକ୍ରମଣ କରାଯାଇଛି। ଦୁର୍ବୃତ୍ତମାନେ ୩ ବାଇକ୍‌ରେ ଆସି ତାଙ୍କ ଗୋଡ଼କୁ ୩ ରାଉଣ୍ଡ ଗୁଳି ଚଳାଇଥିଲେ। ଏଥିସହ ଦୁଇ ହାତ ଏବଂ ଗୋଡ଼କୁ ଲୁହାଛଡ଼ରେ ଆକ୍ରମଣ କରିଥିଲେ। ଲିଙ୍ଗରାଜ ତଳେ ପଡ଼ିଯିବା ପରେ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଜଙ୍ଗଲ ଜମିପଟ୍ଟା ବଣ୍ଟନ ସମାରୋହ

ଜଙ୍ଗଲ ଜମିପଟ୍ଟା ବଣ୍ଟନ ସମାରୋହ

କାମାକ୍ଷାନଗର, ୭।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ସଭାଗୃହ ପରିସରରେ ଶନିବାର ଜଙ୍ଗଲ ଜମିପଟ୍ଟା ବଣ୍ଟନ ସମାରୋହ ଅନୁଷ୍ଠିତ ହୋଇଯାଇଛି। ଜିଲା ମଙ୍ଗଳ ଅଧିକାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ପ୍ରଫୁଲ୍ଳ ମଲିକ, ଡା. ନୃସିଂହ ସାହୁ, ଢେଙ୍କାନାଳ-ଅନୁଗୋଳ ଏମ୍‌ପି ତଥାଗତ ସତପଥୀ, ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କ ସମେତ ବିଭିନ୍ନ ବ୍ଲକର ବିଡିଓ, ତହସିଲଦାର ପ୍ରମୁଖ ଉପସ୍ଥିତ ଥିଲେ।

ବିଦ୍ୟୁତ୍‌ ଆଘାତରେ ଲାଇନ ମ୍ୟାନ ଗୁରୁତର

କଣିହାଁ, ୭ା୭(ଡି.ଏନ.ଏ.)- ବିଦ୍ୟୁତ୍‌ ଆଘାତରେ କଣିହାଁ ବ୍ଲକ ବଜ୍ରକୋଟ ଗ୍ରାମର ବାସୁଦେବା ଜେନାଙ୍କ ଶୁକ୍ରବାର ଗୁରୁତର ହୋଇଥିବା ଜଣାପଡିଛି। ରେଙ୍ଗାଳି ଥାନା ସୁଲେଇପାଳ ପଞ୍ଚାୟତ ଗେଙ୍ଗୁଟିଆ ଗ୍ରାମର ବିଦ୍ୟୁତ୍‌ ଖୁଣ୍ଟରେ ଚଢି ସେ କାମ କରୁଥିବାବେଳେ ବିଦ୍ୟୁତ୍‌ ପାଇ ତଳକୁ ଖସି ପଡିଥିଲେ।

ବସ୍‌-କାର୍‌ ଧକ୍କା, ୧୧ ଆହତ

ବସ୍‌-କାର୍‌ ଧକ୍କା, ୧୧ ଆହତ

ବନ୍ତଳା, ୭ା୭ (ଡି.ଏନ.ଏ.)- ଅନୁଗୋଳ ଜିଲାବନ୍ତଳା ଥାନା ପୋକତୁଙ୍ଗା ବନ୍ଧଫର ଛକ ନିକଟରେ ଶୁକ୍ରବାର ରାତିରେ ଏକ ମିନିବସ ଓ କାର୍‌ ମୁହଁାମୁହିଁ ଧକ୍କା ହୋଇଛି।

ମିଳିଲାନି ମହାପ୍ରୟାଣ ଗାଡ଼ି: ରାତିସାରା ଝିଅ ମୃତଦେହକୁ ଜଗିବସିଲେ ମା’

ମିଳିଲାନି ମହାପ୍ରୟାଣ ଗାଡ଼ି: ରାତିସାରା ଝିଅ ମୃତଦେହକୁ ଜଗିବସିଲେ ମା’

ପାଲଲହଡ଼ା, ୭ା୭(ଡି.ଏନ.ଏ.)- ମ୍ୟାଲେରିଆରେ ଆକ୍ରାନ୍ତ ହୋଇ ଝିଅର ମୃତ୍ୟୁ ଘଟିଲା। ହେଲେ ମୃତଦେହ ଘରକୁ ଆଣିବାକୁ ଡାକ୍ତରଖାନାରେ ମିଳି ନ ଥିଲା ମହାପ୍ରୟାଣ ଗାଡ଼ି। ପାଖରେ ଟଙ୍କା ନ ଥିବାରୁ କୌଣସି ଏକ ଗାଡ଼ି ଯୋଗାଡ କରିଦେବାକୁ ଝିଅର ମା’ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କଠାରେ ନେହୁରା ହୋଇଥିଲେ। କିନ୍ତୁ କେହି ତାଙ୍କ ଗୁହାରି ଶୁଣି ନ ଥିଲେ।

ଓଲଟିଲା ଲୁହାପଥର ଟ୍ରକ୍‌

ଓଲଟିଲା ଲୁହାପଥର ଟ୍ରକ୍‌

ଛେଣ୍ଡିପଦା, ୬ା୭(ଡି.ଏନ.ଏ.)- ଛେଣ୍ଡିପଦା-ଅନୁଗୋଳ ୬୩ ନମ୍ବର ରାଜ୍ୟ ରାଜପଥର କୋଶଳା ଗ୍ରାମ ନିକଟସ୍ଥ ଶହୀଦ ସ୍ତମ୍ଭ ବୁଲାଣିଠାରେ ଏକ ଲୁହା ପଥର ବୋଝେଇ ଟ୍ରକ୍‌(ନଂ. ଓଡି ୦୫ ଏ ଏଫ ୨୮୫୫) ଓଲଟି ପଡିଛି।

ସାତକୋଶିଆରେ ଛଡାଗଲା ମହାବଳ

ସାତକୋଶିଆରେ ଛଡାଗଲା ମହାବଳ

ବନ୍ତଳା, ୬ା୭(ଡି.ଏନ.ଏ.)- ମଧ୍ୟପ୍ରଦେଶ କାହ୍ନା ପ୍ରକଳ୍ପରୁ ସାତକୋଶିଆ ଆସିଥିବା ଯୁବ ମହାବଳକୁ ଶୁକ୍ରବାର ଅପରାହ୍ନରେ ରାଇଗୁଡା ଏନ୍‌କ୍ଲୋଜରରୁ ଅଭୟାରଣ୍ୟକୁ ଛଡାଯାଇଛି।

ମଦ ବ୍ୟବସାୟୀଙ୍କୁ ପୋଲିସ ଜିମା ଦେଲେ ମହିଳା

ବଇଣ୍ଡା, ୬ା୭(ଡି.ଏନ.ଏ.)- ହଣ୍ଡପା ଥାନା ବଡହୁଲା ଗ୍ରାମରେ ଚୋରା ମଦ ବେପାର ବନ୍ଦ କରିବାକୁ ମହିଳା ଗୋଷ୍ଠୀ ଓ ଗ୍ରାମବାସୀଙ୍କ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ମଦ ବ୍ୟବସାୟୀମାନେ ଚେତୁନାହାନ୍ତି।

ନିଖୋଜର ୧୦ ଘଣ୍ଟା ପରେ ୧୨ ଦିନର ଶିଶୁକନ୍ୟା ମୃତଦେହ ଉଦ୍ଧାର

ନିଖୋଜର ୧୦ ଘଣ୍ଟା ପରେ ୧୨ ଦିନର ଶିଶୁକନ୍ୟା ମୃତଦେହ ଉଦ୍ଧାର

ପାଲଲହଡ଼ା, ୬ା୭(ଡି.ଏନ.ଏ.)- ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡ ଖମାର ଥାନା ଛାଞ୍ଚୁଣିଆ ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ନିଖୋଜ ହେବାର ୧୦ ଘଣ୍ଟା ପରେ ଜଣେ ୧୨ ଦିନର ଶିଶୁ କନ୍ୟାର ମୃତଦେହକୁ ପୋଲିସ ଏକ ପରିତ୍ୟକ୍ତ କୂଅରୁ ଉଦ୍ଧାର କରିଛି।

ପିସ୍ତଲ ଦେଖାଇ ୭ ଲକ୍ଷ ଲୁଟ୍‌

ପିସ୍ତଲ ଦେଖାଇ ୭ ଲକ୍ଷ ଲୁଟ୍‌

ଢେଙ୍କାନାଳ ଅଫିସ, ୬।୭- ଜଣେ ଚାଉଳ ବ୍ୟବସାୟୀଙ୍କୁ ପିସ୍ତଲ ଦେଖାଇ ୪ଜଣ ଦୁର୍ବୃତ୍ତ ଶୁକ୍ରବାର ଅପରାହ୍ନରେ ୭ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।

ବିଧାୟକଙ୍କୁ କଳାପତାକା ପ୍ରଦର୍ଶନ

ବଅଁରପାଳ, ୬।୭(ଡି.ଏନ୍‌.ଏ.)-ଗିରାଙ୍ଗରେ ପଞ୍ଚାୟତ କାର୍ଯ୍ୟାଳୟ ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିବାବେଳେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି।