ଅନଗୁଳ-ଢେଙ୍କାନାଳ

ପାଣି ପାଇଁ ରାସ୍ତା ଅବରୋଧ

ଢେଙ୍କାନାଳ ଅଫିସ, ୨୪।୪- ପାନୀୟ ଜଳ ସମସ୍ୟା ଭୋଗୁଥିବା ଢେଙ୍କାନାଳ ସଦର ଥାନା ଭାଲିଆବୋଲକାଟେଣୀ ଦଳିତ ବସ୍ତିର ବାସିନ୍ଦା ସୋମବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି। ପ୍ରତିବାଦସ୍ବରୂପ ପୂର୍ବାହ୍ନ ୮ଟାରେ ସେମାନେ ଭାପୁର ରାସ୍ତାର ଗୋହିରାଖାଲ ଛକରେ ରାସ୍ତାରୋକୋ କରିଥିଲେ। ଫଳରେ ଢେଙ୍କାନାଳ-ଭାପୁରକୁ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା।

ପୃଥକ୍‌ ଦୁର୍ଘଟଣାରେ ୪ ଗୁରୁତର

ଭୁବନ, ୨୪।୪(ଡି.ଏନ୍‌.ଏ.)- ଢେଙ୍କାନାଳ ଜିଲା ଭୁବନ ଥାନା ଅଞ୍ଚଳରେ ସୋମବାର ପୃଥକ୍‌ ସ୍ଥାନରେ ଦୁର୍ଘଟଣା ଘଟି ୪ଜଣ ଗୁରୁତର ହୋଇଛନ୍ତି। ସେମାନେ ହେଲେ ବାରୁଆଁ ଗ୍ରାମର ଗଣେଶ୍ୱର ସେଠୀ (୧୮), ଆଶୁତୋଷ ନାୟକ (୨୧), ଯୁବରାଜ ବିନ୍ଧାଣୀ (୧୮) ଏବଂ ତୁମୁସିଙ୍ଗା ଥାନା ଶ୍ରୀରାମପୁର ଗ୍ରାମର ପ୍ରତାପ ନାୟକ (୪୨)। ଗଣେଶ୍ୱର, ଆଶୁତୋଷ ଏବଂ ଯୁବରାଜ ଏକ ବାଇକ୍‌ରେ ଯାଉଥିବାବେଳେ ଶ୍ୟାମଳ ଛକ ନିକଟରେ ତାଳଚେର ପଟୁ ଆସୁଥିବା ଏକ କୋଇଲା ବୋଝେଇ ଟ୍ରକ୍‌ (ଓଡି ୧୯ ଏଫ୍‌ ୫୨୪୭) ସେମାନଙ୍କୁ ଧକ୍କା ଦେଇଥିଲା।

୩ ସ୍ଥାନରେ ଲାଗିଲା ହାଇମାଷ୍ଟ୍‌

୩ ସ୍ଥାନରେ ଲାଗିଲା ହାଇମାଷ୍ଟ୍‌

ରାସୋଳ, ୨୪।୪(ଡି.ଏନ.ଏ)ହିନ୍ଦୋଳ ବ୍ଲକ ରାସୋଳ ପଞ୍ଚାୟତର ୩ଟି ସ୍ଥାନରେ ସୋମବାର ଉଜ୍ଜ୍ୱଳ ଆଲୋକୀକରଣ ବ୍ୟବସ୍ଥା (ହାଇମାଷ୍ଟ୍‌) ଉଦ୍‌ଘାଟିତ ହୋଇଛି। ବ୍ଲକ ଅଧ୍ୟକ୍ଷ ପ୍ରିୟରଞ୍ଜନ ମାହୁନ୍ତ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଥିଲେ। ପଞ୍ଚାୟତ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକ୍ରମେ ଗୋପବନ୍ଧୁ ଗ୍ରାମୀଣ ଯୋଜନାରେ ଏହାକୁ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଖର୍ଚ୍ଚ ହୋଇଛି ୩ଲକ୍ଷ ୫୦ ହଜାର ଟଙ୍କା। ଏହାଦ୍ୱାରା ଜନଗହଳିପୂର୍ଣ୍ଣ ନାଉକିଆରୀ ଛକ, ରାସୋଳ ହାଟ ପଡ଼ିଆ, ଗୋବର୍ଦ୍ଧନଗିରି ଅଞ୍ଚଳବାସୀ ଉପକୃତ ହେବେ।

ନ୍ୟାୟ ଦାବି କଲେ ପୀଡ଼ିତାଙ୍କ ପରିବାର

କାମାକ୍ଷାନଗର,୨୪।୪(ଡି.ଏନ.ଏ.)ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ବାଇସିଙ୍ଗା ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ରବିବାର ରାତିରେ ଚଢ଼ାଉବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ବିଭାଗୀୟ କର୍ମଚାରୀମାନେ ଆକ୍ରୋଶମୂଳକ ଭାବେ ଗ୍ରାମର ବିଜୟ ବେହେରାଙ୍କ ନାବାଳିକା ଝିଅ ରାନୀଙ୍କୁ ନିସ୍ତୁକ ମାଡ଼ ମାରିଥିବା ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣା ଜିଲାପାଳଙ୍କ ପାଖରେ ପହଞ୍ଚତ୍ଛି। ନ୍ୟାୟ ଦାବିରେ ପୀଡ଼ିତାଙ୍କ ପରିବାର ସୋମବାର ଅନୁଷ୍ଠିତ ଜନ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣଙ୍କୁ ଭେଟି ଫେରାଦ ହୋଇଛନ୍ତି।

୧ରୁ ହେଲମେଟ୍‌ ନିୟମ କଡ଼ାକଡ଼ି

୧ରୁ ହେଲମେଟ୍‌ ନିୟମ କଡ଼ାକଡ଼ି

ଢେଙ୍କାନାଳ ଅଫିସ୍‌, ୨୪।୪ ଢେଙ୍କାନାଳରେ ସୋମବାରଠାରୁ ଆରମ୍ଭ ହୋଇଛି ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ। ଶିଳ୍ପସମୃଦ୍ଧ ଜିଲାରେ ବଢ଼ୁଥିବା ଦୁର୍ଘଟଣା ରୋକିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏହି ପରିପ୍ରେକ୍ଷୀରେ ପୂର୍ବାହ୍ନ ୯ଟାରେ ଜିଲାପାଳ ନିଖିଲ ପଓ୍ବନ କଲ୍ୟାଣ ଏକ ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଉକ୍ତ ରଥ ଜିଲାର ସମସ୍ତ ବ୍ଲକ ପରିକ୍ରମା କରି ଲୋକଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଇବ।

ଔଷଧ ଖାଉନି ଆହତ ହାତୀ

ଔଷଧ ଖାଉନି ଆହତ ହାତୀ

ଢେଙ୍କାନାଳ ଅଫିସ, ୨୪।୪ ଢେଙ୍କାନାଳ ସଦର ଥାନା ଝାରଗାଡ଼ିଆ ଫାଣ୍ଡି କାଉଁରିଆପାଳ ରେଳଧାରଣାରେ ମାଲ୍‌ବାହୀ ଟ୍ରେନ୍‌ ଧକ୍କାରେ ଆହତ ମାଈହାତୀ ଔଷଧର ପାଖ ମାଡ଼ୁନି। ସୋମବାର ମଧ୍ୟ ଔଷଧ ଦେବାକୁ ଯାଇ ନାକେଦମ୍‌ ହୋଇଛନ୍ତି କର୍ମଚାରୀ, ଯାହାକୁ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ।

ପୋଖରୀରେ ବୁଡ଼ି ବାଳକ ମୃତ

ପୋଖରୀରେ ବୁଡ଼ି ବାଳକ ମୃତ

ବଅଁରପାଳ,୨୪।୪(ଡି.ଏନ.ଏ.)- ବଅଁରପାଳ ଥାନା ଅନ୍ତର୍ଗତ ଅରାହାଟ ଗ୍ରାମର ସ୍ବଦେଶ ରଞ୍ଜନ ସାମଲ(୧୭)ଙ୍କ ପୋଖରୀରେ ବୁଡ଼ି ସୋମବାର ମୃତ୍ୟୁ ଘଟିଛି। ସକାଳେ ସ୍ବଦେଶ ତାଙ୍କ ସାଙ୍ଗ ସହ ନିକଟସ୍ଥ ପୋଖରୀକୁ ଗାଧୋଇବା ପାଇଁ ଯାଇ ଅଧିକ ପାଣି ଥିବା ସ୍ଥାନକୁ ଚାଲିଯାଇଥିଲେ। ପହଁରା ଶିଖି ନ ଥିବାରୁ ସେ ବୁଡ଼ି ଯାଇଥିଲେ। ତାଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାକୁ ଅଣାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି। ଏ ସଂକ୍ରାନ୍ତରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ରେଳଧାରଣାରୁ ଉଦ୍ଧାର ଯୁବକଙ୍କ ମୃତ୍ୟୁ

ରେଳଧାରଣାରୁ ଉଦ୍ଧାର ଯୁବକଙ୍କ ମୃତ୍ୟୁ

ତାଳଚେର,୨୪। ୪(ନି.ପ୍ର.)- ମୁର୍ମୂଷୁ ଅବସ୍ଥାରେ ରେଳଧାରଣା ନିକଟରେ ପଡ଼ିଥିବା ଜଣେ ଯୁବକଙ୍କ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ପ୍ରକାଶ ଯେ, କୋଲିୟରୀ ଥାନା ତାଳଚେର ରେଲୱେ କଲୋନୀ ନିକଟସ୍ଥ ସାହିରେ ରହୁଥିବା ବିନୋଦ ବେହେରା (୨୩)ଙ୍କୁ ରବିବାର ଭୋର ସମୟରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।

ଭାଉଜଙ୍କୁ ମାଡ଼, ଦିଅର ଗିରଫ

ଭାଉଜଙ୍କୁ ମାଡ଼, ଦିଅର ଗିରଫ

ଛେଣ୍ଡିପଦା,୨୪।୪(ଡି.ଏନ.ଏ.)- ଭାଉଜଙ୍କୁ ମାଡ଼ ମାରିବା ଅଭିଯୋଗରେ ଜରପଡ଼ା ଥାନା ପୋଲିସ ସାଆନ୍ତରାପୁର ଗ୍ରାମର ନାରଣ ସାହୁ(୨୭)ଙ୍କୁ ଗିରଫ କରି ସୋମବାର କୋର୍ଟଚାଲାଣ କରିଛି। ଏ ସଂକ୍ରାନ୍ତରେ ନଂ. ୭୧/୧୮ ଏକ ମାମଲା ରୁଜୁ ହୋଇଛି।

ଯାତ୍ରା ଅଭିନେତ୍ରୀ ଉଷଶୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ଯାତ୍ରା ଅଭିନେତ୍ରୀ ଉଷଶୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ

ତାଳଚେର,୨୩।୪(ନି.ପ୍ର.)- ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଏକ ଅପେରା ଦଳରେ ଅଭିନୟ ପାଇଁ ଯାଇଥିବା ଯାତ୍ରା ଅଭିନେତ୍ରୀ ଉଷଶୀ ମିଶ୍ରଙ୍କୁ ରବିବାର ରାତିରେ ଦୁର୍ବ୍ୟବହାର କରାଯାଇଥିବା ସୋମବାର କଣିହାଁ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଯୁବକଙ୍କୁ ବାସନ୍ଦ ଅଭିଯୋଗ

ଅନୁଗୋଳ ଅଫିସ,୨୩।୪- ଅନୁଗୋଳ ଥାନା ମୂଷାପାପୁଲି ଗ୍ରାମର ଭରତଚନ୍ଦ୍ର ପ୍ରଧାନଙ୍କୁ ଗ୍ରାମ କମିଟି ତରଫରୁ ବାସନ୍ଦ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଭରତ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଶନିବାର ସକାଳେ ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଏକ ନୋଟିସ ଦେଇଥିଲେ।

ନାଲ୍‌କୋ ସିପିପିରେ ୩ ଶହ ଟେଲିଫୋନ ଅଚଳ

ନାଲ୍‌କୋ ସିପିପିରେ ୩ ଶହ ଟେଲିଫୋନ ଅଚଳ

ବଅଁରପାଳ, ୨୩।୪(ଡିଏନ୍‌ଏ)- ଅନୁଗୋଳ ଜିଲା ନାଲ୍‌କୋ ତାପଜ ବିଦ୍ୟୁତ୍‌ ପ୍ରକଳ୍ପ (ସିପିପି)ରେ ୪ ଦିନ ହେଲା ପ୍ରାୟ ୩୦୦ ଇଣ୍ଟରକମ୍‌ ଟେଲିଫୋନ ଅଚଳ ହୋଇପଡ଼ିଛି। ଫଳରେ ନାଲ୍‌କୋ ପ୍ରଶାସନିକ କାର୍ଯ୍ୟାଳୟ, କଣ୍ଟ୍ରୋଲରୁମ୍‌, କ୍ୟାଣ୍ଟିନ୍‌ ସମେତ ବିଭିନ୍ନ କାର୍ଯ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଥିବା କେତେଜଣ କର୍ମଚାରୀ ପ୍ରକାଶ କରିଛନ୍ତି।

ପିତିରି ଜଙ୍ଗଲରୁ ନାବାଳକ ଉଦ୍ଧାର

ପିତିରି ଜଙ୍ଗଲରୁ ନାବାଳକ ଉଦ୍ଧାର

ପରଜଙ୍ଗ, ୨୩ା୪(ଡି.ଏନ୍‌.ଏ.)- ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ୧୪୯ନଂ. ଜାତୀୟ ରାଜପଥ ସନ୍ନିକଟ ପିତିରି ଜଙ୍ଗଲ ରାସ୍ତାରୁ ଶନିବାର ସନ୍ଧ୍ୟାରେ ଜଣେ ନାବାଳକଙ୍କୁ ଉଦ୍ଧାର କରାଯାଇଛି। ତା

ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ:  ଏଏସ୍‌ଆଇ ଏବଂ ଏସ୍‌ଆଇ ଗୁରୁତର

ପୋଲିସ ଗାଡ଼ି ଦୁର୍ଘଟଣାଗ୍ରସ୍ତ: ଏଏସ୍‌ଆଇ ଏବଂ ଏସ୍‌ଆଇ ଗୁରୁତର

ପାଲଲହଡ଼ା,୨୩।୪(ଡି.ଅନ.ଏ.)-ପାଲଲହଡ଼ା ଝିମିରିପାଲିଠାରେ ସୋମବାର ପାଲଲହଡ଼ା ପୋଲିସ ବୋଲେରୋ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏ

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ଅସଦାଚରଣ

ତାଳଚେର,୨୩।୪(ନି.ପ୍ର)- ଅନୁଗୋଳ ଜିଲା କଣିହାଁ ଥାନା ଡେରଙ୍ଗ ଗ୍ରାମକୁ ଚନ୍ଦନ ଯାତ୍ରା ଉପଲକ୍ଷେ ଏକ ଅପେରା ଦଳରେ ଅଭିନୟ କରିବାକୁ ଯାଇଥିବା ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ ସେହି ଗ୍ରାମର ଇନ୍ଦ୍ରମଣି ସାହୁ ଓ ତାଙ୍କର ଦୁଇ ପୁଅ ମାଡ଼ ମାରିବା ସହ ଅସଦାଚରଣ କରିଥିବା କଣିହାଁ ଥାନାରେ ଅଭିଯୋଗ ହୋଇଛି।

ପାନୀୟଜଳ ଯୋଗାଣ ଦାବିରେ ଆନ୍ଦୋଳନ

ପାନୀୟଜଳ ଯୋଗାଣ ଦାବିରେ ଆନ୍ଦୋଳନ

ବଅଁରପାଳ,୨୩।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗିରାଙ୍ଗ ଗ୍ରାମକୁ ନାଲ୍‌କୋ ପକ୍ଷରୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଣ ଦାବିରେ ସୋମବାର ଗ୍ରାମବାସୀ ଆନ୍ଦୋଳନ କରିଛନ୍ତି।

ସଡ଼କ ସୁରକ୍ଷା ସପ୍ତାହ ପାଳିତ

ସଡ଼କ ସୁରକ୍ଷା ସପ୍ତାହ ପାଳିତ

ଅନୁଗୋଳ ଅଫିସ,୨୩।୪: ଅନୁଗୋଳ ଜିଲା ଆଞ୍ଚଳିକ ପରିବହନ କେନ୍ଦ୍ର ପକ୍ଷରୁ ୨୯ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ସୋମବାର ପାଳିତ ହୋଇଯାଇଛି। ଏହି ଅବସରରେ ଗଣଦୌଡ଼ ଓ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।

ଦୋକାନରେ ପଶିଗଲା ଟ୍ରକ୍‌: ଜଣେ ମୃତ, ୨ ଗୁରୁତର

ଦୋକାନରେ ପଶିଗଲା ଟ୍ରକ୍‌: ଜଣେ ମୃତ, ୨ ଗୁରୁତର

ବଇଣ୍ଡା,୨୩।୪(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଠାକୁରଗଡ଼ ଥାନା ସାନହୁଲା ଗ୍ରାମ ନିକଟରେ ଥିବା ବିରେନ୍‌ ସାହୁଙ୍କ ଦୋକାନ ଭିତରକୁ ରବିବାର ରାତିରେ ଏକ ଟ୍ରକ୍‌ ପଶିଯାଇଛି।

ଚାରିମଲିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନ

ଚାରିମଲିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନ

ବନ୍ତଳା,୨୩-୪(ଡି.ଏନ.ଏ.) ବିଶ୍ୱ ଧରିତ୍ରୀ ଦିବସ ପାଳନ ଅବସରରେ ସମ୍ବଲପୁର ଠାରେ ଦ୍ୱିତୀୟ ଓଡ଼ିଶା ନଦୀ ସମ୍ମିଳନୀ ଆୟୋଜନ କରାଯାଇଥିଲା। ଏହି ଅବସରରେ ଚାରିମଲିକ ଆଞ୍ଚଳିକ ବିକାଶ ପରିଷଦକୁ ‘ଭଗୀରଥ’ ସମ୍ମାନରେ ସମ୍ମାନିତ କରାଯାଇଛି। ସମ୍ପ୍ରତି ଅନୁଗୋଳ ଜିଲାର ଚାରିମଲିକ ଅଞ୍ଚଳରେ ନାବାର୍ଡ ସହାୟତାରେ ଜଳଛାୟା ପ୍ରକଳ୍ପ କାର୍ଯ୍ୟକାରୀ ହୋଇଆସୁଛି।

୯୦ ବର୍ଷରେ ବି ବୋଲ ମାନୁଛି ଢୋଲ

୯୦ ବର୍ଷରେ ବି ବୋଲ ମାନୁଛି ଢୋଲ

ବଅଁରପାଳ,୨୩-୪ ବୟସାଧିକ ଯୋଗୁ ପୂର୍ବାପେକ୍ଷା ଶରୀର ଦୁର୍ବଳ ହୋଇଗଲାଣି। ଅଣ୍ଟା ବି ସାମାନ୍ୟ ନୁଅଁାଇ ଦେଲାଣି। ହେଲେ ମନ ଛାଡ଼ୁନି କୌଳିକ ବୃତ୍ତିରୁ। ଜେଜେ, ବାପାଙ୍କ ଭଳି ପାରୁଥିବା ପର୍ଯ୍ୟନ୍ତ ବୃତ୍ତିକୁ ନୀତି କରିବାକୁ ଯେପରି ପଣ କରିଛନ୍ତି ବଅଁରପାଳ ବ୍ଲକ ଗିରାଙ୍ଗ ଗ୍ରାମର ଅରକ୍ଷିତ ଗୋଛାୟତ। କାମରେ ତାଙ୍କ ଏପରି ଏକାଗ୍ରତା ଆଗରେ ଫିକା ପଡ଼ିଯାଇଛି ବଢ଼ୁଥିବା ବୟସ। ସେଥିପାଇଁ ୯୦ ବର୍ଷରେ ବି ତାଙ୍କ ବୋଲ ମାନୁଛି ଢୋଲ।

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଅନୁଗୋଳ ଅଫିସ,୨୩-୪- ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଅନୁଗୋଳ ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷ ଭାବେ ରାଜନୀତି ବିଜ୍ଞାନ ବିଭାଗର ବରିଷ୍ଠ ପ୍ରାଧ୍ୟାପକ ପ୍ରଫେସର ଚିନ୍ମୟ କୁମାର ପ୍ରଧାନ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଚନ୍ଦ୍ରବାହାଳରେ ଅସହ୍ୟ ହେଲାଣି ଜଳକଷ୍ଟ

ଚନ୍ଦ୍ରବାହାଳରେ ଅସହ୍ୟ ହେଲାଣି ଜଳକଷ୍ଟ

ବନ୍ତଳା,୨୩-୪(ଡି.ଏନ.ଏ.) ଅନୁଗୋଳ ଜିଲାରେ ତାତି ସହ ବଢ଼ୁଛି ପାନୀୟ ଜଳ ସଙ୍କଟ। କୂଅ, ପୋଖରୀ ଆଦି ଶୁଖିଲା ପଡ଼ିଥିବା ବେଳେ ଭୂତଳ ଜଳସ୍ତର ହ୍ରାସ ପାଇଚାଲିଛି। ତେବେ ସମସ୍ୟା ବଢ଼ାଉଛି ଅଚଳ ପାନୀୟ ଜଳ ପ୍ରକଳ୍ପ। ୨ଦିନ ହେଲା ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଅନୁଗୋଳ ବ୍ଲକ ରନ୍ତଲେଇ ପଞ୍ଚାୟତ ଚନ୍ଦ୍ରବାହାଳ ଗ୍ରାମବାସୀ।

୫୩ ମକଦ୍ଦମା ଫଇସଲା

୫୩ ମକଦ୍ଦମା ଫଇସଲା

ତାଳଚେର,୨୨ା୪(ନି.ପ୍ର.)- ତାଳଚେର ସିଭିଲ କୋର୍ଟ ପରିସରରେ ରବିବାର ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏଡିଜେ ଲୁନା ମହାନ୍ତି, ଏସ୍‌ଡିଜେଏମ୍‌ ଜୀବନ କୁମାର ପଟ୍ଟନାୟକ, ସବଜଜ୍‌ ସନ୍ତୋଷ କୁମାର ଦାସ ୧୨ଟି ମକଦ୍ଦମାର ବିଚାର କରି ୩୦, ୪୩, ୮୮୦ ଟଙ୍କା ଆଦାୟ ପାଇଁ ଧାର୍ଯ୍ୟ କରିଥିଲେ।

ମହିଳାଙ୍କଠାରୁ ଗହଣା, ଟଙ୍କା ଲୁଟ୍‌

ମହିଳାଙ୍କଠାରୁ ଗହଣା, ଟଙ୍କା ଲୁଟ୍‌

ତାଳଚେର,୨୨ା୪(ନି.ପ୍ର.)- ହାଟତୋଟା ଷ୍ଟେଟବ୍ୟାଙ୍କ ସମ୍ମୁଖରୁ ରବିବାର ଅପରାହ୍ନରେ ୨ଜଣ ଯୁବକ ଜଣେ ମହିଳାଙ୍କ ଠାରୁ ସୁନାଗହଣା, ନଗଦ ୪୫ ହଜାର ଟଙ୍କା ଓ ମୋବାଇଲ ଲୁଟି ନେଇଥିବା ତାଳଚେର ଥାନାରେ ଅଭିଯୋଗ ହୋଇଛି।