ଅନଗୁଳ-ଢେଙ୍କାନାଳ

ଟଙ୍କା ଉଠାଣରେ ସାହାଯ୍ୟ ଆଳରେ ଠକେଇ: ଅଭିଯୁକ୍ତ ଗିରଫ, ଅଟୋ ଜବତ

ଟଙ୍କା ଉଠାଣରେ ସାହାଯ୍ୟ ଆଳରେ ଠକେଇ: ଅଭିଯୁକ୍ତ ଗିରଫ, ଅଟୋ ଜବତ

ପାଲଲହଡ଼ା, ୭ା୧(ଡି.ଏନ.ଏ.): ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇବାରେ ସାହଯ୍ୟ କରିବା ଆଳରେ ଏକାଧିକ ଲୋକଙ୍କ ଆକାଉଣ୍ଟରୁ ଲୁଟ୍‌ କରିବା ଅଭିଯୋଗରେ ଅନୁଗୋଳ ଜିଲା ପାଲଲହଡ଼ା ପୋଲିସ ରବିବାର ସମଲ ଥାନା କୁଲେଇ ଗ୍ରାମର ହର୍ଷ ବେହେରାଙ୍କୁ ଗିରଫ କରିଛି। 

୪ମାସ ମଧ୍ୟରେ ବଦଳିବ ଅନୁଗୋଳ ଟ୍ରାଫିକ ରୂପରେଖ: ଅପରାଧୀଙ୍କୁ ଧରିବ ସିସିଟିଭି

୪ମାସ ମଧ୍ୟରେ ବଦଳିବ ଅନୁଗୋଳ ଟ୍ରାଫିକ ରୂପରେଖ: ଅପରାଧୀଙ୍କୁ ଧରିବ ସିସିଟିଭି

ଅନୁଗୋଳ ଅଫିସ, ୭।୧: ବଦଳିବ ଅନୁଗୋଳ ଟ୍ରାଫିକ ରୂପରେଖ। ନବକଳେବର ହେବ ପୂରା ବ୍ୟବସ୍ଥାର। ଏଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ଅନୁଗୋଳ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି। ଅନୁଗୋଳ ସମେତ ବଅଁରପାଳ, ନାଲ୍‌କୋ ଓ ତାଳଚେରର ୧୩ଟି ସ୍ଥାନରେ ସିସିଟିଭି ଲାଗିବାର ବ୍ୟବସ୍ଥା ହୋଇଛି।

୮୨୩ ଦିବ୍ୟାଙ୍ଗଙ୍କୁ ଶୀତବସ୍ତ୍ର ପ୍ରଦାନ

୮୨୩ ଦିବ୍ୟାଙ୍ଗଙ୍କୁ ଶୀତବସ୍ତ୍ର ପ୍ରଦାନ

କଣିହାଁ, ୬ା୧(ଡି.ଏନ.ଏ.)- ଦୀର୍ଘ ୪୫ ବର୍ଷର ଅନୁଷ୍ଠାନ ଉତ୍କଳମଣି ଗୋପବନ୍ଧୁ ଦୃଷ୍ଟିହୀନ କଲ୍ୟାଣ ସମିତି ପକ୍ଷରୁ ସବୁ ବର୍ଷ ପରି ଜାନୁୟାରୀ ପ୍ରଥମ ରବିବାରରେ ଦିବ୍ୟାଙ୍ଗଙ୍କୁ ଶୀତବସ୍ତ୍ର ବଣ୍ଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏନ୍‌ଟିପିସି ସହଯୋଗରେ କଣିହାଁ ସ୍ବାଧୀନତା ସଂଗ୍ରାମୀ ଟ୍ରଷ୍ଟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କଣିହାଁ ପ୍ରକଳ୍ପ ମୁଖ୍ୟ ମହାପ୍ରବନ୍ଧକ ସନ୍ତୋଷ ଜେମ୍‌ସ, ସମ୍ମାନିତ ଅତିଥି ସିଏଚ୍‌ସି ଚିକିତ୍ସା ଅଧିକାରୀ ସୁମନ୍ତ କୁମାର ପଟେଲ, ପ୍ରକଳ୍ପ ପଦାଧିକାରୀ କେ. ଏସ୍‌. ଶର୍ମା, ପି. କେ. ସାହୁ, ଜାକିର ଖାନ, ଏ. କେ. ଦାସ, ଭି. ଏ. ରାଓ ଯୋଗ ଦେଇଥିଲେ। 

ପୋଲିସ ଜନତା ମଧ୍ୟରେ ସୁସମ୍ପର୍କ ରହୁ

ପୋଲିସ ଜନତା ମଧ୍ୟରେ ସୁସମ୍ପର୍କ ରହୁ

ବଇଣ୍ଡା,୬।୧(ଡି.ଏନ.ଏ.)- ବର୍ତ୍ତମାନ ଗ୍ରାମାଞ୍ଚଳରେ ଅପରାଧ ବୃଦ୍ଧି ପାଉଛି। ଜନ ସାଧାରଣମାନେ ଅନେକ ଅପରାଧକୁ  ଭୟରେ ଲୁଚାଇବା ପାଇଁ ପ୍ରୟାସ କରୁଛନ୍ତି। ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇବା ପୋଲିସର କର୍ତ୍ତବ୍ୟ। ଜନ ସାଧାରଣଙ୍କ ବିନା ସହଯୋଗରେ ପୋଲିସ  ଅପରାଧ ରୋକିପାରିବ ନାହିଁ। 

ଶିଶୁଙ୍କ ଅଧିକ ଯତ୍ନ ନିଆଯାଉ

ଶିଶୁଙ୍କ ଅଧିକ ଯତ୍ନ ନିଆଯାଉ

ବଇଣ୍ଡା,୬।୧(ଡି.ଏନ.ଏ.)-  ପ୍ରଥମରୁ ୫ ବର୍ଷ ପର୍ଯ୍ୟନ୍ତ ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟପ୍ରତି ଯତ୍ନ ନେବା ଆବଶ୍ୟକ। ଏଥିପ୍ରତି ସମସ୍ତ ଅଭିଭାବକମାନେ ଗୁରୁତ୍ୱ ଦେଇ ସେମାନଙ୍କର ଯତ୍ନ ନିଅନ୍ତୁ ବୋଲି ରବିବାର କିଶୋରନଗର ବ୍ଲକ ବଇଣ୍ଡା ସରସ୍ବତୀ ଶିଶୁ ମନ୍ଦିର ପରିସରରେ ଅନୁଷ୍ଠିତ ଶିଶୁ ବାଟିକାର ଶିଶୁ ଶିବିର କାର୍ଯ୍ୟକ୍ରମରେ ଯୋଗଦେଇଥିବା  ଅତିଥିମାନେ ଏହା କହିଛନ୍ତି।

ଆରଆଇ ବଇଣ୍ଡା କ୍ରିକେଟ କ୍ଲବ ଚାମ୍ପିୟନ

ଆରଆଇ ବଇଣ୍ଡା କ୍ରିକେଟ କ୍ଲବ ଚାମ୍ପିୟନ

ବଇଣ୍ଡା,୬।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଇଚ୍ଛାପୁର ହାଇସ୍କୁଲ ଖେଳ ପଡ଼ିଆଠାରେ ଚାଲିଥିବା ମଧୂସୁଦନ ମେମୋରିଆର କପ୍‌ କ୍ରିକେଟ୍‌ ଟୁର୍ନାମେଣ୍ଟ ରବିବାର ଶେଷ ହୋଇଛି। ଫାଇନାଲ ମ୍ୟାଚରେ ହଣ୍ଡପା କ୍ରିକେଟ କ୍ଲବକୁ ହରାଇ ଆରଆଇ ବଇଣ୍ଡା କ୍ରିକେଟ କ୍ଲବ ଚାମ୍ପିୟନ ହୋଇଛି।

ନୂଆବର୍ଷରେ ଅନୁଗୋଳ ପୋଲିସକୁ ସଫଳତା : ଦୁର୍ଦ୍ଦାନ୍ତ ଝସକେତନ ଗିରଫ

ନୂଆବର୍ଷରେ ଅନୁଗୋଳ ପୋଲିସକୁ ସଫଳତା : ଦୁର୍ଦ୍ଦାନ୍ତ ଝସକେତନ ଗିରଫ

ଅନୁଗୋଳ ଅଫିସ, ୬।୧- ବର୍ଷ ଆରମ୍ଭରୁ ଅନୁଗୋଳ ପୋଲିସକୁ ମିଳିଛି ବଡ ସଫଳତା। ଅନୁଗୋଳ କୋର୍ଟ ପରିସର ହାଜତରୁ ଚମ୍ପଟ ମାରିଥିବା ବହୁଚର୍ଚ୍ଚିତ କୁଶକିଳା ଡବଲ ମର୍ଡର ଓ କୁକୁରପେଟା ମାଉସୀ-ପୁତୁରା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝସକେତନ ରାଉତଙ୍କୁ ଫିଲ୍ମ ଷ୍ଟାଇଲରେ କାବୁ କରିଛି ଜିଲା ପୋଲିସର ସ୍ପେଶାଲ ସ୍କ୍ବାଡ୍‌। ଦେବଗଡ ଜିଲା ଟାଉନ ଥାନା ଅନ୍ତର୍ଗତ ସାମନ୍ତରାପାଲି ଗ୍ରାମରୁ ଶନିବାର ସନ୍ଧ୍ୟା ୫ଟାରେ ତାଙ୍କୁ ଗିରଫ କରାଯାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ରାତିରେ ଝସକେତନଙ୍କୁ ଅନୁଗୋଳ ଅଣାଯାଇଥିବା କୁହାଯାଉଛି। ଗିରଫ ପରେ ତାଙ୍କୁ ପୋଲିସ ପଚରାଉଚରା ଚଳାଇଥିବା ଜଣାପଡିଛି। ତେବେ ଏସ୍‌ପିଙ୍କ ସହ ଯୋଗାଯୋଗ ହୋଇପାରି ନ ଥିବାରୁ ଏ ସମ୍ପର୍କିତ ଅଧିକ ତଥ୍ୟ ମିଳିପାରି ନାହିଁ। 

୧୧କେଭି ବିଦ୍ୟୁତ ତାର ଲାଗି ଜଣେ ମୃତ, ୨ ଗୁରୁତର

୧୧କେଭି ବିଦ୍ୟୁତ ତାର ଲାଗି ଜଣେ ମୃତ, ୨ ଗୁରୁତର

କାମାକ୍ଷାନଗର, ୬।୧(ଡି.ଏନ.ଏ)-ଢ଼େଙ୍କାନାଳ ଜିଲା ତୁମୁସିଂହା ଗଜବୁରୀରେ ହୋମିଓପାଥିକ ମେଡିକାଲ ଘର ନିର୍ମାଣବେଳେ ଦୁର୍ଘଟଣା ଘଟିଛି। 

ଜିଲା ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଆରମ୍ଭ

ଜିଲା ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଆରମ୍ଭ

ଅନୁଗୋଳ ଅଫିସ, ୬।୧: ୭ମ ଜିଲା ମହୋତ୍ସବ ପାଇଁ ମଶାଲ ଶୋଭାଯାତ୍ରା ଆରମ୍ଭ ହୋଇଛି।

‘କାଳିଆ’ ଆବେଦନ ଫର୍ମ ମିଳୁନି : ପଞ୍ଚାୟତ କାର୍ଯ୍ୟାଳୟରେ ବିଭ୍ରାଟ

‘କାଳିଆ’ ଆବେଦନ ଫର୍ମ ମିଳୁନି : ପଞ୍ଚାୟତ କାର୍ଯ୍ୟାଳୟରେ ବିଭ୍ରାଟ

ଛେଣ୍ଡିପଦା, ୬।୧(ଡି.ଏନ.ଏ.): ଛେଣ୍ଡିପଦା ବ୍ଲକରେ ଆରମ୍ଭରୁ ‘କାଳିଆ’ ଯୋଜନାରେ ଅବ୍ୟବସ୍ଥା ଦେଖାଦେଇଛି। ଅଧିକାଂଶ ପଞ୍ଚାୟତରେ ଆବଶ୍ୟକ ଫର୍ମ ଉପଲବ୍ଧ ନ ଥିବାରୁ ପଞ୍ଜୀକୃତ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେଲାଣି। 

କାର୍ଯ୍ୟ ଦିବସରେ ତହସିଲ କାର୍ଯ୍ୟାଳୟରେ ତାଲା

କାର୍ଯ୍ୟ ଦିବସରେ ତହସିଲ କାର୍ଯ୍ୟାଳୟରେ ତାଲା

ଆଠମଲ୍ଲିକ, ୬।୧(ଡି.ଏନ.ଏ.) ଅନୁଗୋଳ ଜିଲା ଆଠମଲ୍ଲିକ ତହସିଲରେ ଶୁକ୍ରବାର ଦିନ ତମାମ ତାଲା ପଡ଼ିଥିଲା। ଫଳରେ ବହୁ ଲୋକ ବିଭିନ୍ନ କାମରେ କାର୍ଯ୍ୟାଳୟକୁ ଆସିଥିଲେ ହେଁ କାର୍ଯ୍ୟଦିବସରେ ଅଫିସରେ ତାଲା ପଡିଥିବା ଦେଖି ଆଶ୍ଚର୍ଯ୍ୟ ହେବା ସହ ସେଠାରୁ ଫେରି ଯାଉଥିବା ଦେଖିବାକୁ ମିଳିଥିଲା।

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଦାମ: ‘ଚାଷୀ ଶୋଷିତ, ଆଦିବାସୀ ଉପେକ୍ଷିତ’

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଦାମ: ‘ଚାଷୀ ଶୋଷିତ, ଆଦିବାସୀ ଉପେକ୍ଷିତ’

ଅନୁଗୋଳ ଅଫିସ, ୬।୧: ବିଜେଡି ସରକାର ଅମଳରେ ଚାଷୀ ଶୋଷିତ ହୋଇଚାଲିଛି। ଋଣ ଭାର, ଫସଲହାନୀ ଚିନ୍ତାରେ ଚାଷୀ ଆତ୍ମହତ୍ୟା ବଢିଚାଲିଛି। ଦୀର୍ଘ ୧୯ ବର୍ଷର ଶାସନରେ ସବୁ ଜମିକୁ ଜଳସେଚନ ସୁବିଧା ହୋଇପାରିନି। ହୀରାକୁଦ ଉପରମୁଣ୍ଡରେ ବର୍ଷା ହେଉଥିଲେ ମଧ୍ୟ ସରକାର ପାଣି ସଞ୍ଚୟ କରିବାରେ ବିଫଳ ହେଉଛନ୍ତି।

ବାଧୁଛି ଆମିଷ ଦର

ବାଧୁଛି ଆମିଷ ଦର

କାମାକ୍ଷାନଗର, ୬ା୧(ଡି.ଏନ.ଏ.) ଢେଙ୍କାନାଳ ଜିଲା କାମାକ୍ଷାନଗରରେ ଆକାଶଛୁଆଁ  ଆମିଷ ଦର ଗ୍ରାହକଙ୍କ ଚିନ୍ତା ବଢ଼ାଇଛି। ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତାରୁ ବେପାରୀମାନେ ମନଇଚ୍ଛା ମୂଲ୍ୟବୃଦ୍ଧି କରୁଛନ୍ତି। 

  ‘କବି କଲମରେ ସ୍ଥାନିତ ହେଉ ଗ୍ରାମାଞ୍ଚଳ ଚଳଣି’

‘କବି କଲମରେ ସ୍ଥାନିତ ହେଉ ଗ୍ରାମାଞ୍ଚଳ ଚଳଣି’

ଓଡ଼ାପଡ଼ା, ୫ା୧(ଡି.ଏନ.ଏ.)-ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ଇନ୍ଦିପୁରସ୍ଥିତ ସଚ୍ଚିଦାନନ୍ଦ ମହାବିଦ୍ୟାଳୟରେ ଓଡ଼ିଶା ସାହି୍ଯଯ ଏକାଡେମୀ ପକ୍ଷରୁ ଶନିବାର ଆମ ଗଁା, ଆମ ସାହିତ୍ୟ ଆସର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ମନୋରଞ୍ଜନ ନନ୍ଦଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କଲେଜ ଅଧ୍ୟକ୍ଷ ପ୍ରଦୀପ ମିଶ୍ର, ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ହୃଦାନନ୍ଦ ଦ୍ୱିବେଦୀ, ନାଟ୍ୟକାର ଦୀନେଶ ଦାସ, ସରପଞ୍ଚ ରାଜକିଶୋର ରାଉତ ପ୍ରମୁଖ ମଞ୍ଚାସୀନ ଥିଲେ।

ପାସ୍‌ପୋର୍ଟ ସେବା ଆରମ୍ଭ

ପାସ୍‌ପୋର୍ଟ ସେବା ଆରମ୍ଭ

ଢେଙ୍କାନାଳ ଅଫିସ, ୫।୧-ଢେଙ୍କାନାଳ ମୁଖ୍ୟ ଡାକଘରେ ଶନିବାର ଅପରାହ୍ନ ୩ଟାରେ ପାସ୍‌ପୋର୍ଟ ସେବାକେନ୍ଦ୍ର ଶୁଭାରମ୍ଭ ହୋଇଛି। ବାରିପଦାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସ ଜରିଆରେ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏହାକୁ ଲୋକାର୍ପିତ କରିଛନ୍ତି। 


ଡାକ୍ତର ନିଯୁକ୍ତି, ଶିଳ୍ପାଞ୍ଚଳକୁ ପାଣି ଯୋଗାଣ ବନ୍ଦ ଦାବି

ଡାକ୍ତର ନିଯୁକ୍ତି, ଶିଳ୍ପାଞ୍ଚଳକୁ ପାଣି ଯୋଗାଣ ବନ୍ଦ ଦାବି


ଭୁବନ, ୫।୧(ଡି.ଏନ୍‌.ଏ.)-ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଏବଂ ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳକୁ ପାଣି ଯୋଗାଣ ବନ୍ଦ ଦାବିରେ ଭୁବନ କଂଗ୍ରେସ ପକ୍ଷରୁ ଶନିବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସ୍ଥାନୀୟ ରାମ ମନ୍ଦିରରୁ କଂଗ୍ରେସ କର୍ମୀମାନେ ଶୋଭାଯାତ୍ରାରେ ବାହାରି ସରକାରୀ ବିରୋଧୀ ସ୍ଲୋଗାନ ଦେଇ ତହସିଲ କାର୍ଯ୍ୟାଳୟରେ ପହଞ୍ଚତ୍ ଧାରଣା ଦେଇଥିଲେ। ଏହି ଅବସରରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ହଣ୍ଡପା ଓ ଆରଆଇ ବଇଣ୍ଡା ବିଜୟୀ

ହଣ୍ଡପା ଓ ଆରଆଇ ବଇଣ୍ଡା ବିଜୟୀ

ବଇଣ୍ଡା,୫।୧(ଡି.ଏନ.ଏ.)- କିଶୋରନଗର ବ୍ଲକ ଇଚ୍ଛାପୁର ହାଇସ୍କୁଲ ଖେଳପଡ଼ିଆଠାରେ ଚାଲିଥିବା ମଧୂସୁଦନ ମେମୋରିଆଲ କପ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ଅନୁଷ୍ଠିତ ୨ ଟି ମ୍ୟାଚରେ  ହଣ୍ଡପା ଓ ଆରଆଇ ବଇଣ୍ଡା ବିଜୟୀ ହୋଇଛି। 

୮୦ ଛାତ୍ରୀଛାତ୍ର ପୁରସ୍କୃତ

୮୦ ଛାତ୍ରୀଛାତ୍ର ପୁରସ୍କୃତ

ବନ୍ତଳା,୫।୧(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ବଡକେରା ପଞ୍ଚାୟତ ଚମ୍ପତିମୁଣ୍ଡା ଜବାହର ନବୋଦୟ ବିଦ୍ୟାଳୟରେ ଶନିବାର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। 

ଟ୍ରାକ୍କର ଧକ୍କାରେ ବୃଦ୍ଧ ମୃତ

ଟ୍ରାକ୍କର ଧକ୍କାରେ ବୃଦ୍ଧ ମୃତ

ଅନୁଗୋଳ ଅଫିସ,୫।୧-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ଆମ୍ବପାଳ ଗ୍ରାମରେ ଶନିବାର ଏକ ଟ୍ରାକ୍ଟର (ନଂ. ଓଡି୧୯ଏଲ୭୦୬୦) ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। 

ଜୀବିକା ହରାଇବେ ୬ଶହ ଦୋକାନୀ, ରେଲଓ୍ବେ ଓଭର ବ୍ରିଜ ନିର୍ମାଣକୁ ବଣିକ ସଂଘର ବିରୋଧ

ଜୀବିକା ହରାଇବେ ୬ଶହ ଦୋକାନୀ, ରେଲଓ୍ବେ ଓଭର ବ୍ରିଜ ନିର୍ମାଣକୁ ବଣିକ ସଂଘର ବିରୋଧ

ତାଳଚେର,୫।୧(ନି.ପ୍ର.): ରେଲଓ୍ବେ ଓଭର ବ୍ରିଜ ନିର୍ମାଣକୁ ଶନିବାର  ବଣିକ ସଂଘ ପକ୍ଷରୁ ଦୃଢ଼ ବିରୋଧ କରାଯାଇଛି। ଶନିବାର ନିର୍ମାଣସ୍ଥଳରେ ସଂଘ ପକ୍ଷରୁ ଏକ ସମାବେଶ ଅନୁଷ୍ଠିତ ହୋଇଥିଲା। ଆଗାମୀ ଦିନରେ ରେଲଓ୍ବେର ସମସ୍ତ କାମକୁ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ମଧ୍ୟାହ୍ନଭୋଜନ ସଫଳତା ପାଇଁ ଡିଇଓ ପୁରସ୍କୃତ

ମଧ୍ୟାହ୍ନଭୋଜନ ସଫଳତା ପାଇଁ ଡିଇଓ ପୁରସ୍କୃତ

ଢେଙ୍କାନାଳ ଅଫିସ, ୫ା୧ମଧ୍ୟାହ୍ନଭୋଜନ କାର୍ଯ୍ୟକ୍ରମର ସଫଳତା ଲାଗି ଢେଙ୍କାନାଳ ଜିଲା ଶିକ୍ଷାଧିକାରୀ (ଡିଇଓ) ସୁଧାନନ୍ଦ ପରିଡ଼ା ଜାତୀୟସ୍ତରରେ ପୁରସ୍କୃତ ହୋଇଛନ୍ତି। ଏହି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ମାନବସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ  ନୂଆଦିଲ୍ଲୀରେ ୩ ଏବଂ ୪ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ତାଙ୍କୁ ପୁରସ୍କୃତ କରାଯାଇଛି। 

‘ଜଣକା ୧୦ କର୍ମୀ ଯୋଡ଼’

‘ଜଣକା ୧୦ କର୍ମୀ ଯୋଡ଼’

ପରଜଙ୍ଗ, ୫।୧(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପାଟରପଦା ପଞ୍ଚାୟତ  କଟାବାହଳ ଖେଳପଡ଼ିଆରେ ଶୁକ୍ରବାର ୩ନଂ. ଜୋନ୍‌ ବିଜେଡିର କର୍ମୀ ସମ୍ମିଳନୀ  ଅନୁଷ୍ଠିତ ହୋଇଯାଇଛି। 

ଫର୍ମ ପାଇଁ ଠେଲାପେଲା

ଫର୍ମ ପାଇଁ ଠେଲାପେଲା

ପରଜଙ୍ଗ, ୫।୧(ଡି.ଏନ୍‌.ଏ.)ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକରେ ‘କାଳିଆ’ ଯୋଜନାକୁ ନେଇ ଆରମ୍ଭରୁ ଅବ୍ୟବସ୍ଥା ଦେଖାଦେଇଛି। ହିତାଧିକାରୀଙ୍କ ତୁଳନାରେ ଫର୍ମ କମ୍‌ ଆସିଥିବାରୁ ପ୍ରତି ପଞ୍ଚାୟତରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି। 

ସୌରଶକ୍ତିରେ ଆଲୋକିତ ୭ ଗଁା

ସୌରଶକ୍ତିରେ ଆଲୋକିତ ୭ ଗଁା

ଢେଙ୍କାନାଳ ଅଫିସ, ୫।୧ ଢେଙ୍କାନାଳ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଶୁକ୍ରବାର  ଆକାଂକ୍ଷା ଜିଲା ଭିତ୍ତିଭୂମି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଭାରତ ସରକାରଙ୍କ ପ୍ରମୁଖ ସଚିବ ଯତିନ୍ଦ୍ରନାଥ ସ୍ବାଇଁ ଏଥିରେ ଅଧ୍ୟକ୍ଷତା କରି  ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ବିଦ୍ୟୁତ୍‌, ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଜିଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।