ଅନଗୁଳ-ଢେଙ୍କାନାଳ

ସେତୁ ମରାମତି କଲା ଜିନିୟସ୍‌ କ୍ଲବ

ସେତୁ ମରାମତି କଲା ଜିନିୟସ୍‌ କ୍ଲବ

ଭୁବନ,୩୧।୭(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସିରେ ଥିବା ଜିନିୟସ କ୍ଲବ ପକ୍ଷରୁ ସୋମବାର ଭୁବନରୁ ଢେଙ୍କାନାଳକୁ ସଂଯୋଗ କରୁଥିବା ବ୍ରାହ୍ମଣୀ ସେତୁକୁ ମରାମତି କରାଯାଇଛି। ଏହି ସେତୁଟି ଦୁଇବର୍ଷ ତଳେ ହୋଇଥିଲେ ମଧ୍ୟ ପୋଲର ମଧ୍ୟ ଭାଗରେ କିଛି ଅଂଶ ଭାଙ୍ଗିଯାଇ ରଡ୍‌ ବାହାରି ପଡିଥିଲା।

ବୋରାପଦାରେ ହାତୀ ଉପଦ୍ରବ

ବୋରାପଦାରେ ହାତୀ ଉପଦ୍ରବ

ଢେଙ୍କାନାଳ ଅଫିସ,୩୧।୭- ଢେଙ୍କାନାଳ ସହର ଉପକଣ୍ଠ ତଥା ସଦର ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ବୋରାପଦା ଗ୍ରାମରେ ଦୁଇଦିନ ହେବ ହାତୀ ଉପଦ୍ରବ ଅଞ୍ଚଳବାସୀଙ୍କ ଚିନ୍ତା ବଢାଇଛି।

ଡେଙ୍ଗୁ ନିରାକରଣ ପାଇଁଁ ବୈଠକ: ରୋକିପାରିବ ସଚେତନତା

ଡେଙ୍ଗୁ ନିରାକରଣ ପାଇଁଁ ବୈଠକ: ରୋକିପାରିବ ସଚେତନତା

ବନ୍ତଳା,୩୧ା୭ (ଡି.ଏନ.ଏ.)- ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବୈଠକ ଗୃହରେ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ଘନଶ୍ୟାମ ବେହେରାଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଡେଙ୍ଗୁ ନିରାକରଣ ମାସ ପାଳନ କରାଯାଇଛି। ଏହି ବୈଠକରେ ନିମନ୍ତ୍ରିତ ଅତିଥି ଭାବେ ଧନରାଜ ଏଚ୍‌ ଧମଧିର (ଆଇଏଫ୍‌ଏସ୍‌), ବନ୍ତଳା ଫରେଷ୍ଟ ରେଞ୍ଜ ଏବଂ ରାଇଗୁଡ଼ା ରେଞ୍ଜ ଅଫିସର ଶରତ ମହାପାତ୍ର, ସିଆର୍‌ସିସି ଦିଲୀପ କୁମାର ସାହୁ ପ୍ରମୁଖ ଯୋଗଦେଇ ଥିଲେ।

ଚୋରି ହେଉଛି ଗୋରଡା

ଚୋରି ହେଉଛି ଗୋରଡା

ମାଧପୁର, ୩୧।୭- ପରିବେଶକୁ ସୁସ୍ଥ ଏବଂ ସୁନ୍ଦର ରଖିବା ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ବର୍ତ୍ତମାନ ବିଭିନ୍ନ ପ୍ରକାରର ଚାରାରୋପଣ କରାଯାଉଛି। ସେହିପରି ମାଧପୁର-ଆଠମଲ୍ଲିକ ରାସ୍ତାରେ ଜଙ୍ଗଲ ବିଭାଗ ତରଫରୁ ବିଭିନ୍ନ ପ୍ରକାରର ବୃକ୍ଷରୋପଣ ହୋଇଛି। ଏହି ଗଛକୁ ସୁରକ୍ଷା ଦେବାପାଇଁ ଗୋରଡ଼ା ମଧ୍ୟ ଦିଆଯାଇଛି।

ଟ୍ରେନ୍‌ ଧକ୍କାରେ  ବାଳକ ମୃତ

ଟ୍ରେନ୍‌ ଧକ୍କାରେ ବାଳକ ମୃତ

ବଅଁରପାଳ,୩୧।୭(ଡି.ଏନ.ଏ.)- ବଅଁରପାଳ ଥାନା ଅନ୍ତର୍ଗତ ବୁଢ଼ାପଙ୍କ ନାଲ୍‌କୋ ରେଳ ଧାରଣାରେ ମଙ୍ଗଳବାର ଟ୍ରେନ ଧକ୍କାରେ ଜଣେ ବାଳକ ପ୍ରାଣ ହରାଇଛନ୍ତି।

କଣ୍ଟେନର- ଟ୍ୟାଙ୍କର ଧକ୍କା: ପୋଲିସ ଉପସ୍ଥିତିରେ ତେଲ ଓ ସାମଗ୍ରୀ ବୋହି ନେଲେ  ଲୋକେ

କଣ୍ଟେନର- ଟ୍ୟାଙ୍କର ଧକ୍କା: ପୋଲିସ ଉପସ୍ଥିତିରେ ତେଲ ଓ ସାମଗ୍ରୀ ବୋହି ନେଲେ ଲୋକେ

ବଇଣ୍ଡା,୩୧।୭(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥର କିଶୋରନଗର ଥାନା ଡାଳପକ୍କାଠାରେ ମଙ୍ଗଳବାର ସକାଳେ ଏକ କଣ୍ଟେନର ସହ ଡିଜେଲ ବୋଝେଇ ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ବାସିନ୍ଦା ଉଦ୍ଧାର କରି କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ପରିଚୟ ଜଣାପଡ଼ି ନାହିଁ।

ପ୍ରଧାନଶିକ୍ଷୟିତ୍ରୀ ଚାଉଳ ବିକ୍ରି କରୁଥିବା ଅଭିଯୋଗ: ବିଦ୍ୟାଳୟରେ ତାଲା

ପ୍ରଧାନଶିକ୍ଷୟିତ୍ରୀ ଚାଉଳ ବିକ୍ରି କରୁଥିବା ଅଭିଯୋଗ: ବିଦ୍ୟାଳୟରେ ତାଲା

ଭୁବନ,୩୧।୭ (ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ବ୍ଲକ ବାଲିବୋ ପଞ୍ଚାୟତର ଗରୁଡବନ୍ଦୀ ପ୍ରକଳ୍ପ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଦତ୍ତ କିଛିଦିନ ତଳେ ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଚାଉଳ ବିକ୍ରି କରୁଥିବା ନେଇ ଅଭିଯୋଗ ହୋଇଥିଲା।

ଭୁବନ ସେବା ସମବାୟ ସମିତି ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରରେ

ଭୁବନ ସେବା ସମବାୟ ସମିତି ପକ୍ଷରୁ ସମବାୟ ଆପଣଙ୍କ ଦ୍ୱାରରେ

ଭୁବନ,୩୧।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ଭୁବନ ସେବା ସମବାୟ ସମିତି ପକ୍ଷରୁ ମଙ୍ଗଳବାର ରାମମନ୍ଦିର ପରିସରରେ ସମବାୟ ଆପଣଙ୍କ ଦ୍ୱାରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ।

ପୂରଣ ହେଲାନି ଦାବି: ଜମି ଅଧିଗ୍ରହଣକୁ ବିରୋଧ

ପୂରଣ ହେଲାନି ଦାବି: ଜମି ଅଧିଗ୍ରହଣକୁ ବିରୋଧ

କାମାକ୍ଷାନଗର,୩୧।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ମରିଚାକଣ ଗାଁରେ ମଙ୍ଗଳବାର ସକାଳେ ଓଟିପିସିଏଲ୍‌ ପକ୍ଷରୁ ଗାଁ ଜମିକୁ ଜେସିବି ସାହାଯ୍ୟରେ ସମତଳ କରାଯାଉଥିଲା।

ଆଇଟିଆଇ କ୍ଷତିଗ୍ରସ୍ତ ସଂଘର ବିକ୍ଷୋଭ

ଆଇଟିଆଇ କ୍ଷତିଗ୍ରସ୍ତ ସଂଘର ବିକ୍ଷୋଭ

ବଅଁରପାଳ,୩୧।୭(ଡି.ଏନ୍‌.ଏ.): ୬ ଦଫା ଦାବିନେଇ ମଙ୍ଗଳବାର ସକାଳେ ନାଲ୍‌କୋ ପ୍ରେରିତ ଆଇଟିଆଇ କ୍ଷତିଗ୍ରସ୍ତ ସଙ୍ଘ ପକ୍ଷରୁ ଶ୍ରମ ପ୍ରବର୍ତ୍ତକଙ୍କ କାର୍ଯ୍ୟାଳୟଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ନାବାଳିକାଙ୍କୁ ଅପହରଣ, ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ନାବାଳିକାଙ୍କୁ ଅପହରଣ, ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଢେଙ୍କାନାଳ ଅଫିସ,୩୧।୭: ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳରେ ଗତ ୧୬।୨।୧୭ରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି।

ନାଲ୍‌କୋରୁ ବିଷାକ୍ତ ଗ୍ୟାସ ନିର୍ଗତ ଅଭିଯୋଗ: ହଜାରରୁ ଊର୍ଦ୍ଧ୍ୱ ଶାଗୁଆନ ଗଛ ନଷ୍ଟ

ନାଲ୍‌କୋରୁ ବିଷାକ୍ତ ଗ୍ୟାସ ନିର୍ଗତ ଅଭିଯୋଗ: ହଜାରରୁ ଊର୍ଦ୍ଧ୍ୱ ଶାଗୁଆନ ଗଛ ନଷ୍ଟ

ବଅଁରପାଳ, ୩୧।୭ (ଡି.ଏନ.ଏ.): ଅନୁଗୋଳ ସ୍ଥିତ ନାଲ୍‌କୋ ସ୍ମେଲଟର କାରଖାନାରୁ ନିର୍ଗତ ବିଷାକ୍ତ ଗ୍ୟାସ ପ୍ରଭାବରେ କାରଖାନା ପାର୍ଶ୍ୱରେ ଥିବା ପଞ୍ଚମୁଖୀ ହନୁମାନ ମଠର ପ୍ରାୟ ୧ ହଜାରରୁ ଊର୍ଦ୍ଧ୍ୱ ଶାଗୁଆନ ଗଛ ପୋଡି ନଷ୍ଟ ହୋଇଯାଇଛି।

ବାଘ ଦିବସକୁ ବିରୋଧ ଘଟଣା: ସ୍କୁଲରେ ତାଲା ପକାଇ ଧାରଣା

ବାଘ ଦିବସକୁ ବିରୋଧ ଘଟଣା: ସ୍କୁଲରେ ତାଲା ପକାଇ ଧାରଣା

ବନ୍ତଳା,୩୧।୭ (ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ବନବିଭାଗ ବଙ୍ଗଳା ନିକଟସ୍ଥ ଉଚ୍ଚବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ନେଇ ବନବିଭାଗ ଓ ବେସରକାରୀ ସଂସ୍ଥା ନିୟୁଜ ମିଳିତ ଆନୁକୂଲ୍ୟରେ ଅନ୍ତର୍ଜାତୀୟ ବାଘ ଦିବସ ଶନିବାର ପାଳିତ ହୋଇଥିଲା।

୫ଶହ ଟଙ୍କା ଭତ୍ତା ଯଥେଷ୍ଟ ନୁହେଁ: ଜନଶୁଣାଣିରେ ଭିନ୍ନକ୍ଷମ ରଞ୍ଜନ ଧଳଙ୍କ କ୍ଷୋଭ

୫ଶହ ଟଙ୍କା ଭତ୍ତା ଯଥେଷ୍ଟ ନୁହେଁ: ଜନଶୁଣାଣିରେ ଭିନ୍ନକ୍ଷମ ରଞ୍ଜନ ଧଳଙ୍କ କ୍ଷୋଭ

ଅନୁଗୋଳ ଅଫିସ, ୩୧।୭: ଭିନ୍ନକ୍ଷମ ହୋଇଥିଲେ ବି ମନରେ ଉତ୍ସାହ ଅଛି। କିଛି ଗୋଟେ କରି ନିଜ ଓ ପରିବାରର ପେଟ ପୂରାଇବାକୁ ଚାହୁଁଛି। ହେଲେ ହାତରେ ଅର୍ଥ ନାହିଁ।

୧୨ ଘଣ୍ଟିଆ ଆଠମଲ୍ଲିକ ବନ୍ଦ

୧୨ ଘଣ୍ଟିଆ ଆଠମଲ୍ଲିକ ବନ୍ଦ

ଆଠମଲ୍ଲିକ, ୩୧।୭(ଡି.ଏନ.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଓଳଥ ଗ୍ରାମରେ ହେବାକୁ ଥିବା ଆଦର୍ଶ ବିଦ୍ୟାଳୟ ସ୍ଥାନାନ୍ତରକୁ ବିରୋଧ କରି ଆଠମଲ୍ଲିକ ବିକାଶ ମଞ୍ଚ ପକ୍ଷରୁ ସୋମବାର ଆଠମଲ୍ଲିକରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି।

୩ ଅଭିଯୁକ୍ତ ଗିରଫ

୩ ଅଭିଯୁକ୍ତ ଗିରଫ

ତାଳଚେର,୩୦ା୭(ନି.ପ୍ର.)- ମହିଳାଙ୍କ ଠାରୁ ସୁନାଚେନ ଲୁଟି ନେବା ଅଭିଯୋଗରେ କଲିୟାରୀ ପୋଲିସ ସୋମବାର ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଦେଉଳବେଡାର ବାବୁ ପ୍ରଧାନ, ତାଳଚେର ବଉଳଛକର ସୌମ୍ୟରଞ୍ଜନ ନାହାକ ଓ ବଲଣ୍ଡାର ରାଜେଶ କୁମାର ସିଂହ।

ବଳାତ୍କାର ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ବଳାତ୍କାର ଅଭିଯୁକ୍ତଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଢେଙ୍କାନାଳ ଅଫିସ,୩୦।୭- ଢେଙ୍କାନାଳ ଜିଲା ରାସୋଳ ଥାନା ଅଞ୍ଚଳରେ ଗତ ୧୬।୨।୧୭ରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଢେଙ୍କାନାଳ ସ୍ବତନ୍ତ୍ର ପୋକ୍‌ସୋ ବିଚାରପତି ତଥା ଅତିରିକ୍ତ ଜିଲା ଦୌରାଜଜ୍‌ ଲଲାଟେନ୍ଦୁ ଜେନା ଅଭିଯୁକ୍ତ ନିରାକାର ନାହାକ(୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ମହିଳା ଏଏନ୍‌ଏମ୍‌ଙ୍କଠାରୁ ୫୩ହଜାର ଟଙ୍କା ଲୁଟ୍‌

ମହିଳା ଏଏନ୍‌ଏମ୍‌ଙ୍କଠାରୁ ୫୩ହଜାର ଟଙ୍କା ଲୁଟ୍‌

ଭୁବନ,୩୦।୭(ଡି.ଏନ.ଏ.)- ଭୁବନ ଥାନା କୁନିନ୍ଦାପାଟଣା ଗ୍ରାମର ଏଏନ୍‌ଏମ୍‌ ଛାୟାବତୀ ପ୍ରଧାନଙ୍କଠାରୁ ସୋମବାର ଦୁର୍ବୃତ୍ତମାନେ ୫୩ ହଜାର ଟଙ୍କା ଓ ମୋବାଇଲ ଫୋନ ଲୁଟି ନେଇଛନ୍ତି।

ସ୍ବଚ୍ଛ ଭାରତ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ

ସ୍ବଚ୍ଛ ଭାରତ ଦ୍ୱାରା ଗ୍ରାମ ସଫେଇ କାର୍ଯ୍ୟକ୍ରମ

ବଇଣ୍ଡା,୩୦।୭(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ସାନହୁଲା ପଞ୍ଚାୟତର ସିମିଳିଆ ଓ ସାନହୁଲା ଗ୍ରାମରେ ସ୍ବଚ୍ଛ ଭାରତ ଅଭିଯାନରେ ନେହେରୁ ଯୁବକେନ୍ଦ୍ର ଅନୁଗୋଳ ଓ ସିମିଳିଆ ଜୟ ବଜରଙ୍ଗବାଲି ୟୁଥ କ୍ଲବ ଆନୁକୁଲ୍ୟରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ମହିଳାଙ୍କ ମୃତଦେହ ଉଦ୍ଧାର

ମହିଳାଙ୍କ ମୃତଦେହ ଉଦ୍ଧାର

ବଇଣ୍ଡା,୩୦।୭(ଡି.ଏନ.ଏ.)- ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ଥାନା ମିଣ୍ଡୋଳ ଗ୍ରାମର ଜଣେ ବିବାହିତା ମହିଳାଙ୍କ ମୃତଦେହ ସୋମବାର ଠାକୁରଗଡ଼ ପୋଲିସ ବଇଣ୍ଡା ପ୍ରଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରିସରରୁ ଉଦ୍ଧାର କରିଛି।

କୋଇଲା ଟ୍ରକ୍‌ ଚଳାଚଳକୁ ଗ୍ରାମବାସୀଙ୍କ ବିରୋଧ

କୋଇଲା ଟ୍ରକ୍‌ ଚଳାଚଳକୁ ଗ୍ରାମବାସୀଙ୍କ ବିରୋଧ

ତାଳଚେର,୩୦ା୭(ନି.ପ୍ର.)- ଗ୍ରାମ ଭିତର ଦେଇ କୋଇଲା ଟ୍ରକ୍‌ ଯାତାୟାତକୁ ତାଳଚେର ବ୍ଲକ କନ୍ଧବେରେଣୀ ଗ୍ରାମବାସୀ ବିରୋଧ କରିଛନ୍ତି। ଗତ କିଛି ମାସ ହେଲା ପ୍ରତ୍ୟେହ ଶହ ଶହ କୋଇଲା ଟ୍ରକ୍‌ ଯାତାୟତ କରୁଥିବାରୁ ଗ୍ରାମ୍ୟ ଜୀବନ ବିପନ୍ନ ହେବା ସହ ଦୁର୍ଘଟଣା ଘଟୁଛି।

ଅପରାଧ ରୋକିବାକୁ ସହଯୋଗ କାମନା

ଅପରାଧ ରୋକିବାକୁ ସହଯୋଗ କାମନା

ତାଳଚେର,୩୦ା୭(ନି.ପ୍ର.)- ତାଳଚେର ସଦର ଥାନା ପକ୍ଷରୁ କଣ୍ଢାଳ ପ୍ରାଥମିକ ବିଦ୍ୟାଳୟରେ ଆମ ପୋଲିସ ସମିତି ବୈଠକ ରବିବାର ଅନୁଷ୍ଠିତ ହୋଇଯାଇଛି।

ହାତୀପଲ ଦେଖି କାଉଡ଼ିଆ ଆତଙ୍କିତ

ହାତୀପଲ ଦେଖି କାଉଡ଼ିଆ ଆତଙ୍କିତ

ଢେଙ୍କାନାଳ ଅଫିସ, ୩୦।୭-ଢେଙ୍କାନାଳ ସଦର ଥାନା ବ୍ରାହ୍ମଣୀ ନଦୀ ତଟବର୍ତ୍ତୀ ଆଖୁ କିଆରୀରେ ହାତୀପଲ ବ୍ୟାପକ ଉପଦ୍ରବ ସୃଷ୍ଟି କରି ଚାଲିଛନ୍ତି। ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ହୋଇରହିଛନ୍ତି।

ଗରିବ ପିଲାଙ୍କୁ ନିଃଶୁଳ୍କ ଶିକ୍ଷା ଦିଆଯିବ

ଗରିବ ପିଲାଙ୍କୁ ନିଃଶୁଳ୍କ ଶିକ୍ଷା ଦିଆଯିବ

ଢେଙ୍କାନାଳ ଅଫିସ, ୩୦।୭- ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା। ବୃଦ୍ଧିପାଉଛି ଶିକ୍ଷାର ବ୍ୟବସାୟୀକରଣ। ମୂଲ୍ୟବୋଧଭିତ୍ତିକ ଶିକ୍ଷା ଆଉନାହିଁ। ନୈତିକତାର ଅଧୋପତନ ଯୋଗୁ ଛାତ୍ରୀଛାତ୍ର ବାଟବଣା ହେଉଛନ୍ତି। ଏଥିରେ ସୁଧାର ଆବଶ୍ୟକ। କେବଳ ମୂଲ୍ୟବୋଧଭିତ୍ତିକ ଶିକ୍ଷା ଭଲ ମଣିଷ ଗଢ଼ିବାରେ ସହାୟକ ହୋଇପାରିବ ବୋଲି କହିଛନ୍ତି ବାବା ନିତ୍ୟାନନ୍ଦ ଦାସ। ଢେଙ୍କାନାଳ ଜିଲା ଯୋରନ୍ଦାସ୍ଥିତ ଆର୍ଟ ଅଫ୍‌ ଲିଭିଂ ଏବଂ ଅଞ୍ଚଳବାସୀଙ୍କ ସହଯୋଗରେ ଶନିବାର ଶ୍ରୀଶ୍ରୀଜ୍ଞାନମନ୍ଦିର ଉଦ୍‌ଘାଟନ ଅବସରରେ ସେ ଏପରି ବକ୍ତବ୍ୟ ରଖିଛନ୍ତି।