ଅନଗୁଳ-ଢେଙ୍କାନାଳ

ଭୁଜାଲିରେ ହାଣି ଟାଟା ଏସିଇ, ବାଇକ୍‌ ଲୁଟ୍‌

ଭୁଜାଲିରେ ହାଣି ଟାଟା ଏସିଇ, ବାଇକ୍‌ ଲୁଟ୍‌

ବନ୍ତଳା,୧୩ା୯(ଡି.ଏନ.ଏ.)- ଅନୁଗୋଳ ଜିଲା ବନ୍ତଳା ଥାନା ଅନ୍ତର୍ଗତ ବନ୍ତଳା- ବଡକେରା ରାସ୍ତାର ଧୋକୁଟା ଗ୍ରାମ ଶିବ ମନ୍ଦିର ଛକ ନିକଟରେ ବୁଧବାର ରାତି ପ୍ରାୟ ୨ଟା ସମୟରେ ଲୁଟ୍‌ପାଟ ହୋଇଛି। ୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଜରପଡା ଥାନା ଦୁର୍ଗାପୁର ଟାଙ୍ଗିରୀ ସାହି ଗ୍ରାମର ଅଭିରାମ ସାହୁଙ୍କୁ ଭୁଜାଲିରେ ଆକ୍ରମଣ କରିବା ସହ ତାଙ୍କ ଜିନିଷ ଭର୍ତ୍ତି ଥିବା ଏକ ଟାଟା ଏସିଇ ଗାଡି ଓ ବାଇକ୍‌ ନେଇ ପଳାଇଛନ୍ତି। ଏ ନେଇ ବନ୍ତଳା ଥାନାରେ ଅଭିଯୋଗ ହୋଇଛି।

ତେଲ ଚୋରି ଅଭିଯୋଗ

ତେଲ ଚୋରି ଅଭିଯୋଗ

ବଇଣ୍ଡା,୧୩।୯(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ସାନଗୋବିନ୍ଦପୁର ଗ୍ରାମରେ ଥିବା ଇଟାଭାଟିର କେତେକ ଟିପ୍ପରରୁ ଡିଜେଲ ଚୋରି ହୋଇଥିବା ଜୟାନନ୍ଦ ସାହୁ ଥାନାରେ ଅଭିଯୋଗ କରିଛନ୍ତି।

ଭାଇ ବୋହୂଙ୍କୁ ମାଡ଼ ଅଭିଯୋଗ

ଭାଇ ବୋହୂଙ୍କୁ ମାଡ଼ ଅଭିଯୋଗ

ବଇଣ୍ଡା,୧୩।୯(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପା ଥାନା ବଡ଼ ଗୋବିନ୍ଦପୁର ଗୌରୀ ନାୟକଙ୍କୁ ତାଙ୍କ ଦେଢଶୁର ଅରୁଣ ନାୟକ ବୁଧବାର ପଥରରେ  ଆକ୍ରମଣ କରିଥିବା ହଣ୍ଡପା ଥାନାରେ ଅଭିଯୋଗ ହୋଇଛି।

ମହିଳାଙ୍କୁ ଅସଦାଚରଣ ଅଭିଯୋଗ:  ଅଭିଯୁକ୍ତ କୋର୍ଟଚାଲାଣ

ମହିଳାଙ୍କୁ ଅସଦାଚରଣ ଅଭିଯୋଗ: ଅଭିଯୁକ୍ତ କୋର୍ଟଚାଲାଣ

ଭୁବନ,୧୩।୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଅଞ୍ଚଳର ଜଣେ ମହିଳାଙ୍କୁ  ଅସଦାଚରଣ କରିବା ଅଭିଯୋଗରେ ବୁଧବାର ପୋଲିସ ଅଭିଯୁକ୍ତ ଅଭିମନ୍ୟୁ ଜେନା(୪୦)ଙ୍କୁ ଗିରଫ କରି  କୋର୍ଟଚାଲାଣ କରିଛି।

ବୁଦ୍ଧେଶ୍ୱର ପୀଠରେ ଗଣେଶ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ : ଶିଳାନ୍ୟାସ କଲେ ମନ୍ତ୍ରୀ

ବୁଦ୍ଧେଶ୍ୱର ପୀଠରେ ଗଣେଶ ମନ୍ଦିର ନିର୍ମାଣ ପ୍ରକ୍ରିୟା ଆରମ୍ଭ : ଶିଳାନ୍ୟାସ କଲେ ମନ୍ତ୍ରୀ

ଭୁବନ, ୧୩ା୯(ଡି.ଏନ୍‌.ଏ.)-ରାଜ୍ୟ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ହାସଲ କରିଥିବା ଭୁବନସ୍ଥିତ ବୁଦ୍ଧେଶ୍ୱର ଶୈବପୀଠରେ ବିଘ୍ନରାଜ ଗଣେଶଙ୍କ ମନ୍ଦିର ନିର୍ମାଣ ହେବ। ଏଥି ଲାଗି ଆରମ୍ଭ ହୋଇଛି ପ୍ରକ୍ରିୟା। ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଗୁରୁବାର ଏହାର ଶିଳାନ୍ୟାସ କରିଛନ୍ତି। ଏନ୍‌ଏସି ଅଧ୍ୟକ୍ଷା ସ୍ବର୍ଣ୍ଣମଞ୍ଜରୀ ସାହୁ, ପୂର୍ବତନ ଏନ୍‌ଏସି ଅଧ୍ୟକ୍ଷ ନନ୍ଦକିଶୋର ସାହୁ, ଅଜୟ ସେଠୀ, ରାଜେନ୍ଦ୍ର ନାୟକ, ସୁଶାନ୍ତ ପୃଷ୍ଟି, ସୁଧାକର ସାହୁ, ଟିକୁ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ଦୁର୍ଗାପୂଜା ପାଇଁ ମାଟି ଅନୁକୂଳ

ଭୁବନ, ୧୩ା୯(ଡି.ଏନ୍‌.ଏ.)-ପବିତ୍ର ଗଣେଶ ପୂଜା ଅବସରରେ ଭୁବନ ଏନ୍‌ଏସିର ବିଭିନ୍ନ ପୂଜା ପ୍ରତିଷ୍ଠାନ ପକ୍ଷରୁ ଗୁରୁବାର ମାଟି ଅନୁକୂଳ କରାଯାଉଛି। ଏହି ପରିପ୍ରେକ୍ଷୀରେ ଦେଶଦୁର୍ଗା, କମିଟି, ବନଦୁର୍ଗା କମିଟି, ପୋଥାଳ ସାହି, ବାଜିଛକ, ଦୁର୍ଗା ବଜାର, ହରପାର୍ବତୀ, କ୍ଲବ୍‌, ସେନସାହି ହରଗୌରୀ କ୍ଲବ, କ୍ଲାସିକ କ୍ଲବ, ହାଟୁଆ ବଣିକ ସଂଘ, ଗଡ଼ଗହମପୁର ପୂଜା କମିଟି ପକ୍ଷରୁ ବିରାଟ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲା। 

 ଅଧା ରହିଗଲା ଗଣେଶ ପୂଜା ମଉଜ:  ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରେ ପିଟି ହୋଇ ୨ ଛାତ୍ର ମୃତ

ଅଧା ରହିଗଲା ଗଣେଶ ପୂଜା ମଉଜ: ଦୁର୍ଘଟଣାଗ୍ରସ୍ତ ଟ୍ରକ୍‌ରେ ପିଟି ହୋଇ ୨ ଛାତ୍ର ମୃତ

କାମାକ୍ଷାନଗର, ୧୩ା୯(ଡି.ଏନ୍‌.ଏ.)-ଗଣେଶ ପୂଜା ପାଇଁ ସବୁଠି ଥିଲା ଉତ୍ସବର ମାହୋଲ। ସେଇଥିପାଇଁ ବାଇକ୍‌ରେ ମେଢ଼ ବୁଲି ଦେଖିବାକୁ ବାହାରିଥିଲେ ଦୁଇ ସାଙ୍ଗ। ହେଲେ ଏହି ଖୁସି ମିଳେଇ ଯାଇଥିଲା ମାତ୍ର କେଇ ଘଣ୍ଟାରେ। ଦୁର୍ଘଟଣାର ଶିକାର ହୋଇ ସବୁଦିନ ପାଇଁ ଆରପାରିକୁ ଚାଲିଗଲେ ଉଭୟେ। ଏପରି ଛାତିଥରା ଦୁର୍ଘଟଣା କାମାକ୍ଷାନଗର ଅଞ୍ଚଳରେ ସୃଷ୍ଟି କରିଛି ଶୋକାକୁଳ ପରିବେଶ। 

ତାଳଚେରରେ ଗଣେଶ ପୂଜା: ୮୦ ମଣ୍ଡପରେ ପୂଜା ପାଉଛନ୍ତି  ବିଘ୍ନ ବିନାଶକ

ତାଳଚେରରେ ଗଣେଶ ପୂଜା: ୮୦ ମଣ୍ଡପରେ ପୂଜା ପାଉଛନ୍ତି ବିଘ୍ନ ବିନାଶକ


ତାଳଚେର,୧୩।୯(ନି.ପ୍ର)- ତାଳଚେରରେ ଗୁରୁବାରଠାରୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଗଣେଶ ପୂଜା।

ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା, ଏଏପିର ଉଦ୍‌ବେଗ

ସାମର୍ଥ୍ୟ ଶିବିରରେ ଅବ୍ୟବସ୍ଥା, ଏଏପିର ଉଦ୍‌ବେଗ

ଢେଙ୍କାନାଳ ଅଫିସ, ୧୩ା୯- ଢେଙ୍କାନାଳ ସଦର ବ୍ଲକରେ ବୁଧବାର ଅନୁଷ୍ଠିତ ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ ବ୍ୟାପକ ଅବ୍ୟବସ୍ଥା ହୋଇଥିବା ଅଭିଯୋଗ ଆଣିଛି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)।

ନାଲ୍‌କୋ ଅଫିସ୍‌  ଆସୋସିଏଶନର ପ୍ରତିଷ୍ଠା ଦିବସ ପାଳିତ

ନାଲ୍‌କୋ ଅଫିସ୍‌ ଆସୋସିଏଶନର ପ୍ରତିଷ୍ଠା ଦିବସ ପାଳିତ

ବଅଁରପାଳ,୧୩।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନାଲ୍‌କୋ ଅଫିସ୍‌ ଆସୋସିଏଶନର ୩୨ ତମ ପ୍ରତିଷ୍ଠା ଦିବସ ଗୁରୁବାର ପାଳିତ ହୋଇଯାଇଛି।

ସଡକ ଦୁର୍ଘଟଣାରେ ଜଣେ ଆହତ: କ୍ଷତିପୂରଣ ଦାବିରେ ରାସ୍ତରୋକୋ

ସଡକ ଦୁର୍ଘଟଣାରେ ଜଣେ ଆହତ: କ୍ଷତିପୂରଣ ଦାବିରେ ରାସ୍ତରୋକୋ

କାମାକ୍ଷାନଗର,୧୩।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଜଗନ୍ନାଥ ବଜାରଠାରେ ଗୁରୁବାର ସକାଳେ ଏକ କ୍ଷୀର ବୋଝେଇ ଗାଡ଼ି(ଓଡି୦୫ଏଚ୍‌-୨୮୮୦) ଧକ୍କା ଦେବାଫଳରେ ଜଣେ ଗୁରୁତର ଆହତ ହୋଇଛନ୍ତି।

ଢେଙ୍କାନାଳରେ ଗଣେଶ ପୂଜା: ୩୩ଟି ପୂଜାମଣ୍ଡପରେ ଶୋଭା ପାଉଛନ୍ତି ଗଜାନନ

ଢେଙ୍କାନାଳରେ ଗଣେଶ ପୂଜା: ୩୩ଟି ପୂଜାମଣ୍ଡପରେ ଶୋଭା ପାଉଛନ୍ତି ଗଜାନନ

ଢେଙ୍କାନଳ ଅଫିସ,୧୩।୯: ଢେଙ୍କାନାଳ ସହରରେ ଗୁରୁବାର ୩୩ଟି ପୂଜା ମଣ୍ଡପରେ ଧୁମଧାମ୍‌ରେ ଗଣେଶ  ପୂଜା ପାଳିତ ହୋଇଛି। ଟାଉନପ୍ଲାନିଂ ସ୍ଥିତ ସୁପର ଟାଇଗର କ୍ଲବ ଚଳିତ ବର୍ଷ ୨୫ ବର୍ଷ ପୂର୍ତ୍ତି ଉପଲକ୍ଷେ ରୋପ୍ୟ ଜୟନ୍ତୀ ପୂଜା ଉତ୍ସବ ପାଳନ କରୁଛନ୍ତି। 

ଜିଲା ପ୍ରଶାସନର ଦାୟିତ୍ୱହୀନତା ଦାୟୀ , ବାଘ ବଂଶ ବୃଦ୍ଧି ଯୋଜନାରେ ଆଣିବ ବାଧା

ଜିଲା ପ୍ରଶାସନର ଦାୟିତ୍ୱହୀନତା ଦାୟୀ , ବାଘ ବଂଶ ବୃଦ୍ଧି ଯୋଜନାରେ ଆଣିବ ବାଧା

ବନ୍ତଳା,୧୩ା୯(ଡି.ଏନ.ଏ.) ବାଘୁଣୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ବୁଧବାର ଟିକରପଡ଼ା ରେଞ୍ଜରେ ଯେଉଁ ଲଙ୍କାକାଣ୍ଡ ଘଟିଛି ସେଥିପାଇଁ ଜିଲା ପ୍ରଶାସନର ଦାୟିତ୍ୱହୀନତାକୁ ଦାୟୀ କରିଛନ୍ତି ଜନସାଧାରଣ। ସେମାନଙ୍କ କହିବା ଅନୁଯାୟୀ, ସାତକୋଶିଆ

ସରସ ମେଳା ଉଦ୍‌ଘାଟିତ

ସରସ ମେଳା ଉଦ୍‌ଘାଟିତ

ବଅଁରପାଳ, ୧୩ା୯(ଡି.ଏନ.ଏ.) ଅନୁଗୋଳ ଜିଲା ବଅଁରପାଳ ବ୍ଲକ ନାଲ୍‌କୋନଗରଠାରେ ବୁଧବାର ସନ୍ଧ୍ୟାରେ ଆଞ୍ଚଳିକ ସରସ ମେଳା-୨୦୧୮ ଉଦ୍‌ଘାଟିତ ହୋଇଯାଇଛି। ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମେଳାକୁ ଉଦ୍‌ଘାଟନ କରିଥିଲେ। 

ଜାଳିଦେଲା ବାଘ ଅସନ୍ତୋଷର ନିଅଁ।: ଟିକରପଡ଼ା ରେଞ୍ଜ ଛାରଖାର

ଜାଳିଦେଲା ବାଘ ଅସନ୍ତୋଷର ନିଅଁ।: ଟିକରପଡ଼ା ରେଞ୍ଜ ଛାରଖାର

ବନ୍ତଳା,୧୩।୯(ଡି.ଏନ.ଏ.)- ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ବାଘ ଛଡ଼ାଯିବାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଥିବା ଅସନ୍ତୋଷର ନିଅଁ। ବୁଧବାର ବାଘୁଣୀ ସୁନ୍ଦରୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ପରେ ସମ୍ପୂର୍ଣ୍ଣ ଟିକରାପଡ଼ା ରେଞ୍ଜ୍‌କୁ ଛାର୍‌ଖାର୍‌ କରିଦେଇଛି।

ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ପରାମର୍ଶ

ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ପରାମର୍ଶ

ବଇଣ୍ଡା, ୧୨ା୯(ଡି.ଏନ.ଏ.)- କିଶୋରନଗର ବ୍ଲକ ହଣ୍ଡପାଠାରେ ବୁଧବାର କିଶୋରନଗର ଓ ଆଠମଲ୍ଲିକ ବ୍ଲକ କଂଗ୍ରେସ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହେଇଯାଇଛି। 

ଦଶହରା ପାଇଁ ମାଟି ଅନୁକୂଳ

ଦଶହରା ପାଇଁ ମାଟି ଅନୁକୂଳ

ଛେଣ୍ଡିପଦା,୧୨ା୯(ଡି.ଏନ.ଏ.)- ଛେଣ୍ଡିପଦା ବ୍ଲକ ଦୁର୍ଗାପୁର ତଳସାହି ଦଶହରା ପୂଜା କମିଟି ପକ୍ଷରୁ ବୁଧବାର ମାଟି ଅନୁକୂଳ କରାଯାଇଛି। ଯଥାବିଧି ପୂଜା କରାଯାଇ ମା’ ଦୁର୍ଗାଙ୍କ ପ୍ରତିମା ତିଆରି ପାଇଁ ମାଟି ସଂଗ୍ରହ କରାଯାଇଥିଲା। 

ବ୍ଲକସ୍ତରୀୟ କବାଡି ପ୍ରତିଯୋଗିତା

ବ୍ଲକସ୍ତରୀୟ କବାଡି ପ୍ରତିଯୋଗିତା

ମାଧପୁର, ୧୨ା୯- ଆଠମଲ୍ଲିକ ବ୍ଲକ ମାଧପୁର ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ୧୨ ଟି ସରକାରୀ ବିଦ୍ୟାଳୟର ୧୭ ବର୍ଷରୁ କମ୍‌ ୭୦ ଜଣ ଛାତ୍ରୀଛାତ୍ର ଏଥିରେ ଅଂଶଗ୍ରହଣ କରିଥିଲେ।

ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଧମକ

ଫରେଷ୍ଟ ଗାର୍ଡଙ୍କୁ ହତ୍ୟା ଧମକ

କଣିହାଁ, ୧୨ା୯(ଡି.ଏନ.ଏ.)- କଣିହାଁ ଫରେଷ୍ଟ ରେଞ୍ଜ ଅଧୀନସ୍ଥ ଶରଧାପୁର ସେକ୍ସନର ଫରେଷ୍ଟ ଗାର୍ଡ ପିଙ୍କି ଦେହୁରୀଙ୍କୁ ହତ୍ୟା ଧମକ ଦିଆଯାଇଛି। ଏକ ଧମକ ପୂର୍ଣ୍ଣ ଚିଠି ତାଙ୍କ କ୍ୱାର୍ଟର୍ସ ସମ୍ମୁଖରେ ମରାଯାଇଛି।

ପୋଡିହୋଇ ମା’ ଝିଅଙ୍କ ମୃତ୍ୟୁ ଘଟଣା: ଡାକ୍ତରଙ୍କୁ ଘେରିଲେ ମହିଳା

ପୋଡିହୋଇ ମା’ ଝିଅଙ୍କ ମୃତ୍ୟୁ ଘଟଣା: ଡାକ୍ତରଙ୍କୁ ଘେରିଲେ ମହିଳା

ଭୁବନ, ୧୨ା୯ (ଡି.ଏନ.ଏ.)- ଢେଙ୍କାନାଳ ଜିଲା ଭୁବନ ଏନଏସି ୩ ନଂ. ଓାର୍ଡ ଗୋଡିପାଟଣାର ମମତା ଓ ତାଙ୍କ ଝିଅ ଜ୍ୟୋତ୍ସ୍ନାମୟୀଙ୍କ ପୋଡିହୋଇ ମୃତ୍ୟୁ ଘଟଣାରେ ବୁଧବାର ମହିଳା ସୟଂସହାୟକ ଗୋଷ୍ଠୀ ପକ୍ଷରୁ ମୃତଦେହ ବ୍ୟବଚ୍ଛେଦ କରିଥିବା ଡାକ୍ତରଙ୍କୁ ଘେରାଉ କରାଯାଇଛି। 

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

ବିଦ୍ୟୁତ୍‌ ଆଘାତରେ ଯୁବକ ମୃତ

କାମାକ୍ଷାନଗର, ୧୨ା୯(ଡି.ଏନ.ଏ.)- ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ବାଇସିଙ୍ଗା ଗ୍ରାମର କୋଦଣ୍ଡ ନାୟକ(୩୫)ଙ୍କ ବୁଧବାର ଅପରାହ୍ନରେ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ହୋଇଛି।

୭୩୦ ଜଣଙ୍କୁ ଭତ୍ତା ବଣ୍ଟନ

୭୩୦ ଜଣଙ୍କୁ ଭତ୍ତା ବଣ୍ଟନ

ଛେଣ୍ଡିପଦା,୧୨।୯(ସ୍ବ.ପ୍ର.)- ଛେଣ୍ଡିପଦା ବ୍ଲକ ସଭାଗୃହଠାରେ ବୁଧବାର ବ୍ଲକସ୍ତରୀୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପଞ୍ଚାୟତ ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ନେତୃତ୍ୱରେ ଅୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ସଦସ୍ୟ ଶ୍ରୀଧର ଗଡନାୟକ ପ୍ରମୁଖ ଯୋଗଦେଇ ୧୦ଟି ପଞ୍ଚାୟତର ୭୩୦ଜଣ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ କରିଥିଲେ । 

ବିଦ୍ୟୁତ୍‌ ଆଘାତରେ ହୋମଗାର୍ଡ ମୃତ

ବିଦ୍ୟୁତ୍‌ ଆଘାତରେ ହୋମଗାର୍ଡ ମୃତ

ବନ୍ତଳା, ୧୨ା୯(ଡି.ଏନ.ଏ.)- ବିଦ୍ୟୁତ୍‌ ଆଘାତରେ ଅନୁଗୋଳ ଜିଲା ବନ୍ତଳା ଥାନା ପୁରୁଣାଗଡ଼ ବ୍ରାହ୍ମଣ ସାହିର ପ୍ରଦୀପ କୁମାର ମହାପାତ୍ର(୨୬)ଙ୍କ ବୁଧବାର ମୃତ୍ୟୁ ହୋଇଛି।

ମା’ ଖୁମ୍ବେଶ୍ୱରୀଙ୍କ କାଦୁଅ ପୂଜା ଅନୁଷ୍ଠିତ

ମା’ ଖୁମ୍ବେଶ୍ୱରୀଙ୍କ କାଦୁଅ ପୂଜା ଅନୁଷ୍ଠିତ

ବଅଁରପାଳ,୧୨।୯(ଡି.ଏନ୍‌.ଏ.): ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ରାଣୀଗୋଡ଼ା ଗ୍ରାମରେ ଦେବୀ ଖୁମ୍ବେଶ୍ୱରୀଙ୍କ କାଦୁଅ ପୂଜା ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଠାକୁରାଣୀଙ୍କର ଆଲମକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା।