ଅନଗୁଳ-ଢେଙ୍କାନାଳ

ମହିଳାଙ୍କୁ ସୁରକ୍ଷା ଦିଆଯାଉ

ମହିଳାଙ୍କୁ ସୁରକ୍ଷା ଦିଆଯାଉ

ବଇଣ୍ଡା,୧୮।୫(ଡି.ଏନ.ଏ.)- ଏବେ ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ହୋଇପଡ଼ିଛନ୍ତି। ଅନେକ ସମୟରେ ନିର୍ଯାତନାର ଶିକାର ହେଉଥିବାବେଳେ ବଳାତ୍କାର କରାଯାଉଛି।

ଗ୍ରାହକ କେନ୍ଦ୍ର ଉଦ୍‌ଘାଟିତ

ଗ୍ରାହକ କେନ୍ଦ୍ର ଉଦ୍‌ଘାଟିତ

ବଇଣ୍ଡା,୧୮।୫(ଡି.ଏନ.ଏ.)- କିଶୋରନଗର ବ୍ଲକ କଣ୍ଟେଇକୁଳିଆ ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ବ୍ୟାଙ୍କ ଅଫ୍‌ ବରୋଦାର ଗ୍ରାହକ ସେବାକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବ୍ୟାଙ୍କ ମ୍ୟାନେଜର ବିବେଶ କୁମାର ସାହୁ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।

  ସମୂହ ନମାଜ ପାଠ

ସମୂହ ନମାଜ ପାଠ

ଢେଙ୍କାନାଳ ଅଫିସ,୧୮।୫- ରମଜାନ୍‌ ମାସର ପ୍ରଥମ ଦିନରେ ଢେଙ୍କାନାଳ ମୀନା ବଜାର ମସଜିଦ୍‌ରେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ଶୁକ୍ରବାର ସମୂହ ନମାଜ ପାଠ କରିଛନ୍ତି।

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

ଅନୁଗୋଳ ଅଫିସ,୧୮।୫- ମହାନଦୀ ପ୍ରସଙ୍ଗରେ ସାମ୍ବାଦିକ ସମ୍ମିଳନୀ ସାରି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଶୁକ୍ରବାର ପୂର୍ବାହ୍ନରେ ଅନୁଗୋଳରୁ ଆଠମଲ୍ଲିକ କିଆକଟା ଅଭିମୁଖେ ଯାତ୍ରା କରୁଥିବା ସମୟରେ ଥାନା ଛକରେ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଛି।

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

ଅନୁଗୋଳ ଅଫିସ,୧୮।୫- ମହାନଦୀ ସୁରକ୍ଷାକୁ ନେଇ ଶୁକ୍ରବାର ଅନୁଗୋଳର ଏକ ଘରୋଇ ହୋଟେଲରେ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ମ

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ

ଅନୁଗୋଳ ଅଫିସ,୧୮।୫- କର୍ନାଟକରେ ରାଜ୍ୟପାଳଙ୍କ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଓ ଦୋହରା ମନୋଭାବ ପ୍ରତିବାଦରେ ଅନୁଗୋଳ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ରାଜ୍ୟପାଳଙ୍କ ଅସାମ୍ବିଧାନିକ ନିଷ୍ପତି ପ୍ରତିବାଦରେ ଧାରଣା

ରାଜ୍ୟପାଳଙ୍କ ଅସାମ୍ବିଧାନିକ ନିଷ୍ପତି ପ୍ରତିବାଦରେ ଧାରଣା

ଢେଙ୍କାନାଳ ଅଫିସ,୧୮।୫- କର୍ନାଟକରେ ରାଜ୍ୟପାଳଙ୍କ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ ଓ ଦୋହରା ମନୋଭାବ ପ୍ରତିବାଦରେ ଢେଙ୍କାନାଳ ଜିଲା କଂଗ୍ରେସ ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଛି।

ଅବକାରୀ ଚଢ଼ାଉ: ମଦ ଜବତ, ୪ ଗିରଫ

ଅବକାରୀ ଚଢ଼ାଉ: ମଦ ଜବତ, ୪ ଗିରଫ

ପାଲଲହଡ଼ା,୧୮।୫(ଡି.ଏନ.ଏ.)- ପାଲଲହଡ଼ା ଅବକାରୀ ବିଭାଗ ପକ୍ଷରୁ ଗୁରୁବାର ସକାଳେ ଖମାର ଥାନା ବଡ଼ସଡ଼ା (ଖଜୁରିଆସାହି), ଖେମଳା, ବାରକୋଟିଆ (କିଶାନ ସାହି), ନାଣ୍ଡିଝରୀ, ଶଙ୍ଖମୂଳ, ମୁଚୁରି ଗାଡ଼ିଆ ଗ୍ରାମରେ ଚଢ଼ାଉ କରାଯାଇଛି। ଏହି ଚଢ଼ାଉରେ ନେଙ୍କୁରୀ ବେହେରା, ମାର୍କଣ୍ଡ କିଶାନ, ରୁକୁଣା ମୁଣ୍ଡା, ଗୁରା ମୁଣ୍ଡାଙ୍କ ଘରୁ ବିପୁଳ ପରିମାଣରେ ଦେଶୀ ମହୁଲ ମଦ ଜବତ କରାଯାଇଛି।

ଅନୁଗୋଳ କୋର୍ଟ ପରିସରରୁ ହତ୍ୟା ଅପରାଧୀ ଚମ୍ପଟ: ପୋଲିସର ତନାଘନା

ଅନୁଗୋଳ କୋର୍ଟ ପରିସରରୁ ହତ୍ୟା ଅପରାଧୀ ଚମ୍ପଟ: ପୋଲିସର ତନାଘନା

ଅନୁଗୋଳ ଅଫିସ, ବନ୍ତଳା(ଡି.ଏନ୍‌.ଏ.)୧୮।୫: ପୋଲିସକୁ ଚକ୍‌ମା ଦେଖାଇ ଚାରୋଟି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଝଶକେତନ ରାଉତ ଅନୁଗୋଳ କୋର୍ଟ ପରିସରରୁ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ଲାଗି ପୋଲିସ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ତନାଘନା ଆରମ୍ଭ କରିଛି।

ଚୟନ ହୋଇପାରୁନି ଜିଲା କଂଗ୍ରେସ ସଭାପତି:ଆଲୋଚନା ପାଇଁ ନେତାଙ୍କୁ ସମ୍ବଲପୁର ଡାକରା

ଚୟନ ହୋଇପାରୁନି ଜିଲା କଂଗ୍ରେସ ସଭାପତି:ଆଲୋଚନା ପାଇଁ ନେତାଙ୍କୁ ସମ୍ବଲପୁର ଡାକରା

ଢେଙ୍କାନାଳ ଅଫିସ, ୧୮। ୫:ଢେଙ୍କାନାଳ ଜିଲା କଂଗ୍ରେସ ସଭାପତି ପଦ ଦୁଇବର୍ଷ ହେଲା ଖାଲି ପଡ଼ିଛି। ଜିଲା ମୁଖିଆ ନ ଥିବାରୁ ଦଳର ସାଙ୍ଗଠନିକ କାର୍ଯ୍ୟ ଆଗେଇ ପାରୁନାହିଁ। ଇତିମଧ୍ୟରେ ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି (ପିସିସି)ର ନୂଆ ସଭାପତି ଦାୟିତ୍ୱ ନେଇସାରିଲେଣି। ଏପରି ସ୍ଥିତିରେ ଜିଲା ମୁଖିଆ ପଦବୀ ପାଇଁ ବାହାରିଲେଣି ଏକାଧିକ ଦାବିଦାର। ଶନିବାର ସଭାପତି ଚୟନ ଏବଂ ସାଙ୍ଗଠନିକ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ ଜିଲାର ନେତୃମଣ୍ଡଳୀଙ୍କୁ ସମ୍ବଲପୁର ଡକରା ହୋଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି। ମେ ୨ରେ ଏଆଇସିସି ସମ୍ପାଦକ ଶେଖ୍‌ ମସ୍ତାନ ଭାଲି, ନୂତନ ପିସିସି କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ବିଧାୟକ ନବକିଶୋର ଦାସ ଢେଙ୍କାନାଳ ଗସ୍ତରେ ଆସିଥିଲେ। ସ୍ଥାନୀୟ ଗୋପବନ୍ଧୁ ଟାଉନ୍‌ ହଲ୍‌ରେ ଆୟୋଜିତ ଦଳୀୟ ସମାବେଶରେ ଯୋଗଦେଇ ଦୁଇ ତିନି ସପ୍ତାହ ମଧ୍ୟରେ ଜିଲା ସଭାପତି ଚୟନ କରାଯିବ ବୋଲି ଘୋଷଣା କରାଯାଇଥିଲା।

ଆବର୍ଜନାରେ ନିଅଁ। ଲଗାଉଛି ପୌରପାଳିକା:ଧୂଆଁରେ ଅଣନିଃଶ୍ୱାସୀ ଅମଲାପଡ଼ା ବାସିନ୍ଦା

ଆବର୍ଜନାରେ ନିଅଁ। ଲଗାଉଛି ପୌରପାଳିକା:ଧୂଆଁରେ ଅଣନିଃଶ୍ୱାସୀ ଅମଲାପଡ଼ା ବାସିନ୍ଦା

ଅନୁଗୋଳ ଅଫିସ,୧୮। ୫:ସହରକୁ ଅଳିଆ ମୁକ୍ତ ତଥା ସଫା ରଖିବା ଦାୟିତ୍ୱ ହେଉଛି ପୌରପାଳିକାର। କିନ୍ତୁ ଅନୁଗୋଳରେ ଚିତ୍ର ସମ୍ପୂର୍ଣ୍ଣ ଓଲଟା। ସଫେଇ ନୁହେଁ ବରଂ ସହରକୁ ଅଳିଆ ଗଦାରେ ପରିଣତ କରୁଛି ପୌରପାଳିକା। ଦୈନିକ ସଂଗୃହୀତ ଆବର୍ଜନା ପକାଇବା ପାଇଁ ଜାଗା ମିଳୁ ନ ଥିବାରୁ ସହର ଭିତର ଅନେକ ସ୍ଥାନରେ ଅସ୍ଥାୟୀ ଡମ୍ପିଂୟାର୍ଡ ଭଳି ଆବର୍ଜନା ସବୁ ଗଦା ହେଉଛି। ପରେ ସେଥିରେ ନିଆଁ ଲଗାଇ କାମ ସାରିଦିଆଯାଉଛି। ପୌର ପ୍ରଶାସନର ଏପରି କାର୍ଯ୍ୟ ଯୋଗୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅମଲାପଡ଼ା ବାସିନ୍ଦା। ଆବର୍ଜନାର ଗନ୍ଧ ସହ ଧୂଅଁାଳିଆ ପରିବେଶ ସ୍ଥାନୀୟ ଲୋକଙ୍କୁ ଅଣନିଃଶ୍ୱାସୀ କରିଦେଉଛି। ପ୍ରସ୍ତାବିତ ଡମ୍ପିଂୟାର୍ଡ ପାଇଁ ସବୁଠି ବିରୋଧ ପରେ କିଛିବର୍ଷ ହେଲା ଅମଲାପଡ଼ାଠାରେ ଅଳିଆ ଗଦା କରି ପ୍ରଶାସନ ଏପରି ନିଆଁ ଲଗାଉଥିବା ଅଭିଯୋଗ ହେଉଛି।

ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଲୁଟିଲେ

ଅର୍ଥଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଲୁଟିଲେ

ଢେଙ୍କାନାଳ ଅଫିସ,୧୮। ୫:ଢେଙ୍କାନାଳ ଜିଲାରେ ବଢ଼ିଚାଲିଛି ଲୁଟ୍‌, ଛିନ୍‌ତାଇ। ଅର୍ଥ ଲଗାଣକାରୀ ସଂସ୍ଥା କର୍ମଚାରୀଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା। ଢେଙ୍କାନାଳ-ଭାପୁର ରାସ୍ତାର ମଙ୍ଗଳପୁର ନିକଟରେ ଗୁରୁବାର ଅପରାହ୍ନ ସାଢ଼େ ୧ଟାରେ ଭାରତ ଫାଇନାନ୍ସ ସଂସ୍ଥାର ଜଣେ ମହିଳା କର୍ମଚାରୀଙ୍କଠାରୁ ୧ଲକ୍ଷ ଟଙ୍କା ଲୁଟ୍‌ ହୋଇଛି। ସମ୍ପୃକ୍ତା ମହିଳା କର୍ମଚାରୀ ୩ଜଣ ସହଯୋଗୀଙ୍କ ସହ ୩ଟି ସ୍କୁଟିରେ ଟଙ୍କା ସଂଗ୍ରହ କରି ଢେଙ୍କାନାଳ ଫେରୁଥିବାବେଳେ ମଙ୍ଗଳପୁର ନିକଟରେ ଦୁଇଜଣ ଅଜଣା ଯୁବକ ବାଇକ୍‌ରେ ଆସି ଓଭରଟେକ୍‌ କରିଥିଲେ। ମହିଳାଜଣକ ରାସ୍ତାରେ ପଡ଼ିଯିବା ସୁଯୋଗରେ ସେମାନେ ଟଙ୍କା ବ୍ୟାଗ୍‌ ନେଇ ପଳାଇଥିଲେ। ବ୍ୟାଗରେ ପ୍ରାୟ ୧ ଲକ୍ଷ ଟଙ୍କା ଥିବା ଲୁଟ୍‌ର ଶିକାର ହୋଇଥିବା ମହିଳା କହିଛନ୍ତି। ଗାଡ଼ିରୁ ତଳେ ପଡ଼ିଯିବା ପରେ ତାଙ୍କ ଦୁଇ ଗୋଡ଼ ଜଖମ ହୋଇଛି।

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

ଢେଙ୍କାନାଳ ଅଫିସ,୧୮। ୫:ଢେଙ୍କାନାଳ ପୌରାଞ୍ଚଳର ୧୨ନଂ. ୱାର୍ଡରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ। ଲଟେରି ମାଧ୍ୟମରେ ଉକ୍ତ ମଦ ଦୋକାନକୁ ଶୁକ୍ରବାର ନିଲାମ କରାଯିବାକୁ ଦିନ ଧାର୍ଯ୍ୟ କରାଯାଇଥିଲା। ଏହାକୁ ବାତିଲ କରିବା ଦାବିରେ ଗୁରୁବାର ପୂର୍ବାହ୍ନରେ ଅଞ୍ଚଳବାସୀ ଜିଲାପାଳ ଭେଟିଛନ୍ତି। ପୂର୍ବରୁ ଉକ୍ତ ବିଦେଶୀ ମଦ ଦୋକାନ ଖୋଲିବା ପାଇଁ ନିଷ୍ପତ୍ତି ହୋଇଥିବାବେଳେ ଏହାକୁ ନେଇ ଉଠିଥିଲା ବିରୋଧାଭାସ। ଅଞ୍ଚଳବାସୀ ଚାପ ଆଗରେ ମୁଣ୍ଡ ନୁହଁାଇଥିଲା ପ୍ରଶାସନ ଏବଂ ମଦ ଦୋକାନ ଖୋଲାଯିବା ପ୍ରକ୍ରିୟା ବନ୍ଦ ରଖାଯାଇଥିଲା। ବର୍ତ୍ତମାନ ପୁଣି ଥରେ ମଦ କୋଦାନ ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି। ସହରର ପ୍ରମୁଖ ଅଞ୍ଚଳରେ ଅବସ୍ଥିତ ୧୨ନଂ. ୱାର୍ଡରେ ସ୍କୁଲ, ମନ୍ଦିର ରହିଛି। ବିଦେଶୀ ମଦ ଦୋକାନ ଖୋଲିଲେ ଏହାର ପ୍ରଭାବ କୋମଳମତି ପିଲା, ଯୁବଗୋଷ୍ଠୀଙ୍କ ଉପରେ ପଡ଼ିବ।

ବୁଦ୍ଧେଶ୍ୱର ପୀଠରେ ଶିବ ବିବାହ ପ୍ରସ୍ତୁତି

ବୁଦ୍ଧେଶ୍ୱର ପୀଠରେ ଶିବ ବିବାହ ପ୍ରସ୍ତୁତି

ଭୁବନ, ୧୮। ୫(ଡି.ଏନ୍‌.ଏ.):ଢେଙ୍କାନାଳ ଜିଲା ଭୁବନର ପ୍ରସିଦ୍ଧ ବୁଦ୍ଧେଶ୍ୱର ଶୈବପୀଠରେ ଆସନ୍ତା ଜୁନ୍‌ ୧୮ରେ ପାଳିତ ହେବ ଶୀତଳ ଷଷ୍ଠୀ ଯାତ୍ରା। ଏହାକୁ ସାଙ୍ଗକୁ ଶିବ ବିବାହ ଉତ୍ସବ। ଏଥିପାଇଁ ଗୁରୁବାର ମନ୍ଦିର ପରିସରରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପରିଚାଳନା କମିଟି ସଭାପତି ନନ୍ଦକିଶୋର ସାହୁ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଶ୍ରୀଧର କୁମାର ବେହେରା ପୂର୍ବବର୍ଷର ବିବରଣୀ, ଆୟବ୍ୟୟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଆସନ୍ତା ଗୁରୁବାର ଦ୍ୱିତୀୟ ବୈଠକରେ ଶିବ ବିବାହ ପାଇଁ ବର ଓ କନ୍ୟା ମାତାପିତା ଚୟନ କରାଯିବାକୁ ନିଷ୍ପତ୍ତି ହୋଇଛି।

ଜାପାନ ଯିବେ କୁନି ବୈଜ୍ଞାନିକ ସତ୍ୟସୁନ୍ଦର

ଜାପାନ ଯିବେ କୁନି ବୈଜ୍ଞାନିକ ସତ୍ୟସୁନ୍ଦର

ଢେଙ୍କାନାଳ ଅଫିସ, ୧୮। ୫:ବିଜ୍ଞାନ ବିଷୟରେ ଅଧିକ ଜ୍ଞାନ ଆହରଣ କରିବାକୁ ଜାପାନ ଗସ୍ତ କରିବେ କୁନି ବୈଜ୍ଞାନିକ ସତ୍ୟସୁନ୍ଦର ପରିଡ଼ା। ଏଥିପାଇଁ ସାରା ଦେଶରୁ ୩୨ଜଣ ଛାତ୍ରୀଛାତ୍ରଙ୍କୁ ମନୋନୀତ କରାଯାଇଛି। ଓଡ଼ିଶାରୁ ଚୟନ ହୋଇଥିବା ୪ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ସତ୍ୟସୁନ୍ଦର। ଏଥିପାଇଁ ସେ ଗୁରୁବାର ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ମାର୍ଗଦର୍ଶକ ଭାବେ ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଜଗତ୍‌ସିଂହପୁର ବିଜ୍ଞାନ ପର୍ଯ୍ୟବେକ୍ଷକ ସୁବାସ ଚନ୍ଦ୍ର ରାଉତ ଦିଲ୍ଲୀ ଯାଏ ଯିବେ। ସେଠାରୁ ଶନିବାର ଭାରତ ସରକାରଙ୍କ ବିଜ୍ଞାନ ଓ କାରିଗରି ବିଭାଗ ଅଧିକାରୀଙ୍କ ସହ ସମସ୍ତେ ଜାପାନ ଗସ୍ତ କରିବେ।

ନୂତନ ଚିକିତ୍ସାଳୟରେ ଆରମ୍ଭରୁ ଅବ୍ୟବସ୍ଥା:ଶଯ୍ୟା ଅଭାବ, ଚଟାଣରେ ରୋଗୀ

ନୂତନ ଚିକିତ୍ସାଳୟରେ ଆରମ୍ଭରୁ ଅବ୍ୟବସ୍ଥା:ଶଯ୍ୟା ଅଭାବ, ଚଟାଣରେ ରୋଗୀ

ଢେଙ୍କାନାଳ ଅଫିସ,୧୮। ୫:ଢେଙ୍କାନାଳ ସହର ଉପକଣ୍ଠ ଦକ୍ଷିଣକାଳୀ ରୋଡ୍‌ରେ ଲୋକାର୍ପଣ ଅପେକ୍ଷାରେ ଥିବା ନବନିର୍ମିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଆରମ୍ଭ ହୋଇଛି ରୋଗୀସେବା। ତେବେ ପ୍ରାରମ୍ଭରୁ ହିଁ ଏଠାରେ ବିଭିନ୍ନ ପ୍ରକାର ଅବ୍ୟବସ୍ଥା ଦେଖାଦେଇଛି। ୩୦୦ ଶଯ୍ୟା ବିଶିଷ୍ଟ ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ମିଳୁନି ଶଯ୍ୟା। ଗୁରୁବାର ବେଡ୍‌ ଅଭାବରୁ ରୋଗୀମାନେ ଚଟାଣରେ ପଡ଼ି ରହିଥିବା ଦେଖିବାକୁ ମିଳିଥିଲା। ଏ ସଂକ୍ରାନ୍ତରେ ରୋଗୀଙ୍କ ସମ୍ପର୍କୀୟ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏହାକୁ ନେଇ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା। ଦିନତମାମ ରୋଗୀମାନେ ତଳେ ଶୋଇ ରହିଥିବାରୁ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅନ୍ୟପଟେ ସେବା ଆରମ୍ଭ ହେବାପରେ ଉଭୟ ଇନ୍‌ଡୋର ଏବଂ ଆଉଟ୍‌ଡୋରରେ ରୋଗୀ ସଂଖ୍ୟା ବଢ଼ିଚାଲିଛି। ଏପରି ସ୍ଥିତିରେ ଶଯ୍ୟା ଅଭାବ ସେମାନଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। ଏ ସଂକ୍ରାନ୍ତରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବାସୁଦେବ ବେହେରା କୁହନ୍ତି, ନୂତନ ବେଡ୍‌ଗୁଡିକୁ ଧୀରେ ଧୀରେ ଚିକିତ୍ସାଳୟକୁ ଅଣାଯାଉଛି। କିଛି ଦିନ ସାମାନ୍ୟ ଅସୁବିଧା ହେବ। ଖୁବ୍‌ଶୀଘ୍ର ଶଯ୍ୟା ଉପଲବ୍ଧ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଲକ୍ଷ୍ୟ ସ୍ଥିର କଲେ ଉପାୟ ଆପେ ଆସେ

ଲକ୍ଷ୍ୟ ସ୍ଥିର କଲେ ଉପାୟ ଆପେ ଆସେ

ଅନୁଗୋଳ ଅଫିସ,୧୮। ୫:କଠିନ ପରିଶ୍ରମ ସହ ଏକାଗ୍ରତା ରଖିଲେ ଅସାଧ୍ୟ କାର୍ଯ୍ୟ ମଧ୍ୟ ସହଜ ହୋଇଯାଏ। ତେଣୁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାକୁ ହେଲେ ନିଷ୍ଠାପର ହୋଇ ଅଧ୍ୟୟନ କରିବାକୁ ପଡ଼ିବ ବୋଲି ଗୁରୁବାର ଅନୁଗୋଳ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଜିଲାସ୍ତରୀୟ ମାଟ୍ରିକ୍‌ ମେଧାବୀଙ୍କ ସମ୍ବର୍ଦ୍ଧନା ସଭାରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଜିଲାପାଳ ଅନିଲ କୁମାର ସାମଲ ଏହା କହିଛନ୍ତି। ଜିଲାରେ ମାଟ୍ରିକ ପରୀକ୍ଷାରେ ଏ-୧ ଗ୍ରେଡ୍‌ରେ (ଶତକଡ଼ା ୯୦ ପ୍ରତିଶତରୁ ଅଧିକ ନମ୍ବର) ରଖି ଉତ୍ତୀର୍ଣ୍ଣ ହୋଇଥିବା ୬୫ ଜଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା ପାଇଁ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ଜିଲାପାଳ କହିଥିଲେ ଯେ, ଲକ୍ଷ୍ୟ ସ୍ଥିର କଲେ ଉପାୟ ଆପେ ଆସିଥାଏ। ଅନ୍ତର୍ନିହିତ ଗୁଣର ବିକାଶ କରିବା ସହ ଛାତ୍ରୀଛାତ୍ରମାନେ ସର୍ବଦା ଭଲ ବହି ପଢ଼ିବା ଅଭ୍ୟାସ ଜାରି ରଖିବା ଉଚିତ। ଚଳତବର୍ଷ ମାଟ୍ରିକ ପରୀକ୍ଷାରେ ଯେଉଁ ସଫଳତା ମିଳିଛି ସେହି ଆଧାରରେ ଭବିଷ୍ୟତର ଲକ୍ଷ୍ୟ ସ୍ଥିର କରିବାକୁ ଜିଲାପାଳ ଛାତ୍ରୀଛାତ୍ରମାନଙ୍କୁ ଉପଦେଶ ଦେଇଥିଲେ।

ଅଗ୍ନିବିପନ୍ନଙ୍କୁ ସହାୟତା ପ୍ରଦାନ

ତାଳଚେର,୧୭ା୫(ନି.ପ୍ର.)- ତାଳଚେର ବ୍ଲକ ଗୋବରା ପଞ୍ଚାୟତ କରଡାପଲ୍ଲୀ ଗ୍ରାମର ମିନାବଜାର ଶ୍ରମିକ ବସ୍ତିର ଅଗ୍ନିବିପନ୍ନ ପରିବାରକୁ ସ୍ବେଚ୍ଛାସେବୀ ଅନୁଷ୍ଠାନ କଳ୍‌କୀ ମାନବ ସେବା ସମିତି ପକ୍ଷରୁ ସହାୟତା ପ୍ରଦାନ କରାଯାଇଛି ା ସମିତିର ସଦସ୍ୟମାନେ ଅଗ୍ନିବିପନ୍ନ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ପ୍ରତ୍ୟେକ ସଦସ୍ୟଙ୍କୁ ବସ୍ତ୍ର ଓ ରନ୍ଧା ଖାଦ୍ୟ ଯୋଗାଇ ଦେଇଥିଲେ।

ମନ୍ଦିର ନିର୍ମାଣ ପାଇଁ ଅର୍ଥ ଆଦାୟ ଯୋଜନା ପ୍ରତି ଗ୍ରାମ ପରିକ୍ରମା କରିବ ହିଙ୍ଗୁଳା ଜ୍ୟୋତି

ତାଳଚେର,୧୭ା୫(ନି.ପ୍ର.)- ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା’ ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ପାଇଁ ତାଳଚେର ଉପଜିଲାପାଳ ତଥା ମା’ ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡର ମ୍ୟାନେଜିଂ ଟ୍ରଷ୍ଟି ପରେଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୁରୁବାର ଗୋପାଳପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହୋଇଯାଇଛି।

ଟେଣ୍ଡର ଅନୁଯାୟୀ ହେଉନି ଜଳଯୋଗାଣ ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ

ତାଳଚେର,୧୭ା୫(ନି.ପ୍ର.)- ତାଳଚେର ପୌରପରିଷଦ ପକ୍ଷରୁ ଟ୍ୟାଙ୍କର ଯୋଗେ କରାଯାଉଥିବା ପାନୀୟଜଳ ବଣ୍ଟନରେ ଅନିୟମିତତା ଓ ଦୁର୍ନୀତି ହେଉଥିବା ଭାଜପା କାଉନସିଲରମାନେ ଗୁରୁବାର ନିର୍ବାହୀ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଅଭିଯୋଗରେ ଉଲ୍ଲେଖ କରାଯାଇଛି ଯେ, ପ୍ରତିବର୍ଷ ଖରା ଦିନେ ଏମ୍‌ସିଏଲ୍‌ ଦେଉଥିବା ଏକ କୋଟି ଟଙ୍କାରେ ପୌର ପରିଷଦ ପକ୍ଷରୁ ଟ୍ୟାଙ୍କର ଯୋଗେ ବିଭିନ୍ନ ୱାର୍ଡକୁ ଜଳ ଯୋଗାଣ ହୋଇଥାଏ। କିନ୍ତୁ ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଉକ୍ତ ଅର୍ଥ ଠିକ୍‌ ଭାବେ ବିନିଯୋଗ ହେଉନାହିଁ।

ଭୋଗବେରିଣୀ ପ୍ରତି ଏନ୍‌ଟିପିସିର ଅବହେଳା

ତାଳଚେର,୧୭ା୫(ନି.ପ୍ର.)- ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ ପାୱାର ଷ୍ଟେଶନ ସଂଲଗ୍ନ ଭୋଗବେରିଣୀ ପଞ୍ଚାୟତକୁ ଆଞ୍ଚଳିକ ପାରିପାର୍ଶ୍ୱିକ ଉନ୍ନୟନ ଯୋଜନାରେ ସାମିଲ କରାଯାଉ ନାହିଁ। ଏ ନେଇ ସମ୍ପୃକ୍ତ ପଞ୍ଚୟତବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଗତ ୧୩ ତାରିଖରେ ଗ୍ରାମରେ ଏକ ଜରୁରୀ ବୈଠକ ବସି ଏନ୍‌ଟିପିସିର ଏପରି ଉଦାସୀନତା ପ୍ରତିବାଦରେ ଆନ୍ଦୋଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି।

ବିଦ୍ୟୁତ୍‌ କାଟର ପ୍ରତିବାଦ ସେସୁ ଅଫିସ୍‌ ଘେରିଲେ ଗ୍ରାମବାସୀ

ବିଦ୍ୟୁତ୍‌ କାଟର ପ୍ରତିବାଦ ସେସୁ ଅଫିସ୍‌ ଘେରିଲେ ଗ୍ରାମବାସୀ

ବଇଣ୍ଡା, ୧୭ା୫(ଡି.ଏନ.ଏ.)- କିଶୋରନଗର ବ୍ଲକ ବଇଣ୍ଡା ଛକରେ ଦିନକୁ ଦିନ ଅଘୋଷିତ ବିଦ୍ୟୁତ୍‌ କାଟ ବୃଦ୍ଧି ପାଉଛି। ପ୍ରବଳ ଗରମରେ ଲୋକେ ଅସ୍ତବ୍ୟସ୍ତ ହେଉଥିଲେ ହେଁ ବିଭାଗ ଏଥିପ୍ରତି କର୍ଣ୍ଣପାତ କରୁ ନ ଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ଗୁରୁବାର ବଇଣ୍ଡା ଗ୍ରାମବାସୀ ବଇଣ୍ଡା ସେସୁ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପ୍ରତ୍ୟେକ ଦିନ ୧୦ରୁ ୧୫ ଥର ୧୦ ମିନିଟ୍‌ ଲେଖାଏଁ ବିଦ୍ୟୁତ୍‌ କାଟ କରାଯାଉଛି। ବିଶେଷ କରି ଅପରାହ୍ନରେ ମାତ୍ରାଧିକ ବିଦ୍ୟୁତ୍‌ କାଟ ହେଉଛି। ଏଥିଯୋଗୁ ପ୍ରବଳ ଗରମରେ ଘରେ ରହିବା କଷ୍ଟକର ହୋଇପଡୁଥିବାବେଳେ ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସେସୁ ଓ ଏନ୍‌ଜେନ୍‌ର ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଉଥିଲେ ହେଁ କୌଣସି ସୁଫଳ ମିଳୁନି। ଏହାସହ ଗୁରୁବାର ଜାତୀୟ ରାଜପଥ କଡରେ ଥିବା ଘରଗୁଡିକୁ ଭଙ୍ଗାଯାଉଥିବାବେଳେ ବିନା ସୂଚନାରେ ୨ ଘଣ୍ଟା ଧରି ବିଦ୍ୟୁତ୍‌ କାଟ କରାଯାଇଥିଲା। ଏପରିକି ଯେଉଁମାନଙ୍କ ଘର ଭଙ୍ଗାଯାଉନାହିଁ ସେମାନଙ୍କ ଘରକୁ ମଧ୍ୟ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରାଯାଇଥିବା ଅଭିଯୋଗ ହୋଇଛି।

ବଇଣ୍ଡାରୁ ଉଚ୍ଛେଦ ଆରମ୍ଭ, ଉତ୍ତେଜନା କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗ ପ୍ରଶାସନ ଅନୁପସ୍ଥିତିରେ ଭଙ୍ଗାଗଲା ଘର ଜୋରଜବରଦସ୍ତ ବିଦ୍ୟତ୍‌ ସଂଯୋଗ କଟାଗଲା ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ବଇଣ୍ଡାରୁ ଉଚ୍ଛେଦ ଆରମ୍ଭ, ଉତ୍ତେଜନା କୋର୍ଟଙ୍କ ନିର୍ଦ୍ଦେଶ ଅବମାନନା ଅଭିଯୋଗ ପ୍ରଶାସନ ଅନୁପସ୍ଥିତିରେ ଭଙ୍ଗାଗଲା ଘର ଜୋରଜବରଦସ୍ତ ବିଦ୍ୟତ୍‌ ସଂଯୋଗ କଟାଗଲା ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ

ବଇଣ୍ଡା, ୧୭ା୫(ଡି.ଏନ.ଏ.)- କଟକ-ସମ୍ବଲପୁର ୫୫ ନମ୍ବର ଜାତୀୟ ରାଜପଥ ୪ ଲେନ ହେବ। ଏ ନେଇ ରାସ୍ତା କାମ ନେଇଥିବା ଠିକା ସଂସ୍ଥା ପକ୍ଷରୁ କାର୍ଯ୍ୟ ଆରମ୍ଭ ହୋଇଥିବାବେଳେ ଗୁରୁବାର କିଶୋରନଗର ବ୍ଲକ ବଇଣ୍ଡା ଛକ(ନୁନୁକାପଶି) ଅଞ୍ଚଳରେ ଉଚ୍ଛେଦ କରାଯାଇଛି। ଛକର ଦୁଇ ପାର୍ଶ୍ୱରୁ ଉଚ୍ଛେଦ ଆରମ୍ଭ ହୋଇଥିଲେ ମଧ୍ୟ ଉଠାଦୋକାନୀଙ୍କୁ କ୍ଷତିପୂରଣ ମିଳି ନ ଥିବା ସେମାନେ ଅଭିଯୋଗ କରିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ଅନେକ ଜମିହରା ପ୍ରଜାଙ୍କୁ କ୍ଷତିପୂରଣ ମିଳି ନ ଥିବା ଅଭିଯୋଗ ହୋଇଛି। ତେଣୁ ଅପରାହ୍ନରେ କମ୍ପାନୀ କର୍ତ୍ତୃପକ୍ଷ ଘର ଭାଙ୍ଗିବା ପାଇଁ ଆସିଥିବାବେଳେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ସେସୁ ବିଭାଗର ବିନା ନିର୍ଦ୍ଦେଶରେ ଉକ୍ତ ଠିକାସଂସ୍ଥାର କେତେଜଣ କର୍ମଚାରୀ ଜେସିବି ମେସିନ ଦ୍ୱାରା ଶ୍ରମିକଙ୍କୁ ବିଦ୍ୟୁତ୍‌ ଖୁଣ୍ଟ ଉପରକୁ ଉଠାଇ ଜୋର ଜବରଦସ୍ତ ବିଦ୍ୟୁତ୍‌ ବିଚ୍ଛିନ୍ନ କରାଯାଇଥବା ଦେଖାଦେଇଥିଲା।

ନୂତନ ବ୍ଲଡବ୍ୟାଙ୍କ ଉଦ୍‌ଘାଟିତ

ନୂତନ ବ୍ଲଡବ୍ୟାଙ୍କ ଉଦ୍‌ଘାଟିତ

ଢେଙ୍କାନାଳ ଅଫିସ,୧୭।୫- ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ନିର୍ମିତ ନୂତନ ବ୍ଲଡବ୍ୟାଙ୍କ ଗୁରୁବାର ଉଦ୍‌ଘାଟିତ ହୋଇଯାଇଛି।